Odia Medium Class 7 Geography Chapter 1 Part -1 Ama Paribesa (ଆମ ପରିବେଶ) Question Answer

Language : Odia

LRNR provides this material totally free

Odia Medium Class 7 Geography Chapter 1 Part -1 Ama Paribesa (ଆମ ପରିବେଶ) Question Answer


1.   ନିମ୍ନଲିଖିତ ପ୍ରଶ୍ନଗୁଡିକର ଉତ୍ତର ଦିଅ |


କ) ପରିସଂସ୍ଥା କଅଣ ?


ଉତ୍ତର : କୌଣସି ପରିବେଶରେ ରହିଥିବା ଜୀବ ଓ ସେମାନଙ୍କ ପରିବେଶକୁ ନେଇ ପରିସଂସ୍ଥା ଗଠିତ ହୋଇଥାଏ | ପ୍ରାଣୀ, ଉଦ୍ଭିଦ , ଓ ମନୁଷ୍ୟଙ୍କର ପରସ୍ପର ସହିତ ତଥା ସେମାନଙ୍କ ପରିବେଶ ସହିତ ଗଢିଉଠିଥିବା ନିବିଡ ସମ୍ପର୍କ ତଥା ନିର୍ଭରଶୀଳତାରୁ ପରିସଂସ୍ଥା ସୃଷ୍ଟି ହୋଇଥାଏ |


ଉଦାହରଣ ସ୍ୱରୂପ , ଏକ ବିସ୍ତୃତ ଚିରହରିତ୍ ଅରଣ୍ୟ , କ୍ଷୁଦ୍ର ପୁଷ୍କରିଣୀ ରେ ମଧ୍ୟ ପରିସଂସ୍ଥା ଗଢି ଉଠିଥାଏ |


ଖ) ପ୍ରାକୃତିକ ପରିବେଶ କହିଲେ କ’ଣ ବୁଝାଏ ?


ଉତ୍ତର : ପ୍ରକୃତି ଦ୍ଵାରା ସୃଷ୍ଟ ପରିବେଶକୁ ପ୍ରାକୃତିକ ପରିବେଶ କୁହାଯାଏ | ଉଦାହରଣ – ଝରଣା, ପର୍ବତ


ଗ) ପରିବେଶର ମୁଖ୍ୟ ଅଂଶଗୁଡିକ କ’ଣ?


ଉତ୍ତର : “ ପ୍ରାକୃତିକ ପରିବେଶ” ଓ “ମାନବୀୟ ବା ମଣିଷକୃତ” ପରିବେଶ ହେଉଛି ପରିବେଶର ମୁଖ୍ୟ ଅଂଶ |


ଘ) ଅଶ୍ମମଣ୍ଡଳ କ’ଣ ?


ଉତ୍ତର : ପୃଥିବୀର କଠିନ ଭୁତ୍ଵକ ବା ଶକ୍ତ ଉପରିଭାଗ ଅଶ୍ମମଣ୍ଡଳ କୁହାଯାଏ | ଏହା ବିଭିନ୍ନ ଖଣିଜ ଦ୍ରବ୍ୟ ଓ ଶିଳାରେ ଗଠିତ |


ଙ) ଜୈବିକ ପରିବେଶର ଦୁଇଟି ମୁଖ୍ୟ ଅଂଶ କ’ଣ ?


ଉତ୍ତର : ଜୈବିକ ପରିବେଶର ଦୁଇଟି ମୁଖ୍ୟ ଅଂଶ ହେଲା : - ପ୍ରାଣୀଜଗତ ଓ ଉଦ୍ଭିଦଜଗତ


ଚ) ଜୈବମଣ୍ଡଳ କାହାକୁ କୁହାଯାଏ ?


ଉତ୍ତର : ଉଭୟ ପ୍ରାଣୀ ଓ ଉଦ୍ଭିଦଙ୍କୁ ନେଇ ଜୈବମଣ୍ଡଳ ଗଠିତ |


ଏହା ଅଶ୍ମମଣ୍ଡଳ , ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ପାରସ୍ପାରିକ ସମ୍ବନ୍ଧ ଥିବା ତଥା ଜୀବନଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ପତଳା ସ୍ତରକୁ ବୁଝାଏ |


2.   ଠିକ୍ ଉତ୍ତରଟି ବାଛି ଲେଖ |


କ) କେଉଁଟି ଗୋଟିଏ ପ୍ରାକୃତିକ ପରିସଂସ୍ଥା ନୁହେଁ ?


ଉତ୍ତର : ଆକ୍ୱାରିୟମ୍


ଖ) କେଉଁଟି ମାନବୀୟ ପରିବେଶର ଏକ ଅଙ୍ଗ ନୁହେଁ ?


ଉତ୍ତର – ଭୂମି


ଗ) କେଉଁଟି ଏକ ମାନବକୃତ ପରିବେଶ ?


ଉତ୍ତର – ରାସ୍ତା


ଘ) କେଉଁଟି ପରିବେଶ ନିମନ୍ତେ ବିପଦ ?


ଉତ୍ତର – ବଢୁଥିବା ଜନସଂଖ୍ୟା


3.   ସ୍ତମ୍ଭ ଦୁଇଟି ମଧ୍ୟରେ ସମ୍ପର୍କ ସ୍ଥାପନ କରି ଲେଖ |


“କ” ସ୍ତମ୍ଭ     “ଖ” ସ୍ତମ୍ଭ


ଜୈବମଣ୍ଡଳ   ଜଳ, ସ୍ଥଳ , ବାୟୁ ମଧ୍ୟରେ ପାରସ୍ପାରିକ ସମ୍ପର୍କ ଥିବା ପତଳା ସ୍ତର


ବାୟୁମଣ୍ଡଳ   ପୃଥିବୀକୁ ଘେରି ରହିଥିବା ଗ୍ୟାସୀୟ ସ୍ତର


ବାରିମଣ୍ଡଳ   ଜଳରାଶି


ପରିବେଶ    ଆମର ପରିବେଷ୍ଟନୀ


4.   କାରଣ ଦର୍ଶାଅ |


କ) ମଣିଷ ପରିବେଶରେ ପରିବର୍ତ୍ତନ ଆଣିଥାଏ |


ଉତ୍ତର : ମନୁଷ୍ୟ ପରିବେଶକୁ ବ୍ୟବହାର ଉପଯୋଗୀ ତଥା ପରିବର୍ତ୍ତନ କରିବାର ନୂତନ ଉପାୟମାନ ବାହାର କରି କୃଷିକାର୍ଯ୍ୟ , ପଶୁପାଳନ, ସ୍ଥାୟୀ ବସତିସ୍ଥାପନ , ଖାଦ୍ୟଶସ୍ୟ ଉତ୍ପାଦନ , ଯାନବାହନ ନିର୍ମାଣ , ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା କଲା | ଫଳରେ ମଣିଷ ପରିବେଶରେ ଏହିପରି ବହୁ ପରିବର୍ତ୍ତନ ଆଣିଥିଲା |


ଖ) ମଣିଷ ପ୍ରକୃତିର ବିନା ସହାୟତାରେ ଚଳିପାରେ ନାହିଁ |


ଉତ୍ତର : ମଣିଷ ସମ୍ପୂର୍ଣ୍ଣ ରୂପେ ପ୍ରକୃତି ଉପରେ ନିର୍ଭର କରି ଚଳିଥାଏ | ଏପରିକି ତା’ର ସମସ୍ତ ଆବଶ୍ୟକତା ଏହି ପ୍ରାକୃତିକ ପରିବେଶ ଉପରେ ନିର୍ଭରଶୀଳ | ମନୁଷ୍ୟ ପ୍ରାକୃତିକ ପରିବେଶକୁ ବ୍ୟବହାର କରି ତା’ର ଜୀବନ ଧାରାରେ ବହୁ ପରିବର୍ତ୍ତନ ଆଣିପାରିଛି |

Ratings
No reviews yet, be the first one to review the product.