• SCHOOL BOARDS
  • BSE/CHSE ODISHA
  • CLASS 7
  • GEOGRAPHY
  • Odia Medium Class 7 Geography Chapter-1 Part-2 Pruthibira Abhyantara Sila O Khanija (ଦ୍ବିତୀୟ ପାଠ : ପୃଥିବୀର ଅଭ୍ୟନ୍ତର ଶିଳା ଓ ଖଣିଜ) Notes

Odia Medium Class 7 Geography Chapter-1 Part-2 Pruthibira Abhyantara Sila O Khanija (ଦ୍ବିତୀୟ ପାଠ : ପୃଥିବୀର ଅଭ୍ୟନ୍ତର ଶିଳା ଓ ଖଣିଜ) Notes

Language : Odia

LRNR provides this material totally free

Odia Medium Class 7 Geography Chapter-1 Part-2 Pruthibira Abhyantara Sila O Khanija (ଦ୍ବିତୀୟ ପାଠ : ପୃଥିବୀର ଅଭ୍ୟନ୍ତର ଶିଳା ଓ ଖଣିଜ) Notes

ପୃଥିବୀର ଅଭ୍ୟନ୍ତର ଶିଳା ଓ ଖଣିଜ


·    ପୃଥିବୀ ଏକ ଚଳନଶିଳ ଗ୍ରହ | ଏହାର ଅଭ୍ୟନ୍ତର କେତେଗୁଡିଏ ସ୍ତର ଦ୍ୱାରା ଗଠିତ | ଏହି ସ୍ତରଗୁଡିକ ପିଆଜ ପାଖୁଡାଭଳି ଗୋଟିକ ପରେ ଗୋଟିଏ କରି ରହଛନ୍ତି | ଏହା ବର୍ତ୍ତୁଳାକାର ହୋଇଥିବାରୁ ଏହି ସ୍ତରଗୁଡିକ ମଧ୍ୟବର୍ତ୍ତୁଳାକାର |


·    ସବା ଉପରେ ଥିବା ସ୍ତରକୁ ଭୂ-ତ୍ଵକ (ତ୍ଵକ ଅର୍ଥ ଚର୍ମ) କୁହାଯାଏ। ।ଏହି କଠିନ ସ୍ତରଟି ସବୁଠାରୁ ପତଳା। ମହାଦେଶ ତଳେ ଥିବା ଭୂ ତ୍ଵକ ପ୍ରାୟ ୫୦ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ । ତେବେ ମହାସାଗର ତଳେ ଏହାର ମୋଟେଇ ମାତ୍ର ୫ କିଲୋମିଟର।


·    ଭୂ- ତ୍ଵକର ମହାଦେଶୀୟ ଅଂଶ ମୁଖ୍ୟତଃ ସିଲିକା ଓ ଆଲୁମିନାରେ ଗଠିତ । ସେଥିପାଇଁ ଏହାକୁ ସିଆଲ୍ ( ସିଲିକା + ଆଲୁମିନା) ସ୍ତର କୁହାଯାଏ । ମହାସାଗରୀୟ ଭୂତ୍ଵକ ମୁଖ୍ୟତଃ ସିଲିକା ଓ ମାଗ୍ନେସିୟମ ଦ୍ଵାରା ଗଠିତ । ସଂକ୍ଷେପରେ ଏହା ସିମା (ସିଲିକା + ମାଗ୍ନେସିୟମ୍) ସ୍ତର ଭାବେ ପରିଚିତ ।


·    ପୃଥିବୀର ଗଭୀରତମ ଖଣି ଦକ୍ଷିଣ ଆଫ୍ରିକାରେ ରହିଛି। ଏହାର ଗଭୀରତା ପ୍ରାୟ ୪ କି.ମି. । ତୈଳ ଅନୁସନ୍ଧାନ ନିମନ୍ତେ ଇଞ୍ଜିନିୟରମାନେ ପ୍ରାୟ ୬ କି.ମି. ଗଭୀରତା ପର୍ଯ୍ୟନ୍ତ ଗାତ ଖୋଳୁଛନ୍ତି। ପୃଥିବୀର କେନ୍ଦ୍ରରେ ପହଞ୍ଚିବା ପାଇଁ ( ଯାହା ସମ୍ଭବ ନୁହେଁ) ଆମକୁ ସମୁଦ୍ର ନିମ୍ନରୁ ପ୍ରାୟ ୬୩୦୦ କି.ମି. ଗଭୀର ଗାତ ଖୋଳିବାକୁ ପଡ଼ିବ। ପୃଥିବୀର ମୋଟ ଘନଫଳର ୦.୫ ଭାଗ ଭୁତ୍ଵକ, ୧୬ ଭାଗ ମାଣ୍ଟଲ, ଓ ୮୩ ଭାଗ କୋରରେ ରହିଛି। ପୃଥିବୀର ବ୍ୟାସାଦ୍ଧ ୬୩୭୧ କିଲୋମିଟର।


·    ଭୂ- ତ୍ଵକର ତଳକୁ ଥିବା ସ୍ତରକୁ ମାଣ୍ଟଲ ବା ମଧ୍ୟମଣ୍ଡଳ କୁହାଯାଏ । ଏହା ପ୍ରାୟ ୨୯୦୦ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ । ଏହି ସ୍ତରରେ ସିଲିକା, ମାଗ୍ନେସିୟମ ସହ ବିଭିନ୍ନ ଧାତବ ପଦାର୍ଥ ଥିବାର ଜଣାଯାଏ ।


·    ସବୁଠାରୁ ଭିତରେ ଥିବା ସ୍ତରକୁ କୋର ବା କେନ୍ଦ୍ରମଣ୍ଡଳ କୁହାଯାଏ। ଏହି ସ୍ତରର ବ୍ୟାସାର୍ଦ୍ଧ ପ୍ରାୟ ୩୫୦୦ କିଲୋମିଟର। ଏହା ମୁଖ୍ୟତଃ ଲୁହା ଓ ନିକେଲ ଭଳି ଭାରି ଧାତୁରେ ଗଠିତ । ତେଣୁ ଏହି ସ୍ତରକୁ 'ନିଫେ' (ନିକେଲ+ଫେରସ୍ (ଲୁହାର ରାସାୟନିକ ନାମ)] ସ୍ତର କୁହାଯାଏ । ଏଠାରେ ଅତ୍ୟଧିକ ତାପମାତ୍ରା ଓ ଅତ୍ୟଧିକ ଚାପ ରହିଥିବାର ଜଣାଯାଏ।


ଶିଳା ଓ ଖଣିଜ ପଦାର୍ଥ

 

·    ଭୂତ୍ଵକ ଶିଳାରେ ଗଠିତ। ଖଣିଜ ପଦାର୍ଥ ମିଶ୍ରଣରେ ଶିଳା ସୃଷ୍ଟି ହୋଇଥାଏ। ଭୂତ୍ଵକ ଶିଳାକୁ ମୁଖ୍ୟତଃ ତିନିଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଯଥା: ଆଗ୍ନେୟ ଶିଳା, ସ୍ତରୀଭୂତ ଶିଳା ଓ ରୂପାନ୍ତରିତ ଶିଳା |


·    ଆଗ୍ନେୟଶିଳା :

 

·    ଭୂତ୍ଵକ ତଳେ ଶିଳା ତରଳ ବା ଅନ୍ଧତରଳ ଅବସ୍ଥାରେ ଥାଏ। ଏହାକୁ ମାଙ୍ଗା କୁହାଯାଏ । ବେଳେବେଳେ ମାତ୍ମା ଭୂପୃଷ୍ଠଆଡ଼କୁ ପ୍ରବାହିତ ହୋଇଥାଏ। ଭୂପୃଷ୍ଟରେ ମାମ୍ନାକୁ ଲାଭା କୁହାଯାଏ । ଲାଭା କ୍ରମେ ଶୀତଳ ଓ କଠିନ ହୋଇ ଆଗ୍ନେୟଶିଳାରେ ପରିଣତ ହୁଏ । ପ୍ରଥମେ ସୃଷ୍ଟି ହୋଇଥିବାରୁ ଆଗ୍ନେୟଶିଳାକୁ ପ୍ରାଥମିକ ଶିଳା କୁହାଯାଏ । ଆଗ୍ନେୟଶିଳା ଦୁଇ ପ୍ରକାରର ଯଥା:- ନିଃସ୍ରବଜ ଆଗ୍ନେୟଶିଳା ଓ ଅନ୍ତର୍ଭେଦୀ ଆଗ୍ନେୟଶିଳା ।

 

·     କେତେକ ଜ୍ଵାଳାମୁଖୀରୁ ଅତି ଉତ୍ତପ୍ତ ତଥା ତରଳ ମାଗ୍ନା ଭୂପୃଷ୍ଟରେ ଲାଭା ଆକାରରେ ଜମା ହୁଏ। ଏହା ଶୀଘ୍ର ଶୀତଳ ଓ କଠିନ ହୋଇଯାଏ । ଭୂପୃଷ୍ଠରେ ସୃଷ୍ଟି ଏହି ଶିଳାକୁ ନିଃସ୍ରବକ ଆଗ୍ନେୟଶିଳା କୁହାଯାଏ। ଏହି ଶିଳାଗୁଡ଼ିକ ଅତି ଛୋଟଛୋଟ ରେଣୁଦ୍ଵାରା ଗଠିତ । ବାସାଇଟ ଏ ପ୍ରକାର ଶିଳାର ଏକ ଉଦାହରଣ । ବେଳେବେଳେ ମାଗ୍ନା ଭୂପୃଷ୍ଠରେ ପହଞ୍ଚିପାରେ ନାହିଁ । ଏହା ଭୂତ୍ଵକ ଶିଳାସ୍ତରରେ ଧୀରେଧୀରେ ଶୀତଳ ଓ କଠିନ ହୋଇ ଶିଳାରେ ପରିଣତ ହୁଏ। ଏହାକୁ ଅନ୍ତର୍ଭେଦୀ ଆଗ୍ନେୟଶିଳା କୁହାଯାଏ। ଏ ପ୍ରକାର ଶିଳାରେ ବଡ଼ ବଡ଼ ସ୍ଫଟିକ ବା ଦାନା ରହିଥାଏ।

 ଗ୍ରାନାଇଟ୍ ଏପ୍ରକାର ଶିଳାର ଏ ଉଦାହରଣ ।

 

·    ବଡ଼ ବଡ଼ ଶିଳାଖଣ୍ଡଗୁଡିକ କ୍ରମେ ଫାଟିଯାଇ ଛୋଟ ହୋଇଯାଆନ୍ତି । ଏହାବ୍ୟତୀତ ଉଚ୍ଚ ଭୂମିରୁ ଗଢ଼ିବା ଦ୍ଵାରା ବା ପରସ୍ପର ସହ ଘର୍ଷଣ ଯୋଗୁଁ ମଧ୍ୟ ଶିଳା ଛୋଟ ଗୋଡ଼ି, ବାଲି ବା ଧୂଳିରେ ପରିଣତ ହୁଏ । ଗୋଡି଼, ବାଲି, ଧୂଳିକୁ ଜଳସ୍ରୋତ ଓ ପବନ ଆଦି ସହଜରେ ବୋହିନେଇ ସ୍ତରସ୍ତର କରି ନିମ୍ନଭୂମିରେ ଜମାକରନ୍ତି । କାଳକ୍ରମେ ଏଗୁଡ଼ିକ କଠିନ ହୋଇ ବାଲିପଥରରେ ପରିଣତ ହୁଏ |

 

·    ଭୂତ୍ୱକ ଅଭ୍ୟନ୍ତରରେ ଅତ୍ୟଧିକ ଟାପ ଓ ଚାପ ପ୍ରଭାବରେ କେତେକ ଆଗ୍ନେୟ ଓ ସ୍ତରୀଭୂତ ଶିଳାର ରୂପଗୁଣରେ ପରିବର୍ତ୍ତନ ହୁଏ | ଏହାକୁ ରୂପାନ୍ତରିତ ଶିଳା କୁହାଯାଏ |· 

Ratings
No reviews yet, be the first one to review the product.