Odia Medium Class 7 Geography Chapter 1 Part - 3 Pruthibira Abhyantara - Bhumirupa( ଭୂମିରୂପ) Notes

Language : Odia

LRNR provides this material totally free

Odia Medium Class 7 Geography Chapter 1 Part - 3 Pruthibira Abhyantara - Bhumirupa( ଭୂମିରୂପ) Notes


ପୃଥିବୀ ଉଭୟ ଜଳ ଓ ସ୍ଥଳ ଭାଗଦ୍ଵାରା ଗଠିତ |

ବିସ୍ତୀର୍ଣ୍ଣ ସ୍ଥଳଭାଗକୁ – ମହାଦେଶ

ବିସ୍ତୀର୍ଣ୍ଣ ଜଳଭାଗକୁ – ମହାସାଗର

          

ପ୍ରଥମ ଶ୍ରେଣୀ – ମହାଦେଶ , ମହାସାଗର


ଦ୍ଵିତୀୟ ଶ୍ରେଣୀ – ପର୍ବତ, ମାଳଭୂମି, ସମତଳ ଭୂମି ମହୀସୋପାନ, ମହୀଢାଲୁ, ମହାସାଗର ତଳ


ତୃତୀୟ ଶ୍ରେଣୀ – ଉପତ୍ୟକା, ନଦିବାଙ୍କ , ଅଶ୍ଵଖୁରାକୃତି ହ୍ରଦ , ତ୍ରିକୋଣ ଭୂମି


                    ସାମୁଦ୍ରିକ ଗଣ୍ଡ, ନିମଜ୍ଜିତ ନଦୀଗଣ୍ଡ


ଭୂବିଜ୍ଞାନୀଙ୍କ ମତରେ ନିୟୁତ ନିୟୁତ ବର୍ଷ ପୂର୍ବେ ସବୁଯାକ ମହାଦେଶ ମିଶି ଗୋଟିଏ ମହାଦେଶ ଏବଂ ସବୁଯାକ ମହାସାଗର ମିଶି ଗୋଟିଏ ମହାସାଗର ଥିଲା |


ମହାଦେଶ – ପାଞ୍ଜିଆ

ମହାସାଗର – ପାନ୍ଥାଲାସା


ପରବର୍ତ୍ତୀ ସମୟରେ ପାଞ୍ଜିଆର ମଧ୍ୟଭାଗରେ ଏକ ସଂକୀର୍ଣ୍ଣ ତଥା ଅଗଭୀର ସମୁଦ୍ର ସୃଷ୍ଟି ହେଲା | ଏହା ଟେଥିସ ସାଗର ନାମରେ ପରିଚିତ |


ଟେଥିସ ସାଗରର ଉତ୍ତରରେ ଥିବା ଭୂଖଣ୍ଡକୁ ଆଙ୍ଗାରାଲାଣ୍ଡ ଏବଂ ଦକ୍ଷିଣରେ ଥିବା ଭୂଖଣ୍ଡକୁ ଗଣ୍ଡୱାନାଲାଣ୍ଡ କୁହାଯାଉଥିଲା |


ଭୂମିକମ୍ପ : ବେଳେବେଳେ ପୃଥିବୀପୃଷ୍ଠ କମ୍ପି ଉଠେ ବା ଥରି ଉଠେ | ଭୂ ପୃଷ୍ଠର ଏହି କମ୍ପନକୁ ଭୂମିକମ୍ପ କୁହାଯାଏ |


ଭୂମିକମ୍ପ ମାପିବାପାଇଁ ସେସମୋଗ୍ରାଫ ଯନ୍ତ୍ର ବ୍ୟବହାର କରାଯାଏ |


ଭୂମିକମ୍ପ ତୀବ୍ରତା ମାପିବା ପାଇଁ ରିଚରମାନ ବ୍ୟବହାର କରାଯାଏ |


୫.୦ ବା ଅଧିକ ମାନର ଭୂମିକମ୍ପ ଯୋଗୁଁ ଝରକା କବାଟ ଦୋହଲି ଯାଏ | ରିଚରମାନରେ ୭.୦ ବା ତଦୁର୍ଦ୍ଧ ଭୂମିକମ୍ପ କ୍ଷେତ୍ରରେ ସର୍ବାଧିକ କ୍ଷୟକ୍ଷତି ହୁଏ |


ଚୂନ ଅଂଶ ଭୂମିରେ ଜମାହୋଇ ହୁଙ୍କା ପରି ଚୂନସ୍ତମ୍ଭ ସୃଷ୍ଟି ହୁଏ | ଏହାକୁ ଷ୍ଟାଲାଗମାଇଟ କୁହାଯାଏ |


ଚୂନ ମିଶ୍ରିତ ଜଳ ଗୁମ୍ଫା ଛାତରୁ ଖସିବା ସମୟରେ କିଛି ଚୂନ ଅଂଶ ଛାତରେ ଜମିବାକୁ ଲାଗେ | କ୍ରମେ ଏହା ବଡ ହୋଇ ଛାତଋ ଓହଳ ସଦୃଶ ଝୁଲିରାହେ | ଏଗୁଡ଼ିକୁ ଷ୍ଟାଲାକଟାଇଟ୍ କୁହାଯାଏ |




Ratings
No reviews yet, be the first one to review the product.