Odia Medium Class 7 Geography Chapter-2 Bayu Mandala (ବାୟୁମଣ୍ଡଳ) Notes

Language : Odia

LRNR provides this material totally free

Odia Medium Class 7 Geography Chapter-2 Bayu Mandala (ବାୟୁମଣ୍ଡଳ) Notes



·    ଆମ ପୃଥିବୀକୁ ଚତୁର୍ଦ୍ଦିଗରେ ଘେରି ରହିଥିବା ଗ୍ୟାସୀୟ ବଳୟକୁ ବାୟୁମଣ୍ଡଳ କୁହାଯାଏ |


·    ଯବକ୍ଷାରଜାନ ଏବଂ ଅମ୍ଳଜାନ ଏହାର ମୁଖ୍ୟ ଉପାଦାନ |


·    ଆରଗନ୍ , ଅଙ୍ଗାରକାମ୍ଳ, ହିଲିୟମ ଓ ଉଦଜାନ ଭଳି ଗ୍ଯାସ ମଧ୍ୟ ବାୟୁମଣ୍ଡଳରେ ରହିଥାଏ |


·    ଯବକ୍ଷାରଜାନ - ୭୮%, ଅମ୍ଳଜାନ – ୨୧%, , ଆରଗନ – ୦.୯୪% ଅଙ୍ଗାରକାମ୍ଳ , ୦.୦୩% ଅନ୍ୟାନ୍ୟ ଗ୍ୟାସ୍ – ୦.୦୪ %


·    ଯବକ୍ଷାରଜାନ ବାୟୁମଣ୍ଡଳରେ ସର୍ବାଧିକ ପରିମାଣରେ ରହିଛି |


·    ସମୁଦ୍ର ପୃଷ୍ଠରୁ ପ୍ରାୟ ୧୬୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବ୍ଯାପି ରହିଛି |


·    ବାୟୁମଣ୍ଡଳର ତାପମାତ୍ରାକୁ ଭିତ୍ତିକରି ବାୟୁମଣ୍ଡଳକୁ ପାଞ୍ଚଗୋଟି ସ୍ତରରେ ବିଭକ୍ତ କରାଯାଇଛି | ସେଗୁଡିକ ହେଲା – ଟ୍ରପୋସ୍ଫିୟର , ଷ୍ଟ୍ରାଟୋସ୍ଫିୟର, ମେସୋସ୍ଫିୟର, ଥର୍ମୋସ୍ଫିୟର ଏବଂ ଏକ୍ସୋସ୍ଫିୟର |


·    ଟ୍ରପୋସ୍ଫିୟର ବାୟୁମଣ୍ଡଳର ସର୍ବନିମ୍ନ ସ୍ତର | ଏହାର ହାରାହାରି ଉଚ୍ଚତା ପ୍ରାୟ ୧୨ କି.ମି. |


·    ଟ୍ରପୋସ୍ଫିୟର ଉପରକୁ ଷ୍ଟ୍ରାଟୋସ୍ଫିୟର ଅବସ୍ଥିତ | ଏହା ପ୍ରାୟ ୫୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି |


·    ଷ୍ଟ୍ରାଟୋସ୍ଫିୟର ଉପରକୁ ମେସୋସ୍ଫିୟର ଅବସ୍ଥିତ | ଏହା ପ୍ରାୟ ୮୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି |


·    ମେସୋସ୍ଫିୟର ଉପର ସ୍ତରକୁ ଥର୍ମୋସ୍ଫିୟର କୁହାଯାଏ |


·    ବାୟୁମଣ୍ଡଳର ବାହ୍ୟସ୍ତରଟି ଏକ୍ସୋସ୍ଫିୟର | ଏଠାରେ ବାୟୁ ଅତି ପତଳା |


·    ଶୀତଳ ବାୟୁ ଓ ଉଷ୍ମ ଆର୍ଦ୍ର ବାୟୁର ମିଶ୍ରଣରେ ମଧ୍ୟ କୁହୁଡି ସୃଷ୍ଟି ହୁଏ | ଏହାକୁ “ଅଭିବହନ କୁହୁଡି” କୁହାଯାଏ |


Ratings
No reviews yet, be the first one to review the product.