- SCHOOL BOARDS
- BSE/CHSE ODISHA
- CLASS 7
- GEOGRAPHY
- Odia Medium Class 7 Geography Chapter-3 Bari Mandala (ବାରିମଣ୍ଡଳ) Notes
Odia Medium Class 7 Geography Chapter-3 Bari Mandala (ବାରିମଣ୍ଡଳ) Notes
Language : Odia
LRNR provides this material totally free
Odia Medium Class 7 Geography Chapter-3 Bari Mandala (ବାରିମଣ୍ଡଳ) Notes
· ଭୂପୃଷ୍ଠରେ ଥିବା ମହାସାଗର , ସାଗର , ହ୍ରଦ , ନଦୀ , ହିମବାହ , ଭୂତଳଜଳ ଏବଂ ବାୟୁମଣ୍ଡଳର ଜଳୀୟବାଷ୍ପକୁ ନେଇ ପୃଥିବୀର ବାରିମଣ୍ଡଳ ଗଠିତ |
· ସମଗ୍ର ପୃଥିବୀ କ୍ଷେତ୍ରଫଳର ପ୍ରାୟ ୭୧ % ଜଳଭାଗ ଏବଂ ୨୯ % ସ୍ଥଳଭାଗ |
· ପୃଥିବୀ ପୃଷ୍ଠରେ ଥିବା ସମୁଦାୟ ଜଳଭାଗର ପ୍ରାୟ ଶତକଡା ୯୭ . ୨ ଭାଗ ଜଳ , ମହାସାଗର , ସାଗର ଓ ହ୍ରଦରେ ରହିଛି |
· ପୃଥିବୀର ସମୁଦାୟ ଜଳରୁ ୨ . ୮ ଭାଗ ମଧୁର ଜଳ |
· ହିମଟୋପର ଓ ଭୂତଳ ଜଳର ପରିମାଣ ଶତକଡା ୨. ୭୩ ଭାଗ | ଏହି ଜଳ ମନୁଷ୍ୟର ବ୍ୟବହାରରେ ଲାଗେ ନାହିଁ |
· ପୃଥିବୀ ପୃଷ୍ଠରେ ଜୀବଜଗତ ଓ ଉଦ୍ଭିଦ ଜଗତ ବ୍ୟବହାର ଉପଯୋଗୀ ଜଳର ପରିମାଣ ଶତକଡା ପ୍ରାୟ ୦ . ୦୧୫ ଭାଗ |
· ଜଳବିନା ଜୀବନ ଧାରଣ ଅସମ୍ଭବ | ତେଣୁ ‘ଜଳ ହିଁ ଜୀବନ’ ବୋଲି କୁହାଯାଇଥାଏ |
ପୃଥିବୀର ମହାସାଗର ଓ ସାଗର :-
· ପୃଥିବୀର ବାରିମଣ୍ଡଳ ମୁଖ୍ୟତଃ ମହାସାଗର , ସାଗର , ହ୍ରଦ ଆଦିକୁ ନେଇ ଗଠିତ |
· ଜଳଭାଗ ପୃଥିବୀ ପୃଷ୍ଠର ଶତକଡା ୭୧ ଭାଗ ଅର୍ଥାତ ପ୍ରାୟ ୩୬ କୋଟି ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ |
· ବାରିମଣ୍ଡଳରେ ଥିବା ଜଳରାଶିର ଶତକଡା ପ୍ରାୟ ୯୭ ଭାଗ ମୁଖ୍ୟତଃ ପୃଥିବୀର ମହାସାଗରର ଲୁଣି ଜଳ ଦ୍ଵାରା ଗଠିତ |
· ପୃଥିବୀ ପୃଷ୍ଠରେ ଚାରିଟି ମହାସାଗର ରହିଛି - ପ୍ରଶାନ୍ତ ମହାସାଗର , ଆଟଲାଣ୍ଟିକ ମହାସାଗର , ଭାରତ ମହାସାଗର , ଉତ୍ତର ମହାସାଗର ବା ସୁମେରୁ ମହାସାଗର
· ସମୁଦ୍ର କୁଳଠାରୁ କିଛିଦୂର ପର୍ଯ୍ୟନ୍ତ ମହାଦେଶର ଅଳ୍ପ ଗଡାଣିଆ ଭୂଭାଗ ଜଳ ଭିତରେ ବୁଡ଼ିରହିଛି | ଏହାକୁ ମହୀସୋପାନ କୁହାଯାଏ |
· ସମୁଦ୍ର ତଳର ଏହି ଅଧିକ ଗଡାଣିଆ ଅଞ୍ଚଳକୁ ମହୀଢାଲୁ କୁହାଯାଏ |
· ବିଭିନ୍ନ ସାମୁଦ୍ରିକ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ଧ୍ଵଂସାବଶେଷ ମହାସାଗର ତଳ ଅଂଶରେ ଜମାହୋଇ ଏକ ପ୍ରକାର କୋମଳ ପଙ୍କ ସୃଷ୍ଟି ହୁଏ | ତାହାକୁ ସିନ୍ଧୁମଳ କୁହାଯାଏ |
· ଦୁଇଟି ତରଙ୍ଗ ଶୀର୍ଷ କିମ୍ବା ତରଙ୍ଗ ପାଦର ମଧ୍ୟବର୍ତ୍ତୀ ବ୍ୟବଧାନକୁ ତରଙ୍ଗ ଦୈର୍ଘ୍ୟ କୁହାଯାଏ |
· ତରଙ୍ଗ ପାଦଠାରୁ ତରଙ୍ଗର ଶୀର୍ଷ ପର୍ଯ୍ୟନ୍ତ ଉଚ୍ଚତାକୁ ତରଙ୍ଗର ଉଚ୍ଚତା କୁହାଯାଏ |
· ସମୁଦ୍ର ତରଙ୍ଗକୁ ଜାପାନୀ ଭାଷାରେ ସୁନାମୀ କୁହାଯାଏ |
· ସମୁଦ୍ର ଜଳର ଏ ପ୍ରକାର ଉତଥାନକୁ ‘ଜୁଆର’ ଓ ପତନକୁ ଭଟ୍ଟା କୁହାଯାଏ |
· ସମୁଦ୍ରରେ ବିରାଟକାୟ ତିମିଠାରୁ ଆରମ୍ଭ କରି କ୍ଷୁଦ୍ରାଣିକ୍ଷୁଦ୍ର ଏକ କୋଷୀ ଜୀବ ପର୍ଯ୍ୟନ୍ତ ନାନା ପ୍ରକାର ଜଳଚର ଜୀବଜନ୍ତୁ ବାସ କରନ୍ତି |
· ପ୍ରବାଳ କୀଟ ଶଙ୍ଖ ଜାତୀୟ ଏକ କ୍ଷୁଦ୍ର ସାମୁଦ୍ରିକ ଜୀବ |
· ମହାସାଗର ଓ ସାଗର ତଳୁ ଆମେ ଅନେକ ମୁଲ୍ୟବାନ ଧାତବ ସମ୍ପଦ ପାଇଥାଉ |
ସେଗୁଡିକ ବୈଜ୍ଞାନିକ ପଦ୍ଧତିରେ ସମୁଦ୍ର ଗର୍ଭରୁ ସଂଗ୍ରହ କରିବାକୁ ହୋଇଥାଏ |
· ସମୁଦ୍ରତଳୁ ଖନନ କରାଯାଇ ଖଣିଜ ତୈଳ ଆହରଣ କରାଯାଇଥାଏ |
Truly Indian Brand
Truly Indian Brand