Odia Medium Class 7 Geography Chapter- 5 Byabaharika Bhugola (ବ୍ୟବହାରିକ ଭୂଗୋଳ) Notes

Language : Odia

LRNR provides this material totally free

Odia Medium Class 7 Geography Chapter- 5 Byabaharika Bhugola (ବ୍ୟବହାରିକ ଭୂଗୋଳ) Notes


·    ଯେଉଁ ଡିଗ୍ରୀ ତାପମାତ୍ରାରେ ଜଳ ବାଷ୍ପର ପରିଣତ ହୁଏ ତାକୁ ସ୍ଫୁଟନାଙ୍କ ଏବଂ ଯେଉଁ ଡିଗ୍ରୀ ତାପମାତ୍ରାରେ ଜଳ ବରଫରେ ପରିଣତ ହୁଏ ତାକୁ ହିମାଙ୍କ କୁହାଯାଏ |


·    ସାଧାରଣତଃ ତିନି ପ୍ରକାରର ଏକକ ଦ୍ଵାରା ତାପମାତ୍ରା ମପାଯାଇଥାଏ |


1.   ସେଲସିୟସ

2.   ଫାରେନହିଟ

3.   ରିଉମାର


ବାୟୁଚାପ – ବାରୋମିଟର ବା ତାପମାନଯନ୍ତ୍ର ଦ୍ଵାରା ବାୟୁ ଚାପ ନିର୍ଣ୍ଣୟ କରାଯାଏ |


·    ତାପମାନ ଯନ୍ତ୍ର ସାଧାରଣତଃ ଦୁଇ ପ୍ରକାରର


1.   ପାରଦ ଚାପମାନ ଯନ୍ତ୍ର


2.   ଆନିରଏଡ ଚାପମାନ ଯନ୍ତ୍ର


·    ହାଇଗ୍ରୋମିଟର ନାମକ ଯନ୍ତ୍ର ସାହାଯ୍ୟରେ ବାୟୁର ଆପେକ୍ଷିକ ଆର୍ଦ୍ରତା ମପାଯାଏ |


·    ବୃଷ୍ଟିର ପରିମାଣକୁ ବୃଷ୍ଟିମାପକ ଯନ୍ତ୍ର ସାହାଯ୍ୟରେ ମପାଯାଏ |


·    ଏହି ଯନ୍ତ୍ରଟି ୧୨. ୫ ସେ . ମି . ରୁ ୨୦ ସେ . ମି . ବ୍ୟାସ ବିଶିଷ୍ଟ ଏକ ତମ୍ବା ସିଲିଣ୍ଡର |


·    ପାଗ ଭାବୀସୂଚନା ସାଧାରଣତଃ ତିନି ଶ୍ରେଣୀଭୁକ୍ତ ଯଥା :-


1.   ବର୍ତ୍ତମାନ ବା ଦୈନିକ ଭାବୀସୂଚନା

2.   ସ୍ୱଳ୍ପ କାଳୀନ ଭାବୀସୂଚନା

3.   ଦୀର୍ଘକାଳୀନ ଭାବୀସୂଚନା


·    ଭୂମିରୁପ ;- ପୃଥିବୀପୃଷ୍ଠ କାଗଜ ଭଳି ସମତଳ ନୁହେଁ | ଏଥିରେ ପାହାଡ , ପର୍ବତ , ମାଳଭୂମି , ସମତଳ ଭୂମି , ଉପତ୍ୟକା ଓ ବିସ୍ତୃତ ସମୁଦ୍ର ଶଯ୍ୟା ଭଳି ଅନେକ ଭୂମିରୁପ ରହିଛି |


·    ପାହାଡ ବା ପର୍ବତ :- ନିକଟବର୍ତ୍ତୀ ସମପ୍ରାପ୍ତ ଭୂମିରୁ ହଠାତ ଉପରକୁ ଉଠିଥିବା ଭୂମିରୁପ ଗୁଡିକୁ ପାହାଡ ବା ପର୍ବତ କୁହାଯାଏ |


·    ମାଳଭୂମି :- ସମୁଦ୍ରପତ୍ତନରୁ ବହୁ ଉଚ୍ଚରେ ଥିବା ଥିବା ବିସ୍ତୃତ ସମପ୍ରାୟ ଭୂମିକୁ ମାଳଭୂମି କୁହାଯାଏ |


·    ଉପତ୍ୟକା :- ଦୁଇଟି ପାଖାପାଖି ଉଚ୍ଚଭୂମି ମଧ୍ୟବର୍ତ୍ତୀ ନିମ୍ନଭୂମିକୁ ଉପତ୍ୟକା କୁହାଯାଏ |


·    ଗିରିପଥ :- କୌଣସି ପର୍ବତମାଳାର ଶିଖର ମଧ୍ୟବର୍ତ୍ତୀ ଅପେକ୍ଷାକୃତ ନିମ୍ନଭୂମି ନେଇ ବ୍ୟବହୃତ ଯାତାୟତ ପଥକୁ ଗିରିପଥ କୁହାଯାଏ |


Ratings
No reviews yet, be the first one to review the product.