Odia Medium Class 7 Geography Chapter- Jaiba Mandala (ଜୈବମଣ୍ଡଳ) Notes

Language : Odia

LRNR provides this material totally free

Odia Medium Class 7 Geography Chapter- Jaiba Mandala (ଜୈବମଣ୍ଡଳ) Notes



·    ପରିବେଶ ବିନା ମଣିଷ ବଞ୍ଚିବା ଅସମ୍ଭବ |


·    ପ୍ରାକୃତିକ ପରିବେଶ ଜଳ , ସ୍ଥଳ , ଉଦ୍ଭିଦ ଓ ପ୍ରାଣୀମାନଙ୍କୁ ନେଇ ଗଠିତ |


·    ପ୍ରାକୃତିକ ପରିବେଶକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି , ଯଥା – ଅଜୈବିକ , ଜୈବିକ |


·    ପ୍ରାଣୀ ଓ ଉଦ୍ଭିଦକୁ ନେଇ ଜୀବଜଗତର ସୃଷ୍ଟି |


ମୃତ୍ତିକା :


·    ବୃକ୍ଷଲତାଦି ବଞ୍ଚିବା ପାଇଁ ମୃତ୍ତିକାରୁ ହିଁ ଜଳ ଓ ଆବଶ୍ୟକ ଖଣିଜ ଆଦି ସଂଗ୍ରହ କରିଥାନ୍ତି |


·    ବିଭିନ୍ନ ପ୍ରକ୍ରିୟାରେ ଶିଳା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ଶିଳା ରେଣୁରେ ପରିଣତ ହୁଏ |


·    ପରେ ଶିଳାରେଣୁର ଖଣିଜ ଅଂଶ ସହ ଜୈବିକ ଅଂଶ ମିଶିଯାଏ |


·    ଶିଳା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ସେହି ସ୍ଥାନରେ ମୃତ୍ତିକାରେ ପରିଣତ ହେଲେ ତାକୁ ଅବଶିଷ୍ଟ ମୃତ୍ତିକା କୁହାଯାଏ |


·    ଜୈବିକ ଓ ଅଜୈବିକ ଉପାଦାନ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ଯୋଗୁଁ ସୃଷ୍ଟ ପରିବେଶକୁ ପରିସଂସ୍ଥା କୁହାଯାଏ |


·    ସ୍ଥଳଭାଗରେ ଥିବା ସ୍ଵତନ୍ତ୍ର ପ୍ରକାରର ପ୍ରାଣୀ ଓ ଉଦ୍ଭିଦକୁ ନେଇ ଗଠିତ ବୃହତ ପରିସଂସ୍ଥାକୁ ଜୀବାଳୀ କୁହାଯାଏ |


·    ଜଳବାୟୁ ଓ ମୃତ୍ତିକା ଦୃଷ୍ଟିରୁ ମହାଦେଶୀୟ ପରିସଂସ୍ଥା ୩ ଭାଗରେ ବିଭକ୍ତ |


·    କ୍ରାନ୍ତିୟ , ଉପକ୍ରାନ୍ତିୟ ଓ ମେରୁଦେଶୀୟ


·    ଆକାର ପ୍ରକାର ଦୃଷ୍ଟିରୁ ପ୍ରାକୃତିକ ଉଦ୍ଭିଦକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି |


·    ଅରଣ୍ୟ , କଣ୍ଟାବୁଦା , ତୃଣଭୂମି


ଖାଦ୍ୟ ଶୃଙ୍ଖଳ :-


·    ପ୍ରାଣୀମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରି ପାରି ନ ଥାନ୍ତି | ସମସ୍ତ ପ୍ରାଣୀ ଖାଦ୍ୟ ପାଇଁ ଉଦ୍ଭିଦ ଜଗତ ଉପରେ ନିର୍ଭର କରନ୍ତି |


·    ଉଦା – ଛେଳି , ମେଣ୍ଢା , ମଇଁଷି , ଗୋରୁଗାଈ , ହରିଣ , ଠେକୁଆ ଆଦି ଘାସ ଗଛର ଡାଳପତ୍ର ଖାଇଥାନ୍ତି |


·    ବିଭିନ୍ନ ପୋକଜୋକ ଆଦିକୁ ବେଙ୍ଗ ଖାଇଥାଏ | ବେଙ୍ଗକୁ ଛୋଟ ସାପ , ଛୋଟ ଛୋଟ ସାପକୁ ବଡ ସାପ, ସାପକୁ ନେଉଳ ଖାଇ ବଞ୍ଚନ୍ତି |


·    ପରିସଂସ୍ଥାରେ ଏହିପରି ଶକ୍ତିର ସ୍ଥାନାନ୍ତରଣକୁ ଶକ୍ତି ପ୍ରବାହ କୁହାଯାଏ |

Ratings
No reviews yet, be the first one to review the product.