Odia Medim Class 7 Science Chapter 10 Udvidare Bansha Bistara ( ଉଦ୍ଭିଦରେ ବଂଶ ବିସ୍ତାର ) Question & Answer

Language : Odia

LRNR provides this material totally free

Odia Medim Class 7 Science Chapter 10 Udvidare Bansha Bistara ( ଉଦ୍ଭିଦରେ ବଂଶ ବିସ୍ତାର ) Question & Answer

ଉଦ୍ଭିଦରେ ବଂଶ ବିସ୍ତାର




1.   ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର |


(ସମାୟନ, ପରାଗଣ, ସ୍ଵପରାଗଣ, ଅଙ୍ଗୀୟ,ମେରୁନ୍ୟଷ୍ଟି, ଉଭୟଲିଙ୍ଗୀ )


a)  ଉଦ୍ଭିଦର ମୂଳା ବା କାଣ୍ଡରୁ ନୂଆ ଉଦ୍ଭିଦଟିଏ ଜାତ ହେଲେ ତାହାକୁ ଅଙ୍ଗୀୟ ଜନନ କୁହାଯାଏ |


b)  ଗୋଟିଏ ଫୁଲର ପୁଂକେଶର ଓ ଗର୍ଭକେଶର ଥିଲେ ତାହାକୁ ଉଭୟଲିଙ୍ଗୀ ଫୁଲ କୁହାଯାଏ |


c)  ପରାଗପେଟୀରୁ ଫଳିକା ଶୀର୍ଷକୁ ପରାଗରେଣୁର ସ୍ଥାନନ୍ତରକୁ ପରାଗଣ କୁହନ୍ତି |


d)  ପୁଂଯୁଗ୍ମକ ଓ ସ୍ତ୍ରୀଯୁଗ୍ମକର ମିଳନ ଦ୍ଵାରା ସମାୟନ ପ୍ରକ୍ରିୟା ଘଟିଥାଏ |


e)  ଭୃଣପୋଷ ଡିମ୍ବକର ମେରୁନ୍ୟଷ୍ଟିରୁ ବୃଦ୍ଧି ପାଇଥାଏ |



2.   ଉଦାହରଣ ସହ ବିଭିନ୍ନ ପ୍ରକାରର ଅଙ୍ଗୀୟ ଜନନ ବର୍ଣ୍ଣନା କର |


·  ଅଦା, ପିଆଜ, ରସୁଣ, ହଳଦୀ ଆଦି ଉଦ୍ଭିଦ ରୂପାନ୍ତରିତ କାଣ୍ଡ ଦ୍ଵାରା ବଂଶ ବିସ୍ତାର କରିଥାଏ |


·  ଚମ୍ପା, କାଗଜ ଫୁଲ ଆଦି ଡାଳର କଟା ଅଂଶକୁ ମାଟିରେ ପୋତିଦେଇ ଆବଶ୍ୟକମତେ ପାଣି ଦେଲେ ନୂତନ ଉଦ୍ଭିଦ ସୃଷ୍ଟି ହୋଇଥାଏ |


· ଅମରପୋଇ ପତ୍ରକୁ ମାଟିରେ ପକାଇ ଦେଲେ ପତ୍ର ମୂଳରୁ ନୂତନ ଉଦ୍ଭିଦ ଜାତ ହୁଏ |


·  କନ୍ଦମୂଳ ଓ ଡାଲିଆ ଆଦିର ମୂଳରୁ ନୂତନ ଉଦ୍ଭିଦ ସୃଷ୍ଟି ହୁଏ |


· ଇଷ୍ଟ କଳିକନ ପ୍ରଣାଳୀରେ ବଂଶ ବିସ୍ତାର କରେ |


·  ଶୈବାଳ ବିଖଣ୍ଡନ ପ୍ରଣାଳୀରେ ବଂଶ ବିସ୍ତାର କରେ |



3.   ଲିଙ୍ଗୀୟ ଜନନ କହିଲେ କ’ଣ ବୁଝାଯାଏ ?


·    ଲିଙ୍ଗୀୟ ଜନନର ଏକକକୁ ଯୁଗ୍ମକ କୁହାଯାଏ |


·    ପୁଂଯୁଗ୍ମକ ଓ ସ୍ତ୍ରୀଯୁଗ୍ମକର ମିଳନରେ ଯୁଗ୍ମଜ ଜାତ ହୁଏ |


·    ଯୁଗ୍ମକଗୁଡିକର ମିଳନକୁ ସମାୟନ କହନ୍ତି |


·    ଯୁଗ୍ମଜ ବୃଦ୍ଧି ପାଇ ଭୃଣରେ ପରିଣତ ହୁଏ ଏବଂ ଭୃଣ ବୃଦ୍ଧି ପାଇ ନୂତନ ଜୀବରେ ପରିଣତ ହୋଇଥାଏ |



4.   ଏକ ସମ୍ପୂର୍ଣ୍ଣ ଫୁଲର ନାମାଙ୍କିତ ଚିତ୍ର କର |


5.   ସ୍ଵପରାଗଣ ଓ ପରପରାଗଣ ବୁଝାଅ |


·    ଯଦି ପରାଗରେଣୁ ସେହି ଫୁଲର ଫଳିକା ଶୀର୍ଷ ବା, ସେହି ଉଦ୍ଭିଦର ଯେ କୌଣସି ଫୁଲର ଫଳିକା ଶୀର୍ଷରେ ପଡି ପରାଗଣ ହୁଏ ତାହାକୁ ସ୍ଵପରାଗ କୁହାଯାଏ |


·    ସ୍ଵପରାଗଣରେ ସେହି ଫୁଲ ବା ସେହି ଗଛର ଅନ୍ୟ ଫୁଲ ଜଡ଼ିତ ଥିବାରୁ ପରାଗରେଣୁ କମ୍ ନଷ୍ଟ ହୁଏ |


. ସ୍ଵପରାଗଣ ସମାୟନ ଓ ନୂତନ ଅପତ୍ୟ ଜାତର ସମ୍ଭାବନା ଅଧିକ ଯଥା – ଚିନାବାଦାମ, ଚଣା, ମଟର ଫୁଲ |


·    ପରାଗରେଣୁ ଯଦି ସେହି ଜାତିର ଅନ୍ୟ ଏକ ଉଦ୍ଭିଦର ଫୁଲରେ ଥିବା ଫଳିକା ଶୀର୍ଷରେ ପଡି ପରାଗଣ କରେ ତେବେ ତାକୁ ପରପରାଗଣ କୁହାଯାଏ |


·    ପରପରାଗଣ ଦ୍ଵାରା ସୁସ୍ଥ ସବଳ ଅପତ୍ୟ ଜାତ ହୋଇଥାନ୍ତି | ଯଥା – ଖଜୁରିଫୁଲ |



6.   ସପୁଷ୍ପକରେ ସମାୟନ କିପରି ହୋଇଥାଏ ?


·   ସପୁଷ୍ପକ ଉଦ୍ଭିଦରେ ସ୍ତ୍ରୀ କେଶର ଚକ୍ରର ଡିମ୍ବକରେ ଭୃଣାଶୟ ଥାଏ | ଭୃଣାଶୟରେ ଗୋଟିଏ ଡିମ୍ବକୋଷ, ଦୁଇଟି ସହାୟକ କୋଷ, ତିନୋଟି ପାତଳୀ କୋଷ ଏବଂ ଦୁଇଟି ମେରୁନ୍ୟଷ୍ଟି କୋଷ ଯୋଡି ହୋଇଥାନ୍ତି |


·    ପରାଗରେଣୁ ଫଳିକା ଶୀର୍ଷରେ ପଡିବା ପରେ ଦୁଇଟି କୋଷରେ ବିଭକ୍ତ ହୁଏ | ତାହା ହେଲା ନଳିକା କୋଷ ଓ ଜନନ କୋଷ | ନଳିକା କୋଷରୁ ନଳିକା ବାହାରି ଶାଳାକା ମଧ୍ୟ ଦେଇ ଡିମ୍ବକ ମଧ୍ୟରେ ପ୍ରବେଶ କରେ | ଏହି ସମୟରେ ଜନନ କୋଷ ଦୁଇଟି ପୁଂଯୁଗ୍ମକରେ ବିଭକ୍ତ ହୁଏ |


·    ସେଥିରୁ ଗୋଟିଏ ଡିମ୍ବକୋଷ ସହିତ ସମାୟନ କରେ | ପୁଂଯୁଗ୍ମକ ଓ ଡିମ୍ବକୋଷରେ ମିଳନକୁ ଦ୍ଵିସମାୟନ କୁହାଯାଏ ଫଳରେ ଯୁଗ୍ମଜ ସୃଷ୍ଟି ହୁଏ | ଯୁଗ୍ମଜ ବଢିଲେ ଭୃଣ ହୁଏ ଓ ଭୃଣ ରୁ ନୂତନ ଉଦ୍ଭିଦ ବଢିପାରେ |


·    ଅନ୍ୟ ଏକ ପୁଂଯୁଗ୍ମକ ଦୁଇ ମେରୁନ୍ୟଷ୍ଟି କୋଷ ସହିତ ମିଳିତ ହୋଇ ଭୃଣପୋଷ ହୁଏ | ଏହି ଭୃଣପୋଷ ଯୁଗ୍ମକକୁ ବଢି ଭୃଣ ହେବା ପାଇଁ ସାହାଯ୍ୟ କରିଥାଏ |


. ସପୁଷ୍ପକ ଉଦ୍ଭିଦରେ ଏହି ସମାୟନ ପ୍ରକ୍ରିୟାକୁ ଦ୍ଵିସମାୟନ ଓ ତ୍ରିସଂଯୋଜନ କୁହାଯାଏ | ଦ୍ଵିସମାୟନ ପରେ ଡିମ୍ବକଟି ମଞ୍ଜିରେ ପରିଣତ ହୁଏ ଓ ଡିମ୍ବାଶୟଟି ବଢି ଫଳଟିଏ ଜାତ ହୁଏ |



7.   ‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭରୁ ଉପଯୁକ୍ତ ଶବ୍ଦ ମିଳାଅ |


‘କ’              ‘ଖ’

ଆଖି          ଆଳୁ


ବିଖଣ୍ଡନ        ଶୈବାଳ


ଡିମ୍ବକ         ମଞ୍ଜି


କଳିକନ        ଇଷ୍ଟ


ପୁଂଯୁଗ୍ମକ      ପରାଗରେଣୁ



8.   କେଉଁଟି ଠିକ √ ଚିହ୍ନ ଦେଇ ଦର୍ଶାଅ |


a)  ସପୁଷ୍ପକ ଉଦ୍ଭିଦର ଜନନ ଅଙ୍ଗ ଫୁଲ ଅଟେ |√


b)  ପୁଂଯୁଗ୍ମକ ଓ ସ୍ତ୍ରୀଯୁଗ୍ମକର ମିଳନକୁ ପରାଗଣ କୁହାଯାଏ |X


c)  ଅମରପୋଇର ପ୍ରଜନନ ଅଙ୍ଗ କାଣ୍ଡ ଅଟେ |X


d)  ଚଳରେଣୁ ଦ୍ଵାରା କେତେକ ଅପୁଷ୍ପକ ଉଦ୍ଭିଦର ବଂଶବିସ୍ତାର ହୋଇଥାଏ |√


e)  ମୂଳ ଦ୍ଵାରା କନ୍ଦମୂଳର ବଂଶବିସ୍ତାର ହୋଇଥାଏ |√



9.   ନିମ୍ନପ୍ରଦତ୍ତ ଉଦ୍ଭିଦମାନଙ୍କର ବଂଶବିସ୍ତାର କିପରି ହୋଇଥାଏ |


ଉଦ୍ଭିଦ         ବଂଶବିସ୍ତାର


ଧାନ          ଫୁଲ


ଗହମ         ଫୁଲ


ମୁଗ          ଫୁଲ


ହରଡ଼         ଫୁଲ


 ଆଳୁ         କାଣ୍ଡ


ପିଆଜ         କାଣ୍ଡ


କନ୍ଦମୂଳ        ମୂଳ


କାଗଜଫୁଲ      ଡାଳ


କଦଳୀ         ମୂଳ


ଗୋଲାପ       ଡାଳ



10. ଅଙ୍ଗୀୟ ଓ ଲିଙ୍ଗୀୟ ଜନନ କିପରି ସାହାଯ୍ୟ କରିଥାନ୍ତି ?


. ଅଙ୍ଗୀୟ ଓ ଲିଙ୍ଗୀୟ ଜନନ ଉଦ୍ଭିଦକୁ ବଂଶବୃଦ୍ଧିରେ ସାହାଯ୍ୟ କରିଥାନ୍ତି |

Ratings
No reviews yet, be the first one to review the product.