Odia Medium Class 7 Science Chapter 10 Udvidare Bansha Bistara ( ଉଦ୍ଭିଦରେ ବଂଶ ବିସ୍ତାର ) Notes

Language : Odia

LRNR provides this material totally free

Odia Medium Class 7 Science Chapter 10 Udvidare Bansha Bistara ( ଉଦ୍ଭିଦରେ ବଂଶ ବିସ୍ତାର ) Notes

ଉଦ୍ଭିଦରେ ବଂଶ ବିସ୍ତାର



·  ନିଜ ପାରି ଆଉ ଗୋଟିଏ ଜୀବ ସୃଷ୍ଟି କରିବା ପ୍ରକ୍ରିୟାକୁ, ପ୍ରଜନନ କୁହାଯାଏ |


· ଏହି ପ୍ରଜନନ ପ୍ରକ୍ରିୟା ଦ୍ଵାରା ପ୍ରତ୍ୟେକ ଉଦ୍ଭିଦ ବା ପ୍ରାଣୀ ନିଜର ବଂଶ ବିସ୍ତାର କରିଥାନ୍ତି |


·  ଉଦ୍ଭିଦମାନେ ସାଧାରଣତଃ ୩ ଟି ଉପାଯରେ ବଂଶ ବିସ୍ତାର କରନ୍ତି ;

a)      ଅଙ୍ଗୀୟ

b)      ଅଲିଙ୍ଗୀ

c)      ଲିଙ୍ଗୀୟ


· ଉଦ୍ଭିଦର ମୂଳ, କାଣ୍ଡ ଓ ପତ୍ର ପରି ଅଙ୍ଗୀୟ ଅଂଶରୁ ଏକ ନୂତନ ଉଦ୍ଭିଦ ଜାତ ହେଲେ ତାହାକୁ ଅଙ୍ଗୀୟ ଜନନ କୁହାଯାଏ |


· ଅଦା, ପିଆଜ, ରସୁଣ, ହଳଦୀ ଆଦି ଉଦ୍ଭିଦ ରୂପାନ୍ତରିତ କାଣ୍ଡ ଦ୍ଵାରା ବଂଶବିସ୍ତାର କରିଥାନ୍ତି |


· ଚମ୍ପା, କାଗଜ ଫୁଲ ଆଦି ଡାଳର କଟା ଅଂଶକୁ ମାଟିରେ ପୋତିଦେଇ ଆବଶ୍ୟକ ଯେତେ ପାଣିଦେଲେ ନୂତନ ଉଦ୍ଭିଦ ସୃଷ୍ଟି ହୋଇଥାଏ  |


· ଅମରପୋଇ ପତ୍ରକୁ ମାଟିରେ ପକାଇ ଦେଲେ ପତ୍ର ମୁକୁଳରୁ ନୂତନ ଉଦ୍ଭିଦ ଜାତ ହୁଏ |


· କନ୍ଦମୂଳ ଓ ଡାଲିଆ ଆଦିର ମୂଳରୁ ନୂତନ ଉଦ୍ଭିଦ ସୃଷ୍ଟି ହୁଏ |


· ଯେଉଁ ଗଛର ଫୁଲ ରହିଥାଏ, ତାହାକୁ ସପୁଷ୍ପକ ଏବଂ ଯେଉଁ ଗଛର ଫୁଲ ରହିନଥାଏ ତାହାକୁ ଅପୁଷ୍ପକ ଉଦ୍ଭିଦ କୁହଯାଏ |


· ଏ ସବୁ ହେଉକି ସପୁଷ୍ପକ ଉଦ୍ଭିଦର ଅଙ୍ଗୀୟ ଜନନ ଦ୍ଵାରା  ବଂଶ ବିସ୍ତାର |


· ଅନେକ ଅପୁଷ୍ପକ ଉଦ୍ଭିଦ ଅଛନ୍ତି, ସେମାଙ୍କୁ ଦେଖିବା ପାଇଁ ଅଣୁବୀକ୍ଷଣ ଯନ୍ତ୍ର ବ୍ୟବହାର କରାଯାଏ |


· ସେମାନଙ୍କର କାଣ୍ଡ, ପତ୍ର ବା ମୂଳ ନ ଥାଏ | କିନ୍ତୁ ସେମାନଙ୍କର ସାଧାରଣତଃ ଅଙ୍ଗୀୟ ଜନନ ଦ୍ଵାରା ବଂଶ ବିସ୍ତାର ହୋଇଥାଏ | ସେଗୁଡିକ ମଧ୍ୟରୁ ଦୁଇଟି ହେଲା – କଳିକନ  ଓ ବିଖଣ୍ଡନ |



କଳିକନ :-


· ଇଷ୍ଟ ଏକ ଏକକୋଷୀ କବକ | ଉପଯୁକ୍ତ ପୋଷଣ ଓ ପରିବେଶ ମିଳିଲେ ଏହା ଅତି ଅଳ୍ପ ସମୟ ମଧ୍ୟରେ ନିଜର ବଂଶ ବିସ୍ତାର କରିଥାଏ |


· ଇଷ୍ଟ କୋଷରେ ନୂତନ କଳିକାମାନ ବଢିଥିବାର ଅଣୁବୀକ୍ଷଣ ଯନ୍ତ୍ର ଦ୍ଵାରା ଦେଖି ପାରିବ |


· ସେଗୁଡିକ ମାତୃକୋଷରୁ ଅଲଗା ହୋଇଗଲେ, ନୂତନ କବକ ସୃଷ୍ଟି କରିଥାନ୍ତି |



ବିଖଣ୍ଡନ :-


· ଶୈବାଳକୁ ଜଳ ଓ ଉପଯୁକ୍ତ ପୋଷଣ ମିଳିଲେ ସେମାନେ ଦ୍ରୁତ ଗତିରେ ବଢିଥାନ୍ତି ଏବଂ ବିଖଣ୍ଡନ ଦ୍ଵାରା ବଂଶ ବିସ୍ତାର କରନ୍ତି | ପ୍ରତ୍ୟେକ ବିଖଣ୍ଡିତ ଅଂଶରୁ ନୂଆ ଶୈବାଳ ବଢିଥାଏ |


· ଉଦାହରଣ – ସ୍ପାଇରୋଗାଇରା



ଅଲିଙ୍ଗୀଜନନ :-


· ଏହି ପ୍ରକ୍ରିୟାରେ ପ୍ରଜନନ ଗୁଣ ଥିବା ଏକ ପ୍ରକାର ବିଶେଷ ଏକକ ସୃଷ୍ଟି ହୋଇଥାଏ, ତାହାକୁ ରେଣୁ କୁହାଯାଏ |


· ରେଣୁଗୁଡିକ ଚଳନକ୍ଷମ ହୋଇଥିଲେ, ସେଗୁଡିକୁ ଚଳରେଣୁ କୁହନ୍ତି |


· ଅନେକ କବକ ଓ ଶୈବାଳ ଚଳରେଣୁ ବଂଶ ବିସ୍ତାର କରିଥାନ୍ତି |


. ସେହିପରି ପେନସିଲିୟମ ପରି ଅନେକ କବକରେ କୋନିଡିଆ ବା ବାହ୍ୟରେଣୁ ଦ୍ବାରା ଅଲିଙ୍ଗିଜନନ ହୋଇଥାଏ |


· ଚଳରେଣୁ ଉଦ୍ଭିଦ ମଧ୍ୟରେ ରେଣୁପେଟି ନାମକ ବିଶେଷ ଅଂଶରେ ସୃଷ୍ଟି ହୋଇଥାଏ | କିନ୍ତୁ ବାହ୍ୟରେଣୁ ଧାରକର ଅଗ୍ରଭାଗରେ ସୃଷ୍ଟି ହୋଇଥାଏ |



ଲିଙ୍ଗୀୟଜନନ :-


· ଲିଙ୍ଗୀୟଜନନର ଏକକକୁ ଯୁଗ୍ମକ କୁହାଯାଏ | ପୁଂଯୁଗ୍ମକ ଓ ସ୍ତ୍ରୀଯୁଗ୍ମକର ମିଳନରେ ଯୁଗ୍ମଜଗୁଡିକର ମିଳନକୁ ସମାୟନ କୁହାଯାଏ |


. ଉଦ୍ଭିଦର ପ୍ରଜନନ ଅଂଶ ଫୁଲରେ ଥାଏ | ପୁଂକେଶର ଓ ଫଳିକା ବା ଗର୍ଭକେଶର ଚକ୍ର ଯଥାକ୍ରମେ ଉଦ୍ଭିଦର ପୁରୁଷ ଓ ସ୍ତ୍ରୀ ପ୍ରଜନନ ଅଙ୍ଗ |


· ଦୁଇ ପ୍ରକାରର ଫୁଲ ଗୋଟିଏ ଗଛରେ ଥିଲେ, ତାହାକୁ ଏକବାସୀ ଉଦ୍ଭିଦ କୁହାଯାଏ |

· ଉଦାହରଣ –କଖାରୁ ଗଛ


· ଉଭୟ ପୁଂକେଶର ଓ ଗର୍ଭକେଶର ଗୋଟିଏ ଫୁଲରେ ଥିଲେ, ତାହାକୁ ଦ୍ଵିଲିଙ୍ଗୀ କୁହାଯାଏ |

·  ଉଦାହରଣ – ସୋରିଷ ଓ ମନ୍ଦାର ଫୁଲ


· ଯେଉଁ ଗଛରେ କେବଳ ଅଣ୍ଡିରା ଫୁଲ ବା ମାଈ ଫୁଲ ହୋଇଥାଏ, ତାହାକୁ ଦ୍ଵିବାସୀ ଉଦ୍ଭିଦ କୁହାଯାଏ |

· ଉଦାହରଣ –ଖଜୁରୀ ଓ ତାଳ ଗଛ



ପରାଗଣ :-


· ପରାଗପେଟିରୁ ପରାଗରେଣୁର ଫଳିକାଶୀର୍ଷକୁ ସ୍ଥାନାନ୍ତର ପରାଗଣ କୁହାଯାଏ |


· ପରାଗରେଣୁର ଉପର ଆବରଣ ଶକ୍ତ ହୋଇଥିବାରୁ ସ୍ଥାନାନ୍ତର ବେଳେ ତାହାର କିଛି କ୍ଷତି ହୋଇନଥାଏ |


· ପରାଗଣ ଦୁଇ ପ୍ରକାରର :-

a) ସ୍ଵପରାଗଣ  

b) ପରପରାଗଣ


· ଯଦି ପରାଗରେଣୁ ସେହି ଫୁଲର ଫଳିକା ଶୀର୍ଷ ବା ସେହି ଉଦ୍ଭିଦର ଯେ କୌଣସି ଫୁଲର ଫଳିକା ଶୀର୍ଷରେ ପଡି ପରାଗଣ କରେ, ତାହାକୁ ସ୍ଵପରାଗଣ କୁହାଯାଏ |

· ଉଦାହରଣ – ଚିନାବାଦାମ, ଚଣା ଏବଂ ମଟର ଫୁଲ |


· ପରାଗରେଣୁ ଯଦି ସେହି ଜାତିର ଅନ୍ୟ ଏକ ଉଦ୍ଭିଦର ଫୁଲରେ ଥିବା ଫଳିକା ଶୀର୍ଷରେ ପଡି ପରାଗଣ କରେ ତେବେ ତାହାକୁ ପରପରାଗଣ କୁହାଯାଏ |

· ଉଦାହରଣ – ଖଜୁରୀ ଫୁଲ |


· ବାୟୁ, ଜଳ, କୀଟପତଙ୍ଗ ଓ ଜୀବଜନ୍ତୁଙ୍କ ଦ୍ୱାରା ପରାଗଣ ହୋଇଥାଏ |



ସମାୟନ :-


· ସପୁଷ୍ପକ ଉଦ୍ଭିଦରେ ସ୍ତ୍ରୀ କେଶର ଚକ୍ରର ଡିମ୍ବକରେ ଭୃଣାଶୟ ଥାଏ |


· ଭୃଣାଶୟରେ ଗୋଟିଏ ଡିମ୍ବକୋଷ, ଦୁଇଟି ସହାୟକ କୋଷ, ତିନୋଟି ପାତାଳୀ କୋଷ ଏବଂ ଦୁଇଟି ମେରୁନ୍ୟଷ୍ଟି କୋଷ ଯୋଡି ହୋଇଥାନ୍ତି |


· ପରାଗରେଣୁ ଫଳିକା ଶୀର୍ଷରେ ପଡିବା ପରେ ଦୁଇଟି କୋଷରେ ବିଭକ୍ତ ହୁଏ, ନଳିକା କୋଷ ଓ ଜନନ କୋଷ |


· ନଳିକା କୋଷରୁ ନଳିକା ବାହାରି ଶଳାକା ମଧ୍ୟ ଦେଇ ଡିମ୍ବକ ମଧ୍ୟରେ ପ୍ରବେଶ କରେ |


· ଏହି ସମୟରେ ଜନନ କୋଷ ଦୁଇଟି ପୁଂଯୁଗ୍ମକରେ ବିଭକ୍ତ ହୁଏ | ସେଥିରୁ ଗୋଟିଏ ଡିମ୍ବକୋଷ ସହିତ ସମାୟନ କରେ |


·  ପୁଂଯୁଗ୍ମଜ ଓ ଡିମ୍ବକୋଷର ମିଳନକୁ ଦ୍ଵିସମାୟନ କୁହାଯାଏ |


·  ଯୁଗ୍ମଜ ବଢିଲେ ଭୃଣ ହୁଏ ଓ ଭୃଣରୁ ନୂତନ ଉଦ୍ଭିଦ ବଢିପାରେ |


· ଦ୍ଵିସମାୟନ ପରେ ଡିମ୍ବକଟି ମଞ୍ଜିରେ ପରିଣତ ହୁଏ ଓ ଡିମ୍ବାଶୟଟି ବଢି ଫଳଟିଏ ଜାତ ହୁଏ |

Ratings
No reviews yet, be the first one to review the product.