Odia Medium Class 7 Science Chapter 11 Gati O Samaya ( ଗତି ଓ ସମୟ ) Notes

Language : Odia

LRNR provides this material totally free

Odia Mdium Class 7 Science Chapter 11 Gati O Samaya ( ଗତି ଓ ସମୟ ) Notes

ଗତି ଓ ସମୟ



·    ଗୋଟିଏ ବସ୍ତୁ ଗତି କଲାବେଳେ ତାର ଗତି ସରଳରୈଖିକ, ବୃତ୍ତୀୟ , ଦୋଳନ, ଆବର୍ତ୍ତୀ ହୋଇପାରେ ଅଥବା ଏମାନଙ୍କ ମଧ୍ୟରୁ ଏକାଧିକ ପ୍ରକାର ଗତିର ସମ୍ମିଶ୍ରଣ ମଧ୍ୟ ହୋଇପାରେ |


ବେଗ : -


·    ଏକକ ସମୟରେ ଗୋଟିଏ ବସ୍ତୁ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ବସ୍ତୁର ବେଗ କୁହାଯାଏ |


·    ବେଗର ଏକକ ମିଟର/ସେକେଣ୍ଡ ଅଟେ |


·    ହାରାହାରି ବେଗ = ଗତି କରିଥିବା ମୋଟ ଦୁରତ୍ଵ ଗତି ପାଇଁ ନେଇଥିବା ମୋଟ ସମୟ l


·    ସାଧାରଣତଃ ଗୋଟିଏ ବସ୍ତୁ ଗତି କଲାବେଳେ ଯଦି ତା’ର ବେଗ ପରିବର୍ତ୍ତିତ ହୁଏ, ଏପରି ଗତିକୁ ନୈକ ସମାନ ବା ଅସମ ଗତି କୁହାଯାଏ |


·    ଯଦି କୌଣସି କ୍ଷେତ୍ରରେ ଏକ ସରଳରେଖାରେ ଗତି କରୁଥିବା ଗୋଟିଏ ବସ୍ତୁର ବେଗ ଅପରିବର୍ତ୍ତିତ ରହେ ତେବେ ସେପରି ଗତିକୁ ସମଗତି କୁହାଯାଏ |


ସମୟର ମାପ ଏବଂ ଏକକ : -


·    ସମୟ ଜାଣିବା ପାଇଁ ଘଣ୍ଟାର ବ୍ୟବହାର କରାଯାଇଥାଏ |


·    ସମୟ ମାପିବା ପାଇଁ ପ୍ରତ୍ୟେକ ଘଣ୍ଟାରେ ବସ୍ତୁର ଦୋଳନ ଗତି ବା ଆବର୍ତ୍ତୀ ଗତି ହିଁ ସାଧାରଣତଃ ବ୍ୟବହାର କରାଯାଏ |


·    ଯେଉଁ ସରଳ ଦୋଳକର ଦୋଳନ ସମୟ ୨ ସେକେଣ୍ଡ ଅଟେ, ତାହାକୁ ସେକେଣ୍ଡ ଦୋଳନ କୁହାଯାଏ |


·    ସମୟର ମୌଳିକ ଏକକ ସେକେଣ୍ଡ ଅଟେ |


·    କୌଣସି କ୍ଷେତ୍ରରେ ବୃହତ୍ତର ଏକକ ରୂପେ ମିନିଟ୍ ବା ଘଣ୍ଟାକୁ ମଧ୍ୟ ବ୍ୟବହାର କରାଯାଏ |


ବେଗର ଏକକ = ଦୂରତା / ସମୟ (ମିଟର / ସେକେଣ୍ଡ )


ଦୂରତା = ବେଗ X ସମୟ 


ସମୟ = ଦୂରତା / ବେଗ


ଗ୍ରାଫ : -


·    ଗୋଟିଏ ବସ୍ତୁର ଗତିକୁ ସମୟ – ଦୂରତା ଗ୍ରାଫ ଦ୍ଵାରା ଉପସ୍ଥାପନା କରାଯାଏ |


·    ଏକ ସମାନ ବେଗରେ ଗତି କରୁଥିବା ବସ୍ତୁର ସମୟ – ଦୂରତା ଗ୍ରାଫ ଏକ ସରଳ ରୈଖିକ ଗ୍ରାଫ ଅଟେ |


·    ଗତି ଜନିତ ଅନେକ ପ୍ରଶ୍ନ ସମାଧାନ କରିବାରେ ଗ୍ରାଫ ସାହାଯ୍ୟ କରେ |


ଗ୍ରାଫ ମୁଖ୍ୟତଃ ତିନି ପ୍ରକାରର ରହିଥାଏ :


        I.      ବାର୍ ଗ୍ରାଫ

     II.      ପାଇ ଚାର୍ଟ

   III.      ରେଖା ଗ୍ରାଫ୍


ଗ୍ରାଫ ଅଙ୍କନ ପାଇଁ ବହୁତ ଗୁଡିଏ ନିୟମ ରହିଥାଏ ଏବଂ ଏହା ବହୁତ ସରଳ ହୋଇଥାଏ |

Ratings
No reviews yet, be the first one to review the product.