Odia Medium Class 7 Science Chapter 12 Bidyut Srota ( ବିଦ୍ୟୁତ୍ ସ୍ରୋତ ) Notes

Language : Odia

LRNR provides this material totally free

Odia Medium Class 7 Science Chapter 12 Bidyut Srota ( ବିଦ୍ୟୁତ୍ ସ୍ରୋତ ) Notes

ବିଦ୍ୟୁତ୍ ସ୍ରୋତ



ବିଦ୍ୟୁତ୍ ସେଲ୍ ବିଦ୍ୟୁତର ଉତ୍ସ | ଏକାଧିକ ବିଦ୍ୟୁତ୍ ସେଲର ସଂଯୋଗକୁ ବ୍ୟାଟେରୀ କୁହାଯାଏ | ବିଦ୍ୟୁତ୍ ସ୍ରୋତ ପ୍ରବାହ ପାଇଁ ସୁପରିବାହୀ ଧାତବ ତାରର ଆବଶ୍ୟକତା ହୋଇଥାଏ | କୌଣସି ବିଦ୍ୟୁତ୍ ପରିପଥକୁ ମୁଦିତ ବା ମୁକ୍ତ କରିବାକୁ ବିଦ୍ୟୁତ୍ ସୁଇଚ୍ ବ୍ୟବହାର କରାଯାଏ |


·    ବିଦ୍ୟୁତ୍ ପରିପଥରେ ବିଦ୍ୟୁତ୍ ସୁଇଚ୍ ବା “କି” ଯେ କୌଣସି ସ୍ଥାନରେ ଖଞ୍ଜା ଯାଇ ପାରିବ |


·    ବିଦ୍ୟୁତ୍ ସୁଇଚ୍ ଟି ମୁଦିତ ଅବସ୍ଥାରେ ପରିପଥରେ ବିଦ୍ୟୁତ୍ ସ୍ରୋତ ଯୁକ୍ତ ବିଦ୍ୟୁତ୍ ଅଗ୍ରରୁ ବିଯୁକ୍ତ ବିଦ୍ୟୁତ୍ ଅଗ୍ରକୁ ପ୍ରବାହିତ ହୁଏ |


·    ଯେତେବେଳେ ବିଦ୍ୟୁତ୍ ସୁଇଚ୍ କୁ ମୁକ୍ତ କରାଯାଏ, ସେତେବେଳେ ବିଦ୍ୟୁତ୍ ସ୍ରୋତ ପରିପଥରେ ପ୍ରବାହିତ ହୁଏ ନାହିଁ |


 

ବିଦ୍ୟୁତ୍ ସ୍ରୋତର ତାପୀୟ ପ୍ରଭାବ : -


ନିକ୍ରୋମ୍ ତାରଟିରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଉତ୍ତପ୍ତ ହୁଏ | ଏହାକୁ ବିଦ୍ୟୁତ୍ ସ୍ରୋତର “ ତାପୀୟ ପ୍ରଭାବ” କୁହାଯାଏ |


·    ହିଟର୍ ରେ ନିକ୍ରୋମ୍ ଧାତୁର ଏକ ତାରକୁଣ୍ଡଳୀ ଥାଏ | ବିଦ୍ୟୁତ୍ ସ୍ରୋତ ଏହି ତାରକୁଣ୍ଡଳୀ ମଧ୍ୟ ଦେଇ ପ୍ରବାହିତ ହେଲେ କୁଣ୍ଡଳୀଟି ଉତ୍ତପ୍ତ ହୁଏ ଏବଂ ତାପ ପ୍ରଦାନ କରେ |


·    ତାପର ପରିମାଣ, ତାର ଯେଉଁ ପଦାର୍ଥରୁ ତିଆରି ତାହା ଉପରେ ନିର୍ଭର କରେ |


·    ସାଧାରଣତଃ ବିଦ୍ୟୁତ୍ ପରିବାହୀ ତାର ଉପରେ କୁପରିବାହୀ ପଦାର୍ଥର ଗୋଟିଏ ଆବରଣ ଦିଆଯାଇଥାଏ | ଏହାକୁ ରୋଧନ କୁହାଯାଏ |


·    ଏହା ଫଳରେ ତାରକୁ ହାତରେ ଧରିଲେ ମଧ୍ୟ କୌଣସି କ୍ଷତି ହୁଏ ନାହିଁ |



ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ : -


·    ବୈଜ୍ଞାନିକ ହାନସ୍ କ୍ରିଷ୍ଟିୟାନ ଓରଷ୍ଟେଡ଼୍ ପ୍ରଥମେ ଗୋଟିଏ ବିଦ୍ୟୁତ୍ ପରିବାହୀ ତାରରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କରି ସୂଚୀ ଚୁମ୍ବକର ବିକ୍ଷେପଣ ଦେଖିଥିଲେ |


·    ବିଦ୍ୟୁତ୍ ତାରରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଏହାର ଚୁମ୍ବକୀୟ ପ୍ରଭାବ ଅନୁଭୂତ ହୁଏ |


·    ଅନ୍ତରକ ବା ରୋଧନ ଯୁକ୍ତ ବିଦ୍ୟୁତ୍ ପରିବାହୀ ତାରକୁ କୋମଳ ଲୁହା ଉପରେ ଗୁଡାଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କଲେ କୋମଳ ଲୁହାଟି ବିଦ୍ୟୁତ୍ – ଚୁମ୍ବକରେ ପରିଣତ ହୁଏ |


·    ଏହି ବିଦ୍ୟୁତ୍ – ଚୁମ୍ବକୀୟ ଧର୍ମକୁ ବ୍ୟବହାର କରି ବିଭିନ୍ନ ଯନ୍ତ୍ରପାତି ଆମର ବିଭିନ୍ନ କାର୍ଯ୍ୟରେ ଲାଗୁଛି |


·    ସ୍ଵତନ୍ତ୍ର ଭାବେ ନିର୍ମିତ ବିଦ୍ୟୁତ୍ ଟାରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କରାଇଲେ ତାହା ଶୀଘ୍ର ତରଳି ଛିଣ୍ଡିଯାଏ |


. ଏହି ପ୍ରକାର ତାରରୁ ଫ୍ୟୁଜ୍ ତିଆରି ହୁଏ | ଏହି ଫ୍ୟୁଜ୍ ବିଦ୍ୟୁତ୍ ପରିପଥରେ ବ୍ଯବହୃତ ହେବା ଫଳରେ ବୈଦ୍ୟୁତିକ ଯନ୍ତ୍ରପାତି ନଷ୍ଟ ହେବାରୁ ରକ୍ଷାପାଏ |

Ratings
No reviews yet, be the first one to review the product.