- SCHOOL BOARDS
- BSE/CHSE ODISHA
- CLASS 7
- SCIENCE
- Odia Medium Class 7 Science Chapter 13 Ketoti Prakrutika Ghatanabali ( କେତୋଟି ପ୍ରାକୃତିକ ଘଟଣାବଳୀ ) Notes
![](https://ik.imagekit.io/lrnr/product/20220525/science-class-7-bse-odisha-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-RsVKvwmNiMel.png?tr=w-1024,h-576,ar-16-9,cm-pad_resize)
Odia Medium Class 7 Science Chapter 13 Ketoti Prakrutika Ghatanabali ( କେତୋଟି ପ୍ରାକୃତିକ ଘଟଣାବଳୀ ) Notes
Language : Odia
LRNR provides this material totally free
Odia Medium Class 7 Science Chapter 13 Ketoti Prakrutika Ghatanabali ( କେତୋଟି ପ୍ରାକୃତିକ ଘଟଣାବଳୀ ) Notes
କେତୋଟି ପ୍ରାକୃତିକ ଘଟଣାବଳୀ
ଓଡ଼ିଶାରେ ହୋଇଥିବା ମହାବାତ୍ୟା : -
· ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖରେ ଆରମ୍ଭ ହୋଇ ଦୀର୍ଘ ୩ ଦିନ ଓଡ଼ିଶାରେ ମହାବାତ୍ୟା ରହିଥିଲା |
· ଏହି ବାତୟାରେ ପବନର ବେଗ ଘଣ୍ଟାକୁ ୨୬୦ କି. ମି. ଥିଲା |
· ସମୁଦ୍ରରୁ ଜୁଆର ମଧ୍ୟ ୯ ମିଟର ଉଚ୍ଚରେ ସମୁଦ୍ର କୁଳିଆ ଅଞ୍ଚଳକୁ ମାଡି ଆସିଲା | ଫଳରେ ଏହି ବାତୟାରେ ପ୍ରାୟ ୪୫,୦୦୦ ଘରଦ୍ଵାର ଭାଙ୍ଗି ଏବଂ ୭,୦୦,୦୦୦ ଲୋକ ଗୃହଶୂନ୍ୟ ହୋଇଥିଲେ |
· ୧୦,୦୦୦ ରୁ ଉର୍ଦ୍ଧ୍ଵ ଲୋକଙ୍କର ଜୀବନହାନି ଘଟିଲା | ହଜାର ହଜାର ଜୀବଜନ୍ତୁ ପ୍ରାଣ ହରାଇଥିଲେ |
· କୋଟି କୋଟି ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିଲା |
ବାୟୁ : -
· ଆମ ଚାରିପାଖରେ ଥିବା ବାୟୁର ଚାପ ଅଛି |
· ବାୟୁ ଚାପ ପକାଏ |
· ଅଧିକ ବେଗରେ ପବନ ବହିଲେ ବାୟୁର ଚାପ ହ୍ରାସ ହୁଏ |
· ପବନର ବେଗ ବଢିଲେ ବାୟୁର ଚାପ କମେ |
. ବାୟୁ ଉତ୍ତପ୍ତ ହେଲେ ପ୍ରସାରିତ ହୁଏ ଏବଂ ଥଣ୍ଡା ହେଲେ ସଙ୍କୁଚିତ ହୋଇଥାଏ |
ପବନ ସ୍ରୋତ : -
ପୃଥିବୀ ପୃଷ୍ଠରେ ବାୟୁମଣ୍ଡଳର ତାପମାତ୍ରାରେ ତାରତମ୍ୟ ହେତୁ ପବନ ପ୍ରବାହିତ ହୁଏ |
a) ବିଷୁବରେଖା ଏବଂ ମେରୁ ଅଞ୍ଚଳର ତାପମାତ୍ରାରେ ତାରତମ୍ୟ : -
· ବିଷୁବରେଖା ନିକଟସ୍ଥ ଅଞ୍ଚଳ ସୂର୍ଯ୍ୟଙ୍କଠାରୁ ସର୍ବାଧିକ ତାପ ପାଇଥାନ୍ତି | ଫଳରେ ଏହି ଅଞ୍ଚଳର ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠିଯାଏ |
· ଏହାର ସ୍ଥାନ ପୂରଣ କରିବାକୁ ପ୍ରାୟ ୧୦° - ୩୦° ଅକ୍ଷାଂଶ ମଧ୍ୟରେ ଥିବା ଅଞ୍ଚଳର ଥଣ୍ଡା ବାୟୁ ବିଷୁବରେଖା ଅଞ୍ଚଳକୁ ଉଭୟ ଦକ୍ଷିଣ ଓ ଉତ୍ତର ଦିଗକୁ ପ୍ରବାହିତ ହୁଏ |
· ମେରୁ ଅଞ୍ଚଳର ବାୟୁ ୬୦° ଅକ୍ଷାଂଶ ଅଞ୍ଚଳରେ ଥିବା ବାୟୁ ଅପେକ୍ଷା ଅଧିକ ଥଣ୍ଡା ଥାଏ |
· ଏହି ୬୦° ଅକ୍ଷାଂଶଅଞ୍ଚଳର ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠିଯାଏ ଏବଂ ମେରୁ ଅଞ୍ଚଳରୁ ଥଣ୍ଡା ବାୟୁ ଏହି ସ୍ଥାନ ପୂରଣ କରିବାକୁ ଏହି ଅଞ୍ଚଳକୁ ପ୍ରବାହିତ ହୁଏ |
· ବାୟୁ ଉତ୍ତର – ଦକ୍ଷିଣ ଦିଗରେ ଉତ୍ତରରୁ ଦକ୍ଷିଣ କିମ୍ବା ଦକ୍ଷିଣରୁ ଉତ୍ତର ଦିଗକୁ ପ୍ରବାହ ହୁଅନ୍ତା | ମାତ୍ର ପୃଥିବୀର ଆବର୍ତ୍ତନ ଗତି ହେତୁ ଏହି ଦିଗ ପରିବର୍ତ୍ତନ ହୁଏ |
b) ସ୍ଥଳଭାଗ ଓ ଜଳଭାଗ ଅସମ ଭାବରେ ଉତ୍ତପ୍ତ ହୁଏ : -
· ଖରାଦିନେ ବିଷୁବରେଖା ନିକଟବର୍ତ୍ତୀ ସ୍ଥଳଭାଗର ବାୟୁ ସେହି ଅଞ୍ଚଳରେ ଥିବା ମହାସାଗରର ଜଳଭାଗ ଅପେକ୍ଷା ଶୀଘ୍ର ଉତ୍ତପ୍ତ ହୋଇଥାଏ |
· ଫଳରେ ସ୍ଥଳଭାଗ ଅଞ୍ଚଳର ବାୟୁ ଉପରକୁ ଉଠିଯାଏ ଏବଂ ମହାସାଗର ଅଞ୍ଚଳରୁ ସ୍ଥଳଭାଗ ଆଡକୁ ବାୟୁ ପ୍ରବାହିତ ହୁଏ | ଏହାକୁ “ମୌସୁମୀ ବାୟୁ” କୁହାଯାଏ |
· ଏହି “ମୌସୁମୀ” ଶବ୍ଦଟି ଆରବିକ୍ ଶବ୍ଦ “ମଉସମ୍”ରୁ ଆନୀତ, ଯାହାର ଅର୍ଥ ଋତୁ |
· ମାତ୍ର ଶୀତଦିନେ ବାୟୁ ପ୍ରବାହ ଏହାର ବିପରୀତ ଦିଗରେ ହୁଏ | ଅର୍ଥାତ୍ ଏହା ସ୍ଥଳଭାଗରୁ ଜଳଭାଗକୁ ପ୍ରବାହିତ ହୁଏ |
. ମହାସାଗଡ଼ରୁ ଆସୁଥିବା ବାୟୁ ଅଧିକ ଜଳ ଧାରଣ କରିଥାଏ | ଏହା “ଜଳଚକ୍ର” ର ଅଂଶ ବିଶେଷ |
· ମୌସୁମୀ ବାୟୁ ଜଳଧରି ଆସେ ଏବଂ ବର୍ଷା କରାଏ | ଶସ୍ୟ ଉତ୍ପାଦନ ପାଇଁ ଏହା ନିହାତି ଆବଶ୍ୟକ |
ବିଜୁଳି – ଘଡଘଡି ସହ ଝଡବର୍ଷା ଓ ବାତ୍ୟା : -
· ଯେତେବେଳେ ବାୟୁ ଅତ୍ୟଧିକ ଉତ୍ତପ୍ତ ହୋଇ ଉପରକୁ ଉଠିଯାଏ ସେତେବେଳେ ସେଠାରେ ଥିବା ଜଳକଣାକୁ ଧରିନିଏ | ଫଳରେ ଥଣ୍ଡା ଓ ଓଜନିଆ ହୋଇ ତଳକୁ ଖସିଆସେ |
· ଉପରୁ ଆସୁଥିବା ଜଳକଣାବାହୀ ବାୟୁ ଉପରକୁ ଉଠୁଥିବା ବାୟୁର ଘର୍ଷଣ ହେତୁ ବିଜୁଳି ଓ ଘଡଘଡି ସୃଷ୍ଟି ହୁଏ |
· ଏହା ସହ ଝଡ ବର୍ଷା ମଧ୍ୟ ହୋଇପାରେ |
ବାତ୍ୟା ସମୟରେ ନିରାପତ୍ତା ବ୍ୟବସ୍ଥା : -
· ବାତ୍ୟା ବିଷୟରେ ଆଗୁଆ ସୂଚନା ଜନସାଧାରଣଙ୍କୁ ଜଣାଇବା ଏବଂ ସତର୍କତା ମୂଳକ ସେବା ପ୍ରଦାନ କରିବା |
· ଜନସାଧାରଣ, ବନ୍ଦରସମୂହ, ମତ୍ସ୍ୟଜୀବୀ, ଜାହାଜ ଇତ୍ୟାଦିକୁ ଆଗରୁ ସତର୍କ ସୂଚନା ପ୍ରଦାନ କରିବା |
· ପୂର୍ବରୁ ନିର୍ମିତ ବାତ୍ୟା ଆଶ୍ରୟସ୍ଥଳରେ ଜନସାଧାରଣଙ୍କୁ ଯଥାଶୀଘ୍ର ଆଶ୍ରୟ ଦେବା |
ଜନସାଧାରଣଙ୍କ କର୍ତ୍ତବ୍ୟ : -
· ଟି.ଭି, ରେଡିଓ ଏବଂ ସମ୍ବାଦପତ୍ର ମାଧ୍ୟମରେ ପାଣିପାଗ ବିଭାଗ ଯୋଗାଇ ହେଉଥିବା ସତର୍କ ତଥ୍ୟକୁ ଅମାନ୍ୟ ନ କରିବା |
· ନିଜର ଆସବାବପତ୍ର, ଯାନବାହାନ ଏବଂ ଗୃହପାଳିତ ପଶୁକୁ ନିରାପଦ ସ୍ଥାନକୁ ନେଇଯିବା ଉଚିତ୍ |
· ଜଳପୂର୍ଣ୍ଣ ରାସ୍ତାରେ ଗାଡି ଚଳାଚଳ କରିବା ଅନୁଚିତ୍ |
· ସ୍ଥାନୀୟ ପୋଲିସ୍ ଷ୍ଟେସନ୍ , ଅଗ୍ନି ନିର୍ବାପକ ସଂସ୍ଥା ପ୍ରଶାସନିକ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଫୋନ୍ ନମ୍ବର ପାଖରେ ରଖିବା ଉଚିତ୍ |
ବାତ୍ୟା ଅଞ୍ଚଳର ଅଧିବାସୀଙ୍କ କର୍ତ୍ତବ୍ୟ : -
· ସଂକ୍ରମିତ ଜଳକୁ ଆଦୌ ପାନ କରିବ ନାହିଁ | ନିଜ ପରିବାର ପାଇଁ ପାନୀୟ ଜଳ ଅଧିକ ପରିମାଣରେ ସଂଗ୍ରହ କରି ରଖିବା ଉଚିତ୍ |
· ଓଦାଥିବା ବିଦ୍ୟୁତ୍ ସୁଇଚ୍ ଏବଂ ଭାଙ୍ଗି ଯାଇଥିବା ବିଦ୍ୟୁତ୍ ଖୁଣ୍ଟିକୁ ସ୍ପର୍ଶ କରିବ ନାହିଁ |
· ବାହାରେ ବୁଲିବା ଅନୁଚିତ୍ |
· ଉଦ୍ଧାରକାରୀଙ୍କୁ ଅନାବଶ୍ୟକ ସାହାଯ୍ୟ ମାଗିବ ନାହିଁ |
· ନିଜର ବନ୍ଧୁବାନ୍ଧବ ଏବଂ ପଡୋଶୀମାନଙ୍କ ସହ ଉତ୍ତମ ସମ୍ପର୍କ ରଖି ଚଳିବାକୁ ଚେଷ୍ଟା କରିବ |
Truly Indian Brand
Truly Indian Brand