- SCHOOL BOARDS
- BSE/CHSE ODISHA
- CLASS 7
- SCIENCE
- Odia Medium Class 7 Science Chapter 16 Jangala Sampada ( ଜଙ୍ଗଲ ସମ୍ପଦ ) Notes
![](https://ik.imagekit.io/lrnr/product/20220518/science-class-7-bse-odisha-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-D1Uws31pH9Se.png?tr=w-1024,h-576,ar-16-9,cm-pad_resize)
Odia Medium Class 7 Science Chapter 16 Jangala Sampada ( ଜଙ୍ଗଲ ସମ୍ପଦ ) Notes
Language : Odia
LRNR provides this material totally free
Odia Medium Class 7 Science Chapter 16 Jangala Sampada ( ଜଙ୍ଗଲ ସମ୍ପଦ ) Notes
ଜଙ୍ଗଲ ସମ୍ପଦ
ଆମେ ଚାଷ ଜମିରୁ ବିଭିନ୍ନ ପ୍ରକାରର ଶସ୍ୟ ଉତ୍ପନ୍ନ କରିଥାଉ | ସେଠାରେ ମଣିଷ ନିଜର ଖାଦ୍ୟ, ବସ୍ତ୍ର ଓ ଅନ୍ୟାନ୍ୟ ଆବଶ୍ୟକତା ମେଣ୍ଟାଇବା ପାଇଁ ଧାନ, ଗହମ, କପା, ନଳିତା, ମୁଗ, ବିରି, ଚିନାବାଦାମ ଇତ୍ୟାଦି ଗୋଟିଏ ଗୋଟିଏ ଜାତିର ଉଦ୍ଭିଦକୁ ଚାଷ କରିଥାଏ |
ବେଳେ ପାହାଡ ଉପରେ ବା ନଦୀ ପଠାରେ ଏପରି ଜାଗା ରହିଥାଏ , ଯେଉଁଠିକି ବିଭିନ୍ନ ଜାତିର ଉଦ୍ଭିଦ ଆପେ ଆପେ ଉଠି ସେଠାରେ ଘଞ୍ଚ ସବୁଜ ଆସ୍ତରଣ ସୃଷ୍ଟି କରିଥାନ୍ତି | ଏହିପରି ଭାବେ ସୃଷ୍ଟି ହୋଇଥିବା ପରିସଂସ୍ଥାକୁ ଆମେ ଜଙ୍ଗଲ କହୁ |
ପାଣି, ପବନ, ଆଲୋକ ପରି ଜଙ୍ଗଲ ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ | କାରଣ ଜଙ୍ଗଲରୁ ଆମେ କାଠ, ପତ୍ର, ବିଭିନ୍ନ ଫଳ, ଝୁଣା, ଔଷଧ ଇତ୍ୟାଦି ପାଇଥାଉ |
ଜଙ୍ଗଲକୁ ହିଁ ଜୀବଜଗତ ପାଇଁ ଅମ୍ଳଜାନ ଯୋଗାଉଥିବା “ ପ୍ରାକୃତିକ କାରଖାନା” କୁହାଯାଏ |
ସବୁଜ ଉଦ୍ଭିଦ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଓ ମାଟିରୁ ଜଳ ସଂଗ୍ରହ କରି ସୂର୍ଯ୍ୟାଲୋକରୁ ଶକ୍ତି ବିନିଯୋଗ କରି ଶ୍ଵେତସାର ଜାତୀୟ ଖାଦ୍ଯ ପ୍ରସ୍ତୁତ କରେ | ଏହି ପ୍ରକ୍ରିୟାରେ ଅମ୍ଳଜାନ ନିର୍ଗତ ହୋଇ ବାୟୁରେ ମିଶେ |
ଜଙ୍ଗଲରେ କିଏ ସବୁ ଥା’ନ୍ତି ?
ଜଙ୍ଗଲରେ ବିଭିନ୍ନ ପ୍ରକାରର ଗଛଲତା ଓ ପଶୁପକ୍ଷୀ ଥା’ନ୍ତି | ଜଙ୍ଗଲରେ ଶାଳ, ପିଆଶାଳ, କେନ୍ଦୁ, ମହୁଲ, ତେନ୍ତୁଳି , ଶାଗୁଆନ ପରି ବଡ ଗଛ ଅନେକ ପ୍ରକାରର ବୁଦାଳିଆ ଗଛ, ବିଭିନ୍ନ ଲତା ଓ ଘାସ ଦେଖାଯାଆନ୍ତି |
ବାଘ, ଚିତାବାଘ, ଭାଲୁ, ହରିଣ, ଠେକୁଆ, ବାରହା, କୁଟୁରା, ବିଲୁଆ ପରି ପଶୁ ଓ କପୋତ, କୁମ୍ଭାଟୁଆ ହରଡ଼, ଶୁଆ, ଶାରୀ, କାଠହଣା ପକ୍ଷୀ ମଧ୍ୟ ଜଙ୍ଗଲରେ ବାସ କରନ୍ତି |
ଜଙ୍ଗଲରେ ସାପ, ଗୋଧି , ନେଉଳ, ଝିଟିପିଟି, ଏଣ୍ଡୁଅ ପରି ସରୀସୃପ ମଧ୍ୟ ଥାଆନ୍ତି | ଅନେକ ଜାତିର ପିମ୍ପୁଡି, ପୋକ, କୀଟପତଙ୍ଗ , ବିଛା, ଜିଆ, ବୁଢିଆଣୀମାନଙ୍କ ବାସସ୍ଥାନ ହେଉଛି ଜଙ୍ଗଲ |
ଜଙ୍ଗଲର ଓ ପ୍ରାକୃତିକ ଭାରସାମ୍ୟ : -
ଅଜୈବ ଓ ଜୈବ ଉପାଦାନ ପରସ୍ପର ଉପରେ ନିର୍ଭରଶୀଳ | କେତେ ପରିମାଣରେ ଅଜୈବ ଉପାଦାନ କେଉଁ ରୂପରେ ରହିଲେ ଜୀବଜଗତ ସୁସ୍ଥଭାବରେ ରହିବ, ତାହା ପ୍ରକୃତି ଦ୍ଵାରା ସ୍ଥରୀକୃତ ହୋଇଛି |
ସେହି ଜୈବ ଉପାଦାନ ଗୁଡିକାର ଅନୁପାତ ପ୍ରକୃତି ଦ୍ଵାରା ନିର୍ଦ୍ଧାରିତ ହୋଇଛି ଏହି ଆନୁପାତିକ ସଂଖ୍ୟା ବା ପରିମାଣର ସନ୍ତୁଳନକୁ ହିଁ “ ପ୍ରାକୃତିକ ଭାରସାମ୍ୟ” କୁହାଯାଏ |
ଆମ ରାଜ୍ୟ ଓ ଦେଶର ଜଙ୍ଗଲ ସମ୍ପଦ :-
ଆମ ଦେଶ ଭାରତବର୍ଷ ଇଂରେଜ ଶାସନରୁ ସ୍ଵାଧୀନ ହେବା ପରେ ଏହା ପ୍ରାୟ ୪୫ ଶତାଂଶ ଭୂମି ଜଙ୍ଗଲ ଦ୍ଵାରା ଆବୃତ ଥିଲା |
କ୍ରମନ୍ୱୟରେ ହ୍ରାସହୋଇ ଆଜି ଏହା ପ୍ରାୟ ୨୨ ଶତାଂଶ ହୋଇଛି | ଏକ ସର୍ବେକ୍ଷଣ ଅନୁଯାୟୀ ପ୍ରତିଦିନ ଆମ ଦେଶରେ ହାରାହାରି ୩୭୫ ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ ହେଉଛି |
ଆମ ରାଜ୍ୟ ଓଡ଼ିଶାରେ ୨୦୦୫ ମସିହାରେ ପ୍ରାୟ ୫୮, ୧୩୬. ୨୩ ବର୍ଗ କିଲୋମିଟର ବା ପ୍ରାୟ ୩୭.୭୪% ଭୂମିରେ ଜଙ୍ଗଲ ଥିବା ବେଳେ ଏହା ହ୍ରାସ ପାଇ ୨୦୦୮ ବେଳକୁ ପ୍ରାୟ ୪୮, ୩୭୪ ବର୍ଗ କିଲୋମିଟର ବା ପ୍ରାୟ ୩୧.୦୭ % ଭାଗକୁ କମିଗଲାଣି |ଏବେ ଏହା ( ଫେବ୍ରୁୟାରୀ ୨୦୧୩ ମସିହା ସୁଦ୍ଧା) ୪୮,୮୫୫ ବର୍ଗ କିଲୋମିଟର ବା ପ୍ରାୟ ୩୧.୩୮% ଅଟେ |
ପୃଥିବୀରେ ଆଦ୍ୟମା କାଳରୁ ଯେତିକି ଜଙ୍ଗଲ ଥିଲା ତହିଁର ପ୍ରାୟ ୮୦% ଜଙ୍ଗଲ ନଷ୍ଟ ହୋଇଛି |
ଜଙ୍ଗଲ କ୍ଷୟର କାରଣ : -
ଚାଷଜମି, କଳକାରଖାନା ସ୍ଥାପନ, ବାସଗୃହ, ରାସ୍ତାଘାଟ, ମନୁଷ୍ୟର ଜଙ୍ଗଲଜାତ ସାମଗ୍ରୀ ଆବଶ୍ୟକଟାରେ ବୃଦ୍ଧି ଓ ଅର୍ଥ ଉପାର୍ଜନା pain ଜଙ୍ଗଲ ଧ୍ଵଂସ ପାଇବାରେ ଲାଗିଛି |
ଜନସଂଖ୍ୟା ବଢିବା ଯୋଗୁଁ ଆମର ଉପରୋକ୍ତ ଆବଶ୍ୟକତାଗୁଡିକ ବଢି ଚାଲିଛି ଓ ଏଥିପାଇଁ ଆମେ ଅବାରିତ ଭାବରେ ଜଙ୍ଗଲ ସମ୍ପଦକୁ ଧ୍ଵଂସ କରିବାରେ ଲାଗିଛୁ | ଏହା ବ୍ୟତୀତ ଜଙ୍ଗଲରେ ନିଆଁ ଲାଗିଯିବା ମଧ୍ୟ ଜଙ୍ଗଲ ଧ୍ଵଂସ ଅନ୍ୟ ଏକ କାରଣ |
ଜଙ୍ଗଲ ସମ୍ପଦର ସୁରକ୍ଷା : -
ଆମ ଦେଶରେ ଜଙ୍ଗଲ ସୁରକ୍ଷା ପାଇଁ “ଜଙ୍ଗଲ ନିୟମ” ଓ “ଜାତୀୟ ଜଙ୍ଗଲ ନୀତି” ପ୍ରଣୀତ ହୋଇଛି |
୧୯୭୨ ମସିହାରେ “ ବନ୍ୟଜୀବନ ସୁରକ୍ଷା ଆଇନ” ପ୍ରଣୟନ କରାଯାଇ ୧୯୯୧ ଏହାର ସଂଶୋଧନ କରାଯାଇଛି | ଏଥିରେ ବନ୍ୟଜନ୍ତୁ ଶିକାର, ବନ୍ୟଜୀବଙ୍କ ଚମଡା, ହାଡ ଓ ଦାନ୍ତ ପ୍ରଭୃତି ବ୍ୟବସାୟ ଓ ବ୍ୟବାହାରକୁ ନିଷେଧ କରାଯାଇଛି |
ଜଙ୍ଗଲ ସୁରକ୍ଷା ପାଇଁ ଆମ ଦେଶରେ ମାର୍ଚ୍ଚ ୨୦୧୪ ସୁଦ୍ଧା ୮୦ ରୁ ଅଧିକା ଜାତୀୟ ଉଦ୍ୟାନ, ୫୧୫ ଟି ଅଭୟାରଣ୍ୟ ଓ ୧୮ ଟି ଜୀବମଣ୍ଡଳ ସଂରକ୍ଷିତ ସଂସ୍ଥା ରହିଛି |
ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ କେବଳ ସରକାରୀ ନୀତି, ଆଇନ୍ ଓ କାର୍ଯ୍ୟକ୍ରମ ଯଥେଷ୍ଟ ନୁହେଁ | ଏହି ଆଇନ ଓ କାର୍ଯ୍ୟକ୍ରମଗୁଡିକ ସଫଳ ଓ ଫଳପ୍ରଦ ଭାବରେ କାର୍ଯ୍ୟକାରୀ ହେବା ପାଇଁ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଓ ସମସ୍ତେ ମିଶି ଏଥିପାଇଁ ପଦକ୍ଷେପ ନେବା ଆବଶ୍ୟକ |
Truly Indian Brand
Truly Indian Brand