Odia Medium Class 7 Science Chapter 2 ( ଭୌତିକ ଓ ରାସାୟନିକ ପରିବର୍ତ୍ତନ ) Question & Answer

Language : Odia

LRNR provides this material totally free

Odia Medium Class 7 Science Chapter 2 ( ଭୌତିକ ଓ ରାସାୟନିକ ପରିବର୍ତ୍ତନ ) Question & Answer

ଭୌତିକ ଓ ରାସାୟନିକ ପରିବର୍ତ୍ତନ




1.       ନିମ୍ନଲିଖିତ ପରିବର୍ତ୍ତନଗୁଡିକ ମଧ୍ୟରେ କେଉଁଗୁଡିକ ଭୌତିକ ପରିବର୍ତ୍ତନ ?


a)      ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା | X


b)      ପୁରୁଣା କାଗଜ ବ୍ୟବହାର କରି ଠୁଙ୍ଗା ତିଆରି କରିବା | √


c)       ଗୋଟିଏ ତମ୍ବା ମୁଦ୍ରାକୁ ପିଟିପିଟି ଚେପଟା କରିବା | √


d)      ସ୍ଵଚ୍ଛ ଚୂନପାଣିକୁ ଗୋଟିଏ ସରୁ ମୁହଁ ଥିବା ଶିଶିରେ ନେଇ ଫୁଙ୍କିବା | X


e)      ବିଭିନ୍ନ ଆବର୍ଜନା ପଦାର୍ଥରୁ ଖତ ତିଆରି କରିବା |X


f)       ତୁଳାରୁ ସୂତା ପ୍ରସ୍ତୁତ କରିବା | √



2.       ନିମ୍ନଲିଖିତ ପରିବର୍ତ୍ତନଗୁଡିକ ମଧ୍ୟରୁ କେଉଁଟି ଭୌତିକ କିନ୍ତୁ ଅପ୍ରତ୍ୟାବର୍ତ୍ତୀ |


a)      ଆଇସକ୍ରିମ ତରଳିଯିବା | X


b)      ଚାଇନାମାଟିରେ ତିଆରି ଫୁଲଦାନୀ ଭାଙ୍ଗିଯିବା | √


c)       ଇଲେକ୍ଟ୍ରିକ ବଲବ ଜଳାଇବା |  √


d)      ଲୁହାକଣ୍ଟାରେ କଳଙ୍କି ଲାଗିବା | X



3.       ଗୋଟିଏ କାଠଗଡ଼ିକୁ ଛୋଟ ଛୋଟ କରି କାଟି ଜଳାଇବାରେ ଦୁଇଟି ଭିନ୍ନ ଭିନ୍ନ ପରିବର୍ତ୍ତନ ହୋଇଥାଏ | ଦୁଇ ଦୁଇଟି କାରଣ ସହ ବୁଝାଅ |


·         କାଥାକୁ ଛୋଟ ଛୋଟ କରି କାଟି ଦେଲେ ଆମେ ପୁନର୍ବାର ସେହି କାଠ ପାଇବା | ତେଣୁ ଏହା ଏକ ଭୌତିକ ପରିବର୍ତ୍ତନ |


·         କାଠକୁ କାଟି ଜଳାଇଲେ ଆମେ ନୂତନ ପଦାର୍ଥ (ଅଙ୍ଗାର) ପାଇବା ଏବଂ ସେଥିରୁ ପୁନର୍ବାର କାଠ ପାଇପାରିବା ନାହିଁ | ତେଣୁ ଏହା ଏକ ରାସାୟନିକ ପରିବର୍ତ୍ତନ |



4.       ନିମ୍ନଲିଖିତ ଅସମତୁଲ  ରାସାୟନିକ ସମୀକରଣଗୁଡିକ ସମତୁଲ କର |


a)      Na + O2 → Na2O

4Na + O2 =2Na2O


b)      Mg +N2 → Mg3N2

3Mg + N2 = Mg3N2


c)      N2 +H2 → NH3

N2 +3H2 = 2NH3


d)      KclO3 → Kcl +O2

2KclO3 = 2 Kcl +3O2



5.       ନିମ୍ନଲିଖିତ ରାସାୟନିକ ପ୍ରତିକ୍ରିୟାଗୁଡିକ ସମତୁଲ ରାସାୟନିକ ସମୀକରଣ ସାହାଯ୍ୟରେ ଦର୍ଶାଅ |


a)      ଆଲୁମିନିୟମ୍ ଅମ୍ଳଜାନ ସହ ପ୍ରତିକ୍ରିୟା କରି ଆଲୁମିନିୟମ୍ ଅକ୍ସାଇଡ ଉତ୍ପନ୍ନ କରେ |

4Al +3O2 = 2Al2O3


b)      ସୋଡିୟମ୍ ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କଲେ ସୋଡିୟମ୍  କାର୍ବୋନେଟ୍ ଉତ୍ପନ୍ନ ହୁଏ |

4Na + 3CO2 = 2Na2CO3 +C


c)       ପୋଟାସିୟମ, ଗନ୍ଧକ ସହ ପ୍ରତିକ୍ରିୟା କରି ପୋଟାସିୟମ ସଲଫାଇଡ଼୍ ରେ ରୂପାନ୍ତରିତ ହୁଏ |2K +S = K2S


d)      କାର୍ବନ ମନକ୍ସାଇଡ ଅମ୍ଳଜାନରେ ଦହିତ ଅଙ୍ଗାରକାମ୍ଳ ଉତ୍ପନ୍ନ ହୁଏ |

2CO + O2 = 2CO2



6.       H2 + ½ O2 → H2O ସମୀକରଣଟି ଠିକ୍ ଭୁଲ୍ ଯଥାର୍ଥତା ସହ ବୁଝାଅ |



H2 + ½ O2 → H2O

H2 +O2 →H2O

2 H2 +O2 =2H2O

Ratings
No reviews yet, be the first one to review the product.