Odia Medium Class 7 Science Chapter 3 Amala, Khara O Labana( ଅମ୍ଳ , କ୍ଷାର ଓ ଲବଣ ) Question & Answer

Language : Odia

LRNR provides this material totally free

Odia Medium Class 7 Science Chapter 3 ( ଅମ୍ଳ , କ୍ଷାର ଓ ଲବଣ ) Question & Answer

ଅମ୍ଳ , କ୍ଷାର ଓ ଲବଣ




1.     ତିନୋଟି ଲେଖାଏଁ ଅମ୍ଳୀୟ ଓ କ୍ଷାରୀୟ ପଦାର୍ଥର ନାମ ଲେଖ |


·         ଅମ୍ଳୀୟ ପଦାର୍ଥ – ଭିନେଗାର, ଲେମ୍ବୁରସ, କମଳାରସ


·         କ୍ଷାରୀୟ ପଦାର୍ଥ – ଚୁନପାଣି, ସୋଡାପାଣି, ସାବୁନପାଣି



2.      ଅମ୍ଳ ଓ କ୍ଷାରକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ |


  ଅମ୍ଳ :


·         ଅମ୍ଳ ଚାଖିଲେ ଖଟା ଲାଗେ |


·         ଅମ୍ଳ ନୀଳ ଲିଟମସ ଦ୍ରବଣକୁ ଲାଲ କରେ |


·         କ୍ଷାରୀୟ ଦ୍ରବଣ ଦ୍ଵାରା ପ୍ରଶମିତ ହୁଏ |


·         ଲେମ୍ବୁରସ, ଅଁଳା, ତେନ୍ତୁଳି, ଭିନେଗାର ଆଦିରେ ଅମ୍ଳ ଥାଏ |


କ୍ଷାର :


·         କ୍ଷାରକୁ ଚାଖିଲେ କ୍ଷାରିଆ ଲାଗେ |


·         କ୍ଷାର ଲାଲ ଲିଟମସ ଦ୍ରବଣକୁ ନୀଳ କରେ |


·         ଅମ୍ଳୀୟ ଦ୍ରବଣ ଦ୍ଵାରା ପ୍ରଶମିତ ହୁଏ |


·         ସାବୁନ, ସୋଡା, କଦଳୀ ଆଦିରେ କ୍ଷାରକ ଥାଏ |



3.      ଲିଟମସ କାଗଜ କିପରି ପ୍ରସ୍ତୁତ ହୁଏ ? ଏହାର ବ୍ୟବହାର କ’ଣ ?


·         ପାତିତ ଜଳରେ ଲାଇକେନ ନାମକ ଉଦ୍ଭିଦକୁ ପକାଇ ଲିଟମସ ଦ୍ରବଣ ପ୍ରସ୍ତୁତ କରାଯାଏ | ଏହି ଦ୍ରବଣରେ କାଗଜ ବୁଡାଇ ଶୁଖାଇ ଦେଲେ ଲିଟମସ କାଗଜ ପ୍ରସ୍ତୁତ ହୁଏ |


·         ଲିଟମସ କାଗଜକୁ ଅମ୍ଳରେ ବୁଡାଇ ଶୁଖାଇଲେ ଲାଲ ଲିଟମସ କାଗଜ ପ୍ରସ୍ତୁତ ହୁଏ | ଲିଟମସ କାଗଜକୁ କ୍ଷାରୀୟ ଦ୍ରବଣରେ ବୁଡାଇ ଶୁଖାଇଦେଲେ ନୀଳ ଲିଟମସ କାଗଜ ପ୍ରସ୍ତୁତ ହୁଏ |



4.      ପ୍ରଶମନୀକରଣ କ’ଣ ? ଉଦାହରଣ ସହ ବୁଝାଅ |


·         ଏକ ଅମ୍ଳୀୟ ଦ୍ରବଣ ଓ ଏକ କ୍ଷାରୀୟ ଦ୍ରବଣ ପରସ୍ପର ମିଶିଲେ ପ୍ରଶମିତ ହୁଅନ୍ତି | ଏହାଦ୍ୱାରା ଅମ୍ଳର ଅମ୍ଳୀୟ ପ୍ରକୃତି ଓ କ୍ଷାରକର କ୍ଷାରୀୟ ପ୍ରକୃତି ଲୋପ ପାଇଯାଏ |


·         ଏହି ପ୍ରଶମନ ପ୍ରତିକ୍ରିୟାରେ ଏକ ନୂତନ ପଦାର୍ଥ ଓ ତାପ ସୃଷ୍ଟି ହୁଏ | ଏହି ପଦାର୍ଥକୁ ଲବଣ କୁହାଯାଏ | ଏହି ପ୍ରକ୍ରିୟାକୁ ପ୍ରଶମନୀକରଣ କୁହାଯାଏ |


·         ଅମ୍ଳ + କ୍ଷାରକ – ଲବଣ + ଜଳ (ଉତ୍ପାଦିତ ତାପ)


·         ଲବଣାମ୍ଲ (Hcl) + ସୋଡିୟମ ହାଇଡ୍ରକ୍ସାଇଡ (NaOH )


·         – ଖାଇବା ଲୁଣ (Nacl) + ଜଳ (CH2O)



5.      ଚୂନପାଣି ଅମ୍ଳୀୟ /କ୍ଷାରୀୟ /ପ୍ରଶମିତ କି ? ତୁମେ କିପରି ପ୍ରମାଣ କରିବ ?


·         ଚୂନପାଣିରେ ଲାଲ ଲିଟମସ ଦ୍ରବଣ ମିଶାଇଲେ ଯଦି ନୀଳ ହୋଇଯିବ ତେବେ ଚୂନପାଣି କ୍ଷାରୀୟ |


·         ଚୂନପାଣିରେ ନୀଳ ଲିଟମସ ଦ୍ରବଣ ମିଶାଇଲେ ଯଦି ଲାଲ ହୋଇଯିବ ତେବେ ଚୂନପାଣି ଅମ୍ଳୀୟ |


·         ଯଦି ଚୂନପାଣି ଲାଲ ବା ନୀଳ ଲିଟମସ ଦ୍ରବଣର ବର୍ଣ୍ଣ ପରିବର୍ତ୍ତନ ନ କରେ ତେବେ ଚୂନପାଣି ପ୍ରଶମିତ ଦ୍ରବଣ |



6.      ତୁମେ ନୂଆବର୍ଷରେ ତୁମ ସାଙ୍ଗପାଖକୁ ଅଭିନନ୍ଦନ ପତ୍ର ପଠାଇବା ପାଇଁ ଇଛୁକ | ଏକ ସୂଚକ ପଦାର୍ଥ ମାଧ୍ୟମରେ ଅଭିନନ୍ଦନ ପତ୍ରଟିଏ କିପରି ପ୍ରସ୍ତୁତ କରିବ ?


·         କିଛି ହଳଦୀଗୁଣ୍ଡ ନେଇ ଏଥିରେ ଅଳ୍ପ ପାଣି ମିଶାଇ ବହଳିଆ ଦ୍ରବଣ ପ୍ରସ୍ତୁତ କରି ଏହି ଦ୍ରବଣରେ ଏକ କାଗଜକୁ ବୁଡାଇ ଶୁଖାଇ ଦିଅ |


·         କିଛି ସାବୁନପାଣି ପ୍ରସ୍ତୁତ କରି ତୁଳାଲଗା କାଠି ଦ୍ୱାରା ହଳଦୀ କାଗଜ ଉପରେ ବିଭିନ୍ନ ଚିତ୍ର ଅଙ୍କନ କରି ନୂଆ ବର୍ଷ ପାଇଁ ଅଭିନନ୍ଦନ ପତ୍ର ପ୍ରସ୍ତୁତ କରିହେବ |



7.      ନାଲି ଲିଟମସ ଓ ନୀଳ ଲିଟମସ କାଗଜରେ ଏକ ଦ୍ରବଣ ପକାଇବାରୁ କୌଣସି ପରିବର୍ତ୍ତନ ହେଲା ନାହିଁ | ଦ୍ରବଣଟି କେଉଁ ପ୍ରକୃତିର ଦର୍ଶାଅ |


·         ଦ୍ରବଣଟି ପ୍ରଶମିତ ଦ୍ରବଣ ପ୍ରକୃତିର କାରଣ ଦ୍ରବଣଟି ଅମ୍ଳ ନୁହେଁ କି କ୍ଷାର ନୁହେଁ |



8.      ପ୍ରଥମ ଶବ୍ଦଦ୍ୱୟ ସମ୍ପର୍କ ଦେଖି ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି ଲେଖ |


a)     ଚୁନପାଣି : କ୍ଷାରକ :: ପାତିତଜଳ : ପ୍ରଶମିତ |


b)    ତେନ୍ତୁଳି : ଟାରଟାରିକ ଅମ୍ଳ :: ଦହି : ଲାକଟିକ ଅମ୍ଳ |


c)     ନୀଳ ଲିଟମସକୁ ନାଲି : ଅମ୍ଳ :: ନାଲି ଲିଟମସକୁ ନୀଳ : କ୍ଷାରକ |


d)    ପ୍ରତିଅମ୍ଳ : ବଦହଜମ :: କାଲାମିନ : ପିମ୍ପୁଡି କାମୁଡାରୁ ଉପଶମ |



9.      କାରଣ ଦର୍ଶାଅ |


a)     ଶିଳ୍ପ ଆବର୍ଜନା ଜଳ ସ୍ରୋତରେ ମିଶିବା ପୂର୍ବରୁ ଏହାକୁ ପ୍ରଶମିତ କରିବା ଜରୁରୀ |


ଉତ୍ତର : ଶିଳ୍ପଜାତ ଆବର୍ଜନାରେ ଅମ୍ଳ ଥାଏ | ଏହା ଜଳସ୍ରୋତରେ ମିଶିଲେ ଜଳ ପ୍ରଦୂଷିତ ହୋଇଥାଏ | ଜଳ ପ୍ରଦୂଷଣ ହେଲେ ମାଛ ଓ ଅନ୍ୟଜୀବମାନଙ୍କ ପାଇଁ କ୍ଷତିକାରକ | ତେଣୁ ଏହି ଜଳ ସ୍ରୋତରେ ମିଶିବା ପୂର୍ବରୁ ଏହାକୁ ପ୍ରଶମିତ କରିବା ଜରୁରୀ |


b)    ତୁମର ବଦହଜମ ରୋଗ ହେଲେ , ପ୍ରତିଅମ୍ଳ ବଟିକା ଖାଅ |


ଉତ୍ତର : ବଦହଜମ ହେଲେ ପାକସ୍ଥଳୀରେ ଅଧିକ ଅମ୍ଳ ସୃଷ୍ଟି ହୋଇଥାଏ | ପ୍ରତିଅମ୍ଳ ବଟିକା ଖାଇଲେ ଏହା ଅମ୍ଳକୁ ପ୍ରଶମିତ କରେ ଫଳରେ ବଦହଜମରୁ ଉପଶମ ମିଳିଥାଏ |


c)     ବାସି ପଖାଳ ଖଟାଳିଆ ଲାଗେ |


ଉତ୍ତର : ବାସି ପଖାଳରେ ଏକ ପ୍ରକାର ଅଣୁଜୀବ ବଢି ପଖାଳରେ ଅମ୍ଳ ସୃଷ୍ଟି କରିଥାଏ | ତେଣୁ ବାସି ପଖାଳ ଖଟାଳିଆ ଲାଗେ |



10. କେଉଁଟି ଠିକ୍ / ଭୁଲ୍ ଦର୍ଶାଅ |


a)     ପୋଟାସିଅମ୍ ହାଇଡ୍ରୋକ୍ସାଇଡ ନାଲି ଲିଟମସକୁ ନୀଳ କରେ | √


b)    ସୋଡିୟମ୍ ହାଇଡ୍ରୋକ୍ସାଇଡ ସହ ଲବଣାମ୍ଲ ମିଶିଲେ ପରସ୍ପର ପ୍ରଶମିତ ହୋଇ ଲବଣ ଓ ଜଳ ସୃଷ୍ଟି ହୁଏ |√


c)     ନାଇଟ୍ରିକ୍ ଅମ୍ଳ ନାଲି ଲିଟମସ୍ କୁ ନୀଳ କରେ | X


d)    କ୍ଷାରକ ଅଧିକ ହେଲେ ଦାନ୍ତମୂଳ ବିନ୍ଧେ | √


e)     ଲେମ୍ବୁରସରେ ଅଧିକ ପରିମାଣରେ ଏସିଟିକ୍ ଅମ୍ଳ ଥାଏ | X



11.  ତୁମକୁ ତିନୋଟି ବୋତଲ ଲବଣାମ୍ଲ, ସୋଡିୟମ୍ ହାଇଡ୍ରୋକ୍ସାଇଡ ଓ ଚିନିପାଣି ପୃଥକ ଭାବରେ ଦିଆଯାଇଛି | ତୁମ ପାଖରେ ସୂଚକ ଭାବରେ ମନ୍ଦାର ପାଖୁଡା ଦ୍ରବଣ ଅଛି | ତୁମେ ସେମାନଙ୍କୁ କିପରି ଚିହ୍ନିବ ?


·         ମନ୍ଦାର ପାଖୁଡା ଲବଣାମ୍ଲ ଦ୍ରବଣରେ ଗାଢପାଟଳ ବର୍ଣ୍ଣରେ ପରିଣତ ହୋଇଥାଏ |


·         ମନ୍ଦାର ପାଖୁଡା ସୋଡିୟମ୍ ହାଇଡ୍ରୋକ୍ସାଇଡରେ ସବୁଜ ରଙ୍ଗରେ ପରିଣତ ହୋଇଥାଏ |


·         ମନ୍ଦାର ପାଖୁଡା ଚିନି ପାଣିରେ କୌଣସି ରଙ୍ଗ ପରିବର୍ତ୍ତନ କରେ ନାହିଁ |

Ratings
No reviews yet, be the first one to review the product.