Odia Medium Class 7 Science Chapter 3 Amla, Khyara O Labana ( ଅମ୍ଳ, କ୍ଷାର, ଲବଣ ) Notes

Language : Odia

LRNR provides this material totally free

Odia Medium Class 7 Science Chapter 3 Amla, Khyara O Labana ( ଅମ୍ଳ, କ୍ଷାର, ଲବଣ ) Notes

ଅମ୍ଳ, କ୍ଷାର, ଲବଣ


. ଲେମ୍ବୁ, ତେନ୍ତୁଳି, ଭିନେଗାର – ଏ ସବୁର ସ୍ଵାଦ ଆମକୁ ଖଟା ଲାଗେ କାରଣ ଏହି ପଦାର୍ଥଗୁଡିକର ରାସାୟନିକ ଗୁଣ ହେଉଛି ଅମ୍ଳୀୟ ତେଣୁ ଏହା ଖଟା ଲାଗେ | 


. ଯେଉଁସବୁ ପଦାର୍ଥର ଗୁଣ ଅମ୍ଳୀୟ କିମ୍ବା ସେଥିରେ ଅମ୍ଳ ରହିଥାଏ ତାହା ଆମକୁ ଖଟା ଲାଗେ ଏବଂ ଏହା ଅମ୍ଳ ଜାତୀୟ ପଦାର୍ଥ |


. ଅମ୍ଳ ଶବ୍ଦଟି ଏକ ଲାଟିନ ଶବ୍ଦ “ACID” ରୁ ଆସିଅଛି ଏବଂ acid ର ଅର୍ଥ ହେଉଛି ଖଟା |


. ହାତକୁ ଚିକ୍କଣ ଲାଗୁଥିବା ପଦାର୍ଥକୁ କ୍ଷାର କୁହାଯାଏ | ଯାହା ଆମକୁ ଖଟା ଲାଗେ ତାହା ଅମ୍ଲ ଏବଂ ଯାହା ଆମକୁ ଖାରିଆ ଲାଗେ ତାହା କ୍ଷାର l


. ଆମେ ଯେଉଁ ସବୁ ଜିନିଷ ଖାଇପାରିବା ତାହାକୁ ଚାଖି ଆମେ ଜାଣିପାରିବା କି କେଉଁଟି ଅମ୍ଲ ଏବଂ କେଉଁଟି କ୍ଷାର | କିନ୍ତୁ ଯେଉଁ ସବୁ ଜିନିଷକୁ ଆମେ ଖାଇପାରିବା ନାହିଁ ସେସବୁକୁ କେମିତି ଜାଣିବା 


. ଏହା ଜାଣିବା ପାଇଁ ଗୋଟିଏ ପଦାର୍ଥ ଅଛି ଏବଂ ଏହାକୁ ବ୍ୟବହାର କରି ଆମେ ଜାଣିପାରିବା କି କେଉଁଟି ଅମ୍ଲ ଏବଂ କେଉଁଟି କ୍ଷାର | ଏହି ପଦାର୍ଥକୁ ସୂଚକ କୁହାଯାଏ | 


. ଆମେ ଯେତେବେଳେ ଏହି ସୂଚକକୁ କୌଣସି ଅମ୍ଳୀୟ କିମ୍ବା କ୍ଷାରୀୟ ପଦାର୍ଥ ସଂସ୍ପର୍ଶରେ ଆଣିବା ଏହାର ରଙ୍ଗ ଆପେ ଆପେ ବଦଳିଯିବ |


. ସୂଚକ ହେଉଛି ଲିଟମସ ପେପର, ହଳଦୀ ଏବଂ ମନ୍ଦାର ଫୁଲ | 



ପ୍ରାକୃତିକ ଉତ୍ସ            ଅମ୍ଲ


ଭିନେଗାର      -   ଏସିଟିକ ଅମ୍ଲ

ପିମ୍ପୁଡି, ଜନ୍ଦା,    -    ଫରମିକ ଅମ୍ଲ

କମଳା, ଲେମ୍ବୁ    -    ସାଇଟ୍ରିକ ଅମ୍ଲ

ଦହି          -    ଲାକଟିକ ଅମ୍ଲ

ପାଳଙ୍ଗ ଶାଗ     -     ଅକହଲିକ ଅମ୍ଲ

ଅଁଳା         -     ଆସକରବିକ ଅମ୍ଲ

ତେନ୍ତୁଳି        -      ଟାର୍ଟାରିକ ଅମ୍ଲ



ଉତ୍ସ                      କ୍ଷାର


ଚୁନପାଣି   -   କ୍ୟାଲସିୟମ ହାଇଡ୍ରକସାଇଡ

ସାବୁନ     -     ସୋଡିୟମ ହାଇଡ୍ରକସାଇଡ

                           ପୋଟାସିୟମ ହାଇଡ୍ରକସାଇଡ

କାଚସଫା ଦ୍ରବଣ  - ଏମୋନିୟମ ହାଇଡ୍ରକସାଇଡ ଇତ୍ୟାଦି |


ଲିଟମସ –


· ଏହାକୁ ମୁଖ୍ୟ ପ୍ରାକୃତିକ ସୂଚକ ରୂପେ ବ୍ୟବହାର କରାଯାଏ |


· ଲାଇକେନରେ ପ୍ରସ୍ତୁତ ହୁଏ |


· ଏହା ଦ୍ରବଣ କିମ୍ବା କାଗଜ ଖଣ୍ଡ ରୂପରେ ମିଳେ |


· ନୀଳ ଲିଟମସ ଅମ୍ଳରେ ନାଲି ହୋଇଯାଏ ଓ କ୍ଷାରରେ ନାଲି ଲିଟମସ ନୀଳ ହୋଇଯାଏ |


· ଯେଉଁଥିରେ ଲିଟମସର କୌଣସି ରଙ୍ଗ ପରିବର୍ତ୍ତନ ହୁଏ ନାହିଁ ତାହାକୁ ପ୍ରଶମିତ ଦ୍ରବଣ କୁହାଯାଏ ମାନେ ଏହା ଅମ୍ଲ ନୁହେଁ କି କ୍ଷାର ନୁହେଁ |


ହଳଦୀ :-


· ହଳଦୀ ଏକ ପ୍ରାକୃତିକ ସୂଚକ ଏହା ଆମକୁ ବହୁତ ସହଜରେ ମିଳିଥାଏ |


· କ୍ଷାରୀୟ ଦ୍ରବଣରେ ହଳଦୀ ମିଶିଲେ ଏହାର ନାଲି ହୋଇଯାଏ | (example :- ସାବୁନ ପାଣି )


ମନ୍ଦାର ଫୁଲ :-


· ମନ୍ଦାର ଫୁଲ ପାଖୁଡାରୁ ପ୍ରସ୍ତୁତ ଦ୍ରବଣକୁ ଏକ ସୂଚକ ଭାବେ ବ୍ୟବହାର କରାଯାଏ |


· ଏହା ଅମ୍ଳୀୟ ଦ୍ରବଣରେ ମିଶିଲେ ଗାଢ ପାଟଳ ( ପିଙ୍କ ) ରଙ୍ଗ ଏବଂ କ୍ଷାରୀୟ ଦ୍ରବଣରେ ମିଶିଲେ ସବୁଜ ରଙ୍ଗ ହୋଇଯାଏ |


. ବର୍ଷା ଜଳରେ ଅତ୍ୟଧିକ ଅମ୍ଲ ଥିଲେ ଏହାକୁ ଅମ୍ଳବର୍ଷା (acid rain) କୁହାଯାଏ |


ପ୍ରଶମନିକରଣ :-


. ଅମ୍ଲ ଏବଂ କ୍ଷାର ପରସ୍ପର ସହିତ ମିଶିଗଲେ ପ୍ରଶମିତ ହୁଅନ୍ତି | ଏଥିରେ ଅମ୍ଲର ପ୍ରକୃତି ଓ କ୍ଷାରର ପ୍ରକୃତି ଲୋପ ପାଇଯାଏ ଏବଂ ଏକ ନୂତନ ପଦାର୍ଥ ଓ ତାପ ସୃଷ୍ଟି ହୁଏ | ଏହାକୁ ଲବଣ କୁହାଯାଏ | 


. ଲବଣ ଅମ୍ଳୀୟ, କ୍ଷାରୀୟ କିମ୍ବା ପ୍ରଶମିତ ହୋଇପାରେ |ଅମ୍ଲ ଓ କ୍ଷାର ମଧ୍ୟରେ ଯେଉଁ ପ୍ରକ୍ରିୟା ହେଲା ଏହାକୁ ପ୍ରସମନିକରଣ କୁହାଯାଏ | ଏହି ପ୍ରତିକ୍ରିୟାରେ ଜଳ ଓ ଲବଣ ଉତ୍ପନ୍ନ ହୁଏ | ଏହା ସହ ତାପ ଉତ୍ପନ୍ନ ହୁଏ |


ଅମ୍ଲ + କ୍ଷାର = ଲବଣ +ଜଳ (ଉତ୍ପାଦିତ ତାପ)


କେତେକ ପ୍ରସମନିକରଣର ଉଦାହରଣ :-


. ଖାଇବା ଠିକ୍ ସେ କରି ନଥାନ୍ତି ପାକସ୍ଥଳୀରେ ଥିବା ଲବଣାମ୍ଲ ଅଧିକ କ୍ଷରିତ ହୁଏ ଏହାଦ୍ବାରା ବଦହଜମ ହୁଏ ଏବଂ ଲବଣାମ୍ଲ ଟି ପ୍ରତି ଅମ୍ଳକୁ (antacid) ହୁଏ |


. ପିମ୍ପୁଡି କାମୁଡ଼ିଲେ ଆମ ଚର୍ମରେ ଫରମିକ ଏସିଡ ରହିଯାଏ ଏବଂ କଷ୍ଟ ହୋଇଥାଏ ତା ଏହା ଉପରେ ଆମେ ଖାଇବା ସୋଡ଼ାକୁ ଘଷି ପାରିବା ଏହାଦ୍ଵାରା କଷ୍ଟ କମିଯାଏ |


. ଏହା ଲବଣରେ ମିଶି ପ୍ରଶମିତ ହୁଏ ଏସବୁରୁ ଆମେ ଜାଣିପାରିଲେ ଯେ କେଉଁଟି ଅମ୍ଲ, କ୍ଷାର ଓ ଲବଣ ଏବଂ ଏହାକୁ ଆମେ କେମିତି ଚିହ୍ନିବା |

Ratings
No reviews yet, be the first one to review the product.