Odia Medium Class 7 Science Chapter 4 Tanturu Bastra (ତନ୍ତୁରୁ ବସ୍ତ୍ର) Notes

Language : Odia

LRNR provides this material totally free

Odia Medium Class 7 Science Chapter 4 Tanturu Bastra (ତନ୍ତୁରୁ ବସ୍ତ୍ର) Notes

ତନ୍ତୁରୁ ବସ୍ତ୍ର



· ଆମର ୩ ଟି ମୌଳିକ ଆବଶ୍ୟକତା ରହିଥାଏ – ବସ୍ତ୍ର, ଗୃହ ଓ ଖାଦ୍ୟ |


· ତନ୍ତୁରୁ ସୂତା ଏବଂ ସୂତାରୁ ବସ୍ତ୍ର ତିଆରି ହୋଇଥାଏ ଏବଂ ତନ୍ତୁ ଆମେ ଉଭୟ ପ୍ରାଣୀ ଓ ଉଦ୍ଭିଦଙ୍କଠାରୁ ପାଇଥାଉ |


· ଯେମିତିକି ମେଣ୍ଢା, ଚମରୀଗାଈ ଓ ଛେଳି ଲୋମରୁ ପଶମ ବା ଉଲ ପୋଷାକ ପାଇଥାଉ |


· ରେଶମ କୀଟର କୋଷରୁ ଆମେ ରେଶମ ବା silk ପାଇଥାଉ ଏବଂ ଝୋଟ, କପା, ତୁଳା ଇତ୍ୟାଦି ଉଦ୍ଭିଦଠାରୁ ପାଇଥାଉ |



ପଶମ (ଉଲ) :-


·    ମେଣ୍ଢା, ଛେଳି, ଚମରୀଗାଈ ଓ ଅନ୍ୟ କେତେକ ପଶୁମାନଙ୍କର ଲୋମରୁ ପଶମ ମିଳେ |


·    ମେଣ୍ଢା ଶରୀରରେ ଦୁଇ ପ୍ରକାରର ଲୋମ ଥାଏ | ଗହଳିୟା ଲୋମ ଓ ନରମ ଚର୍ମ ଲୋମ |


·    କେତେକ ଜାତିର ମେଣ୍ଢାରେ କେବଳ ନରମ ଚର୍ମ ଲୋମ ଦେଖିବାକୁ ମିଳିଥାଏ |

 

·    ପଶମ ପାଇବା ପାଇଁ ମେଣ୍ଢା ପାଳନ କରାଯାଏ | ସେମାନଙ୍କ ଲୋମରୁ ପଶମ ପ୍ରସ୍ତୁତ କରାଯାଏ |



ମେଣ୍ଢାପାଳନ:-


· ମେଣ୍ଢାମାନେ ତୃଣଭୋଜୀ | ସେମାନେ ଘାସପତ୍ର ଖାଇବାକୁ ଭଲପାଆନ୍ତି |

. ଏହା ବ୍ୟତୀତ ବିଭିନ୍ନ ଶସ୍ୟ, ଡାଲି, ଚୋକର, ଯଅ ଓ ପିଡିଆ ସହ କିଛି ଲୁଣ ମିଶାଇ ଏମାନଙ୍କୁ ଖାଇବାକୁ ଦିଆଯାଏ |


. ଶୀତଦିନେ ମେଣ୍ଢାମାନଙ୍କୁ ଘରେ ରଖି ପତ୍ର, ଶସ୍ୟଦାନା ଓ ଶୁଖିଲାନଡା ଖାଇବାକୁ ଦିଆଯାଏ |



ଲୋମରୁ ପଶମ ପ୍ରସ୍ତୁତି:-


· ପ୍ରଥମ ସୋପାନ :- ପ୍ରଥମେ ମେଣ୍ଢାର ବର୍ଦ୍ଧିତ ଲୋମକୁ ମୂଳରୁ କତିଦିଆଯାଏ | ଏହି କାମ ଗ୍ରୀଷ୍ମ ଋତୁରେ କରାଯାଇଥାଏ | ସେଥିଯୋଗୁଁ ଦେହରେ ଲୋମ ନଥିଲେ ମଧ୍ୟ ମେଣ୍ଢାକୁ ବିଶେଷ ଅସୁବିଧା ହୁଏ ନାହିଁ |


· ଦ୍ଵିତୀୟ ସୋପାନ :- ଏହି ସୋପାନରେ କଟାଯାଇଥିବା ଲୋମକୁ ଏକ ବୃହତ ପାତ୍ରରେ ଭଲ ଭାବରେ ପରିଷ୍କାର କରାଯାଏ | ଏହାଦ୍ବାରା ଲୋମରେ ଲାଗିଥିବା ଧୂଳି, ମଳି ଓ ତେଲିଆ ପଦାର୍ଥ ସବୁ ବାହାରିଯାଏ |


· ତୃତୀୟ ସୋପାନ :- ଏହା ପରେ ଲୋମକୁ ପରିଷ୍କାର କରାଯାଇ ଭିନ୍ନ ଭିନ୍ନ ପ୍ରକାର ଲୋମକୁ ଅଲଗା କରି ସଜାଇ ରଖାଯାଏ |


· ଚତୁର୍ଥ ସୋପାନ :- ସମସ୍ତ ଲୋମରୁ ଅତି ଛୋଟ ଲୋମ ଗୁଡିକୁ ଅଲଗା କରାଯାଏ | ଛୋଟ ଲୋମଗୁଡିକୁ ବାହାର କରିବା ପରେ ତନ୍ତୁକୁ ପୁଣିଥରେ ସୁଖାଯାଏ | ବର୍ତ୍ତମାନ ପଶମ ତନ୍ତୁ ପ୍ରସ୍ତୁତ ହୋଇଗଲା |


· ପଞ୍ଚମ ସୋପାନ :- ଛେଳି ଓ ମେଣ୍ଢା ଲୋମର ପ୍ରାକୃତିକ ରଙ୍ଗ ସାଧାରଣତଃ କଳା,ଧଳା କିମ୍ବା ବାଦାମୀ | ଏହି ଶୁଖିଲା ତନ୍ତୁକୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ରଙ୍ଗରେ ଦେଖାଯାଏ |


· ଷଷ୍ଠ ସୋପାନ :- ଶେଷ ସୋପାନରେ ତନ୍ତୁଗୁଡିକୁ ସଳଖ କରି ଗୁଡାଇ ଗୁଡାଇ ସୂତା କଟାଯାଏ | ସୂତା କାଟିବା ପରେ ଲମ୍ବା ତନ୍ତୁଗୁଡିକ ସ୍ଵେଟର ବୁଣା ପାଇଁ ଏବଂ ଛୋଟ ତନ୍ତୁଗୁଡିକ ଲୁଗାବୁଣା ପାଇଁ ବ୍ୟବହୃତ ହୁଏ |



ରେଶମ ପୋକର ଜୀବନ ଚକ୍ର:-


· ମାଈ ରେଶମ ପୋକ ଅଣ୍ଡା ଦିଏ | ଏହି ଅଣ୍ଡାରୁ ଜାତ ଲାର୍ଭାକୁ ଶୁକକୀଟ ବା ରେଶମ କୀଟ କୁହାଯାଏ |


. ଏହି କୀଟ ଆକୃତିରେ ବଢେ | ଲାର୍ଭାର ପର ଅବସ୍ଥାକୁ ପ୍ୟୁପା କହନ୍ତି | ପ୍ୟୁପା ଅବସ୍ଥାକୁ ପ୍ରବେଶ କରିବା ପୂର୍ବରୁ ଲାର୍ଭା ପ୍ରଥମେ ତାହାର ଚାରିପାଖରେ ଏକ ଜଳ ବୁଣେ |


. ସେହି ସମୟରେ ଲାର୍ଭାଟି ତାହାର ମୁଣ୍ଡକୁ ଇଂରାଜୀ 8 ଆକୃତିରେ ଘୂରାଇଥାଏ ଏବଂ ପୁଷ୍ଟିସାରଯୁକ୍ତ ତନ୍ତୁ କ୍ଷରଣ କରେ | ସେହି ତନ୍ତୁ ବାୟୁ ସଂସ୍ପର୍ଶରେ ଆସିଲେ ରେଶମ ତନ୍ତୁରେ ପରିଣତ ହୁଏ |


. ରେଶମକୀଟ ଖୁବ ସମୟ ମଧ୍ୟରେ ନିଜ ଚାରିପଟେ ଏକ ଆବରଣ ପ୍ରସ୍ତୁତ କରେ ଓ ପ୍ୟୁପାରେ ପରିଣତ ହୁଏ | ଏହି ତନ୍ତୁର ଆବରଣକୁ ‘କୋଷା’ କୁହାଯାଏ |


. କୋଷ ମଧ୍ୟରେ ପ୍ୟୁପା କ୍ରମେ ବଡ ହୋଇ ପୂର୍ଣ୍ଣାଙ୍ଗ ରେଶମ ପୋକରେ ପରିଣତ ହୁଏ |


· ରେଶମ ପୋକର କୋଷରୁ ରେଶମ ତନ୍ତୁ ମିଳେ | ବିଭିନ୍ନ ପ୍ରକାର ରେଶମ ତନ୍ତୁରୁ ପୃଥକ୍ ଧରଣର ସୂତା ବାହାରେ | ଯଥା –ତୁତ, ଟସର, ଜରି ଓ ମୁରା |


. ଓଡ଼ିଶାରେ ତୁତକୁ ପାଟ,ଟସରକୁ ମଠା, ଜରିକୁ ଏଣ୍ଡି ଓ ମୁରାକୁ ମୁରା କୁହାଯାଏ | . ତୁତ ରେଶମ ପୋକ ସବୁଠାରୁ ଅଧିକ ଚାଷ କରାଯାଏ | ପୋକର କୋଷରୁ ବାହାରୁଥିବା ରେଶମ ତନ୍ତୁ ଅତ୍ୟନ୍ତ ନରମ, ନମନୀୟ ଓ ଚିକକଣ | ଏହି ରେଶମ ସୂତାକୁ ବିଭିନ୍ନ ରଙ୍ଗ ସହଜରେ ଦିଆଯାଇପାରେ |



ରେଶମ ଉତ୍ପାଦନ:-


· ଗୁଡିଏ କୋଷା ସଂଗ୍ରହ କରି ରଖାଯାଏ | ପୂର୍ଣ୍ଣାଙ୍ଗ ପୋକଟିକୁ କୋଷରୁ ବାହାରି ଆସିବା ପୂର୍ବରୁ କୋଷଗୁଡିକୁ ଖରାରେ ଶୁଖାଇ କିମ୍ବା ଫୁଟନ୍ତା ପାଣିରେ ପକାଯାଏ |


. ନଚେତ ପୋକଟି ନିଜେ କୋଷକୁ କାଟି ବାହାରକୁ ଆସିବା ଦ୍ୱାରାସମସ୍ତ ରେଶମ ସୂତା ଖଣ୍ଡ ଖଣ୍ଡ ହୋଇଯାଏ |


. କୋଷରୁ ରେଶମ ସୂତା ବାହାର କରାଯାଏ | ଏହି ସୂତାକଟା ପରେ ବୁଣାଳୀମାନଙ୍କ ଦ୍ୱାରା  ଲୁଗା ବୁଣାଯାଏ |

 


Ratings
No reviews yet, be the first one to review the product.