- SCHOOL BOARDS
- BSE/CHSE ODISHA
- CLASS 7
- SCIENCE
- Odia Medium Class 7 Science Chapter 4 Tanturu Bastra ( ତନ୍ତୁରୁ ବସ୍ତ୍ର ) Question & Answer
![](https://ik.imagekit.io/lrnr/product/20220531/science-class-7-bse-odisha-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-en-O9PO3oiTbMnC.png?tr=w-1024,h-576,ar-16-9,cm-pad_resize)
Odia Medium Class 7 Science Chapter 4 Tanturu Bastra ( ତନ୍ତୁରୁ ବସ୍ତ୍ର ) Question & Answer
Language : Odia
LRNR provides this material totally free
Odia Medium Class 7 Science Chapter 4 Tanturu Bastura ( ତନ୍ତୁରୁ ବସ୍ତ୍ର ) Question & Answer
ତନ୍ତୁରୁ ବସ୍ତ୍ର
1. କେଉଁଟି ଠିକ୍ ? ରେମ କୀଟ ଏକ
a) ଲାର୍ଭା
b) ଶୁକକୀଟ
c) ଲାର୍ଭା ଓ ଶୁକକୀଟ
d) ଲାର୍ଭା ନୁହେଁ କିମ୍ବା ଶୁକକୀଟ ନୁହେଁ |
2. କେଉଁଟିରୁ ପଶମ ମିଳେନାହିଁ ?
a) ଚମରୀ ଗାଈ
b) ଓଟ
c) ଛେଳି
d) ଲୋମଶ କୁକୁର
3. ଶୂନ୍ୟସ୍ଥାନ ପୂରଣ କର |
a) ଉଲ ପୋଷାକ ପଶମ ତନ୍ତୁକୁ ପ୍ରସ୍ତୁତ ହୁଏ |
b) ସବୁଠାରୁ ଜନ୍ମଦିମାଳର ପଶମ ଲୋହି ଜାତିର ମେଣ୍ଢାଲୋମରୁ ମିଳେ |
c) କଟା ଯାଇଥିବା ଲୋମକୁ ପରିଷ୍କାର କରିବା ଦ୍ୱାରା ଏଠାରେ ଲାଗିଥିବା ଧୂଳି, ମଳି ଓ ତେଲିଆ ପଦାର୍ଥ ବାହାରି ଯାଏ |
d) ରେଶମ କୀଟର ପୁଷ୍ଟିସାର ଯୁକ୍ତ ତନ୍ତୁ ବାୟୁ ସଂସ୍ପର୍ଶରେ ଆସିଲେ, ଏହା ରେଶମ ସୁତାରେ ପରିଣତ ହୁଏ |
e) ମଠ ଲୁଗା ଟସର ପ୍ରକାର ରେଶମରୁ ପ୍ରସ୍ତୁତ |
4. ”କ” ସ୍ତମ୍ଭର ଶବ୍ଦ ସହ “ଖ” ସ୍ତମ୍ଭର ଶବ୍ଦ ମିଳାଅ |
“କ” ସ୍ତମ୍ଭ “ଖ”ସ୍ତମ୍ଭ
ତୁତ୍ ପତ୍ର ରେଶମ କୀଟର ଖାଦ୍ୟ
ଶୁକ କୀଟ ରେଶମ କୀଟ
ଇରି ଏଣ୍ଡି
ଚମରୀ ଗାଈ ତିବ୍ଦତ ଓ ଲାଦାଖ ଅଞ୍ଚଳ
5. ମେଣ୍ଢା ଲୋମରୁ ପଶମ ପ୍ରସ୍ତୁତିର ନିମ୍ନଲିଖିତ ସୋପାନଗୁଡ଼ିକୁ ଠିକ କ୍ରମରେ ସଜାଅ |
a) ଅତି ଛୋଟ ଲୋମଗୁଡିକୁ ଅଲଗା କରିବା
b) ଲୋମ ଚର୍ମ ମିଶ୍ରଣକୁ ପରିଷ୍କାର କରିବା
c) ଲୁଗା ବୁଣିବା
d) ସୂତା କାଟିବା
e) ବର୍ଦ୍ଧିତ ଲୋମକୁ କାଟିବା
f) ତନ୍ତୁରେ ରଙ୍ଗ ଦେବା
ଉତ୍ତର : - ବର୍ଦ୍ଧିତ ଲୋମକୁ କାଟିବା – ଲୋମ ଚର୍ମ ମିଶ୍ରଣକୁ ପରିଷ୍କାର କରିବା – ଅତି ଛୋଟ ଲୋମକୁ ଅଲଗା କରିବା – ତନ୍ତୁରେ ରଙ୍ଗ ଦେବା – ସୂତା କାଟିବା – ଲୁଗା ବୁଣିବା
6. ବାମ ପାର୍ଶ୍ଵର ଶବ୍ଦଦ୍ଵୟର ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ଵର ଉପଯୁକ୍ତ ଶବ୍ଦ ଲେଖ |
a) ମେଣ୍ଢାଲୋମ : ପଶମ :: କୋଷା : ରେଶମ
b) ଟସର : ମଠା :: ତୁତ୍ : ପାଟ
c) ମେଣ୍ଢା : ଘାସପତ୍ର :: ରେଶମ କୀଟ : ତୁତ୍ ପତ୍ର
7. (କ) ଅଣ୍ଡା (ଖ) ପ୍ୟୁପା (ଗ) ଲାର୍ଭା (ଘ) ରେଶମଳୀଟ ରେଶମ ପୋକ ଜୀବନ ଚକ୍ରର ବିଭିନ୍ନ ଅବସ୍ଥା (କ, ଖ, ଗ, ଘ )କୁ ଠିକ କ୍ରମରେ ଲେଖ |
ଉତ୍ତର : ରେଶମ କୀଟର – ଅଣ୍ଡା – ଲାର୍ଭା – ପ୍ୟୁପା
8. ଟିପ୍ପଣୀ ଦିଅ |
a) କୋଷା
· ରେଶମକୀଟ ଖୁବ୍ କମ୍ ସମୟ ମଧ୍ୟରେ ନିଜ ଚାରିପଟେ ଏକ ଆବରଣ ପ୍ରସ୍ତୁତ କରେ |
· ଏହି ତନ୍ତୁର ଆବରଣକୁ କୋଷା କୁହାଯାଏ |
· ଏହି କୋଷା ମଧ୍ୟରେ ପ୍ୟୁପା କ୍ରମେ ବଡ ହୋଇ ପୂର୍ଣ୍ଣାଙ୍ଗ ରେଶମ ପୋକରେ ପରିଣତ ହୁଏ |
· ରେଶମ ପୋକର କୋଷାରୁ ରେଶମ ପ୍ରସ୍ତୁତ ହୁଏ |
b) ମେଣ୍ଢାର ଖାଦ୍ୟ
· ମେଣ୍ଢା ଏକ ତୃଣଭୋଜୀ ପ୍ରାଣୀ ହୋଇଥିବାରୁ ସେ ଘାସ ଖାଏ |
· ଏହା ବ୍ୟତୀତ ବିଭିନ୍ନ ଶସ୍ୟ, ଡାଲି , ଚୋକଡ , ଯଅ , ଓ ପିଡିଆ ସହ କିଛି ଲୁଣ ମିଶାଇ ଏମାନଙ୍କୁ ଖାଇବାକୁ ଦିଆଯାଏ |
c) ରେଶମ ଚାଷ
· ରେଶମକୀଟ ପାଳନକୁ ରେଶମ ଚାଷ କୁହାଯାଏ |
· ରେଶମ ଚାଷ ଏକ ଲାଭଜାନକ କୁଟୀର ଶିଳ୍ପ |
· ରେଶମ ଚାଷ ପାଇଁ ବିଶେଷ କିଛି ଜ୍ଞାନ କୌଶଳ ଅଧିକ ମୂଳଧନ କିମ୍ବା ବିଜୁଳି ଶକ୍ତିର ଆବଶ୍ୟକତା ନାହିଁ |
d) ମନୋନୀତ ପ୍ରଜନନ –
· ଆଜି କାଲି କେତେକ ପ୍ରକାର ପଦ୍ଧତି ଅବଲମ୍ବନ କରାଯାଇ କେବଳ ଉନ୍ନତମାନର ନରମ ଲୋମ ଥିବା ମେଣ୍ଢା ସୃଷ୍ଟି କରାଯାଇ ପାରୁଛି |
· ଏହି ପ୍ରକ୍ରିୟାକୁ “ମନୋନୀତ ପ୍ରଜନନ” କୁହାଯାଏ |
9. କେଉଁଟି ଠିକ୍ , ଭୁଲ୍ ଚିହ୍ନାଅ |
a) ମେଣ୍ଢା ମୋଟା ଲୋମରୁ ଉଲ ପଶମ ତନ୍ତୁ ମିଳେ | X
b) ଶୀତଦିନେ ମେଣ୍ଢାକୁ ଘରେ ରଖି ପତ୍ର, ଦାନ, ନଡା, ଖାଇବାକୁ ଦିଆଯାଏ | √
c) ଛୋଟ ପଶମ ତଂତୁକୁ ଚଦର ବୁଣା ପାଇଁ ବ୍ୟବହାର କରାଯାଏ | X
d) ରେଶମ କୀଟ ତୁତ୍ ପତ୍ର ଖାଇବା ସମୟରେ ଲାଳ ଝରାଇ କୋଷା ପ୍ରସ୍ତୁତ କରେ | X
e) ରେଶମ ସୂତାରେ ସ୍ଵେଟର ବୁଣାଯାଏ ନାହିଁ | √
10. କାରଣ ଦର୍ଶାଅ |
a) ଶୀତଦିନେ ମେଣ୍ଢା ଦେହରୁ ଲୋମ କଟାଯାଏ ନାହିଁ |
· ଶୀତଦିନେ ପ୍ରବଳ ଶୀତ ହୁଏ ତେଣୁ ଶୀତଦିନେ ମେଣ୍ଢା ଦେହରୁ ଲୋମ କାଟିଦେଲେ ଲୋମହୀନ ଅବସ୍ଥାରେ ମେଣ୍ଢା ରହିପାରିବ ନାହିଁ | ତେଣୁ ଶୀତଦିନେ ମେଣ୍ଢା ଦେହରୁ ଲୋମ କଟାଯାଏ ନାହିଁ |
b) ଦୁର୍ଗମ ଅଞ୍ଚଳରେ ରେଶମ ଚାଷ ସଫଳତାର ସହ କରାଯାଇପାରିବ |
· ରେଶମ ଚାଷ ପାଇଁ ବୈଷୟିକ ଜ୍ଞାନକୌଶଳ କିମ୍ବା ବିଜୁଳି ଶକ୍ତିର ଆବଶ୍ୟକତା ନାହିଁ | ତେଣୁ ଦୁର୍ଗମ ଅଞ୍ଚଳରେ ରେଶମ ଚାଷ କରାଯାଇପାରିବ |
c) ରେଶମ ଉତ୍ପାଦନ ସମୟରେ କୋଷାରୁ ବାହାରି ଆସିବା ପୂର୍ବରୁ ରେଶମ ପୋକକୁ ମାରିଦିଆଯାଏ |
· କୋଷା କାଟି ରେଶମ ପୋକ ଆପେ ବାହାରି ଆସିଲେ ସେ ରେଶମ ସୂତା ଛିଡିଯାଏ ତେଣୁ କୋଷାରୁ ବାହାରି ଆସିବା ପୂର୍ବରୁ ରେଶମ କୀଟକୁ ମାରିଦିଆଯାଏ |
d) ସ୍ଵେଟରରେ ବେଳେବେଳେ ଅତି ଛୋଟ ଲୋମ ଥିବାର ଲକ୍ଷ୍ୟ କରାଯାଏ |
· ଶାଲ ଓ ଚଦର ତିଆରି ପାଇଁ ବଡ଼ ବଡ଼ ଲୋମ ଆବଶ୍ୟକ | ତେଣୁ ପଶମ ତନ୍ତୁ ପ୍ରସ୍ତୁତ କଲାବେଳେ ସମସ୍ତ ଲୋମରୁ ଛୋଟ ଛୋଟ ଲୋମକୁ ଅଲଗା କରାଯାଏ | ଆମେ ପିନ୍ଧୁଥିବା ସ୍ଵେଟରରେ ବେଳେବେଳେ ଏହିପରି ଛୋଟ ଲୋମ ଦେଖାଯାଏ l
11. ମେଣ୍ଢା ଲୋମରୁ ପଶମ ତନ୍ତୁ କିପରି ପ୍ରସ୍ତୁତ କରାଯାଏ, ସୋପାନ କ୍ରମରେ ବର୍ଣ୍ଣନା କର |
· ମେଣ୍ଢାର ଲୋମ ବିଭିନ୍ନ ସୋପାନରେ ଉପଲବ୍ଧ କରାଯାଇ ପଶମ ଉତ୍ପାଦନ ହୁଏ ଓ ସେଥିରୁ ଶୀତ ପୋଷାକ ଓ ଚଦର ବୁଣାଯାଏ |
ପ୍ରଥମ ସୋପାନ :-
· ପ୍ରଥମେ ମେଣ୍ଢାର ବର୍ଦ୍ଧିତ ଲୋମକୁ ମୂଳରୁ କାଟି ଦିଆଯାଏ | ଏହି କାମ ଗ୍ରୀଷ୍ମ ଋତୁରେ କରାଯାଇଥାଏ |
ଦ୍ଵିତୀୟ ସୋପାନ :-
· ଏହି ସୋପାନରେ କଟାଯାଇଥିବା ଲୋମକୁ ଏକ ବୃହତ ପାତ୍ରରେ ଭଲ ଭାବରେ ପରିଷ୍କାର କରାଯାଏ |
· ଏହାଦ୍ଵାରା ଲୋମରେ ଲାଗିଥିବା ଧୂଳି, ମଳି ଓ ତେଲିଆ ପଦାର୍ଥ ସବୁ ବାହାରିଯାଏ | ଏହି ସଫା କରିବା କାର୍ଯ୍ୟ ଏବେ ମେସିନ ଦ୍ଵାରା କରାଯାଊଛି |
ତୃତୀୟ ସୋପାନ :-
· ଏହାପରେ ଲୋମକୁ ପରିଷ୍କାର କରାଯାଇ ଭିନ୍ନ ଭିନ୍ନ ପ୍ରକାର ଲୋମକୁ ଅଲଗା କରି ସଜାଇ ରଖାଯାଏ |
ଚତୁର୍ଥ ସୋପାନ :-
· ସମସ୍ତ ଲୋମରୁ ଅତି ଛୋଟ ଲୋମଗୁଡିକୁ ଅଲଗା କରାଯାଏ | ତୁମେ ପିନ୍ଧୁଥିବା ସ୍ଵେଟରରେ ବେଳେବେଳେ ଏହିପରି ଅତି ଛୋଟ ଲୋମ ଥିବାର ଲକ୍ଷ୍ୟ କରିଥିବ |
· ଛୋଟ ଲୋମଗୁଡିକୁ ବାହ ଦେବା ପରେ ତନ୍ତୁକୁ ପୁଣି ଥରେ ସଜାଇ ସୁଖାଯାଏ | ବର୍ତ୍ତମାନ ପଶମ ତନ୍ତୁ ପ୍ରସ୍ତୁତ ହୋଇଗଲା |
ପଞ୍ଚମ ସୋପାନ :-
· ଛେଳି ଓ ମେଣ୍ଢା ଲୋମର ପ୍ରାକୃତିକ ରଙ୍ଗ ସାଧାରଣତଃ କଳା, ଧଳା କିମ୍ବା ବାଦାମି | ଏହି ଶୁଖିଲା ତନ୍ତୁକୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ରଙ୍ଗରେ ରଙ୍ଗାଯାଏ |
ଷଷ୍ଠ ସୋପାନ :-
· ଶେଷ ସୋପାନରେ ତନ୍ତୁଗୁଡିକୁ ସଳଖ କରି ଗୁଡାଇ ଗୁଡାଇ ସୂତା କଟାଯାଏ |
· ସୂତା କାଟିବା ପରେ ଲମ୍ବା ତନ୍ତୁଗୁଡିକ ସ୍ଵେଟର ବୁଣା ପାଇଁ ଏବଂ ଛୋଟ ତନ୍ତୁଗୁଡିକ ଲୁଗାବୁଣା ପାଇଁ ବ୍ୟବହୃତ ହୁଏ |
12. ରେଶମ କୀଟର ଜୀବନ ଚକ୍ର ପ୍ରବାହର ଚିତ୍ର ଅଙ୍କନ କର |
. ମାଈ ରେଶମ ପୋକ
. ଅଣ୍ଡା
. ଲାର୍ଭା ବା ଶୁକକୀଟ ବା ରେଶମ କୀଟ
. ପ୍ୟୁପୟା ଅବସ୍ଥା
. କୋଷା
. ପୂର୍ଣ୍ଣାଙ୍ଗ ପୋକ
13. ରେଶମ କୀଟ କିପରି ପାଳନ କରାଯାଏ ଲେଖ |
· ମାଈ ରେଶମ କୀଟ ଅଧିକ ସଂଖ୍ୟାରେ ଅଣ୍ଡା ଦିଏ | ଏହି ଅଣ୍ଡକୁ କାଗଜ ବା କପଡ଼ା ଖୋଳରେ ରଖି ରେଶମ ଚାଷୀଙ୍କୁ ବିକ୍ରୟ କରାଯାଏ |
· ଚାଷୀମାନେ ଅଣ୍ଡାକୁ ଉପଯୁକ୍ତ ତାପମାତ୍ରା ଓ ଆର୍ଦ୍ରତାରେ ରଖନ୍ତି ଫଳରେ ଉପଯୁକ୍ତ ଉଷ୍ମତାରେ ଅଣ୍ଡାରୁ ଲାର୍ଭା ଜାତ ହୁଏ |
· ତୁତ୍ ଗଛରେ ପତ୍ର କଅଁଳିଥିବା ବେଳେ ଏହି ଲାର୍ଭା ଜାତ କରାଯାଏ | ଏହା ତୁତ୍ ପତ୍ର ଖାଇ ବଢେ | ଏହି ଅବସ୍ଥାରେ ପୋକଗୁଡିକୁ ବାଉଁଶ ଡ଼ାଲାରେ ରଖି ତୁତ୍ ପତ୍ର ଖାଇବାକୁ ଦିଆଯାଏ |
· ୨୫ – ୩୦ ଦିନପରେ କୀଟ ପତ୍ର ଖାଇବା ବନ୍ଦକରି କ୍ଷୁଦ୍ର ବାଉଁଶ ପ୍ରକୋଷ୍ଠ ମଧ୍ୟକୁ ଯାଇ କୋଷ ପ୍ରସ୍ତୁତ କରେ |
· କୋଷା ମଧ୍ୟରେ ରେଶମ କୀଟଟି ଜାଲବୁଣି ରେଶମ ପୋକରେ ପରିଣତ ହୁଏ |
14. ଆମ ରାଜ୍ୟର ଆଦିବାସୀ ଉନ୍ନୟନ କାର୍ଯ୍ୟରେ ରେଶମ ଚାଷର ଭୂମିକା ଲେଖ |
ଉତ୍ତର : ଆମ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆଦିବାସୀ ପରିବାର ବସବାସ କରନ୍ତି |
· ଆଦିବାସୀ ମାନଙ୍କର ଆର୍ଥିକ ସ୍ଥିତି ଓଡ଼ିଶାରେ ସେତେ ଉନ୍ନତ ନୁହେଁ | ସେମାନେ ମୁଖ୍ୟତଃ ପାହାଡିଆ ଅଞ୍ଚଳ ଓ ଜଙ୍ଗଲ ପାଖାପାଖି ଅଞ୍ଚଳରେ ରହନ୍ତି |
· ରେଶମ ଚାଷ ପାଇଁ ବିଶେଷ କିଛି ବୈଷୟିକ ଜ୍ଞାନ କୌଶଳ, ଅଧିକ ମୂଳ ଧନ କିମ୍ବା ବିଜୁଳି ଶକ୍ତିର ଆବଶ୍ୟକତା ନାହିଁ |
· ଏଣୁ ଯେ କୌଣସି ଦୁର୍ଗମ ଅଞ୍ଚଳରେ ମଧ୍ୟ ଏହି ଚାଷ ସଫଳତାର ସହ କରାଯାଇପାରିବ |
· ତେଣୁ ଆଦିବାସୀ ପରିବାର ରେଶମ ଚାଷ କରି ଉପକୃତ ହୋଇପାରିବେ |
15. ତୁମର ତିନି ପ୍ରକାର ପୋଷାକ ଅଛି | ସୀତା ପୋଷାକ, ପଶମ ପୋଷାକ ଓ ରେଶମ ପୋଷାକ ବର୍ଷର କେଉଁ ସମୟରେ କେଉଁ ପୋଷାକ ପିନ୍ଧିବ ? କାରଣ ସହ ଉତ୍ତର ଦିଅ |
· ଗରମଦିନେ ପ୍ରବଳ ଝାଳ ବାହାରେ | ସୂତା ପୋଷାକ ହିଁ ଏହି ଝାଳକୁ ଶୋଷିନେଇପାରେ ତେଣୁ ଗରମଦିନେ ସୂତା ପୋଷାକ ପିନ୍ଧିବା ଭଲ |
· ପଶମ ପୋଷାକ ମେଣ୍ଡହାଲୋମରୁ ତିଆରି | ଏହା ତାପ କୁପରିବାହୀ | ଶୀତଦିନେ ପ୍ରବଳ ଶୀତରୁ ରକ୍ଷାପାଇବା ପାଇଁ ପଶମ ପିନ୍ଧିବା ଆବଶ୍ୟକ |
· ବର୍ଷାଦିନେ ବାୟୁମଣ୍ଡଳର ଆର୍ଦ୍ରତା ଅଧିକ ଥାଏ | ରେଶମ ବସ୍ତ୍ର ନରମ ଓ ଚିକ୍କଣ ତେଣୁ ବର୍ଷାଦିନେ ରେଶମବସ୍ତ୍ର ବ୍ୟବହାର କରିବା ଆବଶ୍ୟକ |
Truly Indian Brand
Truly Indian Brand