Odia Medium Class 7 Science Chapter 5 Posana ( ପୋଷଣ ) Notes

Language : Odia

LRNR provides this material totally free

Odia Medium Class 7 Science Chapter 5 Posana ( ପୋଷଣ ) Notes

ପୋଷଣ



ଅଣୁଜୀବ, ପ୍ରାଣୀ ଓ ଉଦ୍ଭିଦଙ୍କୁ ନେଇ ଜୀବଜଗତ ଗଠିତ | ଏହିସବୁ ଜୀବଙ୍କର ଶରୀରରେ ବିଭିନ୍ନ ପ୍ରକାର ଜୀବନ ପ୍ରକ୍ରିୟା ସର୍ବଦା ଚାଲୁ ରହିଥାଏ | ବୃଦ୍ଧି, ବିକାଶ, ଜନନ, ରେଚନ, ଚଳଣ , ପୋଷଣ , ଶ୍ଵସନ ଇତ୍ୟାଦି ଏହି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ | ଏହିସବୁ କାର୍ଯ୍ୟ ପାଇଁ ଶକ୍ତି ଦରକାର | ଶକ୍ତି ଖାଦ୍ୟରୁ ମିଳିଥାଏ | ଏଥିପାଇଁ ସମସ୍ତ ଜୀବ ଖାଦ୍ୟ ଖାଆନ୍ତି |


ଖାଦ୍ୟର ମୁଖ୍ୟ ଉପାଦାନଗୁଡିକ ହେଲା – ଶ୍ଵେତସାର, ବା ଶର୍କରାଜାତୀୟ ଖାଦ୍ୟ , ପୁଷ୍ଟିସାର ବା ପ୍ରୋଟିନ , ସ୍ନେହସାର ବା ଚର୍ବି ଜାତୀୟ ଖାଦ୍ୟ ଜୀବନିକା ବା ଜୀବସାର ବା ଭିଟାମିନ୍ , ଧାତୁସାର ବା ଖଣିଜଲବଣ ଓ ଜଳ |


ଜୀବଜଗତର ଖାଦ୍ୟ : -


ଖାଦ୍ୟାଭାସ ଅନୁସାରେ ଏହାକୁ ୩ ଭାଗରେ ବିଭକ୍ତ କରାଯାଇଛି |


         i.      ସର୍ବାହାରୀ

       ii.      ତୃଣଭୋଜୀ

     iii.      ମାଂସାହାରୀ



·    ଯେଉଁମାନେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥା’ନ୍ତି ଉଭୟ ଉଦ୍ଭିଦ ଓ ପ୍ରାଣିଜାତୀୟ ଖାଦ୍ୟ ଖାଇଥାନ୍ତି ସେମାନଙ୍କୁ ସର୍ବାହାରୀ କୁହାଯାଏ |


 ଉଦାହରଣ – ମଣିଷ, କୁକୁର ଇତ୍ୟାଦି |


·    ଯେଉଁମାନେ କେବଳ ଉଦ୍ଭିଦଜାତୀୟ ଖାଦ୍ୟ ଖାଇଥାନ୍ତି ସେମାନଙ୍କୁ ତୃଣଭୋଜୀ କୁହାଯାଏ |


 ଉଦାହରଣ – ଗାଇ , ମଇଁଷି, ଛେଳି ଇତ୍ୟାଦି |


·    ଯେଉମାନେ କେବଳ ପ୍ରାଣୀଙ୍କୁ ନିଜର ଖାଦ୍ୟ ରୂପେ ଗ୍ରହଣ କରନ୍ତି , ସେମାନଙ୍କୁ ମାଂସାହାରୀ କୁହାଯାଏ |


 ଉଦାହରଣ – ବାଘ, ସିଂହ ଇତ୍ୟାଦି |


ଉଦ୍ଭିଦ ପୋଷଣ : -


·    ସାଧାରଣତଃ ମଞ୍ଜିରୁ ଉଦ୍ଭିଦଟିଏ ଜାତ ହୋଇଥାଏ | ମାଟିରୁ ତାକୁ ଖାଦ୍ୟ ମିଳିଥାଏ | ଜଳ, ବିଭିନ୍ନ ଖଣିଜ ଲବଣ ସହିତ ଉଦ୍ଭିଦ ଖାଦ୍ୟ ପାଇଁ ଅଙ୍ଗାରକାମ୍ଳ ଓ ଯବକ୍ଷାରଜାନ ମଧ୍ୟ ଗ୍ରହଣ କରିଥାଏ |


·    ଏହି ସମସ୍ତ ଉପାଦାନ ଉଦ୍ଭିଦର ପୋଷଣ ପାଇଁ ଦରକାର ତେଣୁ ଏହି ଉପାଦାନଗୁଡିକୁ ପୋଷକ କୁହାଯାଏ |


·    ପୋଷକଗୁଡିକର ଆହରଣ ଓ ଖାଦ୍ୟ ପ୍ରସ୍ତୁତିରେ ବିନିଯୋଗକୁ ସାମଗ୍ରିକ ଭାବେ ଉଦ୍ଭିଦର ପୋଷଣ କୁହାଯାଏ |



ଉଦ୍ଭିଦର ଖାଦ୍ୟ ପ୍ରସ୍ତୁତି – ଆଲୋକଶ୍ଲେଷଣ


·    ଉଦ୍ଭିଦର ମୂଳଦ୍ଵାରା ସଂଗୃହୀତ ଜଳ ଓ ଦ୍ରବୀଭୂତ ଖଣିଜ ଲବଣ ମୂଳରୁ କାଣ୍ଡ ଓ ଶାଖା ପ୍ରଶାଖା ଦେଇ ପତ୍ରରେ ପହଞ୍ଚେ | ମୂଳରୁ ପତ୍ର ପର୍ଯ୍ୟନ୍ତ ଲମ୍ବିଥିବା ସଂବାହୀ ନଳୀ ଦେଇ ଏହି ପୋଷକଗୁଡିକ ପ୍ରବାହିତ ହୋଇଥାଏ |


·    ସଂବାହୀ ପେଶୀଗୁଡିକୁ ନେଇ ଏହି ସଂବାହୀ ନଳୀ ଗଠିତ ହୋଇଥାଏ | ଏହା ସହ ପତ୍ର ନିଜ ପୃଷ୍ଠରେ ଥିବା ଅତି ଛୋଟ ରନ୍ଧ୍ର ଦେଇ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ସଂଗ୍ରହ କରେ | ଏଇ ରନ୍ଧ୍ରକୁ ସ୍ତୋମ୍ କୁହାଯାଏ |


·    ସବୁଜ ପତ୍ରରେ ଥିବା କୋଷରେ ହରିତ ଲବକ ବା ସବୁଜ କଣା ଥାଏ | “ସବୁଜ କଣା” ସୂର୍ଯ୍ୟାଲୋକରୁ ଶକ୍ତି ଆହରଣ କରେ | ସୌରଶକ୍ତିକୁ ବିନିଯୋଗ କରି ପତ୍ର ଅଙ୍ଗାରମାମ୍ଲ ଓ ଜଳକୁ ମିଶାଇ ଶ୍ଵେତସାର ଖାଦ୍ୟ ପ୍ରସ୍ତୁତ କରେ |


·    ପ୍ରକ୍ରିୟାତଟିରେ ଆଲୋକ ଶକ୍ତିର ବିନିଯୋଗ ହେଉଥିବାରୁ ଏହାକୁ ଆଲୋକଶ୍ଲେଷଣ କୁହାଯାଏ | ପତ୍ରରୁ ଖାଦ୍ୟ ଉଦ୍ଭିଦର ବିଭିନ୍ନ ଅଂଶକୁ ପରିବାହିତ ହୁଏ ଏବଂ ତାହାର ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ |


·    ସବୁଜ ଉଦ୍ଭିଦ ଆଲୋକଶ୍ଲେଷଣ ପ୍ରକ୍ରିୟାରେ ନିଜପାଇଁ ଖାଦ୍ୟ ପ୍ରସ୍ତୁତ କରି ପାରୁଥିବାରୁ ସେମାନଙ୍କୁ ସ୍ଵଭୋଜୀ ବା ସ୍ଵପୋଷୀ କୁହାଯାଏ | ଆଲୋକଶ୍ଲେଷଣ କରିପାରୁ ନ ଥିବା କେତେକ ଉଦ୍ଭିଦ, ଅଣୁଜୀବ ଓ ସମସ୍ତ ପ୍ରାଣୀଙ୍କୁ “ପରଭୋଜୀ” କୁହାଯାଏ |



ଉଦ୍ଭିଦରେ ଶ୍ଵେତସାର ବ୍ୟତୀତ ଅନ୍ୟ ଖାଦ୍ୟ ପ୍ରସ୍ତୁତି : -


·    ଶ୍ଵେତସାର ବ୍ୟତୀତ ଉଦ୍ଭିଦରେ ପୁଷ୍ଟିସାର, ସ୍ନେହସାର ଓ ଜୀବସାର ମଧ୍ୟ ପ୍ରସ୍ତୁତ ହୋଇଥାଏ | ସ୍ନେହସାର ଓ ଜୀବସାରରେ ଉଦଜାନ , ଅମ୍ଳଜାନ , ଅଙ୍ଗାରକ ଏବଂ ଶକ୍ତି ବ୍ୟବହାର ହୁଏ |


·    ଆଲୋକଶ୍ଲେଷଣରୁ ସୃଷ୍ଟି ଶ୍ଵେତସାର ଜାତୀୟ ପଦାର୍ଥର ବିପଚନ ପ୍ରକ୍ରିୟାରୁ ବିଭିନ୍ନ ଉପାଯରେ ସ୍ନେହସାର ଓ ଜୀବସାର ସୃଷ୍ଟି ହୁଏ | କିନ୍ତୁ ପୁଷ୍ଟିସାରରେ ଯବକ୍ଷାରଜାନ ଥାଏ |


·    ବିରି, ଚଣା , ମୁଗ, ହରଡ଼ ପରି ଡାଲିଜାତୀୟ ଉଦ୍ଭିଦରୁ ସବୁଠାରୁ ଅଧିକ ପୁଷ୍ଟିସାର ମିଳିଥାଏ | ଏହି ଜାତିର ଉଦ୍ଭିଦର ମୂଳରେ ଏକ ପ୍ରକାର ବୀଜାଣୁ (ରାଇଜୋବିୟମ୍ ) ସହଜୀବୀ ଭାବେ ରହିଥାନ୍ତି |


·    ବାୟୁମଣ୍ଡଳର ଯବକ୍ଷାରଜାନ ବିବନ୍ଧନ କରି ଏହି ବୀଜାଣୁମାନେ ଡାଲିଜାତୀୟ ଉଦ୍ଭିଦକୁ ଯୋଗାଇଥାନ୍ତି | ସେହିପରି କେତେକ ନିଲହରିତ୍ ଶୈବାଳଦ୍ଵାରା ବାୟୁମଣ୍ଡଳର ଯବକ୍ଷାରଜାନ ବିବନ୍ଧନ ହୋଇଥାଏ |


ଅନ୍ୟ ଉପାୟରେ ଜୀବ ପୋଷଣ : -


·    ସମଗ୍ର ଜୀବଜଗତ ନିଜର ପୋଷଣ ପାଇଁ ଅନ୍ୟ ଉପରେ ନିର୍ଭର କରିଥାନ୍ତି | ସେମାନଙ୍କୁ ପରଭୋଜୀ କୁହାଯାଏ |


·    ଏହି ଜୀବମାନଙ୍କର ସବୁଜ କଣିକା ନଥାଏ |


·    ପରଭୋଜୀ ପୋଷଣ ଚାରି ପ୍ରକାରର | ଯଥା –


         i.      ମୃତଭୋଜୀ

       ii.      ପରଜୀବୀ

     iii.      ସହଜୀବୀ

     iv.      ପ୍ରାଣିପୋଷଣ


ମୃତଭୋଜୀ ପୋଷଣ :


·    ଛତୁ ଓ ଫିମ୍ପିମାନଙ୍କୁ କବକ କୁହାଯାଏ | ଏହି ଜୀବମାନେ ଏକ ପ୍ରକାର ପାଚକ ରସ ତ୍ୟାଗ କରନ୍ତି | ଏହି ରସ କବକର ପରିବେଶରେ ଥିବା ଜଟିଳ ପଦାର୍ଥକୁ ସରଳୀକୃତ କରିଥାଏ | ତା’ପରେ ସେହି ସରଳ ପଦାରଥଗୁଡିକୁ ଛତୁ ଓ ଫିମ୍ପି ଜାତୀୟ ମୃତଭୋଜୀ କବକମାନେ ଶୋଷୀ ଦିଅନ୍ତି | ପରେ ତାକୁ ନିଜର ପୋଷଣ ରୂପେ ସ୍ଵୀକାର କରନ୍ତି |



ପରାଜୀବୀ ପୋଷକ : -


·    ଯେଉଁ ପରଭୋଜୀମାନେ ଅନ୍ୟ ଉଦ୍ଭିଦ ଓ ପ୍ରାଣୀମାନଙ୍କଠାରୁ ନିଜର ପୋଷଣ ପାଇଁ ଖାଦ୍ଯ ଗ୍ରହଣ କରିଥାନ୍ତି, ସେମାନଙ୍କୁ ପରାଜୀବୀ କୁହାଯାଏ |


·    ଏମାନେ ମୃତଭୋଜୀମାନଙ୍କ ପରି ଅନ୍ୟଜୀବଙ୍କ ଶରୀରରୁ ସରଳୀକୃତ ଖାଦ୍ୟ ପଦାର୍ଥକୁ ଗ୍ରହଣ କରିଥାନ୍ତି |


·    ଉଦାହରଣ – ମଲାଙ୍ଗ, ନିର୍ମୂଳୀ ଇତ୍ୟାଦି |



ମାଂସାଶୀ ଉଦ୍ଭିଦ :-  


·    କେତେକ ଉଦ୍ଭିଦ ଅଛନ୍ତି ଯେଉଁମାନେ କୀଟ ପଟଙ୍ଗକୁ ହଜମ କରି ପାରନ୍ତି | ସେମାନଙ୍କୁ ମାଂସାଶୀ ଉଦ୍ଭିଦ କୁହାଯାଏ |

·    ଉଦାହରଣ – କମଣ୍ଡଳୁ ଗଛ



ସହଜୀବୀ ପୋଷଣ : -


·    କେତେକ ଜୀବ ଆଶ୍ରୟ ଓ ପୋଷଣ ପାଇଁ ମିଳିମିଶି ରହନ୍ତି | କେତେକ କବକ ଓ ବୀଜାଣୁ ଉଦ୍ଭିଦର ଚେରରେ ଆଶ୍ରୟ ନେଇଥାନ୍ତି |


·    ଉଦ୍ଭିଦଟି କବକ ବା ବୀଜାଣୁ ପରି ଜୀବଙ୍କୁ ବାସସ୍ଥାନ ଓ ଖାଦ୍ୟ ଯୋଗାନ୍ତି |


·    କବକ ଓ ବୀଜାଣୁଙ୍କ ସାହାଯ୍ୟରେ ଉଦ୍ଭିଦଟି ମାଟିରୁ ଜଳ ଓ ପୋଷକ ଦ୍ରବ୍ୟ ସଂଗ୍ରହ କରନ୍ତି |ଉଭୟଙ୍କ ସମ୍ପର୍କ ବଞ୍ଚି ରହିବା ପାଇଁ ଖୁବ ଗୁରୁତ୍ଵପୂର୍ଣ୍ଣ | ଉଦାହରଣ –ଲାଇକେନ |



ପ୍ରାଣୀପୋଷଣ :-


·    ପ୍ରାଣୀମାନେ ନିଜେ ଖାଦ୍ୟ ପ୍ରସ୍ତୁତ କରିପାରନ୍ତି ନାହିଁ | ଏଥିପାଇଁ ସେମାନେ ବିଭିନ୍ନ ପ୍ରକାରର ଉଦ୍ଭିଦ ଓ ପ୍ରାଣୀମାନଙ୍କ ଉପରେ ନିର୍ଭର କରିଥାନ୍ତି |


·    ସେହିସବୁ ଖାଦ୍ୟରେ ବିଭିନ୍ନ ପ୍ରକାରର ପୁଷ୍ଟିସାର, ସ୍ନେହସାର, ଶ୍ଵେତସାର, ଜୀବସାର ଇତ୍ୟାଦିକୁ ପ୍ରାଣୀମାନେ ବିଭିନ୍ନ ପାଚକରସ ଦ୍ଵାରା ସରଳୀକୃତ କରିଥାନ୍ତି |


·    ପରେ ସେହି ପଦାର୍ଥଗୁଡିକୁ ନିଜ ଶରୀରର ବୃଦ୍ଧି ଓ ବିକାଶରେ ନିୟୋଜିତ କରିଥାନ୍ତି |



ପରିପାକ ବିଭାଗ /ପରିପାକ କ୍ରିୟା :-


·    ପାଟିବାଟେ ଆମ ଶରୀର ଖାଦ୍ୟ ଗ୍ରହଣ କରିଥାଏ | ହଜମ ହେଲାପରେ ଅଦରକାରୀ ଖଦଡା ଅଂଶ ମଳରୁପେ ମଳଦ୍ଵାର ବାଟେ ବାହାରକୁ ବାହାରିଆସେ | ପାଟିଠାରୁ ଆରମ୍ଭ ହୋଇ ମଳଦ୍ଵାର ପର୍ଯ୍ୟନ୍ତ ଏକ ଲମ୍ବା ନଳୀ ରହିଛି, ଏହାକୁ ଖାଦ୍ୟନଳୀ କୁହାଯାଏ |


·    ଆମେ ଖାଦ୍ୟକୁ ଯେଉଁ ରୂପରେ ଖାଉ, ତହିଁରୁ ଦରକାରୀ ପଦାର୍ଥ ଆମ ଦେହ ଶୋଷିନେଲା ପରେ ତାର ରୂପ ବଦଳିଯାଏ | ଏହି ଯେଉଁ ଅଦଳବଦଳ କାର୍ଯ୍ୟ ହୁଏ ତାହାକୁ ହିଁ ପରିପାକ କ୍ରିୟା କୁହାଯାଏ |


·    ପରିପାକ କ୍ରିୟା ସମ୍ପୂର୍ଣ୍ଣ କରିବା ଲାଗି ଖାଦ୍ୟତନ୍ତ୍ରର ବିଭିନ୍ନ ଅଂଶ ଅଲଗାଲଗା କାର୍ଯ୍ୟ କରିଥାନ୍ତି |


       i.      ମୁଖଗହ୍ଵର

      ii.      ଖାଦ୍ୟନଳୀ

     iii.      ପାକସ୍ଥଳୀ

     iv.      ଗ୍ରହଣୀ ବା ଡିଓଡେନମ

     v.      କ୍ଷୁଦ୍ରାନ୍ତ୍ର

     vi.      ବୃହତନ୍ତ୍ର

   vii.      ମଳକୋଷ୍ଠ

 viii.      ମଳଦ୍ଵାର



ମୁଖଗହ୍ଵର :-


·    ଆମର ପାଟି,ଦାନ୍ତ ଓ ଜିଭକୁ ନେଇ ମୁଖଗହ୍ବର ଗଠିତ | ଦାନ୍ତ ପ୍ରତ୍ୟେକ ଖାଦ୍ୟକୁ ଚୋବାଇ ଛୋଟ ଛୋଟ କରିବାରେ ସାହାଯ୍ୟ କରେ |


·    ଆମ ପାଟି ଭିତରେ ସର୍ବାଧିକ ୩୨ଟି ଦାନ୍ତ ଥାଏ | ଦାନ୍ତର ଆକାର ଅନୁସାରେ କାର୍ଯ୍ୟ ଭିନ୍ନ ପ୍ରକାରର ହୋଇଥାଏ |


·    ଦାନ୍ତ ଛଡା ମୁଖଗହ୍ଵରରେ ଜିଭ ମଧ୍ୟ ଥାଏ | ଜିଭ ତଳେ ଲାଳଗ୍ରନ୍ଥି ସବୁଥାଏ |ଏହି ଲାଳ ଆମର ଖାଦ୍ୟରେ ଥିବା ଶ୍ଵେତସାରଜାତୀୟ ପଦାର୍ଥକୁ ହଜମରେ ସାହାଯ୍ୟ କରେ |


·    ମୁଖଗହ୍ଵରର ଭିତରପଟେ ଜିଭ ଲାଗିଥାଏ | ଏହା ନରମ ମାଂସପେଶୀରେ ତିଆରି ହୋଇଥିବାରୁ ଚାରିଆଡକୁ ବୁଲିପାରେ |


·    ଏହା ମୁଖଗହ୍ଵର ବାହାରକୁ ମଧ୍ୟ ବାହାରି ଆସିପାରେ | ଆମେ ଖାଉଥିବା ଖାଦ୍ୟକୁ ଏପଟ ସେପଟ କରି ଦାନ୍ତକୁ ଚୋବାଇ ଖାଇବାରେ ସାହାଯ୍ୟ କରେ |


·    ଜିଭ ଯୋଗୁଁ ଆମେ କଥା କହିପାରୁ | ଜିଭ ତଳୁ ନିର୍ଗତ ହେଉଥିବା ଲାଳ ଖାଦ୍ୟ ସହିତ ମିଶି ଖାଦ୍ୟକୁ ଗିଳିବାରେ ସହାୟକ ହୋଇଥାଏ | ଜିଭଦ୍ଵାରା ଖାଦ୍ୟର ସ୍ଵାଦ ଜାଣିହୁଏ l


·    ଜିଭରେ କେତେ ସ୍ଵାଦ ମୁକୁଳ ରହିଥାଏ | ଏହାଦ୍ୱାରା ଆମକୁ ସ୍ଵାଦ ଜଣାପଡ଼ିଥାଏ |

ଖାଦ୍ୟନଳୀ :-


·    ଖାଦ୍ୟନଳୀ ଦେଇ ଖାଦ୍ୟ ପାଇଥାଏ, ଖାଦ୍ୟନଳୀର ସଂକୋଚନ ପ୍ରସାରଣ ଫଳରେ ଖାଦ୍ୟ ତଳକୁ ତଳ ଠେଲି ହୋଇଯାଏ |


·    ବେଳେବେଳେ ଯଦି ପାକସ୍ଥଳୀରେ କିଛି ଅସୁବିଧା ହୁଏ, ତେବେ ଖାଦ୍ୟ ପାକସ୍ଥଳୀରେ ନ ରହି ପୁଣି ଖାଦ୍ୟନଳୀ ଦେଇ ପାଟିବାଟେ ବାହାରକୁ ବାହାରି ଆସେ |ଆମେ ଏହାକୁ ବାନ୍ତି ହେଲା ବୋଲି କହିଥାଉ |



ପାକସ୍ଥଳୀ :-


·    ଖାଦ୍ୟନଳୀର ଶେଷ ଅଂଶଟି ପାକସ୍ଥଳୀକୁ ଲାଗିଛି | ପକସ୍ଥଳୀର ଶେଷ ଅଂଶଟିକୁ ଗ୍ରହଣୀ କୁହାଯାଏ |


·    ପାକତନ୍ତ୍ରର ସବୁଠାରୁ ଓସାରିଆ ଅଂଶ ହେଉଛି ପାକସ୍ଥଳୀ |


·    ପାକସ୍ଥଳୀର ଭିତର ଆବରଣରେ ଥିବା ବିଭିନ୍ନ ଗ୍ରନ୍ଥିରୁ ପାଚକ ରସ, ଲବଣାମ୍ଲ ଓ ଲାଳ ନିର୍ଗତ ହୋଇଥାଏ |


·    ଲବଣାମ୍ଲ ଖାଦ୍ୟରେ ଥିବା ବ୍ୟାକ୍ଟେରିଆଗୁଡିକୁ ମାରିଦିଏ ଏବଂ ପାଚକରସ ଖାଦ୍ଯ ହଜମ କରିବାରେ ସାହାଯ୍ୟ କରେ | ପାଚକରସ ଖାଦ୍ୟରେ ଥିବା ପୁଷ୍ଟିସାର ଜାତୀୟ ଖାଦ୍ୟକୁ ସରଳୀକୃତ କରିଥାଏ |



ଗ୍ରହଣୀ :-


·    ପାକସ୍ଥଳୀର ପରବର୍ତ୍ତୀ ଅଂଶଟି ହେଲା ଗ୍ରହଣୀ |


·    ପିତ୍ତକୋଷରୁ ପିତ୍ତରସ ଆସି ଗ୍ରହଣୀରେ ଖାଦ୍ୟ ସହିତ ମିଶିଥାଏ |


·    ଏହି ପିତ୍ତରସ, ଯକୃତରେ ତିଆରି ହୋଇ ପିତ୍ତକୋଷରେ ସଞ୍ଚିତ ହୋଇ ରହିଥାଏ | ପିତ୍ତ ମଧ୍ୟ ଖାଦ୍ୟରେ ଥିବା ଚର୍ବିକୁ ହଜମ କରିବାରେ ସାହାଯ୍ୟ କରିଥାଏ |



କ୍ଷୁଦ୍ରାନ୍ତ୍ର :-


·    ଏହା ଖାଦ୍ୟନଳୀର ସବୁଠାରୁ ଲମ୍ବା ଅଂଶ ଏବଂ ଗୁଡ଼େଇ ଗୁଡ଼େଇ ହୋଇ ରହିଥାଏ | ଏହାର ଲମ୍ବ ପ୍ରାୟ ୭. ୫ ମିଟର | କ୍ଷୁଦ୍ରାନ୍ତ୍ରର ଉପର ଅଂଶକୁ ଗ୍ରହଣୀ କୁହାଯାଏ l


·    ସେହିପରି ପାକସ୍ଥଳୀର ଠିକ ତଳେ ଥିବା ଘିଅ ରଙ୍ଗର ଗ୍ରନ୍ଥିକୁ ଅଗ୍ନ୍ୟାଶୟ କୁହାଯାଏ |


·    ଅଗ୍ନ୍ୟାଶୟରୁ ରସ ନିର୍ଗତ ହୋଇ କ୍ଷୁଦ୍ରାନ୍ତ୍ରରେ ମିଶିଥାଏ | ଖାଦ୍ୟରେ ଥିବା ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାର, ଇତ୍ୟାଦିକୁ ସରଳୀକୃତ କରିବାରେ ସାହାଯ୍ୟ କରେ |


·    ହଜମ ହୋଇଯାଇଥିବା ଖାଦ୍ୟସାର, କ୍ଷୁଦ୍ରାନ୍ତ୍ର ଦ୍ଵାରା ଶୋଷିତ ହୋଇଥାଏ | କ୍ଷୁଦ୍ରାନ୍ତ୍ରର ଭିତରପଟ ଆବରଣ ଆଙ୍ଗୁଳି ପରି ଉପରକୁ ରହିଥାଏ, ଏହାକୁ ଭିଲି କୁହାଯାଏ |



ବୃହତନ୍ତ୍ର :-


·    କ୍ଷୁଦ୍ରାନ୍ତ୍ରର ଶେଷ ଅଂଶ ବୃହତନ୍ତ୍ର ସହ ସଂଯୁକ୍ତ ହୋଇଥାଏ |


·    ଏହା କ୍ଷୁଦ୍ରାନ୍ତ୍ରଠାରୁ ଅଧିକ ଓସାରିଆ କିନ୍ତୁ ଲମ୍ବରେ ଛୋଟ |


·    ଏହାର ଲମ୍ବ ପ୍ରାୟ ୧.୫ ମିଟର |


·    ବୃହତନ୍ତ୍ରର ଭିତର ଅଂଶ, ଖାଦ୍ୟର ଖଦଡା ଅଂଶରୁ ଜଳ ଏବଂ କେତେ ଲବଣକୁ ଶୋଷଣ କରିଥାଏ |


·    ଅବଶିଷ୍ଟ ଖଦଡା ଅଂଶ ମଳକୋଷ୍ଠ ଭିତରକୁ ଚାଲିଯାଏ | ସେଠାରେ ଏହା ଅର୍ଦ୍ଧତରଳ ଆକାରରେ ଥାଏ | ପରେ ଏହା ମଳଦ୍ଵାର ବାଟ ଦେଇ ବାହାରକୁ ନିଷ୍କାସିତ ହୋଇଥାଏ |



ତୃଣଭୋଜୀର ପୋଷଣ :-


·    ତୃଣଭୋଜୀ ପ୍ରାଣୀମାନେ ଖାଦ୍ୟ ଖାଇବା ପରେ ତାହା ତାଙ୍କ ପାକସ୍ଥଳୀର ପ୍ରଥମ ଭାଗ (rumen) ରେ ରହିଯାଏ |


·    ସେଠାରେ ଖାଦ୍ୟ କିଛି ପରିମାଣରେ ହଜମ ହୋଇଥାଏ |ଏହାକୁ ରୋମନ୍ଥିତ ଖାଦ୍ୟ କୁହାଯାଏ |


·    ପରେ ଏହି ରୋମନ୍ଥିତ ଖାଦ୍ୟ ଛୋଟ ଛୋଟ ଗୁଳାରେ ପରିଣତ ହୋଇ ପୁଣିଥରେ ପାଟିକୁ ଫେରିଆସେ ଏବଂ ଗାଈମାନେ ତାକୁ ପାକୁଳି କରି ଚୋବାଇ ଖାଇଥାନ୍ତି |


·    ଏମାନେ ଖାଦ୍ୟକୁ ସିକମରେ ରଖିଥାନ୍ତି ଏବଂ ଖାଦ୍ୟ ସହଜରେ ହଜମ ହୋଇଥାଏ |


·    ଏହି ପ୍ରକାର ପ୍ରାଣୀମାନଙ୍କୁ ରୋମନ୍ଥନ ପ୍ରାଣୀ କୁହାଯାଏ |



ଆମିବାର ପୋଷଣ :-


·    ଆମିବା ଏକ ଏକକୋଷୀ ପ୍ରାଣୀ | ଏହା ଖାଲିଆଖିକୁ ଦେଖାଯାଏ ନାହିଁ |


·    ସାଧାରଣତଃ ଆମିବା ପୋଖରୀ ପାଣିରେ ଦେଖାଯାଏ |


·    ଏହାର ଶରୀର ଏକ ପତଳା ଆବରଣ ବା କୋଷଝିଲ୍ଲୀ ଦ୍ଵାରା ଆବୃତ |


·    ଏହାର ଶରୀର ଭିତରେ ବଡ ଗୋଲାକାର ନ୍ୟଷ୍ଟି ଅଛି ଏବଂ ଅନେକ ଛୋଟ ଛୋଟ ଗୋଲାକାର ପାଣି ଫୋଟକା ପରି ରସଧାନୀ ଅଛି |


·    ଆମିବା ନିଜ ଶରୀରକୁ ସବୁବେଳେ ବଦଳାଇଥାଏ |


·    ସେ ନିଜ ଶରୀର ଆକାର ଛୋଟ କରି ଦୁଇଟି କୂଟପାଦ ବାହାର କରି ଚାଲିଥାଏ |


·    ଆମିବା ଛୋଟ ଛୋଟ କୀଟ ସବୁ ଖାଇଥାଏ |


·    ରସଧାନୀରୁ ପାଚକ ରସ ନିର୍ଗତ ହେବା ଫଳରେ ଖାଦ୍ୟ ହଜମ ଓ ସରଳୀକୃତ ହୋଇଥାଏ |

Ratings
No reviews yet, be the first one to review the product.