Odia Medium Class 7 Science Chapter 6 Tapa O Tapa Sancharana ( ତାପ ଓ ତାପ ସଂଚରଣ ) Notes

Language : Odia

LRNR provides this material totally free

Odia Medium Class 7 Science Chapter 6 Tapa O Tapa Sancharana ( ତାପ ଓ ତାପ ସଂଚରଣ ) Notes

ତାପ ଓ ତାପ ସଂଚରଣ


‘’କୌଣସି ବସ୍ତୁର ତାପୀୟ ଅବସ୍ଥା ବା ତାପମାତ୍ରା ଜାଣିବା ପାଇଁ ଆମେ ତାପମାନ ଯନ୍ତ୍ରର ବ୍ୟବହାର କରିଥାଉ |’’


. ଯେତେବେଳେ ଆମକୁ ଜ୍ୱର ହୋଇଥାଏ ସେତେବେଳେ ଆମ ଶରୀରର ତାପମାତ୍ରା ମପଯାଇଥାଏ, କେତିକି ଜ୍ୱର ଅଛି ଜାଣିବା ପାଇଁ ଅଧିକ ଅଛି କି କମ୍ ଅଛି | ତାପମାନ ଯନ୍ତ୍ର (thermometer) ସାହାଯ୍ୟରେ ମପାଯାଏ |


ତାପମାନ ଯନ୍ତ୍ର ;


· ଏହାର ଦୈର୍ଘ୍ୟ ପ୍ରାୟ 10 c. m. |


· ଗୋଟିଏ ସରୁ ଓ ସମାନ କାଚନଳୀ |


· ଏହାର ଗୋଟିଏ ପ୍ରାନ୍ତ ଚକ୍ ଚକ୍ କରେ | ଏହି ପ୍ରାନ୍ତକୁ ତାପମାନ ଯନ୍ତ୍ରର ବଲବ କୁହାଯାଏ ଓ ଏହା ଅଧିକ ପତଳା ଅଟେ |


· କାଚନଳୀର ବାକିତକ ଅଂଶ ଏକ କୌଶିକ ନଳୀ |


· ଏହି କୌଶିକ ନଳୀ ଅଂଶରେ ଦୁଇଟି ସ୍କେଲ୍ ଅଛି | ଗୋଟିଏ ସ୍କେଲର ନାମ f ଓ ଅନ୍ୟଟି c |


· c ସ୍କେଲର ଦୁଇ ପ୍ରାନ୍ତର ମାପାଙ୍କ 35 ଓ 42 c |


· f ସ୍କେଲର ଦୁଇ ପ୍ରାନ୍ତର ମାପାଙ୍କ 94 ଓ 108 f |


· ତାପମାନ ଯନ୍ତ୍ରର ପ୍ରାନ୍ତରେ ଥିବା ବଲବ ପାରଦରେ ପୂର୍ଣ୍ଣ ଅଟେ |


· ସୁସ୍ଥ ଲୋକର ହାରାହାରି ତାପମାତ୍ରା -37 c -98. 4 f ଥାଏ


. 35 ରୁ 42 କ’ଣ ପାଇଁ ରହିଛି କାରଣ ଶରୀରର ତାପମାତ୍ରା ଏହାଠାରୁ କମ୍ କିମ୍ବା ଅଧିକ ହୁଏ ନାହିଁ |


· ଖରା କିମ୍ବା ଗରମ ପାଣିରେ thermometer କୁ ପକାଇବା ନାହିଁ ନ ହେଲେ ନଷ୍ଟ ହୋଇଯିବ |


·    ଥର୍ମୋମିଟର କିଏ ବାହାର କରଥିଲେ, ଇଟାଲୀୟ ବୈଜ୍ଞାନିକ ଗାଲିଲିଓ (1592) ବାହାର କରିଥିଲେ | ଆମେ ବର୍ତ୍ତମାନ ଯେଉଁ thermometer ବ୍ୟବହାର କରୁଛନ୍ତି ତାହା 1655 ମସିହାରେ ତିଆରି ହୋଇଛି ଏବଂ ପ୍ରଥମେ ଏଥିରେ ରଙ୍ଗିନ ଆଲକୋହଲ ବ୍ୟବହାର କରାଯାଉଥିଲା | ପରବର୍ତ୍ତୀ ସମୟରେ ଆଲକୋହଲ ବଦଳରେ ପାରଦ ବ୍ୟବହାର କରାଗଲା |



ପାରଦ :-


· ପାରଦ ଏକ ଧାତୁ ହେଲେ ମଧ୍ୟ ତରଳ ପଦାର୍ଥ ହୋଇଥିବାରୁ ଯେ କୌଣସି କାଚନଳୀରେ ଏହାକୁ ନେଇ, ତାପ ପ୍ରୟୋଗ କଲେ ଏହା ପ୍ରସାରଣ ମାପିବା ସହଜସାଧ୍ୟ |


· ଏହା ଅସ୍ଵଚ୍ଛ ଓ ଉଜ୍ଜ୍ଵଳ ହୋଇଥିବାରୁ କାଚରେ ଚକ୍ ଚକ୍ ଦେଖାଯାଏ | କାଚନଳୀରେ ଲାଗେ ନାହିଁ |


· ପାଣିପାଗର ତାପମାତ୍ରା ମାପିବା ପାଇଁ ଅଛି ପରୀକ୍ଷାଗାରର ତାପମାନ ଯନ୍ତ୍ର କୁହାଯାଏ |


· ଏହାର ମଧ୍ୟ c ଓ f ସ୍କେଲ୍ ଥାଏ |



ତାପ ସଞ୍ଚରଣ :-


· ଦୁଇଟି ବସ୍ତୁ ତାପୀୟ ସଂସ୍ପର୍ଶରେ ଆସିଲେ ଅଧିକ ତାପମାତ୍ରା ବିଶିଷ୍ଟ ବସ୍ତୁରୁ ତାପ କମ୍ ତାପମାତ୍ରା ବିଶିଷ୍ଟ ବସ୍ତୁକୁ ସଞ୍ଚରିତ ହୁଏ |


· ଦୁଇଟି ପଦାର୍ଥର ତାପମାତ୍ରା ସମାନ ରହିଲେ ସେମାନଙ୍କ ମଧ୍ୟରେ ତାପ ସଞ୍ଚରଣ ହୁଏ ନାହିଁ |


· ତାପ ସଞ୍ଚରଣ 3 ଟି ଉପାୟରେ ହୋଇଥାଏ |

a) ପରିବହନ

   b) ପରିଚଳନ

 c) ବିକିରଣ



ପରିବହନ –


· ପରିବହନ ଉପାୟରେ ତାପ, କଠିନ ବସ୍ତୁରେ ସଞ୍ଚରିତ ହୁଏ |


· ଉଦାହରଣ :- କୂଅରୁ ପାଣି ନେଇଁ ଘରର ନିଆଁ ଲିଭାଇବା


· ନିଜର ସ୍ଥାନ ପରିବର୍ତ୍ତନ ନ କରି ପରିବହନ ହେଉଛି |


· ଯେଉଁ ପଦାର୍ଥ ମଧ୍ୟରେ ତାପ ପରିବହନ ପ୍ରକ୍ରିୟାରେ ସଞ୍ଚରିତ ହୁଏ, ସେମାନଙ୍କୁ ତାପ ସୁପରିବାହୀ କୁହାଯାଏ, ଯେଉଁଥିରେ ହୋଇନଥାଏ (ପ୍ଲାଷ୍ଟିକ , କାଠ) ତାପ କୁପରିବାହୀ କୁହାଯାଏ |



ପରିଚଳନ :-


· କେବଳ ଜଳ ଓ ବାୟୁ ନୁହେଁ, ସବୁ ତରଳ ଓ ଗ୍ୟାସୀୟ ପଦାର୍ଥରେ ତାପ ସଞ୍ଚରଣ ପରିଚଳନ ପ୍ରକ୍ରିୟାରେ ହୋଇଥାଏ |



ବିକିରଣ :-


. ବିକିରଣ ଉପାୟରେ ତାପ ସଞ୍ଚରଣ ପାଇଁ କୌଣସି ମାଧ୍ୟମ ଦରକାର ହୁଏ ନାହିଁ |


· ଗାଢ ରଙ୍ଗର ବସ୍ତୁ, ହାଲକା ରଙ୍ଗର ବସ୍ତୁ ଅପେକ୍ଷା ଅଧିକ ତାପ ବିକିରଣ କରେ |


Ratings
No reviews yet, be the first one to review the product.