Odia Medium Class 7 Science Chapter 7 Panipaga, Jalabayu, O Upajojana (ପାଣିପାଗ, ଜଳବାୟୁ ଓ ଉପଯୋଜନ) Notes

Language : Odia

LRNR provides this material totally free

Odia Medium Class 7 Science Chapter 7 Panipaga, Jalabayu, O Upajojana (ପାଣିପାଗ, ଜଳବାୟୁ ଓ ଉପଯୋଜନ) Notes

ପାଣିପାଗ, ଜଳବାୟୁ ଓ ଉପଯୋଜନ


ପାଗ କାହାକୁ କୁହାଯାଏ –   


· କୌଣସି ଏକ ଦିନର ଏକ ସମୟର ବାୟୁମଣ୍ଡଳର ଅବସ୍ଥାକୁ ପାଗ କୁହାଯାଏ |


· ସବୁବେଳେ ଗୋଟିଏ ପ୍ରକାର ପାଗ ହୋଇନଥାଏ, ଋତୁ ଅନୁସାରେ ପାଗ ଅଲଗା ଅଲଗା ପ୍ରକାର ହୋଇଥାଏ |



ପାଣିପାଗ :-


· ପାଣିପାଗ ହେଉଛି ବାୟୁର ତାପମାତ୍ରା, ଆର୍ଦ୍ରତା,ବୃଷ୍ଟିପାତ, ଚାପ ଓ ପବନର ବେଗ ଏ ସବୁକୁ ଦେଖି ପାଣିପାଗ ନିର୍ଣ୍ଣୟ କରାଯାଏ |


· କେତେକ ସଙ୍କେତ / ଚିହ୍ନ କୁ ବ୍ୟବହାର କରି ପାଣିପାଗ ସୂଚନା ଦିଆଯାଏ l



ଦିନର ସମୟ ସୀମା :-


· ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ଅସ୍ତ ହେବl ଏବଂ ପ୍ରତ୍ୟେକ ଦିନର ସମୟସୀମା ସମାନ ନଥାଏ |


· ଶୀତଦିନରେ ଆମର ରାତି ଲମ୍ବା ହୋଇଥାଏ ଓ ଦିନ ଛୋଟ ହୋଇଥାଏ |


· ଖରା ଦିନରେ ଆମର ଦିନ ଲମ୍ବା ହୋଇଥାଏ ଓ ରାତି ଛୋଟ ହୋଇଥାଏ |



ପାଣିପାଗର ଅବସ୍ଥା ଜାଣିବା ପାଇଁ କେଉଁ କେଉଁ ମୌଳିକ ଉପାଦାନଗୁଡିକର ଆବଶ୍ୟକତା ପଡିଥାଏ :-


·    ବାୟୁମଣ୍ଡଳର ତାପମାତ୍ରା


·    ବାୟୁର ଚାପ


·    ବାୟୁର ଗତି


·    ବୃଷ୍ଟିପାତର ପରିମାଣ


·    ବାଦଲର ଅବସ୍ଥିତି


·    ଆର୍ଦ୍ରତା



1) ତାପମାତ୍ରା ମାପିବା ପାଇଁ – ତାପମାନ ଯନ୍ତ୍ର (thermometer)


 2) ସର୍ବୋଚ୍ଚ ଓ ସର୍ବନିମ୍ନ – ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାନ ଯନ୍ତ୍ର


3) ବୃଷ୍ଟିପାତର ପରିମାଣ – ବୃଷ୍ଟିମାପକ ଯନ୍ତ୍ର


4) ପବନର ବେଗ – ଆନିମୋମିଟର


5) ଆର୍ଦ୍ରତା – ହାଇଗ୍ରୋମିଟର


6) ପବନର ଦିଗ – ମାନକ ଯନ୍ତ୍ର


7) ବାୟୁର ଚାପ – ଚାପମାନ ଯନ୍ତ୍ର



ଜଳବାୟୁ :-


· ଜଳବାୟୁ ହେଉଛି ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନର ୨୫ ବର୍ଷର ହାରାହାରି ପାଣିପାଗ |


· ଯେମିତିକି ଗୋଟିଏ ସ୍ଥାନର ତାପମାତ୍ରା ବର୍ଷର ଅଧିକାଂଶ ସମୟରେ ଉଷ୍ମ / ଗରମ ରହେ ତାହାକୁ ଉଷ୍ମ ଜଳବାୟୁ କୁହାଯାଏ | ଉଦାହରଣ :- ରାଜସ୍ଥାନ


· ଯେଉଁ ସ୍ଥାନରେ ବୃଷ୍ଟିପାତ ଅଧିକ ରହିଥାଏ ତାହା ବୃଷ୍ଟିପାତ ଜଳବାୟୁ ଯେମିତି କି ଚେରାପୁଞ୍ଜି | ମେରୁଅଞ୍ଚଳର ଜଳବାୟୁକୁ ଶୀତଳ ଜଳବାୟୁ କୁହାଯାଏ |



ଉପଯୋଜନ :-


· ଆମ ଶରୀର କେଉଁ ସ୍ଥାନରେ ଠିକ୍ ଭାବରେ ଖାପ ଖୁଆଇ ରହିପାରେ ତାହାକୁ ଉପଯୋଜନ କୁହାଯାଏ | ମାନେ ଯେଉଁ ସ୍ଥାନ ଯାହା ପାଇଁ ଉପଯୁକ୍ତ |



ମାଛର ଉପଯୋଜନ :-


· ଆକାର – ଉପର ଓ ତଳ ଚେପଟା, ପହଁରିବାରେ ସାହାଯ୍ୟ କରେ |


· ଡେଣା – ହାଲୁକା ଓ ଚଟକା, ଆହୁଲା ମାରିବାରେ ସାହାଯ୍ୟ କରେ |


· ଲାଞ୍ଜ – ପରଦା ପରି | ବିଭିନ୍ନ ଦିଗକୁ ଯାଇପାରେ |


· କାତି – ଶରୀରର ଆବରଣ | ଆଘାତରୁ ରକ୍ଷା କରେ |


· ଗାଲି – ଛିଦ୍ରଯୁକ୍ତ, ଜଳରୁ ଅମ୍ଳଜାନ ସଂଗ୍ରହ କରେ, ଶ୍ଵାସକ୍ରିୟା କରେ |


· ଆଖିର ପରଦା – ଆଖିର ସୁରକ୍ଷା ଦିଏ | ଜଳ ମଧ୍ୟରେ ଦେଖିବାରେ ସାହାଯ୍ୟ |


· ମାଛ ପାଇଁ ଉପଯୋଜନ ହେଉଛି ଜଳ |


ବେଙ୍ଗ :-


· ବେଙ୍ଗ ଉଭୟ ସ୍ଥଳ ଓ ଜଳରେ ଦେଖାଯାଏ | ତେଣୁ ଏହାକୁ ଉଭୟଚର କୁହାଯାଏ |


. ଉଭୟ ଫୁସଫୁସ ଓ ଚର୍ମ ଦ୍ବାରା ଶ୍ଵାସକ୍ରିୟା କରିଥାଏ |


. ଶୀତ ଋତୁରେ ଶରୀରର ଉତ୍ତାପରେ ସନ୍ତୁଳନ ରଖିବା ପାଇଁ ବେଙ୍ଗ ଶୋଇକି ରହିଥାଏ | ଏହାକୁ ଶୀତସୁପ୍ତି (hibernation) କୁହାଯାଏ |


. ଏହି ସମୟରେ ବେଙ୍ଗ ତା’ ଶରୀରରେ ସଞ୍ଚିତ ଥିବା ଖାଦ୍ୟ ବ୍ୟବହାର କରି ବଞ୍ଚି ରହେ |



ମେରୁଭାଲୁ :-


· ମେରୁ ଅଞ୍ଚଳର ଜଳବାୟୁ ଅତି ଶୀତଳ | ଏଠାରେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟ ହୁଏ ନାହିଁ | ସବୁବେଳେ ବରଫାବୃତ ରହେ |


· ମେରୁଭାଲୁର ଶରୀର ଲୋମରେ ଆବୃତ |


· ଲମ୍ବା ନଖ, ବଡ ଓ ଓସାରିଆ ପଞ୍ଜା |


· ଚମଡା ତଳେ ମୋଟ ଚର୍ବି |


· ପ୍ରଖର ପ୍ରାଣ ଶକ୍ତି |



ପେଙ୍ଗୁଇନ :-


· ଏହା ମଧ୍ୟ ବରଫ ଅଞ୍ଚଳରେ ଥାଏ |


· ପେଟପଟ ଧଳା | ବରଫ ସହ ମିଶିଯାଇଥାଏ, ଶିକାରୀ ସହଜରେ ଜାଣିପାରେ ନାହିଁ |


· ମାଛ ଖାଇ ବଞ୍ଚୁଥିବାରୁ ଖାଦ୍ୟ ପାଇଁ ଉଡିବା ଦରକାର ନାହିଁ |


. ଉଡିବାର କ୍ଷମତା ହରାଇ ବସିଛନ୍ତି ଓ ଭଲ ପହଁରାଳୀ ହୋଇଯାଇଛନ୍ତି |


· ଚର୍ମ ମୋଟା ଓ ତଳଅଂଶରେ ଚର୍ବିର ଆବରଣ ଥାଏ |


· ପେଙ୍ଗୁଇନର ଶରୀରର ତାପ ରକ୍ଷା କରେ |


· ଦେହର ଉତ୍ତାପ ନିୟନ୍ତ୍ରଣ ପାଇଁ ଦଳବାନ୍ଧି ରହିଥାନ୍ତି |



ପକ୍ଷୀମାନଙ୍କ ଉପଯୋଜନ :-


· ଖାଦ୍ୟାଭ୍ୟାସରେ ଉପଯୋଜନ ହେତୁ ସ୍ଥଳଭାଗ, ନଦୀ, ଜଳାଶୟ, ସମୁଦ୍ରତଟ ଅଞ୍ଚଳରେ ଭିନ୍ନ ଭିନ୍ନ ପକ୍ଷୀ ବାସ କରନ୍ତି |


. ଥଣ୍ଡାରୁ ରକ୍ଷା ପାଇବା ପାଇଁ ସାଇବେରିଆ ଅଞ୍ଚଳରୁ ପକ୍ଷୀ ଉଡିଉଡି ଚିଲିକାକୁ ଆସିଥାନ୍ତି | ଶୀତଋତୁ ଚାଲିଗଲେ ପୁଣି ସାଇବେରିଆକୁ ଫେରି ଯାଆନ୍ତି | ଏହି ପକ୍ଷୀମାନଙ୍କୁ ପରିବ୍ରାଜୀ ପକ୍ଷୀ କୁହାଯାଏ |


 

ଜଳବାୟୁ ଓ ଉଦ୍ଭିଦମାନଙ୍କର ଉପଯୋଜନ :-


· ମରୁଭୂମିରେ ଜଳାଭାବ, ଅତ୍ୟନ୍ତ ଖରା ଓ ରାତିରେ ଅତ୍ୟନ୍ତ ଶୀତ ହେତୁ ଏଠାରେ ଗଛଗୁଡିକ ମୁଖ୍ୟତଃ କଣ୍ଟାଜାତୀୟ ହୋଇଥାଏ |

ଉଦାହରଣ – କାକଟସ, ସପ୍ତଫେଣୀ,ଖଜୁରୀ |


· ବିଷୁବମଣ୍ଡଳରେ ଅଧିକ ବର୍ଷା ହୁଏ | ତେଣୁ ଏଠାରେ ଗଛମାନଙ୍କର ବୃଦ୍ଧି ବହୁତ ଭଲ ହୁଏ | ବଡବଡ ଝଙ୍କାଳିଆ ଗଛ, ଯଥା – ଶାଳ, ପିଆଶାଳ, ଶାଗୁଆନ, କେନ୍ଦୁ, ମହୁଲ ଇତ୍ୟାଦି |


· ମେରୁ ଅଞ୍ଚଳରେ ଆଲୋକ, ଉତ୍ତାପ, ମୃତ୍ତିକା ଓ ଜଳର ଅଭାବ ହେତୁ ସେଠାରେ କୌଣସି ବୃକ୍ଷଲତା ନଥାଏ | କେବଳ କେଉଁଠି କେମିତି ଶୈବାଳ ଜାତୀୟ ଉଦ୍ଭିଦ ଦେଖାଯାଏ |


· ହିମାଳୟପରି ଉଚ୍ଚପାର୍ବତ୍ୟ ଅଞ୍ଚଳର ଶୀର୍ଷ ଭାଗର ତାପମାତ୍ରା ବର୍ଷସାରା ଅତି କମ୍ ରହେ | ତେଣୁ ଏଠାରେ ଡେଙ୍ଗା ଡେଙ୍ଗା ଓ ସେମାନଙ୍କର ପତ୍ରଗୁଡିକ ସରୁସରୁ ହେବା ଉପଯୋଜନର ଏକ ଦୃଷ୍ଟାନ୍ତ | ସେଥିପାଇଁ ହିମାଳୟରେ ବିଶେଷତଃ ପାଇନ ଜାତୀୟ ଗଛ ଦେଖାଯାନ୍ତି |


· ସମୁଦ୍ର ଉପକୂଳର ଜଳବାୟୁ ସମ୍ପୂର୍ଣ୍ଣ ଅଲଗା | ପ୍ରଥମତଃ ଏଠାକାର ଜଳ ଲୁଣିଆ | ଏଠାକାର ବାୟୁରେ ଜଳୀୟ ବାଷ୍ପର ଘନତା ବେଶୀ | ତା’ ପରେ ଏହି ଅଞ୍ଚଳ ସବୁବେଳେ ଲହଡିଦ୍ୱାରା ଉପଦ୍ରୁତ | ତେଣୁ ଏଠାରେ ପ୍ରାୟତଃ ବାଲିଆ ମାଟି ଦେଖାଯାଏ | ହେନ୍ତାଳଜାତୀୟ ଗଛମାନଙ୍କର ମୂଳ ମାଟି / ବାଲି ସ୍ତରଠାରୁ ଉପରେ ଥାଏ | ସେହିପରି ଲୁଣିଆ ପାଣି ଯୋଗୁଁ ସମୁଦ୍ର ଉପକୂଳ ଅଞ୍ଚଳରେ ନଡିଆ ଓ ଝାଉଁ ଗଛ ଦେଖାଯାଏ |

Ratings
No reviews yet, be the first one to review the product.