• SCHOOL BOARDS
  • BSE/CHSE ODISHA
  • CLASS 7
  • SCIENCE
  • Odia Medium Class 7 Science Chapter 9 Jibana Pai Swasakriya - Prani O Udvidare Swasana ( ଜୀବନ ପାଇଁ ଶ୍ଵାସକ୍ରିୟା - ପ୍ରାଣୀ ଓ ଉଦ୍ଭିଦରେ ଶ୍ଵସନ ) Notes

Odia Medium Class 7 Science Chapter 9 Jibana Pai Swasakriya - Prani O Udvidare Swasana ( ଜୀବନ ପାଇଁ ଶ୍ଵାସକ୍ରିୟା - ପ୍ରାଣୀ ଓ ଉଦ୍ଭିଦରେ ଶ୍ଵସନ ) Notes

Language : Odia

LRNR provides this material totally free

Odia Medium Class 7 Science Chapter 9 Jibana Pai Swasakriya - Prani O Udvidare Swasana ( ଜୀବନ ପାଇଁ ଶ୍ଵାସକ୍ରିୟା - ପ୍ରାଣୀ ଓ ଉଦ୍ଭିଦରେ ଶ୍ଵସନ ) Notes

ଜୀବନ ପାଇଁ ଶ୍ଵାସକ୍ରିୟା - ପ୍ରାଣୀ ଓ ଉଦ୍ଭିଦରେ ଶ୍ଵସନ



. ନିଶ୍ଵାସ ପ୍ରଶ୍ଵାସ ଶ୍ଵାସତନ୍ତ୍ରରେ ବାୟୁ ଚଳାଚଳ ପ୍ରକ୍ରିୟା ଅଟେ | ଏହା ଶ୍ଵାସନର ଏକ ଅଂଶ ଅଟେ |


. ଜୀବର ଜୀବନ ପାଇଁ ଶ୍ଵାସକ୍ରିୟା ଅପରିହାର୍ଯ୍ୟ |


. ପ୍ରତ୍ୟେକ ପ୍ରାଣୀ ଓ ଉଦ୍ଭିଦ ବଞ୍ଚିଥିବା ପର୍ଯ୍ୟନ୍ତ ଶ୍ଵସନ ପ୍ରକ୍ରିୟା ଚାଲୁ ରଖିଥାନ୍ତି | ଏହାଦ୍ୱାରା ଖାଦ୍ୟରେ ଥିବା ସଞ୍ଚିତ ଶକ୍ତିକୁ ଜୀବ ବ୍ୟବହାର କରିଥାଏ |


. ଆମେ ପ୍ରଶ୍ଵାସରେ ନେଉଥିବା ଅମ୍ଳଜାନକୁ ରକ୍ତ ଶ୍ଵାସ ତନ୍ତ୍ରରୁ ନେଇ ଶରୀରର ସମସ୍ତ କୋଷରେ ପହଞ୍ଚାଏ |


. କୋଷ ମଧ୍ୟରେ ଅମ୍ଳଜାନ ଦ୍ଵାରା ଗ୍ଲୁକୋଜ ସରଳୀକୃତ ହୋଇ ଅଙ୍ଗାରକାମ୍ଳ ଓ ଜଳରେ ପରିଣତ ହୁଏ | ତାହା ସହିତ ଶକ୍ତି ଉତ୍ପନ୍ନ ହୋଇଥାଏ |


. କୋଷରେ ଖାଦ୍ୟର ବିଘଟନ ଘଟି ଶକ୍ତି ଜାତ ପ୍ରକ୍ରିୟା ଶ୍ଵସନ କୁହାଯାଏ |


. ଅମଜାନ ବ୍ୟବହାରରେ ଯଦି ଖାଦ୍ୟର ବିଘଟନ ହୁଏ ତେବେ ତାହାକୁ ଶ୍ଵସନ କୁହାଯାଏ |


ଗ୍ଲୁକୋଜ (ଅମ୍ଳଜାନ ସହାୟତାରେ) - ଅଙ୍ଗାରକାମ୍ଳ + ଜଳ + ଶକ୍ତି


. କେତେକ କ୍ଷେତ୍ରରେ ଅମ୍ଳଜାନ ଅଭାବରେ ଖାଦ୍ୟର ବିଘଟନ ମଧ୍ୟ ହୋଇଯାଏ |ଏହାକୁ ଅବାୟୁ ଶ୍ଵସନ କୁହାଯାଏ |


ଗ୍ଲୁକୋଜ (ଅମ୍ଳଜାନଅନୁପସ୍ଥିତି) - ସୁରାସାର + ଅଙ୍ଗାରକାମ୍ଳ + ଶକ୍ତି


. ଇଷ୍ଟ ଏକକୋଷୀ ଜୀବ ଅଟେ | ଅମ୍ଳଜାନର ଅନୁପସ୍ଥିତିରେ ସେମାନଙ୍କର ଶ୍ଵସନ ହୁଏ ଏବଂ ଏହି ପ୍ରକ୍ରିୟାରେ ସୁରାସାର ସୃଷ୍ଟି ହୋଇଥାଏ |


. ସେଥିପାଇଁ ଏହା ବିଭିନ୍ନ ପ୍ରକାର ମଦଜାତୀୟ ପାନୀୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ | ଏହି ପ୍ରକ୍ରିୟାରେ ନିର୍ଗତ ଅଙ୍ଗାରକାମଳକୁ ପାଉରୁଟି ପ୍ରସ୍ତୁତିରେ ବ୍ୟବହାର ହୁଏ |


. ଅଙ୍ଗାରକାମ୍ଳ ଥିବା ଯୋଗୁଁ ପାଉଁରୁଟି ସ୍ପଞ୍ଜ ପରି ନରମ ହୋଇଥାଏ |

ଇଷ୍ଟକୁ ଅବାୟୁଜୀବୀ କୁହାଯାଏ |



ଗ୍ଲୁକୋଜ ( ଅମ୍ଳଜାନଅନୁପସ୍ଥିତି ) – ଲାକଟିକ୍ ଅମ୍ଳ + ଶକ୍ତି


           

. କଠିନ ବ୍ୟାୟାମ ପରେ ମାଂସପେଶୀରେ ଆକୁଞ୍ଚନ ଜନିତ ବ୍ୟଥା ଅନୁଭବ ହୋଇଥାଏ | ଏହି ବ୍ୟଥା ମାଂସପେଶୀୟ କୋଷରେ ଅବାୟୁ ଶ୍ଵସନ ଦ୍ଵାରା ହୋଇଥାଏ | ପ୍ରକ୍ରିୟାଟିରେ ଗ୍ଲୁକୋଜ ଅସମ୍ପୂର୍ଣ୍ଣ ଭାବେ ବିଖଣ୍ଡିତ ହୋଇ ଲାକଟିକ୍ ଅମ୍ଳରେ ପରିଣତ ହୁଏ | ଲାକଟିକ୍ ଅମ୍ଳ ବହୁ ପରିମାଣରେ କୋଷରେ ଜମା ହେଲେ ମାଂସପେଶୀୟ ଯନ୍ତ୍ରଣା ଦିଏ |


. ଗରମ ପାଣି ଉପଚାର ବା ମାଂସପେଶୀରେ ମାଲିସ କଲେ ସେହି ସ୍ଥାନରେ ରକ୍ତ ସଞ୍ଚାଳନ ତ୍ଵରାନ୍ଵିତ ହୁଏ |ଫଳରେ ମାଂସପେଶୀରେ ଅମ୍ଳଜାନ ଅଧିକ ପରିମାଣରେ ଆସି ପହଞ୍ଚିଯାଏ ଓ ଲାକଟିକ୍ ଅମ୍ଳ ପରିବର୍ତ୍ତିତ ହୋଇ ଅଙ୍ଗାରକାମ୍ଳ ଓ ଜଳରେ ପରିଣତ ହୁଏ ଏବଂ ଯନ୍ତ୍ରଣା କମିଯାଏ |


 

ନିଶ୍ଵାସ – ପ୍ରଶ୍ଵାସ :-


. ବାୟୁକୁ ଶରୀର ଭିତରକୁ ନେବାକୁ ପ୍ରଶ୍ଵାସ ଓ ତ୍ୟାଗ କରିବା ପ୍ରକ୍ରିୟାକୁ ନିଃଶ୍ଵାସ କୁହାଯାଏ |


. ଏହା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା | ଜୀବର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲୁ ରହିଥାଏ |


. ବିଶ୍ରାମ ନେବା ସମୟରେ ଜଣେ ପ୍ରାପ୍ତ ବୟସର ବ୍ୟକ୍ତି ମିନିଟ୍ ପ୍ରତି ୧୫ – ୧୮ ଥର ନିଃଶ୍ଵାସ ପ୍ରଶ୍ଵାସ ନେଇଥାଏ | କଠିନ ପରିଶ୍ରମ କାଳରେ ତାହାର ମିନିଟ୍ ପ୍ରତି ନିଶ୍ଵାସ ପ୍ରଶ୍ଵାସର ହାର ୨୫ ଥରକୁ ବୃଦ୍ଧି ପାଇଥାଏ |


. ବିଭିନ୍ନ କାର୍ଯ୍ୟ ସମୟରେ ନିଃଶ୍ଵାସ ପ୍ରଶ୍ଵାସ ହାରରେ ଭିନ୍ନତା ଦେଖାଯାଇଥାଏ |



ପ୍ରାଣୀମାନଙ୍କର ଶ୍ଵସନ :-


. ମଣିଷ ଫୁସଫୁସ୍ ଦ୍ଵାରା ଶ୍ଵାସକ୍ରିୟା କରିଥାଏ | ହାତୀ, ସିଂହ, ଗାଈ, ଛେଳି, ମେଣ୍ଢା, ବେଙ୍ଗ, ଝିଟିପିଟି, ସାପ, ପକ୍ଷୀମାନେ ଇତ୍ୟାଦି ମଧ୍ୟ ଫୁସଫୁସ୍ ଦ୍ଵାରା ଶ୍ଵାସକ୍ରିୟା କରିଥାନ୍ତି |


. ଅସରପା ସ୍ପାଇରାକଲ୍ ବା ଶ୍ଵାସରନ୍ଧ୍ର ଦ୍ଵାରା ଶ୍ଵାସକ୍ରିୟା କରିଥାଏ |

ଜିଆର ଚର୍ମ ଓଦାଳିଆ ଓ ଲାଳୁଆ ହୋଇଥାଏ ଏବଂ ଚର୍ମ ଦ୍ଵାରା ଶ୍ଵାସକ୍ରିୟା ହୋଇଥାଏ |


. ମାଛ ପାଣିରେ ରହିଥାଏ, ଜଳରେ ଥିବା ଦ୍ରବୀଭୂତ ଅମ୍ଳଜାନକୁ ମାଛ ଗାଲି ଦ୍ଵାରା ବ୍ୟବହାର କରେ |



ଉଦ୍ଭିଦରେ ଶ୍ଵସନ : -


. ଉଦ୍ଭିଦ ପତ୍ରରେ ଥିବା ସୂକ୍ଷ୍ମ କଣା (ସ୍ତୋମ୍ ) ସାହାଯ୍ୟରେ ବାୟୁରୁ ଅମ୍ଳଜାନ ନେଇଥାନ୍ତି ଏବଂ ଅଙ୍ଗାରକାମ୍ଳ ଛାଡ଼ିଥାନ୍ତି |


. ଉଦ୍ଭିଦ କୋଷରେ ଗ୍ଲୁକୋଜବିଖଣ୍ଡିତ ହୋଇ ଅଙ୍ଗାରକାମ୍ଳ ଓ ଜଳରେ ପରିଣତ ହୋଇଥାଏ |


. ମୃତ୍ତିକାସ୍ଥ ବାୟୁକୁ ଉଦ୍ଭିଦର ମୂଳ ବ୍ୟବହାର କରିଥାଏ |


Ratings
No reviews yet, be the first one to review the product.