• SCHOOL BOARDS
  • BSE/CHSE ODISHA
  • CLASS 7
  • SCIENCE
  • Odia Medium Class 7 Science Chapter 9 Jibana Pai Swasakriya - Prani O Udvidare Swasana ( ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଦ୍ଭିଦରେ ଶ୍ଵସନ ) Question & Answer

Odia Medium Class 7 Science Chapter 9 Jibana Pai Swasakriya - Prani O Udvidare Swasana ( ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଦ୍ଭିଦରେ ଶ୍ଵସନ ) Question & Answer

Language : Odia

LRNR provides this material totally free

Odia Medium Class 7 Science Chapter 9 Jibana Pai Swasakriya - Prani O Udvidare Swasana ( ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଦ୍ଭିଦରେ ଶ୍ଵସନ ) Question & Answer

ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଦ୍ଭିଦରେ ଶ୍ଵସନ



1.    ପ୍ରତିଯୋଗିତା ପରେ ଖେଳାଳୀମାନେ କାହିଁକି ଦ୍ରୁତ ଓ ଦୀର୍ଘଶ୍ଵାସ ନେଇଥାନ୍ତି ?


·    ପ୍ରତିଯୋଗିତା ପରେ ଖେଳାଳିମାନଙ୍କ ଶକ୍ତି କମିଯାଇଥାଏ | ତାଙ୍କ ଶରୀର ଅଧିକ ଶକ୍ତି ଆବଶ୍ୟକ କରେ | ଅଧିକ ଶକ୍ତି ପାଇବା ପାଇଁ ଶ୍ଵାସକ୍ରିୟାର ବେଗ ବଢେ | ତେଣୁ ଖେଳାଳୀମାନେ ଦ୍ରୁତ ଓ ଦୀର୍ଘଶ୍ଵାସ ନେଇଥାନ୍ତି |



2.    ବାୟୁ ଓ ଅବାୟୁ ଶ୍ଵସନ ମଧ୍ୟରେ ଥିବା ସମାନତା ଓ ଅସମାନତା ଗୁଡିକ ଲେଖ |


· ବାୟୁ ଓ ଅବାୟୁ ଶ୍ଵସନ ମଧ୍ୟରେ ଥିବା ସମାନତା –


·    ଉଭୟ ଶ୍ଵସନ ପ୍ରକ୍ରିୟାରେ ଗଲୁକୋଯ ଜାରିତ ହୁଏ |


·    ଉଭୟ ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଓ ଶକ୍ତି ଉତ୍ପନ୍ନ ହୁଏ |


ବାୟୁ ଶ୍ଵସନ


·    ଅମ୍ଳଜାନର ସହାୟତାରେ ଶ୍ଵାସକ୍ରିୟା ସମ୍ପାଦିତ ହୋଇଥାଏ |


·    ଶକ୍ତି ଅଧିକ ପରିମାଣରେ ଉତ୍ପନ୍ନ ହୁଏ |


·    ଗ୍ଲୁକୋଜ ଜାରିତ ହୋଇ ଅଙ୍ଗାରକାମ୍ଳ ଜଳ ଓ ଶକ୍ତି ଉତ୍ପନ୍ନ ହୁଏ |


ଅବାୟୁ ଶ୍ଵସନ


·    ଅମ୍ଳଜାନର ଅନୁପସ୍ଥିତିରେ ଶ୍ଵସନ ପ୍ରକ୍ରିୟା ସମ୍ପାଦିତ ହୁଏ |


·    ଶକ୍ତି କମ୍ ପରିମାଣରେ ଉତ୍ପନ୍ନ ହୁଏ |


·    ଗ୍ଲୁକୋଜ ଜାରିତ ହୋଇ ସୁରାସାର ଅଙ୍ଗାରକାମ୍ଳ ଓ ଶକ୍ତି ଉତ୍ପନ୍ନ ହୁଏ |



3.    ଯେତେବେଳେ ଧୂଳିକଣା ପୂର୍ଣ୍ଣ ବାୟୁ ପ୍ରଶ୍ଵାସରେ ନେଉ ସେତେବେଳେ ଆମେ କାହିଁକି ଛିଙ୍କିଥାଉ ?


·    ଧୂଳିକଣା ପୂର୍ଣ୍ଣ ବାୟୁ ପ୍ରଶ୍ଵାସରେ ନେବାବେଳେ ଧୂଳିକଣାଗୁଡିକ ନାସାଲୋମରେ ଅଟକି ଯାଆନ୍ତି |ବେଳେବେଳେ କିଛି ଧୂଳିକଣା ଯୁକ୍ତ ବାୟୁ ନାକ ଭିତରକୁ ଚାଲିଯାନ୍ତି | ସେତେବେଳେ ଆମକୁ ଛିଙ୍କ ହୁଏ |



4.    ତିନୋଟି ପରୀକ୍ଷାନଳୀ ନିଅ | ସେଗୁଡ଼ିକର ତିନି ଚତୁର୍ଥାଂଶ ପର୍ଯ୍ୟନ୍ତ ପାଣି ଭର୍ତ୍ତିକର | ସେଗୁଡିକୁ କ, ଖ , ଗ ଭାବେ ଚିହ୍ନିତ କର | ‘କ’ ପରୀକ୍ଷା ନଳୀରେ ଗୋଟିଏ ଗେଣ୍ଡା ରଖ | ‘ଖ’ ରେ ଏକ ଜଳଜ ଉଦ୍ଭିଦ ରଖ | ‘ଗ’ ରେ ଗୋଟିଏ ଗେଣ୍ଡା ଓ ଜଳଜ ଉଦ୍ଭିଦ ଉଭୟକୁ ରଖ | କେଉଁ ପରୀକ୍ଷା ନଳୀରେ ଅଙ୍ଗାରକାମ୍ଳର ପରିମାଣ ଅଧିକ ହେବ ?

·    ‘କ’ ପରୀକ୍ଷା ନଳୀରେ ଅଙ୍ଗାରକାମ୍ଳର ପରିମାଣ ଅଧିକ ହେବ | କାରଣ ଗେଣ୍ଡା ଜଳରୁ ଦ୍ରବୀଭୂତ ଅମ୍ଳଜାନ ଗ୍ରହଣ କରି ଯେଉଁ ଅଙ୍ଗାରକାମ୍ଳ ତ୍ୟାଗ କରିବ, ତାହା ସେହି ପରୀକ୍ଷାନଳୀରେ ଜମା ହୋଇ ରହିବ |


·    ‘ଖ’ ପରୀକ୍ଷା ନଳୀରେ ଉଦ୍ଭିଦ ଅମ୍ଳଜାନ ଗ୍ରହଣ କରି ଯେଉଁ ଅଙ୍ଗାରକାମ୍ଳ ତ୍ୟାଗ କରିବ, ତାକୁ ପୁନର୍ବାର ଖାଦ୍ୟ ପ୍ରସ୍ତୁତି ପାଇଁ ଗ୍ରହଣ କରିବ |ତେଣୁ ‘ଖ’ ନଳୀରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ପରିମାଣ ସ୍ଥିର ହେବ |


·    ‘ଗ’ ପରୀକ୍ଷାନଳୀରେ ଉଭୟ ଗେଣ୍ଡା ଓ ଉଦ୍ଭିଦ ଶ୍ଵାସକ୍ରିୟାରେ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ତ୍ୟାଗ କରିବେ | ଖାଦ୍ୟ ପ୍ରସ୍ତୁତି ପାଇଁ ଉଦ୍ଭିଦ ନିଜଦ୍ୱାରା ତଥା ଗେଣ୍ଡା ଦ୍ଵାରା ତ୍ୟାଗ ହୋଇଥିବା ଅଙ୍ଗାରକାମ୍ଳକୁ ଗ୍ରହଣ କରିବ |



5.   ଉତ୍ତର ଲେଖ |

 

I. ଅସରପା ଶରୀରରେ ବାୟୁ ଚଳାଚଳ କାହାଦ୍ୱାରା ହୁଏ ?


a)  ଫୁସଫୁସ


b)  ଗାଲି


c)  ଶ୍ଵାସରନ୍ଧ୍ର


d)  ଚର୍ମ

 

II. କଠିନ ପରିଶ୍ରମ କଲେ ମାଂସପେଶୀରେ କେଉଁଟିର ମାତ୍ରା ବଢିଯାଏ ?


a)  ଲାକଟିକ ଅମ୍ଳ


b)  ଅମ୍ଳଜାନ


c)  ଗ୍ଲୁକୋଜ


d)  ଜଳ


IlI. ଏକ ସୁସ୍ଥ ବୟସ୍କ ବ୍ୟକ୍ତିର ବିଶ୍ରାମ ବିଶ୍ରାମ ନେବାବେଳେ ମିନିଟ ପ୍ରତି ନିଶ୍ଵାସ ପ୍ରଶ୍ଵାସର ହାର କେତେ ଥର ଅଟେ ?


a)  9-12


b)  15 -18


c)  21-24


d)  30-33

 

IV. ନିଶ୍ୱାସ ବେଳରେ ପଞ୍ଜରାହାଡ କିପରି ଫୁଲିଥାଏ ?


a)  ବାହାରକୁ


b)  ତଳକୁ


c)  ଉପରକୁ


d)  କୌଣସି ଆଡକୁ ନୁହେଁ



6. ‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଳାଅ |


‘କ’                ‘ଖ’

ଇଷ୍ଟ              ସୁରାସାର

ମଧ୍ୟଚ୍ଛଦା           ବକ୍ଷଗହ୍ବର

ଚର୍ମ              ଜିଆ

ପତ୍ର              ସ୍ତୋମ

ମାଛ             ଗାଲି

ବେଙ୍ଗ            ଫୁସଫୁସ ଓ ଚର୍ମ



7.   ଉକ୍ତିଟି ଠିକ ଥିଲେ √ ଓ ଭୁଲ ଥିଲେ X ଦିଅ |


a)  କଠିନ ପରିଶ୍ରମ ସମୟରେ ଜଣେ ଲୋକର ନିଶ୍ୱାସ କମିଯାଏ | X


b)  ବେଙ୍ଗ ଫୁସଫୁସ ଓ ଚର୍ମ ଉଭୟଦ୍ଵାରା ଶ୍ଵାସକ୍ରିୟା କରିଥାନ୍ତି | √


c)  ଉଦ୍ଭିଦର ଚେରରେ ସ୍ତୋମ ଥାଏ | X


d)  ଶ୍ଵସନ ପାଇଁ ମାଛର ଫୁସଫୁସ ଅଛି | X


e)  ପ୍ରଶ୍ଵାସ ବେଳେ ବକ୍ଷଗହ୍ବର ଫୁଲିଯାଇଥାଏ |

Ratings
No reviews yet, be the first one to review the product.