Odia Medium Class 8 Geography Chapter-1 :-Sambala (ସମ୍ବଳ) Notes

Language : Odia

LRNR provides this material totally free

Odia Medium Class 8 Geography Chapter-1 :-Sambala (ସମ୍ବଳ) Notes



·    କିଛି ପଦାର୍ଥର ଆର୍ଥିକ ମୂଲ୍ୟ ରହିଛି ଓ ଅନ୍ୟ କିଛି ପଦାର୍ଥର ଆର୍ଥିକ ମୂଲ୍ୟ ନ ଥାଏ ?


·    ଉଦାହରଣ:- ଧାତବପଦାର୍ଥର ଆର୍ଥିକ ମୂଲ୍ୟ ରହିଛି ମାତ୍ର ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଭୂମିରୁପର କୌଣସି ଆର୍ଥିକ ମୂଲ୍ୟ ନ ଥାଏ |


·    କେତେକ ସମ୍ବଳ ସମୟର ଅଗ୍ରଗତି ସହ ଆର୍ଥିକ ମୂଲ୍ୟଯୁକ୍ତ ହୋଇଥାନ୍ତି |


·    ସମୟ ଓ ପ୍ରଯୁକ୍ତି ବିଦ୍ୟା କୌଣସି ଦ୍ରବ୍ୟକୁ ସମ୍ବଳରେ ପରିଣତ କରିପାରେ | ଏହି ଦୁଇଟିଯାକ ମଣିଷର ଆବଶ୍ୟକତା ସହ ସମ୍ପର୍କିତ |


·    ଲୋକମାନେ ନିଜେ ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମ୍ବଳ |


·    ସେମାନଙ୍କର ପରିକଳ୍ପନା,ଜ୍ଞାନ,ଆବିଷ୍କାର ଓ ଉଦ୍ଭାବନ ହିଁ ନୂତନ ସମ୍ବଳ ସୃଷ୍ଟିରେ ସହାୟକ ହୋଇଥାଏ |


ଉଦାହରଣ:-  ନିଆଁର ଆବିଷ୍କାର ,ଚକର ଉଦ୍ଭାବନ


ସମ୍ବଳର ପ୍ରକାରଭେଦ :-


ସାଧାରଣତଃ ,ସମସ୍ତ ସମ୍ବଳକୁ ପ୍ରାକୃତିକ ,ମାନବକୃତ ଓ ମାନବ ଶ୍ରେଣୀଭୁକ୍ତ କରାଯାଇପାରେ |


ପ୍ରାକୃତିକ ସମ୍ବଳ :-


·    ପ୍ରାକୃତିକ ପରିବେଶରୁ ମିଳୁଥିବା ତଥା ଆବଶ୍ୟକ ସ୍ଥଳେ ସାମାନ୍ୟ ପରିବର୍ତ୍ତନ ଦ୍ବାରା ବ୍ୟବହାର ଉପଯୋଗୀ ପଦାର୍ଥ ବା ଉପାଦାନକୁ ପ୍ରାକୃତିକ ସମ୍ବଳ କୁହାଯାଏ |


ଉଦାହରଣ:- ଶ୍ଵାସକ୍ରିୟାରେ ବ୍ଯବହୃତ ପବନ,ସୂର୍ଯ୍ୟରଶ୍ମି,ନଦୀ,ମୃତ୍ତିକା


·    ପ୍ରାକୃତିକ ସମ୍ବଳକୁ ବିକାଶସ୍ତର ଓ ବ୍ୟବହାର,ଉତ୍ପତ୍ତି,ଗଚ୍ଛିତ ପରିମାଣ ଏବଂ ବଣ୍ଟନ ଦୃଷ୍ଟିରୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇପାରେ |

ବିକାଶ ତଥା ବ୍ୟବହାର ଦୃଷ୍ଟିରୁ ସମ୍ବଳକୁ ଦୁଇ ଭାଗରେ ବିଭକ୍ତ କରାଯାଏ |


ଯଥା :- ପ୍ରକୃତ ସମ୍ବଳ


         ପ୍ରଚ୍ଛନ୍ନ ସମ୍ବଳ


·    ଯେଉଁ ସମ୍ବଳଗୁଡିକର ପରିମାଣ ଓ ମାନ ଜଣାପଡିଛି ସେଗୁଡିକୁ “ପ୍ରକୃତ ସମ୍ବଳ’’ କୁହାଯାଏ |


·    ଏହି ସମ୍ବଳଗୁଡିକର ବ୍ୟବହାର ମଧ୍ୟ କରାଯାଉଛି |ତେଣୁ ସେଗୁଡିକୁ ବିକଶିତ ସମ୍ବଳ କୁହାଯାଏ |


ଉଦାହରଣ:- ଛୋଟ ନାଗପୁର ମାଳଭୂମି ଅଞ୍ଚଳର ଧାତବ ଦ୍ରବ୍ୟ


·    ଯେଉଁ ସମ୍ବଳଗୁଡିକର ସଠିକ ପରିମାଣ ଓ ମାନ ଜଣାନାହିଁ ଏବଂ ଏବେସୁଦ୍ଧା ବ୍ୟବହାରରେ ଲାଗେନାହିଁ,ସେଗୁଡିକୁ ପ୍ରଚ୍ଛନ୍ନ ସମ୍ବଳ କୁହାଯାଏ |


ଉଦାହରଣ:- ଲଦାଖର ୟୂରାନିୟମ


·    ଉତ୍ପତ୍ତି ଦୃଷ୍ଟିରୁ ସମ୍ବଳକୁ ଅଜୈବ ଓ ଜୈବ ଶ୍ରେଣୀଭୁକ୍ତ କରାଯାଏ |

·    ଅଜୈବ ସମ୍ବଳ ନିର୍ଜୀବ ,ଜୈବ ସମ୍ବଳ ସଜୀବ

·    ଶିଳା ମୃତ୍ତିକା ,ଅଜୈବ ,ପ୍ରାଣୀ ଓ ଉଦ୍ଭିଦ ଜୈବ


·    ସମସ୍ତ ପ୍ରାକୃତିକ ସମ୍ବଳକୁ ଭରଣ ଦୃଷ୍ଟିରୁ ସାଧାରଣତଃ ନବୀକରଣଯୋଗ୍ୟ ଓ ନବୀକରଣ ଅଯୋଗ୍ୟ ଏହିପରି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ |


·    ନବୀକରଣ ଯୋଗ୍ୟ ସମ୍ବଳଗୁଡିକ ଶୀଘ୍ର ଭରଣ ହୋଇଥାଏ | ଉଦାହରଣ:- ସୌରଶକ୍ତି


·    ନବୀକରଣ ଅଯୋଗ୍ୟ ସମ୍ବଳଗୁଡିକର ଭଣ୍ଡାର ସୀମିତ | ଉଦାହରଣ:- କୋଇଲା


·    ବଣ୍ଟନ ଦୃଷ୍ଟିରୁ ସମ୍ବଳକୁ ସର୍ବବ୍ୟାପୀ ଓ ସ୍ଥାନୀୟ ଏହିପରି ଦୁଇଶ୍ରେଣୀରେ ବିଭକ୍ତ କରାଯାଇପାରେ |


·    କେତେକ ସମ୍ବଳ ଭୂପୃଷ୍ଠର ସବୁଠାରେ ମିଳିଥାଏ | ସେଥିପାଇଁ ଏଗୁଡିକୁ ସର୍ବବ୍ୟାପୀ ସମ୍ବଳ କୁହାଯାଏ | ଉଦା –ବାୟୁ


·    କେତେକ ଖଣିଜ ଦ୍ରବ୍ୟଗୁଡିକ ନିର୍ଦ୍ଧିଷ୍ଟ ସ୍ଥାନରେ ମିଳୁଥିବାରୁ ଏଗୁଡ଼ିକୁ ସ୍ଥାନୀୟ ସମ୍ବଳ କୁହାଯାଏ | ଉଦା –ଲୁହ ,ତମ୍ବା

·    ମଣିଷ ପାଖରେ ଜ୍ଞାନ ,ଦକ୍ଷତା ତଥା କାରିଗରୀ କୌଶଳ ଥିଲେ ପ୍ରକୃତିର ସଦୁପଯୋଗ କରି ନୂତନ ସମ୍ବଳମାନ ସୃଷ୍ଟି କରିପାରେ |ଏଥିପାଇଁ ମଣିଷ ଏକ ସ୍ଵତନ୍ତ୍ର ସମ୍ବଳ ଶ୍ରେଣୀଭୁକ୍ତ | ଲୋକମାନେ ହିଁ ମାନବ ସମ୍ବଳ |


·    ସମ୍ବଳର ସଯତ୍ନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ “ସମ୍ବଳ ସଂରକ୍ଷଣ ‘’କୁହାଯାଏ |


·    ସମ୍ବଳ ବିନିଯୋଗର ଆବଶ୍ୟକତା ତଥା ଅଗାମିପୀଢି ପାଇଁ ସେଗୁଡ଼ିକର ସଂରକ୍ଷଣ ମଧ୍ୟରେ ସଂତୁଳନ ରକ୍ଷା କରିବାକୁ “ଧାରଣୀୟ ବିକାଶ “କୁହାଯାଏ |




Ratings
No reviews yet, be the first one to review the product.