Odia Medium Class 8 Geography Chapter-1 :-Sambala (ସମ୍ବଳ) Question & Answer

Language : Odia

LRNR provides this material totally free

Odia Medium Class 8 Geography Chapter-1 :-Sambala (ସମ୍ବଳ) ପ୍ରଶ୍ନ ଓ ଉତ୍ତର Question & Answer



1.   ଭୂପୃଷ୍ଠରେ ସମ୍ବଳର ଅସମାନ ବଣ୍ଟନ ଦେଖାଯାଏ କାହିଁକି ?


ଭୂପୃଷ୍ଠରେ ସବୁସ୍ଥାନରେ ଭୂମିରୁପ ଓ ଜଳବାୟୁ ସମାନ ହୋଇନଥିବାରୁ ସବୁ ସ୍ଥାନରେ ସବୁ ସମ୍ବଳ ସମ ପରିମାଣରେ ମିଳେ ନାହିଁ | ତେଣୁ ଭୂପୃଷ୍ଠରେ ସମ୍ବଳର ଅସମାନ ବଣ୍ଟନ ଦେଖାଯାଏ |


2.   କୌଣସି ପଦାର୍ଥ ସମ୍ବଲରେ କିପରି ପରିଣତ ହୁଏ ?


କୌଣସି ପଦାର୍ଥର କିଛି ମୂଲ୍ୟ ରହିଲେ, ଏହା ସମ୍ବଳରେ ପରିଣତ ହୋଇଥାଏ | ପଦାର୍ଥର ବ୍ୟବହାର ବା ଉପଯୋଗିତା ହିଁ ତାହାକୁ ମୂଲ୍ୟ ଦେଇଥାଏ |


ସୁତରାଂ ଉପଯୋଗିତା ବା ପ୍ରୟୋଜନୀୟତା ହିଁ କୌଣସି ଦ୍ରବ୍ୟ ବା ପଦାର୍ଥକୁ ସମ୍ବଳରେ ପରିଣତ କରେ |


3.    ମାନବ ସମ୍ବଳ କାହିଁକି ଗୁରୁତ୍ୱପୂର୍ଣ୍ଣ ?


ମଣିଷ ନିଜର ଜ୍ଞାନ , ଦକ୍ଷତା, ତଥା କାରିଗରୀ କୌଶଳ ପ୍ରୟୋଗ କରି ପ୍ରକୃତିର ସଦୁପଯୋଗ କରି ନୂତନ ସମ୍ବଳମାନ ସୃଷ୍ଟି କରେ |

ମଣିଷର ପରିକଳ୍ପନା, ଜ୍ଞାନ, ଆବିଷ୍କାର ଓ ଉଦ୍ଭାବନ ହିଁ ନୂତନ ସମ୍ବଳ ସୃଷ୍ଟିରେ ସହାୟକ ହୁଏ |


4.   ସମ୍ବଳ ସଂରକ୍ଷଣ କ’ଣ ?


ସମ୍ବଳର ସଯତ୍ନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ |

ବ୍ୟବହାର ହ୍ରାସ, ପୁନଃ ଚକ୍ରୀକରଣ ତଥା ପୁନଃ ବ୍ୟବହାର ମାଧ୍ୟମରେ ସମ୍ବଳ ସଂରକ୍ଷଣ କରାଯାଇପାରେ |


5.   ଧାରଣୀୟ ବିକାଶ କହିଲେ କ’ଣ ବୁଝ ?


ସମ୍ବଳର ଉପଯୁକ୍ତ ବ୍ୟବହାର ଦ୍ୱାରା ବର୍ତ୍ତମାନର ଆବଶ୍ୟକତା ପୂରଣ ସହ ପିଢି ପରେ ପିଢି ଭାଭିଷ୍ୟତ ବଂଶଧରଙ୍କ ପାଇଁ ସମ୍ବଳର ଅଭାବ ନରହିବା ପ୍ରତି ଯତ୍ନବାନ ହେବାକୁ ଧାରଣୀୟ ବିକାଶ କୁହାଯାଏ |


ଏହା ସମ୍ବଳ ବିନିଯୋଗର ଆବଶ୍ୟକତା ଓ ଆଗାମୀ ପିଢିପାଇଁ ସେଗୁଡିକ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ବୁଝାଏ |


6.   ଗୋଟିଏ ବାକ୍ୟରେ ଉତ୍ତର ଲେଖ |


a)   ସମୁଦ୍ର ଜଳରେ ଦ୍ରବୀଭୂତ ମୂଲ୍ୟବାନ ଧାତୁ ନିମ୍ନଲିଖିତ ମଧ୍ୟରୁ କି ପ୍ରକାର ସମ୍ବଳ ?


ପ୍ରଚ୍ଛନ୍ନ ସମ୍ବଳ


b)   ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ମାନବକୃତ ସମ୍ବଳ ?


କ୍ୟାନ୍ସର ଚିକିତ୍ସା ବ୍ୟବହୃତ ଔଷଧ


c)   ବାକ୍ୟ ସମ୍ପୂର୍ଣ୍ଣ କର |


ଜୈବ ସମ୍ବଳ _______

ଜୀବିତ ପଦାର୍ଥକୁ ନେଇ ଗଠିତ |


7.   ପ୍ରଚ୍ଛନ୍ନ ସମ୍ବଳ ଓ ବିକଶିତ ସମ୍ବଳ

ପ୍ରଚ୍ଛନ୍ନ ସମ୍ବଳ - ଯେଉଁ ସମ୍ବଳଗୁଡିକର ସଠିକ ପରିମାଣ ଜଣାନାହିଁ ଏବଂ ଏବେ ସୁଦ୍ଧା ବ୍ୟବହାର ଲାଗିନାହିଁ, ସେଗୁଡିକୁ ପ୍ରଚ୍ଛନ୍ନ ସମ୍ବଳ କୁହାଯାଏ |

ଉଦାହରଣ – ସମୁଦ୍ର ଜଳରେ ଦ୍ରବୀଭୂତ ସୁନା, ରୂପା, ଆଦି ମୂଲ୍ୟବାନ ଧାତୁ, ଲଦାଖରେ ଥିବା ୟୂରାନିୟମ ଇତ୍ୟାଦି |

ବିକଶିତ ସମ୍ବଳ – ଯେଉଁ ସମ୍ବଳଗୁଡିକର ପରିମାଣ ଜଣା ପଡିଛି ଏବଂ ବର୍ତ୍ତମାନ ବ୍ୟବହାର କରାଯାଉଛି, ସେଗୁଡିକ ବିକଶିତ ସମ୍ବଳ/ ପ୍ରକୃତ ସମ୍ବଳ କୁହାଯାଏ |


8.   ସର୍ବବ୍ୟାପୀ ଓ ସ୍ଥାନୀୟ ସମ୍ବଳ

ସର୍ବବ୍ୟାପୀ ସମ୍ବଳ – ଯେଉଁ ସମ୍ବଳ ଭୂପୃଷ୍ଠର ସବୁଠାରେ ମିଳିଥାଏ, ତାହାକୁ ସର୍ବବ୍ୟାପୀ ସମ୍ବଳ କୁହାଯାଏ |

ଉଦାହରଣ – ଆମେ ଶ୍ୱାସକ୍ରିୟାରେ ବ୍ୟବହାର କରୁଥିବା ବାୟୁ |

ସ୍ଥାନୀୟ ସମ୍ବଳ – ଯେଉଁ ସମ୍ବଳ ଭୂପୃଷ୍ଠାର ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ମିଳିଥାଏ, ତାହାକୁ ସ୍ଥାନୀୟ ସମ୍ବଳ କୁହାଯାଏ |

ଉଦାହରଣ – ଲୁହା, ତମ୍ବା, ସୁନା, ରୂପା ଭଳି ଖଣିଜ ଦ୍ରବ୍ୟ |


9.   ନବୀକରଣ ଯୋଗ୍ୟ ଓ ନବୀକରଣ ଅଯୋଗ୍ୟ ସମ୍ବଳ :


ନବୀକରଣ ଯୋଗ୍ୟ ସମ୍ବଳ – ଯେଉଁ ପ୍ରାକୃତିକ ସମ୍ବଳଗୁଡିକର ବ୍ୟବହାର ସତ୍ତ୍ୱେ ପୁନର୍ବାର ପୂରଣ ହୋଇଯାଏ, ସେଗୁଡିକ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ |

ଉଦାହରଣ – ସୌରଶକ୍ତି ଓ ପବନ ଶକ୍ତି


ନବୀକରଣ ଅଯୋଗ୍ୟ ସମ୍ବଳ – ଯେଉଁ ପ୍ରାକୃତିକ ସମ୍ବଳଗୁଡିକର ବ୍ୟବହାର ଦ୍ୱାରା ପରିମାଣ ହ୍ରାସ ପାଇଲେ ବା ସରିଗଲେ, ପୁନର୍ବାର ଭରଣା ହେବା ପାଇଁ ହଜାର ହଜାର ବର୍ଷ ଲାଗିଥାଏ , ସେଗୁଡିକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ |

କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ଯାସ ଇତ୍ୟାଦି |


Ratings
No reviews yet, be the first one to review the product.