Odia Medium Class 8 Geography Chapter-3 (Part-2) :-Krushi Unnayana(କୃଷି ଉନ୍ନୟନ) Question & Answer

Sugyani Panigrahi MA'AM avatar
Sugyani Panigrahi MA'AM

Language : Odia

LRNR provides this material totally free

Odia Medium Class 8 Geography Chapter-3 (Part-2) :-Krushi Unnayana(କୃଷି ଉନ୍ନୟନ) Question & Answer


1.   କୃଷି ଉନ୍ନୟନ କହିଲେ କ’ଣ ବୁଝାଏ ? ଏହାର ମୂଳ ଲକ୍ଷ୍ୟ କ’ଣ ?


·    ୨୦୦୧ ମସିହା ଜନଗଣନା ଅନୁସାରେ ଭାରତର ଲୋକସଂଖ୍ୟା ପ୍ରାୟ ୧୦୨. ୭ କୋଟି | ୨୦୨୧ ମସିହା ବେଳକୁ ଆମ ଦେଶର ଜନସଂଖ୍ୟା ପ୍ରାୟ ୧୫୦ କୋଟି ହେବ ବୋଲି ଅନୁମାନ କରାଯାଏ | କ୍ରମଶଃ ବୃଦ୍ଧି ପାଉଥିବା ଜନସଂଖ୍ୟାର ଚାହିଦା ଅନୁଯାୟୀ ଅଧିକ ପରିମାଣରେ ଖାଦ୍ୟଶସ୍ୟ ଆବଶ୍ୟକ |


·    ଆମର ସୀମିତ ଜମି, ଜଳ ଓ ଜଙ୍ଗଲର ବ୍ୟବହାର ଦ୍ଵାରା ପ୍ରୟୋଜନ ହେଉଥିବା ଅଧିକ ଖାଦ୍ୟଶସ୍ୟ ଉତ୍ପାଦନର ପ୍ରୟୋଜନକୁ ‘କୃଷି ଉନ୍ନୟନ’ କୁହାଯାଏ |


·    କୃଷି ଉନ୍ନୟନ ନିମନ୍ତେ କୃଷି ଜମିର ଆକାର ବୃଦ୍ଧି, ବିଭିନ୍ନ ପ୍ରକାରର ଶସ୍ୟ ଉତ୍ପାଦନ, ଜଳସେଚନରେ ସୁବନ୍ଦୋବସ୍ତ, ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର, ନୂତନ କୃଷି କୌଶଳ, ରାସାୟନିକ ସାର ପ୍ରୟୋଗ, ଅଧିକ ଅମଳକ୍ଷମ ବିହନର ବ୍ୟବହାର ଆବଶ୍ୟକତା ଅଛି |


·    କୃଷି ଉନ୍ନୟନର ମୂଳ ଲକ୍ଷ୍ୟ ହେଉଛି ‘ଖାଦ୍ୟ ସୁରକ୍ଷା’ |


2.   ଭାରତରେ କୃଷିର ଉନ୍ନତି ପାଇଁ ସରକାରୀ ସ୍ତରରେ କି କି ପଦକ୍ଷେପ ନିଆଯାଇଛି ?


·    ଭାରତରେ କୃଷିର ଉନ୍ନତି ପାଇଁ ୧୯୫୧ ମସିହାରେ ଆରମ୍ଭ ହୋଇଥିବା ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ କୃଷିକୁ ପ୍ରାଧାନ୍ୟ ଦିଆଯାଇଛି | ଏହି ସମୟରେ ହୀରାକୁଦ ବନ୍ଧ ନିର୍ମାଣ କରାଯାଇ ବିଭିନ୍ନ ଅଞ୍ଚଳରେ ଜଳସେଚନ ପାଇଁ କେନାଲମାନ ଖୋଳାଯାଇଛି |


·    କୃଷିର ଉନ୍ନତି ପାଇଁ ସରକାରୀ ସ୍ତରରେ ଜମିର ଜଳବନ୍ଦୀ, ସମବାୟ ଚାଷ, ଜମିଦାରୀ ଉଚ୍ଛେଦ ଇତ୍ୟାଦି ଭୂ –ସଂସ୍କାର ଆଇନ ପ୍ରବର୍ତ୍ତନ କରାଯାଇଛି |


·    କୃଷକମାନଙ୍କ ଉନ୍ନତି ପାଇଁ କୃଷିବୀମା, ଗ୍ରାମୀଣ ବ୍ୟାଙ୍କ, ସମବାୟ ସଂସ୍ଥା, ସ୍ୱଳ୍ପ ଋଣହାର , ଅଳ୍ପ ମୂଲ୍ୟରେ ସାର ଓ ବିହନ ଯୋଗାଣ ଇତ୍ୟାଦି ବ୍ୟବସ୍ଥା କରାଯାଇଛି |


·    କୃଷିଦ୍ରବ୍ୟର ନ୍ୟୁନତମ ସହାୟକ ମୂଲ୍ୟ ନିର୍ବାରଣଦ୍ୱାରା କୃଷକ ଜମିରୁ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରି ଉପଯୁକ୍ତ ମୂଲ୍ୟ ପାଇପାରୁଛି |


·    ଦୂରଦର୍ଶନ ଓ ଆକାଶବାଣୀରେ ପାଣିପାଗର ଭାବି ସୂଚନା ପାଇବାଦ୍ୱାରା କୃଷକ ଚାଷର ଉପଯୁକ୍ତ ଯତ୍ନ ନେବାର ସୁଯୋଗ ପାଇପାରୁଛି |


3.   ଯୁକ୍ତରାଷ୍ଟ୍ର ଆମେରିକାର କୃଷିଫାର୍ମ ବିଷୟରେ ଆଲୋଚନା କର |


·    ଯୁକ୍ତରାଷ୍ଟ୍ର ଆମେରିକାର ଗୋଟିଏ ଗୋଟିଏ କୃଷିଫାର୍ମ ବା ଚାଷଜମିର ଆକାର ପ୍ରାୟ ୨୫୦ ହେକ୍ଟର |


·    ଏଠାରେ ଜମି ଚାଷ କରିବା, ବିହନ ବୁଣିବା, ଶସ୍ୟ ଅମଳ କରିବା, ରାସାୟନିକ ସାର ପ୍ରୟୋଗ କରିବା ଇତ୍ୟାଦି କାର୍ଯ୍ୟରେ ଯାନ୍ତ୍ରିକ ଉପକରଣ ବ୍ୟବହାର କରାଯାଏ |


·    ଚାଷ କରିବା ପୂର୍ବରୁ କୃଷକ ମାଟିକୁ ପରିକ୍ଷାଗାରରେ ପରୀକ୍ଷା କରି ସେହି ଅନୁସାରେ ଜମିରେ ରାସାୟନିକ ସାର ପ୍ରୟୋଗ କରିଥାଏ |


·    ଫସଲକୁ ରୋଗ ଓ ପୋକ ଦାଉରୁ ରକ୍ଷା କରିବାପାଇଁ ହେଲିକପ୍ଟର ସାହାଯ୍ୟରେ ଆକାଶମାର୍ଗରୁ କୀଟନାଶକ ସିଞ୍ଚନ କରାଯାଏ |


·    କୃଷିଫାର୍ମ ଗୁଡିକରେ ମକା, ଗହମ, କପା, ଧୂଆଁପତ୍ର, ସୋୟାବିନ ପ୍ରଭୃତି ଚାଷ କରାଯାଏ |


·    ଯୁକ୍ତରାଷ୍ଟ୍ର ଆମେରିକାରେ କୃଷି ପାଇଁ କମ୍ପୁଟର ବ୍ୟବହାର କରାଯାଏ ଏବଂ କୃଷିକୁ ଏକ ଶିଳ୍ପରୂପେ ଗଣାଯାଏ |


4.   ଯୁକ୍ତରାଷ୍ଟ୍ର ଆମେରିକାରେ ମକାକୁ ମାଂସ ଆକାରରେ ବିକ୍ରି କରାଯାଏ | ଏହାର ତାତ୍ପର୍ଯ୍ୟ ବୁଝାଅ |


·    ପୃଥିବୀରେ ଉତ୍ପାଦିତ ହେଉଥିବା ମକାର ମୋଟ ପରିମାଣର ପ୍ରାୟ ଅର୍ଦ୍ଧେକ ଯୁକ୍ତରାଷ୍ଟ୍ର ଆମେରିକାରେ ଉତ୍ପାଦିତ ହୁଏ | ଏଠାରେ ସବୁଜ,ଧୂସର,ଲାଲ, ହଳଦିଆ ଇତ୍ୟାଦି ଉନ୍ନତ ମକା ଉତ୍ପାଦନ କରାଯାଏ |


·    ଏଠାରେ ମକା ମୁଖ୍ୟତଃ ପଶୁଖାଦ୍ୟ ରୂପେ ବ୍ୟବହୃତ ହୁଏ |


·    ମକା ଶ୍ଵେତସାରଯୁକ୍ତ ହୋଇଥିବାରୁ ଗୋରୁ, ଘୁଷୁରି ଆଦି ପଶୁମାନେ ତାହା ଖାଇ ହୃଷ୍ଟପୁଷ୍ଟ ହୁଅନ୍ତି | ସେମାନଙ୍କର ମାଂସ ବିଦେଶକୁ ରପ୍ତାନି ହୁଏ |


·    ଯୁକ୍ତରାଷ୍ଟ୍ର ଆମେରିକାର ସିକାଗୋ ସହର ମାଂସ ବ୍ୟବସାୟର ପ୍ରଧାନ କେନ୍ଦ୍ର |


·    ତେଣୁ ଏହି ଦେଶରେ ପରୋକ୍ଷ ଭାବରେ ମକାକୁ ମାଂସ ଆକାରରେ ବିକ୍ରି କରାଯାଏ |


5.   ସଂକ୍ଷିପ୍ତ ଟିପ୍ପଣୀ


a)  ଜୈବିକ ଚାଷ


·    ଜୈବିକ ଚାଷ ପାଇଁ ରାସାୟନିକ ସାର ପରିବର୍ତ୍ତେ ସବୁଜ ସାର କୀଟନାଶକ ପରିବର୍ତ୍ତେ ସବୁଜ ସାର, ଜୀବାଣୁ ସାର, ପଶୁଖତ, ପିଡିଆ ଏବଂ ରାସାୟନିକ କୀଟନାଶକ ପରିବର୍ତ୍ତେ ପାଉଁଶ, ଅମରୀ ଓ ବେଗୁନିଆ ପତ୍ର, ନିମ୍ବ ଓ କରଞ୍ଜ ଗଛର ଛାଲି ଫୁଲ ଓ ପତ୍ର, ଗୋ – ମୁଟ୍ରା, ମିତରକିତ ଆଦି ପ୍ରାକୃତିକ ଓ ଜୈବିକ ଉତ୍ପାଦନ ପ୍ରୟୋଗ କରାଯାଇଥାଏ |

କୃଷି ଉତ୍ପାଦନ ବୃଦ୍ଧି ପାଇଁ କୌଣସି ଜିନୀୟ ପରିବର୍ତ୍ତିତ ଜୀବ ବା ଉତ୍ପାଦନ ବ୍ୟବହାର କରାଯାଏ ନାହିଁ |


b)  ଖାଦ୍ୟ ସୁରକ୍ଷା


·    ସୁସ୍ଥ, ନିରୋଗ ଓ କର୍ମଠ ଜୀବନଯାପନ ପାଇଁ ପ୍ରତ୍ୟେକ ମନୁଷ୍ୟର ନ୍ୟୁନତମ ପୁଷ୍ଟିସାର ଖାଦ୍ୟ ଆବଶ୍ୟକଟତାକୁ ଖାଦ୍ୟ ଆବଶ୍ୟକତାକୁ ଖାଦ୍ଯ ଆବଶ୍ୟକତାକୁ ଖାଦ୍ୟ ସୁରକ୍ଷା କୁହାଯାଏ |


·    ଏହା ପୂରଣ ହୋଇ ପାରିଲେ “ଖାଦ୍ୟ ସୁରକ୍ଷା” ବ୍ୟବସ୍ଥା ସମ୍ଭବ ହୋଇପାରିବ |


c)  ଗହମ ବିପ୍ଲବ


·    ନୂତନ କୃଷି କୌଶଳ ଦ୍ଵାରା ଗହମ ଉତ୍ପାଦନରେ ଅଧିକ ସଫଳତା ଉତ୍ତର ଭାରତରେ ଗହମ ବିପ୍ଲବ କୁହାଯାଏ |

·    ଉଦାହରଣ ସ୍ୱରୂପ – ପଞ୍ଜାବ ଓ ହରିୟାଣା ରାଜ୍ୟରେ ଅଧିକ ଅମଲକ୍ଷମ ବିହନ ବୁନି ଉନ୍ନତ କୃଷି କୌଶଳ ପ୍ରୟୋଗ କରି ବର୍ଷକୁ ଅତି କମ୍ ରେ ଦୁଇଥର ଫସଲ ଉତ୍ପାଦନ କରାଯାଉଛି |


6.   ଠିକ୍ ଉତ୍ତର ବାଛି ଲେଖ |


a)  କୃଷି ଉନ୍ନୟନର ମୂଳ ଲକ୍ଷ୍ୟ ହେଉଛି –


         I.      ଅଧିକ ଜଳସେଚନର ବନ୍ଦୋବସ୍ତ

       II.      କୃଷି ଜମିର ଆକର ବୃଦ୍ଧି

     III.      ଆଧିକ ଅମଲକ୍ଷମ ବିହନର ବ୍ୟବହାର

   IV.      ଖାଦ୍ୟ ସୁରକ୍ଷା


b)  ନିମ୍ନଲିଖିତ କେଉଁ ଶସ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟାପକ ଭାବରେ ଚାଷ କରାଯାଏ ନାହିଁ ?


      I.      ମକା

     II.      ଝୋଟ

     III.      ଗହମ

    IV.      କପା


c)  ଭାରତର କୃଷି ମୁଖ୍ୟତଃ


      I.      ବାଣିଜ୍ୟ ଭିତ୍ତିକ

     II.      ପ୍ରୟୋଜନ ଭିତ୍ତିକ

     III.      ମିଶ୍ରିତ

    IV.      ବଜାର ଉଦ୍ୟାନ କୃଷି


7.   ଶୂନ୍ୟସ୍ଥାନ ପୂରଣ କର |


a)  ପ୍ରଥମ ପଞ୍ଚବାର୍ଷିକ ଯୋଜନା କାଳରେ କୃଷି ର ଉନ୍ନତି ପାଇଁ ଗୁରୁତ୍ଵ ଦିଆଯାଇଥିଲା |


b)  ଓଡ଼ିଶାର ହୀରାକୁଦ ନଦୀବନ୍ଧ ନିର୍ମାଣପ୍ରଥମ ପଞ୍ଚବାର୍ଷିକ ଯୋଜନା କାଳରେ କରାଯାଇଥିଲା |


c)  ଗହମ ଉତ୍ପାଦନରେ ଯୁକ୍ତରାଷ୍ଟ୍ର ଆମେରିକା ପୃଥିବୀରେ ଦ୍ଵିତୀୟ ସ୍ଥାନ ଅଧିକାର କରିଅଛି |


d)  ଯୁକ୍ତରାଷ୍ଟ୍ର ଆମେରିକାରେ ମକା ଶସ୍ୟ ମୁଖ୍ୟତଃ ପଶୁଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ |


8.   ‘କ’ ତାଲିକା         ‘ଖ’ ତାଲିକା

କପା             ମିସିସିପି ନଦୀ ଅବବହିକାରେ ଦକ୍ଷିଣାଞ୍ଚଳ

ଗହମ            ଲୋହିତ ନଦୀ ଉପତ୍ୟକା

ମକା             ଯୁକ୍ତରାଷ୍ଟ୍ର ଆମେରିକାର ମଧ୍ୟ ପଶ୍ଚିମାଞ୍ଚଳ

ଫଳ             ଫ୍ଲୋରିଡ଼ାର ଉତ୍ତରାଞ୍ଚଳ


9.   ଯୁକ୍ତରାଷ୍ଟ୍ର ଆମେରିକା କୃଷି ଓ ଭାରତର କୃଷି |


ଉପରୋକ୍ତ ସୂର୍ଯ୍ୟ ଦୁଇଟିରେ ଥିବା ସ୍ଥାନାଗୁଡିକୁ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତର କୃଷି ସମ୍ବନ୍ଧୀୟ ଶବ୍ଦ ମାଧ୍ୟମରେ ପୂରଣ କର | ପରିଶେଷରେ ଏହି ଶବ୍ଦ ପୁଞ୍ଜିଗୁଡିକୁ ବ୍ୟବହାର କରି ଦୁଇ ଦେଶର କୃଷି ଉପରେ ସଂକ୍ଷିପ୍ତ ବିବରଣୀ ଲେଖା ଶ୍ରେଣୀରେ ରଖ |


10. ଯୁକ୍ତରାଷ୍ଟ୍ର ଆମେରିକାର କୃଷି :


·    ଯୁକ୍ତରାଷ୍ଟ୍ର ଆମେରିକାର ଚାଷଜମି ଗୁଡିକର ଆକାର ଖୁବ ବଡ |

·    ଏଠାକାର ଜଳସେଚନ ବ୍ୟବସ୍ଥା ଉନ୍ନତ |

·    ଏଠାରେ ଆଧୁନିକ ଯାନ୍ତ୍ରିକ ପଦ୍ଧତିରେ କୃଷିକାର୍ଯ୍ୟ କରାଯାଏ |

·    ଏଠାକାର କୃଷକମାନେ ଦକ୍ଷ ଓ ଶିକ୍ଷିତ |

·    ଏଠାରେ ଉନ୍ନତ ଶସ୍ୟ ସଂରକ୍ଷଣ ଓ ବିକ୍ରୟ ବ୍ୟବସ୍ଥା ଅଛି |

·    ଯୁକ୍ତରାଷ୍ଟ୍ର ଆମେରିକାର ଚାଷୀ ଜଣେ ବ୍ୟବସାୟୀ ଭାବେ କୃଷିକାର୍ଯ୍ୟ କରେ |

·    ଏଠାରେ କୃଷି ଉତ୍ପାଦନ ଯଥେଷ୍ଟ ପରିମାଣରେ ହୁଏ |

·    ଏଠାକାର କୃଷି ମୁଖ୍ୟତଃ ବାଣିଜ୍ୟଭିତ୍ତିକ |


11. ଭାରତର କୃଷି :

·    ଭାରତର ଚାଷ ଜମିଗୁଡିକର ଆକାର ଅଟେ |

·    ଏଠାରେ ଉନ୍ନତ ଜଳସେଚନ ବ୍ୟବସ୍ଥାର ଅଭାବ ରହିଛି |

·    ଏଠାରେ ମୁଖ୍ୟତଃ ପାରମ୍ପରିକ ପଦ୍ଧତିରେ କୃଷିକାର୍ଯ୍ୟ କରାଯାଏ |

·    ଏଠାରେ କୃଷକମାନେ ଶିକ୍ଷିତ ଓ ଦକ୍ଷ ନୁହଁନ୍ତି |

·    ଏଠାରେ ଉନ୍ନତ ଶସ୍ୟ ସଂରକ୍ଷଣ ଓ ବିକ୍ରୟ ବ୍ୟବସ୍ଥା ନାହିଁ |

·    ଭାରତର ଚାଷୀ ଜଣେ ସାଧାରଣ କୃଷକଭାବେ କୃଷିକାର୍ଯ୍ୟ କରେ |

·    ଏଠାରେ କୃଷି ଉତ୍ପାଦନ ସ୍ବଚ୍ଛ |

·    ଏଠାକାର କୃଷି ମୁଖ୍ୟତଃ ପ୍ରୟୋଜନଭିତ୍ତିକ |


12. ଉତ୍ତର ଆମେରିକା ମହାଦେଶର ରେଖାଙ୍କିତ ମାନଚିତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ସୀମା ଚିହ୍ନାଅ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ମକା ଓ ଗହମ ଚାଷ ହେଉଥିବା ଅଞ୍ଚଳକୁ ସଙ୍କେତ ମାଧ୍ୟମରେ ଦର୍ଶାଅ |

Ratings
No reviews yet, be the first one to review the product.