Odia Medium Class 8 Geography Chapter-4 :-Silpa (ଶିଳ୍ପ) Question & Answer

Language : Odia

LRNR provides this material totally free

Odia Medium Class 8 Geography Chapter-4:-Silpa (ଶିଳ୍ପ) Question & Answer


1.   ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ |


a) ଶିଳ୍ପ କହିଲେ କ’ଣ ବୁଝାଯାଏ ?


·    ଯେଉଁ ଆର୍ଥନୀତିକ କାର୍ଯ୍ୟକଳାପଦ୍ଵାରା ନୂତନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଖଣିଜ ଉତ୍ତୋଳନ ତଥା ସେବା ଯୋଗାଇ ଦିଆଯାଏ ତାହାକୁ ଶିଳ୍ପ କୁହାଯାଏ |


·    ଉଦାହରଣ ସ୍ୱରୂପ, ଲୌହ ଇସ୍ପାତ ଶିଳ୍ପରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଏ, କୋଇଲା ଖନନ ଶିଳ୍ପରେ କୋଇଲା ଉତ୍ତୋଳନ କରାଯାଏ ଏବଂ ପର୍ଯ୍ୟଟନ ଶିଳ୍ପରେ ସେବା ଯୋଗାଇ ଦିଆଯାଏ |


b) ଶିଳ୍ପ ପ୍ରତିଷ୍ଠା ପାଇଁ କେଉଁ କେଉଁ କାରକ ଗୁଡିକ ମୁଖ୍ୟତଃ ଦାୟୀ |


·    ଶିଳ୍ପ ପ୍ରତିଷ୍ଠା ଅନେକଗୁଡିଏ କାରକ ଉପରେ ନିର୍ଭର କରେ |


·    ସେଗୁଡିକ ମଧ୍ୟରେ କଞ୍ଚାମାଲର ଉପଲବଧ, ଜମି, ଜଳ, ଶ୍ରମିକ, ଶକ୍ତି, ପୁଞ୍ଜି, ପରିବହନ ଓ ବଜାର ଆଦି ମୁଖ୍ୟତଃ ଦାୟୀ |


c) କେଉଁ ଶିଳ୍ପକୁ ଆଧୁନିକ ଶିଳ୍ପର ମେରୁଦଣ୍ଡ ବୋଲି କୁହାଯାଏ ଏବଂ କାହିଁକି ?


·    ଲୌହ –ଇସ୍ପାତ ଶିଳ୍ପକୁ ଆଧୁନିକ ଶିଳ୍ପର ମେରୁଦଣ୍ଡ କୁହାଯାଏ |


·    କାରଣ ଆମେ ବ୍ୟବହାର କରୁଥିବା ସମସ୍ତ ଜିନିଷ ଲୌହ –ଇସ୍ପାତରେ ତିଆରି ପ୍ରସ୍ତୁତ କଳକବଜା ବା ଯନ୍ତ୍ରପାତି ଦ୍ଵାରା ପ୍ରସ୍ତୁତ ହେଉଅଛି |


d) କାର୍ପାସ ବୟନ ଶିଳ୍ପ ମୁମ୍ବାଇରେ ପ୍ରତିଷ୍ଠା ଏବଂ ସମୃଦ୍ଧ ହେବାର କାରଣ କ’ଣ ?


·    ୧୯୫୪ ମସିହାରେ ପ୍ରଥମେ ମୁମ୍ବାଇରେ କାର୍ପାସ ବୟନ ଶିଳ୍ପ ପ୍ରତିଷ୍ଠା ହେଲା |


·    ଏଠାକାର ଉଷ୍ଣ ଆର୍ଦ୍ର ଜଳବାୟୁ ଯୋଗୁଁ ବନ୍ଦର ସୁବିଧା ବୟନ ଶିଳ୍ପ ପାଇଁ ଅନୁକୂଳ |


e) ବେଙ୍ଗାଲୁରୁ ଏବଂ ସିଲିକନ ଉପତ୍ୟକା ମଧ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କେଉଁ କେଉଁ ସାମଞ୍ଜସ୍ୟ ଦେଖାଯାଏ ?


·    ବେଙ୍ଗାଲୁରୁ ଓ ସିଲିକନ ଉପତ୍ୟକା ଉନ୍ନତ ସଡକପଥ, ରେଳପଥ ଓ ବିମାନବନ୍ଦର ଦ୍ଵାରା ଅନ୍ୟାନ୍ୟ ସ୍ଥାନ ସହ ସଂଯୁକ୍ତ |


·    ଉଭୟ ସହରରେ କର୍ମକୁଶଳୀ ଶ୍ରମିକ ଉପଲବଧ


·    ଉଭୟ ସହରରେ ବଜାର ସୁବିଧା ମଧ୍ୟ ମିଳେ |


2.   ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ |


a) ଭାରତର ପ୍ରଧାନ ପ୍ରଧାନ ଲୌହ ଇସ୍ପାତ କାରଖାନାର ନାମ ଏବଂ ସେଗୁଡିକ କେଉଁ କେଉଁ ରାଜ୍ୟରେ ଅବସ୍ଥିତ ଲେଖ ?


·    ଭିଲାଇ – ଛତିଶଗଡ଼·    ବିଜୟନଗର – କର୍ଣ୍ଣାଟକ

·    ବିଶାଖାପାଟଣା – ଆନ୍ଧ୍ରପ୍ରଦେଶ

·    ବୋକାରୋ – ଝାଡ଼ଖଣ୍ଡb) କଞ୍ଚାମାଲ ଉପରେ ଆଧାରିତ ଚାରୋଟି ଶିଳ୍ପର ନାମ ଉଦାହରଣ ସହ ଲେଖ |

·    କୃଷିଭିତ୍ତିକ – ପନିପରିବା ଉତ୍ପାଦନ, ଦୁଗଧ ପଦାର୍ଥ ପ୍ରସ୍ତୁତି

·    ଖଣିଜ ଭିତ୍ତିକ – ଲୁହାପଥରରୁ ଲୁହା ପ୍ରସ୍ତୁତି ଶିଳ୍ପ

·    ଜଙ୍ଗଲଭିତ୍ତିକ – ଗୃହ ସାମଗ୍ରୀ, କାଠରେ ନିର୍ମିତ ପଦାର୍ଥ, ଔଷଧ

·    ସମୁଦ୍ରଭିତ୍ତିକ – ଖାଦ୍ୟ ଉଦ୍ୟୋଗ ଏବଂ ମାଛ ତେଲ


c) ଗୋଟିଏ ଦେଶ ପାଇଁ ଶିଳ୍ପର ବିକାଶ କାହିଁକି ମହତ୍ତ୍ୱପୂର୍ଣ୍ଣ ?


·    ଜଣେ ଶିଳ୍ପ ଶ୍ରମିକ ଜଣେ କୃଷି ଶ୍ରମିକଠାରୁ ଅଧିକ ମଜୁରି ପାଇଥାଏ |


·    ଶିଳ୍ପଦ୍ଵାରା ବ୍ୟବସାୟ ବାଣିଜ୍ୟ କାରବାର ବୃଦ୍ଧି ଓ ଦେଶର ଆୟ ବୃଦ୍ଧି ଘଟିବା ସହିତ ବେକାର ସଂଖ୍ୟା ହ୍ରାସ ପାଇଥାଏ |


d) ଭାରତର ୪ଟି ଶିଳ୍ପାଞ୍ଚଳର ନାମ ଲେଖ |


·    ମୁମ୍ବାଇ – ପୁଣେ ଶିଳ୍ପାଞ୍ଚଳ

·    ବେଙ୍ଗାଲୁରୁ – ତାମିଲନାଡୁ ଅଞ୍ଚଳ

·    ଅହମଦାବାଦ – ଭଦୋଦରା ଅଞ୍ଚଳ

·    ହୁଗୁଳି ଅଞ୍ଚଳ

e) ବେଙ୍ଗାଲୁରୁ ସହର ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରଗତି କରିବାର ବିଭିନ୍ନ କାରଣଗୁଡିକ ଉଲ୍ଲେଖ କର |


·    ବେଙ୍ଗଲୁରୁରେ ସର୍ବାଧିକ ଶିକ୍ଷାନୁଷ୍ଠାନ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଦାନ କରୁଥିବା ଶିକ୍ଷାକେନ୍ଦ୍ର ଅବସ୍ଥିତ |


·    ଏଠାରେ କର୍ମକୁଶଳୀ ମାନବସମ୍ବଳ ବିପୁଳ ମାତ୍ରାରେ ଉପଲବଧ |

3.    

         I.      କାର୍ଲିଫର୍ଣ୍ଣିଆ

       II.      ଝୋଟ

     III.      ମୌଳିକ

    IV.      ଶିଳ୍ପାଞ୍ଚଳ


4.   ପାର୍ଥକ୍ୟ ଦର୍ଶାଅ |


a)  ସରକାରୀ ସଂସ୍ଥା

·    ଯେଉଁ ସଂସ୍ଥାଗୁଡ଼ିକର ମାଲିକାନା ଓ ପରିଚାଳନା ସରକାରଙ୍କ ଦ୍ଵାରା ହୋଇଥାଏ ତାହାକୁ ସରକାରୀ ସଂସ୍ଥା କୁହାଯାଏ |·    ଉଦାହରଣ : HAL , SAIL


ମିଳିତ ସଂସ୍ଥା

·    ଯେଉଁ ସଂସ୍ଥାଗୁଡ଼ିକର ମାଲିକାନା ଉଭୟ ସରକାରୀ ଓ କୌଣସି ବ୍ୟକ୍ତି ବା ଏକାଧିକ ବ୍ୟକ୍ତିଙ୍କ ମିଳିତ ତତ୍ଵାବଧାନ ଓ ମାଲିକାନାରେ ପରିଚାଳିତ ହୋଇଥାଏ ତାହାକୁ ମିଳିତ ସଂସ୍ଥା କୁହାଯାଏ |·    ଉଦାହରଣ : - ମାରୁତି ଉଦ୍ୟୋଗ


b)  ଆଧାରିକ ସଂରଚନା


·    ବିଦ୍ୟୁତ୍ କରଣ, ଯୋଗାଯୋଗ ଚିକିତ୍ସାଳୟ ଆଦି ବ୍ୟବସ୍ଥାକୁ ଆଧାରିକ ସଂରଚନା କୁହାଯାଏ |


ପ୍ରକ୍ରିୟାକରଣ

·    ଶିଳ୍ପ ସଂସ୍ଥାଗୁଡିକରେ କଞ୍ଚାମାଳରୁ ଉତ୍ପାଦ ସୃଷ୍ଟି ହେବାପାଇଁ ଯେଉଁ କାର୍ଯ୍ୟ କରାଯାଇଥାଏ, ତାହାକୁ ପ୍ରକ୍ରିୟାକରଣ କୁହାଯାଏ |


c)  ନିବେଶ

·    କଞ୍ଚାମାଲ, ଶ୍ରମିକ, ଭୂମି ପରିବହନ ଆଧାରିକ ସଂରଚନା ଓ ବିକାଶ ନିମନ୍ତେ ବିନିଯୁକ୍ତ ପୁଞ୍ଜକୁ ନିବେଶ କୁହାଯାଏ |

·    ନିବେଶ ବିନା ଶିଳ୍ପ ପ୍ରତିଷ୍ଠା ସମ୍ଭବ ନୁହେଁ |


d) ଉତ୍ପାଦ

·    ଶିଳ୍ପ ସଂସ୍ଥାରୁ ସର୍ବଶେଷରେ ବାହାରୁ ଥିବା ଉତ୍ପାଦିତ ଦ୍ରବ୍ୟକୁ ଉତ୍ପାଦ କୁହାଯାଏ |

·    ଏଥିରୁ ଆୟ ମିଳିଥାଏ |

5.    

a) କଞ୍ଚାମାଲ : ଲୁହାପଥର ଏବଂ ତୁଳା

b) ଉତ୍ପାଦ : ଇସ୍ପାତ ଏବଂ ବସ୍ତ୍ର

c) କୁଟୀର ଶିଳ୍ପ – ଝଡ଼ିବୁଣା ଏବଂ ମାତିହାଣ୍ଡି ତିଆରିd) ସମବାୟ ସଂସ୍ଥା : - ସମ୍ବଲପୁରୀ ବସ୍ତ୍ର ଏବଂ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା

e) ସେବାକ୍ଷେତ୍ର : ବ୍ୟାଙ୍କ ଏବଂ ପର୍ଯ୍ୟଟନ







Ratings
No reviews yet, be the first one to review the product.