Odia Medium Class 8 Geography Chapter-5 Manaba Sambala (ମାନବ ସମ୍ବଳ) Notes

Language : Odia

LRNR provides this material totally free

Odia Medium Class 8 Geography Chapter-5 Manaba Sambala (ମାନବ ସମ୍ବଳ) Notes



ଜନସଂଖ୍ୟା ବିତରଣ


·    ଲୋକମାନେ ପୃଥିବୀ ସାରା ଯେଉଁପରି ଭାବେ ବିଛେଇ ହୋଇ ରହିଛନ୍ତି , ତାକୁ ଜନସଂଖ୍ୟା ବିତରଣ କୁହାଯାଏ |


·    ଶତକଡା ମାତ୍ର 10 ଭାଗ ସ୍ଥଳଭାଗ ଉପରେ ସମୁଦାୟ ଜନସଂଖ୍ୟାର ଶତକଡା ପ୍ରାୟ 90 ଭାଗ ଲୋକ ବସବାସ କରୁଛନ୍ତି |


·    ପୃଥିବୀର ମୋଟ ଜନସଂଖ୍ୟାର ଶତକଡା 60 ଭାଗ ଲୋକ ମାତ୍ର 10 ଟି ଦେଶରେ ରହିଛନ୍ତି | ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ଦେଶର ଜନସଂଖ୍ୟା 100 ନିୟୁତରୁ ଅଧିକ |


·    କୌଣସି ନିର୍ଦ୍ଦିଷ୍ଟ ଏକକ ପରିମିତ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସଂଖ୍ୟାକୁ ଜନସଂଖ୍ୟାର ଘନତ୍ଵ କୁହାଯାଏ |


·    ପୃଥିବୀର ଜନସଂଖ୍ୟାର ଘନତ୍ଵ ପ୍ରତି ବର୍ଗ କିଲୋମିଟର ପିଛା 45 ଜଣ ଅଟେ |


ଭୂମିରୂପ : ଲୋକମାନେ ପାହାଡିଆ ଓ ମାଳ ଅଞ୍ଚଳ ପରିବର୍ତ୍ତେ ସମତଳ ଅଞ୍ଚଳରେ ବସବାସ କରିବାକୁ ପସନ୍ଦ କରନ୍ତି | କାରଣ ଏଠାରେ କୃଷିକାର୍ଯ୍ୟ, ଶିଳ୍ପାୟନ ତଥା ବିଭିନ୍ନ ସେବା କାର୍ଯ୍ୟ ପାଇଁ ପରିସ୍ଥିତି ଅନୁକୂଳ ଅଟେ |


ଜଳବାୟୁ : ଚରମ ଜଳବାୟୁ ବିଶିଷ୍ଟ ଅଞ୍ଚଳରେ ଲୋକମାନେ ବସବାସ କରିବାକୁ ଅନିଛା ପ୍ରକାଶ କରିଥାନ୍ତି | ଅତ୍ୟଧିକ ଉଷ୍ଣ ବା ଶୀତଳ , ବୃଷ୍ଟିହୀନ ବା ବୃଷ୍ଟିବହୁଳ ଜଳବାୟୁ ଅଞ୍ଚଳରେ ଖୁବ କମ୍ ଲୋକ ବାସ କରନ୍ତି ବା ଆଦୌ ନଥାନ୍ତି |


ମୃତ୍ତିକା : ଉର୍ବର ମୃତ୍ତିକା କୃଷିକାର୍ଯ୍ୟ ପାଇଁ ଉପଯୋଗୀ ହୋଇଥାଏ |


ଜଳ: ସହଜରେ ମଧୁର ଜଳ ମିଳୁଥିବା ଅଞ୍ଚଳରେ ଲୋକାମାନେ ବସବାସ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି |


ଖଣିଜ ପଦାର୍ଥ : ଖଣିଜ ପଦାର୍ଥ ଥିବା ଅଞ୍ଚଳରେ ଲୋକମାନେ ଅଧିକ ସଂଖ୍ୟାରେ ବାସ କରନ୍ତି |


ଯେଉଁମାନେ ନିଜ ଦେଶ ଛାଡି ଅନ୍ୟଦେଶକୁ ଯାଇଥାନ୍ତି ତାଙ୍କୁ ପ୍ରବାସୀ କୁହାଯାଏ |

ସେହିପରି କୌଣସି ଦେଶକୁ ଆସିଥିବା ଲୋକମାନଙ୍କୁ ବିଦେଶାଗତ କୁହାଯାଏ |


Ratings
No reviews yet, be the first one to review the product.