Odia Medium Class 8 Science Chapter 1 Sashya Utpadana O Parichalana ( ଶସ୍ୟ ଉତ୍ପାଦନ ଓ ପରିଚାଳନା )

Sonali Ma'am

Language : Odia

LRNR provides this material totally free

Odia Medium Class 8 Science Chapter 1 Sashya Utpadana O Parichalana ( ଶସ୍ୟ ଉତ୍ପାଦନ ଓ ପରିଚାଳନା ) Notes



·    ଖ୍ରୀଷ୍ଟପୂର୍ବ ୧୦ ହଜାର ବର୍ଷ ପର୍ଯ୍ୟନ୍ତ ଲୋକମାନେ ଯାଯାବର ଭାବେ ଜୀବନଯାପନ କରୁଥିଲେ | ସେମାନେ ବିଭିନ୍ନ ଗୋଷ୍ଠୀରେ ରହି ଖାଦ୍ୟ ପାଇଁ ଏଣେତେଣେ ବୁଲୁଥିଲେ ଏବଂ କଞ୍ଚାଫଳ ଓ ପନିପରିବା ଖାଉଥିଲେ |


·    ପରେ ସେମାନେ ଜମି ଚାଷ କଲେ | ଧାନ, ଗହମ ଅନ୍ୟାନ୍ୟ ଶସ୍ୟଜାତୀୟ ପଦାର୍ଥ ଉତ୍ପାଦନ କଲେ | ଏହିପରି କୃଷିର ଆରମ୍ଭ ହେଲା |


·    କୌଣସି ପ୍ରକାର ଗୋଟିଏ ଉଦ୍ଭିଦ ଗୋଟିଏ ସ୍ଥାନରେ ଉତ୍ପାଦନ ଓ ଅଧିକମାତ୍ରାରେ ଚାଷ କରିବାକୁ ଫସଲ କୁହାଯାଏ |


·    ଭାରତ ଏକ ବୃହତ କୃଷିପ୍ରଧାନ ଦେଶ | ଜଳବାୟୁ, ତାପମାତ୍ରା, ଆର୍ଦ୍ରତା ଏହି ସବୁ ଅନୁସାରେ ବିଭିନ୍ନ ପ୍ରକାରର ଫସଲ ଉତ୍ପାଦନ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଦେଖାଯାଏ |



ଖରିଫ ଫସଲ :-      


·    ବର୍ଷାଦିନେ ଚାଷ କରାଯାଉଥିବା ଫସଲକୁ ଖରିଫ ଫସଲ କୁହାଯାଏ | ଭାରତରେ ବର୍ଷାଋତୁ ସାଧାରଣତଃ ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ | ଧାନ, ମକା, ଚିନାବାଦାମ, କପା,ଇତ୍ୟାଦି ଏହି ଜାତୀୟ ଫସଲ |


·    ରବି ଫସଲ :- ଶୀତଦିନେ ଉତ୍ପାଦନ ହେଉଥିବା ଫସଲକୁ ରବି ଫସଲ କୁହାଯାଏ |ଭାରତରେ ଏହି ଫସଲ ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଷ କରାଯାଏ |


·    ଗହମ, ବୁଟ, ମଟର, ସୋରିଷ ଇତ୍ୟାଦି ଏହି ଫସଲ ଅନ୍ତର୍ଭୁକ୍ତ | ଏତଦ୍ ବ୍ୟତୀତ ବିଭିନ୍ନ ସ୍ଥାନରେ ଡାଲି ଜାତୀୟ ଫସଲ ଏବଂ ପନିପରିବା ମଧ୍ୟ ଗ୍ରୀଷ୍ମ ଋତୁରେ ଉତ୍ପାଦନ କରାଯାଏ |



ଫସଲ ଉତ୍ପାଦନର ମୌଳିକ ପ୍ରଣାଳୀ :-


କୃଷି ପାଇଁ ବିଭିନ୍ନ କାର୍ଯ୍ୟ ଆବଶ୍ୟକ ହୁଏ, ଏହି ପ୍ରକାର କାର୍ଯ୍ୟକଳାପକୁ କୃଷି ପ୍ରଣାଳୀ କୁହାଯାଏ |


କୃଷି ପ୍ରଣାଳୀ ଗୁଡିକ ହେଲା –


         i.      ମୃତ୍ତିକା ପ୍ରସ୍ତୁତି

       ii.      ମଞ୍ଜି ବୁଣା

     iii.      ଖତ ଏବଂ ସାର ପ୍ରୟୋଗ

     iv.      ଜଳସେଚନ

       v.      ଅନାବନା ଗଛ ଦମନ

     vi.      ଅମଳ

   vii.      ସଂରକ୍ଷଣ



ମୃତ୍ତିକା ପ୍ରସ୍ତୁତି :-


·    ଶସ୍ୟ ଉତ୍ପାଦନ ପୂର୍ବରୁ ମୃତ୍ତିକା ପ୍ରସ୍ତୁତି ହେଉଛି ପ୍ରାଥମିକ ସୋପାନ |


·    କୃଷିର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାଟିକୁ ତଳ – ଉପର କରି ଏହାକୁ ଫସଫସିଆ ଏବଂ ହାଲୁକା କରିବା |


·    ଫଳରେ ଚେର ମୃତ୍ତିକା ଭିତରେ ଗଭୀରକୁ ପ୍ରବେଶ କରିପାରେ | ହାଲୁକା ମୃତ୍ତିକା ଭିତରେ ଚେର ସହଜରେ ଶ୍ଵାସକ୍ରିୟା କରିପାରେ |


·    ହାଲୁକା ମୃତ୍ତିକା ଜିଆ ଏବଂ ଅଣୁଜୀବ ବୃଦ୍ଧିରେ ସହାୟକ ହୁଏ | ଏହି ଜୀବଗୁଡିକ କୃଷକର ବନ୍ଧୁ ଅଟନ୍ତି |


·    ଆହୁରି ମଧ୍ୟ ମାଟିକୁ ତଳ – ଉପର କରି ହାଲୁକା କରିବା ସହ ଖତିର ବା ହ୍ୟୁମସ୍ ବୃଦ୍ଧି କରନ୍ତି |



ଉପକରଣ :-


·    ମଞ୍ଜି ବୁଣିବା ପୂର୍ବରୁ ଶସ୍ୟର ଆକାର ଆୟତନ ଅନୁଯାୟୀ ମୂର୍ତ୍ତିକାକୁ ଗୁଣ୍ଡ କଲେ ଅଧିକା ଅମଳ ମିଳେ |


·    ବିଭିନ୍ନ ଉପକରଣ ଯଥା – ଲଙ୍ଗଳ, କୋଦାଳ ଓ କଲ୍ଟିଭେଟର ଦ୍ୱାରା ଏହି କାର୍ଯ୍ୟ କରାଯାଏ |



ଲଙ୍ଗଳ : -


·    ବହୁ ପୁରାତନ କାଳରୁ ଜମି କର୍ଷଣ, ସାର, ବୁଣିବା ଏବଂ ଅନାବନା ଘାସ ଦମନ ପାଇଁ ହଳଲଙ୍ଗଳ ବ୍ୟବହାର କରାଯାଉଛି |


·    ଏହି ଉପକରଣଟି କାଠରେ ତିଆରି ଏବଂ ଦୁଇଟି ବଳଦ, ଘୋଡା, ଓଟ କିମ୍ବା ମଇଁଷି ଏହାକୁ ଟାଣନ୍ତି |


·    ଏଥିରେ ତ୍ରିଭୁଜାକୃତି ଏକ ଲୁହା ପ୍ଳେଟ ଥାଏ, ଯାହାକୁ ଲଙ୍ଗଳମୁଣ୍ଡା କୁହାଯାଏ |


·    ଲଙ୍ଗଳର ଲମ୍ବା ଅଂଶଟିକୁ ଇଷ କୁହାଯାଏ ଓ ହାତରେ ଧରିଥିବା ଅଂଶକୁ କଣ୍ଟି କୁହାଯାଏ | ଇଷର ଅନ୍ୟ ପ୍ରାନ୍ତଟି ଜୁଆଳି ଦଉଡି ଦ୍ଵାରା ସଂଯୁକ୍ତ ଥାଏ |



କଲ୍ଟିଭେଟର : -


·    ଆଜିକାଲି ଜମି ହଳ କରିବା ପାଇଁ ଟ୍ରାକ୍ଟର ଦ୍ଵାରା ଟଣାଯାଉଥିବା ଲଙ୍ଗଳ ବା କଲ୍ଟିଭେଟର ବ୍ୟବହାର କରାଯାଉଛି |



କୋଦାଳ : -


·    ଏହି ଯନ୍ତ୍ର ଦ୍ଵାରା ମାଟିକୁ ହାଣି ହାଲୁକା କରିବା ସହ ଅନାବନା ଗଛ ସଫା କରଯାଏ | ଏଥିରେ ଏକ ଲମ୍ବା କାଠ, ବାଉଁଶ ବା ଲୁହାର ବେଣ୍ଟ ଲାଗିଥାଏ |


·    ଏହି ବେଣ୍ଟରେ ଗୋଟିଏ ଚଉଡ଼ା ଓ ଆଂଶିକ ଲୁହା ପ୍ଳେଟ୍ ସଂଯୁକ୍ତ ହୋଇଥାଏ |



ମଞ୍ଜିବୁଣା : -


·    ଫସଲ ଉତ୍ପାଦନରେ ମଞ୍ଜିବୁଣା ସବୁଠାରୁ ବେଶୀ ଗୁରୁତ୍ଵପୂର୍ଣ୍ଣ | ମଞ୍ଜି ବୁଣିବା ପୂର୍ବରୁ ଉନ୍ନତମାନର ବିହନ ବାଛିବା ଦରକାର |


·    ନଷ୍ଟ ହୋଇଥିବା ବିହନଠାରୁ ଭଲ ବିହନ ଅଲଗା କରିବା ପାଇଁ ପାଣିରେ ଭସା ପଦ୍ଧତି ଏକ ଉତ୍କୃଷ୍ଟ ଉପାୟ |



ପାରମ୍ପରିକ ଯନ୍ତ୍ର : -


·    ପାରମ୍ପାରିକ ପଦ୍ଧତିରେ ମଞ୍ଜି ବୁଣିବା ପାଇଁ କାହାଳୀ ସଦୃଶ ଏକ ଯନ୍ତ୍ର ବ୍ୟବହାର କରାଯାଉଥିଲା |


·    କାହାଳୀ ମୁହଁରେ ଢଳା ହେଉଥିବା ମଞ୍ଜିଗୁଡିକ ଦୁଇ ବା ତିନୋଟି ସରୁ ପାଇପ୍ ଦ୍ୱାରା ମାଟି ଭିତରେ ପଡୁଥିଲା | ଏହିପରି ଭାବେ ମଞ୍ଜିବୁଣା କାର୍ଯ୍ୟ କରାଯାଉଥିଲା |



ମଞ୍ଜିବୁଣା ଡ୍ରିଲିଙ୍ଗ ଯନ୍ତ୍ର : -


·    ଆଜିକାଲି ଟ୍ରାକ୍ଟରରେ ଖଞ୍ଜା ଯାଇଥିବା ବା ଡ୍ରିଲିଙ୍ଗ ଯନ୍ତ୍ର ଦ୍ୱାରା ମଞ୍ଜିବୁଣା କାର୍ଯ୍ୟ ହୋଇପାରୁଛି |


·    ଏହି ଯନ୍ତ୍ରଦ୍ଵାରା ମଞ୍ଜିଗୁଡିକ ସମାନ ଭାବେ, ଠିକ ଦୂରତାରେ ଏବଂ ସମାନ ଗଭୀରତାରେ ପଡିଥାଏ |



ସାର ଓ ଖତ ପ୍ରୟୋଗ : -


·    ମୃତ୍ତିକାରେ ଗଛ ହୃଷ୍ଟପୃଷ୍ଟ ହୋଇ ବଢିବା ପାଇଁ ଯେଉଁ ପୋଷକ ଅତିରିକ୍ତ ଭାବେ ପ୍ରୟୋଗ କରାଯାଏ , ତାହାକୁ ଖତ ଓ ସାର କୁହାଯାଏ |


. ମୃତ୍ତିକା ଉଦ୍ଭିଦକୁ ଖଣିଜ ପୋଷକ ଯୋଗାଇଥାଏ |


. ସାର ଦୁଇପ୍ରକାରର ହୋଇଥାଏ – ରାସାୟନିକ ସାର ଓ ଖତ


ରାସାୟନିକ ସାର : -


·    ରାସାୟନିକ ସାର ଏକ ଅଜୈବିକ ଲବଣ |


·    ରାସାୟନିକ ସାର କାରଖାନାରେ ପ୍ରସ୍ତୁତ ହୁଏ |


·    ରାସାୟନିକ ସାର ମୃତ୍ତିକାକୁ କୌଣସି ହ୍ୟୁମସ୍ ଦେଇନଥାଏ |


·    ରାସାୟନିକ ସାର ଉଦ୍ଭିଦ ପୋଷକ ଯଥା – ଯବକ୍ଷାରଜାନ, ଫସଫରସ ଏବଂ ପୋଟାସିୟମ ଆଦିରେ ପରିପୂର୍ଣ୍ଣ ହୋଇଥାଏ |


ଖତ : -


·    ଖତ ଏକ ପ୍ରାକୃତିକ ପଦାର୍ଥ ଯାହାକି ଗୋବର, ମନୁଷ୍ୟର ବର୍ଜ୍ୟବସ୍ତୁ ଓ ଉଦ୍ଭିଦ ଅବଶେଷର ବିଘଟନରୁ ମିଳିଥାଏ |


·    ଖତ ଜମିରେ ପ୍ରସ୍ତୁତ ହୁଏ |


·    ଖତ ମୃତ୍ତିକାକୁ ପ୍ରଚୁର ପରିମାଣରେ ହ୍ୟୁମସ୍ ଯୋଗାଇଥାଏ |


·    ଖତରେ ଉଦ୍ଭିଦ ପୋଷକ ଅପେକ୍ଷାକୃତ କମ ପରିମାଣରେ ଥାଏ |



ଜଳସେଚନ :-


·    ବଞ୍ଚିବା ପାଇଁ ପ୍ରତ୍ଯେକ ଜୀବ ଜଳ ଆବଶ୍ୟକ କରେ | ଫୁଲ , ଫଳ ଏବଂ ମଞ୍ଜିର ସମୁଚିତ ବୃଦ୍ଧି ଓ ବିକାଶ ପାଇଁ ଜଳ ଆବଶ୍ୟକ |


·    ଚେର ଦ୍ଵାରା ଜଳ ଅବଶୋଷିତ ହୁଏ | ଜଳ ସହିତ ଖଣିଜ ଲବଣ ଓ ରାସାୟନିକ ସାର ମଧ୍ୟ ଅବଶୋଷିତ ହୁଏ |


·    ଉଦ୍ଭିଦ ଶରୀରରେ ୯୦ ଭାଗ ଜଳ ରହିଛି | ଜଳ ଦ୍ଵାରା ମଞ୍ଜି ଗଜା ହୁଏ, ପୋଷକପଦାର୍ଥ ଜଳରେ ଦ୍ରବୀଭୂତ ହୋଇ ଉଦ୍ଭିଦର ପ୍ରତ୍ୟେକ ଅଂଶରେ ପହଞ୍ଚେ |


·    ଜଳ ଫସଲକୁ ଉଭୟ ହିମପାତ ଏବଂ ଉତ୍ତପ୍ତ ବାୟୁପ୍ରବାହାରୁ ରକ୍ଷା କରେ |


·    ସୁସ୍ଥ ଫସଲ ବୃଦ୍ଧି ପାଇଁ ଜମିର ଆର୍ଦ୍ରତା ରକ୍ଷା କରିବା ଆବଶ୍ୟକ | ଏହା ନିୟମିତ ଜଳସେଚନ ଦ୍ଵାରା ସମ୍ଭବ |



ଜଳସେଚନର ଉତ୍ସ : -


ଜଳସେଚନର ଉତ୍ସଗୁଡିକ ହେଉଛି – କୂପ , ନଳକୂପ, ପୋଖରୀ , ହ୍ରଦ , ନଦୀ, ଜଳଭଣ୍ଡାର ଏବଂ କେନାଲ |


ପୁରାତନ ପଦ୍ଧତିଗୁଡିକ ହେଲା : -


         i.      ମୋଟ (ପୁଳି ପଦ୍ଧତି)

       ii.      ଚେନ ପମ୍ପ୍

     iii.      ତେଣ୍ଡା

     iv.      ଲିଭର୍ ପଦ୍ଧତି


ଆଧୁନିକ ଜଳସେଚନ ପଦ୍ଧତି : -


·    ଆଧୁନିକ ଜଳସେଚନ ପଦ୍ଧତିରେ କମ୍ ଜଳ ବ୍ୟବହାର ହୁଏ |


·    ସ୍ଫ୍ରିଙ୍କଲର ପଦ୍ଧତି ବା ଛିଞ୍ଚା ପଦ୍ଧତି :-


·    ପର୍ଯ୍ୟାପ୍ତ ଜଳ ପାଉନଥିବା ଅସମତଳ ସ୍ଥାନରେ ଏହି ପଦ୍ଧତିରେ ଜଳସେଚନ କରାଯାଏ |


·    ଲମ୍ବା ପାଇପ୍ ରେ ନିର୍ଦ୍ଧିଷ୍ଟ ବ୍ଯବଧାନରେ ଘୂର୍ଣ୍ଣାୟମାନ ନୋଜଲ୍ ଖଞ୍ଜା ଯାଇଥାଏ |


ବୁନ୍ଦା ପଦ୍ଧତି :-


·    ଏହି ପଦ୍ଧତିରେ ଜଳ ବିନ୍ଦୁ ବିନ୍ଦୁ ହୋଇ ଉଦ୍ଭିଦ ମୂଳରେ ପଡିଥାଏ | ଏହାକୁ ବୁନ୍ଦା ବା ଡ୍ରପ୍ ଜଳସେଚନ ପଦ୍ଧତି କୁହାଯାଏ |


ତୃଣକ ଦମନ : -


·    କୃଷକ ବିଭିନ୍ନ ଉପାଯରେ ତୃଣକ ଦମନ କରେ | ମଞ୍ଜି ବୁଣିବା ପୂର୍ବରୁ ଏଗୁଡିକ ହଳଦ୍ଵାରା ଉପୁଡିଯାଆନ୍ତି ଓ ଶୁଖି ମାଟିରେ ମିଶିଯାଆନ୍ତି |


·    ଜମିରେ ଅନାବଶ୍ୟକ ଉଦ୍ଭିଦ ଆପେ ଆପେ ବଢିଥାଆନ୍ତି, ଏହାକୁ ତୃଣକ କୁହାଯାଏ |


·    ଏଗୁଡ଼ିକୁ ଜମିରୁ ନିର୍ମୂଳ କରିବାକୁ ତୃଣକ ଦମନ କୁହାଯାଏ |


ଅମଳ : -


·    ପାକଳ ଫସଲକୁ କାଟି ଖଳାକୁ ଅମଳ କୁହାଯାଏ |


·    ଫସଲ ଗଛକୁ ଉପୁଡା ଯନ୍ତ୍ର ବା ଫସଲକଟା ମେସିନ୍ ଦ୍ଵାରା ମୂଳଠାରୁ ୩ – ୪ ସେ.ମି. ଉପରକୁ କଟାଯାଇଥାଏ |


·    ଶସ୍ୟ ଜାତୀୟ ଫସଲକୁ ପବନରେ ଉଡାଇ ଅଗାଡି ଓ ଧୂପ ଅଲଗା କରାଯାଏ |


·    “କମ୍ବାଇନ” ନାମକ ମେସିନ୍ ଦ୍ଵାରା ଆଜିକାଲି ଉଭୟ ଧାନ କାଟିବା ଓ ଉଡାଇବା କାର୍ଯ୍ୟ ହୋଇପାରୁଛି |


·    ଅମଳ ହୋଇଥିବା ଦାନାକୁ କୁଲା ବା ମେସିନ୍ ସାହାଯ୍ୟରେ ଉଡାଇ ଅଗାଡି ଅଲଗା କରି ମଞ୍ଜି ସଂଗ୍ରହ କରିବାକୁ ଉଇନୋଇଙ୍ଗ କୁହାଯାଏ |


ଅମଳ ଉତ୍ସବ : -


·    ୩ ରୁ ୪ ମାସ କଠିନ ପରିଶ୍ରମ ପରେ ଫସଲ ଅମଳ ସମୟ ଆସେ | ଗତ ଋତୁରେ କଠିନ ପରିଶ୍ରମ ଉପଯୁକ୍ତ ଫଳ ଦେଇଥିବାରୁ ଅମଳ ପରେ ପରେ ବିଶ୍ରାମ ନେବା ଓ ମଉଜ କରିବାରେ କୃଷକ ମନ ବଳାଇଥାଏ |


·    ଅମଳ ସମୟ ସାରା ଭାରତରେ ଆନନ୍ଦ ଉଲ୍ଲାସର ସମୟ | ଏହି ସମୟରେ ପୋଙ୍ଗଲ , ବୈଶାଖୀ, ହୋଲି, ଦିପାବଳୀ , ନୂଆଖାଇ ଓ ବିହୁ ଆଦି ପର୍ବ ପାଳିତ ହୁଏ |


ସଂରକ୍ଷଣ : -


·    ଅମଳ ପରେ ଶସ୍ୟକୁ ସାଇତି ରଖିବା ଆବଶ୍ୟକ ପଡେ |


·    ଏଗୁଡ଼ିକୁ ଆର୍ଦ୍ରତା, କୀଟ, ମୂଷା ଏବଂ ଅନୁଜୀବଠାରୁ ଦୂରେଇ ରଖିବା ଭଲ |


·    ସଦ୍ୟ ଅମଳ ହୋଇଥିବା ଶସ୍ୟକୁ ଖରରେ ଶୁଖାଇ ନ ରଖିଲେ ସେଗୁଡିକ ଅଣୁଜୀବ ଦ୍ଵାରା ନଷ୍ଟ ହୋଇଯାଏ ଓ ଅଙ୍କୁରଣ କ୍ଷମତା ହରାଏ |


·    ଶସ୍ୟ ସଂରକ୍ଷଣ ପୂର୍ବରୁ ଖରାରେ ଭଲ ଭାବରେ ଶୁଖାଇ ଆର୍ଦ୍ରତା ହ୍ରାସ କରିବାକୁ ପଡେ |


·    ଶୁଖିଲା ନିମପତ୍ର ବ୍ୟବହାର କରି ଘରେ ଖାଦ୍ୟଶସ୍ୟ ସାଇତି ରଖାଯାଏ |


ପ୍ରାଣୀଙ୍କଠାରୁ ମିଳୁଥିବା ଖାଦ୍ୟ : -


·    ଘରେ କିମ୍ବା ଫାର୍ମରେ ପଶୁମାନଙ୍କୁ ଉପଯୁକ୍ତ ଖାଦ୍ୟ ଓ ରହିବା ସ୍ଥାନ ଯୋଗାଇ ଯତ୍ନର ସହ ରଖିବାକୁ ପଶୁପାଳନ କୁହାଯାଏ |



·    ମାଛ ସ୍ୱାସ୍ଥ୍ୟ ପାଇଁ ଭଲ | ଆମେ ମାଛରୁ କଡ଼ ଲିଭର୍ ତେଲ ପାଉ | ଏହା “ଭିଟାମିନ ଡି” ପରିପୂର୍ଣ୍ଣ | 

Ratings
No reviews yet, be the first one to review the product.