Odia Medium Class 8 Science Chapter 10 Kaishora [ କୈଶୋର (ADOLESCENCE) ] Notes

Language : Odia

LRNR provides this material totally free

Odia Medium Class 8 Science Chapter 10 Kaishora [ କୈଶୋର (ADOLESCENCE) ] Notes

କୈଶୋର



କୈଶୋର ଓ ଯୁବକ୍ରାନ୍ତି:


·    ଜନ୍ମ ପରେ ମଣିଷ ଶରୀରରେ ୩ ଟି ପର୍ଯ୍ୟାୟରେ ଦ୍ରୁତ ଅଭିବୃଦ୍ଧି ଘଟିଥାଏ, ଯଥା – ଶୈଶବକାଳୀନ, ମଧ୍ୟକାଳୀନ ଏବଂ କିଶୋରକାଳୀନ |


·    ଏହା ପ୍ରାୟ ୧୦ – ୧୧ ବର୍ଷ ବୟସରୁ ଆରମ୍ଭ ହୋଇ ୧୮ -୧୯ ବର୍ଷ ବୟସ ପର୍ଯ୍ୟନ୍ତ ଚାଲୁ ରହିଥାଏ | ଏହି ଅବସ୍ଥାରେ ଶରୀରର ବହୁ ପରିବର୍ତ୍ତନ ଦେଖାଦିଏ | ଏହାକୁ କୈଶୋର ବା କିଶୋରାବସ୍ଥା କୁହାଯାଏ |


·    ଝିଅମାନଙ୍କଠାରେ ଏହିସବୁ ପରିବର୍ତ୍ତନ ପ୍ରାୟ ବର୍ଷେ ଆଗରୁ ଦେଖାଯାଏ | ହଠାତ୍ ଉଚ୍ଚତା ବଢିବା , ପୁମାନଙ୍କ ନିଶ ଉଠିବା ପରି ବହୁ ଶାରୀରିକ ପରିବର୍ତ୍ତନ ସହ ମାନସିକ ଓ ବୌଦ୍ଧିକ ସ୍ତରରେ ପରିବର୍ତ୍ତନ ଘଟିଥାଏ |


·    କିଶୋରକିଶୋରୀ ମାନଙ୍କ ଆଚରଣରେ ମଧ୍ୟ ପୂର୍ବ ଅବସ୍ଥା ତୁଳନାରେ କିଛି ପାର୍ଥକ୍ୟ ଦେଖାଯାଏ | ଏହାକୁ ଯୁବକ୍ରାନ୍ତି (puberty ) କୁହାଯାଏ |


ଯୁବକ୍ରାନ୍ତି ସମୟରେ ପରିବର୍ତ୍ତନ : -


ଉଚ୍ଚତା ବୃଦ୍ଧି : -


. ପ୍ରାଥମିକ ଅବସ୍ଥାରେ ଝିଆମାନଙ୍କ ଉଚ୍ଚତା ବୃଦ୍ଧି ପୁଅଙ୍କଠାରୁ ଅଧିକ |


·    କିନ୍ତୁ ପ୍ରାୟ 18 ବର୍ଷ ବୟସ ବେଳକୁ ଉଭୟେ ଯେତିକି ଉଚ୍ଚ ହେବା କଥା ସେତିକି ହୋଇସାରିଥାନ୍ତି |


·    କେତେକଙ୍କ କ୍ଷେତ୍ରରେ ଯୁବକ୍ରାନ୍ତି ସମୟରେ ଦ୍ରୁତ ଉଚ୍ଚତା ବୃଦ୍ଧି ହୋଇଥାଏ ଏବଂ ପରେ ଏହି ହାର କମିଯାଏ | ଅନ୍ୟମାନଙ୍କ ଉଚ୍ଚତା ବୃଦ୍ଧି ଧୀରେ ଧୀରେ ହୋଇଥାଏ |


·    ଶରୀରର ସମସ୍ତ ଅଙ୍ଗର ବୃଦ୍ଧି ଏକା ପ୍ରକାର ହୋଇନଥାଏ |


·    ଶରୀର ଉଚ୍ଚତା ପିତାମାତାଙ୍କ ଠାରୁ ଆସିଥିବା ଜିନ୍ ଉପରେ ନିର୍ଭର କରେ |


ଶରୀରର ଆକୃତିରେ ପରିବର୍ତ୍ତନ : -

  

·    ଏହି ଅବସ୍ଥାରେ ଜନନ ଅଙ୍ଗରା ବିକାଶ ଘଟେ ଏବଂ ଯୁଗ୍ମକ (gametes) ଉତ୍ପାଦନ ଓ ପରିପକ୍ଵନ ଆଦି ଆରମ୍ଭ ହୁଏ |


ସ୍ଵର ପରିବର୍ତ୍ତନ : -


·    ଯୁବକ୍ରାନ୍ତିରେ ପୁଅଙ୍କ ସ୍ଵର ପେଟିକା (Voice box or larynx) ବଢେ | ଫଳରେ ସେମାନଙ୍କର କଣ୍ଠ ସାମାନ୍ୟ ଫୁଲି, ଆଗକୁ ବାହାରିଆସିଥିବା ପରି ଦେଖାଯାଏ |


·    ଏହି ଅଂଶକୁ ଗଳଘଣ୍ଟିକା ବା “ଆଡାମ୍ସ ଏପଲ୍” (Adam’s apple) କୁହାଯାଏ |


·    ଝିଅଙ୍କ ସ୍ଵରପେଟିକା ଛୋଟ ହୋଲରହିଥାଏ ଏବଂ ଏହା ବାହାରକୁ ପ୍ରାୟ ଦେଖାଯାଏ ନାହିଁ |


·    ଫଳରେ ପୁଅ ଓ ଝିଅଙ୍କ ସ୍ଵର ମଧ୍ୟରେ ପାର୍ଥକ୍ୟ ଦେଖାଯାଏ |


·    ସାଧାରଣତଃ ପୁଅଙ୍କ ସ୍ଵର କିଛିଟା କର୍କଶ ଏବଂ ଝିଅଙ୍କ ସ୍ଵର ସାଧାରଣତଃ ସୁମଧୁର ହୋଇଥାଏ |


ସ୍ଵେଦଗ୍ରନ୍ଥି ଓ ସ୍ନେହଗ୍ରନ୍ଥିର ବର୍ଦ୍ଧିତ କାର୍ଯ୍ୟ :-


·    ଏହି ଅବସ୍ଥାରେ ଉଭୟ ସ୍ଵେଦଗ୍ରନ୍ଥି (sweat glands) ଏବଂ ତୈଳ (ସ୍ନେହ) ଗ୍ରନ୍ଥି (sebaceous) ରୁ କ୍ଷରଣ ଅଧିକ ହୋଇଥାଏ | ଫଳରେ ଅନେକଙ୍କ ମୁହଁରେ ବ୍ରଣ ବାହାରେ |


·    ସ୍ନେହଗ୍ରନ୍ଥି, ସ୍ଵେଦଗ୍ରନ୍ଥି, ଲାଲଗ୍ରନ୍ଥି ରୁ ନିଜ ନିଜର ନାଳ ଦେଇ କ୍ଷାରିତ ପଦାର୍ଥ ମୋଚିତ ହୋଇଥାଏ | କିନ୍ତୁ ଅନ୍ତଃସ୍ରାବୀ ଗ୍ରନ୍ଥି (endocrine gland ) ରୁ କ୍ଷରିତ ହରମୋନ ସିଧା ରକ୍ତରେ ମିଶେ | ତେଣୁ ଏଗୁଡ଼ିକୁ ଅନାଳ ଗ୍ରନ୍ଥି କୁହାଯାଏ | 


ମାନସିକ, ବୌଦ୍ଧିକ ଓ ଆବେଗିକ ପାରିପକ୍ଵତା : -


·    ଏହି ଅବସ୍ଥାରେ କିଶୋରକିଶୋରୀମାନଙ୍କ ଚିନ୍ତନମନନ ଶୈଳୀରେ ପରିବର୍ତ୍ତନ ଦେଖାଯାଏ |


·    ବୌଦ୍ଧିକ ବିକାଶ ହେଉଥିବା କାରଣରୁ କିଶୋରକୋଶୋରୀ ମାନେ ଏହି ସମୟରେ ଅଧିକ ଭାବିବାରେ ସମୟ ବିତାଇଥାନ୍ତି |


·    ଏହି ସ୍ମାୟରେ ମସ୍ତିସ୍କର ସାମର୍ଥ୍ୟ ବୃଦ୍ଧି ହୋଇଥାଏ | ଫଳରେ ସେମାନଙ୍କର ଠାରେ ବିଭିନ୍ନ ବିଷୟରେ ଜାଣିବା ଓ ଶିଖିବା ପାଇଁ ଆଗ୍ରହ ବଢେ |


ହରମୋନର ଭୂମିକା : -


·    ହରମୋନର ପ୍ରଭାବରେ କିଶୋରକିଶୋରୀ ମାନଙ୍କ ଠାରେ ଉପରୋକ୍ତ ପରିବର୍ତ୍ତନ ହୋଇଥାଏ | ଏହା ପୋଷଗ୍ରନ୍ଥି ବା ପିଟ୍ୟୁଟାରୀ (Pituitary Gland ) ଦ୍ଵାରା ନିୟନ୍ତ୍ରିତ |


ପୁଷ୍ଟିର ଆବଶ୍ୟକତା : -


·    ଦେହ ଓ ମନ ସୁସ୍ଥ ରହିଲେ ସ୍ୱାସ୍ଥ୍ୟ ଭଲ ରହେ | ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ଯ ଆବଶ୍ୟକ |


·    ଏହା ସହ ଆବଶ୍ୟକ ବ୍ୟାୟାମ ଏବଂ ବ୍ୟକ୍ତିଗତ ସ୍ତରରେ ସ୍ୱାସ୍ଥ୍ୟରକ୍ଷାର ନୀତିନିୟମ ପାଳନ |


କୈଶୋରରେ ପୁଷ୍ଟିର ଆବଶ୍ୟକତା : -


·    ଦ୍ରୁତ ବୃଦ୍ଧି ଓ ବିକାଶ ହେଉଛି କିଶୋରାବସ୍ଥାର ବିଶେଷତ୍ୱ |


·    ସୁଷମଖାଦ୍ୟରେ ପୁଷ୍ଟିସାର, ସ୍ନେହସାର, ଶ୍ଵେତସାର ଏବଂ ଭିଟାମିନ ଆଦି ଆବଶ୍ୟକ ପରିମାଣରେ ଥାଏ |


·   ରୁଟି ବା ଭାତ ବା ଉଭୟ, ଡାଲି ଓ ପନିପରିବା ଖାଇବା ଆବଶ୍ୟକ |


·    କ୍ଷୀର ଏକ ସୁଷମ ଖାଦ୍ୟ | ସେହିପରି ମା’ କ୍ଷୀରରେ ଶିଶୁ ପାଇଁ ଆବଶ୍ୟକ ହେଉଥିବା ସବୁ ପୁଷ୍ଟିକର ଉପାଦାନ ରହିଛି |


·    ରକ୍ତ ଗଠନ ପାଇଁ ଲୌହ ଆବଶ୍ୟକ | ତେଣୁ କିଶୋର – କିଶୋରୀଙ୍କ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଶାଗ, ମୁଗ , କମଳା , କାଗଜି ଲେମ୍ବୁ , ଅଁଳା , ମାଂସ ଇତ୍ୟାଦି ଲୌହଯୁକ୍ତ ଖାଦ୍ୟ ଦରକାର |


ପୁଅ ନା ଝିଅ ?


·    ନିଷିକ୍ତ ସମାୟିତ ଡିମ୍ବ ( Fertilized egg ) ରେ ଥିବା ଗୁଣସୁତ୍ର ଉପରେ ପୁଅ କି ଝିଅ ହେବ ନିର୍ଭର କରେ |


·    ମଣିଷର ଗୁଣସୁତ୍ର ( Chromosome ) ସଂଖ୍ୟା ହେଉଛି 23 ଯୋଡ଼ା ବା 46 |


.   ଏଥିରୁ ଗୋଟିଏ ଯୋଡ଼ାକୁ “ଲିଙ୍ଗସୂତ୍ର” (Sex Chromosome) କୁହାଯାଏ | ନାରୀଠାରେ ଏହି ଯୋଡ଼ା ଦୁଇଟି “X” ଗୁଣସୁତ୍ର (xx ) କୁ ନେଇ ଏବଂ ପୁରୁଷଙ୍କ ଠାରେ ଏହା ଗୋଟିଏ “x” ଓ ଗୋଟିଏ “y” ଗୁଣସୁତ୍ର (xy ) ନେ ଗଠିତ |


·    ପ୍ରତ୍ୟେକ ପରିପକ୍ଵ ଡିମ୍ବାଣୁରେ “x” ଥିବା ସମୟରେ କେତେକ ଶୁକ୍ରାଣୁରେ “x” ଏବଂ ଅବଶିଷ୍ଟ ଶୁକ୍ରାଣୁରେ “y” ଗୁଣସୁତ୍ର ଥାଏ |


·    “x” ଗୁଣସୁତ୍ର ଥିବା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରେ କନ୍ୟା ସନ୍ତାନ ଜାତ ହୁଏ ଏବଂ “y” ଗୁଣସୁତ୍ର ଥିବା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରେ ପୁତ୍ର ସନ୍ତାନ ଯାତ ହୁଏ |


·    ସନ୍ତାନର ଲିଙ୍ଗ ନିର୍ଧାରଣରେ ମା’ର ଭୂମିକା ନାହିଁ | ଏଥିପାଇଁ ପୁରୁଷ ହିଁ ଦାୟୀ |


ବ୍ୟକ୍ତିଗତ ସ୍ଵାସ୍ଥ୍ୟରକ୍ଷା ଓ ବ୍ୟାୟାମ :-


·    ବ୍ୟକ୍ତିଗତ ସ୍ଵାସ୍ଥ୍ୟରକ୍ଷା (personal hygiene ) ଦୃଷ୍ଟିରୁ ଦୈନିକ ଅନ୍ତତଃ ଠାରେ ସ୍ନାନ କରିବା ଉଚିତ୍ | ନ ହେଲେ ଜୀବାଣୁ ସଂକ୍ରମଣର ଆଶଙ୍କା ରହିଥାଏ |


·    କିଶୋରିମାନେ ଋତୁସ୍ରାବ ସମୟରେ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଏବଂ ଏଥିପାଇଁ ସବୁ ଦିଗରୁ ପ୍ରସ୍ତୁତ ରହିବା ଆବଶ୍ୟକ |


·    ଶରୀରକୁ ସୁସ୍ଥ , ସବଳ ରଖିବା ପାଇଁ ଚାଲିବା ଓ ଖୋଲା ପଡିଆରେ ଖେଳିବା ଆବଶ୍ୟକ | ସବୁ କିଶୋର କିଶୋରୀ ବ୍ୟାୟାମ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ |


ନିଶା ଔଷଧ ବର୍ଜନ କର : -


·    ସ୍ଵାଭାବିକ ବୃଦ୍ଧି ପ୍ରକ୍ରିୟାର ଅଂଶବିଶେଷ ଭାବେ କିଶୋରକିଶୋରୀମାନଙ୍କ ଠାରେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ବହୁ କାର୍ଯ୍ୟ ସମ୍ପାଦିତ ହୋଇଥାଏ |


. ଏହି ସମୟ କୌଣସି ସାଙ୍ଗସାଥୀ ଯଦି ନିଶା ଔଷଡ ସେବନର ପରାମର୍ଶ ଦେଉଛନ୍ତି ତାହେଲେ ସିଧାସଳଖ ସେମାନଙ୍କୁ ମନା କରିବା ଉଚିତ୍ |


·    ଡାକ୍ତରଙ୍କ ବିନା ପରାମର୍ଶରେ କେବେହେଲେ ଔଷଧ ସେବନ କରିବା ଉଚିତ୍ ନୁହେଁ |


·    HIV ନାମକ ଏକ ବିପଜ୍ଜନକ ଭୂତାଣୁ ଦ୍ଵାରା AIDS ରୋଗ ହେଉଥିବା କଥା ବେଶ୍ ଜଣାଶୁଣା | ନିଶା ଔଷଧ ପାଇଁ ବ୍ୟବହାର ହେଉଥିବା ସିରିଞ୍ଜ ଓ ଛୁଞ୍ଚି ଦ୍ଵାରା ଏହି ରୋଗ ସଂକ୍ରମିତ ବ୍ୟକ୍ତିଠାରୁ ସୁସ୍ଥ ବ୍ୟକ୍ତିକୁ ସହଜରେ ସଞ୍ଚରିତ ହୋଇଥାଏ |


·    ମା’ ଠାରେ ଯଦି ଏହି ରୋଗ ରହିଥାଏ, ତା’ ହେଲେ ସ୍ତନ୍ୟପାନ ଜରିଆରେ ଏହା ଜନ୍ମିତ ଶିଶୁକୁ ଆକ୍ରାନ୍ତ କରିଥାଏ |


·    ସଂକ୍ରମିତ ବ୍ୟକ୍ତି ସହ ସମ୍ପର୍କ ରଖିଲେ ମଧ୍ୟ ଏହି ଭୂତାଣୁ ସୁସ୍ଥ ବ୍ଯକ୍ତିର ଶରୀରରେ ପ୍ରବେଶ କରି ରୋଗ ସୃଷ୍ଟି କରିଥାଏ |


·    ତେଣୁ କିଶୋରକିଶୋରିମାନେ ଏଥି ପ୍ରତି ବିଶେଷ ଭାବେ ସଚେତନ ହେବା ଆବଶ୍ୟକ |

 

Ratings
No reviews yet, be the first one to review the product.