Odia Medium Class 8 Science Chapter 17 Stars and the Solar System ( ତାରକା ଓ ସୌରଜଗତ ) Notes

Language : Odia

LRNR provides this material totally free

Odia Medium Class 8 Science Chapter 17 Stars and the Solar System ( ତାରକା ଓ ସୌରଜଗତ ) Notes

ତାରକା ଓ ସୌରଜଗତ



. ରାତି ଆକାଶରେ ଦେଖାଯାଉଥିବା ଆଲୋକପିଣ୍ଡ ଗୁଡିକୁ ମହାକାଶୀୟ ବା ମହାଜାଗତିକ ବସ୍ତୁ କୁହାଯାଏ |

. ଯେଉଁ ମହକାଶୀୟ ବସ୍ତୁଗୁଡିକ ଦପ୍ ଦପ୍ କରୁଥାନ୍ତି, ସେମାନଙ୍କୁ ତାରା, ତାରକା ବା ନକ୍ଷତ୍ର କୁହାଯାଏ | ଏମାନେ ନିଜେ ନିଜେ ଆଲୋକର ଗୋଟିଏ ଗୋଟିଏ ଉତ୍ସ |

. ଯେଉଁ ମହାକାଶୀୟ ବସ୍ତୁଗୁଡିକ ସ୍ଥିର ଆଲୋକ ପ୍ରଦାନ କରିବାଭଳି ଦେଖାଯାଆନ୍ତି , ସେମାନେ ଗ୍ରହ ବା ଉପଗ୍ରହ ଅଟନ୍ତି | ଏମାନଙ୍କର ନିଜର ଆଲୋକ ନାହିଁ | ନିକଟବର୍ତ୍ତୀ ନକ୍ଷତ୍ରର ଆଲୋକରେ ଏମାନେ ଆଲୋକିତ ହୁଅନ୍ତି |


ଚନ୍ଦ୍ର : (The Moon)


. ଯେଉଁ ଦିନ ଚନ୍ଦ୍ର ଥାଳିଆ ଭଳି ପ୍ରାୟ ବୃତ୍ତାକାର ଦେଖାଯାଏ, ତାକୁ ପୂର୍ଣ୍ଣମୀ କହନ୍ତି | ତା’ ପରଠାରୁ ପ୍ରତିଦିନ ତାର ଉଜ୍ଜ୍ଵଳ ଥାଳିଆ ଭଳି ଦିଶୁଥିବା ଅଂଶ କମିବାରେ ଲାଗେ |

. ଏହା କ୍ରମଶଃ ସରୁ ହୋଇ ଦାଆ ପରି ବକ୍ରୀକୃତି ଦେଖାଯାଏ | ପ୍ରାୟ 15 ଦିନ ବେଳକୁ ଆଦୌ ସେହିଦିନକୁ ଅମାବାସ୍ୟା କୁହାଯାଏ | ତା’ ପରଠାରୁ ପ୍ରାୟ 15 ଦିନ ପର୍ଯ୍ୟନ୍ତ ଚନ୍ଦ୍ରର ଉଜ୍ଜ୍ଵଳ ଦିଶୁଥିବା ଅଂଶ ଧୀରେ ଧୀରେ ବୃଦ୍ଧିପାଏ ଓ 15 ଦିନ ବେଳକୁ ପ୍ରାୟ ଥାଳିଆ ଭଳି ଦେଖାଯାଏ |

. ଚନ୍ଦ୍ରର ନିଜର ଆଲୋକ ନାହିଁ | ଏହା ସୂର୍ଯ୍ୟର ଆଲୋକରେ ଆଲୋକିତ ହୁଏ |

. ପରିକ୍ରମଣଗତ ଚନ୍ଦ୍ର ଗୋଟିଏ ପୂର୍ଣ୍ଣମୀରୁ ଆଉ ଗୋଟିଏ ପୂର୍ଣ୍ଣମୀ ପର୍ଯ୍ୟନ୍ତ ବା ଗୋଟିଏ ଅମାବାସ୍ୟାରୁ ଆଉ ଗୋଟିଏ ଅମାବାସ୍ୟା ପର୍ଯ୍ୟନ୍ତ ଯେତିକି ଅଂଶରେ ସୂର୍ଯ୍ୟାଲୋକ ପଡି ପ୍ରତିଫଳିତ ହୋଇ ପୃଥିବୀର ରାତି – ଆକାଶରେ ଦେଖାଯାଏ, ଆମେ ତାକୁ ସେହି ଆକାରରେ ଦେଖୁ |

. ଚନ୍ଦ୍ର ବାୟୁମଣ୍ଡଳ ଏତେ ପତଳା ଯେ ସେଠାରେ ଆଦୌ ବାୟୁ ନାହିଁ କହିଲେ ଚଳେ |

. ଏଥିରେ ଜଳର ସତ୍ତା ଅଛି କି ନାହିଁ , ସେ ବିଷୟରେ ଏପର୍ଯ୍ୟନ୍ତ ସଠିକ୍ ତଥ୍ୟ ମିଳିନାହିଁ | ତେଣୁ ଚନ୍ଦ୍ରରେ ଜୀବଜଗତ ନାହିଁ |

. 1969 ମସିହାରେ ଆପୋଲୋ – 11 ମହାକାଶଯାନରେ ଯୁକ୍ତରାଷ୍ଟ୍ର ଆମେରିକାର ତିନିଜଣ ମହାକାଶଚାରୀ ନୀଲ୍ ଆର୍ମଷ୍ଟ୍ରଙ୍ଗ୍, ଏଡୱିନ ଆଲଡ୍ରିନ୍ ଓ ମାଇକେଲ କଲିନ୍ସ୍ ଚନ୍ଦ୍ରକୁ ଯାତ୍ରା କରିଥିଲେ |

. ଭାରତୀୟ ସମୟ ଜୁଲାଇ 21 ତାରିଖ ଦିନ ସେମାନଙ୍କ ମଧ୍ୟରୁ ନୀଲ୍ ଆର୍ମଷ୍ଟ୍ରଙ୍ଗ୍ ପ୍ରଥମେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ |


ନକ୍ଷତ୍ର ବା ତାରକା (The Stars)


. ନକ୍ଷତ୍ର ବା ତାରକା (ତାରା) ମାନଙ୍କର ନିଜସ୍ଵ ଆଲୋକ ରହିଛି |

. ସବୁ ନକ୍ଷତ୍ର ବା ତାରକା ଆମଠାରୁ ସମାନ ଦୂରତାରେ ନାହାନ୍ତି ଏବଂ ଏମାନଙ୍କ ଆକାର ଓ ତାପମାତ୍ରା ମଧ୍ୟ ପରସ୍ପରଠାରୁ ଭିନ୍ନ |

. ସୂର୍ଯ୍ୟ ଏକ ତାରକା | ଏହା ଆମର ନିକଟତମ ହୋଇଥିବାରୁ ଏତେ ବଡ଼ ଦିଶେ |

. ସୂର୍ଯ୍ୟଠାରୁ ଅନେକ ଗୁଣରେ ବଡ଼ ଓ ଅନେକ ଗୁଣରେ ସାନ ଅସଂଖ୍ୟ ତାରକା ବା ନକ୍ଷତ୍ର ଅଛନ୍ତି | ଏମାନେ ଆମଠାରୁ ବହୁତ ଦୂରରେ ଥିବାରୁ ବିନ୍ଦୁଭଳି ଦେଖାଯାଆନ୍ତି |

. ଦିନବେଳା ସୂର୍ଯ୍ୟାଲୋକର ପ୍ରଭାବରେ ତାରାମାନେ ଆକାଶରେ ଥିଲେ ବି ଦେଖା ଯାଆନ୍ତି ନାହିଁ |

. ତାରାମାନଙ୍କୁ ଭଲଭାବରେ ଦେଖିବା ଏବଂ ଅଧିକ ଗବେଷଣା କରିବାପାଇଁ ଅନେକ ମାନମନ୍ଦିରପ୍ରତିଷ୍ଠା କରାଯାଇଛି |

. ପୃଥିବୀର କାଳ୍ପନିକ ଅକ୍ଷ ଆକାଶକୁ ଯେଉଁଠି ଛେଦକରେ, ସେଠାରେ ଏକ ତାରକା ରହିଛି | ସମସ୍ତ ତାରା ଗତିଶୀଳ ଜଣା ପଡୁଥିଲେ ମଧ୍ୟ ଏହା ସ୍ଥିର ଦେଖାଯାଏ | ତେଣୁ ଏହାକୁ ଧ୍ରୁବତାରା କହନ୍ତି | ଏହା ପୃଥିବୀର ଉତ୍ତର ଦିଗରେ ଥିବା ଆକାଶରେ ଦେଖାଯାଏ |


ତାରକାପୁଞ୍ଜ (Constellations)


. ମହାକାଶରେ ତାରାଗୁଡ଼ିକ ବିଭିନ୍ନ ଆକାରରେ ସଜ୍ଜିତ ହୋଇ ରହିଥିବାପରି ଦେଖାଯାଆନ୍ତି | ଏହାକୁ ତାରାପୁଞ୍ଜ, ତାରକାପୁଞ୍ଜ , ନକ୍ଷତ୍ରପୁଞ୍ଜ ବା ନକ୍ଷତ୍ରମଣ୍ଡଳ କୁହାଯାଏ |

. କେତେକ ଜଣାଶୁଣା ତାରକାପୁଞ୍ଜ : - ସପ୍ତର୍ଷିମଣ୍ଡଳ , କାଳପୁରୁଷ , କ୍ୟାସିଓପିଆ ଓ ଲିତମେଜର |


ସପ୍ତର୍ଷିମଣ୍ଡଳ :


. ଆମର ସବୁଠାରୁ ଜଣାଶୁଣା ନକ୍ଷତ୍ରମଣ୍ଡଳ ହେଉଛି “ସପ୍ତର୍ଷିମଣ୍ଡଳ” | ଖରାଦିନେ ସନ୍ଧ୍ୟା ଆକାଶରେ ଏହାକୁ ଦେଖିହେବ |

. ଆକାଶରେ ଏହା ଏକ ପ୍ରଶ୍ନବାଚକ ଚିହ୍ନ (?) ପରି ଦେଖାଯାଏ | ଏଥିରେ ସାତଗୋଟି ଉଜ୍ଜ୍ଵଳ ତାରକା ଦୃଷ୍ଟିଗୋଚର ହୁଅନ୍ତି |

. ଭାରତରେ ଏହା ସପ୍ତର୍ଷିମଣ୍ଡଳ ନାମରେ ନାମିତ | ପାଶ୍ଚାତ୍ୟ ଦେଶମାନଙ୍କରେ ଏହା ଗ୍ରେଟବିୟର ଅଥବା ବିଗ୍ ଡ଼ିପର୍ ନାମରେ ପରିଚିତ |

. ଏହି ନକ୍ଷତ୍ରମଣ୍ଡଳ ଧ୍ରୁବତାରାକୁ କେନ୍ଦ୍ରକରି ଘୂରୁଥିବାର ଜଣାଯାଏ | ରାତିରେ ସପ୍ତର୍ଷି ମଣ୍ଡଳକୁ ଆଧାର କରି ଧ୍ରୁବତାରା ଚିହ୍ନିହୁଏ |


କାଳପୁରୁଷ :


. କାଳପୁରୁଷ ମଣ୍ଡଳ , ସପ୍ତର୍ଷିମଣ୍ଡଳ ଭଳି ଅନ୍ୟତମ ତାରକାପୁଞ୍ଜ | ଶୀତଦିନେ ସନ୍ଧ୍ୟାପରେ ଅଳ୍ପ ରାତିହେଲେ ଏହା ସ୍ପଷ୍ଟ ଦେଖାଯାଏ |

. ଖାଲି ଆଖିରେ ଏଥିରେ ସାତ ବା ଆଠଟି ତାରା ଦେଖାଯାଆନ୍ତି |

. ଗ୍ରୀକ୍ ଜ୍ୟୋତିର୍ବିଦ୍‌ମାନେ ଏହାକୁ ଶିକାରୀ ଆକୃତିର କଳ୍ପନା କରିଥିବାରୁ ଏହାକୁ ଶିକାରୀ ତାରା ବା ହଣ୍ଟର କୁହାଯାଏ |

. ଏହାର ମଧ୍ୟଭାଗରେ 3 ଟି ତାରା ଏକରେଖାରେ ରହି ଥାଆନ୍ତି |

. ଏହି ତିନୋଟି ତାରାକୁ ଏକ କାଳ୍ପନିକ ରେଖାରେ ଯୋଡ଼ି ପୂର୍ବଦିଗ ଆଡ଼କୁ ଅଳ୍ପବାଟ ବଢ଼ାଇଦେଲେ ଆମେ ଆକାଶର ଉଜ୍ଜ୍ବଳିତମ ତାରକା “ସିରିୟସ୍” କୁ ଦେଖିପାରିବା ।


କ୍ୟାସିଓପିଆ :


. କ୍ୟାସିଓପିଆ ଉତ୍ତର ଆକାଶରେ ଦେଖାଯାଉଥିବା ଆଉ ଏକ ଜଣାଶୁଣା ତାରକାପୁଞ୍ଜ | ଏହା ପ୍ରାୟତଃ ଇଂରାଜୀ ଅକ୍ଷର "W" ବା “M" ପରି

ଦେଖାଯାଏ |

. ସପ୍ତର୍ଷିମଣ୍ଡଳର ଅନୁପସ୍ଥିତିରେ କ୍ୟାସିଓପିଆ ଧ୍ରୁବତାରା ଚିହ୍ନିବାରେ ସାହାଯ୍ୟ କରେ |


ସୌର ଜଗତ :


. ସୂର୍ଯ୍ୟ ଓ ତାରା ଚାରିପଟେ ଘୂରୁଥିବା କେତେକ ମହାକାଶୀୟ ବସ୍ତୁମାନଙ୍କୁ ନେଇ ଆମ ସୌର ଜଗତ ଗଠିତ |

. ଏ ଯାବତ୍ ଏହି ବସ୍ତୁମାନଙ୍କ ମଧ୍ୟରୁ 8 ଟି ଗ୍ରହ, ସେମାନଙ୍କର ଉପଗ୍ରହ , ଗ୍ରହାଣୁପୁଞ୍ଜ , ଧୂମକେତୁ , ଉଲ୍‌କା ଇତ୍ୟାଦି ଆବିଷୃତ ହୋଇଛନ୍ତି |

. ମହାକର୍ଷଣ ବଳ ପ୍ରଭାବରେ ସୌର ଜଗତରେ ଥିବା ମହାକାଶୀୟ ବସ୍ତୁଗୁଡ଼ିକ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରନ୍ତି |


ସୂର୍ଯ୍ୟ : (The Sun)


. ଆମ ନିକଟରେ ଥିବା ସେଇ ଜଗତର ଏକମାତ୍ର ତାରକା ହେଉଛି ସୂର୍ଯ୍ୟ |

. ବସ୍ତୁତ୍ଵ, ଉଜ୍ଜ୍ଵଳତା, ତାପମାତ୍ରା ତଥା ଆକାର ଦୃଷ୍ଟିରୁ ଏହା ଏକ ସାଧାରଣ ତାରକା |

. ସୂର୍ଯ୍ୟର ବ୍ୟାସ ପ୍ରାୟ 1.392 x 108 କି.ମି | ଏହା ପୃଥିବୀ ବ୍ୟାସର ପ୍ରାୟ 109 ଗୁଣ |

. ଏହାର ବସ୍ତୁତ୍ଵ ପ୍ରାୟ 2 x1030 କି.ଗ୍ରା |

. ଏହା ପୃଥିବୀର ବସ୍ତୁତ୍ଵର ପ୍ରାୟ ତିନି ଲକ୍ଷ ଗୁଣ |

. ସୂର୍ଯ୍ୟ ତାର ପରିବାରକୁ ନେଇ ଆକାଶଗଙ୍ଗା ଗ୍ୟାଲାକ୍ସିର କେନ୍ଦ୍ର ଚାରିପଟେ ପରିକ୍ରମଣ କରୁଛି |  

. ଏହାର ମୁଖ୍ୟ ଉପାଦାନ ହେଉଛି ହାଇଡ୍ରୋଜେନ୍ ଓ ହିଲିୟମ୍ । ଏତଦ୍ ବ୍ୟତୀତ ଏଠାରେ ପ୍ରାୟ 60 ଟି ଅନ୍ୟାନ୍ୟ ମୌଳିକ ରହିଥିବା . ଜଣାଯାଇଛି |

. ପୃଥିବୀରେ ମିଳୁଥିବା ସକଳ ଶକ୍ତିର ଆଧାର ହେଉଛି “ସୂର୍ଯ୍ୟ” |


ଗ୍ରହ :


. ସୂର୍ଯ୍ୟର ମହାକର୍ଷଣ ପ୍ରଭାବରେ ଆଠଟି ଗ୍ରହ ସୂର୍ଯ୍ୟଠାରୁ ଭିନ୍ନ ଭିନ୍ନ ଦୂରତାରେ ଥିବା ନିର୍ଦ୍ଦିଷ୍ଟ କକ୍ଷରେ ଏହାକୁ ପରିକ୍ରମଣ କରୁଅଛନ୍ତି |

ସୂର୍ଯ୍ୟଠାରୁ ଦୂରତା ଅନୁସାରେ ଏମାନଙ୍କ ନାମ ହେଲା -  


1.    ବୁଧ

2.   ଶୁକ୍ଳ

3.   ପୃଥିବୀ

4.   ମଙ୍ଗଳ

5.   ବୃହସ୍ପତି

6.   ଶନି

7.   ୟୁରେନ୍ସ

8.   ନେପଚ୍ୟୁନ୍ 


. ଗ୍ରହଗୁଡ଼ିକ ଦେଖିବାକୁ ପ୍ରାୟ ଗୋଳାକୃତି | ଏମାନଙ୍କ କନ୍ଧଗୁଡ଼ିକ ଅଣ୍ଡାକୃତି | କକ୍ଷପଥରେ ଥରେ ପରିକ୍ରମଣ କରିବା ପାଇଁ ଯେଉଁ ସମୟ

ଲାଗେ, ତାଙ୍କୁ ଗ୍ରହର ପରିକ୍ରମଣ କାଳ କୁହାଯାଏ |

. ପୃଥିବୀର ପରିକ୍ରମଣ କାଳ ପ୍ରାୟ 365 ଦିନ 6 ଘଣ୍ଟା ବା ଏକବର୍ଷ |


ବୁଧ : -


. ଦୂରତା ଅନୁସାରେ ବୁଧ ସୂର୍ଯ୍ୟର ନିକଟତମ ଗ୍ରହ | ଆୟତନ ଅନୁସାରେ ଏହା ସୌରଜଗତର କ୍ଷୁଦ୍ରତମ ଗ୍ରହ |

. ସୂର୍ଯ୍ୟର ଅତି ନିକଟରେ ଥିବାରୁ ଏହାର ପରିକ୍ରମଣ ବେଶ ବହୁତ ବେଶୀ | 

. ଏହାର ପରିକ୍ରମଣ କାଳ ପ୍ରାୟ 58 ଦିନ ଏବଂ ଆବର୍ତ୍ତନ କାଳ ପ୍ରାୟ 59 ଦିନ ।


ଶୁକ୍ର :


. ଏହା ପୃଥିବୀର ନିକଟତମ ଗ୍ରହ | ଏହାର ପୃଷ୍ଠ ମଧ୍ୟ ପଥୁରିଆ | କିନ୍ତୁ ଏହାକୁ ଘେରି ରହିଛିଏକ ବହଳିଆ ଓ ଇଷତ ହଳଦିଆ ବାୟୁମଣ୍ଡଳ | ଏହା ମୁଖ୍ୟତଃ କାର୍ବନ ଡାଇଅକସାଇଡ୍ (ପ୍ରାୟ 96%), ସଲ୍‌ଫ୍ୟୁରିକ୍‌ ଏସିଡ୍ ଓ ହାଇଡ୍ରୋଫ୍ଲୋରିକ ଏସିଡ ଇତ୍ୟାଦି ବିଷାକ୍ତ ଗ୍ୟାସ୍‌ରେ କରି |

. ବହଳିଆ ବାୟୁମଣ୍ଡଳ ଯୋଗୁଁ ଏହାର ଦିବାସମୟର ତାପମାତ୍ରା ପ୍ରାୟ 480°C ଓ ଏହା ଜଳଶୂନ୍ୟ |ଶୁକ୍ରରେ ଜୀବନ ସମ୍ଭବ ହୋଇପାରି ନାହିଁ |


ପୃଥିବୀ :    


. ଆମ ନିଜଘର ପୃଥିବୀ ଅଦ୍ୟାବଧି ଆବିଷ୍କୃତ ସୌରଜଗତର ଏକମାତ୍ର ବସତିଯୋଗ୍ୟ ଆଶ୍ରୟସ୍ଥଳୀ |

. ପୃଥିବୀର ସ୍ଥଳଭାଗକୁ ଭୂମଣ୍ଡଳ , ଜଳଭାଗକୁ ବାରିମଣ୍ଡଳ ତଥା ସମସ୍ତ ପ୍ରାଣୀ ଓ ଉଦ୍ଭଦକୁ ଜୈବମଣ୍ଡଳ କୁହାଯାଏ |

. ମହାକାଶରୁ ଦେଖିଲେ ପୃଥିବୀ ନାଳ -ସବୁଜ ମିଶ୍ରିତ ଏକ ଗୋଲକପିଣ୍ଡ ପରି ଦେଖାଯାଏ |

. ପୃଥିବୀରେ ବର୍ଷକ ମଧ୍ୟରେ ଛଅଟି ଋତୁ ଅନୁଭୂତ ହୁଏ |


ମଙ୍ଗଳ: -


. ପୃଥିବୀ କକ୍ଷପଥ ବାହାରେ ଏହା ପ୍ରଥମ ସୌରଗ୍ରହ |

. ଏହାର ପୃଷ୍ଠଦେଶ ନାଲ୍ ରଙ୍ଗର ପଥର ଓ ବାଲିରେ ଗଠିତ | ବାୟୁମଣ୍ଡଳ ପତଳା କାର୍ବନ ଡାଇଅକ୍ସାଇଡ୍ ରେ ଗଠିତ | ରାତି ଆକାଶରେ

ଆମକୁ ଏହାର ରଙ୍ଗ ଲାଲ ଦେଖାଯାଏ |

. ଗ୍ରହମାନଙ୍କ ମଧ୍ୟରୁ ମଙ୍ଗଳ ଉପରେ ଅଧିକ ଗବେଷଣ କରାଯାଇଛି | ପୃଥିବୀ ସହ ଏହାର ଅନେକ ସାମଞ୍ଜସ୍ୟ ଅଛି |

. ଦୁଇଟି ଋତୁ ପ୍ରାୟତଃ ଏଠି ଦେଖାଯାଏ , ଗ୍ରୀଷ୍ମ ଓ ଶୀତଋତୁ |

. ମଙ୍ଗଳର ଦୁଇଟି ଉପଗ୍ରହ ଡିମସ୍ ଓ ଫୋବସ୍ 1877 ମସିହାରୁ ଆବିଷ୍କୃତ ହୋଇସାରିଛି |


ବୃହସ୍ପତି :


. ସୌରଜଗତର ବୃହତ୍ତମ ଗ୍ରହ ବୃହସ୍ପତିର ପୃଷ୍ଠଦେଶ ମୁଖତଃ ଗ୍ୟାସ୍ ଓ ତରଳ ପଦାର୍ଥରେ ଗଠିତ |

. ଏହା ଏତେ ବଡ ଯେ ଏହାର ଆୟତନ ପୃଥିବୀ ଭଳି ପ୍ରାୟ 1300ଟି ଗ୍ରହର ଏକତ୍ର ଆୟତନ ସହ ସମାନ|

. ବୃହସ୍ପତିର 63ଟି ଉପଗ୍ରହରୁ ସାଧାରଣ ଦୂରବୀକ୍ଷଣ ଯନ୍ତ୍ରରେ ବଡ଼ବଡ଼ 4 ଟି ଉପଗ୍ରହ ଦେଖିହୁଏ |

. ବୃହସ୍ପତିର ମାଧ୍ୟାକର୍ଷଣ ପୃଥିବୀର ମାଧ୍ୟାକର୍ଷଣର ପ୍ରାୟ2.64 ଗୁଣ |


ଶନି : -


. ଈଷତ୍ ପୀତରଙ୍ଗର ଗ୍ରହ ଶନି ଆୟତନରେ ସୌରଜଗତର ଦ୍ଵିତୀୟ ଗରମ ଗ୍ରହ |

. ସମଗ୍ର ଗ୍ରହଟି ହାଇଡ୍ରୋଜେନ୍, ହିଲିୟମ, ଏମୋନିଆ, ମିଥେନ୍ ପରି ଗ୍ୟାସରେ ପୂର୍ଣ୍ଣ |

. ଅଦ୍ୟାବଢି ଆବିଷ୍କୃତ ଏହାର 60 ଟି ଉପଗ୍ରହ ମଧ୍ୟରୁ ଟାଇଟାନ ବୃହତ୍ତମ ଅଟେ |

. ଶନିର ଅନେକବଳୟ ରହିଛି , ଏ ଗୁଡ଼ିକ ଅତିକ୍ଷୁଦ୍ର ପଥର, ବରଫ ଜଣା ଓ ଧୂନିକଣାକୁ ନେଇ ଗଠିତ |


ୟୁରେନ୍ସ :


. ୟୁରେନସ୍ 1781 ମସିହାରେ ଉଇଲିୟମ୍ ହରସଚେଲ୍‌ଙ୍କ ଦ୍ଵାରା ଆବିଷ୍କୃତ ହୋଇଥିଲା |

. ଏହାସୌରଜଗତର ସବୁଜ ଗ୍ରହ | ଏହି ସବୁଜ ରଙ୍ଗ ଏଠାରେ ଥିବା ମିଥେନ୍ ଓ ଏମୋନିଆ ପାଇଁ ଦେଖାଯାଏ |

. ଏହାରପ୍ରାୟ 10 ଟି କ୍ଷୀଣବଳୟ 1977 ମସିହାରୁ ଆବିଷ୍କୃତ ହେଲାଣି | ସମଗ୍ର ଗ୍ରହରେ କଠିନ ଅଂଶ କିଛି ନାହିଁ |


ନେପଚ୍ୟୁନ୍ :


. 1846 ମସିହାରେ ଗଟଫ୍ରିଡ ଗାଲେଙ୍କ ଦ୍ଵାରା ଆବିଷ୍କୃତ ନେପ୍‌ଚ୍ୟୁନ୍ ଅଧୁନା ସୌରଜଗତର ଦୂରତମ |

. ଏହାର ଛଅଟି ବଳୟ ଅଛି ବୋଲି 1989 ମସିହାରୁ ଜଣାପଡ଼ିଛି |

. ଗ୍ରହମାନଙ୍କ ମଧ୍ୟରେ ଏହାର ପରିକ୍ରମଣ କାଳ ସର୍ବାଧିକ ଓ ଏହା ପ୍ରାୟ ଆମର 165 ବର୍ଷ ସହ ସମାନ |


ସୌରଜଗତର ଅନ୍ୟାନ୍ୟ ଜ୍ୟୋତିଷ୍କ :


ଗ୍ରହାଣୁପୁଞ୍ଜ : (Asteroids)


. ଗ୍ରହ, ଉପଗ୍ରହ ମାନଙ୍କୁ ଛାଡ଼ି ଅନେକ ଗ୍ରହାଣୁ ମଙ୍ଗଳ ଓ ବୃହସ୍ପତିର କକ୍ଷପଥ ମଧ୍ୟରେ ରହି ସୂର୍ଯ୍ୟ ପରିକ୍ରମା କରୁଛି | ଏମାନଙ୍କୁ ଏକତ୍ର ଗ୍ରହାଣୁପୁଞ୍ଜ କୁହାଯାଏ |

. ଗ୍ରହାଣୁମାନଙ୍କ ମଧ୍ୟରେ କେତେକଙ୍କର ବୟସ ପୃଥିବୀର କକ୍ଷପଥକୁ ଛେଦ କରୁଛି |


ଧୂମକେତୁ (Comet)


. ସମୟ ସମୟେ ଲାଞ୍ଜଥିବା ଏକ ଉଜ୍ଜଳବସ୍ତୁ ଆକାଶରେ ଦେଖାଯାଏ | ଏହାକୁ ଭୂମକେତୁ ବା ଲଞ୍ଜାତାରା କୁହାଯାଏ |

. ଏକ ଲମ୍ବାଳିଆ ଅଣ୍ଡାକୃତି କକ୍ଷରେ ଧୂମକେତୁ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରେ |

. ପ୍ରତି ଧୂମକେତୁର ଗୋଟିଏ ମୁଣ୍ଡ ଓ ଲଞ୍ଜ ଥାଏ |

. ଧୂମକେତୁ ସୂର୍ଯ୍ୟର ନିକଟତମ ହେବାବେଳେ ଲାଞ୍ଜଟି ସୂର୍ଯ୍ୟର ବିପରୀତ ଦିଗରେ ସର୍ବଦା ରହିଥାଏ ଏବଂ ସୂର୍ଯ୍ୟଠାରୁ ଅନେକ ଦୂରକୁ ଚାଲିଗଲେ ଲାଞ୍ଜଟି ପ୍ରାୟ ଦେଖାଯାଏ ନାହିଁ |

. ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ଧୂମକେତୁ ଗୁଡିକ ମଧ୍ୟରେ ହାଲିଙ୍କ ଧୂମକେତୁ ଅନ୍ୟତମ |


ଉଲ୍କା ଓ ଉଲ୍କାପିଣ୍ଡ :


. ଅନ୍ଧାର ରାତିରେ ଯେଉଁ ମହାକାଶୀୟ ବସ୍ତୁ ଆଲୋକର ଝଲକ କ ସୃଷ୍ଟି କରି ଭୂପୃଷ୍ଠ ଆଡକୁ ପଡିବାର ଦେଖାଯାଏ, ସେଗୁଡ଼ିକୁ ଉଲକା କହନ୍ତି | ଏହାକୁ ଖସୁଥିବା ତାରା କୁହାଯାଏ |

. ଖସୁଥିବା ତାରା, ଲଞ୍ଜା ତାରା , ପାହାନ୍ତି ତାରା ବା ସନ୍ଧ୍ୟା ତାରା ଏମାନେ କେହି ହେଲେ ତାରା ନୁହଁନ୍ତି |

. ଉଲ୍କାଗୁଡିକ ଆକାରରେ ବଡ ସେଗୁଡିକ ବାୟୁମଣ୍ଡଳ ସହ ଘର୍ଷଣ ଯୋଗୁଁ ସମ୍ପୂର୍ଣ୍ଣ ପୋଡି ନ ଯାଇ ଭୂପୃଷ୍ଠରେ ଆସି ପଡନ୍ତି |

ଏଗୁଡ଼ିକ ଥଣ୍ଡା ହୋଇ ପଥର ଆକାରରେ ପଡ଼ି ରହନ୍ତି |

. ସେଗୁଡ଼ିକୁ ଉଲ୍କାପିଣ୍ଡ କୁହାଯାଏ । ପ୍ରାୟ 30ଟନ୍‌ ଓଜନର ଉଲକାପିଣ୍ଡ ପୃଥିବୀ ପୃଷ୍ଠରେ ପଡିବାର ଉଦାହରଣ ରହିଛି |

. ଉଲକାପିଣ୍ଡ ଗୁଡିକରେ ଲୁହା , ନିକେଲ ଇତ୍ୟାଦି ଚୁମ୍ବକୀୟ ପଦାର୍ଥ ବେଶୀ ପରିମାଣରେ ଥାଏ |


କୃତ୍ରିମ ଉପଗ୍ରହ :


. କୃତ୍ରିମ ଉପଗ୍ରହ ବିଭିନ୍ନ ପ୍ରକାରର ରହିଛି |

. ସାଧାରଣତଃ କୃତ୍ରିମ ଉପଗ୍ରହର ପରିକ୍ରମଣ ସମୟ ପୃଥିବୀର ଆବର୍ତ୍ତନ ସମୟ ସହିତ ସମାନ ନୁହେଁ |

. ଏମାନେ ପୃଥିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ସ୍ଥିର ଥିବା ପରି ଜଣା ପଡନ୍ତି | ତେଣୁ ଏମାନଙ୍କୁ ଭୂ – ସ୍ଥିର ଉପଗ୍ରହ କୁହାଯାଏ |

. ଆଉ କେତେକ କୃତ୍ରିମ ଉପଗ୍ରହ ସାହାଯ୍ୟରେ ମହାକାଶରୁ ଭୂପୃଷ୍ଠ ଓ ଭୂ – ଅଭ୍ୟନ୍ତରରେ ଥିବା ଜଙ୍ଗଲ , ଖଣି , ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲିୟମ ସ୍ତର ଇତ୍ୟାଦି ବିଷୟରେ ସନ୍ଧାନ କରାଯାଏ | ଏମାନଙ୍କୁ ସୁଦୂର – ସନ୍ଧାନୀ ଉପଗ୍ରହ କୁହାଯାଏ |

. କୃତ୍ରିମ ଉପଗ୍ରହ ଦ୍ଵାରା ଆମର ଅନେକ ଉପକାର ହୋଇପାରୁଛି |

. ଭାରତର ପ୍ରଥମ କୃତ୍ରିମ ଉପଗ୍ରହର ନାମ ହେଉଛି ଆର୍ଯ୍ୟଭଟ୍ଟ |

Ratings
No reviews yet, be the first one to review the product.