Odia Medium Class 8 Science Chapter 18 Pollution of Air & Water ( ବାୟୁ ଓ ଜଳ ପ୍ରଦୂଷଣ ) Notes

Language : Odia

LRNR provides this material totally free

Odia Medium Class 8 Science Chapter 18 Pollution of Air & Water ( ବାୟୁ ଓ ଜଳ ପ୍ରଦୂଷଣ ) Notes

ବାୟୁ ଓ ଜଳ ପ୍ରଦୂଷଣ


 

ବାୟୁ ପ୍ରଦୂଷଣ

·         ବାୟୁ ବିଭିନ୍ନ ଗ୍ୟାସର ଏକ ମିଶ୍ରଣ ଅଟେ |

·         ଏଥିରେ ପ୍ରାୟ 78% ଯବକ୍ଷାରକାନ ଓ 21% ଅମ୍ଳଜାନ ସହ ଅତି କମ୍‌ ମାତ୍ରାରେ ଅଙ୍ଗାରକାମ୍ଳ, ମିଥେନ୍‌, ଓଜୋନ୍ ଓ ଆରଗନ୍ ଭଳି ଗ୍ୟାସ୍ ଏବଂ ଜଳୀୟ ବାଷ୍ପ ଥାଏ |

·         ଖାଦ୍ୟ ଅଭାବରେ ଆମେ କିଛିଦିନ ବଞ୍ଚିପାରୁ କିନ୍ତୁ ବାୟୁ ଅଭାବରେ ଆମେ ବଞ୍ଚିପାରିବା ନାହିଁ  |

·         ଯେତେବେଳେ ବାୟୁରେ ଅଦରକାରୀ ପଦାର୍ଥ ମିଶେ ତାର କ୍ଷତିକାରକ ପ୍ରଭାବ ସଜୀବ ଓ ନିର୍ଜୀବ ଉପରେ ପଡ଼ିଥାଏ | ଏହି ପ୍ରଭାବକୁ ଆମେ ବାୟୁ ପ୍ରଦୂଷଣ କୁହାଯାଏ |

ବାୟୁ ପ୍ରଦୂଷଣ ହୁଏ କିପରି ?

·         ବାୟୁରେ କେତେକ ପଦାର୍ଥ ମିଶିଗଲେ ଜୀବମାନଙ୍କ ପାଇଁ ତାହା ଗ୍ରହଣୀୟ ହୁଏ ନାହିଁ |

·         ସେହି ଅବାଞ୍ଛିତ ପଦାର୍ଥ ଯଥା – ଧୂଳିକଣା , ଧୂଆଁ ଇତ୍ୟାଦିକୁ ପ୍ରଦୂଷକ କୁହାଯାଏ |

·         ଏସବୁର ଉତ୍ସ ହେଉଛି ଜାଳେଣି କାଠ, କଳ କାରଖାନା, ତାପଜ କେନ୍ଦ୍ର, ଯାନବାହାନ ଇତ୍ୟାଦି |

·         ମନୁଷ୍ୟର ଚାହିଦା ମେଣ୍ଟାଇବା ପାଇଁ ଆଧିକ ଶିଳ୍ପକାରଖାନା ପ୍ରତିଷ୍ଠା ଫଳରେ ପ୍ରଦୂଷଣ ମାତ୍ରା ବଢିଗଲାଣି |

ବାୟୁ ପ୍ରଦୂଷଣର ପ୍ରଭାବ :

·         ଶ୍ଵାସଜନିତ ସମସ୍ୟାର କାରଣ ବାୟୁ ପ୍ରଦୂଷଣ ଅଟେ |

·         ଇଞ୍ଜିନ୍ ମଧ୍ୟରେ ଡିଜେଲ ଓ ପେଟ୍ରୋଲର ଦହନ ହେଲେ କାର୍ବନ ମନୋକ୍ସାଇଡ୍ , କାର୍ବନ ଡାଇଅକ୍ସାଇଡ କିମ୍ବା ନାଇଟ୍ରୋଜେନ୍ ଅକ୍ସାଇଡ୍ ସୃଷ୍ଟି ହୁଏ |

·         ଓଜୋନ ସ୍ତର ପୃଥିବୀ ଉପରେ ଏକ ଆସ୍ତରଣ ପରି ଘେରି ରହିଛି | ଏହାକୁ “ଓଜନ ଢାଲ” ମଧ୍ୟ କୁହାଯାଏ |

·         ଏହି ଆସ୍ତରଣ ସୂର୍ଯ୍ୟାଲୋକରୁ ଆସୁଥିବା ଅତିବାଇଗଣିକୁ ଶୋଷି ନେଇଥାଏ |

·         “ଓଜନ ରନ୍ଧ୍ର”  କ୍ଲୋରୋଫ୍ଲୋରୋ କାର୍ବନ ଜାତୀୟ ଗ୍ୟାସ୍ ଦ୍ଵାରା ହୋଇଥାଏ |

·         ତାପଜ ଶକ୍ତି ପ୍ରକଳ୍ପରୁ ନିର୍ଗତ ଧୂଆଁ ଓ କଣିକା ବାୟୁରେ ମିଶି ବାୟୁ ପ୍ରଦୂଷଣ କରିଥାନ୍ତି |

ଘଟଣା ଅନୁଧ୍ୟାନ :

·         ଆଗ୍ରା ଠାରେ ଅବସ୍ଥିତ ତାଜମହଲ ପର୍ଯ୍ୟଟକ ମାନଙ୍କପାଇଁ ଏକ ଆକର୍ଷଣ |

·         ବାୟୁ ପ୍ରଦୂଷଣ ପ୍ରଭାବରେ ତାଜମହଲର ଧଳା ମାର୍ବଲ୍ ଫିକା ପଡ଼ିଗଲାଣି |·         ଆଗ୍ରା ସହରରେ ଓ ଚତୁଃପାର୍ଶ୍ଵରେ ଥିବା ରବର ଶିଳ୍ପ , ରସାୟନ ଶିଳ୍ପ , ଅଟୋମୋବାଇଲ ଶିଳ୍ପ, ତୈଳ ରିଫାଇନେରୀ (ମଥୁରା) ଯୋଗୁଁ ସଲଫର

·         ଡାଇଅକ୍ସାଇଡ ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡ ସୃଷ୍ଟି ହେଉଛି | ଏହି ଗ୍ୟାସ ବର୍ଷାଜଳ ସହ ମିଷ ଗନ୍ଧକାମ୍ଳ ଓ ଯବକ୍ଷାରାମ୍ଳ ସୃଷ୍ଟି କରେ |

·         ଏହି ଅମ୍ଳ ବର୍ଷାଜଳ ସହିତ ମିଶି ଅମ୍ଳବର୍ଷା ବା ଏସିଡ଼ରେନ୍ କରିଥାଏ | ଏହା ମାର୍ବଲ ପଥରକୁ କ୍ଷତିଗ୍ରସ୍ତ କରାଏ | ଏହାକୁ “ମାର୍ବଲ୍ କ୍ୟାନସର” ମଧ୍ୟ କୁହାଯାଏ |

·         ମଥୁରା ତୈଳ ରିଫାଇନେରୀରୁ ନିର୍ଗତ କଣିକା ମିଶା ଧୂଆଁ ଯୋଗୁଁ ମାର୍ବଲ୍ ର ରଙ୍ଗ ହଳଦିଆ ହୋଇଯାଉଛି |

ସବୁଜ କୋଠରି ପ୍ରଭାବ ଏବଂ ବିଶ୍ଵତାପନ :

·         ପୃଥିବୀପୃଷ୍ଠକୁ ସୂର୍ଯ୍ୟାଲୋକ ଉତ୍ତପ୍ତ କରିଥାଏ | ସୂର୍ଯ୍ୟରଶ୍ମିର କିଛି ଅଂଶ ପୃଥିବୀଦ୍ଵାରା ଶୋଷିତ ହୁଏ ଏବଂ ଅବଶିଷ୍ଟ ମହାକାଶକୁ ଫେରିଯାଏ |

·         ଏହି ପ୍ରତିଫଳିତ ରଶ୍ମିର କିଛି ଅଂଶକୁ ବାୟୁମଣ୍ଡଳ ଧରି ରଖେ |  ଫଳରେ ବାୟୁମଣ୍ଡଳର ଉତ୍ତାପ ବଢ଼େ |

·         ସୂର୍ଯ୍ୟର ଉତ୍ତାପ “ଗ୍ରୀନହାଉସ” ବା ସବୁଜ କୋଠରି ମଧ୍ୟକୁ ପ୍ରବେଶ କରିପାରେ କିନ୍ତୁ ଏହା ମଧ୍ୟରୁ ବାହାରିପାରେ ନାହିଁ | ଫଳରେ ଏହି କୋଠରିର ତାପମାତ୍ରା ଅଧିକ ରହିଥାଏ |

·         ଏହାକୁ ସବୁଜ କୋଠରି ପ୍ରଭାବ ବା ଗ୍ରୀନ୍ ହାଉସ୍ ଇଫେକ୍ଟ  କୁହାଯାଏ |

·         ଅଙ୍ଗାରକାମ୍ଳ ବାୟୁର ଏକ ଉପାଦାନ | ଉଭିଦ ଜଗତ ପାଇଁ ଏହାର ଗୁରୁତ୍ଵପୂର୍ଣ ଭୂମିକା ରହିଛି, କିନ୍ତୁ ବାୟୁମଣ୍ଡଳରେ ଏହାର ମାତ୍ରା ଅଧିକ ହେଲେ ଏହା ପ୍ରଦୂଷକ ଭଳି କାର୍ଯ୍ୟ କରେ |

·         ବାୟୁମଣ୍ଡଳରେ ଦିନକୁ ଦିନ ଅଙ୍ଗାରକାମ୍ଳ ପରିମାଣ ବଢୁଛି |

·         ଅଙ୍ଗାରକାମ୍ଳ ଗ୍ୟାସ୍ ତାପକୁ ଧରି ରଖିପାରୁଛି, ତେଣୁ ପୃଥିବୀର ହାରାହାରି ତାପମାତ୍ରା ବଢ଼ିଚାଲୁଛି | ଏହାକୁ “ବିଶ୍ଵତାପନ” ବା ଗ୍ଲୋବାଲୱାର୍ମିଂ କୁହାଯାଏ |

ଆମେ କ’ଣ କରିପାରିବା ?

·         ବାୟୁ ପ୍ରଦୂଷଣ କମାଇବା ପାଇଁ ଆମେ କ’ଣ କରିପାରିବା : -

·         ଗାଡିମଟରରେ ସୀସାବିହୀନ ପେଟ୍ରୋଲ ଓ CNG ପରି ପରିଷ୍କାର ଇନ୍ଧନ ବ୍ୟବାହାର କରିବା |

·         କୋଇଲା, ପେଟ୍ରୋଲ ଆଦି ଜୀବାଶ୍ମ ଇନ୍ଧନ ବଦଳରେ ସୌରଶକ୍ତି, ଜଳବିଦ୍ୟୁତ ଶକ୍ତି ଓ ପବନ ଶକ୍ତି ଆଦି ବ୍ୟବହାର କରିବା ଆବଶ୍ୟକ |

ଜଳ ପ୍ରଦୂଷଣ : -

·         ଜଳ, ଆମ ବଞ୍ଚିବା ଓ  ବଢିବା ପାଇଁ ଏକ ମୁଲ୍ୟବାନ ସମ୍ପଦ |

·         ଗାଧୋଇବା ବେଳେ, ଲୁଗା ସଫା କଲେ, ଗାଡି ମଟର ଧୋଇବା ବେଳେ ଜଳରେ ଅନ୍ୟ ପଦାର୍ଥ ମିଶିଥାଏ | ଫଳରେ ଜଳର ରଙ୍ଗ , ଗନ୍ଧ , ଗୁଣକୁ ଆମେ ପରିବର୍ତ୍ତନ କରିଦେଉଛୁ |

·         ନର୍ଦ୍ଦମା ଜଳରେ ବିଷାକ୍ତ ରାସାୟନିକ ପଦାର୍ଥ ଆଦି ମିଶେ | ଜଳି ପ୍ରଦୂଷିତ କରୁଥିବା ପଦାର୍ଥକୁ ଜଳ ପ୍ରଦୂଷକ କୁହାଯାଏ |

ଜଳ କିପରି ପ୍ରଦୂଷିତ ହୁଏ ?

·         ଭାରତର ଗଙ୍ଗା ଏକ ପ୍ରସିଦ୍ଧ ନଦୀ |ଏହା ଦେଶର ଉତ୍ତରାଞ୍ଚଳ , କେନ୍ଦ୍ରାଞ୍ଚଳ ତଥା ପୂର୍ବାଞ୍ଚଳ ଜନସମୂହକୁ ଜଳ ଯୋଗାଏ |

·         ଲକ୍ଷଲକ୍ଷ ଲୋକ  ଦୈନନ୍ଦିନ ଜୀବନ ପାଇଁ ଏହା ଉପରେ ନିର୍ଭର କରନ୍ତି |

·         ନିକଟ ଅତୀତରେ “ପ୍ରକୃତି ପାଇଁ ବିଶ୍ଵସ୍ତରୀୟ ପାଣ୍ଠି” (World Wide Fund for Nature  - WWF) ନାମକ ସଂଗଠନର ଅନୁଧ୍ୟାନରୁ ଜଣାଯାଇଛି ଯେ ପୃଥିବୀର ସବୁଠାରୁ ବେଶୀ , ବିଦଗ୍ରସ୍ତ ତଥା ଅବକ୍ଷୟମୁଖ ଦଶଟି ନଦୀ ମଧ୍ୟରେ ଗଙ୍ଗାନଦୀ ଅନ୍ୟତମ |

·         ଏହାର ପୁନରୁଦ୍ଧାର ଆଶା ନେଇ 1985 ମସିହାରେ “ଗଙ୍ଗା ଆକ୍ସନ ପ୍ଲାନ” ନାମରେ ଏକ ଯୋଜନା ଆରମ୍ଭ ହେଲା | ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଗଙ୍ଗାନଦୀର ପ୍ରଦୂଷଣର ମାତ୍ରା କମ୍ କରିବା |

·         ତୈଳ ରିଫାଇନାରୀ , କାଗଜ ଶିଳ୍ପ , ଲୁଗା ଶିଳ୍ପ , ଚିନି କାରଖାନା ଓ ରାସାୟନିକ କାରଖାନା ଆଦି ଜଳ ପ୍ରଦୂଷଣର ମୁଖ୍ୟ ଉତ୍ସ |

ପାନୀୟଜଳ କ’ଣ ? ଜଳ ଶୋଧନର ଉପାୟ : -

·         ପିଇବା ଯୋଗ୍ୟ ପାଣିକୁ ପାନୀୟଜଳ କୁହାଯାଏ |

·         ଜଳଛଣା ଯନ୍ତ୍ର ବା ଫିଲଟର୍ ରେ ପରିସ୍ରବଣ ପ୍ରଣାଳୀ ଦ୍ଵାରା କିଛି ପରିମାଣରେ ଜଳ ବିଶୋଧନ କରାଯାଏ |

·         କେତେକ ଲୋକ ପାଣିକୁ ଫୁଟାଇ ଥଣ୍ଡା କରି ଛାଣି ପିଅନ୍ତି | ଏହି ଭଳି ଫୁଟନ୍ତା ପାଣିରେ ଜିବାଣୁମାନେ ମରିଯାଆନ୍ତି | ତେଣୁ  ଏହା ନିରାପଦ ପାନୀୟ ଜଳ ଅଟେ |

·         ଘରମାନଙ୍କରେ କ୍ୟାଣ୍ଡେଲ୍ ଯୁକ୍ତ ଫିଲଟର୍ ବ୍ୟବହାର କରି ଜଳ ଛଣାଯାଏ | ଏହା ପରିସ୍ରବଣ ପ୍ରଣାଳୀ ଅଟେ | ଏହା ମଧ୍ୟ ଏକ ଭୌତିକ ପଦ୍ଧତି |

·         ଗୃହଜଳ ଯୋଗାଣ ପୂର୍ବରୁ ମ୍ୟୁନିସିପାଲଟି ଦ୍ଵାରା ଭୌତିକ ଓ ରାସାୟନିକ ପଦ୍ଧତିରେ ଏହାର ପରିଶୋଧନ କରାଯାଇଥାଏ |

·         ଜଳ ବିଶୋଧନ ପାଇଁ ରାସାୟନିକ ପଦ୍ଧତିର ଏକ ଉଦାହରଣ କ୍ଳୋରିଁ ବଟିକା ଦ୍ଵାରା କ୍ଳୋରିନେସନ୍ ବା ବ୍ଲିଚିଂ ପାଉଡ଼ର୍ ବ୍ୟବହାର କରାଯାଏ |·         ନିଜ ନିଜ ସାଧ୍ୟମତେ ଜଳ ସଂରକ୍ଷଣ ସହ ଜଳ ଅପଚୟ ନ କରିବା ପାଇଁ ଚେଷ୍ଟିତ ରହିବା ଆବଶ୍ୟକ | ଅପଚୟ ନ କରିବା ପାଇଁ ଚେଷ୍ଟିତ ରହିବା ଆବଶ୍ୟକ |

·         ଆମ ମୂଳମନ୍ତ୍ର ହେଉଛି (3 R)

·         REDUCE (କମ୍ ବ୍ୟବହାର)

·         REFUSE (ପୁନର୍ବ୍ୟବହାର)

·         RECYCLE (ପୁନଃଶ୍ଚକ୍ରଣ)

·         ଜଳର ଶୁଦ୍ଧତା ରକ୍ଷା କରିବା ଦାୟିତ୍ୱ ଆମର | ମିତବ୍ୟୟତା ଦ୍ଵାରା ଆମେ ସ୍ଵଚ୍ଛନ୍ଦରେ ବଞ୍ଚିବା ଓ ଆମ ପୃଥିବୀ ନିରାପଦ ରହିବ |

Ratings
No reviews yet, be the first one to review the product.