Odia Medium Class 8 Science Chapter 2 Anujiba: Upakari O Apakari ( ଅଣୁଜୀବ: ଉପକାରୀ ଓ ଅପକାରୀ ) Notes

Language : Odia

LRNR provides this material totally free

Odia Medium Class 8 Science Chapter 2 Anujiba: Upakari O Apakari ( ଅଣୁଜୀବ: ଉପକାରୀ ଓ ଅପକାରୀ ) Notes

ଅଣୁଜୀବ: ଉପକାରୀ ଓ ଅପକାରୀ




ଯେଉଁ ଜୀବଗୁଡିକ ଖାଲି ଆଖରେ ଦେଖାଯାଆନ୍ତି ନାହିଁ | ସେମାନଙ୍କୁ ଜୀବାଣୁ କିମ୍ବା ଅଣୁଜୀବ କୁହାଯାଏ |


ମାଟି ଓ ପାଣି ଭିତରେ ରହିଥିବା ସମସ୍ତ ଜୀବଙ୍କୁ ଅଣୁଜୀବ କହିପାରିବା ନାହିଁ |


ଛୋଟ ଛୋଟ ଜୀବ ଯାହାକି ଅଣୁବୀକ୍ଷଣରେ ହିଁ ଦେଖିହୁଏ ସେଗୁଡିକୁ ଅଣୁଜୀବ କୁହଯାଏ |


ଏଗୁଡିକ ମୁଖ୍ୟତଃ ଚାରି ଶ୍ରେଣୀର :


        i.      ବୀଜାଣୁ (Bacteria)

Example: କୁଣ୍ଡଳାକାର ବୀଜାଣୁ , ଦାଣ୍ଡାକାର ବୀଜାଣୁ


      ii.      ଆଦିପ୍ରାଣୀ (Protozoa)

Example: ଏମିବା, ପାରାମିସିୟମ୍


    iii.      କବକ (Fungi)

Example: ପାଉଁରୁଟି ଫିମ୍ଫି , ପେନିସିଲିୟମ୍


    iv.      ଶୈବାଳ (Algae)

Example: କ୍ଲାମାଇଡୋମୋନାସ୍


ଅଣୁ ଜୀବଜଗତରେ ଭୂତାଣୁ ଏକ ବିଚିତ୍ର ସତ୍ତା ଏହାକୁ ଏକ ପ୍ରହେଳିକା ଭାବେ ଗ୍ରହଣ କରାଯାଇଛି |


·    ଏହାର ଆକାର ଏତେ ଛୋଟ ଯେ ଅଣୁବୀକ୍ଷଣ ଯନ୍ତ୍ର ରେ ମଧ୍ୟ ଏହାକୁ ଦେଖିବା ସମ୍ଭବପର ନୁହେଁ |


·    ଉଦ୍ଭିଦ, ପ୍ରାଣୀ ଓ ବିଜାନୁମାନଙ୍କର ଦେଖାଯାଉଥିବା କେତେକ ଲକ୍ଷଣକୁ ହିଁ ଭିତ୍ତି କରି ଆମେ ଭୁତାଣୁର ଉପସ୍ଥିତି ଅନୁମାନ କରିଥାଉ |


·    ଭୂତାଣୁ କେବଳ ପୋଷକ ଜୀବର କୋଷ ଭିତରେ ରହି ନିଜର ବଂଶବୃଦ୍ଧି କରିଥାଏ |


·    ବୀଜାଣୁ, ଉଦ୍ଭିଦ କିମ୍ବା ପ୍ରାଣୀମାନଙ୍କ କୋଷ ହିଁ ଭୂତାଣୁର ପୋଷକ |


·    ପୋଷକ କୋଷ ବାହାରେ ଏହା ସମ୍ପୂର୍ଣ୍ଣ ନିଷ୍କ୍ରିୟ ବା ଜଡ – ଜୀବନର ଲେଶମାତ୍ର ଲକ୍ଷଣ ଦେଖାଯାଇନଥାଏ |


·    ସର୍ଦ୍ଦି, ଇନଫ୍ଲୁ ଏଞ୍ଜା ଭଳି ସାଧାରଣ ରୋଗ ଏବଂ ପୋଲିଓ, ହାଡଫୁଟି ଆଦି ମାରାତ୍ମକ ରୋଗ ଭୂତାଣୁଜନିତ |


ଅଣୁଜୀବମାନଙ୍କର ପ୍ରାପ୍ତିସ୍ଥାନ :-


·    ସଜୀବମାନଙ୍କ ମଧ୍ୟରେ ଅଣୁଜୀବ ସବୁଠାରୁ ସରଳ ଏବଂ କ୍ଷୁଦ୍ର |


·    ବୀଜାଣୁ, କେତେକ ଶୈବାଳ, ଇଷ୍ଟ ଭଳି କବକ ଓ ଆଦିପ୍ରାଣୀମାନେ ଏକକୋଷୀ |


·    ଏଗୁଡିକ ପ୍ରାୟତଃ ସବୁ ସ୍ଥାନ ଯଥା –ମାଟି, ପାଣି, ପବନ, ମେରୁ ଅଞ୍ଚଳ, ଉଷ୍ଣପ୍ରସ୍ରବଣର ଉତ୍ତପ୍ତ ଜଳ, ସମୁଦ୍ର, ମରୁଭୁମି ଓ ପ୍ରାଣୀମାନଙ୍କର ଦେହର ବିଭିନ୍ନ ଅଂଶରେ ଦେଖାଯାନ୍ତି |


·    କେତେକ ମୁକ୍ତ ଭାବରେ ପରିବେଶରେ ବାସ କରନ୍ତି |


ଅଣୁଜୀବ ମାନଙ୍କ ସହ ଆମର ସମ୍ପର୍କ : -


·    ଅଣୁଜୀବମାନେ ଆମର ବହୁ ଉପକାର ଓ ଅପକାର କରିଥାଆନ୍ତି | ସେମାନଙ୍କ ବିନା ଆମେ ବଞ୍ଚିବା ଅସମ୍ଭବ |


·    ଦହି, ପାଉଁରୁଟି, ଚକୁଳି , ଇଡଲି ଓ କେକ ଆଦି ଖାଦ୍ୟ ପଦାର୍ଥ ଏମାନେ ସାହାଯ୍ୟ କରନ୍ତି |


·    ମଇଳା, ଆବର୍ଜନାରେ ଥିବା ବିଜାନୁମାନେ ଏସବୁକୁ ଅପଘଟନ କରାଇ ସରଳ ଉପାଦାନରେ ପରିଣତ କରାନ୍ତି |


·    ବିଜାଣୁମାନେ ମଧ୍ୟ ଔଷଧ ପ୍ରସ୍ତୁତିରେ ସାହାଯ୍ୟ କରନ୍ତି |


·    ଏଗୁଡିକ ବାୟୁମଣ୍ଡଳରୁ ଯବକ୍ଷାରଜାନ ଗ୍ରହଣ କରି ଏହାକୁ ବିବନ୍ଧନ କରିବା ଦ୍ଵାରା ମୃତିକାର ଉର୍ବରତା ବୃଦ୍ଧି ପାଏ |


ଦହି ଓ ପାଉଁରୁଟି ପ୍ରସ୍ତୁତି : -


·    ବିଜାଣୁମାନଙ୍କ ଦ୍ଵାରା କ୍ଷୀରରୁ ଦହି ପ୍ରସ୍ତୁତ ହୋଇଥାଏ |


·    କ୍ଷୀରରେ ଅଳ୍ପ ଦହି ମିଶାଇ ରଖିଦେଲେ ପରଦିନ ଏହା ଦହିରେ ପରିଣତ ହୋଇଥାଏ |


·    ଦହିରେ ବିଭିନ୍ନ ଅଣୁଜୀବ ଥାଆନ୍ତି |


·    କ୍ଷୀରକୁ ଦହିରେ ପରିଣତ କରିବାରେ ଲାକ୍ଟୋବାସିଲସ (Lactobacillus) ନାମକ ଏକ ବୀଜାଣୁ ସାହାଯ୍ୟ କରେ |


ଶିଳ୍ପଭିତ୍ତିକ ବ୍ୟବହାର : -


·    ସୁରାସାର, ମଦ ଏବଂ ଏସିଟିକ ଏସିଡ୍ (ଭିନେଗାର) ଉତ୍ପାଦନରେ ଅଣୁଜୀବ ଦରକାର ହୋଇଥାଏ |


·    ଇଷ୍ଟ୍ ବ୍ୟବହାର କରି ସୁରାସାର ଓ ମଦ ତିଆରି କରାଯାଇଥାଏ |


·    ବାର୍ଲି , ଗହମ, ଚାଉଳ, ଫଳରସ ଭଳି ଶର୍କରା ଜାତୀୟ ଖାଦ୍ୟରେ ଇଷ୍ଟ୍ ମିଶାଇଲେ ଏହାର ବଂଶବୃଦ୍ଧି ହୋଇଥାଏ |


·    ଇଷ୍ଟ୍ ଦ୍ଵାରା ଶର୍କରାରୁ ସୁରାସାର ପ୍ରସ୍ତୁର ହୋଇଥାଏ |


·    ଏହି ପଦ୍ଧତିକୁ କିଣ୍ୱନ ପଦ୍ଧତି କୁହାଯାଏ | ଲୁଇ ପାଶ୍ଚର 1857 ଖ୍ରୀଷ୍ଟାବ୍ଦରେ କିଣ୍ୱନ ପଦ୍ଧତି ଉଦ୍ଭାବନ କରିଥିଲେ |


ଔଷଧୀୟ ବ୍ୟବହାର :-


·    ରୋଗ ହେଲେ ଡାକ୍ତର ଆମକୁ ଜୀବଘ୍ନ (antibiotic) ବଟିକା ଖାଇବାକୁ କିମ୍ବା ପେନିସିଲିନ୍ ଇଞ୍ଜେକ୍ସନ୍ ନେବାକୁ କହିଥାଆନ୍ତି | ଏହା ଅଣୁଜୀବରୁ ପ୍ରସ୍ତୁତ ହୋଇଥାଏ |


·    ଏହି ଜୀବଘ୍ନଗୁଡିକର କାର୍ଯ୍ୟ ହେଉଛି ରୋଗକାରକ ଅଣୁଜୀବମାନଙ୍କୁ ମାରିଦେବା କିମ୍ବା ସେମାନଙ୍କର ବଂଶବୃଦ୍ଧିକୁ ପ୍ରତିରୋଧ କରିବା |


·    ୧୮୯୨ ଖ୍ରୀଷ୍ଟାବ୍ଦରେ ଆଲେକଜାଣ୍ଡର ଫ୍ଲେମିଙ୍ଗ ପ୍ରଥମେ ଏହା ଆବିଷ୍କାର କରିଥିଲେ |


·    ଅଣୁଜୀବରୁ ପ୍ରସ୍ତୁତ ଷ୍ଟ୍ରେପ୍ଟୋମାଇସିନ୍ , ଟେଟ୍ରାସାଇକ୍ଲିନ ଏବଂ ଏରିଥ୍ରୋମାଇସିନ୍ ,ଇତ୍ୟାଦି ଜୀବଘ୍ନ ଅନେକ ରୋଗର ଉପଶମ ପାଇଁ ବ୍ୟବହାର କରାଯାଉଛି |


ଟିକା :-


·    ଏହି ପଦ୍ଧତି ଅନୁଯାୟୀ ଯେତେବେଳେ କୌଣସି ରୋଗକାରକ ଅଣୁଜୀବ ଶରୀର ମଧ୍ୟକୁ ପ୍ରବେଶ କରନ୍ତି, ସେଗୁଡିକ ପ୍ରତିରୋଧ କରିବା ପାଇଁ ଶରୀର ଭିତରେ ପ୍ରତିପିଣ୍ଡ ଉତ୍ପନ୍ନ ହୋଇଥାଏ |


·    ଯଦି ପୁନର୍ବାର ରୋଗକାରୀ ଅଣୁଜୀବ ପ୍ରବେଶ କରନ୍ତି | ଏଗୁଡିକର ପ୍ରତିରୋଧ କିପରି ହୋଇପାରିବ ଶରୀର ତାହା ଜାଣିପାରିବ |


·    ଟିକା ନେବା ଫଳରେ ହଇଜା, ଯକ୍ଷ୍ମା , ବସନ୍ତ ଏବଂ ହେପାଟାଇଟିସ୍ ଭଳି ଅନେକ ମାରାତ୍ମକ ରୋଗର ନିରାକରଣ କରାଯାଇଥାଏ |


·    ୧୭୯୮ ଖ୍ରୀଷ୍ଟାବ୍ଦରେ ଏଡୱାଡ ଜେନର୍ ବସନ୍ତ ରୋଗର ନିରାକରଣ ପାଇଁ ଟିକା ଉଦ୍ଭାବନ କରିଥିଲେ |


ମୃତ୍ତିକାର ଉର୍ବରତା ବୃଦ୍ଧି :- 


·    ମାଟିରେ ଯବକ୍ଷାରଜାନର ପରିମାଣ ଅଧିକ କରାଇ ଏହାର ଉର୍ବରତା ବୃଦ୍ଧି କରାଇବା ପାଇଁ କେତେକ ବୀଜାଣୁ ଓ ନିଲହରିତ୍ ଶୈବାଳ ଭଳି ଅଣୁଜୀବ ନିୟୋଜିତ ହୋଇଥାଆନ୍ତି |


·    ଏଗୁଡିକ ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ ଓ ବିବନ୍ଧନ କରି ମୃତ୍ତିକାର ଉର୍ବରତା ବଢାଇଥାନ୍ତି |


·    ଏହି ଅଣୁଜୀବଗୁଡିକୁ “ଜୈବିକ ଯବକ୍ଷାରଜାନ ବିବନ୍ଧନ” ବୋଲି କୁହାଯାଏ |


 ପରିବେଶ ସୁରକ୍ଷା :-


·    ଅଣୁଜୀବମାନେ ପ୍ରାଣୀ ଓ ଉଦ୍ଭିଦମାନଙ୍କର ବର୍ଜ୍ୟବସ୍ତୁ, ଅଳିଆ  ଆବର୍ଜନା , ପଚାସଢା ପଦାର୍ଥ ଅପଘଟନ କରାଇ ସରଳ ପଦାର୍ଥ ସବୁକୁ ମୃତ୍ତିକାରେ ମିଶାଇ ଥାଆନ୍ତି |


·    ଅଳିଆର ଅପଘଟନ ଅଣୁଜୀବମାନଙ୍କ ଦ୍ଵାରା ହେବା ଫଳରେ ପରିବେଶ ପ୍ରଦୂଷଣ ମୁକ୍ତ ହୋଇଥାଏ |


ଅପକାରୀ ଅଣୁଜୀବ :-


·    କେତେକ ଅଣୁଜୀବ ଦ୍ଵାରା ମଣିଷ , ଉଦ୍ଭିଦ ଓ ଅନ୍ୟ ପ୍ରାଣୀମାନଙ୍କ ଦେହରେ ରୋଗ ହୋଇଥାଏ | ରୋଗକାରକ ଅଣୁଜୀବମାନଙ୍କୁ ବ୍ୟାଧିଜାତକ (Pathoge) କୁହାଯାଏ |


·    କେତେକ ଅଣୁଜୀବ ଖାଦ୍ୟ , ବସ୍ତ୍ର ଓ ଚମଡା ନଷ୍ଟ କରିଥାଆନ୍ତି |



ମଣିଷ ଶରୀରରେ ରୋଗକାରକ ଅଣୁଜୀବ :-


·    ବ୍ୟାଧିଜାତକଗୁଡିକ ମଣିଷ ଶରୀରକୁ ପିଇବା ପାଣି , ଖାଦ୍ୟ କିମ୍ବା ପ୍ରଶ୍ଵାସରେ ନେଉଥିବା ପବନ ଦ୍ଵାରା ପ୍ରବେଶ କରନ୍ତି |


·    ଜଣେ ରୋଗାକ୍ରାନ୍ତ ବ୍ୟକ୍ତି ସହ ମିଳାମିଶା କଲେ ଏମାନେ ସିଧାସଳଖ କିମ୍ବା ଅନ୍ୟ କୌଣସି ରୋଗାକ୍ରାନ୍ତ ପ୍ରାଣୀ ମାଧ୍ୟମରେ ଆମ ଶରୀର ଭିତରକୁ ଆସିଯାଆନ୍ତି |


·    ଯେଉଁ ଅଣୁଜୀବଜନିତ ରୋଗଗୁଡିକ ରୋଗକ୍ରାନ୍ତ ବ୍ୟକ୍ତିଠାରୁ ବାୟୁ, ଜଳ, ଖାଦ୍ଯ କିମ୍ବା ଶାରୀରିକ ସଂସ୍ପର୍ଶ ଦ୍ଵାରା ସୁସ୍ଥ ମଣିଷ ଦେହକୁ ସଞ୍ଚରିତ ହୋଇଥାଆନ୍ତି , ସେଗୁଡିକୁ ସଂକ୍ରାମକ ରୋଗ କୁହାଯାଏ | ଉଦାହରଣ – ହଇଜା, ସର୍ଦ୍ଦି , ହାଡପୁଟି, ଯକ୍ଷ୍ମା ଇତ୍ୟାଦି |


·    କେତେକ କୀଟ ଏବଂ ପ୍ରାଣୀ ଅଣୁଜୀବଜନିତ ରୋଗର ବାହକ ରୂପେ କାମ କରିଥାଆନ୍ତି | ମାଛି ସେହିଭଳି ଗୋଟିଏ ରୋଗବାହକ |



ପଶୁମାନଙ୍କଠାରେ ଅଣୁଜୀବଜନିତ ରୋଗ : -


·    ଅଣୁଜୀବମାନେ କେବଳ ମଣିଷ କିମ୍ବା ଉଦ୍ଭିଦମାନଙ୍କ ରୋଗର କାରଣ ହୋଇନଥାନ୍ତି, ଅନ୍ୟ ପଶୁ ପକ୍ଷୀମାନଙ୍କ ଦେହରେ ମଧ୍ୟ ରୋଗ ଉପୁଜାଇ ଥାଆନ୍ତି |


·    ଉଦାହରଣ ସ୍ୱରୂପ – ଗାଈଗୋରୁମାନଙ୍କ ଠାରେ ଆନ୍ଥ୍ରାକ୍ସ ନାମକ ଏକ ମାରାତ୍ମକ ବୀଜାଣୁଜନିତ ରୋଗ ଦେଖା ଦେଇଥାଏ ଏବଂ ଫାଟୁଆ ରୋଗ ନାମକ ଭୂତାଣୁଜନିତ ରୋଗ ହୋଇଥାଏ |


·    ରବର୍ଟ କକ୍ ୧୮୭୬ ଖ୍ରୀଷ୍ଟାବ୍ଦରେ ବାସିଲସ୍ ଆନ୍ଥ୍ରାସିସ୍ ନାମକ ବୀଜାଣୁ ଜନିତ ଆନ୍ଥ୍ରାକ୍ସ ରୋଗ ଆବିଷ୍କାର କରିଥିଲେ |



         ମଣିଷରେ ଅଣୁଜୀବଜନିତ କେତେକ ସାଧାରଣ ରୋଗ

 


ଉଦ୍ଭିଦମାନଙ୍କର ଅଣୁଜୀବଜନିତ ରୋଗ :-


·    ଗହମ , ଧାନ, ଆଳୁ, ଲେମ୍ବୁ , ସେଓ ଏବଂ ଅନ୍ୟାନ୍ୟ ଉଦ୍ଭିଦମାନଙ୍କର ଅଣୁଜୀବମାନେ ରୋଗ କରିଥାଆନ୍ତି |


·    ରୋଗଦ୍ଵାରା ଆକ୍ରାନ୍ତ ହେବା ଫଳରେ ଶସ୍ୟ ଉତ୍ପାଦନ ହ୍ରାସ ପାଇଥାଏ |


ଉଦ୍ଭିଦମାନଙ୍କଠାରେ ଦେଖାଦେଉଥିବା କେତେକ ଅଣୁଜୀବଜନିତ ରୋଗ : -

 


ଖାଦ୍ୟ ବିଷାକ୍ତ ହେବା :-


·    କେତେକ ଅଣୁଜୀବ ଦ୍ଵାରା ଖାଦ୍ୟ ବିଷାକ୍ତ ହୋଇଥାଏ |


·    ଖାଦ୍ୟରେ ଥିବା ଏହି ଅଣୁଜୀବ ନିଜର ବଂଶବୃଦ୍ଧି କରି ବିଷ ଉତ୍ପନ୍ନ କରିଥାଆନ୍ତି | ଏହା ଖାଦ୍ୟକୁ ବିଷାକ୍ତ କରିଦିଏ |


·    ଏହାଦ୍ୱାରା ଅନେକ ସାଂଘାତିକ ରୋଗ ହୋଇ ମୃତ୍ୟୁ ହୋଇଥାଏ |


ଖାଦ୍ୟ ପରିରକ୍ଷଣ : -


·    ଲୁଣ ଏବଂ ଖାଇବାତେଲ ଭଳି କେତେକ ସାଧାରଣ ରାସାୟନିକ ଦ୍ରବ୍ୟ ଅଣୁଜୀବମାନଙ୍କ ବୃଦ୍ଧି ରୋକି ଥାଆନ୍ତି | ତେଣୁ ଏଗୁଡ଼ିକୁ ପରିରକ୍ଷଣ କୁହାଯାଏ |


·    ଆଚାରକୁ ଅଣୁଜୀବ ଦାଉରୁ ରକ୍ଷା କରିବା ପାଇଁ ଏଥିରେ ଲୁଣ କିମ୍ବା ଅମ୍ଳ ମିଶାଯାଇଥାଏ |


ଲୁଣ ଦ୍ଵାରା ପରିରକ୍ଷଣ :-


·    ବୀଜାଣୁ ବ୍ରୁଧିରୂ ରକ୍ଷା ପାଇବା ପାଇଁ ମାଂସ ଓ ମାଛକୁ ଶୁଖିଲା ଲୁଣ ଦ୍ଵାରା ଆବୃତ କରାଯାଇଥାଏ |


·    ଅଁଳା , କଞ୍ଚା ଆମ୍ବ ଓ ତେନ୍ତୁଳି ଇତ୍ୟାଦିରେ ଲୁଣ ମିଶାଇବା ଦ୍ଵାରା ଏଗୁଡିକର ପରିରକ୍ଷଣ ହୋଇଥାଏ |


ଚିନି ଦ୍ଵାରା ପରିରକ୍ଷଣ : -


·    ଜାମ୍ , ଜେଲି ଏବଂ ସ୍କ୍ୱାସ୍ ର ପରିରକ୍ଷଣ ପାଇଁ ଚିନି ବ୍ୟବହାର କରାଯାଇଥାଏ | ଚିନି ଏଗୁଡିକର ଜଳୀୟ ଅଂଶକୁ କମାଇ ଦେଇ ବୀଜାଣୁ ବୃଦ୍ଧି ରୋକିଥାଏ |


ତୈଳ ଏବଂ ଭିନେଗାର୍ ଦ୍ଵାରା ପରିରକ୍ଷଣ : -


·    ଆଚାରରେ ମିଶିଥିବା ତୈଳ ଏବଂ ଭିନେଗାର୍ ଏଗୁଡ଼ିକୁ ନଷ୍ଟ ହେବାକୁ ଦେଇ ନ ଥାଏ |


·    କାରଣ, ଏହି ପରିବେଶରେ ବିଜାଣୁମାନେ ବଞ୍ଚିପାରନ୍ତି ନାହିଁ |


ଗରମ ଏବଂ ଥଣ୍ଡା କରିବା ଦ୍ଵାରା ପରିରକ୍ଷଣ : -


·    କ୍ଷୀରକୁ ଗରମ କରିବା ଫଳରେ ଅନେକ ଅଣୁଜୀବମାନେ ମରିଯାନ୍ତି |


·    ସେହପରି ରେଫ୍ରିଜିରେଟରରେ ଖାଦ୍ୟ ରଖିବା ଦ୍ଵାରା ଅଣୁଜୀବଗୁଡିକ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ |


·    ପ୍ୟାକେଟ୍ ରେ ଆସିଥିବା କ୍ଷୀରକୁ ପାଶ୍ଚରିକରଣ କରାଯାଇଥାଏ, ତେଣୁ ଏହା ନଷ୍ଟ ହୋଇନଥାଏ |


ଯବକ୍ଷାରଜାନ ବିବନ୍ଧନ : -


·    ରାଇଜୋବିଅମ୍ ନାମକ ବୀଜାଣୁ ଡାଲି ଜାତୀୟ ଉଦ୍ଭିଦମାନଙ୍କର ଯବକ୍ଷାରଜାନ ବ୍ୟବନ୍ଧନ ପାଇଁ ସହାୟକ ହୋଇଥାନ୍ତି |


·    ଉଦ୍ଭିଦମାନଙ୍କ ଚେରରେ ଥିବା ମୂଳ ଗ୍ରନ୍ଥିକା ବା ଗଣ୍ଠି ମଧ୍ୟରେ ରାଇଜୋବିଅମ୍ ବାସ କରନ୍ତି |

 

ଯବକ୍ଷାରଜାନ ଚକ୍ର : -


·    ବାୟୁମଣ୍ଡଳରେ ଶତକଡା ୭୮ ଭାଗ ଯବକ୍ଷାରଜାନ ରହିଥାଏ |


·    ଏହା ଜୀବମାନଙ୍କରେ ଥିବା ପୁଷ୍ଟିସାର, ପତ୍ରହରିତ୍ , ନ୍ୟଷ୍ଟି ଅମ୍ଳ ବା ନିଉକ୍ଲିକ୍ ଏସିଡ୍ ଏବଂ ଜୀବସାରରେ ଏକ ଅତ୍ୟାବଶ୍ୟକ ଉପାଦାନ |


·    ଉଦ୍ଭିଦ ଏବଂ ପ୍ରାଣୀମାନେ ସିଧାସଳଖ ବାୟୁମଣ୍ଡଳରୁ ଯବକ୍ଷାରଜାନ ଗ୍ରହଣ କରିପାରିନଥାନ୍ତି |


·    ମାଟିରେ ଥିବା କେତେକ ନିର୍ଦ୍ଦିଷ୍ଟ ନିଲହରିତ୍ ଶୈବାଳ ଏବଂ ବୀଜାଣୁ ବାୟୁମଣ୍ଡଳରୁ ଯବକ୍ଷାରଜାନ ବିବନ୍ଧନ କରି ଯବକ୍ଷାରଜାନ ଯୌଗିକ ପଦାର୍ଥରେ ପରିଣତ କରିଥାଆନ୍ତି |


·    ଏହା ବ୍ୟବହାର ଉପଯୋଗୀ ଯୌଗିକ ପଦାର୍ଥରେ ପରିଣତ ହେଲେ, ଉଦ୍ଭିଦ ଏହାକୁ ମୂଳ ସାହାଯ୍ୟରେ ମାଟିରୁ ଶୋଷଣ କରିଥାଏ |


·    ପରେ ଯବକ୍ଷାରଜାନ ଉଦ୍ଭିଦର ପୁଷ୍ଟିସାର ଏବଂ ଅନ୍ୟାନ୍ୟ ଯୌଗିକ ପଦାର୍ଥ ତିଆରିରେ ନିୟୋଜିତ ହୋଇଥାଏ |


·    ପ୍ରାଣୀଜଗତ ଉଦ୍ଭିଦକୁ ଖାଦ୍ୟ ରୂପେ ବ୍ୟବହାର କରୁଥିବାରୁ ଏହି ପୁଷ୍ଟିସାର ଏବଂ ଯବକ୍ଷାରଜାନ ଜାତୀୟ ଯୌଗିକ ପଦାର୍ଥମାନ ପାଇପାଇଥାଆନ୍ତି |


·    ମୃତ୍ତ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କୁ ମାଟିରେ ଥିବା ବୀଜାଣୁ ଏବଂ କବକ ଅପଘଟନ କରି ଯବକ୍ଷାରଜାନ ଯୌଗିକ ପଦାର୍ଥରେ ପରିଣତ କରନ୍ତି | ଏହା ପୁଣି ଉଦ୍ଭିଦମାନଙ୍କ ଦ୍ଵାରା ବ୍ୟବହୃତ ହୋଇଥାଏ |


·    ଅନ୍ୟ କେତେକ ନିର୍ଦ୍ଦିଷ୍ଟ ବୀଜାଣୁ ମୃତ୍ତ ଉଦ୍ଭିଦ ଓ ପ୍ରାଣୀମାନଙ୍କର କେତେକ ଅଂଶକୁ ଯବକ୍ଷାରଜାନରେ ପରିଣତ କରିବାଦ୍ୱାରା ଏହା ବାୟୁମଣ୍ଡଳକୁ ନିର୍ଗତ ହୁଏ |


·    ଫଳରେ ଯବକ୍ଷାରଜାନର ପରିମାଣ ବାୟୁମଣ୍ଡଳରେ ଅପରିବର୍ତ୍ତିତ ହୋଇଥାଏ |

 

 

 

Ratings
No reviews yet, be the first one to review the product.