- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chapter 3 Synthetic Fibres and Plastics ( ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକସ ) Notes

Odia Medium Class 8 Science Chapter 3 Synthetic Fibres and Plastics ( ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକସ ) Notes

Language : Odia
LRNR provides this material totally free
Odia Medium Class 8 Science Chapter 3 Synthetic Fibres and Plastics ( ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକସ ) Notes
ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକସ
· ଆମ୍ଭେମାନେ ବ୍ୟବହାର କରୁଥିବା କପାସୂତା , ମଠା , ପାଟ , ଟସର ଉଲ ଆଦି ବସ୍ତୁ ବିଭିନ୍ନ ପ୍ରକାର ପ୍ରାକୃତିକ ସୂତାରେ ତିଆରି ହୋଇଥାଏ |
· ବର୍ତ୍ତମାନ ନାଇଲନ , ରେୟନ , ପଲିଷ୍ଟର , ଏକ୍ରିଲିକ ଆଦି ତନ୍ତୁରୁ ତିଆରି ବସ୍ତ୍ର ବହୁଳ ମାତ୍ରାରେ ବ୍ୟବହାର ହେଉଛି | ଏଗୁଡ଼ିକୁ କୃତ୍ରିମ ତନ୍ତୁ କୁହାଯାଏ |
ପଲିମର ଓ ସଂଶ୍ଳେଷିତ ତନ୍ତୁ :-
· କପା , ଝୋଟ , ଉଲ , ଟସର , ରେଶମ ଇତ୍ୟାଦି ପ୍ରାକୃତିକ ତନ୍ତୁ ଉଦ୍ଭିଦ ତଥା ପ୍ରାଣୀମାନଙ୍କଠାରୁ ମିଳିଥାଏ |
· କୃତ୍ରିମ ତନ୍ତୁ ରାସାୟନିକ ପ୍ରତିକ୍ରିୟାରୁ ପ୍ରସ୍ତୁତ କରାଯାଏ |
· ପଲିଥିନ , ଏଥିଲିନ ବା ଏଥିନ ନାମକ ଏକ ପ୍ରକାର ଗ୍ୟାସୀୟ ଯୌଗିକରୁ ପ୍ରସ୍ତୁତ ହୋଇଥାଏ |
· ଉଚ୍ଚ ତାପମାତ୍ରା , ଅଧିକ ଚାପ ପ୍ରୟୋଗ ଦ୍ଵାରା ଏହି ଯୌଗିକର ଅନେକ ଗୁଡିଏ ଅଣୁ ଏକତ୍ର ଯୁକ୍ତ ହୋଇ ଗୋଟିଏ ବୃହତ ଅଣୁରେ ପରିଣତ ହୋଇପାରନ୍ତି |
· ଏହି ପ୍ରକାର ବୃହତ ଅଣୁଗୁଡିକୁ ଗୋଟିଏ ଗୋଟିଏ ଏକକ (unit) କୁହାଯାଏ |
· ପଲିଥିନ ବା ପଲିଏଥିଲିନ ଏକ ପ୍ରକାର ପଲିମର (polymer) ଓ ପ୍ଲାଷ୍ଟିକ ଶ୍ରେଣୀ ଅନ୍ତର୍ଗତ |
· ଏହି ପଲିମର ଲମ୍ବା ଶିକୁଳି ଆକୃତି ବିଶିଷ୍ଟ |
· ପଲିଷ୍ଟର = ପଲି (poly) + ଇଷ୍ଟର (ester) |
· ବସ୍ତ୍ରର ତନ୍ତୁ ଅନେକ ଗୁଡିଏ ଇଷ୍ଟର ଏକକରୁ ସଂଶ୍ଳେଷିତ ହୋଇଥାଏ | ତେଣୁ ଏହାକୁ ସଂଶ୍ଳେଷିତ ତନ୍ତୁ କୁହାଯାଏ | ଏହା ମଧ୍ୟ ଏକ ପ୍ରକାର ପଲିମର |
· ପଲିଉଲ = ପଲିଷ୍ଟର + ଉଲ
· ପଲିକଟ = ପଲିଷ୍ଟର + କଟନ
· ଟେରିଉଲ = ଟେରିଲିନ + ଉଲ
· ପଲିମର ଦୁଇଟି ଗ୍ରୀକ ଶବ୍ଦ “poly” ଏବଂ “mer” ରୁ ଗଠିତ |
· ପଲି (poly) ର ଅର୍ଥ ହେଉଛି ଅନେକ (many) ଓ ମର୍ ର ଅର୍ଥ ହେଉଛି , ଏକା ପ୍ରକାରର ଏକକ (ଅଣୁ) ର ବାରମ୍ବାରତା |
· ଉଦ୍ଭିଦ ଜୀବକୋଷର ବାହ୍ୟ ଆବରଣରେ ସେଲ୍ୟୁଲୋଜ ନାମକ ଏକ ପ୍ରକାର ପଲିମର ଅଛି |
· ବହୁ ସଂଖ୍ୟକ ଗଲୁକୋଯ ଏକକର ସମାହାରରୁ ସେଲ୍ୟୁଲୋଜ ପଲିମରର ସୃଷ୍ଟି ହୋଇଥାଏ |
· କପାର ତନ୍ତୁ ସେଲ୍ୟୁଲୋଜ ପଲିମରରେ ଗଠିତ | ଏହା ଏକ ପ୍ରାକୃତିକ ପଲିମର |
· ଶାଳ ଗଛରୁ ସଂଗ୍ରହ କରାଯାଉଥିବା ଝୁଣା (resin) ଏବଂ ରବର ଗଛର କ୍ଷୀରରୁ ପ୍ରସ୍ତୁତ କରାଯାଉଥିବା ରବର (rubber) ପ୍ରତ୍ଯେକ ଗୋଟିଏ ଲେଖାଏଁ ପ୍ରାକୃତିକ ପଲିମର |
ସଂଶ୍ଳେଷିତ ତନ୍ତୁର ପ୍ରକାର ଭେଦ :-
· ଟେରିକଟ୍ କପଡ଼ା ଟେରିଲିନ୍ ସୂତା ଓ କପା ସୂତା ଏକତ୍ର ବ୍ୟବହାର କରି ବୁଣାଯାଇଥାଏ |
· ଟେରିଲିନ୍ ସୂତା ଏକ କୃତ୍ରିମ ତନ୍ତୁରୁ ହୁଏ, ଯାହାକି ବିଜ୍ଞାନଗାରରେ କେତେକ ରାସାୟନିକ ପଦାର୍ଥର ସଂଶ୍ଳେଷଣ ପ୍ରତିକ୍ରିୟା ଦ୍ଵାରା ପ୍ରସ୍ତୁତ କରାଯାଏ |
· ତେଣୁ ଟେରିଲିନ୍ କୁ ସଂଶ୍ଳେଷିତ ତନ୍ତୁ କୁହାଯାଏ |
· ସେହପରି ରେୟନ୍ , ନାଇଲନ୍ , ପଲିଷ୍ଟର , ଏକ୍ରିଲିକ୍ ଇତ୍ୟାଦି ମଧ୍ୟ ଏକ ସଂଶ୍ଳେଷିତ ତନ୍ତୁ ଅଟନ୍ତି |
· ବିଭିନ୍ନ ଯୌଗିକ ମଧ୍ୟରେ ସଂଘଟିତ ରାସାୟନିକ ପ୍ରତିକ୍ରିୟାରୁ ଏହି ତନ୍ତୁଗୁଡିକ ପ୍ରସ୍ତୁତ କରାଯାଏ |
· ଏହି ତନ୍ତୁରେ ତିଆରି କପଡ଼ାକୁ ପଲିମର୍ ବସ୍ତ୍ର ବା ପଲିବସ୍ତ୍ର କୁହାଯାଏ |
ରେୟନ୍ : -
· ନରମ କାଠରୁ ଏହା ପ୍ରସ୍ତୁତ | ନରମ କାଠର ଛୋଟ ଛୋଟ ଖଣ୍ଡକୁ ସ୍ଵତନ୍ତ୍ର ପଦ୍ଧତିରେ ପେଷ୍ଟରେ ପରିଣତ କଲେ କାଠମଣ୍ଡ ମିଳେ |
· କାଠମଣ୍ଡରେ ଥିବା ଅଶୁଦ୍ଧ ସେଲ୍ୟୁଲୋଜ୍ କୁ କେତେକ ରାସାୟନିକ ପଦ୍ଧତି ଦ୍ଵାରା ବିଶୁଦ୍ଧ ସେଲ୍ୟୁଲୋଜ୍ ରେ ପରିଣତ କରି ଆଉ କେତେକ ରାସାୟନିକ ପଦ୍ଧତି ଦ୍ଵାରା ସୂକ୍ଷ୍ମ ରେୟନ୍ ତନ୍ତୁ ପ୍ରସ୍ତୁତ କରାଯାଏ |
· ରେୟନ୍ ତନ୍ତୁ, ରେଶମ ତନ୍ତୁ ଭଳି ଚକଚକ୍ ଦେଖାଯାଉଥିବାରୁ ଏହାକୁ କୃତ୍ରିମ ରେଶମ ତନ୍ତୁ ଏବଂ ଏଥିରୁ ତିଆରି ବସ୍ତ୍ରକୁ କୃତ୍ରିମ ରେଶମ ବସ୍ତ୍ର କୁହଯାଏ |
· ରେୟନ୍ ତନ୍ତୁର ମୂଳ ଉପାଦାନ ହେଉଛି ପ୍ରାକୃତିକ ସେଲ୍ୟୁଲୋଜ୍ ତନ୍ତୁ |
· ସିଲକ୍ ବସ୍ତ୍ର ଦାମ୍ ତୁଳନାରେ ରେୟନ୍ ବସ୍ତ୍ରର ଦାମ୍ ଯଥେଷ୍ଟ କମ୍ |
ରେୟନ୍ ବସ୍ତ୍ରର ଉପଯୋଗିତା : -
· ରେୟନ୍ ସୂତା ଓ କପାସୂତା ମିଶ୍ରିତ କପଡାର ଧୋତି ଶାଢୀ , ସୁଟ୍ , ପ୍ୟାଣ୍ଟ , ସାର୍ଟ , ଫ୍ରକ୍ , ଆଦି ପ୍ରସ୍ତୁତ କରଯାଉଛି |
· ଏହି କପଡାରୁ ମଧ୍ୟ ବିଚଣା ଚାଦର , କବାଟ ଓ ଝରକାର ପରଦା , ଶେଯ ଓ ତକିଆ ଖୋଳ ଆଦି ତିଆରି କରାଯାଉଛି |
· ରେୟନ୍ ସୂତା ଓ ଉଲ୍ ମିଶ୍ରିତ କପଡାରୁ ଗାଳିଚା ପ୍ରସ୍ତୁତି କରାଯାଉଛି |
· ରେୟନ୍ ସୂତାରୁ ପ୍ରସ୍ତୁତ ଗଜ୍ କନା ଠାରୁ ଭଲ , କାରଣ ରେୟନ୍ ଗଜ୍ କ୍ଷତ ସ୍ଥାନରୁ ସହଜରେ ବାହାରିଯାଏ |
· ମୋଟର ଟାୟାର୍ , ହୋସ୍ ପାଇପ୍ , କନ୍ ଭେୟର ବେଲ୍ଟ ଆଦିର ପ୍ରସ୍ତୁତିରେ ରେୟନ୍ ତନ୍ତୁ ବ୍ୟବହାର କରାଯାଏ |
ନାଇଲନ୍ : -
· ଏହା ଏକ ମନୁଷ୍ୟକୃତ ତନ୍ତୁ |
· ୧୯୩୧ ମସିହାରେ ଆମେରିକାର ନ୍ୟୁୟର୍କ ସହରରେ ଏବଂ ଇଂଲଣ୍ଡର ଲଣ୍ଡନ ସହରରେ ଏକ ସମୟରେ ନାଇଲନ୍ ପ୍ରସ୍ତୁତ କରାଯାଉଥିଲା |
· ନ୍ୟୁୟର୍କ (Newyork) ର N ଓ Y ଅକ୍ଷର ଦ୍ଵୟକୁ ଏବଂ ଲଣ୍ଡନ (London) ର L , O , N ଅକ୍ଷର ତ୍ରୟକୁ ନେଇ ନାଇଲନ୍ (NYLON) ଶବ୍ଦର ସୃଷ୍ଟି |
· କୋଇଲା ,ଜଳ ଏବଂ ବାୟୁରୁ ଏହା ପ୍ରସ୍ତୁତ କରାଯାଉଥିଲା |
ନାଇଲନ୍ ତନ୍ତୁର ଧର୍ମ ଓ ଉପଯୋଗିତା : -
· ଏହାର ଉଚ୍ଚମାନର ସ୍ଥିତିସ୍ଥାପକତା (Highly Elastic) ଗୁଣ ଯୋଗୁଁ ବିଭିନ୍ନ ପ୍ରକାରର ଇଲାଷ୍ଟିକ୍ ଦଉଡି , କାର୍ ର ସିଟ୍ ବେଲ୍ଟ , ତମ୍ବୁର କପଡ଼ା , ଟୁଥବ୍ରସ୍ , ବ୍ୟାଗ ଆଦିର ପ୍ରସ୍ତୁତିରେ ବ୍ୟବହାର କରାଯାଏ |
· ଏହି ତନ୍ତୁ ଖୁବ୍ ଶକ୍ତ , ସ୍ଥିତିସ୍ଥାପକ ଏବଂ ହାଲୁକା ଅଟେ |
· ନାଇଲନ୍ ସୂତାରେ ବୁଣାଯାଇଥିବା ମୋଜା , ଗଞ୍ଜି , ଚଡି , ମଶାରୀ , ପରଦା କନା ଆଦି ଦେଖିବାକୁ ସୁନ୍ଦର ଓ ସହଜରେ ଚିରେ ନାହିଁ | ସହଜରେ ସଫା କରି ହୁଏ |
· ନାଇଲନ୍ ସୂତା ଓ ଉଲ୍ ମିଶ୍ରିତ କପଡ଼ା ମଜବୁତ୍ ଓ ଦୀର୍ଘକାଳ ସ୍ଥାୟୀ |
· ଏହାର ତନ୍ତୁ ଜଳ ଅବଶୋଷଣ ଶକ୍ତି ଖୁବ୍ କମ୍ ହୋଇଥାଏ |
· ଧୋଇବା ସମୟରେ ଘଷିବା ଦ୍ଵାରା ଏବଂ ଫିମ୍ପି , ବ୍ୟାକ୍ଟେରିଆ , ଅସରପା ଆଦିଦ୍ଵାରା ନାଇଲନ୍ ବସ୍ତ୍ର କ୍ଷୟ ହୁଏ ନାହିଁ |
ପଲିଷ୍ଟର : -
· ‘ଇଷ୍ଟର’ ଏକକକୁ ନେଇ ଗଠିତ ପଲିମରକୁ ‘ପଲି –ଇଷ୍ଟର’ କୁହାଯାଏ |
· ଭିନ୍ନ ଭିନ୍ନ ପ୍ରକାରର ‘ପଲି – ଇଷ୍ଟର’ ବା ପଲିଷ୍ଟର ଯୌଗିକ ବିଜ୍ଞାନଗାରରେ ପ୍ରସ୍ତୁତ କରାଯାଉଛି |
· ସେଗୁଡିକ ମଧ୍ୟରୁ ଟେରିଲିନ ଏକ ନିର୍ଦ୍ଧିଷ୍ଟ ପଲିଷ୍ଟର ଯୌଗିକ ଅଟେ |
· ଟେରିଲିନର ଅନ୍ୟନାମ ହେଉଛି ଡେକ୍ରନ୍ ଏବଂ ଏହା ଏକ କୃତ୍ରିମ ପଲିମର ଅଟେ |
ଟେରିଲିନ ବସ୍ତ୍ରର ବିଶେଷତ୍ଵ ଓ ଉପଯୋଗୀତା : -
· ଟେରିଲିନ କପଡ଼ା ମଜବୁତ ଓ ବହୁକାଳ ସ୍ଥାୟୀ ଅଟେ |· ଫିମ୍ପି (ଫଙ୍ଗସ) , ବ୍ୟାକ୍ଟେରିଆ , ଅସରପା ଆଦି ଦ୍ଵାରା ଏହାର କ୍ଷୟ ହୁଏ ନାହିଁ |
· ପ୍ରସ୍ତୁତି ବେଳେ ଏଥିରେ ଯେଉଁ ରଙ୍ଗ ମିଶାଯାଇଥାଏ , ତାହା ଚିରସ୍ଥାୟୀ ହୋଇ ରହେ |
· ସାବୁନ କିମ୍ବା ଡିଟରଜେଣ୍ଟରେ ଶୀଘ୍ର ପରିଷ୍କାର ହୋଇଯାଏ ଏବଂ ଧୋଇବା ସମୟରେ ଘଷିଲେ କ୍ଷୟ ହୁଏ ନାହିଁ |
· ଏହା ଆଦୌ ଲୋଚା କୋଚା ହୁଏ ନାହିଁ |
· ଏହାର ଜଳ ଅବଶୋଷଣ ଶକ୍ତି କମ ଥିବାରୁ ଓଦା ହେଲେ ଶୀଘ୍ର ଶୁଖିଯାଏ |
· ଧୋଇସାରିବା ପରେ ଇସ୍ତ୍ରୀର ଆବଶ୍ୟକତା ପଡେ ନାହିଁ | ତେଣୁ ଏହା ‘wash and wear’ ବା ‘ଧୁଅ ଓ ପିନ୍ଧ’ ରୂପେ ପରିଚିତ |
ପେଟ୍ ପଲିଷ୍ଟର (pet polystar) : -
pet = poly ethylene terepthalate
· (ପଲି ଏଥିଲିନ ଟେରେପ୍ ଥାଲେଟ) ଅନ୍ୟ ଏକ ପଲିଷ୍ଟର ଅଟେ |
· ବିଭିନ୍ନ ଜିନିଷ ରଖିବା ପାଇଁ ବ୍ୟବହୃତ ବୋତଲ , ଜାର , କେତେକ ପ୍ରକାର ବାସନ କୁସନ , ଫଟୋ ଉଠାଇବା ଫିଲ୍ମ ଅଡ଼ିଓ କ୍ୟାସେଟ୍ର ଟେପ ଆଦି pet ପଲିଷ୍ଟରରେ ତିଆରି କରାଯାଏ |
ଏକ୍ରିଲିକ୍ : -
· ଏହା ଏକ ମନୁଷ୍ୟକୃତ ପଲିମର୍ ଅଟେ | ଏଥିରୁ ମୁଖତଃ ସୂତା ପ୍ରସ୍ତୁତ କରାଯାଏ |
· ଏକ୍ରିଲିକ୍ ସୂତା ଦେଖିବାକୁ ଉଲ୍ ବା ପଶମ ତନ୍ତୁ ଭଳି | ତେଣୁ ଏହାକୁ କୃତ୍ରିମ ଉଲ୍ ବା ପଶମ ତନ୍ତୁ ଭଳି | ତେଣୁ ଏହାକୁ କୃତ୍ରିମ ଉଲ୍ କୁହାଯାଏ |
· ପ୍ରାକୃତିକ ଉଲ୍ ରେ ବୁଣା ପୋଷାକ ତୁଳନାରେ ଏକ୍ରିଲିକ୍ ତନ୍ତୁରେ ବୁଣା ପୋଷାକର ମୂଲ୍ୟ ଅପେକ୍ଷାକୃତ କମ୍ |
କେଉଁଟିକୁ କିପରି ଚିହ୍ନିବ (ଦୀପ କିମ୍ବା ମହମବତୀ ଶିଖାରେ ଖଣ୍ଡେ ସୂତା ଜାଳ )
ତନ୍ତୁ ଅଗ୍ନି ସଂସ୍ପର୍ଶରେ ଆସିଲେ କ’ଣ ହୁଏ ?
1.
କଟନ୍ (କପାସୂତା)
ଶିଖା ସହ ଜଳେ ଓ ପୋଡ଼ିଗଲେ ପାଉଁଶ ସୃଷ୍ଟି ହୁଏ |
2.
ସିଲକ୍ (ରେଶମ)
ଆସ୍ତେ ଆସ୍ତେ ଜଳନ୍ତି | କେଶ (ମୁଣ୍ଡବାଳ) ପୋଡା ଗନ୍ଧ ହୁଏ | ଜଳିସାରିବା ପରେ କମ୍ ପାଉଁଶ ସୃଷ୍ଟି ହୁଏ |
3.
ଉଲ୍ (ପଶମ)
ଆସ୍ତେ ଆସ୍ତେ ଜଳନ୍ତି | କେଶ (ମୁଣ୍ଡବାଳ) ପୋଡା ଗନ୍ଧ ହୁଏ | ଜଳିସାରିବା ପରେ କମ୍ ପାଉଁଶ ସୃଷ୍ଟି ହୁଏ |
4.
ରେୟନ
ତତକ୍ଷଣାତ୍ ଜଳେ ଓ କାଗଜ ପୋଡାଗନ୍ଧ ହୁଏ |
5.
ନାଇଲନ୍
ବିଳମ୍ବରେ ଜଳେ | କେଶପୋଡା ଗନ୍ଧ ହୁଏ | ସଂକୁଚିତ ହୋଇ କଠିନ କଣ୍ଠି (bead) ସୃଷ୍ଟି ହୁଏ |
6.
ପଲିଷ୍ଟର
ବହୁତ ବିଳମ୍ବରେ ଜଳେ | କଳା ଧୂଆଁ ବାହାରେ | କଠିନ କଣ୍ଠି ସୃଷ୍ଟି ହୁଏ |
7.
ଏକ୍ରିଲିକ୍
କଳଧୂଆଁ ସହ ଜଳେ | ସଂକୁଚିତ ହୋ କାଳରଙ୍ଗର କଠିନ କଣ୍ଠି ସୃଷ୍ଟି ହୁଏ |
ପଲିମର୍ (କୃତ୍ରିମ ବା ସଂଶ୍ଳେଷିତ) ତନ୍ତୁଗୁଡିକର ସୁବିଧା ଓ ଅସୁବିଧା :-
ସୁବିଧା :-
· ପ୍ରାକୃତିକ କଞ୍ଚାମାଲ ଉପରେ ନିର୍ଭର କରୁନଥିବାରୁ ଏବଂ ବହୁ ପରିମାଣରେ ପ୍ରସ୍ତୁତ କରାଯାଉଥିବାରୁ ପଲିମର୍ ତନ୍ତୁ ତିଆରି ବସ୍ତ୍ର ଶସ୍ତା ମିଳୁଛି |
· ପଲିମର୍ ତନ୍ତୁ ତିଆରି ବସ୍ତ୍ର ମଜବୁତ୍ , ଦୀର୍ଘକାଳ ସ୍ଥାୟୀ , ଧୋଇବା ସହଜ ଓ ଶୀଘ୍ର ଶୁଖିଯାଏ |
· ଲୋଚାକୋଚା ହୋଇନଥାଏ, ଦେଖିବାକୁ ଚକ୍ ଚକ୍ ଏବଂ ବିଭିନ୍ନ ରଙ୍ଗରେ ଉପଲବ୍ଧ |
· ଫିମ୍ପି , ବ୍ୟାକ୍ଟେରିଆ , ଅସରପା , ଅମ୍ଳ , କ୍ଷାର ଆଦି ଦ୍ଵାରା କ୍ଷୟ ହୁଏ ନାହିଁ |
· ବସ୍ତ୍ରଗୁଡିକର ମୂଲ୍ୟ ଶସ୍ତା ହୋଇଥିବାରୁ ସବୁ ଶ୍ରେଣୀର ଲୋକ ଏହାକୁ କିଣିବାକୁ ସମର୍ଥ ହୋଇଥାଆନ୍ତି |
ଅସୁବିଧା : -
· ଖାରଦିନେ ପଲିମର୍ ବସ୍ତ୍ର ପିନ୍ଧିଲେ ଅସ୍ଵସ୍ତିକର ଲାଗେ, କାରଣ ଏହା ଝାଳ ଅବଶୋଷଣ କରିପାରେ ନାହିଁ |
· ପଲିମର୍ ବସ୍ତରେ ତତକ୍ଷଣାତ୍ ନିଆଁ ଲାଗିଯାଏ ଏବଂ ତରଳି ଏହା ଚର୍ମ ଓ ମାଂସ ସହ ଲାଗି ହୋଇ ରହିଯାଏ |
ପ୍ଲାଷ୍ଟିକ୍ସ :
· ପ୍ଲାଷ୍ଟିକ୍ ରେ କେବେଳ ଗୋଟିଏ ପଦାର୍ଥ ନୁହେଁ , ଅନେକ ପ୍ରକାରର ବହୁ ସଂଖ୍ୟକ ପ୍ଲାଷ୍ଟିକ ଅଛି | ତେଣୁ ଏଗୁଡ଼ିକୁ ପ୍ଲାଷ୍ଟିକ୍ସ୍ ବା ପ୍ଲାଷ୍ଟିକ୍ ସମୂହ କୁହାଯାଏ |
ପ୍ଲାଷ୍ଟିକ୍ ର ପ୍ରକାର ଭେଦ : -
ଭୌତିକ ପ୍ରକୃତିକୁ ଭିତ୍ତି କରି ପ୍ଲାଷ୍ଟିକସ ଗୁଡିକୁ ମୁଖ୍ୟତଃ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି |
i. ଥର୍ମୋପ୍ଲାଷ୍ଟିକସ (thermoplastics)
ii. ଥର୍ମୋସେଟିଙ୍ଗ୍ ବା ଥର୍ମୋସେଟ ପ୍ଲାଷ୍ଟିକସ (thermo –setting plastics)
ଥର୍ମୋପ୍ଲାଷ୍ଟିକସ :-
· କେତେକ କଠିନ ପ୍ଲାଷ୍ଟିକସକୁ ଉତ୍ତପ୍ତ କଲେ ନରମ ହୋଇ ତରଳ ଅବସ୍ଥାକୁ ଆସେ ଓ ଥଣ୍ଡା କଲେ କଠିନ ହୋଇଯାଏ |
· ଏହି ପ୍ରକୃତିକୁ ପ୍ଲାଷ୍ଟିକସର ପ୍ରତ୍ୟାବର୍ତ୍ତ ଭୌତିକ ପରିବର୍ତ୍ତନ କୁହାଯାଏ | ଏହି ଗୁଣ ଥିବା ପ୍ଲାଷ୍ଟିକ ଗୁଡିକ ହେଉଛି ଥର୍ମୋପ୍ଲାଷ୍ଟିକସ |
· ଏହି ଶ୍ରେଣୀର ପ୍ଲାଷ୍ଟିକସଗୁଡିକରେ ‘ରୈଖିକ ଏକକ ସଜ୍ଜା’ ରହିଥାଏ |
(ରୈଖିକ ଏକକ ସଜ୍ଜା)
· ଉଦାହରଣ - ଏକ୍ରିଲିକ , ଟେଫ୍ଲନ , ପଲିଷ୍ଟିରିନ ବା ଥର୍ମୋକୋଲ , ପଲିଥିନ , pvc (poly vinyl chloride) ପଲିଭିନାଇଲ କ୍ଲୋରାଇଡ |
ଥର୍ମୋସେଟିଙ୍ଗ୍ ପ୍ଲାଷ୍ଟିକସ :-
· କେତେକ କଠିନ ପ୍ଲାଷ୍ଟିକକୁ ଗରମ କଲେ ତାହା ନରମ ହୁଏ ନାହିଁ କିମ୍ବା ତରଳ ଅବସ୍ଥାକୁ ଆସେ ନାହିଁ ,ଏଗୁଡିକ ଭୌତିକ ପରିବର୍ତ୍ତନ ଅପ୍ରତ୍ୟାବର୍ତ୍ତୀ ଅଟେ |
· ଏହି ଗୁଣ ଥିବା ପ୍ଲାଷ୍ଟିକସଗୁଡିକୁ ଥର୍ମୋସେଟିଙ୍ଗ ପ୍ଲାଷ୍ଟିକସ ବା ଥର୍ମୋସେଟ ପ୍ଲାଷ୍ଟିକସ କୁହାଯାଏ |
· ଏକକଗୁଡିକର ସଜ୍ଜାକୁ ‘କ୍ରସଲିଙ୍କଡ ଏକକ ସଜ୍ଜା’କୁହାଯାଏ |
(କ୍ରସଲିଙ୍କଡ ଏକକ ସଜ୍ଜା )
· ଉଦାହରଣ – ବେକେଲାଇଟ , ମେଲାମାଇନ୍ , ଫର୍ମିକା ଇତ୍ୟାଦି |
· ଏହା ପୁନଃ – ଚକ୍ରଣ୍ୟ ଅଯୋଗ୍ୟ ଏବଂ ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରକ ଅଟେ |
ପ୍ଲାଷ୍ଟିକ୍ସର ପ୍ରକୃତି :
· ପ୍ଲାଷ୍ଟିକ୍ସ ଗୁଡିକ ନମନୀୟ ଅଟେ |
· ତାପର କୁପରିବାହୀ | ବେକେଲାଇଟ୍ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ |
· ପ୍ଲାଷ୍ଟିକ୍ସ ସାଧାରଣତଃ ଅଭଙ୍ଗୁର , ହାଲୁକା , ଶକ୍ତ ଓ ଦୀର୍ଘକାଳ ସ୍ଥାୟୀ |
· ଅମ୍ଳ ,କ୍ଷାର ଆଦି ରାସାୟନିକ ପଦାର୍ଥଦ୍ଵାରା ଏହା କ୍ଷୟ ହୁଏ ନାହିଁ |
· ବିଭିନ୍ନ ରଙ୍ଗରେ ରଙ୍ଗିନ୍ କରାଯାଇପାରେ |
· ମେଲାମାଇନ୍ ପରି ପ୍ଲାଷ୍ଟିକ୍ସର ଅଗ୍ନିରୋଧକ ଅଟେ |
ପ୍ଲାଷ୍ଟିକ୍ସର ଉପଯୋଗିତା : -
· ପ୍ଲାଷ୍ଟିକ୍ସରେ ତିଆରି ଜିନିଷର ମୂଲ୍ୟ କମ୍ |
· ହାଲୁକା , ଅଭଙ୍ଗୁର , ଦୀର୍ଘସ୍ଥାୟୀ , ସୁନ୍ଦର ଓ ଶସ୍ତା |
ପଲିଥିନ : -
· ଏଥିରେ ମୁଣି, କ୍ଷୀର ଓ ତେଲ ପାଉଚ , ବୋତଲ , ମଗ୍ , ବାଲ୍ଟି , ଜଗ୍ , ବାସନକୁସନ ଇତ୍ୟାଦି ପ୍ରସ୍ତୁତ କରାଯାଉଛି |
ପି. ଭି.ସି (PVC)
· ଏଥିରେ ଶିଶି , ବୋତଲ , ଜାର୍ , ଜଗ୍ , ମଗ୍ , ବାଲ୍ଟି , ବେସିନ , ପାଣି ପାଇପ୍ , ଟାଇଲ୍ , ଜୋତା , ଚପପ୍ , ରେନ୍ କୋଟ ଇତ୍ୟାଦି ପ୍ରସ୍ତୁତ କରାଯାଏ |
ପଲିପ୍ରପିନ : -
· ଏଥିରେ ଦଉଡି , ଗାଲିଚା ବୁଣିବା , ଦଉଡି , ମାଛଧରା ଜାଲର ସୂତା, ମଶାରୀ ସୂତା ଇତ୍ୟାଦି ପ୍ରସ୍ତୁତ କରାଯାଏ |
ପଲିଷ୍ଟିରନ୍ : -
· ଥର୍ମୋକୋଲ ଏହି ଶ୍ରେଣୀଭୁକ୍ତ |
· ଏହା ମୁଖ୍ୟତଃ କାଚ ଜିନିଷ , ଔଷଡ ବୋତଲ , କ୍ୟାମେରା , ଟେଲିଫୋନ , ମୋବାଇଲ୍ ଫୋନ୍ , T.V. ରେଡିଓ ଇତ୍ୟାଦି ପ୍ରସ୍ତୁତ କରାଯାଏ |
ଟେଫଲନ୍ : -
· ନନ୍ – ଷ୍ଟିକ କଢେଇ , ତାୱା , ପ୍ରେସର କୁକର୍ , ଆଦି ରୋଷେଇ ସାମଗ୍ରୀର ଭିତର ପଟେ ଟେଫଲନ୍ ର ଆବରଣ ଦିଆଯାଏ |
· ଏକ୍ରିଲିକ : -
· ଏହାକୁ ବସ୍ , କାର୍ , ଉଡ଼ାଜାହାଜ , ଜଳଜାହାଜ ଆଦିର ଝରକାରେ ଏବଂ ସାମନାପଟରେ ବ୍ୟବହୃତ ହୁଏ |
ବେକେଲାଇଟ୍ : -
· ବିଦ୍ୟୁତ୍ ଉପକରଣ ଯଥା – ସୁଇଚ୍ , ପ୍ଲଗ , ହୋଲ୍ଡର ଏବଂ ପ୍ରେସରକୁକର୍ , ସସପ୍ୟାନ୍ ଆଦିର ହ୍ୟାଣ୍ଡଲ ଏଥିରେ ପ୍ରସ୍ତୁତ କରାଯାଏ |
ଫର୍ମିକା :-
· ସାନ୍ ମାଇକା ଏହି ଶ୍ରେଣୀଯୁକ୍ତ ପ୍ଲାଷ୍ଟିକସ୍ |
· କାଠ ତିଆରି ଜିନିଷ ଯଥା – ଟେବୁଲ, ଚୌକି ଡେସ୍କ ଆଦିର ଉପରେ ଏହାର ଆବରଣ ଦିଆଯାଏ |
ମେଲାମାଇନ୍ : -
· ଅତ୍ୟାଧୁନିକ ବାସନକୁସନ , କପ୍ , ପ୍ଳେଟ , ଚଟାଣ ଓ କାନ୍ଥରେ ବ୍ୟବହୃତ ଟାଇଲ , ଅଗ୍ନିରୋଧକ କପଡ଼ା ଇତ୍ୟାଦି ପ୍ରସ୍ତୁତିରେ ବ୍ୟବହୃତ ହୁଏ |
· ପ୍ଲାଷ୍ଟିକ୍ ଗୁଡିକୁ ମାଟିରେ ପୋତିବା କିମ୍ବା ପୋଡିବା କୌଣସିଟି ବି ନିରାପଦ ନୁହେଁ ଏହା ଦ୍ଵାରା ମୃତ୍ତିକା ଏବଂ ବାୟୁ ଉଭୟ ପ୍ରଦୂଷିତ ହୋଇଥାଏ |
(ଜୈବ – ଅବକ୍ଷୟଯୋଗ୍ୟ ପଦାର୍ଥ ଓ ଜୈବ – ଅବକ୍ଷୟଅଯୋଗ୍ୟ ପଦାର୍ଥ)
(Bio – Degradable and Non – Degradable Materials )
ଆବର୍ଜନା , ଅବକ୍ଷୟ ହେବାପାଇଁ ଆନୁମାନିକ ସମୟସୀମା ଓ କେଉଁ ଶ୍ରେଣୀଭୁକ୍ତ :-
1.
ପରିବା ଓ ଫଳଚୋପା ଏବଂ ବଳିଯାଇଥିବା ଖାଦ୍ୟସାମଗ୍ରୀ
ଏକରୁ ଦୁଇ ସପ୍ତାହ
ଜୈବ – ଅବକ୍ଷୟଯୋଗ୍ୟ
2.
କାଗଜ
10 ଦିନରୁ 30 ଦିନ
ଜୈବ – ଅବକ୍ଷୟଯୋଗ୍ୟ
3.
କପସୂତା ବସ୍ତ୍ର
2 ରୁ 5 ମାସ
ଜୈବ – ଅବକ୍ଷୟଯୋଗ୍ୟ
4.
କାଠ
10 ରୁ 15 ବର୍ଷ
ଜୈବ – ଅବକ୍ଷୟଯୋଗ୍ୟ
5.
ପଶମ ବସ୍ତ୍ର
ପ୍ରାୟ ଏକବର୍ଷ
ଜୈବ – ଅବକ୍ଷୟଯୋଗ୍ୟ
6.
ଟିଣ , ଏଲୁମିନିୟମ ଓ ଅନ୍ୟାନ୍ୟ ଧାତବ ପାତ୍ର
100 ବର୍ଷରୁ 500 ବର୍ଷ
ଜୈବ – ଅବକ୍ଷୟଯୋଗ୍ୟ
7.
ପ୍ଲାଷ୍ଟିକ ଜିନିଷ
ଅନେକ ବର୍ଷ
ଜୈବ – ଅବକ୍ଷୟଅଯୋଗ୍ୟ
ପ୍ଲାଷ୍ଟିକ୍ସ୍ ଜିନିଷର ବ୍ୟବହାର କମାଇବା ପାଇଁ ଆମେ କ’ଣ ବ୍ୟବହାର କରିପାରିବା ?
· ବଜାରକୁ ସଉଦା କିଣିବାପାଇଁ ଯିବାବେଳେ ସାଥିରେ କନା କିମ୍ବା ଝୋଟ ବ୍ୟାଗ୍ ନେବା |
· ପଲିଥିନ୍ ମୁନିରେ କିଛି ଆଣିବା ନାହିଁ |
· ଘରେ ଥିବା ଅଦରକାରୀ ପ୍ଲାଷ୍ଟିକ , ବୋତଲ , ଜାର , ଚୌକି , ବାଲ୍ଟି ସବୁ ବାହାରେ ନ ଫୋପାଡି କବାଡିବାଲାକୁ ବିକିଦେବା |
· ଘରର ଆବର୍ଜନା କିମ୍ବା ପନିପରିବା ଚୋପାକୁ ପଲିଥିନ୍ ମୁଣିରେ ଭର୍ତ୍ତି କରି ବାହାରେ ନ ଫୋପାଡି ବାଡିରେ କମ୍ପୋଷ୍ଟ ଗାତ ଖୋଳି ସେଥିରେ ପକାଇଲେ ଏହା କିଛି ଦିନ ପରେ ଖତରେ ପରିଣତ ହୋଇଥାଏ |
· ବଜାରରୁ କୌଣସି ସାମଗ୍ରୀ ପଲିଥିନ୍ ମୁଣିରେ ଆଣିବା ନାହିଁ ; ସର୍ବଦା ବ୍ୟାଗ କିମ୍ବା କାଗଜର ପାତ୍ର ଇତ୍ୟାଦି ବ୍ୟବହାର କରିବା |
Truly Indian Brand