- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chapter 3 Synthetic Fibres and Plastics ( ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକସ୍ ) Question & Answet

Odia Medium Class 8 Science Chapter 3 Synthetic Fibres and Plastics ( ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକସ୍ ) Question & Answet

Language : Odia
LRNR provides this material totally free
Odia Medium Class 8 Science Chapter 3 Synthetic Fibres and Plastics ( ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକସ୍ ) Question & Answet
ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକସ୍
1. ଶୂନ୍ୟସ୍ଥାନ ପୂରଣ ପାଇଁ ଆବଶ୍ୟକୀୟ ଶବ୍ଦ ଲେଖ |
a) କୃତ୍ରିମ ତନ୍ତୁକୁ ସଂଶ୍ଳେଷିତ ତନ୍ତୁ ଏବ ପଲିମର ତନ୍ତୁ ମଧ୍ୟ କୁହାଯାଏ |
b) ପ୍ରଥମ ସଂଶ୍ଳେଷିତ ତନ୍ତୁ ହେଉଛି ରେୟନ |
c) କୃତ୍ରିମ ତନ୍ତୁ ଭଳି ପ୍ଲାଷ୍ଟିକସ୍ ମଧ୍ୟ ପଲିମର ଅଟେ |
d) ପଲିମରର ପ୍ରତ୍ୟେକ ଅଂଶକୁ ଏକକ କୁହାଯାଏ |
2. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ |
I. କେଉଁଟି ବସ୍ତ୍ରରୁପେ ଏବଂ କାଚ ପରିବର୍ତ୍ତେ ବ୍ୟବହୃତ ହେଉଛି |
a) ଫର୍ମିକା
b) ମେଲାମାଇନ୍
c) ପଲିଷ୍ଟିରିନ୍
d) ଏକ୍ରିଲିକ୍
II. କେଉଁଟି ନନଷ୍ଟିକ୍ ବାସନରେ ବ୍ୟବହୃତ ହେଉଛି ?
a) ପିଭିଶି
b) ଟେଫଲନ୍
c) ବେକେଲାଇଟ୍
d) ଫର୍ମିକା
III. ଇଲେକ୍ଟ୍ରିକ ସ୍ଵିଚ୍ , ପ୍ଲଗ୍ ଆଦି କେଉଁଟିରୁ ପ୍ରସ୍ତୁତ ହେଉଛି ?
a) ମେଲାମାଇନ୍
b) ବେକେଲାଇଟ୍
c) ପଲିଷ୍ଟିରିନ୍
d) ପଲିପ୍ରପୀନ
IV. କେଉଁଟିରୁ କାନ୍ଥରେ ବ୍ୟବହୃତ ଟାଇଲ୍ ପ୍ରସ୍ତୁତ ହୁଏ ?
a) ଫର୍ମିକା
b) ମେଲାମାଇନ୍
c) ଟେଫଲନ୍
d) ପଲିଷ୍ଟିରିନ୍
3. ନିମ୍ନୋକ୍ତ ମଧ୍ୟରୁ କେଉଁଗୁଡିକ “ପୁନଃ ଚକ୍ରଣ ଯୋଗ୍ୟ” ଏବଂ କେଉଁଗୁଡିକ “ପୁନଃ ଚକ୍ରଣ ଅଯୋଗ୍ୟ” ପ୍ଲାଷ୍ଟିକ୍ ଅଲଗା ଅଲଗା ତାଲିକା କର |
ଟେଲିଫୋନ ଯନ୍ତ୍ରପାତି, ପ୍ଲାଷ୍ଟିକ୍ ଖେଳନା , ରୋଷେଇ ବାସନର ହ୍ୟାଣ୍ଡେଲ୍ , ଡଟ୍ ପେନ୍ , ଚୌକି , ବିଦ୍ୟୁତ୍ ତାରର ବାହ୍ୟ ଆବରଣ , ବିଦ୍ୟୁତ୍ ସୁଇଚ |
· “ପୁନଃ ଚକ୍ରଣ ଯୋଗ୍ୟ” ପ୍ଲାଷ୍ଟିକ୍ : - ଟେଲିଫୋନ ଯନ୍ତ୍ରପାତି, ପ୍ଲାଷ୍ଟିକ୍ ଖେଳନା , ଡଟ୍ ପେନ୍ l
· “ପୁନଃ ଚକ୍ରଣ ଅଯୋଗ୍ୟ” ପ୍ଲାଷ୍ଟିକ୍ : - ରୋଷେଇ ବାସନର ହ୍ୟାଣ୍ଡେଲ୍ , ଚୌକି , ବିଦ୍ୟୁତ୍ ତାରର ବାହ୍ୟ ଆବରଣ , ବିଦ୍ୟୁତ୍ ସୁଇଚ l
4. ନିମ୍ନୋକ୍ତ ଜିନିଷଗୁଡିକ ଥର୍ମୋସେଟିଙ୍ଗ୍ ପ୍ଲାଷ୍ଟିକରୁ କାହିଁକି ପ୍ରସ୍ତୁତ କରାଯାଏ , ବୁଝାଅ |
I. ସସପ୍ୟାନ୍ , ତାୱା , ପ୍ରେସର କୁକରର ହ୍ୟାଣ୍ଡେଲ : - ଏସବୁ ଆଦି ତାପକୁପରିବାହହୀ ହେବା ଆବଶ୍ୟକ | କାରଣ ଏସବୁ ଦ୍ରବ୍ୟ ରୋଷେ ସରଞ୍ଜାମ | ଏସବୁ ଥର୍ମୋସେଟିଙ୍ଗ ପ୍ଲାଷ୍ଟିକସ୍ ନିର୍ମିତ ନହେଲେ ଏହା ଉତ୍ତପ୍ତ ହେଲେ ନରମ ହୋଇ ତରଳ ଅବସ୍ଥାକୁ ଚାଲିଆସେ | ତେଣୁ ବ୍ୟବହାର ଉପଯୋଗୀ ହୋଇପାରିବ ନାହିଁ |
II. ବିଦ୍ୟୁତ୍ ପ୍ଲଗ , ସ୍ଵିଚ , ପ୍ଲଗ ଓ ସ୍ଵିଚ ବୋର୍ଡ : - ଏସବୁ ଆଦି ପଦାର୍ଥ ବିଦ୍ୟୁତ୍ ପରିବହନରେ ବ୍ଯବହୃତ ହୁଏ | ଏସବୁ ଥର୍ମୋସେଟିଙ୍ଗ ପ୍ଲାଷ୍ଟିକସ୍ ନିର୍ମିତ ନହେଲେ ବିଦ୍ୟୁତ୍ ପରିବହନ ବେଳେ ଏସବୁ ଉତ୍ତପ୍ତ ହୋଇ ନରମ ହେବ ଏବଂ ତରଳ ଅବସ୍ଥାକୁ ଚାଲିଆସିବ | ତେଣୁ ଏ ସବୁ ଥର୍ମୋସେଟିଙ୍ଗ ପ୍ଲାଷ୍ଟିକସ୍ ନିର୍ମିତ ହେବା ଆବଶ୍ୟକ |
5. ନାଇଲନ୍ ତନ୍ତୁ ଖୁବ୍ ଶକ୍ତ ବୁଝାଇବା ପାଇଁ ଦୁଇଟି ଉଦାହରଣ ଲେଖ |
I. ନାଇଲନ୍ ତନ୍ତୁ ଖୁବ୍ ଶକ୍ତ ହେତୁ ଏହା ବିଭିନ୍ନ ଯନ୍ତ୍ରାଂଶ ପ୍ରସ୍ତୁତିରେ ବ୍ୟବହାର କରାଯାଏ |
II. ନାଇଲନ୍ ତନ୍ତୁରେ ପ୍ରସ୍ତୁତ କପଡ଼ାରୁ ସ୍ୱେଟର, ପୋଷାକ କନା, କମ୍ବଳ ଓ ଗାଲିଚା ଆଦି ପ୍ରସ୍ତୁତ କରାଯାଏ । ଏଗୁଡ଼ିକ ମଜଭୁତ୍ ଓ ଦୀର୍ଘକାଳ ସ୍ଥାୟୀ |
6. ରେୟନ୍ କୃତ୍ରିମ ତନ୍ତୁ କୁହାଯାଏ କାହିଁକି ବୁଝାଅ |
I. ରେୟନ୍ ତନ୍ତୁକୁ ରାସାୟନିକ ପଦ୍ଧତିରେ ପ୍ରସ୍ତୁତ କରାଯାଏ | ରାସାୟନିକ ପଦ୍ଧତିରେ ଅଶୁଦ୍ଧ ସେଲ୍ୟୁଲୋଜ୍ କୁ ବିଶୁଦ୍ଧ ସେଲ୍ୟୁଲୋଜ୍ରେ ପରିଣତ କରି ରେୟନ୍ ପ୍ରସ୍ତୁତ କରାଯାଏ |
II. ରାସାୟନିକ ପଦ୍ଧତିରେ ମନୁଷ୍ୟକୃତ ତନ୍ତୁ ରେୟନ୍ ହୋଇଥୁବାରୁ ଏହାକୁ କୃତ୍ରିମ ତନ୍ତୁ କୁହାଯାଏ |
7. ଶିଲା ଓ ଇଲା ଖରାଦିନେ ପିନ୍ଧିବା ପାଇଁ ପୋଷାକ କିଣିବାକୁ ଦୋକାନକୁ ଗଲେ | ସେମାନଙ୍କ ପାଇଁ କେଉଁ କପଡ଼ାର ପୋଷାକ ଆରାମଦାୟକ ହେବ, କାରଣ ସହ ଆଲୋଚନା କର |
ଉତ୍ତର : - ଖରାଦିନେ ପାଇଁ ପଲିମର୍ ବସ୍ତ୍ର ପିନ୍ଧିଲେ ଅସ୍ଵସ୍ତିକର ଲାଗେ | କାରଣ ଏହା ଝାଳ ବହିଲେ ଅବଶୋଷିତ ହୋଇପାରେ ନାହିଁ | ତେଣୁ ସବୁଠାରୁ ଭଲ ହେଉଛି କଟନ୍ ବସ୍ତ୍ର କିଣିବା |
8. ରୋଷେଇ କରିବା ସମୟରେ କେଉଁ କପଡାର ପୋଷାକ ନିରାପଦ ବୁଝାଅ |
ଉତ୍ତର : - ରୋଷେଇ କଲାବେଳେ ଅଧିକ ତାପମାତ୍ରାରେ କାମ କରିବାକୁ ପଡେ | ଏପରିସ୍ଥଳେ ପଲିମର୍ ବସ୍ତ୍ର ପିନ୍ଧି ରୋଷେ କଲେ ନିଆଁ ଲାଗିଯିବାର ଭୟ ଥାଏ | ତେଣୁ ରୋଷେଇ କଲାବେଳେ କଟନ୍ ବସ୍ତ୍ର ପିନ୍ଧି ରୋଷେଇ କରିବା ଆବଶ୍ୟକ |
9. ଥର୍ମୋପ୍ଲାଷ୍ଟିକସ୍ ଓ ଥର୍ମୋସେଟିଙ୍ଗ ପ୍ଲାଷ୍ଟିକସ୍ ମଧ୍ୟରେ ପାର୍ଥକ୍ୟ ଲେଖ |
ଉତ୍ତର : ଥର୍ମୋପ୍ଲାଷ୍ଟିକସ୍
· ଏହି ପ୍ରକାର ପ୍ଲାଷ୍ଟିକ୍ସ୍କୁ ଉତ୍ତପ୍ତ କଲେ ନରମ ହୋଇ ତରଳ ଅବସ୍ଥାକୁ ଆସେ ଓ ପୁନର୍ବାର ଥଣ୍ଡା କଲେ ଏହା କଠିନ ହୋଇଯାଏ |
· ଏଗୁଡ଼ିକର ଭୌତିକ ପରିବର୍ତ୍ତନ ପ୍ରତ୍ୟାବର୍ତ୍ତୀ |
· ଏପରି ପ୍ଲାଷ୍ଟିକ୍ସ୍ ଗଠନରେ “ରୈଖିକ ଏକକ ସଜ୍ଜା” ରହିଥାଏ |
· ଏପରି ପାଷ୍ଟିକସ୍ ପ୍ରସ୍ତୁତି ବେଳେ ଯେଉଁ ଆକୃତି ଧାରଣ କରିଥାନ୍ତି ପରିବେଶ ପ୍ରଦୂଷଣ କରେ ନାହିଁ |
ଥର୍ମୋସେଟିଙ୍ଗ ପ୍ଲାଷ୍ଟିକସ୍
· ଏହି ପ୍ରକାର କଠିନ ପ୍ଲାଷ୍ଟିକ୍ସ୍କୁ ଉତ୍ତପ୍ତ କଲେ ତାହା ନରମ ହୁଏ ନାହିଁ କିମ୍ବା ତରଳ ଅବସ୍ଥାକୁ ଆସେ ନାହିଁ |
· ଏଗୁଡ଼ିକର ଭୌତିକ ପରିବର୍ତ୍ତନ ଅପ୍ରତ୍ୟାବର୍ତ୍ତୀ |
· ଏପରି ପ୍ଲାଷ୍ଟିକ୍ ସ୍ର ଗଠନରେ “କ୍ରସଲିଙ୍କଡ - ଏକକ ସଜ୍ଜା” ରହିଥାଏ |
· ଏପରି ପ୍ଲାଷ୍ଟିକ୍ସ୍ ପ୍ରସ୍ତୁତି ବେଳେ ଯେଉଁ ଆକୃତି ଧାରଣ କରିଥାନ୍ତି ତାହା ଅପରିବର୍ତ୍ତନୀୟ |
· ଏପରି ପ୍ଲାଷ୍ଟିକ୍ ପୁନଃଚକ୍ରଣ ଅଯୋଗ୍ୟ ଓ ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରକ |
10. ଜୈବ – ଅବକ୍ଷୟ ଯୋଗ୍ୟ ପଦାର୍ଥ ଓ ଜୈବ – ଅବକ୍ଷୟ ଅଯୋଗ୍ୟ ପଦାର୍ଥ ମଧ୍ୟରେ ପାର୍ଥକ୍ୟ ଲେଖ |
ଜୈବ – ଅବକ୍ଷୟ ଯୋଗ୍ୟ ପଦାର୍ଥ : -
· ଯେଉଁ ପଦାର୍ଥଗୁଡ଼ିକ ମାଟିରେ ଥିବା ବ୍ୟାକ୍ଟେରିଆ ଦ୍ଵାରା ବିଘଟିତ ହୁଅନ୍ତି , ସେଗୁଡ଼ିକୁ ଜୈବ ଅବକ୍ଷୟ ଯୋଗ୍ୟ ପଦାର୍ଥ କହନ୍ତି |
· ଏଗୁଡିକ ମୃତ୍ତିକା ପ୍ରଦୂଷଣ କରନ୍ତି ନାହିଁ |
· କାଗଜ, ପନିପରିବା ଚୋପା , ଫଳଚୋପା , କାଠ , ପଶମ , କପାସୁତା ବସ୍ତ୍ର ଆଦି ଜୈବ ଅବକ୍ଷୟ ଯୋଗ୍ୟ ପଦାର୍ଥ |
ଜୈବ – ଅବକ୍ଷୟ ଅଯୋଗ୍ୟ ପଦାର୍ଥ : -
· ଯେଉଁ ପଦାର୍ଥଗୁଡ଼ିକ ମାଟିରେ ଥିବା ବ୍ୟାକ୍ଟେରିଆ ଦ୍ଵାରା ବିଘଟିତ ହୁଅନ୍ତି ନାହିଁ , ସେଗୁଡ଼ିକୁ ଜୈବ ଅବକ୍ଷୟ ଅଯୋଗ୍ୟ ପଦାର୍ଥ କହନ୍ତି |
· ଏଗୁଡ଼ିକ ମୃତ୍ତିକା ପ୍ରଦୂଷଣର ମୁଖ୍ୟ କାରକ ।
· ପ୍ଲାଷ୍ଟିକ୍ ଜିନିଷ ଆଦି ଜୈବ ଅବକ୍ଷୟ ଅଯୋଗ୍ୟ ପଦାର୍ଥ ।
11. ପୁନଃ – ଚକ୍ରଣ ଯୋଗ୍ୟ ପଦାର୍ଥ ଏବଂ ପୁନଃ – ଚକ୍ରଣ ଅଯୋଗ୍ୟ ପଦାର୍ଥ ମଧ୍ୟରେ ପାର୍ଥକ୍ୟ ଲେଖ |
ପୁନଃ – ଚକ୍ରଣ ଯୋଗ୍ୟ ପଦାର୍ଥ
· ଯେଉଁ ପଦାର୍ଥକୁ ରାସାୟନିକ ପଦ୍ଧତିରେ ପୁନର୍ବାର ବ୍ୟବହାର ଯୋଗ୍ୟ ପଦାର୍ଥରେ ପରିଣତ କରାଯାଇପାରେ ନାହିଁ, ତାକୁ ପୁନଃଚକ୍ରଣ ଯୋଗ୍ୟ ପଦାର୍ଥ କହନ୍ତି |
· ଏପ୍ରକାର ପଦାର୍ଥ ପରିବେଶ ପ୍ରଦୂଷଣର ମୁଖ୍ୟ କାରକ କହନ୍ତି |
· ଟିଣ, ଏଲୁମିନିୟମ୍, ଧାତବ ପଦାର୍ଥ, ଭଙ୍ଗାକାଚ ଓ ପଲିଥନ୍, PVC, ଥର୍ମୋକୋଲ୍, ଆଦି ପ୍ଲାଷ୍ଟିକ ପୁନଃଚକ୍ରଣ ଯୋଗ୍ୟ |
ପୁନଃ – ଚକ୍ରଣ ଅଯୋଗ୍ୟ ପଦାର୍ଥ
· ଯେଉଁ ପଦାର୍ଥକୁ ରାସାୟନିକ ପଦ୍ଧତିରେ ପୁନର୍ବାର ବ୍ୟବହାର ଯୋଗ୍ୟ ପଦାର୍ଥରେ ପରିଣତ କରାଯାଇପାରେ ନାହିଁ , ତାକୁ ପୁନଃଚକ୍ରଣ ଯୋଗ୍ୟ ପଦାର୍ଥ କହନ୍ତି |
· ଏପ୍ରକାର ପଦାର୍ଥ ପରିବେଶ ପ୍ରଦୂଷଣର ମୁଖ୍ୟ କାରକ କହନ୍ତି |
· ବେକେଲାଇଟ୍ , ମେଳାମାଇନ୍ ଓ ଫର୍ମିକା ଆଦି ପ୍ଲାଷ୍ଟିକସ୍ ପୁନଃ – ଚକ୍ରଣ ଅଯୋଗ୍ୟ ପଦାର୍ଥ |
12. ପଲିମର୍ କ’ଣ ଗୋଟିଏ ଉଦାହରଣ ଦେଇ ବୁଝାଅ |
ପଲିମର୍ ଦୁଇଟି ଗ୍ରୀକ୍ ଶବ୍ଦରୁ ଉଦ୍ଭବ | Poly (ଅନେକ)ଓ Mer (ଏକକ) ଏହାର ଅର୍ଥ ହେଉଛି ଅନେକ ପ୍ରକାରର ଏକକ ଅଣୁର ବାରମ୍ବାରତା | ମନେକର ଇଷ୍ଟର ଏକ ଏକକ , ତେବେ ଅନେକ ଇଷ୍ଟର ଦ୍ଵାରା ଗଠିତ ବୃହତ୍ତମ ଅଣୁ ପଲିଷ୍ଟର୍ ଏକ ପଲିମର | ପଲିମର୍ ଗୁଡିକ ବାହୁଳୀକରଣରୁ ପଲିଥିନ ସୃଷ୍ଟ |
13. କୃତ୍ରିମ ତନ୍ତୁ ଉତ୍ପାଦନ ଜଙ୍ଗଲ ସଂରକ୍ଷଣର ସହାୟକ କି ? ଦଶଟି ବାକ୍ୟରେ ଆଲୋଚନା କର |
I. କୃତ୍ରିମତନ୍ତୁଗୁଡ଼ିକ ମନୁଷ୍ୟକୃତ । ଏଗୁଡ଼ିକ ରାସାୟନିକ ପ୍ରକ୍ରିୟାରେ ସୃଷ୍ଟି |
II. ପ୍ଲାଷ୍ଟିକ୍, ପଲିଷ୍ଟର୍, ପଲିଥନ୍, ନାଇଲନ୍, ରେୟନ୍ ଆଦି ତନ୍ତୁକୃତ୍ରିମତନ୍ତୁ |
III. ଏଗୁଡ଼ିକୁ ବ୍ୟବହାର କଲାପରେ ପରିତ୍ୟକ୍ତ ଆବର୍ଜନାକୁ ଆମେ ଏଣେତେଣେ ଫୋପାଡିଦେଉ କିମ୍ବା ଜାଳିଦେଉ କିମ୍ବା ଗାତଖୋଳି ମାଟିରେ ପୋତିଦେଉ |
IV. ଏଗୁଡ଼ିକ ଶସ୍ତା ହେତୁ ଆମେ ଏହାର ବ୍ୟବହାର ବହୁଳ ଭାବରେ କରୁଛୁ |
V. ତେଣୁ ପ୍ଲାଷ୍ଟିକ୍ ଆବର୍ଜନାର ପରିମାଣ ସବୁ ଆବର୍ଜନା ଅପେକ୍ଷା ଅଧିକ |
VI. ଏଗୁଡ଼ିକୁ ମାଟିତଳେ ଗାତକରି ପୋତିଦେଲେ ବର୍ଷାଜଳ ମାଟିର ତଳସ୍ତରକୁ ଯିବାରେ ଅବରୋଧ କରନ୍ତି |
VII. ଏହାଫଳରେ ଭୂତଳ ଜଳ ସ୍ତରର ପରିମାଣ କମିଯାଏ | ଫଳରେ ବୃକ୍ଷର ଜଳଗ୍ରହଣର ପରିମାଣ କମିଯାଏ |
VIII. ଜଳାଭାବରୁ ଅନେକ ବୃକ୍ଷ ମରିଯାଏ | ତେଣୁ ଜଙ୍ଗଲ ସଂରକ୍ଷଣରେ ବ୍ୟାଘାତ ସୃଷ୍ଟି ହୁଏ |
IX. କୃତ୍ରିମତନ୍ତୁର କଠିନ ଅବଶେଷ ମୃତ୍ତିକା ପ୍ରଦୂଷଣର ମୁଖ୍ୟ ଉତ୍ସ | ପ୍ରଦୂଷିତ ମୃତ୍ତିକାରେ ବୃକ୍ଷ ଭଲ ବଢେ ନାହିଁ , ତେଣୁ ତାହା ଜଙ୍ଗଲ ସଂରକ୍ଷଣରେ ସହାୟକ ହୁଏ ନାହିଁ |
X. ଭୂତଳ ଜଳର ସ୍ତର କମିଯିବା ହେତୁ ବର୍ଷା କମିଯାଏ | ତେଣୁ ଜଳଚକ୍ରରେ ବ୍ୟାହତ ସୃଷ୍ଟି ହୁଏ | ଏହା ମଧ୍ୟ ସଂରକ୍ଷଣରେ ବାଧା ସୃଷ୍ଟି କରେ | ତେଣୁ ମୋଟ ଉପରେ କହିବାକୁ ଗଲେ ତନ୍ତୁ ଉତ୍ପାଦନ ଜଙ୍ଗଲ ସଂରକ୍ଷଣରେ ଆଦୌ ସହାୟକ ନୁହେଁ |
14. ପ୍ଲାଷ୍ଟିକ୍ ଠାରୁ ଦୂରରେ ରୁହ – ଏହି ଉକ୍ତିର ବିଜ୍ଞାନଭିତ୍ତିକ ତାତ୍ପର୍ଯ୍ୟ ଦଶଟି ବାକ୍ୟରେ ଆଲୋଚନା କର |
I. ପ୍ଲାଷ୍ଟିକ୍ର ବ୍ୟବହାର ଅତ୍ୟାଧୁନିକ ଯୁଗରେ ବହୁଳଭାବରେ ହେଉଛି | ତେଣୁ ପ୍ରଚୁର ପରିମାଣରେ ଏହାର କଠିନ ଅବଶେଷ ସୃଷ୍ଟି ହେଉଛି |
II. ପ୍ରତି କ୍ଷେତ୍ରରେ ପ୍ଲାଷ୍ଟିକ୍ର ବ୍ୟବହାର ବିନା ଆମ ଚଳିବା କଷ୍ଟକର ହୋଇପଡୁଛି | ତେଣୁ ପ୍ରତିକ୍ଷେତ୍ରରେ ପ୍ଲାଷ୍ଟିକର ବ୍ୟବହାର କରି ଏହାର ଆବର୍ଜନା ପରିମାଣ ଆମେ ବଢେଇ ଚାଲିଛୁ |
III. ପ୍ଲାଷ୍ଟିକ୍ସ୍ ଆବର୍ଜନାକୁ ଏଣେତେଣେ ଫୋପାଡ଼ିଦେଲେ ସେଗୁଡ଼ିକୁ ଗାଈଗୋରୁ – କୁକୁର ଆଦି ଜୀବଜନ୍ତୁ ଖାଇ ପେଟରୋଗରେ ଆକ୍ରାନ୍ତ ହୁଅନ୍ତି |
IV. ତେଣୁ ପ୍ଲାଷ୍ଟିକ୍ସ୍ ଆବର୍ଜନାକୁ ଏଣେତେଣେ ଫୋପାଡ଼ିବା ଅନୁଚିତ |
V. ପ୍ଲାଷ୍ଟିକ୍ସ୍ ଆବର୍ଜନାକୁ ଜାଳିଦେଲେ ଏଥରୁ ନିର୍ଗତ ମିଥେନ୍ ଓ ଅନ୍ୟାନ୍ୟ ବିଷାକ୍ତ ବାଷ୍ପ ପରିବେଶକୁ ପ୍ରଦୂଷଣ କରିଥାଏ ।
VI. ଏଣୁ ପ୍ଲାଷ୍ଟିକ୍ସ୍ ଆବର୍ଜନାକୁ ଜାଳିବା ଅନୁଚିତ ।
VII. ପ୍ଲାଷ୍ଟିକ୍ସ୍ ଆବର୍ଜନାକୁ ମାଟିରେ ଗାତକରି ପୋତିଦେଲେ ଶହ ଶହ ବର୍ଷ ମାଟିତଳେ ଅକ୍ଷୟ ଅବସ୍ଥାରେ ରହି ମୃତ୍ତିକା ପ୍ରଦୂଷଣ କରିଥାଏ |
VIII. ଏହା ମଧ୍ୟ ବର୍ଷାଜଳ ମାଟିତଳ ସ୍ତରକୁ ଯିବାରେ ଅବରୋଧ କରେ; ଫଳରେ ଭୂତଳ ଜଳସ୍ତର କମିବାରେ ଏହା ସହାୟକ ହୁଏ |
IX. ଏହାକୁ ନଦୀ ବା ସମୁଦ୍ର ଶଯ୍ୟାରେ ମାଟିତଳେ ପୋତିଦେଲେ ଏହା ଜଳ ପ୍ରଦୂଷଣ କରି ଜଳଜ ଜୀବମାନଙ୍କର ମୃତ୍ୟୁର କାରଣ ହୁଏ |
X. ତେଣୁ ପ୍ଲାଷ୍ଟିକ୍ ଆବର୍ଜନାର ସଦୁପଯୋଗ କରିବାର ଉପଯୁକ୍ତ ଉପାୟ ବିଷୟରେ ଆମେ ଏପର୍ଯ୍ୟନ୍ତ ଅନଭିଜ୍ଞ | ତେଣୁ ଧ୍ଵଂସମୁଖରୁ ବର୍ତ୍ତିବାକୁ ହେଲେ ଆମକୁ ପ୍ଲାଷ୍ଟିକ ବ୍ୟବହାର କମାଇବାକୁ ହେବ |
15. “ ପ୍ଲାଷ୍ଟିକ୍ ମନୁଷ୍ୟର ଉତ୍ତମ ବନ୍ଧୁ, କିନ୍ତୁ ପରମ ଶତ୍ରୁ ।”- ଦଶଟି ବାକ୍ୟ ମଧ୍ୟରେ ଏହି ଉକ୍ତିର ସତ୍ୟତା ପ୍ରତିପାଦନ କର |
I. କଟାଘା’, ପୋଡ଼ା ଘା’ ଆଦି କ୍ଷତକୁ ସିଲେଇ କରିବା ପାଇଁ ପ୍ଲାଷ୍ଟିକ୍ଛୁଞ୍ଚି , ସୂତା ଓ ଇଞ୍ଜେକ୍ସନ ଦେବା ପାଇଁ ପ୍ଲାଷ୍ଟିକ୍ ସିରିଞ୍ଜ ଆବଶ୍ୟକ |
II. ମାରାତ୍ମକ ରୋଗର ଶଲ୍ୟ ଚିକିତ୍ସା ବେଳେ ପ୍ଲାଷ୍ଟିକ ଦ୍ରବ୍ୟର ଆବଶ୍ୟକତା ରହିଛି | ଡାକ୍ତରମାନେ ବ୍ୟବହାର କରୁଥିବା ଗ୍ଳୋଭସ୍ ମଧ୍ୟ ପ୍ଲାଷ୍ଟିକ୍ ନିର୍ମିତ |
III. ବିଦ୍ୟୁତ୍ ଶକ୍ତି ଆମର ଅତି ଉପାଦେୟ | ଏହାର ପରିବହନରେ ପ୍ଲାଷ୍ଟିକ୍ସରେ ଭୂମିକା ଗୁରୁତ୍ଵପୂର୍ଣ୍ଣ | ପରିବାହୀ ତାର ଉପରେ ଗୁଡା ହୋଇଥିବା ଅନ୍ତରକ , ସୁଇଚ , ପ୍ଲଗ୍ ଆଦି ପ୍ଲାଷ୍ଟିକ ନିର୍ମିତ |
IV. ବିଭିନ୍ନ ପ୍ରକାର ଦାମୀ ଉପକରଣ ପରିବହନ ପାଇଁ ପ୍ୟାକିଙ୍ଗ ଆବଶ୍ୟକ | ଏହି ପ୍ୟାକିଂ ପାଇଁ ଥର୍ମୋକୋଲ୍ ପରି ପଦାର୍ଥ ଆବଶ୍ୟକ | ଏହି ଥର୍ମୋକୋଲ୍ ପଲିଷ୍ଟିରନ୍ ନାମକ ପ୍ଲାଷ୍ଟିକ୍ସ ନିର୍ମିତ |
V. ଆମର ଅନେକ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ମଧ୍ୟ ପ୍ଲାଷ୍ଟିକ୍ସ୍ ନିର୍ମିତ, ତେଣୁ ପ୍ଲାଷ୍ଟିକ୍ସ୍ ବିନା ଆମେ ବଞ୍ଚିବା ଅସମ୍ଭବ | ତେଣୁ ପ୍ଲାଷ୍ଟିକ୍ସ୍ ଆମର ଉତ୍ତମ ବନ୍ଧୁ |
VI. ପ୍ଲାଷ୍ଟିକ୍ସ୍ ଆବର୍ଜନାକୁ ପୋଡ଼ିଦେଲେ ନିର୍ଗତ ମିଥେନ୍ ଓ କେତେକ ବିଷାକ୍ତ ବାଷ୍ପ ପରିବେଶକୁ ବିଷାକ୍ତକରି ଆମର କ୍ଷତି ସାଧନ କରେ |
VII. ପ୍ଲାଷ୍ଟିକ୍ ଆବର୍ଜନାକୁ ମାଟିତଳେ ପୋତିଦେଲେ ବୀଜାଣୁଦ୍ୱାରା ଅପଘଟିତ ନହୋଇ ବର୍ଷ ବର୍ଷ ପଡ଼ିରହି ମୂର୍ତ୍ତିକା ପ୍ରଦୂଷଣ କରେ |
VIII. ମାଟିତଳେ ପୋତି ହୋଇଥିବା ପ୍ଲାଷ୍ଟିକ୍ସ୍ ଆବର୍ଜନା ଅବରୋଧ କରିବାରୁ ଭୁନିମ୍ନସ୍ଥ ଜଳସ୍ତର କମିଯାଏ ଯାହା ସମଗ୍ର ଜୀବଜଗତ ପ୍ରତି ବିପଦ |
IX. ପ୍ଲାଷ୍ଟିକ୍ସ୍ ପ୍ୟାକିଂରେ ଥିବା ଖାଦ୍ୟପଦାର୍ଥ ଅନେକଦିନ ରହିଗଲେ ଏହାକୁ ଖାଇବାରେ ଆମର ଅନେକ ରୋଗ ସୃଷ୍ଟି ହୁଏ |
X. ଏଣେତେଣେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାକୁ କେତେକ ଜୀବଜନ୍ତୁ ଖାଇଦେଲେ ରୋଗରେ ପଡ଼ରି କିମ୍ବା ମୃତ୍ୟୁମୁଖରେ ପଡ଼ୁଛନ୍ତି | ତେଣୁ ପ୍ଲାଷ୍ଟିକ୍ସ୍ ଆମର ଶତ୍ରୁ |
16. “ ପ୍ଲାଷ୍ଟିକ୍ସ୍ ପୋତିବା ଅନୁଚିତ ଏବଂ ପୋଢ଼ିବା ବି ଅନୁଚିତ”
(i) ପ୍ଲାଷ୍ଟିକ୍ସ୍କୁ ମାଟିତଳେ ପୋତିଦେଲେ ସେଗୁଡ଼ିକ ଶହ ଶହ ବର୍ଷ ମାଟିରେ ଅକ୍ଷୟ ଅବସ୍ଥାରେ ରହି ମୃତ୍ତିକା ପ୍ରଦୂଷଣ କରିଥାଏ |
(ii) ପୁନଶ୍ଚ ବର୍ଷାଜଳ ମାଟିର ତଳସ୍ତରକୁ ଯିବାରେ ଅବରୋଧ କରେ, ତେଣୁ ଭୂତଳଜଳ ସ୍ତରର ପରିମାଣ କମିଯାଏ |
(iii) ଏହାକୁ ନଦୀ ବା ସମୁଦ୍ରଶଯ୍ୟାରେ ପୋତିଦେଲେ ଏହା ଜଳ ପ୍ରଦୂଷଣ କରିବା ଫଳରେ କେତେକ ଜଳଜ ଜୀବଙ୍କର ମୃତ୍ଯୁର କାରଣ ହୁଏ ତେଣୁ ପ୍ଲାଷ୍ଟିକ୍ ପୋତିବା ଅନୁଚିତ |
(iv) ପ୍ଲାଷ୍ଟିକ୍ କୁ ନିଆଁରେ ପୋଡିଦେଲେ ପ୍ରଚୁର ପରିମାଣରେ ମିଥେନ୍ ଗ୍ୟାସ୍ ନିର୍ଗତ ହୋଇ ବାୟୁ ପ୍ରଦୂଷଣ କରେ |
(v) ପୋଡି ସାରିବା ପରେ ରହୁଥିବା କଠିନ ଅବଶେଷ ମୃତ୍ତିକା ପ୍ରଦୂଷଣ କରେ | ତେଣୁ ପ୍ଲାଷ୍ଟିକ୍ କୁ ପୋଡିବା ଅନୁଚିତ |
17. PVC ର ପୂରାନାମ ଇଂରାଜୀ ଓ ଓଡିଆରେ ଲେଖ |
ଉତ୍ତର : PVC ର ପୂରାନାମ – Poly Vinyl Chloride (ପାଳି ଭିନାଇଲ୍ କ୍ଲୋରାଇଡ୍)
18. PET ର ପୂରାନାମ ଇଂରାଜୀ ଓ ଓଡିଆରେ ଲେଖ |
ଉତ୍ତର : PET ର ପୂରାନାମ Poly Ethylene Terepthalate (ପାଳି ଇଥିଲିନ ଟେରେପଥଲେଟ୍)
19. ବାମ ପାର୍ଶ୍ଵର ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ଵ ଶୂନ୍ୟସ୍ଥାନ ପୂରଣ କର |
a) ଥର୍ମୋପ୍ଲାଷ୍ଟିକ୍ସ୍ : ରୈଖିକ ଏକକ ସଜ୍ଜା :: ଥର୍ମୋସେଟିଙ୍ଗ ପ୍ଲାଷ୍ଟିକ୍ସ୍ : କ୍ରସଲିଙ୍କଡ ଏକକ ସଜ୍ଜା
b) ଥର୍ମୋପ୍ଲାଷ୍ଟିକ୍ସ୍ : ପୁନଃଚକ୍ରଣ ଯୋଗ୍ୟ :: ଥର୍ମୋସେଟିଙ୍ଗ ପ୍ଲାଷ୍ଟିକ୍ସ୍ : ପୁନଃଚକ୍ରଣ ଅଯୋଗ୍ୟ
Truly Indian Brand