- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chapter 4 Dhatu O Adhatu ( ଧାତୁ ଓ ଅଧାତୁ ) Notes

Odia Medium Class 8 Science Chapter 4 Dhatu O Adhatu ( ଧାତୁ ଓ ଅଧାତୁ ) Notes

Language : Odia
LRNR provides this material totally free
Odia Medium Class 8 Science Chapter 4 Dhatu O Adhatu ( ଧାତୁ ଓ ଅଧାତୁ ) Notes
ଧାତୁ ଓ ଅଧାତୁ
ଧାତୁ ( Metal ) : -
i. ଲୁହା – ଏଥିରେ ପନିକି , କଟୁରୀ , କୁରାଢି , ଲଙ୍ଗଳର ଲୁହା ଆଦି ତିଆରି କରାଯାଏ |
ii. ତମ୍ବା – ଏଥିରେ ଠାକୁର ବାସନ , ବିଦ୍ୟୁତ , ବିଦ୍ୟୁତ ତାର ଆଦି ପ୍ରସ୍ତୁତ କରାଯାଏ |
iii. ଏଲୁମିନିୟମ – ଏଥିରେ ବାସନ , ବିଦ୍ୟୁତ୍ ତାର ଆଦି ପ୍ରସ୍ତୁତ କରାଯାଏ |
iv. ଟିଣ – ଏଥିରେ ତିଆରି ଦବାଗୁଡିକରେ ଖାଇବା ତେଲ, କିରୋସିନ୍ , ବିସ୍କୁଟ ଆଦି ରଖାଯାଏ |
ଅଧାତୁ (Non – Metals) :-
i. କାର୍ବନ (ଅଙ୍ଗାରକ) - ଏହା କାଠ ଅଙ୍ଗାର ଓ କୋଇଲାର ମୁଖ୍ୟ ଉପାଦାନ ଅଟେ |
ii. ସଲଫର୍ (ଗନ୍ଧକ) – ଏହା କେତେକ ବାଣ ଓ ଔଷଧର ଉପାଦାନ ଅଟେ |
iii. ଫସଫରସ୍ – ଏହା ଦିଆସିଲି କାଠିର ବାରୁଦ ଓ ଫସଫେଟ୍ ସାରର ଉପାଦାନ ଅଟେ |
iv. ଆୟୋଡିନ – ଏହା ଆୟୋଡିନ ଯୁକ୍ତ ଲବଣ ଓ କ୍ଷତ ସ୍ଥାନରେ ବ୍ୟବହୃତ ଟିଙ୍କଚର୍ ଆୟୋଡିନ୍ ଔଷଧର ଉପାଦାନ ଅଟେ |
· ମୌଳିକ ଗୁଡିକୁ ସାଧାରଣତଃ ଧାତୁ ଓ ଅଧାତୁ ଶ୍ରେଣୀଭୁକ୍ତ କରାଯାଇଛି |
· କେତେକ ମୌଳିକ ଉଭୟ ଧାତୁ ଓ ଅଧାତୁର ଧର୍ମ ପ୍ରଦର୍ଶନ କରିଥାନ୍ତି | ସେଗୁଡିକୁ ଉପଧାତୁ (metalloid) କୁହାଯାଏ |
· ଏଗୁଡିକ ସବୁ ପ୍ରକୃତିରେ ଉପଲବଧ ହେଉଥିବାରୁ ଏଗୁଡ଼ିକୁ ପ୍ରାକୃତିକ ମୌଳିକ (natural elements) କୁହାଯାଏ ·
ସାଧାରଣତଃ ପଦାର୍ଥର ଧର୍ଗୁଡିକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଏ – ଭୌତିକ ଧର୍ମ (physical properties) ଏବଂ ରାସାୟନିକ ଧର୍ମ (chemical properties) |
ଧାତୁଗୁଡିକର ଭୌତିକ ଧର୍ମ : -
· ଅଧିକାଂଶ ଧାତୁ ନୂତନ ଅବସ୍ଥାରେ ଅର୍ଥାତ ପ୍ରସ୍ତୁତି ବେଳେ ଚକ ଚକ ଦେଖାଯାନ୍ତି ; କିନ୍ତୁ ପୁରୁଣା ହୋଇଗଲେ ଫିକା ବା ମଳିନ ଦେଖାଯାନ୍ତି | ଧାତୁର ଚକଚକ ରୂପ ବା ଧର୍ମକୁ ଧାତବ ଦୀପ୍ତି ବା ଔଜ୍ଜଲ୍ୟ କୁହାଯାଏ |
· ଅଧିକାଂଶ ଧାତୁ ପ୍ରସାରଣଶୀଳ ବା ନମନୀୟ | ଏହି ଗୁଣ ଯୋଗୁଁ ବିଭିନ୍ନ ଧାତୁର ଚଦର ପ୍ରସ୍ତୁତ କରାଯାଇପାରୁଛି |
· ଧାତୁ ତାପ ପରିବହନ କରେ , ଅର୍ଥାତ ଧାତୁଗୁଡିକ ତାପ ପରିବାହୀ |
· ଧାତୁ ବିଦ୍ୟୁତ ପରିବହନ କରେ ଅର୍ଥାତ ଧାତୁଗୁଡିକ ବିଦ୍ୟୁତ ପରିବାହୀ |
ଦୃଷ୍ଟାନ୍ତ – 1 : -
· ଧାତୁଗୁଡିକର ତାରରେ ରୂପାନ୍ତରଣ ହେବା ଗୁଣ ବା ପ୍ରକୃତିକୁ ତନ୍ୟତା ଧର୍ମ କୁହାଯାଏ |
ଦୃଷ୍ଟାନ୍ତ – 2 : -
· ଧାତୁଗୁଡିକରୁ ସୃଷ୍ଟି ହେଉଥିବା ଧ୍ୱନି ବା ଶବ୍ଦକୁ ଧାତବ ଧ୍ୱନି କୁହାଯାଏ | ସାଧାରଣତଃ ଅଧିକାଂଶ ଧାତୁରୁ ଏଭଳି ଶବ୍ଦ ବା ଧ୍ୱନି ସୃଷ୍ଟି ହେଉଥିବାରୁ ଏହାକୁ ଧାତୁଗୁଡିକର ଏକ ଧର୍ମ ରୂପେ ବିବେଚନା କରାଯାଏ |
ଦୃଷ୍ଟାନ୍ତ – 3 : -
· ଅଧିକାଂଶ ଧାତୁ ଶକ୍ତ ବା ଟାଣ ଅଟେ |
ଅଧାତୁଗୁଡିକର ଭୌତିକ ଧର୍ମ : -
· ଅଧାତୁ ଗୁଡିକର ଧାତବ ଔଜ୍ଜଲ୍ୟ ବା ଦୀପ୍ତି ନଥାଏ |
· କଠିନ ଅଧାତୁଗୁଡିକ ନମନୀୟ ନୁହନ୍ତି , ଏଗୁଡିକ ଭଙ୍ଗୁର |
· ଅଧାତୁଗୁଡିକ ତାପ କୁପରିବାହୀ ଅଟନ୍ତି |
· ଅଧାତୁଗୁଡିକ ବିଦ୍ୟୁତ କୁପରିବାହୀ ଅଟନ୍ତି |
ଧାତୁ ଓ ଅଧାତୁ ଗୁଡିକର ରାସାୟନିକ ଧର୍ମ : -
A. ଅକସିଜେନ ସହ ପ୍ରତିକ୍ରିୟା : -
ଲୁହା ଓ ବାୟୁର ଅକସିଜେନ ଏବଂ ଜଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ସଂଘଟିତ ହୋଇ ଆଇରନ ଅକ୍ସାଇଡ ସୃଷ୍ଟି ହୁଏ , ଯାହାକୁ ରଷ୍ଟ ବା କଳଙ୍କି କୁହାଯାଏ |
Fe + O2 + H2O = Fe2O3
ଆଇରନ ଅକସିଜେନ ଜଳ ଆଇରନ ଅକ୍ସାଇଡ ବା ଫେରିକ ଅକ୍ସାଇଡ
· ରଷ୍ଟ ଓ ଜଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ସଂଘଟିତ ହୋଇ ଫେରିକ ହାଇଡ୍ରକ୍ସାଇଡ ନାମକ ଏକ କ୍ଷାର ସୃଷ୍ଟି ହୁଏ , ଯାହାଦ୍ୱାରା ଲାଲ ଲିଟମସ ନୀଳ ହୁଏ |
Fe2O3 + 3 H2O = 2 Fe (OH)3
ଆଇରନ ଅକ୍ସାଇଡ ଜଳ ଫେରିକ ହାଇଡ୍ରକ୍ସାଇଡ
· ସାଧାରଣତଃ ଧାତବ ଅକ୍ସାଇଡ ଗୁଡିକ କ୍ଷାରୀୟ |
· ଯଦି କୌଣସି ଜଳୀୟ ମିଶ୍ରଣରେ ଲାଲ ଲିଟମସ କାଗଜ ବୁଡାଇଲେ ନୀଳ ହୋଇଯାଏ ,ତେବେ ମିଶ୍ରଣଟି କ୍ଷାରୀୟ (basic) ଅଟେ |
· ଯଦି କୌଣସି ଜଳୀୟ ମିଶ୍ରଣରେ ନୀଳ ଲିଟମସ ଲାଲ ହୋଇଯାଏ , ତେବେ ମିଶ୍ରଣଟି ଅମ୍ଳୀୟ (acidic) ଅଟେ |
· ଯଦି କୌଣସି ଜଳୀୟ ମିଶ୍ରଣରେ ଉଭୟ ଲିଟମସ କାଗଜର ରଙ୍ଗରେ କୌଣସି ପରିବର୍ତ୍ତନ ହୁଏ ନାହିଁ , ତେବେ ମିଶ୍ରଣଟି ନିଉଟ୍ରାଲ୍ (neutral) ବା ଉଦାସୀନ ଅଟେ |
· ସଲଫର ଡାଇଅକ୍ସାଇଡ ଗ୍ୟାସ୍ ଜଳରେ ଦ୍ରବୀଭୂତ ହୋଇ ସଲଫ୍ୟୁରସ ଅମ୍ଳ ସୃଷ୍ଟି କରେ | ଏହାଦ୍ୱାରା ନୀଳ ଲିଟମସ କାଗଜ ଲାଲରେ ପରିଣତ ହୁଏ |
· ଦୃଷ୍ଟାନ୍ତ : - କାର୍ବନ ଡାଇଅକ୍ସାଇଡ ଗ୍ୟାସ୍ ଜଳରେ ଦ୍ରବୀଭୂତ ହୋଇ କାର୍ବୋନିକ ଅମ୍ଳ ସୃଷ୍ଟି କରେ |
· ଦୃଷ୍ଟାନ୍ତ : - ଫସଫରସର ଛୋଟ ଖଣ୍ଡ ଚିନାମାଟିର ପ୍ଲେଟରେ ରଖିଲେ ବାୟୁର ଅକସିଜେନ ସହ ପ୍ରତିକ୍ରିୟା କରି ଫସଫରସ ପେଷ୍ଟାକସାଇଡ ନାମକ ଧଳା ରଙ୍ଗର ଗ୍ୟାସ୍ ସୃଷ୍ଟି କରେ ; ଯାହାକି ଘନୀଭୂତ ହୋଇ ଧଳା ଚୂର୍ଣ୍ଣରେ ପରିଣତ ହୁଏ |
· ଦୃଷ୍ଟାନ୍ତ : - ସାଧାରଣତଃ ଅଧାତୁଗୁଡିକର ଅକ୍ସାଇଡଗୁଡିକ ଅମ୍ଳୀୟ ଅଟନ୍ତି |
·
B. ଜଳ ସହ ପ୍ରତିକ୍ରିୟା : -
· ଜଳ ଓ ସୋଡିୟମ୍ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ତୀବ୍ରତର ହୋଇଥିବା ଯୋଗୁଁ ସୋଡିୟମ୍ ଖଣ୍ଡଟି ଜଳରେ ସ୍ଥିର ନ ରହି ଇତଃସ୍ତତଃ ଗତିକଲା |
· ଏହା ଏକ “ତାପ – ଉତ୍ପାଦୀ” ପ୍ରତିକ୍ରିୟା ଅଟେ |
· ସୋଡିୟମ ହାଇଡ୍ରକ୍ସାଇଡ୍ ନାମକ କ୍ଷାର ସୃଷ୍ଟି ହେବା ଯୋଗୁଁ ଲାଲ ଲିଟମସ୍ ନୀଳ ହୋଇଥାଏ |
· 2 Na + 2 H2O → 2 NaOH + H2
· ସୋଡିୟମ ଜଳ ସୋଡିୟମ ହାଇଡ୍ରକ୍ସାଇଡ
C. ଅମ୍ଳ ସହ ପ୍ରତିକ୍ରିୟା :
ସାବଧାନତା : -
· ପରୀକ୍ଷା ନଳୀ (test tube) ଧରିବା ପାଇଁ test tube ହୋଲ୍ଡାର ବ୍ୟବହାର କର |
· ପରୀକ୍ଷା ନଳୀକୁ ସର୍ବଦା ମୁହଁ ଠାରୁ ଦୂରରେ ରଖି ପରୀକ୍ଷା ସମ୍ପାଦନ କର |
· ପ୍ରତିକ୍ରିୟା ହେଉଛି କି ନାହିଁ ଦେଖିବା ବେଳେ ପରୀକ୍ଷାନଳୀର ନିମ୍ନଭାଗକୁ ବାହାର ପଟୁ ଦେଖ |
· ଅମ୍ଳ ବ୍ୟବହାର କଲାବେଳେ ଆସ୍ତେ ଆସ୍ତେ କମ୍ ପରିମାଣର ଅମ୍ଳ ଢାଳିବ ଏବଂ ଢାଳିସାରିବା ପରେ ତତ୍ କ୍ଷଣାତ ଅମ୍ଳ ବୋତଲର ଠିପି ବନ୍ଦ କରିବ |
· ଅମ୍ଳ ହାତରେ ଲାଗିଲେ କ୍ଷତ ହୋଇପାରେ ଏବଂ ପୋଷାକରେ ପଡିଲେ ନଷ୍ଟ ହୋଇପାରେ | ତେଣୁ ସାବଧାନତା ଅବଲମ୍ବନ କରିବା ଉଚିତ୍ |
· ଯେଉଁ କ୍ଷେତ୍ରରେ “ପପ୍” ଶବ୍ଦ ସୃଷ୍ଟି ହେଲା ସେଗୁଡିକ ଧାତୁ ଅଟନ୍ତି |
· ଧାତୁ ସହ ଅମ୍ଳର ପ୍ରତିକ୍ରିୟାରୁ ପ୍ରାୟତଃ ହାଇଡ୍ରୋଜେନ୍ ନିର୍ଗତ ହୋଇଥାଏ |
ଦୃଷ୍ଟାନ୍ତ : -
· ସୋଡିୟମ୍ ଭଳି ପୋଟାସିୟମ୍ ମଧ୍ୟ ଜଳ ସହ ତୀବ୍ର ପ୍ରତିକ୍ରିୟା କରି ପୋଟାସିୟମ୍ ହାଇଡ୍ରକ୍ସାଇଡ (କ୍ଷାର) ଓ ତାପ ଶକ୍ତି ସୃଷ୍ଟି କରିଥାଏ | ଏହା ମଧ୍ୟ କିରୋସିନି ରେ ବୁଡାଇ ରଖାଯାଏ |
· କ୍ୟାଲସିୟମ୍ ଓ ଲିଥିୟମ୍ ଥଣ୍ଡା ଜଳ ସହ ପ୍ରତିକ୍ରିୟା କରି କ୍ଷାର ସୃଷ୍ଟି କରିଥାଆନ୍ତି |
· ମ୍ୟାଗ୍ନେସିୟମ୍ ଓ ଏଲୁମିନିୟମ୍ ଫୁଟନ୍ତା ଜଳ ସହ ପ୍ରତିକ୍ରିୟା କରି କ୍ଷାର ସୃଷ୍ଟି କରେ |
· ଲୁହାର ଜଳସହ ପ୍ରତିକ୍ରିୟା ବହୁତ ଧୀର ଗତିରେ ଘଟିଥାଏ |
· ସାଧାରଣତଃ ଜଳ ଓ ଅଧାତୁ ମଧ୍ୟରେ ପ୍ରତିକ୍ରିୟା ହୁଏ ନାହିଁ |
D. କ୍ଷାର ସହ ପ୍ରତିକ୍ରିୟା : -
ସାବଧାନତା :-
· ସୋଡିୟମ୍ ହାଇଡ୍ରକ୍ସାଇଡ ବଟିକାକୁ ହାତରେ ଧରିଲେ ଚର୍ମ ଓ ମାଂସ କ୍ଷତ ହୋଇପାରେ | ତେଣୁ ପ୍ଲାଷ୍ଟିକ୍ ଚାମଚରେ ବୋତଲରୁ ବାହାର କର |
· ସୋଡିୟମ୍ ହାଇଡ୍ରକ୍ସାଇଡ ବୋତଲକୁ ଖୋଲା ରଖିଲେ ପ୍ରଥମତଃ ବାୟୁର କାର୍ବନ ଡାଇଅକ୍ସାଇଡ ସହ ପ୍ରତିକ୍ରିୟା କରି ସୋଡିୟମ କାର୍ବୋନେଟ୍ ରେ ପରିଣତ ହେବ ଏବଂ ଦ୍ଵିତୀୟତଃ ବାୟୁରୁ ଜଳ କଣା ଶୋଷି ପାଣିଆ ହୋଇଯିବ |
· ଟେଷ୍ଟ ଟ୍ୟୁବଗୁଡିକ ଉତ୍ତପ୍ତ କରିବା ବେଳେ ଟେଷ୍ଟ ଟ୍ୟୁବ୍ ହୋଲ୍ଡର ରେ ଧର |
· କେତେକେ ଧାତୁ ଓ ସୋଡିୟମ ହାଇଡ୍ରକ୍ସାଇ ମଧ୍ୟରେ ପ୍ରତିକ୍ରିୟା ସଂଘଟିତ ହୋଇ ହାଇଡ୍ରୋଜେନ ସୃଷ୍ଟି ହୁଏ | ଉକ୍ତ ହାଇଡ୍ରୋଜେନ୍ ଦହନ ଯୋଗୁଁ “ପପ୍” ଶବ୍ଦ ସୃଷ୍ଟି ହୁଏ |
ଦୃଷ୍ଟାନ୍ତ :-
· ଅଧାତୁ ଓ କ୍ଷାର ମଧ୍ୟରେ ସଂଘଟିତ ପ୍ରତିକ୍ରିୟା ଅତି ଜଟିଳ | ତେଣୁ ବିଦ୍ୟାଳୟ ସ୍ତରରେ ଏହାର ଆଲୋଚନା ସମୀଚିନ ନୁହେଁ |
E. ଲବଣ ସହ ପ୍ରତିକ୍ରିୟା : -
a) Cuso4 + Zn = Znso4 + Cu
ନୀଳ ରଙ୍ଗର ଦ୍ରବଣ ବର୍ଣ୍ଣହୀନ ଦ୍ରବଣ ଲାଲ୍ ରଙ୍ଗ
ଏହି ପ୍ରତିକ୍ରିୟା Zn ଖଣ୍ଡର କିଛି ଅଂଶ Cuso4 ଯୌଗିକର cu କୁ ବିସ୍ଥାପିତ କରି ତାହାର ସ୍ଥାନ ଅଧିକାର କରେ; ଯାହାଦ୍ୱାରା Cuso4 ଓ cu ସୃଷ୍ଟି ହୁଏ | ଏହି ପ୍ରତିକ୍ରିୟାକୁ “ବିସ୍ଥାପିତ ପ୍ରତିକ୍ରିୟା” କୁହାଯାଏ |
b) Cuso4 + Fe = Feso4 + Cu
ନୀଳ ରଙ୍ଗର ଦ୍ରବଣ ଇଷତ୍ ସବୁଜ ଲାଲ୍ ରଙ୍ଗ
ରଙ୍ଗର ଦ୍ରବଣ
ଏହି ପ୍ରତିକ୍ରିୟାରେ Fe କଣ୍ଟାର କିଛି ଅଂଶ Cuso4 ଯୌଗିକର cu କୁ ବିସ୍ଥାପିତ କରି ତାହାର ସ୍ଥାନ ଅଧିକାର କରେ , ଯଦ୍ଵାରା Feso4 ଓ Cu ସୃଷ୍ଟି ହୁଏ |
c) Feso4 + Zn = Znso4 + Fe
ଇଷତ୍ ସବୁଜ ବର୍ଣ୍ଣହୀନ ଦ୍ରବଣ ଧଳା ରଙ୍ଗ
ରଙ୍ଗର ଦ୍ରବଣ
ଏହି ପ୍ରତିକ୍ରିୟାରେ Zn ଖଣ୍ଡର କିଛି ଅଂଶ Feso4 ଯୌଗିକର Fe କୁ ବିସ୍ଥାପିତ କରି ତାହାର ସ୍ଥାନ ଅଧିକାର କରେ , ଯଦ୍ଵାରା Znso4 ଓ Fe ସୃଷ୍ଟି ହୁଏ |
ଦୃଷ୍ଟାନ୍ତ : -
· ଅଧାତୁ ଓ ଲବଣ ମଧ୍ୟରେ ସାଧାରଣତଃ ରାସାୟନିକ ପ୍ରତିକ୍ରିୟା ସଂଘଟିତ ହୁଏ ନାହିଁ |
ଧାତୁ ଓ ଅଧାତୁ ଗୁଡିକର ଉପଯୋଗିତା :-
· ଜୀବ ଜଗତ ଓ ଜଡ ଜଗତ ଧାତୁ ଓ ଅଧାତୁରେ ଗଢା ହୋଇଛି |
· ବଞ୍ଚିରହିବା ପାଇଁ ସୋଡିୟମ , ପୋଟାସିୟମ , କ୍ୟାଲସିୟମ୍ , ଆଇରନ୍ , କପର୍ , ଜିଙ୍କ୍ ଆଦି ଧାତୁ ଓ ହାଇଡ୍ରୋଜେନ୍ , ନାଇଟ୍ରୋଜେନ୍ , ଅକ୍ସିଜେନ୍ , କାର୍ବନ , ଆୟୋଡିନ୍ ଆଦି ଅଧାତୁ ଇତ୍ୟାଦି ଆବଶ୍ୟକ |
· ଉଦାହରଣ ସ୍ଵରୁପ ଅକ୍ସିଜେନ୍, ଶ୍ଵାସକ୍ରିୟା ପାଇଁ ଓ ଦହନ ପାଇଁ ଆବଶ୍ୟକ |
· ଜଳ ହେଉଛି ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ର ଯୌଗିକ |
· ଆମର ସମସ୍ତ ଖାଦ୍ୟ ଶ୍ଵେତସାର, ପୃଷ୍ଟିସାର , ସ୍ନେହସାର , ଧାତୁସାର , ଭିଟାମିନ ଓ ଜଳ ଏସବୁ ଧାତୁ ଓ ଅଧାତୁରେ ତିଆରି ପଦାର୍ଥ |
· ପ୍ରକୃତିରୁ ଉପଲବ୍ଧ ଔଷଧ , ତନ୍ତୁ , ରବର , ଅଠା , ଜୀବାଶ୍ମ ଇନ୍ଧ ଆଦି ଧାତୁ ଓ ଅଧାତୁରୁ ପ୍ରସ୍ତୁତ ହୁଏ |
· ମନୁଷ୍ୟକୃତ ଔଷଧ , କୀଟନାଶକ ଔଷଧ , ରାସାଯନିକ ସାର , କୃତ୍ରିମ ତନ୍ତୁ ଆଦି ମଧ୍ୟ ଧାତୁ ଓ ଅଧାତୁରୁ ସୃଷ୍ଟ |
· ବିଭିନ୍ନ ଘର କରଣା ଜିନିଷ , ରନ୍ଧନ ପାତ୍ର, ବାସନକୁସନ , ଚାଷ ଉପକରଣ ଇତ୍ୟାଦିରେ ଧାତୁର ବ୍ୟବହାର ଅପରିହାର୍ଯ୍ୟ |
|
Truly Indian Brand