- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chapter 5 Coal and Petroleum ( କୋଇଲା ଓ ପେଟ୍ରୋଲିୟମ୍ ) Notes
Odia Medium Class 8 Science Chapter 5 Coal and Petroleum ( କୋଇଲା ଓ ପେଟ୍ରୋଲିୟମ୍ ) Notes
Language : Odia
LRNR provides this material totally free
Odia Medium Class 8 Science Chapter 5 Coal and Petroleum ( କୋଇଲା ଓ ପେଟ୍ରୋଲିୟମ୍ ) Notes
କୋଇଲା ଓ ପେଟ୍ରୋଲିୟମ୍
· ଆମେ ବିଭିନ୍ନ ଶକ୍ତି ଉତ୍ସରୁ ଶକ୍ତି ପାଇଥାଉ | ସେଗୁଡିକ ହେଉଛି – ସୂର୍ଯ୍ୟ, ଜଳ, ବାୟୁ , କୋଇଲା, ପେଟ୍ରୋଲିୟମ୍ , ପ୍ରାକୃତିକ ଗ୍ୟାସ୍ ଇତ୍ୟାଦି |
· ଏହି ସବୁ ପ୍ରକୃତିରୁ ମିଳିଥାଏ, ତେଣୁ ଏଗୁଡ଼ିକୁ ପ୍ରାକୃତିକ ଶକ୍ତି ସମ୍ପଦ କୁହାଯାଏ |
· ଅଧିକ ମାତ୍ରାରେ ବ୍ୟବହାର ହେବା ଫଳରେ ଏଗୁଡିକ ଏବେ ସାରିବାକୁ ଆରମ୍ଭ ହେଲାଣି, ଅନ୍ୟ ପକ୍ଷରେ ଅସରନ୍ତି ଶକ୍ତି ଭଣ୍ଡାର ଗୁଡିକରୁ ବ୍ୟବହାର ଉପଯୋଗୀ ଶକ୍ତି ସଂଗ୍ରହ କରିବା ଅତ୍ୟଧିକ ବ୍ୟୟସାପେକ୍ଷ | ଏହି ପରିସ୍ଥିତିକୁ “ ଶକ୍ତି – ସଙ୍କଟ” କୁହାଯାଏ |
· କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ବହୁକାଳରୁ ଶକ୍ତିର ଉତ୍ସରୂପେ ବ୍ୟବହାର ହୋଇଆସୁଥିବାରୁ ଏଗୁଡ଼ିକୁ “ପାରମ୍ପରିକ ଶକ୍ତି ଉତ୍ସ” କୁହାଯାଏ |
· ଥରେ ବ୍ୟବହାର କଲେ ପୁନର୍ବାର ବ୍ୟବହାର ଉପଯୋଗୀ ହେଉ ନ ଥିବା ଯୋଗୁଁ ଏଗୁଡ଼ିକୁ “ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସ” କୁହାଯାଏ |
· ଜୀବର ଅବଶେଷରୁ ସୃଷ୍ଟି ହେଉଥିବାରୁ ଏଗୁଡ଼ିକୁ “ଜୀବାଶ୍ମ” ଅଟେ ଓ ଇନ୍ଧନ ରୂପେ ବ୍ୟବହାର ହେଉଥିବାରୁ “ଜୀବାଶ୍ମ ଇନ୍ଧନ ” କୁହାଯାଏ |
କୋଇଲା (Coal) : -
· କୋଇଲାର ଉତ୍ପତ୍ତି ସମ୍ବନ୍ଧରେ ଭୂତତ୍ତ୍ଵବିତ୍ମାନଙ୍କର ମତ ହେଉଛି ଯେ ପ୍ରାୟ ୩୦୦ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ଅନେକ ବିରାଟକାୟ ଦ୍ରୁମ ଘଞ୍ଚ ଜଙ୍ଗଲ, ବୀସ୍ତିର୍ଣ୍ଣ ସନ୍ତସନ୍ତିଆ ଅଞ୍ଚଳ ଓ ବଡ ବଡ ନଦୀ ଥିଲା |
· ଭୂଚଳନ , ଭୂମିକମ୍ପ , ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ମୃତ୍ତ ଉଦ୍ଭିଦ ଗୁଡିକ ଉପରେ ଚାପର ମାତ୍ରା କ୍ରମଶଃ ବୃଦ୍ଧି ହେଲା |
· ଭୂ – ଅଭ୍ୟନ୍ତରରେ ଅଧିକ ତାପମାତ୍ରା ଓ ଅମ୍ଳଜାନର ଅଭାବ ଏବଂ ଉପସ୍ଥିତ ମାଟିର ପ୍ରବଳ ଚାପ ଯୋଗୁଁ ପୋତି ହୋଇଯାଇଥିବା ଉଦ୍ଭିଦଗୁଡିକର ଶକ୍ତି ଅଂଶ ଗୁଡିକ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ କାର୍ବନ୍ ବା ଅଙ୍ଗାରକରେ ପରିଣତ ହେଲା, ଯାହାକୁ କୋଇଲା କୁହାଯାଇଛି |
· ପ୍ରାକୃତିକ ଉପାଯରେ ସଂଘଟିତ ହେଉଥିବାରୁ ଏହି ରାସାୟନିକ ପ୍ରତିକ୍ରିୟାକୁ “କାର୍ବନାଇଜେସନ୍ “ ବା “ଅଙ୍ଗାରୀଭବନ” କୁହାଯାଏ |
· ଏହାକୁ ଅନ୍ତର୍ଧୂମ ପାତନ ପ୍ରକ୍ରିୟା ସହ ତୁଳନା କରାଯାଏ ଏବଂ ଅମ୍ଳଜାନ ଅନୁପସ୍ଥିତିରେ ହେଉଥିବାରୁ ଏହାକୁ “ ପ୍ରାକୃତିକ ଅନ୍ତର୍ଧୂମ ପାତନ” କୁହାଯାଏ |
· ପ୍ରାକୃତିକ ଉପାୟରେ ପ୍ରଚୁର ପରିମାଣରେ କୋଇଲା ଗଚ୍ଛିତ ଅଞ୍ଚଳକୁ “କୋଇଲା ଖଣି” କୁହାଯାଏ |
· ଯେଉଁ ଅଞ୍ଚଳରେ କାର୍ବନାଇଜେସନ୍ ମାତ୍ରା କମ୍ , ସେହି ଅଞ୍ଚଳର କୋଇଲାରେ କାର୍ବନର ପରିମାଣ କମ୍ ଥାଏ ଏବଂ ଯେଉଁଠି କାର୍ବନାଇଜେସନ୍ ର ମାତ୍ରା ଅଧିକ ସେଠାକାର କୋଇଲାରେ କାର୍ବନର ପରିମାଣ ଅଧିକ |
କାର୍ବନର ପରିମାଣକୁ ଭିତ୍ତିକରି କୋଇଲାକୁ ସାଧାରଣତଃ ଚାରିଶ୍ରେଣୀରେ ବିଭକ୍ତ କରାଯାଇଛି |
i. ଆନ୍ଥ୍ରାସାଇଟ (Anthracite)
ii. ବିଟୁମିନ୍ସ (Bituminous )
iii. ଲିଗନାଇଟ୍ (Lignite)
iv. ପିଟ୍ (Peat)
କୋଇଲାର ଅନ୍ତର୍ଧୂମ ପାତନ : -
· ଏକ ଆବଦ୍ଧ ପାତ୍ରରେ କୌଣସି ରାସାୟନିକ ପଦାର୍ଥକୁ ଉତ୍ତପ୍ତ କରି ଉତ୍ପାଦଗୁଡିକୁ ଅଲଗା, ଅଲଗା ସଂଗ୍ରହ କରିବା ପଦ୍ଧତିକୁ ଅନ୍ତର୍ଧୂମ ପାତନ କୁହାଯାଏ |
· କାରଖାନାରେ ଏହି ପଦ୍ଧତି ଅବଲମ୍ବନ କରି କେତେକ ଉପଯୋଗୀ ଉତ୍ପାଦ ସଂଗ୍ରହ କରାଯାଏ |
· ସେଗୁଡିକ ହେଉଛି – କୋକ୍ , କୋଲ୍ ଗ୍ୟାସ , ଆଲକାତରା ଓ ଏମୋନିଆ ଗ୍ୟାସ୍ |
କୋକ୍ ( Coke ) : -
· କୋକ୍ ହେଉଛି ବିଶୁଦ୍ଧ କାର୍ବନ | ଏହା ଟାଣ ଛିଦ୍ରାଳ ଓ କଳା |
· ଏହାକୁ ଜାଳିଲେ ତାପଶକ୍ତି ଉତ୍ପନ୍ନ ହୁଏ ଏବଂ ଧୂଆଁ ବାହାରେ ନାହିଁ |
· ଲୌହ ଓର୍ ରୁ ଲୁହା ନିଷ୍କାସନ ପାଇଁ ଏହାକୁ ଇନ୍ଧନ ଓ ବିଜାରକ ରୂପେ ବ୍ୟବହାର କରାଯାଏ |
· ବିଶୁଦ୍ଧ ଲୁହା ସହ ଭିନ୍ନ ଭିନ୍ନ ଅନୁପାତରେ ମିଶାଇ ଇସ୍ପାତ ତିଆରି କରାଯାଏ |
· ତମ୍ବା, ଦସ୍ତା , ଟିଣ , ସୀସା ଆଦିର ଓର୍ ବା ଧାତୁପିଣ୍ଡ ରୁ ଧାତୁ ନିଷ୍କାସନ ପାଇଁ ବ୍ଯବହୃତ ହୁଏ |
· ଆନ୍ଥ୍ରାସାଇଟ୍ କୋଇଲାରୁ ଖୁବ୍ କମ୍ ଖର୍ଚ୍ଚରେ ଉନ୍ନତ ମାନର କୋକ୍ ପ୍ରସ୍ତୁତ କରାଯାଏ |
କୋଲ୍ ଗ୍ୟାସ (Coalgas) : -
· କୋଲ୍ ଗ୍ୟାସ ମୁଖତଃ ହାଇଡ୍ରୋଜେନ , ମିଥେନ ଓ କାର୍ବନ ମନୋକ୍ସାଇଡ ନାମକ ତିନୋଟି ଗ୍ୟାସ୍ ର ମିଶ୍ରଣ |
· କଳକାରଖାନା ଏବଂ ଘର ଗୁଡିକରେ ଏହା ଇନ୍ଧନ ରୂପେ ବ୍ୟବହୃତ ହୁଏ |
· ଅତୀତରେ କୋଲଗ୍ୟାସ୍ ଆଲୋକର ଉତ୍ସ ଥିଲା, ବର୍ତ୍ତମାନ ଏହା କେବଳ ତାପଶକ୍ତିର ଉତ୍ସ ରୂପେ ବ୍ୟବହୃତ ହେଉଛି |
ଆଲକାତରା (coaltar) : -
· କୋଲଟାର ବା ଆଲକାତରା ଦେଖିବାକୁ କଳା , ଚିକଟା , ଅର୍ଦ୍ଧତରଳ ଓ ତୀବ୍ର ଗନ୍ଧଯୁକ୍ତ ପଦାର୍ଥ |
· ଏହା ପ୍ରାୟ ୨୦୦ଟି କାର୍ବନ ଯୌଗିକର ଏକ ମିଶ୍ରଣ |
· କଳାକାରଖାନାରେ ଆଂଶିକ ପାତନ ପଦ୍ଧତିରେ ସେହି ଯୌଗିକଗୁଡିକୁ ପୃଥକ ପୃଥକ ଭାବେ ଗ୍ରହଣ କରାଯାଏ |
· ବିଭିନ୍ନ ପ୍ରକାରର ରଙ୍ଗ , ପ୍ଲାଷ୍ଟିକ , ଔଷଧ , ବିସ୍ଫୋରକ , ଫଟୋଫିଲ୍ମ , ସୁଗନ୍ଧି ଦ୍ରବ୍ୟ ,ପିଚୁ ପକ୍କା ରାସ୍ତା ତିଆରିରେ ଏବଂ କଂକ୍ରିଟ ଛାତରୁ ପାଣି ଗଳୁଥିଲେ ତାହା ଅବରୋଧ କରିବା ପାଇଁ ବ୍ୟବହାର କରାଯାଏ |
· ବର୍ତ୍ତମାନ ପିଚୁ ବଦଳରେ ବିଟୁମେନ ନାମକ ପେଟ୍ରୋଲିୟମରୁ ସଂଗୃହୀତ ଏକ ଉତ୍ପାଦ ବ୍ୟବହାର କରାଯାଉଛି |
· ଶିଳ୍ପ କ୍ଷେତ୍ରରେ କୋଇଲାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ | ତେଣୁ ଏହାକୁ ‘କଳାହୀରା’ (black diamond) କୁହାଯାଏ |
ପେଟ୍ରୋଲିୟମ ( Petroleum ) :-
କେତେକ ପଦାର୍ଥ ପେଟ୍ରୋଲିୟମରୁ ସଂଗ୍ରହ କରାଯାଏ ଅର୍ଥାତ ପେଟ୍ରୋଲିୟମ କେତେକ ପଦାର୍ଥର ମିଶ୍ରଣ |
· ଏଠାରେ ମନେରଖିବା ଉଚିତ ଯେ ପେଟ୍ରୋଲ ଓ ପେଟ୍ରୋଲିୟମ ଭିନ୍ନ ଭିନ୍ନ ପଦାର୍ଥ ଏବଂ ପେଟ୍ରୋଲ ହେଉଛି ପେଟ୍ରୋଲିୟମର ଏକ ଉପାଦାନ |
· ମୃତ ଜୀବଗୁଡିକର ଦେହାବଶେଷରୁ କେତେକ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ସୃଷ୍ଟି ହେଲା |
· ଗ୍ରୀକ୍ ଭାଷା ଅନୁଯାୟୀ “petra” ର ଅର୍ଥ “ଶିଳା” ଏବଂ “oleum” ର ଅର୍ଥ “ତୈଳ” | ଅର୍ଥାତ୍ ପେଟ୍ରୋଲିୟମ୍ ହେଉଛି ଶିଳା ଦେହରେ ସଞ୍ଚିତ ତୈଳ |
· ପେଟ୍ରୋଲିୟମ୍ “ଖଣିଜ ତୈଳ” ମଧ୍ୟ କୁହାଯାଏ ଏବଂ ଏହାର ଭଣ୍ଡାରଗୁଡିକୁ “ତୈଳକୂପ” କୁହାଯାଏ |
· ପେଟ୍ରୋଲିୟମ୍ ର ବିବିଧ ଉପଯୋଗିତା ଓ କ୍ରମବର୍ଦ୍ଦିଷ୍ଣୁ ଚାହିଦା ଯୋଗୁଁ “କାଳସୁନା” | କେହି କେହି ଏହାକୁ “ତରଳ ସୁନା” ମଧ୍ୟ କହିଥାଆନ୍ତି |
1. ପେଟ୍ରୋଲିୟମ୍ ଗ୍ୟାସ୍ ( Petroleum Gas ) : -
. ଏହା ମୁଖ୍ୟତଃ ବ୍ୟୁଟେନ ଗ୍ୟାସ୍ | କିନ୍ତୁ ଏହା ସହିତ ଖୁବ୍ କମ୍ ପରିମାଣରେ ପ୍ରୋପେନ୍ ଓ ଇଥେନ୍ ନାମକ ଦୁଇଟି ଗ୍ୟାସ୍ ମିଶି ରହିଥାଏ | ଏହି ମିଶ୍ରଣକୁ ଚାପ ପ୍ରୟୋଗ କରି ତରଳ କରାଯାଏ ଏବଂ ତରାଳୀକୃତ ଗ୍ୟାସ୍ କୁ ଲୁହା ସିଲିଣ୍ଡରରେ ଭର୍ତ୍ତି କରାଯାଏ |
. ଏହାକୁ (Liquified Petrolium Gas (LPG) କୁହାଯାଏ ଏବଂ ଇନ୍ଧନ ଗ୍ୟାସ୍ ରୂପେ ପରିଚିତ |
ଘରେ ରୋଷେଇ ପାଇଁ ଇନ୍ଧନ ଏବଂ କଳାକାରଖାନାରେ ଉତ୍ତପ୍ତ କରିବାପାଇଁ ଇନ୍ଧନ |
2. ପେଟ୍ରୋଲ ( Petrol ) : -
. କାର, ସ୍କୁଟର , ମଟର ସାଇକେଲ୍ ଆଦି ହାଲୁକା ଯାନ ଓ ଉଡ଼ାଯାହାଜର ଇନ୍ଧନ ରୂପେ ଏବଂ ରେଶମ, ପଶମ, ରେୟନ୍ ପଲିଷ୍ଟର ଆଦି ବସ୍ତ୍ର ସଫା କରିବା କାର୍ଯ୍ୟରେ |
3. କିରୋସିନି ( Kerosene ) : -
. ଲଣ୍ଠନ , ପେଟ୍ରୋଲିୟମ ଷ୍ଟୋଭ ଆଦିର ଇନ୍ଧନ ଏବଂ ଜେଟ୍ ଉଡ଼ାଜାହାଜର ଇନ୍ଧନ |
4. ଡିଜେଲ୍ ( Diesel ) : -
. ବସ୍ , ଟ୍ରକ୍ , ଟ୍ରାକ୍ଟର , ଆଦି ଭାରୀ ଯାନର ଇନ୍ଧନ ଏବଂ ଇଲେକ୍ଟ୍ରିକ୍ ଜେନେରେଟର୍ ର ଇନ୍ଧନ |
5. ଘର୍ଷଣହ୍ରାସକ ତେଲ (Lubricating Oil ) : -
. କଳାକାରଖାନାର ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ଯନ୍ତ୍ରପାତିରେ ଘର୍ଷଣ ହ୍ରାସକ ରୂପେ ବ୍ୟବହାର |
6. ମହମ (Paraffin Wax ) : -
. ମହମବତୀ, ଭ୍ୟାସଲିନ୍ , ଅଏଣ୍ଟମେଣ୍ଟ ଆଦିର ପ୍ରସ୍ତୁତିରେ ବ୍ୟବହାର |
7. ବିଟୁମେନ୍ (Bitumen ) : -
. ବିଭିନ୍ନ ରଙ୍ଗ ପ୍ରସ୍ତୁତିରେ ଏବଂ ସଡକପଥ ପିଚୁ କରିବାରେ ବ୍ୟବହାର |
ପ୍ରାକୃତିକ ଗ୍ୟାସ :-
· ତୈଳକୂପ ଗୁଡିକରେ ପେଟ୍ରୋଲିୟମ ସହ ପ୍ରାକୃତିକ ଗ୍ୟାସ ମିଶିତ ଅବସ୍ଥାରେ ଥାଏ |
· ପ୍ରାକୃତିକ ଗ୍ୟାସର ମୁଖ୍ୟ ଉପାଦାନ ହେଉଛି ମିଥେନ |
· ଏହାକୁ ସମ୍ପୀଡ଼ନ କରାଯାଉଛି ଏବଂ ବସ , ଟ୍ରକ , କାର ଆଦିରେ ବ୍ୟବହାର କରାଯାଉଛି |
· ସିଲିଣ୍ଡରରେ ଭର୍ତ୍ତି ହୋଇଥିବା ପ୍ରାକୃତିକ ଗ୍ୟାସକୁ CNG (compressed natural gas) ବା ସମ୍ପୀଡିତ ପ୍ରାକୃତିକ ଗ୍ୟାସ କୁହାଯାଏ |
ଜୀବାଶ୍ମ ଇନ୍ଧନଗୁଡିକର ବ୍ୟବହାରରେ ସଂଯମତା ଓ ମିତବ୍ୟୟିତା ଆବଶ୍ୟକ :-
· ଜୀବାଶ୍ମ ଇନ୍ଧନ ତ୍ରୟ (କୋଇଲା , ପେଟ୍ରୋଲିୟମ , ପ୍ରାକୃତିକ ଗ୍ୟାସ ) ଏଗୁଡିକରୁ ପ୍ରସ୍ତୁତ ପଦାର୍ଥଗୁଡିକ ବହୁଳ ମାତ୍ରାରେ ବ୍ୟବହାର ହେବାରେ ଲାଗିଛି |
· ଏଗୁଡିକ ପ୍ରସ୍ତୁତ ହେବାପାଇଁ ସହସ୍ର ବର୍ଷରୁ ଉର୍ଦ୍ଧ୍ଵ ସମୟ ଲାଗିଛି |
· ବିଜ୍ଞାନ ଗାରରେ ଜୀବାଶ୍ମ ଇନ୍ଧନ ପ୍ରସ୍ତୁତ କରିବା ସମ୍ଭବପର ନୁହେଁ |
· ଏଗୁଡିକର ପରିମାଣ ସୀମିତ , ଯାହାକି ଆଉ କିଛି ବର୍ଷ ପରେ ସରିଯିବ |
· ଏହା ବ୍ୟବହାର କରିବା ଦ୍ଵାରା ମଟରଯାନ ଓ କଳାକାରଖାନାଗୁଡିକରୁ ନିର୍ଗତ ଧୂଆଁ ଏବଂ ବିଷାକ୍ତ ପଦାର୍ଥ ଦ୍ଵାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ |
· ଯାହାଫଳରେ ସବୁଜ କୋଠରୀ ପ୍ରଭାବ (greenhouse effect ), ଅମ୍ଳବର୍ଷା (acid rain ), ପୃଥିବୀର ତାପମାତ୍ରା ବୃଦ୍ଧି (ଗ୍ଲୋବାଲ ୱାରମିଙ୍ଗ – global warming) ଇତ୍ୟାଦି ସୃଷ୍ଟି ହେଉଛି |
ଜୀବାଶ୍ମ ଇନ୍ଧନ ବଞ୍ଚାଇବା ପାଇଁ ଆମେ କ’ଣ କରିବା ଆବଶ୍ୟକ :-
· ଭାରତରେ pcra (petroleum conservation research association) ନାମକ ସଂସ୍ଥା ଲୋକମାନଙ୍କୁ ଏହି ସମ୍ବନ୍ଧରେ ସଚେତନ କରାଉଛି |
· ଷ୍ଟୋଭ ଜାଳିବାବେଳେ ଯେତିକି ଉତ୍ତାପ ଆବଶ୍ୟକ ତା’ ଅନୁସାରେ ପମ୍ପ ଦେବା ବା ଚାପ ସୃଷ୍ଟି କରିବା |
· ଗ୍ୟାସ ଚୁଲା ଜାଳିବା ସମୟରେ ରେଗୁଲେଟର ଦ୍ଵାରା ଯେତିକି ଆବଶ୍ୟକ ସେତିକି ପରିମାଣର ଗ୍ୟାସ ନିୟନ୍ତ୍ରଣ କରିବା |
· କିରୋସିନ୍ ରଖୁଥିବା ବୋତଲ କିମ୍ବା ସିସିର ମୁହଁକୁ ଭଲ ଭାବେ ବନ୍ଦ କରିବା |
· ଷ୍ଟୋଭ ଓ ଗ୍ୟାସଚୁଲା ନୀଳ ଶିଖା ସହ ଜଳିବା ଆବଶ୍ୟକ |
· ମଟର ସାଇକେଲ , ସ୍କୁଟର ଆଦି ଯାନ ଏକ ନିର୍ଦ୍ଧିଷ୍ଟ ବେଗରେ ଚଳାଇବା l
· ଲଣ୍ଠନ ବ୍ୟବହାର କରିବା ସମୟରେ କିଛି ସମୟ ପାଇଁ ଏହାର ଆବଶ୍ୟକତା ନ ଥିଲେ ଶିଖାକୁ କମାଇଦେବା ଉଚିତ |
Truly Indian Brand
Truly Indian Brand