Odia Medium Class 8 Science Chapter 6 Combustion and Flame (ଦହନ ଓ ଶିଖା) Notes

Sonali Ma'am avatar
Sonali Ma'am

Language : Odia

LRNR provides this material totally free

Odia Medium Class 8 Science Chapter 6 Combustion and Flame (ଦହନ ଓ ଶିଖା) Notes

ଦହନ ଓ ଶିଖା


ଦୈନନ୍ଦିନ ଜୀବନରେ ଆମେ ନିଆଁ ବା ଅଗ୍ନିର ବ୍ୟବହାର ଜାଣିଛେ | ଶୀତଦିନେ କାଠିକୁଟା ଜାଳି ଲୋକମାନେ ନିଆଁ ପୁଆଁନ୍ତି | ଏହି ପ୍ରକ୍ରିୟାକୁ ସାଧାରଣ ଭାବେ “ଦହନ”କୁହାଯାଏ |


ଯନ୍ତ୍ରପାତି ଚଳାଇବା ପାଇଁ ଇନ୍ଧନର ଦହନରୁ ଶକ୍ତି ମିଳିଥାଏ | କେତେକ ଇନ୍ଧନ ଜାଳି ଆମେ ଆଲୋକ ମଧ୍ୟ ପାଇଥାଉ |


ଦହନ ସମୟରେ ମ୍ୟାଗ୍ନେସିୟମ ବାୟୁର ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା କରି ମ୍ୟାଗ୍ନେସିୟମ ଅକ୍ସାଇଡ ନାମକ ଯୌଗିକ ସୃଷ୍ଟି କରେ | ସେହି ଯୌଗିକ ହେଉଛି ଧଳାଚୂର୍ଣ୍ଣ |


ଦହନ ଏକ ରାସାୟନିକ ପ୍ରକ୍ରିୟା ଯେଉଁଥିରେ ଏକ ପଦାର୍ଥ ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା ସଂଘଟିତ କରି ତାପ ଓ ସ୍ଥଳବିଶେଷରେ ଆଲୋକ ସୃଷ୍ଟି କରେ |


ଦହନ ପାଇଁ କ’ଣ ଆବଶ୍ୟକ ?


ଯେଉଁ ପଦାର୍ଥ ଜଳିପାରେ ତାକୁ ଦହନଶୀଳ ପଦାର୍ଥ କୁହାଯାଏ |


ଦହନଶୀଳ ପଦାର୍ଥକୁ ବାହ୍ୟ ପଦାର୍ଥ ବି କୁହାଯାଏ |


ଯେଉଁ ପଦାର୍ଥ ଜଳିପାରେ ନାହିଁ ତାକୁ ଅଦହନଶୀଳ ପଦାର୍ଥ ବା ଅବାହ୍ୟ ପଦାର୍ଥ କୁହାଯାଏ |


ଦହନ ପାଇଁ ବାୟୁ (ଅକସିଜେନ) ବା ବାୟୁ ଭଳି ସହାୟକ ପଦାର୍ଥ ଆବଶ୍ୟକ |


ଦୁଇଟି ପଦାର୍ଥ ମଧ୍ୟରେ ଘର୍ଷଣ ହେଲେ ତାପ ସୃଷ୍ଟି ହୁଏ |


ତାପ ପ୍ରୟୋଗ ଦ୍ଵାରା ପଦାର୍ଥ ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ ପହଞ୍ଚିଲେ ହିଁ ତାହା ଜଳିବା ଆରମ୍ଭ କରିଥାଏ |


ଏହି ତାପମାତ୍ରାକୁ ଉକ୍ତ ପଦାର୍ଥର ପ୍ରଜ୍ଜ୍ଵଳନ ତାପମାତ୍ରା କୁହାଯାଏ |


ଦହନପାଇଁ ସାଧାରଣତଃ ୩ ଟି କାରବାର ଆବଶ୍ୟକତା ପଡିଥାଏ |


        i.      ବାହ୍ୟ ପଦାର୍ଥ

     ii.      ଦହନରେ ସହାୟକ ପଦାର୍ଥ

   iii.      ପ୍ରଜ୍ଜ୍ଵଳନ ତାପମାତ୍ରା



ପ୍ରଜ୍ଜ୍ଵଳନଶୀଳ ପଦାର୍ଥ :-


·    ଯେଉଁ ପଦାର୍ଥର ପ୍ରଜ୍ଵଳନ ତାପମାତ୍ରା ଅତି ନିମ୍ନ , ଖୁବ୍ ସହଜରେ ସେଥିରେ ନିଆଁ ଧରିପାରେ | ସେଗୁଡିକୁ ପ୍ରଜ୍ଵଳନଶୀଳ ପଦାର୍ଥ କୁହାଯାଏ |

ଉଦାହରଣ – ପେଟ୍ରୋଲ, ସ୍ପିରିଟ୍ , ଏଲ. ପି. ଜି (LPG), ସି. ଏନ. ଜି (CNG)


ନିଆଁ ଲାଗିଲେ କିପରି ନିୟନ୍ତ୍ରଣ କରିବା : -


·    ନିଆଁ ଲିଭାଇବା ପାଇଁ ଦମକଳ କେନ୍ଦ୍ରର ସାହାଯ୍ୟ ନିଆଯାଏ |


·    ଦମକଳ ପାଣିଟାଙ୍କିରୁ ନିଆଁ ଉପରକୁ ପାଇପ ସାହାଯ୍ୟରେ ପାଣି ପକାନ୍ତି |


·    ଜଳର ଉପସ୍ଥିତିରେ ଦହନଶୀଳ ପଦାର୍ଥ ବା ଦାହ୍ୟ ପଦାର୍ଥଗୁଡିକର ତାପମାତ୍ରା ସେମାନଙ୍କର ପ୍ରଜ୍ଵଳନ ତାପମାତ୍ରା ଠାରୁ କମିଯାଏ | ଫଳରେ ନିଆଁ ବ୍ୟାପିପାରେ ନାହିଁ |


·    ପକାଯାଉଥିବା ପାଣିରୁ ସୃଷ୍ଟି ହେଉଥିବା ଜଳୀୟବାଷ୍ପ ଅକ୍ସିଜେନ୍ ଠାରୁ ଭାରୀ ହୋଇଥିବାରୁ ଦାହ୍ୟ ପଦାର୍ଥ ଚାରିପଟେ ଏକ ଆସ୍ତରଣ ଆକାରରେ ଘେରିଥାଏ |


·    ଫଳରେ ବାୟୁ (ଅକ୍ସିଜେନ୍) ନିଆଁ ପାଖରେ ପହଞ୍ଚିପାରେ ନାହିଁ | ତେଣୁ ନିଆଁ ଲିଭିଯାଏ |


·    ନିଆଁ ଲିଭାଇବାରେ ଜଳ ଏକ ଭଲ ସହାୟକ ପଦାର୍ଥ | ମାତ୍ର ଜଳ ସବୁପ୍ରକାର ନିଆଁକୁ ଲିଭାଇପାରେ ନାହିଁ |


ଯାନବାହାନରେ ନିଆଁ ନ ଲାଗିବା ପାଇଁ ସାବଧାନତା ଓ ଉପାୟ


·    ନିରାପଦରେ ଗାଡି ଚଳାଇବା |


·    ଅଗ୍ନି ନିର୍ବାପକ ଯନ୍ତ୍ରକୁ ପାଖରେ ରଖିବା |


·    ଗାଡି ଯାନବାହାନକୁ ଶ୍ରୁତିକଟୁ ଧ୍ଵନିରୁ ମୁକ୍ତ କରିବା |


·    ପ୍ରଜ୍ଵଳନଶିଳା ପଦାର୍ଥକୁ ପରିବହନ ନ କରିବା |


·    ପେଟ୍ରୋଲ ଟାଙ୍କି ଓ ତେଲ ପାଇପ୍ ଯାଞ୍ଚ କରିବା |


·    ନିରାପଦ ସ୍ଥାନରେ ଗାଡି ପାର୍କିଂ କରିବା |


ଦହନର ପ୍ରକାରଭେଦ : -


ଦ୍ରୁତ ଦହନ : -


·    ଗୋଟିଏ ପେଟ୍ରୋଲ କିମ୍ବା ଡିଜେଲ୍ ଭିଜା କପଡ଼ା ଉପରକୁ ଜଳନ୍ତା ଡିଆସିଲି କାଠି ପକାଇଦେଲେ କପଡ଼ାଟି ସାଙ୍ଗେ ସାଙ୍ଗେ ଜଳି ଉଠେ | ଏହିପରି ଡାହାଣକୁ ଦ୍ରୁତ ଦହନ କୁହାଯାଏ l


·    ଏଥିରେ ପ୍ରଚୁର ତାପ ଓ ଆଲୋକ ସୃଷ୍ଟି ହୁଏ | ଏହିଭଳି ଦହନ ସୃଷ୍ଟି କରୁଥିବା ପଦାର୍ଥଗୁଡିକର ପ୍ରଜ୍ଵଳନ ତାପମାତ୍ରା ବହୁତ କମ୍ |


ସ୍ଵତଃ ଦହନ : -


·    ଆପେ ଆପେ ସମ୍ପାଦିତ ହେଉଥିବା ଦହନକୁ ସ୍ଵତଃ ଦହନ କୁହାଯାଏ |


·    ଧଳା ଫସଫରସ୍ କୁ ବାୟୁର ରଖିଲେ ଦହନ ପ୍ରକ୍ରିୟା ଆରମ୍ଭ ହୋଇଥାଏ | ଏହି ପ୍ରତିକ୍ରିୟା ମନ୍ଥର ବେଗରେ ଗତି କରି ଯେଉଁ ତାପଶକ୍ତି ନିର୍ଗତ କରେ, ତାହା ଧଳା ଫସଫରସ୍ ର ପ୍ରଜ୍ଵଳନ ତାପମାତ୍ରା ପର୍ଯ୍ୟନ୍ତ ପହଞ୍ଚିଯାଏ | ଫଳରେ ଆପେ ଆପେ ଏହା ଜଳେ |


ବିସ୍ଫୋରଣ :-


·    ବାରୁଦର ପ୍ରତିକ୍ରିୟା ଘଟି ଅତି ଅଳ୍ପ ସମୟରେ ଅତିମାତ୍ରାରେ ତାପ, ଆଲୋକ ଓ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହୁଏ | ଏହା ବ୍ୟତୀତ ଗ୍ୟାସ୍ ମଧ୍ୟ ସେ ସ୍ଥାନରେ ଖେଳିଯାଏ |


·    ଏହିଭଳି ଦହନକୁ ବିସ୍ଫୋରଣ କୁହାଯାଏ |


ମୃଦୁ ଦହନ : -


·    ଖାଦ୍ୟ ହଜମ ହେବା ଓ ଲୁହାରେ କଳଙ୍କି ଲାଗିବା ଗୋଟିଏ ଲେଖାଏଁ ଦହନର ଉଦାହରଣ ବୋଲି କୁହାଯାଉଛି |


·    ଏଭଳି ଦହନରେ ଆଖିଦୃଷ୍ଟିଆ ତାପ ଓ ଆଲୋକ ନିର୍ଗତ ହୁଏ ନାହିଁ | ଦହନ ଏତେ ଧୀର ଗତିରେ ଚାଲିଥାଏ ଯେ ଦହନ ହେଉଛି ବୋଲି ଜାଣିହୁଏ ନାହିଁ |


·    ଏପରି ଦହନକୁ ମୃଦୁ ଦହନ କୁହାଯାଏ |


ଶିଖାର ଗଠନ : -


ମହମବତୀ ଶିଖାରେ ବିଭିନ୍ନ ଅଂଶ -


·    ଶିଖାର କେନ୍ଦ୍ରାଞ୍ଚଳରେ ଥିବା ଦୀପ୍ତିହୀନ ମଣ୍ଡଳ (dark zone ) ର ତାପମାତ୍ରା ସବୁଠାରୁ କମ୍ |


·    ଦୀପ୍ତିମାନ ମଣ୍ଡଳର (Luminous Zone ) ତାପମାତ୍ରା ତା’ଠୁ ବେଶୀ ଓ ଅତିଦୀପ୍ତ ମଣ୍ଡଳର (Non - Luminous Zone) ତାପମାତ୍ରା ସବୁଠାରୁ ବେଶୀ |


·    ଦୀପ୍ତିହୀନ ମଣ୍ଡଳ ସାମାନ୍ଯ ଅନ୍ଧାରୁଆ ଦିଶେ |


·    ଦୀପ୍ତିହୀନ ମଣ୍ଡଳରେ ମହମ କନିକାଗୁଡିକ ଆଂଶିକ ଦହନ ଘଟିଥାଏ | ଅତିଦୀପ୍ତ ମଣ୍ଡଳ ପ୍ରାୟ ଅଦୃଶ୍ଯ ବା ଈଷତ୍ ନୀଳ ରଙ୍ଗର ଦେଖାଯାଏ |


·    ଏହା ହେଉଛି ଶିଖାର ବାହ୍ୟତମ ସ୍ତର |


ଇନ୍ଧନ (fuel ) : -


·    କାଠ, କୋଇଲା ,କିରୋସିନି , ପେଟ୍ରୋଲ ଇତ୍ୟାଦି ପ୍ରତ୍ୟେକ ଜାଳେଣି ବା ଇନ୍ଧନ |


·    ଇନ୍ଧନ ଯାନବାହାନ ଚଳାଚଳ କ୍ଷେତ୍ରରେ ବି ଦରକାର ହୁଏ |


·    ଇନ୍ଧନ ଅନେକ କ୍ଷେତ୍ରରେ କଠିନ , ତରଳ ଅଥବା ଗ୍ୟାସୀୟ ହୋଇପାରେ | ଏହା ପ୍ରାକୃତିକ କିମ୍ବା କୃତ୍ରିମ ଉପାୟରେ ମଧ୍ୟ ମିଳିପାରେ |


ଆଦର୍ଶ ଇନ୍ଧନ ( Ideal Fuel ) : -


1.   ଗୋଟେଇ ଉତ୍ତମ, ଇନ୍ଧନ ଜାଣିବା ପାଇଁ ନିମ୍ନଲିଖିତ ଗୁଣଗୁଡିକ ପ୍ରତି ଧ୍ୟାନ ଦିଆଯାଏ |


2.   ଏହାକୁ ଜାଳିଲେ ବେଶୀ ପାଉଁଶ, ବିଷାକ୍ତ ଗ୍ୟାସ୍ ବା ବର୍ଜ୍ୟ ବସ୍ତୁ ମିଳୁ ନ ଥିବ |


3.   ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସୁବିଧାରେ ନେବା ଆଣିବା କରିହେଉଥିବ |


4.   ଏହାର ଉଚ୍ଚ କ୍ୟାଲୋରୀ ମୂଲ୍ୟ ଥିବା ଅର୍ଥାତ ଅଳ୍ପ ଇନ୍ଧନରୁ ବେଶୀ ତାପଶକ୍ତି ଉତ୍ପନ୍ନ ହେଉଥିବ |


5.   ଏହା ଶସ୍ତା ଓ ସୁବିଧାରେ ସବୁଠାରେ ମିଳୁଥିବ |


6.   ଏହାର ଦହନକୁ ସହଜରେ ନିୟନ୍ତ୍ରଣ କରାଯାଇପାରୁଥିବ |


ଇନ୍ଧନ ଦକ୍ଷତା : -


ଏକ କିଲୋଗ୍ରାମ ଇନ୍ଧନର ସମ୍ପୂର୍ଣ୍ଣ ଦହନରୁ ଯେତିକି ପରିମାଣର ତାପମିଳେ ତାକୁ ସେ ଇନ୍ଧନର “କ୍ୟାଲୋରୀ ମୂଲ୍ୟ “ କୁହାଯାଏ |


ଏହାର କିଲୋଜୁଲ/ କିଲୋଗ୍ରାମ (kj /kg ) ଏକକରେ ମପାଯାଏ |


ଏହାର ଅନ୍ୟାନ୍ୟ ଏକକ ଗୁଡିକୁ ହେଉଛି kj/gram, joule/gram , joule/ kg baa calorie/gm ଇତ୍ୟାଦି |


ଯାହାର କ୍ୟାଲୋରୀ ମୂଲ୍ୟ ଯେତେ ବେଶୀ, ସେ ଇନ୍ଧନରୁ ସେତିକି ବେଶୀ ତାପ ମିଳିଥାଏ |


ଇନ୍ଧନ                     କ୍ୟାଲୋରୀ ମୂଲ୍ୟ


ଗୋବର ଘସି                 6000 – 8000

କାଠ                    17000 – 22000

କୋଇଲା                   25000 – 33000

ପେଟ୍ରୋଲ                  45000

କିରୋସିନି                  45000

ଡିଜେଲ                    45000       

ମିଥେନ୍                    50000

ସି. ଏନ. ଜି                  50000

ଏଲ୍ . ପି. ଜି                 55000       

ଜୈବଗ୍ୟାସ                  35000 – 40000

ହାଇଡ୍ରୋଜେନ                150000


ଇନ୍ଧନର କ୍ଷତିକାରୀ ପ୍ରଭାବ : -


·    କାଠ , କୋଇଲା , ଗୋବର ଘସି ଭଳି ଇନ୍ଧନର ଦହନରୁ କାର୍ବନ କଣିକାର ପରିମାଣ ବାୟୁମଣ୍ଡଳରେ ଅଧିକ ହେଲେ, ଶ୍ଵାସଜନିତ ରୋଗ ଯଥା – ଆଜମା , ବ୍ରୋଙ୍କାଇଟିସ୍ , ଯକ୍ଷ୍ମା ଇତ୍ୟାଦି ସୃଷ୍ଟି ହୁଏ |


·    ଇନ୍ଧନଗୁଡିକର ଅସମ୍ପୂର୍ଣ୍ଣ ଦହନରୁ କାର୍ବନ୍ ମନୋକ୍ସାଇଡ ନାମ ଏକ ବିଷାକ୍ତ ଗ୍ୟାସ୍ ନିର୍ଗତ ହୁଏ |


·    ଅଧିକାଶଂ ଇନ୍ଧନର ସମ୍ପୂର୍ଣ୍ଣ ଦହନରୁ କାର୍ବନ ଡାଇଅକ୍ସାଇଡ୍ ଉତ୍ପନ୍ନ ହୁଏ | ଏଥିଯୋଗୁଁ “ଗ୍ଲୋବାଲୱାର୍ମିଙ୍ଗ୍” କିମ୍ବା ପୃଥିବୀର ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି |


·    ଜୀବାଶ୍ମ ଇନ୍ଧନ ଦହନରୁ ସଲଫର୍ ଡାଇଅକ୍ସାଇଡ୍ ନିର୍ଗତ ହୁଏ | ଏହାଦ୍ୱାରା ଅମ୍ଳବୃଷ୍ଟି ହୋଇଥାଏ |

 

Ratings
No reviews yet, be the first one to review the product.