- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chapter 7 Conservation of Plants and Animals ( ଉଦ୍ଭିଦ ଓ ପ୍ରାଣୀମାନଙ୍କର ସଂରକ୍ଷଣ ) Question & Answer

Odia Medium Class 8 Science Chapter 7 Conservation of Plants and Animals ( ଉଦ୍ଭିଦ ଓ ପ୍ରାଣୀମାନଙ୍କର ସଂରକ୍ଷଣ ) Question & Answer

Language : Odia
LRNR provides this material totally free
Odia Medium Class 8 Science Chapter 7 Conservation of Plants and Animals ( ଉଦ୍ଭିଦ ଓ ପ୍ରାଣୀମାନଙ୍କର ସଂରକ୍ଷଣ ) Question & Answer
ଉଦ୍ଭିଦ ଓ ପ୍ରାଣୀମାନଙ୍କର ସଂରକ୍ଷଣ
1. ଶୂନ୍ୟସ୍ଥାନ ପୂରଣ କର |
କ) ପ୍ରଣିମାନଙ୍କୁ ସେମାନଙ୍କର ନିଜ ପରିବେଶରେ ସୁରକ୍ଷା ଦେବା ସ୍ଥାନକୁ ଅଭୟାରଣ୍ୟ କୁହାଯାଏ |
ଖ) ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଖାଦେଉଥିବା ପ୍ରାଣୀ | ଉଦ୍ଭିଦ ଜାତିକୁ ସ୍ଥାନିକ ଜାତି କୁହାଯାଏ |
ଗ) ପରିବ୍ରାଜକ ପକ୍ଷୀ ଋତୁ ପରିବର୍ତ୍ତନ ଯୋଗୁଁ ବହୁ ଦୂରକୁ ଉଡିଯାଆନ୍ତି |
2. ପ୍ରଭେଦ ଦର୍ଶାଅ |
କ) ଅଭୟାରଣ୍ୟ ଓ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ –
ଉତ୍ତର : ଅଭୟାରଣ୍ୟ : -
· ଏହା କେବଳ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ |
· ଏହା କେବଳ କେତେକ ଜୀବ ଓ ତା’ର ପରିବେଶ ଉପରେ କୌଣସି ଅନିଷ୍ଟ କାରୀ ପ୍ରଭାବ ନ ପକାଉଥିବା ଅଞ୍ଚଳ |
· ଆମ ଦେଶରେ ପ୍ରାୟ ୪୪୧ଟି ଅଭୟାରଣ୍ୟ ରହିଛି |
ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ :-
· ଜୈବ ବିବିଧତାର ସଂରକ୍ଷଣ ପାଇଁ ଏହା ଉଦ୍ଦିଷ୍ଟ |
· ଏହା ସେହି ଅଞ୍ଚଳର ଯାଇବାବିବିଧତା ଓ ସଂସ୍କୃତିର ସୁରକ୍ଷାରେ ସହାୟକ ହେଉଥିବା ଅଞ୍ଚଳ |
· ଆମ ଦେଶରେ ୪୨ ଟି ପ୍ରାଣୀ ସଂରକ୍ଷଣ କେନ୍ଦ୍ର ଅଛି |
ଖ) ଚିଡିଆଖାନା ଓ ଅଭୟାରଣ୍ୟ
ଚିଡିଆଖାନା :
· ଚିଡିଆଖାନା ଜୀବର କୃତ୍ରିମ ବାସସ୍ଥାନ |
· ଚିଡିଆଖାନାର ପରିବେଶ ସୀମିତ |
· ଚିଡିଆଖାନାର ଜୀବଜନ୍ତୁମାନେ ସ୍ଵାଧୀନ ଭାବରେ ନ ଥାନ୍ତି |
ଅଭୟାରଣ୍ୟ :
· ଅଭୟାରଣ୍ୟ ଜୀବର ପ୍ରାକୃତିକ ବାସସ୍ଥାନ |
· ଅଭୟାରଣ୍ୟର ପରିବେଶ ସୀମିତ ହେଲେ ମଧ୍ୟ ଅଧିକ ବ୍ୟାପ୍ତ |
· ଅଭୟାରଣ୍ୟରେ ଜୀବଜନ୍ତୁମାନେ ଅଧିକ ସୁଖ ସ୍ଵାଚ୍ଛନ୍ଦ୍ୟରେ ଥାଆନ୍ତି |
ଗ) ବିପଦ ଗ୍ରସ୍ତ ଓ ବିଲୁପ୍ତ ଜାତି ଉଦ୍ଭିଦ ସମୂହ ଓ ପ୍ରାଣିକୂଳ
ବିପଦ ଗ୍ରସ୍ତ ଉଦ୍ଭିଦ ସମୂହ ଓ ପ୍ରାଣିକୂଳ
· ଏ ପ୍ରକାର ଜାତି ଅଳ୍ପ କିଛି ସଂଖ୍ୟାରେ ଅଛି |
· ଏ ପ୍ରକାର ଜାତିର ସଂରକ୍ଷଣ କରି ସଂଖ୍ୟା ବଢାଯାଇପାରିବ |
· ଏ ପ୍ରକାର ଜୀବର ଉଦାହରଣ – ରଣାସାପ , ଶାଗୁଣା , ଧଳା ବାଘ ଇତ୍ୟାଦି |
ବିଲୁପ୍ତ ଜାତି ଉଦ୍ଭିଦ ସମୂହ ଓ ପ୍ରାଣିକୂଳ
· ଏ ପ୍ରକାର ଜାତି ପୃଥିବୀପୃଷ୍ଠରୁ ସମ୍ପୂର୍ଣ୍ଣ ଭାବେ ଲୋପ ପାଇଗଲେଣି |
· ଏ ପ୍ରକାର ଜାତି ଆଉ ମିଳିବା ସମ୍ଭବ ନୁହେଁ |
· ଏ ପ୍ରକାର ଜାତିର ଉଦାହରଣ – ଡାଇନୋସର , ମାମଥ୍ , ଆର୍କିଓପଟେରିକସ୍ ଇତ୍ୟାଦି |
3. ଜଙ୍ଗଲ ଧ୍ଵଂସ ହେତୁ ନିମ୍ନଲିଖିତ ବିଷୟ ଉପରେ କ’ଣ ପ୍ରଭାବ ପଡେ ଆଲୋଚନା କର |
କ) ବନ୍ୟପ୍ରାଣୀ : -
ଜଙ୍ଗଲ କ୍ଷୟ ହେତୁ ପରିସଂସ୍ଥୀୟ ସନ୍ତୁଳନ ପ୍ରତି ବିପଦ ସୃଷ୍ଟି ହୁଏ | ଜଙ୍ଗଲ କ୍ଷୟ ହେତୁ କେତେ ବନ୍ୟଜନ୍ତୁ ଆଶ୍ରୟ ଓ ଖାଦ୍ୟ ଣ ପାଇ ମୃତ୍ୟୁମୁଖରେ ପଡିଥାନ୍ତି | କୌଣସି ବନ୍ୟପ୍ରାଣୀର ପରିମାଣ କମିଗଲେ ପରୋକ୍ଷରେ ସେ ଖାଉଥିବା ପ୍ରାଣୀମାନଙ୍କର ସଂଖ୍ୟା ବୃଦ୍ଧି ଘଟେ ଫଳରେ ପରିସ୍ଥିତୀଯ ସଙ୍କଟ ସୃଷ୍ଟି ହୁଏ |
ଖ) ଗ୍ରାମାଞ୍ଚଳ : -
ଗ୍ରାମାଞ୍ଚଳରେ ଯେଉଁ ଅଧିବାସୀମାନେ ଜଙ୍ଗଲ ଉପରେ ନିର୍ଭର କରି ଚାଲୁଥାନ୍ତି , ସେମାନଙ୍କର ପ୍ରଭୂତ କ୍ଷତି ହୁଏ | ଜଙ୍ଗଲ କ୍ଷୟ ହେତୁ ଅନେକ ବନ୍ୟଜୀବ ଗ୍ରାମଞ୍ଚଳକୁ ପଶିଆସି ଅନେକ କ୍ଷତି ସାଧନ କରିଥାନ୍ତି | ତୃଣଭୂମି ନଷ୍ଟ ଯୋଗୁଁ ଗ୍ରାମାଞ୍ଚଳରେ ଥିବା ଗୃହପାଳିତ ପଶୁମାନଙ୍କ ଖାଦ୍ୟରେ ଅଭାବ ଦେଖାଦିଏ |
ଗ) ପୃଥିବୀ : -
ଜଙ୍ଗଲ କ୍ଷୟ ଫଳରେ ଗଛସଂଖ୍ୟା କମିଯାଏ, ଫଳରେ ଅଳ୍ପ ପରିମାଣର ଅଙ୍ଗାରକାମ୍ଳ ନିୟୋଜିତ ହୁଏ, ତେଣୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପାଏ | ଅଙ୍ଗାରକାମ୍ଳ ପୃଥିବୀରୁ ବିକିରିତ ତାପ ଶୋଷଣ କରିବା ଦ୍ଵାରା ପୃଥିବୀର ତାପାମାତ୍ରା କମିଯାଏ | ଏହାକୁ ବିଶ୍ଵ ତାପନ କୁହାଯାଏ |
ଘ) ପରିବେଶ : -
ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ଯୋଗୁଁ ସବୁଜଘର ପ୍ରଭାବ ସୃଷ୍ଟି ହୁଏ, ମୃତ୍ତିକା କ୍ଷୟ ଘଟେ , ବୃଷ୍ଟିପାତ କମିଯାଏ | ଫଳରେ ମରୁଡି ଦେଖାଯାଏ | ଅଧିକ ଟାଙ୍ଗରା ଭୂମି ସୃଷ୍ଟି ହୁଏ | ପ୍ରଦୂଷଣର ମାତ୍ରା ବିପଜ୍ଜନକ ଭାବେ ବୃଦ୍ଧି ପାଏ |
ଙ) ସହରାଞ୍ଚଳ : -
ସହରାଞ୍ଚଳରେ ଥିବା କଳକାରଖାନାରୁ ନିର୍ଗତ ଅଙ୍ଗାରକାମ୍ଳ ବୃକ୍ଷ ଅଭାବରୁ ନିୟୋଜିତ ହୋଇପାରେ ନାହିଁ, ଫଳରେ ସବୁଜ ଘର ପ୍ରଭାବ ଓ ସ୍ମଗ୍ ଆଦି ସୃଷ୍ଟି ହୁଏ | ଅମ୍ଳବୃଷ୍ଟି ମଧ୍ୟ ହୋଇ ପରିବେଶ ପ୍ରଦୂଷିତ କରେ | ସହରାଞ୍ଚଳ ଲୋକଙ୍କର ଅନେକ ଅତ୍ୟାବଶ୍ୟକୀୟ ପଦାର୍ଥର ଅଭାବ ଦେଖାଯାଏ |
ଚ) ପରପିଢି : -
ବିଶ୍ଵତାପନ ଫଳରେ ବରଫ ତରଳି “ସମୁଦ୍ର ପତନ ବୃଦ୍ଧି ପାଇବ, ଫଳରେ କିଛି ଦ୍ଵୀପ ଜଳମଗ୍ନ ହୋଇ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା କରାଯାଉଛି | ଅନେକ ପରିବେଶ ପ୍ରଦୂଷଣ ଜନିତ ରୋଗମାନ ଦେଖାଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ | ଭବିଷ୍ୟତରେ ମଧ୍ୟ ଅନେକ ଜଙ୍ଗଲଜାତ ପଦାର୍ଥର ଅଭାବ ଦେଖାଯିବ |
4. କ’ଣ ଘଟିବ ଯଦି –
କ) ଆମେ ଗଛ କାଟି ଚାଲୁ : -
· ଅଧିକ ଟାଙ୍ଗରା ଭୂମି ସୃଷ୍ଟି ହେବ |
· ବୃଷ୍ଟିପାତ କମ ହେତୁ ମରୁଡି ଦେଖାଯିବ |
· ସବୁଜ ଘର ପ୍ରଭାବ ପରିଲକ୍ଷିତ ହେବ |
· ମୃତ୍ତିକା କ୍ଷୟ ଘଟିବ |
· କେତେକ ମୁଲ୍ୟବାନ ଉଦ୍ଭିଦ ଓ ପ୍ରାଣୀ ମୃତ୍ୟୁବରଣ କରିବେ |
· କାଠ ଓ ଅନେକ ଉଦ୍ଭିଦଜାତ ପଦାର୍ଥର ଘୋର ଅଭାବ ଦେଖାଯିବ |
· ପରିସଂଘୀୟ ସଙ୍କଟ ସୃଷ୍ଟି ହେବ |
· ଗ୍ରାମାଞ୍ଚଳ ଲୋକେ ଯେଉଁମାନେ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିଲେ ସେମାନଙ୍କର ପରାଭୂତ କ୍ଷତି ଘଟିବ |
ଖ) ଗୋଟିଏ ପ୍ରାଣୀର ପରିସ୍ଥାନ ବିପର୍ଯ୍ୟସ୍ତ ହୁଏ : -
· ଗୋଟିଏ ପ୍ରାଣୀର ପରିସ୍ଥାନ ବିପର୍ଯ୍ୟସ୍ତ ହେଲେ ବହୁ ପ୍ରାଣୀ ଓ ଉଦ୍ଭିଦ ମୃତ୍ୟୁମୁଖରେ ପଡ଼ିବେ , ଫଳରେ ପ୍ରକୃତିର ଭାରସାମ୍ୟ ନଷ୍ଟ ହେବ |
ଗ) ମାଟିର ଉପରସ୍ତର ନଷ୍ଟ ହୁଏ : -
· ମାଟିର ଉପର ସ୍ତର ନଷ୍ଟ ହେଲେ ଏହା ତଳେ ଥିବା କଠିନ , ପଥୁରିଆ ସ୍ତର ଦେଖାଯିବ , ଯେଉଁଥିରେ ହ୍ୟୁମସ୍ ପରିମାଣ କମ | ଏହା ଫଳରେ ମୃତ୍ତିକାର ଉର୍ବରତା କମିଯିବ ଓ ଧୀରେ ଧୀରେ ଉର୍ବର ମୃତ୍ତିକା ମରୁଭୂମିରେ ପରିଣତ ହେବ |
5. ସଂକ୍ଷେପରେ ଲେଖ |
କ) ଆମେ କାହିଁକି ଜୈବବିବିଧତା ସଂରକ୍ଷଣ କରିବା ?
· ପ୍ରତି ବର୍ଷ ଶହଶହ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ଲୋପ ହେବାରେ ଲାଗିଛନ୍ତି |
· ପ୍ରାଣୀମାନଙ୍କର ସୁସ୍ଥ ଜୀବନଯାପନ ପାଇଁ ଉପଯୁକ୍ତ ବାସସ୍ଥାନର ଅଭାବ ପରିଲକ୍ଷିତ ହେଉଛି |
· ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି |
· ମନଇଛା ବିଜ୍ଞାନଗାରରେ ଜୀବହତ୍ୟା ବଢିବାରେ ଲାଗିଛି |
· କିଛି ବିଦେଶୀ ଜୀବଜନ୍ତୁଙ୍କ ଆଗମନ ଫଳରେ ଦେଶୀୟ କିଛି ଜୀବଙ୍କର ବଂଶ ଲୋପ ହେଉଛି | ଏଣୁ ଆମେ ଜୈବ ବିବିଧତା ସଂରକ୍ଷଣ କରିବା |
ଖ) ସୁରକ୍ଷିତ ଜଙ୍ଗଲ ମଧ୍ୟ କାହିଁକି ପ୍ରାଣୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ନିରାପଦ ନୁହେଁ ?
· ସୁରକ୍ଷିତ ଜଙ୍ଗଲରେ ଯେଉଁ ପ୍ରାଣୀମାନେ ବାସ କରନ୍ତି ସେମାନଙ୍କ ମଧ୍ୟରୁ ଖାଦ୍ୟ ଓ ଖାଦକ , ଭକ୍ଷକ ପ୍ରାଣୀମାନେ ଖାଦ୍ୟ ରୂପେ ଅନ୍ୟ ପ୍ରାଣୀମାନଙ୍କୁ ବ୍ୟବହାର କରିଥାନ୍ତି |
· ଆଖପାଖର ଅଧିବାସୀ ସୁରକ୍ଷିତ ଜଙ୍ଗଲକୁ ଜବରଦଖଲ କରି ବୃକ୍ଷ ଓ ଜୀବଜନ୍ତୁଙ୍କୁ ନଷ୍ଟ କରିଥାନ୍ତି | ତେଣୁ ସୁରକ୍ଷିତ ଜଙ୍ଗଲରେ ମଧ୍ୟ ପ୍ରାଣୀମାନେ ନିରାପଦ ନୁହଁନ୍ତି |
ଗ) କେତେକ ଆଦିବାସୀ ଜଙ୍ଗଲ ଉପରେ ନିର୍ଭର କରନ୍ତି | କିପରି ?
· ଆଦିବାସୀମାନେ ଇନ୍ଧନ ରୂପେ କାଠକୁ ବ୍ୟବହାର କରନ୍ତି |
· ମହୁଲକୁ ମଦ୍ୟ ରୂପେ ବ୍ୟବହାର କରନ୍ତି |
· ମହୁ , ଝୁଣା , ଲାଖ ଆଦି ସଂଗ୍ରହ କରି ବ୍ୟବହାର କରିଥାନ୍ତି |
· କେତେକ ଆଦିବାସୀ ମଧ୍ୟ ଜଙ୍ଗଲ ମଧ୍ୟରେ ବାସ କରନ୍ତି | ତେଣୁ କେତେ ଆଦିବାସୀ ଜଙ୍ଗଲ ଉପରେ ନିର୍ଭର କରନ୍ତି |
ଘ) ଜଙ୍ଗଲଧ୍ଵଂସର କାରଣ ଓ ପରିଣାମ କ’ଣ ?
ଜଙ୍ଗଲଧ୍ଵଂସର କାରଣ :-
· ମନୁଷ୍ୟ ଓ ଗୃହପାଳିତ ପଶୁସଂଖ୍ୟା ବୃଦ୍ଧି |
· ଅଧିକ ଜାଳେଣୀ ଓ ଘର ତିଆରି ଉପକରଣର ଆବଶ୍ୟକତା |
· କୃଷି କ୍ଷେତ୍ର ଓ ଚାରଣ ଭୂମିର ଆବଶ୍ୟକତା |
· ନଦୀବନ୍ଧ ଯୋଜନା ଓ ଜଳ ବିଦ୍ୟୁତ ଯୋଜନା |
· ଖଣିର ପ୍ରସାର |
· ଅଧିକ ସଡକପଥ ଓ ରେଳରାସ୍ତା ନିର୍ମାଣ |
· କଳକାରଖାନା ସ୍ଥାପନ |
· ଅଧିକ କାଗଜର ବ୍ୟବହାର |
ପରିଣାମ : -
· ଅଧିକ ଟାଙ୍ଗରା ଭୂମି ସୃଷ୍ଟି |
· ବୃଷ୍ଟିପାତ କମିଯିବା |
· ସବୁଜଗୃହ ପ୍ରଭାବ ଓ ବିଶ୍ଵତାପନ |
· ମୃତ୍ତିକା କ୍ଷୟ |
· ମୁଲ୍ୟବାନ ଉଦ୍ଭିଦ ଓ ପ୍ରାଣୀଙ୍କ ମୃତ୍ୟୁ |
· କାଠ ଓ ଉଦ୍ଭିଦଜାତ ପଦାର୍ଥର ଅଭାବ |
· ତୃଣଭୂମି ନଷ୍ଟ ଯୋଗୁଁ ଚାରଣ ଭୂମିର ଅଭାବ |
· ପରିସଂସ୍ଥୀୟ ସନ୍ତୁଳନ ପ୍ରତି ବିପଦ |
· ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କର କ୍ଷତି |
ଙ) ରେଡ୍ ଡାଟା ବୁକ୍ କ’ଣ?
· ସମସ୍ତ ସଂକଟାପନ୍ନ ବା ବିପଦଗ୍ରସ୍ତ ପ୍ରାଣୀ ଓ ଉଦ୍ଭିଦମାନଙ୍କର ଅଭିଲେଖ ରେଡ୍ ଡାଟା ବୁକ୍ ରେ ରହିଛି |
· ଉଦ୍ଭିଦ , ପ୍ରାଣୀ ଓ ଅନ୍ୟ ଜାତି ପାଇଁ ଅଲଗା ଅଲଗା ରେଡ୍ ଡାଟା ବୁକ୍ ରହିଛି |
ଚ) ପରିବ୍ରଜନ କହିଲେ କ’ଣ ବୁଝ ?
· ବସବାସ କରୁଥିବା ଅଞ୍ଚଳ ପାଗ ପ୍ରତିକୂଳ ହେଲେ , ଅଣ୍ଡା ଦେବାପାଇଁ କେତେକ ପକ୍ଷୀ ଅନ୍ୟତ୍ର ଉଡିଯାନ୍ତି | ଏହାକୁ ପରିବ୍ରଜନ କୁହାଯାଏ |
6. କଳାକାରଖାନା ଓ ବାସଗୃହର ଆବଶ୍ୟକତା ପୂରଣ ପାଇଁ ଗଛ କଟା ସବୁବେଳେ ଚାଲିଛି |ଏହିଭଳି ପ୍ରକଳ୍ପ ପାଇଁ ଗଛ କାଟିବା ବିଧେୟ କି ? ଆଲୋଚନା କରି ଏକ ରିପୋର୍ଟ ପ୍ରସ୍ତୁତ କର |
ଉତ୍ତର : ଏହି ପ୍ରକଳ୍ପ ପାଇଁ ଗଛ କାଟିବା ଆଦୌ ସମଚିନ ନୁହେଁ ; କାରଣ ଏହାଦ୍ଵାରା ଆମର ଅନେକ କ୍ଷତି ସାଧନ ହେବ |
· ଅଧିକ ଟାଙ୍ଗରା ଭୂମି ସୃଷ୍ଟି ଓ ବୃଷ୍ଟିପାତ କମିଯିବା |
· ମୃତ୍ତିକା କ୍ଷୟ , ବିଶ୍ଵତାପନ ଓ ସବୁଜଗୃହ ପ୍ରଭାବ |
· ମୂଲ୍ୟବାନ ଉଦ୍ଭିଦ ଓ ପ୍ରାଣୀଙ୍କ ମୃତ୍ୟୁ |
· କାଠ ଓ ଉଦ୍ଭିଦ ଜାତ ପଦାର୍ଥର ଅଭାବ |
· ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କର କ୍ଷତି |
7. ତୁମ ଅଞ୍ଚଳର ସବୁଜ ସମ୍ପଦ ରକ୍ଷା କରିବା ପାଇଁ ତୁମେ କ’ଣ କରିପାରିବ ତା’ର ଏକ ତାଲିକା ପ୍ରସ୍ତୁତ କର |
ଉତ୍ତର : ଆମ ଅଞ୍ଚଳର ସବୁଜ ସମ୍ପଦ ରକ୍ଷା କରିବା ପାଇଁ ଆମେ ନିମ୍ନଲିଖିତ ମତେ କାର୍ଯ୍ୟ କରିବୁ |
· ଗଛ ଣ କାଟିବା ପାଇଁ ଜନସମାଜକୁ ଜଣାଇବୁ |
· ବିଭିନ୍ନ ସଭା ସମିତି ମାନ କରି ଜନସାଧାରଣଙ୍କ ମନରେ ଚେତନା ଜାଗ୍ରତ କରାଇବୁ |
· ବୃକ୍ଷରୋପଣ ପ୍ରତି ଧ୍ୟାନ ଦେବୁ | ସମସ୍ତେ ନିଜ ନିଜର ଜନ୍ମଦିନରେ ଏକ ବୃକ୍ଷରୋପଣ କରି ତାକୁ ବଞ୍ଚାଇ ରଖିବା ପାଇଁ ଉପଦେଶ ଦେବୁ |
· ସାମାଜିକ ବନୀକରଣ ପ୍ରତି ଧ୍ୟାନ ଦେବୁ |
· ଗୃହପାଳିତ ପଶୁମାନେ ଯେପରି ବୃକ୍ଷଲତାମାନ ନଷ୍ଟ ନ କରନ୍ତି ସେଥିପ୍ରତି ଧ୍ୟାନ ଦେବୁ |
8. ଜଙ୍ଗଲଧ୍ଵଂସ ଫଳରେ ବୃଷ୍ଟିପାତ କିପରି କମିଯାଏ ବୁଝାଅ |
· ଉଦ୍ଭିଦ ମୃତ୍ତିକା କ୍ଷୟକୁ ରୋକିଥାଏ | ଗଛସଂଖ୍ୟା କମିଗଲେ ମୃତ୍ତିକା କ୍ଷୟର ପରିମାଣ ବଢିଯାଏ ଓ ମାଟିତଳେ ଜଳସ୍ତର ତଳକୁ ଖସିଯାଏ |
· ବୃକ୍ଷମାନେ ଉସ୍ୱେଦନ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଜଳୀୟବାଷ୍ପ ତ୍ୟାଗ କରିଥାଆନ୍ତି | ବୃକ୍ଷ ଛେଦନ ଫଳରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମେ , ଫଳରେ ବର୍ଷା କମିଯାଏ |
9. ତୁମ ରାଜ୍ୟରେ ଥିବା ଜାତୀୟ ଉଦ୍ୟାନ ଗୁଡିକୁ ଚିହ୍ନଟ କରି ଭାରତର ଏକ ରେଖା ମାନଚିତ୍ରରେ ସେ ଅଞ୍ଚଳ ଦର୍ଶାଅ |
ଆମ ରାଜ୍ୟରେ ଥିବା ଜାତୀୟ ଉଦ୍ୟାନଗୁଡିକ ହେଲା –
· ଭିତରକନିକା (କେନ୍ଦ୍ରାପଡ଼ା)
· ଶିମିଳିପାଳ (ମୟୂରଭଞ୍ଜ)
10. କାଗଜ ସଞ୍ଚୟ କରିବା କାହିଁକି ? କେଉଁ ଉପାଯରେ କାଗଜ ସଞ୍ଚୟ କରିହେବ ତା’ର ଗୋଟିଏ ତାଲିକା ପ୍ରସ୍ତୁତ କର |
· ଉତ୍ତର : ଜଙ୍ଗଲ ଲୋପ ପାଇବାର ଏକ କାରଣ ହେଲା କାଗଜର ଅତ୍ୟଧିକ ବ୍ୟବଧାର | ଗୋଟିଏ ଟନ୍ କାଗଜ ତିଆରି ପାଇଁ ୧୭ ଟି ବଡ ଗଛ ଆବଶ୍ୟକ | ତେଣୁ ଆମେ କାଗଜ କମ୍ ଖର୍ଚ୍ଚ କରିବା ଆବଶ୍ୟକ | କାଗଜ ସଞ୍ଚୟ କରିବା ଆବଶ୍ୟକ |
· ଠାରେ ବ୍ୟବହୃତ ହେବା କାଗଜକୁ ୫ – ୬ ଥର ପୁନଃଚକ୍ରଣ କରି ବ୍ୟବହାର କରାଯାଇପାରିବ |
· ଯଦି ପ୍ରତ୍ୟେକ ଛାତ୍ରଛାତ୍ରୀ ଅତି କମ୍ ରେ ଗୋଟିଏ ଖଣ୍ଡ କାଗଜ ନ କରି ରଖିପାରେ, ତେବେ ବର୍ଷକୁ ଆମେ ବହୁ ଗଛ ବଞ୍ଚାଇ ରଖିପାରିବା |
· ଆମେ କାଗଜ ବ୍ୟବହାର କମ୍ କରି ଏହାକୁ ସଞ୍ଚୟ କରିବା ସଙ୍ଗେ ସଙ୍ଗେ ଏହା ପୁନଃ ବ୍ୟବହାର ଓ ପୁନଃଚକ୍ରଣ କରିବା ଆବଶ୍ୟକ |
Truly Indian Brand