- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chapter 8 Cell - Structure & Functions ( କୋଷ ଗଠନ ଓ କାର୍ଯ୍ୟ ) Notes
Odia Medium Class 8 Science Chapter 8 Cell - Structure & Functions ( କୋଷ ଗଠନ ଓ କାର୍ଯ୍ୟ ) Notes
Language : Odia
LRNR provides this material totally free
Odia Medium Class 8 Science Chapter 8 Cell - Structure & Functions ( କୋଷ ଗଠନ ଓ କାର୍ଯ୍ୟ ) Notes
କୋଷ ଗଠନ ଓ କାର୍ଯ୍ୟ
କୋଷର ଆବିଷ୍କାର : -
· ରବର୍ଟ ହୁକ (Robert hooke) ନାମକ ଜଣେ ବ୍ରିଟିଶ ବୈଜ୍ଞାନିକ ୧୬୬୫ ମସିହାରେ କେତେଗୁଡିଏ ପତଳା କର୍କ (cork) ର ଛୋଟ ଛୋଟ ଖଣ୍ଡ ନେଇ ଏକ ସରଳ ଅଣୁବୀକ୍ଷଣରେ ଅନୁଧ୍ୟାନ କରିଥିଲେ |
· ଏହି କର୍କ ଖଣ୍ଡରୁ ସେ କେତେଗୁଡିଏ ଭାଗଭାଗ ହୋଇଥିବା କୋଠରି ଦେଖିବାକୁ ପାଇଥିଲେ | ଏହି କୋଠରିଗୁଡିକ ମହୁଫେଣା ସଦୃଶ ଥିଲା |
· ସେ ମଧ୍ୟ ଲକ୍ଷ୍ୟ କରିଥିଲେ ଗୋଟିଏ କୋଠରି ଅନ୍ୟ ଗୋଟିଏ କୋଠରି ଠାରୁ ଏକ କାନ୍ଥ ବା ବିଭାଜକ ଦ୍ଵାରା ପୃଥକ ଥିଲା | ଏହି କୋଠରିକୁ ସେ “କୋଷ” ବୋଲି ନାମିତ କଲେ |
· ହୁକ କର୍କରେ ଦେଖିଥିବା କୋଠରି ବା କୋଷଗୁଡିକ ପ୍ରକୃତରେ ମୃତକୋଷ ଥିଲା |
କୋଷ : -
· ଜୀବମାନେ ପରସ୍ପରଠାରୁ ପୃଥକ ହୋଇଥିଲେ ମଧ୍ୟ ସେମାନଙ୍କ ଶରୀର ମୌଳିକ ଗାଠନିକ ଏକକ ହେଉଛି ଜୀବକୋଷ |
· କୁକୁଡ଼ା ଅଣ୍ଡା ଗୋଟିଏ କୋଷରେ ଗଠିତ ଏବଂ ବୃହତ ଆକାର ବିଶିଷ୍ଟ ହୋଇଥିବାରୁ ଖାଲି ଆଖିରେ ଦେଖି ହୁଏ |
ଜୀବମାନଙ୍କ କୋଷ ସଂଖ୍ୟା , ଆକୃତି ଓ ଆୟତନରେ ଭିନ୍ନତା :-
· ବୈଜ୍ଞାନିକମାନେ ଜୀବନ୍ତ କୋଷ ସମ୍ବନ୍ଧରେ ଅନୁଧ୍ୟାନ କରିବା ପାଇଁ ଅଣୁବୀକ୍ଷଣ ବ୍ୟବହାର କରନ୍ତି ଯାହାକି ବସୁର ଆୟତନକୁ ବର୍ଦ୍ଧିତ କରିଥାଏ |
· କୋଷ ସମ୍ବନ୍ଧରେ ଟିକିନିଖି ଅନୁଧ୍ୟାନ ପାଇଁ ଏହାର ବିଭିନ୍ନ ଅଂଶକୁ ବିଭିନ୍ନ ରଙ୍ଗରେ ରଞ୍ଜିତ କରାଯାଏ |
· ଶରୀରରେ ଭିନ୍ନ ଭିନ୍ନ ଆକୃତି ଓ ଆୟତନର ୧ ଲକ୍ଷ କୋଟିରୁ ଅଧିକ ଜୀବକୋଷ ରହିଛି |
· ଏକାଧିକ କୋଷରେ ଗଠିତ ହୋଇଥିବା ଜୀବକୁ ବହୁକୋଷୀ ଜୀବ କୁହାଯାଏ |
· ଏକ ଜୀବର ଶରୀର ଏତେ ବେଶୀ ସଂଖ୍ୟକ କୋଷରେ ଗଠିତ ହେଲେ ବୀ ଏହାର ଜୀବନ ମାତ୍ର ଗୋଟିଏ କୋଷ , ଅର୍ଥାତ ନିଷିକ୍ତ ଡିମ୍ବ (fertilized egg) ବା ଯୁଗ୍ମଜ (zygote) କୋଷରୁ ଆରମ୍ଭ ହୋଇଥାଏ |
· ଯେଉଁ ଜୀବମାନଙ୍କ ଶରୀର ଗୋଟିଏ ଲେଖାଏଁ କୋଷରେ ଗଠିତ , ସେମାନଙ୍କୁ ଏକକୋଷୀ ଜୀବ କୁହାଯାଏ |
· ଏକକୋଷୀ ଜୀବ ଗୋଟିଏ କୋଷ ମଧ୍ୟରେ ବି ବହୁକୋଷୀ ଜୀବ ଭଳି ତା’ର ସମସ୍ତ ଆବଶ୍ୟକ ଜୀବନ ପ୍ରକ୍ରିୟା ସମ୍ପନ୍ନ କରିଥାଏ |
· ଏମିବା ଭଳି ଏକକୋଷୀ ଜୀବ ଖାଦ୍ୟ ଗ୍ରହଣ , ପରିପାକ , ଶ୍ୱାସକ୍ରିୟା , ରେଚନ , ବୃଦ୍ଧି , ପ୍ରଜନନ ଆଦି କାର୍ଯ୍ୟ କରିଥାଏ |
· ବହୁକୋଷୀ ଜୀବ ଏକାଧିକ ସ୍ଵତନ୍ତ୍ର ଧରଣର କୋଷରେ ତିଆରି ଭିନ୍ନଭିନ୍ନ ଟିସୁ (tissue) ଦ୍ଵାରା ଏସମସ୍ତ କାର୍ଯ୍ୟ ସମ୍ପାଦନ କରେ |
· ଟିସୁଗୁଡିକର ସମଷ୍ଟିରେ ଅଙ୍ଗ ପ୍ରତ୍ୟଙ୍ଗ ତିଆରି ହୋଇଛି |
କୋଷର ଆକୃତି : -
· ଏମିବାର ଅନ୍ୟ ଜୀବ ଭଳି ନିର୍ଦ୍ଦିଷ୍ଟ ଆକୃତି ନାହିଁ | ଏହା ତା’ର ଆକୃତି ସଦାସର୍ବଦା ବଦଳାଇଥାଏ |
· ଏହାର ଶରୀରରୁ ଭିନ୍ନ ଦୈର୍ଘ୍ୟ ବିଶିଷ୍ଟ ପ୍ରବର୍ଦ୍ଧ (Projection) ବାହାରୁ ଥିବାର ଦେଖାଯାଏ | ଏହାକୁ କୂଟପାଦ କୁହାଯାଏ |
· ଏମିବା ଗତି କଲାବେଳେ କିମ୍ବା ଖାଦ୍ଯ ଗ୍ରହଣ କଲାବେଳେ ଏହି ପ୍ରବର୍ଦ୍ଧଗୁଡିକ ସୃଷ୍ଟି ହୁଏ ଓ ପରେ ଅଦୃଶ୍ଯ ହୋଇଥାଏ |
· ମନୁଷ୍ୟର ରକ୍ତରେ ଥିବା ଶ୍ଵେତ ରକ୍ତକଣିକା ( w.b.c – White Blood Corpuscles) ଗୋଟିଏ କୋଷରେ ଗଠିତ ଏବଂ ଏହା ମଧ୍ୟ ତା’ର ଆକୃତି ପରିବର୍ତ୍ତନ କରିପାରେ |
· ଏମିବା ଏକ ପୂର୍ଣ୍ଣାଙ୍ଗ ଜୀବ ଭାବରେ ସ୍ଵାଧୀନ ଜୀବନଯାପନ କରୁଥିବା ବେଳେ ଶ୍ଵେତରକ୍ତ କଣିକା ଗୋଟିଏ କୋଷ ଭାବରେ କାର୍ଯ୍ୟ କରେ |
· ସାଧାରଣତଃ କୋଷଗୁଡିକ ଗୋଲାକାର କିମ୍ବା ଚକ୍ରାକାର କିମ୍ବା ସୁଦୀର୍ଘ |
· ପ୍ରାଣୀ କୋଷରେ ପେଶୀ କୋଷ ଦୀର୍ଘ ଓ ଦୁଇପ୍ରାନ୍ତଗୁଡିକ ଗୋଜିଆ | ସେଗୁଡିକ ତାକୁଡି (Spindle) ପରି |
· ବେଶ୍ ଦୀର୍ଘ ଓ ଶାଖପ୍ରଶାଖା ବିଶିଷ୍ଟ ସ୍ନାୟକୋଷ ବାର୍ତ୍ତାଗ୍ରହଣ ଓ ପ୍ରେରଣ କରିଥାଏ |
· କୋଷର ବିଭିନ୍ନ ଉପାଦାନ ଏକ ଝିଲ୍ଲୀ ଉଦ୍ଭିଦ ଓ ପ୍ରାଣିକୋଷକୁ ଆକୃତି ଦିଏ |
· ଉଦ୍ଭିଦକୋଷରେ କୋଶଭିତ୍ତି ହେଉଛି ଏକ ଅତିରିକ୍ତ କୋଷ ଆବରଣ | ଏହା ଉଦ୍ଭିଦ କୋଷକୁ ଆକୃତି ଓ ଦୃଢତା ଦିଏ | ବୀଜାଣୁ କୋଷର ମଧ୍ୟ କୋଶଭିତ୍ତି ଅଛି |
କୋଷର ଆୟତନ : -
· ଜୀବ ଶରୀରରେ କୋଷର ଆୟତନ ଏତେ ଛୋଟ ଯେ ଏହା ୧ ମିତ୍ରର ୧ ନିୟୁତ ଭାଗରୁ ୧ ଭାଗ (Micrometer / Micron) ହୋପାରେ କିମ୍ବା ଏତେ ଦୀର୍ଘ ଯେ ଏହା କିଛି ଦୈର୍ଘ୍ୟ ବିଶିଷ୍ଟ ହୋଇପାରେ |
· କ୍ଷୁଦ୍ରତମ କୋଷର ଆୟତନ 0.1 ରୁ 0.5 ମାଇକ୍ରୋମିଟର ଯଥା – ବୀଜାଣୁ କୋଷ |
· ବୃହତ୍ତମ କୋଷର ଆୟତନ ହେଉଛି 170 X 130 ମିଲିମିଟର , ଯଥା – ଓଟ ପକ୍ଷୀର ଅଣ୍ଡା |
କୋଷର ଗଠନ ଓ କାର୍ଯ୍ୟ :-
· ପ୍ରତ୍ୟେକ ଅଙ୍ଗ କ୍ଷୁଦ୍ର ଅଂଶକୁ ନେଇ ଗଠିତ , ଯାହାକୁ ଟିସୁ ବା ତନ୍ତୁ କୁହାଯାଏ |
· ଟିସୁ କେତେଗୁଡିଏ ସମରୂପୀ ଓ ନିର୍ଦ୍ଧିଷ୍ଟ କାର୍ଯ୍ୟ କରୁଥିବା ଅସଂଖ୍ୟ କୋଷର ସମାହାର |
· ଜୀବର ଅଙ୍ଗପ୍ରତ୍ୟଙ୍ଗ ଅସଂଖ୍ୟ ଟିସୁ ଦ୍ଵାରା ଗଠିତ ଏବଂ ଟିସୁ ଅସଂଖ୍ୟ କୋଷକୁ ନେଇ ଗଠିତ |
· କୋଷ ହେଉଛି ଜୀବ ଶରୀରର ମୌଳିକ ଓ ଗାଠନିକ ଏକକ |
କୋଷର ବିଭିନ୍ନ ଅଂଶ :-
· କୋଷର ମୌଳିକ ଅଂଶଗୁଡିକ ହେଉଛି –କୋଷଝିଲ୍ଲୀ ଦ୍ଵାରା ନ୍ୟଷ୍ଟି ଆବୃତ | କୋଷଝିଲ୍ଲୀ ଛିଦ୍ରଯୁକ୍ତ |
· ଏହା କୋଷ ଭିତରକୁ ଓ ବାହାରକୁ ବିଭିନ୍ନ ପଦାର୍ଥ ଆଦାନ ପ୍ରଦାନ କରିବାରେ ସାହାଯ୍ୟ କରେ |
· କେନ୍ଦ୍ରରେ ଥିବା ଗୋଲାକୃତି ଗାଢ ଅଂଶ ହେଉଛି ନ୍ୟଷ୍ଟି |
· କୋଷ ଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ଥିବା ରସାଳ ପଦାର୍ଥକୁ କୋଷଜୀବକ (cytoplasm) କୁହାଯାଏ |
· ଉଦ୍ଭିଦ କୋଷର ବାହାର ପଟେ କୋଷଭିତ୍ତି କୋଷଝିଲ୍ଲୀକୁ ସୁରକ୍ଷା ପ୍ରଦାନ କରିଥାଏ |
· ଉଦ୍ଭିଦକୋଷ ବାୟୁମଣ୍ଡଳର ତାପମାତ୍ରା , ପବନର ବେଗ ଓ ଆର୍ଦ୍ରତାକୁ ପ୍ରତିହତ କରିଥାଏ |
କୋଷଜୀବକ :-
· ଏହା ଜେଲି ଭଳି ଏବଂ କୋଷଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ରହିଅଛି |
· ଏଥିରେ ବିଭିନ୍ନ ପ୍ରକାର କୋଷ ଅଙ୍ଗିକା ଦେଖାଯାନ୍ତି |
· ସେଗୁଡିକ ହେଉଛି ମାଇଟୋକଣ୍ଟ୍ରିଆନ , ଗଲିଜିବଡି ଓ ରାଇବୋଜୋମ୍ ଇତ୍ୟାଦି |
ନ୍ୟଷ୍ଟି :-
· ଜୀବକୋଷର ଏହା ହେଉଛି ମୁଖ୍ୟ ଅଂଶ |
· ସାଧାରଣ ଭାବରେ ଏହା ଗୋଲାକାର ଓ କୋଷର କେନ୍ଦ୍ରରେ ଅବସ୍ଥିତ |
· ଏହାକୁ ରଙ୍ଗରେ ରଞ୍ଜିତ କରି ଅଣୁବୀକ୍ଷଣରେ ଦେଖିହେବ |
· ନ୍ୟଷ୍ଟିଟି କୋଷଜୀବକ ଠାରୁ ନ୍ୟଷ୍ଟିଝିଲ୍ଲୀ ଦ୍ଵାରା ପୃଥକ ହୋଇଥାଏ | ଏହି ଝିଲ୍ଲୀଟି ଛିଦ୍ରଯୁକ୍ତ |
· ଅଧିକ ବର୍ଦ୍ଧନ ଥିବା ଅଣୁବୀକ୍ଷଣ ଦ୍ଵାରା ନ୍ୟଷ୍ଟି ମଧ୍ୟରେ ଅନ୍ୟ ଏକ ଗୋଲାକାର ଅଙ୍ଗିକା ଦେଖାଯାଏ | ଏହାକୁ ନ୍ୟଷ୍ଟି କୁହାଯାଏ |
· ଏଥି ସହିତ ନ୍ୟଷ୍ଟି ମଧ୍ୟରେ ସୂତାଭଳି ଥିବା ଅଂଶକୁ ଗୁଣସୁତ୍ର (chromosome) କୁହାଯାଏ |
· ଏଗୁଡିକ ଗୁଣପିଣ୍ଡ ବା ଜିନ (gene) ବହନ କରନ୍ତି |
· ଜିନ ବଂଶଗତିର ଏକକ ଅଟେ | ଜିନ ଗୋଟିଏ ପିଢିରୁ ପରବର୍ତ୍ତୀ ପିଢିକୁ ସଞ୍ଚାରିତ ହୁଏ |
· କୋଷ ବିଭାଜନ ବେଳେ ଗୁଣସୁତ୍ର ସ୍ପଷ୍ଟ ଦେଖିହୁଏ |
· ବଂଶଗତିରେ ନ୍ୟଷ୍ଟିର ଭୂମିକା ରହିଛି |ତା’ ସହ ଏହା କୋଷର ବିଭିନ୍ନ କାର୍ଯ୍ୟ ନିୟନ୍ତ୍ରଣରେ କେନ୍ଦ୍ର ଅଟେ |
· ଏକ ଜୀବନ୍ତ କୋଷରେ ଥିବା ସମସ୍ତ ପଦାର୍ଥକୁ ଆଦିପ୍ରରସ ପ୍ରୋଟୋପ୍ଲାଜମ୍ (protoplasm) କୁହାଯାଏ |
· ଏହା କୋଷଜୀବକ ଓ ନ୍ୟଷ୍ଟିକୁ ନେଇ ଗଠିତ | ଆଦିପ୍ରରସ ହେଉଛି କୋଷର ଜୀବନ୍ତ ପଦାର୍ଥ |
· ବୀଜାଣୁର ନ୍ୟଷ୍ଟି ବହୁ କୋଷୀୟ ଜୀବର ନ୍ୟଷ୍ଟି ଭଳି ସୁସଙ୍ଗଠିତ ନୁହେଁ | ଯେଉଁ କୋଷରେ ନ୍ୟଷ୍ଟିର ନ୍ୟଷ୍ଟିଝିଲ୍ଲୀ ନଥାଏ ତାକୁ ପ୍ରାକନ୍ୟଷ୍ଟିୟ କୋଷ (prokaryotic cell) କୁହାଯାଏ |
· ଯଥା – ବୀଜାଣୁ , ନୀଳହରିତ ଶୈବାଳ |
· ଯେଉଁ କୋଷର ନ୍ୟଷ୍ଟି ଝିଲ୍ଲୀ ଦ୍ଵାରା ଆବୃତ ତାହାକୁ ସୁନ୍ୟଷ୍ଟିୟ (eukaryotic) କୋଷ କୁହାଯାଏ |
· ଯଥା – ପିଆଜ , ଗାଲମୁଣାରେ ଥିବା କୋଷ ଇତ୍ୟାଦି |
· ଜୀବାଣୁ ଓ ନୀଳହରିତ ଶୈବାଳକୁ ପ୍ରୋକ୍ୟାରିଓଟସ୍ (prokaryotes )ଏବଂ ଅନ୍ୟ ସମସ୍ତ ଜୀବଙ୍କୁ ୟୁକ୍ୟାରିଓଟସ (eukaryotes) କୁହାଯାଏ |
ରସଧାନୀ :-
· କୋଷଜୀବକରେ ଥିବା ଫାଙ୍କା ସ୍ଥାନକୁ ରସଧାନୀ ବା ଭ୍ୟାକୁଓଲ୍ (vacuole) କୁହାଯାଏ |
· ସାଧାରଣତଃ ଉଦ୍ଭିଦ କୋଷରେ ରସଧାନୀ ବୃହତ ଓ ପ୍ରାଣୀକୋଷରେ କ୍ଷୁଦ୍ର |
ଲବକ :-
· ଟ୍ରାଡିସକାନିଆ ପତ୍ରର କୋଷଜୀବକରେ ଅନେକଗୁଡିଏ ରଙ୍ଗିନ ବସ୍ତୁ ଦେଖାଯାଏ | ସେଗୁଡିକ କୋଷଜୀବକରେ ଏଣେତେଣେ ହୋଇ ଦେଖାଯାନ୍ତି |
· ଏଗୁଡିକ ବିଭିନ୍ନ ରଙ୍ଗର ଏବଂ ଏଗୁଡିକୁ ଲବକ କୁହାଯାଏ |
· ଏଥିରୁ କେତେକ ସବୁଜକଣା ଧାରଣ କରିଥାନ୍ତି | ତାହାକୁ ହରିତଲବକ କୁହାଯାଏ | ଏହା ପତ୍ରକୁ ରଙ୍ଗ ଦେଇଥାଏ |
· ହରିତଲବକରେ ଥିବା ସବୁଜକଣା ବା ପତ୍ରହରିତ (chlorophyll) ଖାଦ୍ୟ ପ୍ରସ୍ତୁତି ପାଇଁ ଅପରିହାର୍ଯ୍ୟ |
Truly Indian Brand
Truly Indian Brand