Odia Medium Class 8 Science Chapter 9 Reproduction in Animals ( ପ୍ରାଣୀଙ୍କ ପ୍ରଜନନ ) Notes

Language : Odia

LRNR provides this material totally free

Odia Medium Class 8 Science Chapter 9 Reproduction in Animals ( ପ୍ରାଣୀଙ୍କ ପ୍ରଜନନ ) Notes

ପ୍ରାଣୀଙ୍କ ପ୍ରଜନନ


ପ୍ରଜନନ : -


·    ପ୍ରତ୍ୟେକ ଜୀବ ନିଜ ଭଳି ଜୀବ ସୃଷ୍ଟି କରିଥାଏ | ଏହି ପ୍ରକ୍ରିୟାକୁ ପ୍ରଜନନ ବା ଜନନ କୁହାଯାଏ |


·    ଯେକୌଣସି ଜୀବ ଜାତିର ଧାରାବାହିକ ସ୍ଥିତି ବା ନିରବଚ୍ଛିନ୍ନତା ରକ୍ଷା କରିବା ପାଇଁ ପ୍ରଜନନ ଅପରିହାର୍ଯ୍ୟ |


ପ୍ରାଣୀମାନେ ପ୍ରଜନନ ଦୁଇ ପ୍ରକାରର ହୋଇଥାଏ |


1)   ଅଲିଙ୍ଗୀ ଜନନ

2)   ଲିଙ୍ଗୀୟ ଜନନ


ଅଲିଙ୍ଗୀ ଜନନ


·    ଏମିବା ଗୋଟିଏ ଏକକୋଷୀ ପ୍ରାଣୀ | ଏଥିରେ ଅଲିଙ୍ଗୀ ଜନନ ଦେଖାଯାଏ | ଏମିବାରେ ଥିବା ନ୍ୟଷ୍ଟିଟି ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଟି ନ୍ୟଷ୍ଟି ଗଠନ କରେ |


·    ପରେ ଏହାର ଶରୀର ଦୁଇ ଭାଗରେ ବିଭକ୍ତ ହୁଏ ଓ ପ୍ରତ୍ୟେକ ଭାଗରେ ଗୋଟିଏ ନ୍ୟଷ୍ଟି ରହେ |


·    ଏହିପରି ଗୋଟିଏ ମାତୃ ଏମିବାରୁ ଦୁଇଟି ଅପତ୍ୟ ସୃଷ୍ଟି ହେବା ପ୍ରଣାଳୀକୁ ଦ୍ଵିଭାଜନ କୁହାଯାଏ |


·    ଏହା ଏକ ପ୍ରକାରର ଅଲିଙ୍ଗୀ ଜନନ, ତା ଛଡା ଅନ୍ୟ ଜୀବମାନଙ୍କର ବିଭିନ୍ନ ଉପାଯରେ ଅଲିଙ୍ଗୀ ଜନନ ହୋଇଥାଏ |

ଏମିବାର ଦ୍ଵିବିଭାଜନ


ହାଇଡ୍ରା ର କୋରକୋଦଗମ : -


·    ପ୍ରତ୍ୟେକ ହାଇଡ୍ରାର ଗୋଟିଏ ବା ଦୁଇଟି ପ୍ରବର୍ଦ୍ଧ ଦେଖାଯାଏ | ତାହାକୁ କୋରକ (bud) କହନ୍ତି |


·    ଏଥିରୁ ନୂତନ ହାଇଡ୍ରା ବା ଅପତ୍ୟ ହାଇଡ୍ରା ସୃଷ୍ଟି ହୁଏ | କୋରକର ବିକାଶ ଘଟେ ଏବଂ ଏହା ମାତୃ ଶରୀରରୁ ବିଚ୍ଛିନ୍ନ ହୋଇ ସ୍ଵାଧୀନ ଭାବେ ଜୀବନ ଯାପନ କରେ |


·    କୋରକ ସୃଷ୍ଟି ଦ୍ଵାରା ହେଉଥିବା ହାଇଡ୍ରାର ଏହି ପ୍ରକାର ଜନନକୁ କୋରକୋଦଗମ କହନ୍ତି | ଏହା ଅଲିଙ୍ଗୀ ଜନନର ଅନ୍ୟ ଏକ ଉଦାହରଣ |



ଲିଙ୍ଗୀୟ ଜନନ :-




ଅଣ୍ଡଜ ଓ ଜରାୟୁଜ ପ୍ରାଣୀ : -


·    ଯେଉଁମାନେ ଅଣ୍ଡାରୁ ଜନ୍ମ ହୁଅନ୍ତି ସେମାନଙ୍କୁ ଅଣ୍ଡଜ (oviparous) ପ୍ରାଣୀ କୁହାଯାଏ |


·    ଯେଉଁମାନେ ଶାବକ ଜନ୍ମ କରିଥାନ୍ତି, ସେମାନଙ୍କୁ ଜରାୟୁଜ (viviparous) ପ୍ରାଣୀ କୁହାଯାଏ |


·    ବର୍ଷାଋତୁରେ ମାଈ ବେଙ୍ଗମାନେ ଡିମ୍ବଦିଅନ୍ତି | ଏହି ଡିମ୍ବ ଉପରେ ପୁରୁଷ ବେଙ୍ଗର ଶୁକ୍ରାଣୁ ପଡିଲେ ତାହାର ସମାୟନ (fertilization) ହୁଏ |


·    ଏଥିରେ ପୁଂ ଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ମିଳନ ଘଟେ | ଏଥିରେ ଯୁଗ୍ମଜ (Zygote) ସୃଷ୍ଟି ହୁଏ |


·    ଏହି ପ୍ରକାର ସମାୟନ ଶରୀର ବାହାରେ ହେଉଥିବା ଯୋଗୁଁ ଏହାକୁ ବହିଃ ସମାୟନ (external fertilization) କୁହାଯାଏ | ଉଦାହରଣ – ମାଛ, ଷ୍ଟାରଫିସ୍


·    ଡିମ୍ବାଣୁ ଓ ଶୁକ୍ରାଣୁର ମିଳନ ମାତୃ ଶରୀର ମଧ୍ୟରେ ଘଟିଲେ ଏହାକୁ ଅନ୍ତଃ ସମାୟନ (Internal Fertilization ) କୁହାଯାଏ |


·    ମଣିଷ ସମେତ ସବୁ ସ୍ତନ୍ୟପାୟୀ ପ୍ରାଣୀ, କୁକୁଡ଼ା ଆଦିରେ ଏ ପ୍ରକାର ସମାୟନ ଦେଖାଯାଏ |


·    ସମାୟନ ପରବର୍ତ୍ତୀ ଡିମ୍ବାଣକୁ ସମାୟିତ ଡିମ୍ବାଣୁ ବା ଯୁଗ୍ମଜ କୁହାଯାଏ | ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ବିଭାଜନ ଘଟେ ଏବଂ ଏଥିରୁ ଭ୍ରୁଣ ସୃଷ୍ଟି ହୁଏ |


ଭ୍ରୂଣର ବିକାଶ : -


·    ସମାୟିତ ଡିମ୍ବାଣୁ ବା ଯୁଗ୍ମଜରେ ବିଭାଜନ ଘଟେ ଏବଂ କୋଷ ସଂଖ୍ୟା ବଢେ |


·    ଏଥିରେ ଧୀରେ ଧୀରେ ହାତ, ଗୋଡ , ଆଖି , କାନ ଭଳି ଅଙ୍ଗାମାନ ସୃଷ୍ଟି ହୋଇଥାଏ | ଭ୍ରୁଣ ବିକାଶର ଏହି ଅବସ୍ଥାକୁ ଫିଟସ୍ (foetus) କୁହାଯାଏ |


ରୂପାନ୍ତରଣ : -


·    ବେଙ୍ଗଫୁଲାରେ ବହୁ ପରିବର୍ତ୍ତନ ଘଟି ଏହା ବୟଃପ୍ରାପ୍ତ ଅବସ୍ଥାକୁ ଆସିଥାଏ | ଏହି ପରିବର୍ତ୍ତନକୁ ରୂପାନ୍ତରଣ କୁହାଯାଏ |


·    ଡିମ୍ବ →ବେଙ୍ଗଫୁଲା → ବୟଃପ୍ରାପ୍ତ ଅବସ୍ଥା


·    ମଣିଷରେ ରୂପାନ୍ତରଣ ହୁଏ ନାହିଁ , କାରଣ ଫିଟସ୍ , ଶିଶୁ ଓ ବୟଃପ୍ରାପ୍ତ ଅବସ୍ଥାରେ ଏକା ପ୍ରକାରର ଅଙ୍ଗପ୍ରତ୍ୟଙ୍ଗ ଦେଖାଯାଏ |


ଟେଷ୍ଟଟ୍ୟୁବ ବେବି : -


·    ଡାକ୍ତରମାନେ ଡିମ୍ବାଣୁ ଓ ଶୁକ୍ରାଣୁ ସଂଗ୍ରହ କରି ଶରୀର ବାହାରେ ଡିମ୍ବାଣୁର ସମାୟନ କରାଇ ପାରିଛନ୍ତି | ଏହି ସମାୟନକୁ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (IVF – In Vitro Fertilization) କୁହାଯାଏ |


·    ଯୁଗ୍ମଜ ସୃଷ୍ଟି ପରେ ପ୍ରାୟ ଏକ ସପ୍ତାହ ବୃଦ୍ଧି କରାଇ ପୁନର୍ବାର ମାତୃ ଜାରାୟୁରେ ଏହାକୁ ଅବସ୍ଥାପିତ କରାଯାଇଥାଏ |


·    ଜରାୟୁ ମଧ୍ୟରେ ପୂର୍ଣ୍ଣ ବୃଦ୍ଧି ଓ ବିକାଶ ପରେ ଶିଶୁଟି ଜନ୍ମ ହୁଏ | ଏହି ପ୍ରାଣାଳୀରେ ଜନ୍ମଲାଭ କରୁଥିବା ଶିଶୁକୁ “ଟେଷ୍ଟଟ୍ୟୁବ ବେବି” କୁହାଯାଏ |


·    ପ୍ରାଣୀ ବିଜ୍ଞାନୀ ରବର୍ଟ ଏଡୱାଡ୍ ଓ ଡାକ୍ତର ପ୍ୟାଟ୍ରିକ ଷ୍ଟେପଟୋ ଙ୍କ ଦ୍ଵାରା ପ୍ରଚଳିତ IVF କୌଶଳ ଜରିଆରେ 25.07.1978 ରେ ବିଶ୍ଵର ପ୍ରଥମ ଟେଷ୍ଟଟ୍ୟୁବ ବେବି , ଲୁଇସେ ବ୍ରାଉନ୍ ଜନ୍ମ ହୋଇଥିଲା |


·    ଉଲ୍ଲେଖନୀୟ ଅବଦାନ ପାଇଁ ରବର୍ଟ ଏଡୱାଡ୍ ଙ୍କୁ 2010 ମସିହାରେ ଭେଷଜ ବିଜ୍ଞାନ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି |


କ୍ଲୋନିଂ (ପ୍ରତିରୂପୀକରଣ) : -


·    କୋଷ, ଅଙ୍ଗ କିମ୍ବା ଜୀବଶରୀର ଅବିକଳ ନକଲ ସୃଷ୍ଟିକୁ କ୍ଲୋନିଂ ବା ପ୍ରତିରୂପୀକରଣ କୁହାଯାଏ |


·    ଇଆନ୍ ୱିଲମୁଟ ଓ ସହଯୋଗୀମାନେ ସ୍କଟ୍ ଲାଣ୍ଡର ଏଡ଼ିନ୍ ବରାସ୍ଥିତ ରୋଜଲିନ ଅନୁଷ୍ଠାନରେ ସର୍ବ ପ୍ରଥମେ ଏକ ସ୍ତନ୍ୟପାୟୀ ପ୍ରାଣୀର କ୍ଲୋନିଂ କରିବାରେ ସଫଳ ହୋଇ ପାରିଲେ |


·    ଫଳରେ “ଡଲି” ନାମକ ଏକ ମେଣ୍ଢୀ ପ୍ରଥମ ସ୍ତନ୍ୟପାୟୀ କ୍ଲୋନ୍ ରୂପେ 5 ଜୁଲାଇ 1996 ରେ ଜନ୍ମ ହେଲା |


·    ସ୍କଟିସ୍ ବ୍ଲାକ ଫେସ୍ କିସମର ମେଣ୍ଢୀ ଠାରୁ ଡିମ୍ବାଣୁ ସଂଗ୍ରହ କରି ନ୍ୟଷ୍ଟିର ବିସ୍ଥାପନ ପରେ ଫିନ୍ ଦରସେଟ୍ କିସମର ମେଣ୍ଢୀର ପହ୍ନାରୁ ସଂଗୃହୀତ କୋଷର ନ୍ୟଷ୍ଟି ସେଥିରେ ଅବସ୍ଥାପନା କରାଗଲା |


·    ଏହାକୁ କିଛି ଦିନ ପରେ ଅନ୍ୟ ଏକ ସ୍କଟିସ୍ ବ୍ଲାକ ଫେସ ମେଣ୍ଢୀର ଜରାୟୁରେ ସ୍ଥାପିତ କରାଗଲା | 150 ଦିନର ଜରାୟୁ ଜୀବନ ପରେ ଡଲି ଜନ୍ମ ହେଲା |


·    ସ୍ଵାଭାବିକ ପ୍ରଜନନ ଜରିଆରେ 1998 ମସିହାରେ ଡଲି ଜନ୍ମ ଦେଲା ଏକ ପୁତ୍ର ସନ୍ତାନ “ବୋନି” କୁ |


·    ଡଲି ଜନ୍ମରୁ ହି ରୋଗାକ୍ରାନ୍ତ ହୋଇଯାଇଥିଲା | ତା’ର ଜନକ ୱିଲମୁଟ୍ ତା’କୁ ରୋଗ ଯନ୍ତ୍ରଣାରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଲେ ଏବଂ 14.02.2003 ରେ ଡାକ୍ତରୀ ଉପାୟରେ ତାକୁ “ସଦୟ ମୁକ୍ତି” ଦେଲେ |


·    ଫଳରେ ବିଶ୍ଵର ପ୍ରଥମ ସ୍ତନ୍ୟପାୟୀ ପ୍ରତିରୂପ ଅବସାନ ଘଟିଲା |

Ratings
No reviews yet, be the first one to review the product.