- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chapter 9 Reproduction In Animals ( ପ୍ରାଣୀଙ୍କ ପ୍ରଜନନ ) Question & Answer

Odia Medium Class 8 Science Chapter 9 Reproduction In Animals ( ପ୍ରାଣୀଙ୍କ ପ୍ରଜନନ ) Question & Answer

Language : Odia
LRNR provides this material totally free
Odia Medium Class 8 Science Chapter 9 Reproduction In Animals ( ପ୍ରାଣୀଙ୍କ ପ୍ରଜନନ ) Question & Answer
ପ୍ରାଣୀଙ୍କ ପ୍ରଜନନ
1. ପ୍ରାଣୀମାନଙ୍କର ଜଂନର ଗୁରୁତ୍ଵ ବୁଝାଅ ?
· ଉତ୍ତର : ଯେକୌଣସି ଜୀବ ତାଙ୍କ ଜାତିର ଧାରାବାହିକ ସ୍ଥିତି ବା ନିରବଚ୍ଛିନ୍ନତା ରକ୍ଷା କରିବା ପାଇଁ ପ୍ରଜନନ କରିଥାଏ |
· ପ୍ରଜନନ ନଥିଲେ ଜୀବ ଲୋପ ପାଇ ଯାଆନ୍ତା , ତେଣୁ ପ୍ରଜନନ ଅପରିହାର୍ଯ୍ୟ ଅଟେ |
2. ବେଙ୍ଗର ସମାୟନ କିପରି ହୁଏ , ବର୍ଣ୍ଣନା କର |
· ଉତ୍ତର : ବର୍ଷାଦିନେ ମାଈ ବେଙ୍ଗମାନେ ଅଣ୍ଡା (ଡିମ୍ବ) ଦିଅନ୍ତି | ଏହି ଡିମ୍ବରେ କଠିନ ଖୋଳ ନ ଥାଏ | ଯାହାଫଳରେ ଜେଲି ଭଳି ପୋଖରୀରେ ଡିମ୍ବ ଗୁଡିକ ଭାସୁଥାଏ |
· ଏହି ଡିମ୍ବଗୁଡିକ ଉପରେ ପୁରୁଷ ବେଙ୍ଗର ଶୁକ୍ରାଣୁ ପଡିଲେ ସମାୟନ ହୁଏ |
· ପୁଂଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକ ର ମିଳନରେ ଯୁଗ୍ମଜ ସୃଷ୍ଟି ହୁଏ | ଏହି ପ୍ରକାର ସମାୟନ ବେଙ୍ଗର ଶରୀରର ବାହାରେ ହେଉଥିବାରୁ ଏହାକୁ ବହିଃ ସମାୟନ କୁହାଯାଏ |
3. ଠିକ୍ ଉତ୍ତରଟି ବାଛି ଲେଖ |
i. ଅନ୍ତଃ ସମାୟନ ହୋଇଥାଏ |
a) ସ୍ତ୍ରୀ ଶରୀରରେ √
b) ପୁରୁଷ ଶରୀରରେ
c) ସ୍ତ୍ରୀ ଶରୀର ବାହାରେ
d) ପୁରୁଷ ଶରୀର ବାହାରେ
ii. ବେଙ୍ଗ ଫୁଲାରୁ ବୟଃପ୍ରାପ୍ତ ବେଙ୍ଗର ବିକାଶ ପ୍ରକ୍ରିୟାଟି ହେଉଛି |
a) ସମାୟନ
b) କୋରକୋଦଗମ
c) ରୂପାନ୍ତରଣ √
d) ବିଭାଜନ
iii. ଯୁଗ୍ମଜରେ କେତୋଟି ନ୍ୟଷ୍ଟି ଥାଏ ?
a) ଗୋଟିଏ √
b) ଚାରୋଟି
c) ଦୁଇଟି
d) ଛ’ ଟି
4. ଉକ୍ତିଟି ଠିକ୍ ବା ଭୁଲ ଲେଖ |
i. ଅଣ୍ଡଜ ପ୍ରାଣୀମାନେ ଶାବଳ ଜନ୍ମ କରନ୍ତି | X
ii. ଶୁକ୍ରାଣୁ ଏକ ଜୀବକୋଷ | √
iii. ବେଙ୍ଗରେ ବହିଃସମାୟନ ଦେଖାଯାଏ |√
iv. ଯୁଗ୍ମକରୁ ମନୁଷ୍ୟ ଶରୀର ବିକଶିତ ହୁଏ | X
v. ସମାୟନ ପରେ ଜାତ ଯୁଗ୍ମଜ ଗୋଟିଏ କୋଷରେ ତିଆରି | √
vi. ଏମିବା କୋରକୋଦଗମ ପ୍ରଣାଳୀ ଜନନ କରେ | X
vii. ଅଲିଙ୍ଗୀ ଜନନରେ ମଧ୍ୟ ସମାୟନ ଆବଶ୍ୟକ |X
viii. ଦ୍ଵିବିଭାଜନ ଏକ ପ୍ରକାରର ଅଲିଙ୍ଗୀ ଜନନ |√
ix. ଯୁଗ୍ମଜ ସମାୟନ ଦ୍ଵାରା ସୃଷ୍ଟି ହୁଏ | √
x. ଭ୍ରୁଣ ଗୋଟିଏ କୋଷରେ ଗଠିତ | √
5. ଯୁଗ୍ମଜ ଓ ଫିଟସ୍ ମଧ୍ୟରେ ଥିବା ପାର୍ଥକ୍ୟ ଦୁଇଟି ଲେଖ |
ଯୁଗ୍ମଜ : -
· ପୁଂଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ମିଳନରୁ ଯୁଗ୍ମଜ ସୃଷ୍ଟି ହୁଏ |
· ଯୁଗ୍ମଜର ଅଙ୍ଗପ୍ରତ୍ୟଙ୍ଗ ସୃଷ୍ଟି ହୋଇ ନ ଥାଏ (ଏକ କୋଷ) |
ଫିଟସ୍ : -
· ଯୁଗ୍ମଜର ବିଭାଜନ ଘଟି ଭ୍ରୁଣ ସୃଷ୍ଟି ହୁଏ | ଏହି ଭ୍ରୂଣର ବିକାଶ ଅବସ୍ଥାକୁ ଫିଟସ୍ କୁହାଯାଏ |
· ଫିଟସ୍ ଅବସ୍ଥାରେ ହାତ , ଗୋଡ, ମୁଣ୍ଡ , ଆଖି , କାନ ଆଦି ଅଙ୍ଗ ସୃଷ୍ଟି ହୁଏ |
6. ଅଲିଙ୍ଗୀ ଜନନ କ’ଣ ? ପ୍ରାଣୀର ଅଲିଙ୍ଗୀ ଜଂନର ଦୁଇଟି ଉପାୟ ବର୍ଣ୍ଣନା କର |
· ଜନନ କୋଷର ମିଳନ ନ ହୋଇ ହେଉଥିବା ଜନନକୁ ଅଲିଙ୍ଗୀ ଜନନ କହନ୍ତି |
· ଅଲିଙ୍ଗୀ ଜଂନର ଦୁଇଟି ଉପାୟ ହେଉଛି :
i. ଦ୍ଵି ବିଭାଜନ
ii. କୋରକୋଦଗମ
i. ଦ୍ଵି ବିଭାଜନ : -
· ଉଦାହରଣ – ଏମିବା
· ଏମିବାରେ ଥିବା ନ୍ୟଷ୍ଟି ଟି ପ୍ରଥମେ ଦୁଇ ବ୍ୟାଗ ହୋଇ ଦୁଇ ଟି ନ୍ୟଷ୍ଟି ଗଠନ କରେ | ଏହାପରେ ଶରୀର ଦୁଇ ଭାଗରେ ବିଭକ୍ତ ହୁଏ ଏବଂ ପ୍ରତ୍ଯେକ ଭାଗରେ ଗୋଟିଏ ନ୍ୟଷ୍ଟି ରହେ | ଏହି ପରି ମାତୃ ଏମିବାରୁ 2 ଟି ଅପତ୍ୟ ଏମିବା ସୃଷ୍ଟି ହେବା ପ୍ରଣାଳୀକୁ ଦ୍ଵିବିଭାଜନ କୁହାଯାଏ |
ii. କୋରକୋଦଗମ : -
. ଉଦାହରଣ – ହାଇଡ୍ରା
· ପ୍ରତ୍ୟେକ ହାଇଡ୍ରାରେ ଗୋଟିଏ ବା ଦୁଇଟି ପ୍ରବର୍ଦ୍ଧ ଦେଖାଯାଇଥାଏ ଯାହାକୁ କୋରକ କହନ୍ତି | ଏଥିରୁ ନୂତନ ହାଇଡ୍ରା ବା ଅପତ୍ୟ ହାଇଡ୍ରା ସୃଷ୍ଟି ହୁଏ | କୋରକର ବିକାଶ ଘଟେ ଏବଂ ଏହା ମାତୃ ଶରୀରରୁ ବିଚ୍ଛିନ୍ନ ହୋଇ ସ୍ଵାଧିନୀ ଭାବରେ ଜୀବନଯାପନ କରେ, ଏହାକୁ କୋରକୋଦଗମ କୁହାଯାଏ |
7. ଉଦାହରଣ ସହ ରୂପାନ୍ତରଣ ବୁଝାଅ |
· ରେଶମ କୀଟର ଡିମ୍ବ ଏବଂ ବେଙ୍ଗଫୁଲା ରେ ସଂଚିତ ଖାଦ୍ୟ (ପିତ୍ତକ) ର ପରିମାଣ କମ୍ ଥାଏ |
· ତେଣୁ ଏଗୁଡିକର ବିକାଶ ଅବସ୍ଥା (ଶୁକ) ଜାତ ହୁଏ | ଶୂକ ସ୍ଵାଧୀନ ଭାବରେ ଖାଦ୍ଯ ଆହରଣ କରି ବିକାଶ ଲାଭ କରେ | ଫଳରେ ପ୍ରଜାପତି ଓ ବେଙ୍ଗଫୁଲା ର ଅନେକ ପରିବର୍ତ୍ତନ ହୁଏ |
· ପ୍ରଜାପତି ଓ ବେଙ୍ଗଫୁଲାରେ ବହୁ ପରିବର୍ତ୍ତନ ଘଟି ବୟଃପ୍ରାପ୍ତ ଅବସ୍ଥାକୁ ଆସେ ଏହି ପରିବର୍ତ୍ତନକୁ ରୂପାନ୍ତରଣ କହନ୍ତି |
Truly Indian Brand