BSE Odisha Class 9 Life Science (ଜୀବ ବିଜ୍ଞାନ) Chapter 3 - ଟିସୁ ( Tissue System) Notes

Language : Odia

LRNR provides this material totally free

            ଟିସୁ ତନ୍ତ୍ର (Tissue System)


  • ସମସ୍ତ ପ୍ରାଣୀ ଓ ଉଦ୍ଭିଦମାନଙ୍କର ଶରୀର ଏକ କିମ୍ବା ଏକାଧିକ କୋଷକୁ ନେଇ ଗଠିତ |


  • ଏକକୋଷୀ ଜୀବମାନଙ୍କର ସମସ୍ତ ଜୈବିକ ପ୍ରକ୍ରିୟା ଗୋଟିଏ କୋଷ ଦ୍ଵାରା ସମ୍ପାଦିତ ହୋଇଥାଏ କିନ୍ତୁ ବହୁକୋଷୀ ଜୀବମାନଙ୍କର ଭିନ୍ନ ଭିନ୍ନ କୋଷରେ ଗଠିତ ବିଭିନ୍ନ ଅଙ୍ଗମାନଙ୍କ ଦ୍ଵାରା କାର୍ଯ୍ୟ ସମ୍ପାଦିତ କରିଥାନ୍ତି |


  • ଭିନ୍ନ ଭିନ୍ନ କୋଷରେ ଗଠିତ ବିଭିନ୍ନ ଅଙ୍ଗ ମାନଙ୍କ ଦ୍ଵାରା କାର୍ଯ୍ୟ ସମ୍ପାଦିତ କରିଥାନ୍ତି |


ଟିସୁ ସଂସ୍ଥାନ : -


  • କୋଷମାନଙ୍କ ସମାହାରକୁ ମୁଖ୍ୟତଃ ଟିସୁ କୁହାଯାଏ କିନ୍ତୁ , ବୈଜ୍ଞାନିକ ଫାହାଙ୍କ ମତରେ, “ସମଜାତୀୟ କୋଷରୁ ଉତ୍ପନ୍ନ ଓ ଏକ ପ୍ରକାରର କାର୍ଯ୍ୟସମ୍ପନ୍ନ କରୁଥିବା କୋଷମାନଙ୍କର ସମାହାରକୁ ଟିସୁ କୁହାଯାଏ |”


  • ସମଜାତ ଓ ସମଗଠନ ବିଶିଷ୍ଟ ଅନେକ ଟିସୁ ମାନଙ୍କ ସମାହାରରେ ଏକ ନିର୍ଦ୍ଦିଷ୍ଟ ଅଙ୍ଗ ଗଠନ କରନ୍ତି |


  • ଅଙ୍ଗ ମାନଙ୍କ ସମାହାରରେ ଏକ ଅଙ୍ଗ ସଂସ୍ଥାନ ଗଠିତ ହୋଇଥାଏ ଏବଂ ଅଙ୍ଗ ସଂସ୍ଥାନଗୁଡିକର ସମାହାରରେ ଜୀବଶରୀର ଗଠନ ହୋଇଥାଏ |


  • ପ୍ରାଣୀମାନଙ୍କ କୋଷରେ କୋଷଭିତ୍ତି ନ ଥିବାରୁ ସେମାନଙ୍କ ଟିସୁର ଗଠନ ଓ କାର୍ଯ୍ୟପ୍ରଣାଳୀ ଉଦ୍ଭିଦ ଟିସୁ ଠାରୁ ସମ୍ପୂର୍ଣ୍ଣ ଭିନ୍ନ |


ଉଦ୍ଭିଦ ଟିସୁ : -


  • କ୍ଲୋରେଲା ଓ ଅନେକ ଶୈବାଳ ଜାତୀୟ ଉଦ୍ଭିଦ ଗୋଟିଏ କୋଷରେ ଗଠିତ |


  • ଉଚ୍ଚଶ୍ରେଣୀର ଉଦ୍ଭିଦମାନଙ୍କର  ଶରୀରର ଭିନ୍ନ ଭିନ୍ନ ଅଂଶ ଭିନ୍ନ ଭିନ୍ନ ପ୍ରକାରର କୋଷକୁ ନେଇ ଗଠିତ |


  • ଆକାର , ସ୍ଥାନ , କାର୍ଯ୍ୟ ଓ ବିକାଶକୁ ଆଧାର କରି ଟିସୁକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ |

                     I.            ମେରିଷ୍ଟେମାଟିକ୍ ଟିସୁ

                      II.            ସ୍ଥାୟୀ ଟିସୁ


I. ମେରିଷ୍ଟେମାଟିକ୍ ଟିସୁ :-


  • ଉଦ୍ଭିଦର ଭ୍ରୁଣ ଟିସୁ ଓ ତାହାର ବିଭାଜନ କ୍ଷମ ଅପତ୍ୟ କୋଷମାନ ମୁଖ୍ୟତଃ ମେରିଷ୍ଟେମାଟିକ୍ ଟିସୁର ଅନ୍ତର୍ଭୁକ୍ତ |


  • ଏଗୁଡିକର ବିଭାଜନ କ୍ଷମତା ମୃତ୍ୟୁ ପର୍ଯ୍ୟନ୍ତ ବଳବତ୍ତର ରହିଥାଏ |


  • ଉଦ୍ଭିଦର ସମସ୍ତ ଅଙ୍ଗ ଏଥିରୁ ସୃଷ୍ଟି ହୋଇଥାଏ |


  • ମେରିଷ୍ଟେମାଟିକ୍ ଟିସୁ ଥିବା ସ୍ଥାନକୁ ମେରିଷ୍ଟମ୍ କୁହାଯାଏ |


ମେରିଷ୍ଟେମାଟିକ୍ ଟିସୁର ପ୍ରକାର ଭେଦ :-


  • ସ୍ଥାନ , ଆକାର ଓ ବୃଦ୍ଧି ଇତ୍ୟାଦି ବିଶେଷରେ ମେରିଷ୍ଟେମାଟିକ୍ ଟିସୁ ବିଭିନ୍ନ ପ୍ରକାର |


  • ବିକାଶ ଅନୁଯାୟୀ ଏହାକୁ ଦୁଇଭାଗରେ ବିଭକ୍ତ କରାଯାଏ |


  1. ପ୍ରାଥମିକ ମେରିଷ୍ଟେମ୍ :- ଉଦ୍ଭିଦର କାଣ୍ଡ ଓ ଚେରର ଅଗ୍ରଭାଗରେ ପ୍ରଥମରୁ ଦେଖାଯାଏ |
  2. ଉତ୍ତର ମେରିଷ୍ଟେମ୍ :- ପ୍ରାଥମିକ ମେରିଷ୍ଟେମାଟିକ୍ ଟିସୁରୁ ଉତ୍ପନ୍ନ କେତେକ ସ୍ଥାୟୀ ଟିସୁ ପୁଣି ବିଭାଜନ କ୍ଷମ ହୋଇ ଉତ୍ତର ମେରିଷ୍ଟେମାଟିକ୍ ଟିସୁ ସୃଷ୍ଟି କରନ୍ତି |


  • ସ୍ଥାନ ଅନୁଯାୟୀ ମେରିଷ୍ଟେମାଟିକ୍ ଟିସୁକୁ ତିନିଭାଗରେ ବିଭକ୍ତ କରାଯାଇଛି |


ଅଗ୍ରସ୍ଥ ମେରିଷ୍ଟେମ୍ :-


  • ଏହା କାଣ୍ଡ ଓ ଚେରର ଅଗ୍ରଭାଗରେ ରହି ଉଚ୍ଚତା ବୃଦ୍ଧି କରିବା ସହିତ ଶାଖା, ଡାଳ, ଚେର, ପତ୍ର ଓ ଫୁଲର ଉତ୍ପତ୍ତି କରିଥାଏ |


ପାର୍ଶ୍ଵିକ ମେରିଷ୍ଟେମ୍ :-


  • କାଣ୍ଡ ଓ ମୂଳରେ ଅନୁଲମ୍ବ ପଟ୍ଟୀ ଭାବରେ ରହି ପରିଧୀରେ ବୃଦ୍ଧି ଘଟାଇଥାଏ |


  • ଏଥିରେ ଥିବା କୋଷଗୁଡିକର ଆକାର ଛୋଟ, ଆୟତାକାର ଓ ଗୋଟିଏ ମାତ୍ର ସମତଳରେ ବିଭାଜିତ  ହୋଇଥାନ୍ତି |


ଅର୍ନ୍ତବିଷ୍ଠି ମେରିଷ୍ଟେମ୍ :-


  • ସାଧାରଣତଃ ଏକ ବିଜପତ୍ରୀ ଉଦ୍ଭିଦମାନଙ୍କ କାଣ୍ଡରେ ଥିବା ଗଣ୍ଠି ଉପରେ ଓ ସମସ୍ତ ପତ୍ର ଡେମ୍ଫର ମୂଳରେ ରହି ଗଣ୍ଠିର ଉପର ପବ ର ଲମ୍ବରେ ବୃଦ୍ଧି ଘଟାଇଥାଏ |


ସ୍ଥାୟୀ ଟିସୁ :-


  • ମେରିଷ୍ଟେମାଟିକ୍ ଟିସୁରୁ ସୃଷ୍ଟି ହୋଇଥିବା କୋଷୀମାନଙ୍କର କ୍ରମବିକାଶ, ଗଠନ ଓ ପୃଥକୀକରଣ ଘଟି ସ୍ଥାୟୀ ଟିସୁ ଗଠିତ ହୋଇଥାଏ |


  • ଆକାର , ପ୍ରକାର ଓ କାର୍ଯ୍ୟ ଅନୁସାରେ ସ୍ଥାୟୀ ଟିସୁକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଏ | ଯଥା : - ସରଳ  ଟିସୁ  ଓ ଜଟିଳ ଟିସୁ |


ସରଳ ଟିସୁ


  • ଗୋଟିଏ ପ୍ରକାରର କୋଷଦ୍ଵାରା ଗଠିତ ତେଣୁ ଏକ ପ୍ରକାରର କାର୍ଯ୍ୟ ସମ୍ପାଦନ କରିଥାଏ |


  • ଏହା ତିନି ଭାଗରେ ବିଭକ୍ତ , ଯଥା : -


               a)     ପାରେନ୍ କାଇମା

               b)     କୋଲେନ୍ କାଇମା

               c)     ସ୍କେରେନ୍ କାଇମା

 

a)      ପାରେନ୍ କାଇମା : -


  •   ଏହି ଟିସୁରେ  ଥିବା କୋଷଗୁଡିକ ସାଧାରଣତଃ ଗୋଲାକାର କିମ୍ବା ଡିମ୍ବାକାର ଓ ଢିଲା ଭାବରେ ସଜାଇ ହୋଇ ରହିଥାନ୍ତି | ତେଣୁ ସେମାନଙ୍କ ମଝିରେ ଅନ୍ତଃକୋଷୀୟ ସ୍ଥାନ ରହିଥାଏ |


  •  କୋଷ ଗୁଡିକ ଜୀବନ୍ତ , କୋଷଭିତ୍ତି ପତଳା ଓ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥାନ୍ତି |


  • ପତ୍ର ଓ କଅଁଳ କାଣ୍ଡରେ ଥିବା ପାରେନ୍ କାଇମା ଟିସୁକୁ କ୍ଲୋରେନ୍ କାଇମା କୁହାଯାଏ |


  • ମରୁ ଉଦ୍ଭିଦମାନଙ୍କର ଅନ୍ତଃକୋଷୀୟ ସ୍ଥାନ କମ୍ ରହିଥାଏ କିନ୍ତୁ ଜଳଜ ଉଦ୍ଭିଦ ମାନଙ୍କର ବଡ ହୋଇଥିବା କାରଣରୁ ବାୟୁ ରହିଥାଏ| ଏହି ଟିସୁକୁ ଏରେନ୍ କାଇମା କୁହାଯାଏ |


  •  ଉଦ୍ଭିଦର ତ୍ଵଚା , କର୍ଟେକ୍ସ , ପିଥ୍ ଓ ମେଜୋଫିଲ ଆଦି ପାରେନ୍ କାଇମା ଦ୍ଵାରା ଗଠିତ |


b)     କୋଲେନ୍ କାଇମା :–


  •  ଟିସୁର କୋଷ ଗୁଡିକ ଜୀବନ୍ତ, ଲମ୍ବାକାର ଓ ଦୁଇପଟରେ ମୁନିଆଁ ହୋଇଥାଏ |


  • କୋଷଭିତ୍ତି ମୋଟା ଓ ଅନ୍ତଃ କୋଷୀୟ ସ୍ଥାନରେ ଲିଗ୍ ନିନ୍ ଥିବାରୁ ଏହି ଟିସୁ ଟାଣ ଓ ନମନୀୟ ହୋଇଥାଏ |


  •  ପତ୍ର ର ଧାର ଓ ଡେମ୍ଫ ଏବଂ କାଣ୍ଡର ଅଧତ୍ଵଚୀୟ ବା ହାଇପୋଡମିସ୍ ରେ ଯାନ୍ତ୍ରିକ ଶକ୍ତି ଯୋଗାଇଥାନ୍ତି |


  • ମରୁ ଉଦ୍ଭିଦମାନଙ୍କରେ କୋଲେନ୍ କାୟମାର ସ୍ତର ମୋଟା କିନ୍ତୁ ଜଳଜ ଉଦ୍ଭିଦ ମାନଙ୍କରେ ସାଧାରଣତଃ ନ ଥାଏ |

 

c)     ସ୍କେରେନ୍ କାଇମା :-


  • ଏଥିରେ ଥିବା କୋଷଗୁଡିକ ମୃତ | କୋଷ ଭିତ୍ତିରେ ଅତ୍ୟଧିକ ଲିଗ୍ ନିନ୍ ଜମା ହୋଇଥିବାରୁ ଏହା ଅତ୍ୟଧିକ ସ୍ଥୂଳ ଓ ଶକ୍ତ |


  •  ଗଠନ ଅନୁଯାୟୀ ଦୁଇ ପ୍ରକାରର | ଯଥା : -

                                                                            i.   ଦୃଢ ତନ୍ତୁ

                                                                           ii.    ଦୃଢ କୋଷ


  • ଦୃଢକୋଷ ଗୁଡିକର ଭିତ୍ତିରେ ଅତ୍ୟଧିକ କ୍ୟୁଟିନ୍ ଓ ସୁବେରିନ୍ ଜମା ହୋଇ ରହିଥାଏ ତେଣୁ ଏହା ପଥର ଭଳି ଟାଣ ଓ ନିଦା ହୋଇଥାଏ |ସେଥିପାଇଁ ଦୃଢକୋଷ ଗୁଡିକୁ ଷ୍ଟୋନ୍ ସେଲ୍ସ ମଧ୍ୟ କୁହାଯାଏ |


  •  ଧିକାଂଶ  ମଞ୍ଜିର କଠିନ ଅଂଶରେ ଏହି ଟିସୁ ଦେଖାଯାଏ |


ଜଟିଳ ଟିସୁ :-


  • ବିଭିନ୍ନ ପ୍ରକାରର ସରଳ ଟିସୁକୁ ନେଇ ଗଠିତ | କିନ୍ତୁ ସମସ୍ତ କୋଷ ଏକାଠି ହୋଇ ଗୋଟିଏ କାର୍ଯ୍ୟ ସମ୍ପାଦନ କରିଥାନ୍ତି |


  • ସାଧାରଣତଃ ଦୁଇ ପ୍ରକାରର | ଯଥା :

                 a.   ଜାଇଲେମ୍ :-


  • ଟ୍ରାକିଡ୍ , ଭେସେଲ , ଜାଇଲେମ୍  ପାରେନ୍ କାଇମା  ଓ ଜାଇଲେମ ଫାଇବର୍ , ଏହି ଚାରୋଟିକୁ ନେଇ ଜାଇଲେମ୍ ଟିସୁ ଗଠିତ |


ଟ୍ରାକିଡ୍ : –


  • ଏଥିରେ ଥିବା କୋଷଗୁଡିକ ଲମ୍ବା, ସରୁ ଓ ଦୁଇପଟକୁ ମୁନିଆଁ |


  • ଏହା ଏକ ମୃତ ଟିସୁ ତେଣୁ କୋଷ ମଧ୍ୟରେ ସାଇଟୋପ୍ଲାଜମ୍ ନ ଥାଏ |


  •  କୋଷ ଭିତ୍ତିରେ ଅତ୍ୟଧିକ ଲିଗନିନ୍ ଥିବାରୁ ଏଗୁଡିକ ଦୃଢ ଓ ସ୍ଥୂଳ ହୋଇଥାଏ |


ଭେସେଲ୍ : –


  •  ଟ୍ରାକିଡ୍ ଠାରୁ ଅଧିକ ସ୍ଥୂଳ ଓ ଲମ୍ବାରେ ସଂଯୁକ୍ତ ହୋଇ ରହିଥାନ୍ତି |


  •  ଭେସେଲ୍ ଗୁଡିକ ମିଶିବା ଦ୍ଵାରା ଏକ ବଡ ନଳି ସୃଷ୍ଟି ହୋଇଥାଏ ଓ ତାହା ଦ୍ଵାରା ଉଦ୍ଭିଦରେ ଜଳ ପରିବହନ ସମ୍ଭବ ହୋଇଥାଏ |


ଜାଇଲେମ୍  ପାରେନ୍ କାଇମା : –


  •  ଏଗୁଡିକ ଜୀବନ୍ତ ଓ କୋଷଭିତ୍ତି ପତଳା ଏବଂ ଟ୍ରାକିଡ୍ ଓ ଭେସେଲ୍ ନିକଟରେ ରହିଥାଏ |


  • ଖାଦ୍ୟ ଓ ଟେନିନ୍ ଆଦି ସଂରକ୍ଷଣରେ ସହାୟତା କରନ୍ତି |


ଜାଇଲେମ ଫାଇବର୍ : –


  •    ଏକ ପ୍ରକାର ଦୃଢ ଟିସୁ | କୋଷଭିତ୍ତି ସେଲ୍ୟୁଲୋଜ୍ ଓ ଲିଗନିନ୍ ଦ୍ଵାରା ନିର୍ମିତ | ଏହା ସ୍ଥୂଳ ଓ ଏହାର କୋଷ ଭିତ୍ତିରେ ସରଳ ଗର୍ତ୍ତ ଥାଏ |


  • ଟିସୁର କୋଷାଭ୍ୟନ୍ତର ଅତ୍ୟନ୍ତ ଅଣ ଓସାରିଆ |


  •  ଉଦ୍ଭିଦକୁ ଯାନ୍ତ୍ରିକ ଶକ୍ତି ଯୋଗାଇଥାଏ |


              b. ଫ୍ଲୋଏମ୍  : –


  • ସିଭ୍  ଟ୍ୟୁବ , କମ୍ପାନୀୟନ ସେଲ୍ , ଫ୍ଲୋଏମ୍ ପାରେନ୍ କାଇମା ଓ ଫ୍ଲୋଏମ୍ ଫାଇବର୍ କୁ ନେଇ ଫ୍ଲୋଏମ୍ ଗଠିତ |


ସିଭଟ୍ୟୁବ : –


  •  ଲମ୍ବ ଭାବରେ ଉପରକୁ ଉପର ଧାଡିରେ ସଜ୍ଜିତ ହୋଇ ରହିଥାନ୍ତି |


  •  ଅନୁପ୍ରସ୍ଥ କୋଷ ଭିତ୍ତି ମୁନିଆ ବା କୋଣାକାର ଏବଂ ଅନେକ ଗୋଲାକାର ଛିଦ୍ର ରହିଥାଏ | କୋଷଭିତ୍ତି ସ୍ଥୂଳ ଓ ଧାରରେ କୋଷ ଜୀବକ ଥାଏ |


  •  ନ୍ୟଷ୍ଟି ନ ଥାଏ | ସିଭ୍  ଟ୍ୟୁବ ଦେଇ ଖାଦ୍ୟ ପଦାର୍ଥ ଉଦ୍ଭିଦର ବିଭିନ୍ନ ଅଂଶକୁ ଯାଇଥାଏ |


କମ୍ପାନୀୟନ ସେଲ୍ : –


  • ଏଗୁଡିକ ଲମ୍ବା , କ୍ଷୁଦ୍ର ତଥା ଅଣଓସାରିଆ ଓ ସିଭ୍  ଟ୍ୟୁବ ସହିତ ଘଟିଷ୍ଠ ଭାବରେ ଜଡ଼ିତ | ଏହାର କୋଷ ଜୀବକ ଘନ, ନ୍ୟଷ୍ଟି ସ୍ପଷ୍ଟ | କାର୍ଯ୍ୟ ଦକ୍ଷତା ପାଇଁ ସିଭ୍  ଟ୍ୟୁବସ୍ ଓ କମ୍ପାନୀୟନ ସେଲ୍ ପରସ୍ପର ନିର୍ଭରଶୀଳ ଓ ଏମାନେ ମିଶି ଉଦ୍ଭିଦର ବିଭିନ୍ନ ଅଙ୍ଗକୁ ଖାଦ୍ୟ ପ୍ରେରଣ କରିଥାନ୍ତି |


ଫ୍ଲୋଏମ୍ ପାରେନ୍ କାଇମା : –


  •  ସିଭ୍  ଟ୍ୟୁବ ଓ କମ୍ପାନୀୟନ ସେଲ୍ ସହିତ ପାରେନ୍ କାଇମା ଲାଗି ରହିଥାଏ |


  • କୋଷଜୀବକ ସ୍ପଷ୍ଟ ଓ କୋଷ ଭିତ୍ତି ପତଳା |


  •  ଖାଦ୍ୟ ସଂରକ୍ଷଣ ଓ ଖାଦ୍ୟ ପ୍ରେରଣରେ ସାହାଯ୍ୟ କରିଥାଏ |


ଫ୍ଲୋଏମ୍ ଫାଇବର୍ : -


  •  କୋଷ ଗୁଡିକ ଦୃଢ ଟିସୁ ପରି ଓ ଏହାର କୋଷ ଭିତ୍ତିରେ ବହୁପରିମାଣର ଲିଗନିନ୍ ଜମା ହୋଇଥାଏ |


  •  ଏହି ଟିସୁ ଉଦ୍ଭିଦକୁ ଶକ୍ତ କରିଥାଏ ଓ ଦୃଢତା ଦିଏ |

 

 ପ୍ରାଣୀ ଟିସୁ :-


  •  ଆମ ଶରୀର ମଧ୍ୟରେ କେତେକ ବିଶେଷ କୋଷ ରହିଛି , ଯାହାକୁ ପେଶୀ କୋଷ କୁହାଯାଏ |


  • ପେଶୀ କୋଷ ଗୁଡିକର ସଂକୋଚନ ଓ ପ୍ରସାରଣ ଫଳରେ ଅଙ୍ଗ ଚାଳନା ସମ୍ଭବ ହୋଇଥାଏ |


  • ଶ୍ଵାସକ୍ରିୟାରେ ଆମେ ଗ୍ରହଣ କରୁଥିବା ଅମ୍ଳଜାନ ପ୍ରଥମେ ଫୁସଫୁସ୍ ରେ ପହଞ୍ଚେ ଏବଂ ପରେ ରକ୍ତ ସାହାଯ୍ୟରେ ପ୍ରତ୍ୟେକ କୋଷ ନିକଟରେ ପହଞ୍ଚେ |


  •  ରକ୍ତ ଅମ୍ଳଜାନ ଓ ଖାଦ୍ୟ ପରିବହନ କରିବା ସହିତ ବିଭିନ୍ନ ଅଂଶରୁ ବର୍ଜ୍ୟବସ୍ତୁ ସଂଗ୍ରହ କରି ଯକୃତ ଓ ବୃକକ୍ ଦ୍ଵାରା ନିଷ୍କାସନ କରାଇଥାଏ |


  •  ଟିସୁମାନଙ୍କର କାର୍ଯ୍ୟକୁ ଆଧାର କରି ପ୍ରାଣୀ ଟିସୁକୁ 4 ଭାଗରେ ବିଭକ୍ତ କରାଯାଇଛି | ଯଥା : -


a) ଏପିଥେଲିଆଲ ଟିସୁ : -


  •  ଏପିଥେଲିଆଲ ର ଅର୍ଥ ଆବୃତ ବା ଆବରଣ |


  • ଚର୍ମ , ମୁଖଗହ୍ଵରର ପୃଷ୍ଠସ୍ତର , ଖାଦ୍ୟନଳୀର ଭିତର ପାଖ , ଶିରା ଓ ଧମନୀ ଭିତର ପାଖ , ବୃକକ୍ ମୃତ ନଳିକା ଏହି ଟିସୁଦ୍ଵାରା ଆବୃତ ରହିଥାଏ |.


  •  ଟିସୁରେ ଥିବା କୋଷମାନଙ୍କ ମଧ୍ୟରେ ଅନ୍ତଃକୋଷୀୟ ସ୍ଥାନ ଏବଂ ଅନ୍ତଃକୋଷୀୟ ଆଧାର ନ ଥାଏ | କୋଷଗୁଡିକ ପୁନରୁଦ୍ଭବନ କ୍ଷମ |


  • ଶରୀରରୁ ଜଳକ୍ଷୟ , ବାହ୍ୟରୋଗ ଜୀବାଣୁ ପ୍ରବେଶରୁ ରକ୍ଷା , ରେଚନ , ପ୍ରଜନନ , ଶ୍ଵସନ , ଖାଦ୍ୟ ଶୋଷଣ ଆଦି ପ୍ରକ୍ରିୟାରେ ସାହାଯ୍ୟ କରେ |


  • ଗଠନ ଦୃଷ୍ଟିରୁ ଟିସୁକୁ 2 ଭାଗରେ ବିଭକ୍ତ କରାଯାଇଛି | ଯଥା : -

            i)  ସରଳ ବା ଏକସ୍ତର ବିଶିଷ୍ଟ ଏପିଥେଲିୟମ : -


ସ୍କ୍ୱାମସ୍ ଏପିଥେଲିୟମ : -


  • ଟିସୁର କୋଷ ଗୁଡିକ ଅତି ପତଳା ଓ ବହୁ କୋଣ ବିଶିଷ୍ଟ ଉଚ୍ଚତା ଅପେକ୍ଷା ପ୍ରସ୍ଥ ବେଶି | ଥାଳି ଭଳି ପୃଷ୍ଠ ଗଠନ କରନ୍ତି |


  • ଖାଦ୍ୟନଳୀର ଭିତର ପାଖ , ଫୁସଫୁସ୍ ର କୋଟରିକା ଓ ରକ୍ତନଳୀର ଭିତର ସ୍ତର ଆଦି ସ୍ଥାନ ମାନଙ୍କରେ ରହିଥାଏ |


ସ୍ତମ୍ଭାକାର ଏପିଥେଲିୟମ : -


  • କୋଷ ଗୁଡିକ ସ୍ତମ୍ଭ ସଦୃଶ ଓ ଉଚ୍ଚତା , ପ୍ରସ୍ଥ ଅପେକ୍ଷା ଅଧିକ | କେତେକ କୋଷ ସିଲିଆ ବା ପକ୍ଷ୍ମ ଯୁକ୍ତ ଯାହା ଖାଦ୍ୟ ନଳୀରେ ଶ୍ଲେଷ୍ମ ବା ମ୍ୟୁକସ୍ ଠେଲିବାରେ ସହାୟକ ହୋଇଥାଏ |


  • ପାକସ୍ଥଳୀର ଭିତରପଟ , କ୍ଷୁଦ୍ରାନ୍ତ , ବୃହଦାନ୍ତ୍ର , ପିତ୍ତୋକୋଷ ଆଦିରେ ଦେଖାଯାଏ |


ଘନାକାର ଏପିଥେଲିୟମ : -


  • କୋଷଗୁଡିକର ପ୍ରସ୍ଥ ଓ ଉଚ୍ଚତା ପ୍ରାୟ ସମାନ |.


  •  ବିଭିନ୍ନ ଲାଲଗ୍ରନ୍ଥି , ଯକୃତ , ଓଭାରୀ ଆବରଣ ଇତ୍ୟାଦି ସ୍ଥାନମାନଙ୍କର ଦେଖାଯାଏ |


  • କ୍ଷରଣ, ଶୋଷଣ କ୍ରିୟାମାନଙ୍କରେ ଏହି ଟିସୁ ସକ୍ରିୟ ଅଂଶଗ୍ରହଣ କରେ |


 କୁଟସ୍ତରୀକୃତ ଏପିଥେଲିୟମ : -


  • କୋଷଗୁଡିକ ସ୍ତମ୍ଭାକାର ଏବଂ ଅସମାନ | ସମସ୍ତ କୋଷ ଆଧାର ଝିଲ୍ଲୀ ଉପରେ ସଜ୍ଜିତ ହୋଇ ରହିଥାଏ |


  • ଘ୍ରାଣ ପଥ ଓ ଶ୍ଵାସନଳୀ ଆଦିରେ ଦେଖାଯାଏ |


  • ମ୍ୟୁକସ୍ ଓ ଅନ୍ୟାନ୍ୟ ତରଳ ପଦାର୍ଥର ଚଳନରେ ସାହାଯ୍ୟ କରେ |


ଜଟିଳ ବା ବହୁସ୍ତର ବିଶିଷ୍ଟ ଏପିଥେଲିୟମ : -


  • ଏକାଧିକ ସ୍ତର ବିଶିଷ୍ଟ | ଶରୀରର ଅଧିଚର୍ମ , ଖାଦ୍ୟନଳୀ , ସ୍ଵେଦଗ୍ରନ୍ଥି , ମୂତ୍ରଥଳୀ ଓ ଜନନ ଆବରଣ ଆଦିରେ ଦେଖାଯାଇ ଥାଏ |


 ସଂଯୋଜକ ଟିସୁ : -


  • ରକ୍ତ ଏକ ପ୍ରକାର ସଂଯୋଜକ ବା କନେକ୍ଟିଭ୍ ଟିସୁ | ଅସ୍ଥି ମଧ୍ୟ ଏକ ସଂଯୋଜକ ଟିସୁର ଅନ୍ତର୍ଭୁକ୍ତ |


ସଂଯୋଜକ ଟିସୁର ଲକ୍ଷଣ : -


         i.            କୋଷ ସଂଖ୍ୟା କମ୍ ତେଣୁ ଟିସୁ ମଧ୍ୟରେ ଅନ୍ତଃକୋଷୀୟ ସ୍ଥାନ ଅଧିକ |


       ii.            ଅନ୍ତଃକୋଷୀୟ ସ୍ଥାନ, ଅନ୍ତଃ କୋଷୀୟ ଆଧାର ବା ମାଟ୍ରିକ୍ସ ରେ ଭରି ରହିଥାଏ |


      iii.            ଏହି ଆଧାର ମୁଖ୍ୟତଃ ଶ୍ଵେତସାର ଓ ପୁଷ୍ଟିସାର ଦ୍ଵାରା ଗଠିତ |


     iv.            କୋଷ ଗୁଡିକ ଜୀବନ୍ତ କିନ୍ତୁ ଆଧାର ନିର୍ଜୀବ ଅଟେ |


       v.            ଏହା ଶରୀରର ଅଙ୍ଗ ପ୍ରତ୍ୟେଙ୍ଗ ଭିତରେ ସଂଯୋଗ ସ୍ଥାପନ କରିଥାଏ |


     vi.            କୋଷର ଆଧାର ବ୍ୟତୀତ ଏଥିରେ ଅନେକ ତନ୍ତୁ ଥାଏ |


    vii.            ଆଧାର ଝିଲ୍ଲୀ ନ ଥାଏ |


ରକ୍ତ :-


  • ଏହା ଏକ ତରଳ ସଂଯୋଜକ ଟିସୁ | ଏହା ମାଟ୍ରିକ୍ସ ବା ପ୍ଲାଜମା ଏବଂ ତିନି ପ୍ରକାରର କୋଷ ଯଥା : - ଲୋହିତ ରକ୍ତ କଣିକା, ଶ୍ଵେତ ରକ୍ତ କଣିକା ଏବଂ ଅଣୁ ଚକ୍ରିକା ବା ପ୍ଳେଟଲେଟ୍ କୁ ନେଇ ଗଠିତ |


  • ପ୍ଲାଜମାରେ 90 – 92 % ଜଳୀୟ ଅଂଶ ରହିଥାଏ | pH 7.4  ସାମାନ୍ଯ କ୍ଷାରୀୟ | ସୁସ୍ଥ ବୟସ୍କ ବ୍ୟକ୍ତି ମଧ୍ୟରେ 5 – 6 ଲିଟର ରକ୍ତ ଥାଏ |


  • ରକ୍ତ ମଧ୍ୟ ଦେଇ ଖାଦ୍ୟ ପଦାର୍ଥ ଏବଂ ଶ୍ଵସନ ବାୟୁ ଓ ବର୍ଜ୍ୟବସ୍ତୁ ଆଦିକୁ ନେଇ ବିଭିନ୍ନ ଅଙ୍ଗ ନିକଟରେ ପହଞ୍ଚାଇ ଥାଆନ୍ତି |


  • ରକ୍ତରେ ଥିବା ଜୈବପଦାର୍ଥ ମଧ୍ୟରେ ପ୍ରୋଟିନ ଯଥା : - ଆଲବୁମିନ , ଗ୍ଲୋବ୍ୟୁଲିନ୍ , ଫାଇବ୍ରିନୋଜେନ୍ ପ୍ରୋଥ୍ରମ୍ବିନ୍ ଇତ୍ୟାଦି ପ୍ରଧାନ |


  •  ରକ୍ତ ଜମାଟ ବାନ୍ଧିବା ଓ ରୋଗ ପ୍ରତିରୋଧକ ଶକ୍ତି ଦ୍ଵାରା ଶରୀରରକୁ ସୁରକ୍ଷା ପ୍ରଦାନ କରେ |


i) ଲୋହିତ ରକ୍ତ କଣିକା (RBC) :-


  • କୋଷର ଆକାର ଦ୍ଵି ଅବତଳ , ନ୍ୟଷ୍ଟି ବିହନ, କିନ୍ତୁ ହିମୋଗ୍ଲୋବିନ୍ ରହିଛି |


  • ହିମୋଗ୍ଲୋବିନ୍ ରକ୍ତରେ ଅମ୍ଳଜାନ ବହନ କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରେ  |


  •  ମନୁଷ୍ୟ ଶରୀରରେ RBC ଆୟୁଶ 120 ଦିନ |


ii)  ଶ୍ଵେତ ରକ୍ତ କଣିକା (WBC) :-


  •  କୋଷ ନ୍ୟଷ୍ଟିଯୁକ୍ତ ଏବଂ ଏହି କୋଷ ଗୁଡିକ ବିଭିନ୍ନ ପ୍ରକାରର ଯଥା : - ଲିମ୍ଫୋସାଇଟ୍ , ମନୋସାଇଟ୍ , ନିଉଟ୍ରୋଫିଲ, ବାସୋଫିଲ ଓ ଇଓ ସିନୋଫିଲ |


  •  ଶ୍ଵେତ ରକ୍ତ କଣିକାର ଆୟୁଷ ପ୍ରାୟ 3 ଦିନ |


iii) ଅଣୁଚକ୍ରିକା :-


  • ଏହାର ଆୟୁଷ 10 ରୁ 12 ଦିନ | ରକ୍ତ ଜମାଟ ବାନ୍ଧିବାରେ ଏହା ସାହାଯ୍ୟ କରେ |


ଅସ୍ଥି : -


  • କଠିନ ସଂଯୋଜକ ଟିସୁ | ଏହା ଶରୀରର ଆକାର ନିର୍ଦ୍ଧାରଣ କରିଥାଏ |


  •  ପେଶୀ ଟିସୁ ସହ ଅସ୍ଥିର ସଂଯୋଗ ଦ୍ଵାରା ଶରୀରରେ ଚଳନ ସମ୍ଭବ ହୋଇଥାଏ |


  •  ଅସ୍ଥି ଟିସୁର କୋଷକୁ ଅଷ୍ଟିଓସାଇଟ୍ କୁହାଯାଏ |


  • ଶରୀରର ଗୋଟିଏ ଅସ୍ଥିକୁ ଅନ୍ୟ ଏକ ଅସ୍ଥି ସହ ସଂଯୋଗ କରୁଥିବା ନମନୀୟ ,ଦୃଢ ଓ ଶକ୍ତିଶାଳୀ ଟିସୁକୁ ଲିଗାମେଣ୍ଟ କୁହାଯାଏ |


  •  ଅସ୍ଥି ସହ ପେଶୀକୁ ସଂଯୋଗ କରୁଥିବା ଦୃଢ , ଅନମନୀୟ ଟିସୁକୁ ଟେଣ୍ଡନ୍ କୁହାଯାଏ |


ଉପାସ୍ଥି (Cartilage) :-


  • ଏହା ମଧ୍ୟ ଏକ ସଂଯୋଗକ ଟିସୁ ଏବଂ ଏହା କିଛି କୋଷତନ୍ତୁ ଓ ଆଧାରୁ ଦ୍ଵାରା ଗଠିତ |


  •  ଶରୀରରେ ଥିବା ଲମ୍ବା ଅସ୍ଥିର ଅଗ୍ରଭାଗ , ନାସାପଟ୍ଟ , ବହିଃକର୍ଣ୍ଣ , ସ୍ଵରପେଟିକା , ଶ୍ଵାସନଳୀର ଭିତ୍ତି , ପଞ୍ଜରାହାଡ ଇତ୍ୟାଦିରେ ରହିଥାଏ |


  • ଚର୍ମ ଓ ମାଂସପେଶୀ, ମଝିରେ ଥିବା ରକ୍ତବାହିନୀ ନଳୀ , ଅସ୍ଥି ମଜ୍ଜା ଭିତରେ ଓ ସ୍ନାୟୁର ଚାରି ଦିଗରେ ଏରିଓଲାର କନେକ୍ଟିଭ ଟିସୁ ରହିଥାଏ |


  • ଏଡିପୋଜ ଟିସୁର କୋଷ ଗୁଡିକ ସ୍ନେହସାର ଦାନା ବା ଫ୍ୟାଟ୍ ଗ୍ଲୋବ୍ୟୁଲ୍ ରେ ଭରପୁର ହୋଇଥାଏ |


ପେଶୀ ଟିସୁ :-


  •  ଏହି ଟିସୁ ସାଧାରଣତଃ ସଂକୋଚନ ଓ ପ୍ରସାରଣଶୀଳ ତେଣୁ ଏହା ଶରୀରର ଅଙ୍ଗଚାଳନା ପାଇଁ ମୁଖ୍ୟତଃ ଦାୟୀ |


  • ଆମ ଶରୀରରେ ମୁଖତଃ ତିନି ପ୍ରକାର ପେଶୀ କୋଷ ରହିଥାଏ | ଯଥା : -


ରେଖିତ ପେଶୀ : -


  • ଯେଉଁ ପେଶୀ ଗୁଡିକ ଆମ ଇଚ୍ଛା ଉପରେ ନିର୍ଭର କରନ୍ତି  ସେମାନଙ୍କୁ ଐଛିକ ପେଶୀ କୁହାଯାଏ |


  •  ଏହି କୋଷମାନଙ୍କରେ ଅନେକ କଳା ଓ ଫିକା ବ୍ୟାଣ୍ଡ୍ ଅନୁରୂପ ଭାବରେ ରହିଥିବା ଦେଖିବାକୁ ମିଳିଥାଏ | ତେଣୁ ଏଗୁଡ଼ିକୁ ରେଖିତ ପେଶୀ କୁହାଯାଏ |ଏହାର କୋଷଗୁଡିକ ଲମ୍ବାଳିଆ ବା ସିଲିଣ୍ଡର ଆକୃତିର, ଶାଖା ବିହୀନ ଏବଂ ବହୁନ୍ୟଷ୍ଟିୟ |


  •  ଏହି ପେଶୀ ଗୁଡିକ ଶରୀରର ବିଭିନ୍ନ ଅସ୍ଥି ବା ଉପାସ୍ଥି ସହିତ ସଂଯୋଗ ହୋଇଥାନ୍ତି |


  •  ହାତ, ଗୋଡ , ନିଗଳ , ଜିହ୍ଵା  ଇତ୍ୟାଦିରେ ଏହି ପେଶୀ ଦେଖାଯାଏ |


ଅରେଖିତ ପେଶୀ :-


  • ଯେଉଁ ପେଶୀଗୁଡିକ ଆମର ଇଚ୍ଛା ଉପରେ ନିର୍ଭର କରନ୍ତି ନାହିଁ | ସେଗୁଡିକୁ ଅନୈଛିକ ପେଶୀ ବା ଅରେକ୍ଷିତ ପେଶୀ କୁହାଯାଏ |


  •  ପରିପାକନଳୀ , ଜରାୟୁ , ଆଖିର ସ୍ଵଚ୍ଛପଟଳ ଆଦିରେ ରହିଥାନ୍ତି |


  • କୋଷ ଗୁଡିକ ଲମ୍ବା ଏବଂ ପ୍ରାନ୍ତ ଦୁଇଟି ଧୀରେ ଧୀରେ ସରୁ ହୋଇ ରହିଥାଏ ଏବଂ ପ୍ରତ୍ୟେକ ଏକ ନ୍ୟଷ୍ଟି ବିଶିଷ୍ଟ |


  •  ଏଥିରେ ରେଖିତ ପେଶୀ ପରି ପଟା ପଟା ଦାଗ ନ ଥାଏ |


ହୃତପେଶୀ : -


  • କାର୍ଯ୍ୟ ଦୃଷ୍ଟିରୁ ଏହା ଅରେକ୍ଷିତ ପେଶୀ ପରି କିନ୍ତୁ ଗଠନ ଦୃଷ୍ଟିରୁ ରେଖିତ ପେଶୀ ଭଳି |


  • ପେଶୀ କୋଷଗୁଡିକରୁ ଅନେକ ଶାଖା ବାହାରି ପରସ୍ପର ଛନ୍ଦି ହୋଇ ରହିଥିବାରୁ ସେହି ଜାଗାରେ କଳାରଙ୍ଗର ଅନ୍ତର୍ବିଷ୍ଟ ଚକ୍ରିକା ସୃଷ୍ଟି ହୋଇଥାଏ |


  • ପେଶୀ କୋଷରେ ଅନେକ ମାଇଟୋକଣ୍ଡ୍ରିଆ ଥାଏ | ସ୍ଵୟଂଚାଳିତ ସ୍ନାୟୁ ତନ୍ତ୍ର ଦ୍ଵାରା ଏହି ପେଶୀ ନିୟନ୍ତ୍ରିତ, ସେ ଦୃଷ୍ଟିରୁ ଏହା ଅନୈଛିକ ପେଶୀ ପରି କାମ କରିଥାଏ |


  • ଏହି ପେଶୀର ସଂକୋଚନ ଓ ପ୍ରସାରଣ ଜୀବନ ସାରା ଚାଲିଥାଏ |


ସ୍ନାୟୁଟିସୁ (nervous tissue) :-


  • ଏହା ଉଦ୍ଦୀପନା ଗ୍ରହଣ କରିବା ସହ ସ୍ନାୟବିକ ଆବେଗ ପରିବହନ କରିଥାଏ |


  • ମସ୍ତିଷ୍କ , ସୁଷମ୍ନା କାଣ୍ଡ ଓ ସ୍ନାୟୁ ସମୂହ ସ୍ନାୟୁ ଦ୍ଵାରା ଗଠିତ |


  • ସ୍ନାୟୁ କୋଷ, ସ୍ନାୟୁ ଟିସୁର  ଗାଠନିକ ଓ କ୍ରିୟାତ୍ମକ ଏକକ |


  • ସ୍ନାୟୁ କୋଷର ମୁଖତଃ ତିନୋଟି ଅଂଶ ଥାଏ | ଯଥା : -


  a)କୋଷପିଣ୍ଡ :-


  • ଏହାର ଆକାର ଅଣ୍ଡାପରି | କୋଷର ପ୍ରରସକୁ ସ୍ନାୟୁ ପ୍ରରସ କୁହାଯାଏ | ଏଥିରେ ନ୍ୟଷ୍ଟି ଓ ଅନେକ ନିସଲ୍ କଣିକା ରହିଥାଏ |


b) ଡ୍ରେନଡ୍ରନ୍  : -


  • କୋଷପିଣ୍ଡରୁ ବାହାରିଥିବା ଅନେକ ସୂକ୍ଷ୍ମ ସରୁ ସରୁ ଶାଖାକୁ ଡ୍ରେନଡ୍ରନ୍ କୁହାଯାଏ |


  • ଏହାଦ୍ଵାରା ସ୍ନାୟୁକୋଷ ସମ୍ବେଦନ ଗ୍ରହଣ କରନ୍ତି |


c) ଆକସନ୍ : -


  •  କୋଷପିଣ୍ଡର ଅନ୍ୟ ଏକ ପ୍ରାନ୍ତରୁ ବାହିର ଥିବା ଲମ୍ବା ଅଂଶଟିକୁ ଆକ୍ସନ କୁହାଯାଏ | ଆକ୍ସନ୍ ର ଶେଷ ଭାଗରେ ରହିଥିବା ଛୋଟ ଛୋଟ ଶାଖାକୁ ଅନ୍ତିମ ଡେନଡ୍ରିଆ କୁହାଯାଏ |


  • ମାଏଲିନ୍ ଯୁକ୍ତ ନିଉରନ ମାନଙ୍କର ଆକ୍ସନ୍ ଚାରିକଡରେ ମାଏଲିନ୍ ଆବରଣ ରହି ମଝିରେ ମଝିରେ ଗଣ୍ଠି ଭଳି ଦେଖାଯାଏ | ଏହି ଗଣ୍ଠିକୁ ରାନଭିଏର ଗଣ୍ଠି କୁହାଯାଏ |


  • ଏହି ଟିସୁର ସମନ୍ୱିତ ପରିଚାଳନା ଦ୍ଵାରା ଶରୀରରେ ସ୍ନାୟବିକ ନିୟନ୍ତ୍ରଣ ସମ୍ଭବ ହୋଇଥାଏ |



  •  ଅନେକ ସ୍ନାୟୁ କୋଷ କନେକ୍ଟିଭ ଟିସୁ ସାହାଯ୍ୟରେ ବାନ୍ଧିହୋଇ ଗୋଟିଏ ସ୍ନାୟୁରେ ପରିଣତ ହୋଇଥାଏ |

 


 

 

 

 

 

 

 

 

 

r

Ratings
No reviews yet, be the first one to review the product.