Odia Medium Class 6 Chapter 9 Odia Sadak Surakhya Jibana Rakhya (ସଡ଼କ ସୁରକ୍ଷା ଜୀବନ ରକ୍ଷା) Question & Answer

Published on August 6, 2022

Ratings & Reviews

No reviews yet. Be the first to write one!

Lesson Description

Odia Medium Class 6 Chapter 9 Odia Sadak Surakhya Jibana Rakhya (ସଡ଼କ ସୁରକ୍ଷା ଜୀବନ ରକ୍ଷା) Question & Answer


ସଡ଼କ ସୁରକ୍ଷା ଜୀବନ ରକ୍ଷା



1. ଉତ୍ତର ଲେଖ :

କ) କ’ଣ କଲେ ଆମେ ସଡ଼କ ଦୁର୍ଘଟଣାକୁ ଏଡାଇ ପାରିବ ?

ଉତ୍ତର : ରାସ୍ତାର ନିୟମ ମାନିଲେ ଆମେ ସଡ଼କ ଦୁର୍ଘଟଣାକୁ ଏଡାଇ ପାରିବା |


ଖ) ଇଞ୍ଜିନ ଚାଳିତ ଗାଡ଼ି ଚଳାଇବା ପାଇଁ ଚାଳକର ସର୍ବନିମ୍ନ ବୟସ ସୀମା କେତେ?

ଉତ୍ତର : ଇଞ୍ଜିନ ଚାଳିତ ଗାଡ଼ି ଚଳାଇବା ପାଇଁ ଚାଳକର ସର୍ବନିମ୍ନ ବୟସ ସୀମା ଅଠର ବର୍ଷ |


ଗ) ନାଗରିକର କର୍ତ୍ତବ୍ୟ ମଧ୍ୟରୁ କେଉଁ ନିୟମ ଜାଣିବା ତା’ ପାଇଁ ଗୁରୁତ୍ୱପୂର୍ଣ୍ଣ ?

ଉତ୍ତର :ନାଗରିକର କର୍ତ୍ତବ୍ୟ ମଧ୍ୟରୁ ଆମ ଦେଶରେ ପ୍ରଚଳିତ ରାସ୍ତା ନିୟମ ସମ୍ପର୍କରେ ଜାଣିବା ତା’ ପାଇଁ ଗୁରୁତ୍ୱପୂର୍ଣ୍ଣ |


ଘ) ପାଦରେ ଚାଲିଗଲା ବେଳେ ରାସ୍ତାରେ କେଉଁ ପାଖେ ଚାଲିବ ?

ଉତ୍ତର : ପାଦରେ ଚାଲିଗଲା ବେଳେ ରାସ୍ତାରେ ନିଜର ଡାହାଣ ପାଖେ ଚାଲିବୁ |


ଙ) ଦ୍ରୁତଗାମୀ ଗାଡିର ଚାଳକ ମୋବାଇଲ ବ୍ୟବହାର କରିବା କାହିଁକି ମନା ?

ଉତ୍ତର : ଦ୍ରୁତଗାମୀ ଗାଡିର ଚାଳକ ମୋବାଇଲ ବ୍ୟବହାର ବିପଦର କାରଣ ହୋଇଥାଏ , ତେଣୁ ମୋବାଇଲ ବ୍ୟବହାର ମନା |

 

2.ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ |


କ) ରାସ୍ତା ଦୁର୍ଘଟଣା ଦ୍ଵାରା କି କ୍ଷତି ହୁଏ ?

ଉତ୍ତର : ଅସାବଧାନତା ହେତୁ ରାସ୍ତା ଦୁର୍ଘଟଣା ଘଟେ | ଏହାଦ୍ୱାରା ଧନ ଓ ଜୀବନର କ୍ଷତି ଘଟେ |


ଖ) ପାଦଚଲା ରାସ୍ତାରେ କେଉଁପଟେ କାହିଁକି ଯିବା ?

ଉତ୍ତର : ପାଦଚଲା ରାସ୍ତାରେ ନିଜର ଡାହାଣ ପଟେ ଯିବା | କାରଣ ଏହାଦ୍ୱାରା ସାମନାପଟୁ ଆସୁଥିବା ଗାଡ଼ି ମଟରକୁ ଦୂରରୁ ଦେଖିହେବ |


ଗ) ଛକ ମାନଙ୍କରେ ପାର ହେବାକୁ କ’ଣ କରିବାକୁ ହେବ ?

ଉତ୍ତର : ଛକ ମାନଙ୍କରେ ପାର ହେବାକୁ ହେଲେ ଜେବ୍ରା ଚିହ୍ନିତ ସ୍ଥାନକୁ ବ୍ୟବହାର କରିବାକୁ ହେବ | ଏହାଦ୍ୱାରା ଯିବା ଆସିବା ସହଜ ହୋଇପାରିବ |


ଘ) ସାଇକେଲ ଚଲାଇବା ବେଳେ କି ପ୍ରକାର ସାବଧାନତା ଅବଲମ୍ବନ କରିବା ଉଚିତ ?

ଉତ୍ତର : ସାଇକେଲ ଚଲାଇବା ବେଳେ ଦ୍ରୁତଗାମୀ କିମ୍ବା ହାଣ୍ଡେଲ ଛାଡିବା ଉଚିତ ନୁହେଁ | ଏଥିପ୍ରତି ସାବଧାନତା ଅବଲମ୍ବନ କରିବା ଉଚିତ |


ଙ) ଦୁଇ ଚକିଆ ଯାନର ପଛରେ ବସିଲେ କି ପ୍ରକାର ସତର୍କ ଦେବାକୁ ପଡିବ ?

ଉତ୍ତର : ଦୁଇ ଚକିଆ ଯାନର ପଛରେ ବସିଲେ ଗପକରିବା , ହାତଗୋଡ ହଲାଇବା ଓ ଚାଳକକୁ ଅନ୍ୟ ମନସ୍କ ନ କରିବା ଦିଗରେ ସତର୍କ ହେବାକୁ ପଡିବ |

 

3. ପୂର୍ବାପର ସମ୍ପର୍କ ସହ ସରଳ ଭାଷାରେ ବୁଝାଇ ଲେଖ |


କ) ଏହାଦ୍ୱାରା ନିଜର ଓ ଦେଶର ଧନଜୀବନ ସୁରକ୍ଷିତ ହୋଇପାରିବ |


ଏହାଦ୍ୱାରା ---------------------------ହୋଇପାରିବ |


ଉକ୍ତ ଗଦ୍ୟାଂଶଟି ଆମ ପଠିତ ସାହିତ୍ୟ ବହିର “ସଡ଼କ ସୁରକ୍ଷା ଜୀବନ ରକ୍ଷା” ପ୍ରବନ୍ଧରୁ ଉଦ୍ଧୃତ | ଏଠାରେ ଲେଖକ ଜୀବନ ଓ ଧନର ସୁରକ୍ଷା ବିଷୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି |

ବର୍ତ୍ତମାନ ଯୁଗରେ ଗାଁଠାରୁ ସହରଯାଏ ସବୁଆଡେ ଗାଡ଼ି ମଟର ବ୍ୟବହାର ବହୁ ପରିମାଣରେ ବଢିଯାଇଛି | ତେବେ ଗାଡ଼ି ଚାଳକମାନଙ୍କ ଅନ୍ୟମନସ୍କତା ଓ ଅସାବଧାନତା ହେତୁ ପ୍ରତିଦିନ ଦୁର୍ଘଟଣା ଘଟୁଛି | ଏହାଦ୍ୱାରା ବହୁ ଧନଜୀବନ ନଷ୍ଟ ହେଉଛି | ତେଣୁ ରାସ୍ତାରେ ଚାଲି ଚାଲି ଗଲାବେଳେ କିମ୍ବା ଗାଡ଼ିମଟରରେ ଯିବାବେଳେ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ | ଗାଡ଼ି ଚଳାଇବା ସମୟରେ ରାସ୍ତା ଓ ଏହାର ପାର୍ଶ୍ୱରେ ଥିବା ବିଭିନ୍ନ ସଙ୍କେତ ପ୍ରତି ସତର୍କ ରହିବା ଆବଶ୍ୟକ | ଆମେ ରାସ୍ତାରେ ଯିବା ଆସିବା କଲା ବେଳେ ଯଦି ସତର୍କରହିବା ଓ ରାସ୍ତାର ନିୟମ ମାନିବା , ତେବେ ଦୁର୍ଘଟଣାକୁ ଏଡାଇ ପାରିବା | ଏହାଦ୍ୱାରା ନିଜର ତଥା ଦେଶର ଧନଜୀବନ ସୁରକ୍ଷିତ ହୋଇପାରିଖ) ଆମେ ସମସ୍ତେ ସଚେତନ ଓ ସତର୍କ ହେଲେ , ଆମର ଓ ଆମ ଦେଶର ମଙ୍ଗଳ ସାଧିତ ହେବ |



ଆମେ ସମସ୍ତେ --------------------ସାଧିତ ହେବ |


ଉକ୍ତ ପଦ୍ୟାଂଶଟି ଆମ ପଠିତ ସାହିତ୍ୟ ବହିର ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ପ୍ରବନ୍ଧରୁ ଉଦ୍ଧୃତ | ଏଠାରେ ପ୍ରାବନ୍ଧିକ ଦେଶର ମଙ୍ଗଳ ସାଧନ ନିମନ୍ତେ ସଚେତନ ଓ ସତର୍କତା ବିଷୟରେ ଦୃଷ୍ଟିପାତ କରିଛନ୍ତି |

ଆମେ ରାସ୍ତାରେ ଯିବା ଆସିବା କଲାବେଳେ ଯଦି ସତର୍କରହିବା ଓ ରାସ୍ତାର ନିୟମ ମାନିବା , ତେବେ ଦୁର୍ଘଟଣାକୁ ଏଡାଇ ପାରିବା | ଏହାଦ୍ୱାରା ନିଜର ତଥା ଦେଶର ଧନଜୀବନ ସୁରକ୍ଷିତ ହୋଇପାରିବ | ଏଥିପାଇଁ ଆମ ଦେଶରେ ନିଯମମାନ ପ୍ରଣୟନ ହୋଇଛି | ରାସ୍ତା ଉପରେ ଓ ପାର୍ଶ୍ୱରେ ଅନେକ ସଙ୍କେତ ଦିଆଯାଇଛି | ସେହି ନିୟମ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ | ଦେଶର ମଙ୍ଗଳ ସାଧନ ନିମିତ୍ତ ପ୍ରତ୍ୟେକ ନାଗରିକ ସତର୍କ ଓ ସଚେତନ ରହିବା ଆବଶ୍ୟକ | ଆମ୍ଭେମାନେ ସୁସ୍ଥ ଜୀବନଯାପନ କଲେ ଦେଶକୁ ସୁସ୍ଥ ଦେଖିପାରିବା |



4 ବାକ୍ୟ ଗଠନ କର |


· ସଚେତନ – ନିଜର କର୍ତ୍ତବ୍ୟ ବିଷୟରେ ସମସ୍ତେ ସଚେତନ ରହିବା ଉଚିତ |

· ଦୁର୍ଘଟଣା – କୌଣସି ଦୁର୍ଘଟଣା ଘଟିଲେ ଆମର ବହୁତ କ୍ଷତି ହୁଏ |

·ଦ୍ରୁତଗାମୀ – ଦ୍ରୁତଗାମୀ ଯାନଗୁଡିକ ବେଳେବେଳେ ଦୁର୍ଘଟଣା ଘଟାନ୍ତି |

·ଅନ୍ୟମନସ୍କ – ରାସ୍ତାରେ ଯିବାବେଳେ ଅନ୍ୟମନସ୍କ ହେବା ଉଚିତ ନୁହେଁ |

·ଗପସପ – ପାଠପଢା ବେଳେ ଗପସପ କରିବା ଅନୁଚିତ |


5. ବିପରୀତ ଅର୍ଥ ବୁଝାଉଥିବା ଶବ୍ଦ ଲେଖ |


ଦିଆଯାଇଥିବା ଶବ୍ଦ   ବିପରୀତ ଶବ୍ଦ

ସାମାନ୍ୟ               ଅସାମାନ୍ୟ

ହାନି                        ଲାଭ

ନିୟମ                  ବେନିୟମ

ବିପଦ                 ସମ୍ପଦ

କର୍ତ୍ତବ୍ୟ                 ଅକର୍ତ୍ତବ୍ୟ


6.  ଶୂନ୍ୟସ୍ଥାନ ପୂରଣ କର |


କ) ଆଜିର ପିଲା ଆସନ୍ତା କାଲିର ନାଗରିକ |

ଖ) ବଡବଡ ସହରରେ ପାଦରେ ଚାଲିବାକୁ ସ୍ଵତନ୍ତ୍ର ପାଦଚଲା ରାସ୍ତାର ବ୍ୟବସ୍ଥା ଥାଏ |

ଗ) ସାଇକେଲ ସିଟ ଉପରେ ବସିଲେ ଦୁଇ ଗୋଡ ଆଙ୍ଗୁଳି ରାସ୍ତାକୁ ଛୁଇଁ ପାରୁଥିବ |

ଘ) ସବୁଜ ଆଲୁଅ ଜଳିଲେ ଆଗକୁ ଯିବାପାଇଁ ସୂଚନା ମିଳେ |

ଙ) ମଟରସାଇକେଲ ଇତ୍ୟାଦି ଦୁଇ ଚକିଆର ଯାନରେ ଦୁଇ ରୁ ଅଧିକ ସଂଖ୍ୟକ ଲୋକ ଯାତାୟତ କରିବା ଉଚିତ ନୁହେଁ |


7. ‘କ’ ସ୍ତମ୍ଭର ସକେତ ସହ ‘ଖ’ ସ୍ତମ୍ଭର ସମ୍ପର୍କିତ ଉକ୍ତିକୁ ଗାର ଟାଣି ଯୋଡ |


‘କ’ସ୍ତମ୍ଭ                             ‘ଖ’ ସ୍ତମ୍ଭ

                 ହର୍ଣ୍ଣ ବଜାଇବା ମନା

       ଏଠାରେ ଯାନବାହନ ରଖିବା ମନା

                                     ଅଟକନ୍ତୁ

                                    ଆଗରେ ହମ୍ପସ ଅଛି

                               ପଦଚାରୀଙ୍କ ରାସ୍ତାପାର ହେବା ସ୍ଥାନ (ଜେବ୍ରା କ୍ରସିଂ)