- Home
- Odia Medium Class 7 Geography Chapter- 7 Paribesika Prabhaba O Adhibasinka Jibana Jibika (ପରିବେଶିକ ପ୍ରଭାବ ଓ ଅଧିବାସୀଙ୍କ ଜୀବନ ଜୀବିକା) Notes
Odia Medium Class 7 Geography Chapter- 7 Paribesika Prabhaba O Adhibasinka Jibana Jibika (ପରିବେଶିକ ପ୍ରଭାବ ଓ ଅଧିବାସୀଙ୍କ ଜୀବନ ଜୀବିକା) Notes
Published on August 6, 2022
Ratings & Reviews
No reviews yet. Be the first to write one!
Lesson Description
Odia Medium Class 7 Geography Chapter- 7 Paribesika Prabhaba O Adhibasinka Jibana Jibika (ପରିବେଶିକ ପ୍ରଭାବ ଓ ଅଧିବାସୀଙ୍କ ଜୀବନ ଜୀବିକା) Notes
- ଭୂପୃଷ୍ଠର ପ୍ରତ୍ୟେକ ଅଞ୍ଚଳରେ ସଦାସର୍ବଦା ସେଠିକାର ପରିବେଶ , ଜନଜୀବନ ତଥା ଜୀବଜଗତ ମଧ୍ୟରେ ପାରସ୍ପରିକ କ୍ରିୟା – ପ୍ରତିକ୍ରିୟା ଲାଗି ରହିଥାଏ |
- କ) ଆମାଜନ ଅବବାହିକାରେ ଜନଜୀବନ :-
- ଅବସ୍ଥିତି :- ଆମାଜନ ଦକ୍ଷିଣ ଆମେରିକାର ମୁଖ୍ୟ ନଦୀ ବୋଲି ଆମେ ଜାଣିଛେ |
- ଜଳବାୟୁ , ଉଦ୍ଭିଦ ଓ ଜୀବଜନ୍ତୁ :- ଏହି ଅଞ୍ଚଳରେ ସୂର୍ଯ୍ୟକିରଣ ଭୂପୃଷ୍ଠ ଉପରେ ଲମ୍ବ ଭାବରେ ପଡ଼ୁଥିବାରୁ ,ଏଠାରେ ତାପମାତ୍ରା ଅଧିକ ହୋଇଥାଏ |ଏଣୁ ଏହାର ଜଳବାୟୁ ଉଷ୍ଣ ଓ ଆର୍ଦ୍ର |
- ଏହି ଅରଣ୍ୟରେ ମାଙ୍କଡ , ସ୍ଲଥ୍ , ଉଇଖିଆ ଟାପିର ନାମକ ଏକ ପ୍ରାଣୀ ବହୁତ ଦେଖାଯାନ୍ତି |
- ମାଂସଖିଆ ପିରାନା ମାଛ ଏହି ଅଞ୍ଚଳର ଏକ ବିଶିଷ୍ଟ ମାଛ |
- ଅଧିବାସୀ ଓ ଅର୍ଥନୈତିକ ଅବସ୍ଥା :- ବର୍ଷସାରା ପ୍ରବଳ ଖରା ଓ ବର୍ଷା ଯୋଗୁଁ ଏ ଅଞ୍ଚଳର ଜଳବାୟୁ ଅସହ୍ୟ ଓ ଅସ୍ଵାସ୍ଥ୍ୟକର ହୋଇଥାଏ | ଏଣୁ ଏହା ଘନ ଜନବସତି ପାଇଁ ଅନୁକୂଳ ନୁହେଁ |
- ଏହି ପ୍ରଣାଳୀରେ ଏଠାରେ କଦଳୀ , ସପୁରି , ମିଠା ଆଳୁ ବା କାସାଭା ଏବଂ ଟାପିଓକା ଆଦି ଚାଷ କରାଯାଏ | ଆଜିକାଲି କଫି , ମକା ଏବଂ କୋକ ଜାତୀୟ ଅର୍ଥକାରୀ ଫସଲ ମଧ୍ୟ ଚାଷ କରାଯାଇଛି |
- ଘଞ୍ଚଜଙ୍ଗଲ ହେତୁ ଏହାର ଶିଳ୍ପ ଉତ୍ପାଦନ କେତେକ ଅରଣ୍ୟ ଲବଧ ଦ୍ରବ୍ୟ ଓ କାଷ୍ଠ ସମ୍ବଳ ଉପରେ ନିର୍ଭର କରିଥାଏ |
- ଖ) ଗଙ୍ଗା – ବ୍ରହ୍ମପୁତ୍ର ଅବବାହିକାରେ ଜନଜୀବନ :-
- ଏହି ପଟୁମାଟି ଅଧିକ ଉର୍ବର ଓ କୃଷି ପାଇଁ ଅଧିକାର ଉପଯୋଗୀ | ତେଣୁ ଏ ଅଞ୍ଚଳର ଲୋକେ ମୁଖ୍ୟତଃ କୃଷିଜୀବୀ |
- ଅବସ୍ଥିତି :- ଆମ ଦେଶ ଭାରତର ଗଙ୍ଗା – ବ୍ରହ୍ମପୁତ୍ର ଉପତ୍ୟକା ଏହି ପରି ଏକ ପଟୁ ସଞ୍ଚିତ ଉର୍ବର ସମତଳ ଅଞ୍ଚଳ |
- ଜଳବାୟୁ ଉଦ୍ଭିଦ ଓ ଜୀବଜନ୍ତୁ :- ମୌସୁମୀ ବାୟୁ ପ୍ରବାହରୁ ଏ ଅଞ୍ଚଳରେ ବୃଷ୍ଟିପାତ ହୁଏ | ଏଣୁ ଗ୍ରୀଷ୍ମ ଓ ଶୀତର ପ୍ରଭାବ ଅଧିକ ଥାଏ |
- ଆମ ଦେଶର ଉତ୍ତରାଞ୍ଚଳ , ସିକିମ ଆଦି ରାଜ୍ୟର ଶୀତଳ ପାର୍ବତ୍ୟାଞ୍ଚଳରେ ସରଳବର୍ଗୀୟ ଅରଣ୍ୟରେ ପାଇନ ଫିର ଦେବଦାରୁ ଆଦି ବୃକ୍ଷ ଦେଖାଯାଏ |
- ଏହି ଅରଣ୍ୟରେ ବାଘ , ହରିଣ , ମାଙ୍କଡ ,ହାତୀ ପ୍ରଭୃତି ବନ୍ୟଜନ୍ତୁ ଦେଖାଯାନ୍ତି |
- ଅଧିବାସୀ ଓ ଅର୍ଥନୈତିକ ଅବସ୍ଥା :- ଏହି ପୃଥିବୀର ଅନ୍ୟତମ ଜନବହୁଳ ଅଞ୍ଚଳ | ଏହି ଅଞ୍ଚଳର ଲୋକେ ଗହମ , ଧାନ , ଯଅ , ଆଖୁ , ମୁଗ , ବିରି , ସୋରିଷ ଆଦି ଫସଲ ଚାଷ କରିଥାନ୍ତି |
- ପାର୍ବତ୍ୟ ଅଞ୍ଚଳରେ ଚାହା ଚାଷ କରାଯାଏ |
- ଗ) ତୃଣଭୂମି ଅଞ୍ଚଳରେ ଜନଜୀବନ :-
- ସାଧାରଣତଃ ବିଭିନ୍ନ ପ୍ରକାର ବୃକ୍ଷଲତା ପରିପୂର୍ଣ୍ଣ ଅଞ୍ଚଳକୁ ଅରଣ୍ୟ କୁହାଯାଏ | ସେହିଭଳି ତୃଣ ବା ଘାସ ପରିପୂର୍ଣ୍ଣ ଅଞ୍ଚଳକୁ ତୃଣଭୂମି ଅଞ୍ଚଳ କୁହାଯାଏ |
- ଅବସ୍ଥିତି :- ଉଭୟ ଗୋଲାର୍ଦ୍ଧର ନାତିଶୀତୋଷ୍ଣ ମଣ୍ଡଳ ଅର୍ଥାତ ୩୫ ଡିଗ୍ରୀ ରୁ ୫୫ ଡିଗ୍ରୀ ସମାକ୍ଷରେଖା ମଧ୍ୟରେ ନାତିଶୀତୋଷ୍ଣ ତୃଣଭୂମି ଦେଖାଯାଏ |
- ଜଳବାୟୁ , ଉଦ୍ଭିଦ ଓ ଜୀବଜନ୍ତୁ :-
- ବାର୍ଷିକ ହାରାହାରି ବୃଷ୍ଟିପାତ ପ୍ରାୟ ୫୦ ସେ. ମି. | ଏ ପ୍ରକାର ଜଳବାୟୁକୁ ନାତିଶୀତୋଷ୍ଣ ମହାଦେଶୀୟ ଜଳବାୟୁ କୁହାଯାଏ |
- କମ ବୃଷ୍ଟିପାତ ହେତୁ ଏ ଅଞ୍ଚଳରେ ଘଞ୍ଚ ଅରଣ୍ୟ ପରିବର୍ତ୍ତେ ବିସ୍ତୀର୍ଣ୍ଣ ତୃଣଭୂମି ଦେଖାଯାଏ |
- ସ୍ଥାନେ ସ୍ଥାନେ ଗୁଳ୍ମ ଜାତୀୟ କଣ୍ଟାଳିଆ ବଉଦ ଦେଖାଯାଏ |
- କୃଷ୍ଣସାର , ଜାତୀୟମୃଗ , ଜଙ୍ଗଲୀ ମଇଁଷି , ମେଣ୍ଢା ଆଦି ତୃଣଭୋଜୀ ପ୍ରାଣୀ ବସ କରନ୍ତି |
- ଘ) ମରୁଭୂମି ଅଞ୍ଚଳରେ ଜନଜୀବନ :-
- ମରୁ ଅଞ୍ଚଳର ତାପମାତ୍ରା ଭିତ୍ତିରେ ମରୁଭୂମି ଦୁଇ ପ୍ରକାରର ଯଥା – ଉଷ୍ଣମରୁ ଅଞ୍ଚଳ , ଶୀତଳମରୁ ଅଞ୍ଚଳ
- ଅବସ୍ଥିତି :- ସାହାରା ମରୁଭୂମି ପୃଥିବୀର ବୃହତ୍ତମ ଉଷ୍ଣ ମରୁଭୂମି | ଉଷ୍ଣମରୁ ଅଞ୍ଚଳ ଉଭୟ ଗୋଲାର୍ଦ୍ଧରେ ମହାଦେଶମାନଙ୍କର ପଶ୍ଚିମ ପାର୍ଶ୍ଵରେ ୧୫ ଡିଗ୍ରୀ ରୁ ୩୦ ଡିଗ୍ରୀ ସମାକ୍ଷରେଖା ମଧ୍ୟରେ ଅବସ୍ଥିତ |
- ଜଳବାୟୁ :- ଉଷ୍ଣ ମରୁଭୂମିର ତାପମାତ୍ରା ଯଥେଷ୍ଟ ଅଧିକ | ବୃଷ୍ଟିପାତ ପ୍ରାୟତଃ ହୁଏ ନାହିଁ କିମ୍ବା କମ ହୁଏ |