LRNR

Bande Utkal Janani ବନ୍ଦେ ଉତ୍କଳ ଜନନୀ Class 10 Chapter 1- Question and Answer


Language: en


ବନ୍ଦେ ଉତ୍କଳ ଜନନୀ

୧. ପ୍ରତ୍ୟେକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।

ପୟୋଧି = ସମୁଦ୍ର , ସାଗର, ପାରାବାର

ତଟିନୀ = ନଦୀ, ନଈ, ସ୍ରୋତସ୍ଵିନୀ, ପ୍ରବାହିଣୀ

ସମୀର = ପବନ, ସମୀରଣ, ପ୍ରଭଞ୍ଜନ

ଭୂଧର = ପର୍ବତ, ଗିରି, ପାହାଡ

ଉଟଜ = କୁଡିଆ, କୁଟୀର

ଅଭି = ଅତ୍ରୁ , ବୈରୀ

୨. ନିମ୍ନଲିଖିତ ଶବ୍ଦଗୁଡିକର ବୀପରୀତାର୍ଥ ବୋଧକ ଲେଖ |

ଶୁଭ – ଅଶୁଭ

ଘନ – ତରଳ

ସୁନ୍ଦର – ଅସୁନ୍ଦର

ପବିତ୍ର – ଅପବିତ୍ର

ପୁଣ୍ୟ – ପାପ

ଦର୍ପିତ – ଦର୍ପଶୂନ୍ୟ

୩. ନିମ୍ନଲିଖିତ ଶବ୍ଦମାନଙ୍କୁ ନେଇ ସାର୍ଥକ ବାକ୍ୟ ରଚନା କର |

ବିଧୌତ, ସୁଶୋଭିତ, ରାଜିତ, କଳକଳ, ଜ୍ଞାନବିଜ୍ଞାନ, ଉଟଳ ଉତ୍ତର :

ବିଧୌତ – ନାଉରିଟି ଶ୍ରୀରାମଙ୍କର ଚରଣ କୁ ବିଧୌତ କରି ନାବରେ ବସାଇଲା |

ସୁଶୋଭିତ – ଉତ୍କଳ ପ୍ରଦେଶ ସୁଶୋଭିତ ସବୁଜ ବନଭୂମିରେ ପରିପୂର୍ଣ୍ଣ |

ରାଜିତ – ହେମନ୍ତ ଋତୁରେ ପଲ୍ଲୀର କେଦାର ପକ୍ୱଧାନ୍ୟରେ ରାଜିତ ହୋଇଥାଏ |

କଳକଳ – ପ୍ରକୃତିରୁ ସୃଷ୍ଟି ହୋଇଥିବା ଝରଣାର କଳକଳନାଦ ଦର୍ଶକମାନଙ୍କ ମନକୁ ଆହ୍ଲାଦିତ କରେ |

ଜ୍ଞାନ – ବିଜ୍ଞାନ – ଜ୍ଞାନ ବିଜ୍ଞାନର ବିକାଶ କ୍ଷେତ୍ରରେ ଭାରତ ଏବେ ଅଗ୍ରଗଣ୍ୟ ଦେଶ ଭାବରେ ପରିଚିତ |

ଉଟଳ – ଶ୍ରୀରାମ , ମା ଜାନକୀଙ୍କ ପାଇଁ ଲକ୍ଷ୍ମଣ ପଞ୍ଚବଟୀରେ ଉଟଳ ନିର୍ମାଣ କରିଥିଲେ |

୪. “କଳକଳ” ଭଳି ଆଉ ପାଞ୍ଚଗୋଟି ଧ୍ୱନ୍ୟାତ୍ମକ ଯୁଗ୍ମଶବ୍ଦ ଲେଖ ।

ଉତ୍ତର : ଫରଫର, ଝମ୍ ଝମ୍, ଚଡ଼ଚଡ଼ , ମଡ଼ମଡ଼

୫. ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ କର |

ଉତ୍ତର :

କ) ପୂତ ପୟୋଧି ବିଧୌତ ଶରୀରା

ଖ) ତାଳ ତମାଳ ସୁଶୋଭିତ ତୀରା

ଗ) ଶୁଭ୍ର ତଟିନୀ କୂଳ – ଶୀକର, ସମୀରା

ଘ) ଘନଘନ ବନଭୂମି ରାଜିତ ଅଙ୍ଗେ

ଙ) ନୀଳ ଭୂଧରମାଳା ସାଜେ ତରଙ୍ଗେ

ଚ) କଳକଳ ମୁଖରିତ ଚାରୁ ବିହଙ୍ଗେ

ଛ) ସୁନ୍ଦର ଶାଳି ସୁଶୋଭିତ କ୍ଷେତ୍ରା,

ଜ) ଜ୍ଞାନ – ବିଜ୍ଞାନ ପ୍ରଦର୍ଶିତ ନେତ୍ରା

ଝ) ଯୋଗୀ ଋଷିଗଣ ଉଟଜ ପବିତ୍ରା

ଞ) ସୁନ୍ଦର ମନ୍ଦିର ମଣ୍ଡିତ ଦେଶା |


୬. ଅର୍ଥଗତ ପାର୍ଥକ୍ୟା ଦର୍ଶାଅ |

ସୁର – ଶୂର, ପୂତ – ପୁତ, ଶାଳି – ଶାଳୀ, ବଳି – ବଳୀ, କୂଳ

ଉତ୍ତର :

ସୁର – ଦେବତା

ଶୂର – ବୀର

ପୁତ – ପୁଅ, ସନ୍ତାନ

ପୂତ – ପବିତ୍ର

ଶାଳି – ଧାନ୍ୟ ବିଶେଷ

ଶାଳୀ – ସ୍ତ୍ରୀର ସାନ ଭଉଣୀ

ବଳି – ଦୈତରାଜ ବିରୋଚନ ଙ୍କ ପୂତ୍ର

ବଳୀ – ବଳବାନ୍

କୂଳ – ନଦୀ ତଟ , ସମୁଦ୍ର ତଟ

କୁଳ – ବଂଶ


କ୍ଷୁଦ୍ର ଉତ୍ତର ମୂଳକ :

୭. ଚାରୁ ହାସମୟୀ ଚାରୁ ଭାଷମୟୀ କାହାକୁ କୁହାଯାଇଛି ?

ଉ: ଚାରୁ ହାସମୟୀ ଚାରୁ ଭାଷମୟୀ ଉତ୍କଳ ଜନନୀଙ୍କୁ କୁହାଯାଇଛି |

୮. ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଉଛି

ଉ: ଉତ୍କଳ ଜନନୀଙ୍କ ଶରୀରକୁ ସାଗରର ପବିତ୍ର ଜଳଧାରା ଧୋଇ ଦେଉଛି |

୯. ସମୁଦ୍ରକୂଳ କେଉଁ କେଉଁ ବୃକ୍ଷଦ୍ଵାରା ସୁଶୋଭିତ ?

ଉ : ସମୁଦ୍ରକୂଳ ତାଳତମାଳ ବୃକ୍ଷଦ୍ଵାରା ସୁଶୋଭିତ |

୧୦. ଉତ୍କଳର ଆକାଶ କାହାର କଳରବରେ ମୁଖରିତ ?

ଉ: ଉତ୍କଳର ଆକାଶ ପକ୍ଷୀମାନଙ୍କ କଳରବରେ ମୁଖରିତ |

୧୧. ପର୍ବତମାଳାଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ କିଭଳି ଭାବେ ଶୋଭା ପାଉଛି ?

ଉ: ପର୍ବତମାଳା ଉତ୍କଳ ଜନନୀଙ୍କ ଦେହରେ ତରଙ୍ଗ ଭାବେ ଶୋଭା ପାଉଛି |

୧୨. କେଉଁମାନଙ୍କର କୁଟୀର ଦ୍ଵାରା ଉତ୍କଳ ପବିତ୍ର ହୋଇଛି ?

ଉ: ମୁନିଋଷିମାନଙ୍କର କୁଟୀର ଦ୍ଵାରା ଉତ୍କଳ ପବିତ୍ର ହୋଇଛି |

୧୩. ଶ୍ରେଷ୍ଠ କବିମାନେ କାହାର କୀର୍ତ୍ତି ବନ୍ଦନା କରୁଛନ୍ତି ?

ଉ: ଶ୍ରେଷ୍ଠ କବିମାନେ ଉତ୍କଳ ଜନନୀର କୀର୍ତ୍ତି ବନ୍ଦନା କରୁଛନ୍ତି |


ସପ୍ରସଙ୍ଗ ସରଳାର୍ଥ

୧୪. ପୂତ-ପୟୋଧ-ବିଧୌତ-ଶରୀରା,

ତାଳତମାଳ-ସୁଶୋଭିତ-ତୀରା,

ଉ: ପୂତ-ପୟୋଧୂ ସୁଶୋଭିତ-ତୀରା


ଶଂସିତ ପଦ୍ୟାଂଶଟି ପଠିତ ସାହିତ୍ୟ ସିନ୍ଧୁ ପୁସ୍ତକର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ “ବନ୍ଦେ ଉତ୍କଳ ଜନନୀ” କବିତାରୁ ଆସିଅଛି | ଏଠାରେ କବି ଉତ୍କଳ ଜନନୀଙ୍କ ଶରୀରକୁ ସାଗରର ପବିତ୍ର ଜଳଧାରା କିପରି ଧୋଇଦିଏ ସେ ବିଷୟରେ ବର୍ଣ୍ଣନା କରିବା ସହିତ ସମୁଦ୍ର ତଟସ୍ଥ ଶୋଭାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି |


ବୈଚିତ୍ରମୟୀ ଉତ୍କଳ ଜନନୀର ପ୍ରକୃତି ସଦାସର୍ବଦା ହାସ୍ୟମୟୀ, ଲାସ୍ୟମୟୀ | ସେ ଶୋଭାମୟୀ, ବିଭାମୟୀ ଏବଂ ବିଭବମୟୀ | ସମୁଦ୍ରର ପବିତ୍ର ଜଳରାଶି ଉତ୍କଳ ଜନନୀଙ୍କ ଶରୀରକୁ ଧୋଇ ଦିଏ | ତାଳତମାଳ ବୃକ୍ଷରାଜି ସମୁଦ୍ରର ତଟ ଦେଶରେ ଦଣ୍ଡାୟମାନ ହୋଇ ସେଠାକାର ପରିବେଶର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥାନ୍ତି | ନଦୀକୂଳ ଶୀତଳ ପବନ ସମସ୍ତଙ୍କ ଶରୀରରେ ରୋମାଞ୍ଚ ଭରିଦିଏ | ପ୍ରକୃତରେ ଉତ୍କଳମାତାର ସମୁଦ୍ର କୂଳସ୍ଥ ପରିବେଶ ଅତ୍ୟନ୍ତ ମନୋମୁଗ୍‌ଧକର | କବିଙ୍କର ଉକ୍ତଟି ହୃଦୟସ୍ପର୍ଶୀ ହୋଇପାରିଛି |

୧୫. ଘନଘନ ବନଭୂମି ରାଜିତ ଅଙ୍ଗେ

ନୀଳ ଭୂଧରମାଳା ସାଜେ ତରଙ୍ଗେ ।

ଉ : ଘନଘନ ବନଭୂମି.............. ସାଜେ ତରଙ୍ଗେ


ଶଂସିତ ପଦ୍ୟାଂଶଟି ପଠିତ ସାହିତ୍ୟ ସିନ୍ଧୁ ପୁସ୍ତକର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ “ବନ୍ଦେ ଉତ୍କଳ ଜନନୀ” କବିତାରୁ ଉଦ୍ଧାର କରାଯାଇଛି | ଏଠାରେ କବି ଉତ୍କଳର ଚାରୁ ପ୍ରକୃତିର ମନଲୋଭା ଦୃଶ୍ୟକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି |

ପ୍ରାରମ୍ଭରେ କବି ଉତ୍କଳ ଜନନୀଙ୍କର ବନ୍ଦନା କରିଛନ୍ତି | ଚାରୁ ହାସ୍ୟମୟୀ ଋରୁ ଲାସ୍ୟମୟୀ ଉତ୍କଳ ଜନନୀଙ୍କର ଶରୀରକୁ ସମୁଦ୍ରର ପବିତ୍ର ଜଳରାଶି ଧୌତ କରିଦିଏ | ପୁନଶ୍ଚ ସବୁଜିମାଭରା ଘଞ୍ଚ ବନଭୂମି ଉତ୍କଳ ଜନନୀଙ୍କ ଶରୀରକୁ ମଣ୍ଡନ କରିଥାନ୍ତି | ନୀଳ ପର୍ବତମାଳା ତରଙ୍ଗ ସଦୃଶ ତାଙ୍କ ଶରୀରରେ ଶୋଭା ପାଇଥାନ୍ତି | ରଙ୍ଗବେରଙ୍ଗର ପକ୍ଷୀମାନଙ୍କର କଳରବ ଦ୍ୱାରା ଆକାଶ ମୁଖରିତ ହୋଇଉଠେ | ଉତ୍କଳ ଜନନୀଙ୍କର ଏହି ମନୋହର ଦୃଶ୍ୟ ରସଗ୍ରାହୀ ସୌନ୍ଦର୍ଯ୍ୟପିପାସୁ ପ୍ରାଣକୁ କରେ ପ୍ରଲୁବ୍ଧ |

କବିଙ୍କର ଏହି ଉକ୍ତିଟି ହୃଦୟସ୍ପର୍ଶୀ ହୋଇଛି |


୧୬. ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା,

ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,

ଉ :ସୁନ୍ଦରଶାଳି ....................... ପ୍ରଦର୍ଶିତ-ନେତ୍ରା |

ଶଂସିତ ପଦ୍ୟାଂଶଟି ସାହିତ୍ୟ ସିନ୍ଧୁ ପୁସ୍ତକର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖତ “ବନ୍ଦେ ଉତ୍କଳ ଜନନୀ” କବିତାରୁ ଆନୀତ | ଏଠାରେ କବି ଉତ୍କଳ ଜନନୀଙ୍କ ଶୋଭାସମ୍ପଦକୁ ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି |

ବିଚିତ୍ରତାଭରା ଉତ୍କଳର ପ୍ରକୃତି ରଙ୍ଗାଳୟ | ସବୁଜ ବନଭୂମିରେ ଉତ୍କଳମାତାଙ୍କ ଶରୀର ରଙ୍ଗାୟିତ। କୃଷକମାନଙ୍କ ଦ୍ଵାରା ହଳ-କର୍ଷିତ ଉତ୍କଳ ଭୂମି ସୁନ୍ଦର ଧାନରେ ପରିପୂର୍ଣ୍ଣ ହୋଇଉଠେ | କେବଳ ସେତିକି ନୁହେଁ, ପ୍ରାକୃତିକ ସମ୍ପଦରେ ପୂର୍ଣ୍ଣଗର୍ଭା ଏଇ ଉତ୍କଳ ମାତାଙ୍କର ଚକ୍ଷୁ ଜ୍ଞାନ-ବିଜ୍ଞାନ ପ୍ରଦର୍ଶନରେ ମଧ୍ୟ ଉଦ୍‌ଭାସିତ | ବହୁ ଯୋଗୀଋଷିମାନଙ୍କ କୁଟୀରକୁ ଉତ୍କଳମାତା ତା’ ବକ୍ଷରେ ସ୍ଥାନ ଦେଇ ନିଜର ପବିତ୍ରତାକୁ ବହନ କରିଚାଲିଛି |

ଏଠାରେ କବିଙ୍କର ଉକ୍ତିଟି ହୃଦୟସ୍ପର୍ଶୀ ଓ ଭାବଗର୍ଭକ ହୋଇପାରିଛି |

୧୭. ଉତ୍କଳ ଶୂରବର-ଦର୍ପିତ ଗେହା,

ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,

ଉ: ଉତ୍କଳ ଶୂରବର .........................ଚର୍ଚ୍ଚିତ-ଦେହା

ଶଂସିତ ପଦ୍ୟାଂଶଟି ସାହିତ୍ୟ ସିନ୍ଧୁ ପୁସ୍ତକର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ “ବନ୍ଦେ ଉତ୍କଳ ଜନନୀ”କବିତାରୁ ଉଦ୍ଧୃତ | ଏଠାରେ କବି ଉତ୍କଳ ମାଟିର କୋଳମଣ୍ଡନ କରି ଉତ୍କଳ ମାତାକୁ ଗର୍ବିତ କରିଥିବା ବୀର ଯୋଦ୍ଧା ତଥା ଜ୍ଞାନୀ, ଗୁଣୀ, ବିଦ୍ଵାନ୍‌ମାନଙ୍କ ଗାଥାକୁ ବର୍ଣ୍ଣନା କରିଛନ୍ତି |

ଉତ୍କଳ ଜନନୀ ହେଉଛି ବୀରଗର୍ଭା | କୀର୍ତ୍ତି-କିରୀଟିନୀ ଉତ୍କଳ ଜନନୀ ପ୍ରସବ କରିଛି ଅନେକ ବୀର ଓ ବରପୁତ୍ରମାନଙ୍କୁ, ଯେଉଁମାନେ କି ଆପଣାର ଯାବତୀୟ ସ୍ୱାର୍ଥକୁ ପରିତ୍ୟାଗ କରି ଆପଣାର ସମସ୍ତ ସୁଖ-ସ୍ଵାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ଉତ୍କଳମାତାର ମୁଖକୁ କରିଛନ୍ତି ଉଜ୍ଜ୍ବଳ | ଏଇ ବୀର ପୁତ୍ରମାନେ ଶତ୍ରୁମାନଙ୍କ ସହିତ ସଂଗ୍ରାମ କରି ସେମାନଙ୍କ ରକ୍ତରେ ଉତ୍କଳ ଜନନୀକୁ କରିଛନ୍ତି ଅନୁରଂଜିତ | ପୁନଶ୍ଚ ଉତ୍କଳର ଜ୍ଞାନୀ, ଗୁଣୀ, ବିଦ୍ଵାନ୍‌ମାନେ ସେମାନଙ୍କ ପ୍ରତିଭା ବଳରେ ସମଗ୍ର ବିଶ୍ଵରେ ସ୍ନେହଭାଜନ ହୋଇ ପାରିଛନ୍ତି |

ବାସ୍ତବିକ କବିଙ୍କର ଉକ୍ତିଟି ହୃଦୟସ୍ପର୍ଶୀ ହୋଇଛି |


୧୮. “ବନ୍ଦେ ଉତ୍କଳ ଜନନୀ” କବିତାରୁ ଉତ୍କଳର ବୈଶିଷ୍ଟ୍ୟ ଉଲ୍ଲେଖ କର |


ଉତ୍କଳର ବରପୁତ୍ରମାନଙ୍କର ମଧ୍ୟରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ ଯିଏକି ନିଜର ତ୍ୟାଗ, ପ୍ରଚେଷ୍ଟାରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରିପାରିଥିଲେ | ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ ଜନ୍ମଲାଭ କରିଥିଲେ| ତାଙ୍କର ସାଶ୍ଵତ ଲିଖନୀ ମଧ୍ୟରେ ଉପନ୍ୟାସ “କଣାମାମୁ”, ଗଳ୍ପ “ବୁଢ଼ାଶଙ୍ଖାରି”, ଲାଳିକା 'ଚଟକ ଚନ୍ଦ୍ରହାସ ଚମ୍ପୂ' ପ୍ରଭୃତି ଅନେକ ମନ କଳ୍ପନାର ଝଲକ |

“ବନ୍ଦେ ଉତ୍କଳ ଜନନୀ” କବିତାଟିରେ କବି ଉତ୍କଳ ଜନନୀଙ୍କର ପ୍ରାକୃତିକ ସୁଷମାକୁ ଅତିସୁନ୍ଦର ଭାବରେ ପରିପ୍ରକାଶ କରିଛନ୍ତି | ତା'ର ଚାରୁ ଚିତ୍ରକଳା, ବୀର ଯୋଦ୍ଧାମାନଙ୍କ ଗାଥା, ଉତ୍କଳର ଜାତୀୟ ଚେତନା ତଥା ଦେଶାତ୍ମବୋଧ ଭାବନାକୁ ଏହି କବିତାରେ ଉତ୍କଳର ବୈଶିଷ୍ଟ୍ୟକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି |

ଆମ ଉତ୍କଳ ଜନନୀ ପ୍ରକୃତରେ ଶୋଭାମୟୀ, ସୌନ୍ଦର୍ଯ୍ୟମୟୀ ଏବଂ କିର୍ତ୍ତୀମୟୀ | ଅସରନ୍ତି ବନଭୂମି ଉତ୍କଳ ଜନନୀଙ୍କ ଶରୀରକୁ ଘୋଡାଇ ରଖିଛି | ଏହାର ବିରାଟ ପର୍ବତମାଳା ବନକାନନରେ ଶୋଭିତ | ଯେପରି ନୀଳ ଲହରୀମାଳା ସମୁଦ୍ରର ସୌନ୍ଦର୍ଯ୍ୟ ବଢାଇ ଦିଏ, ସେପରି ନୀଳ ଲହରୀ ମାଳା ଉତ୍କଳ ଜନନୀଙ୍କର ଶରୀର ଧୌତ କରିଦିଏ | ପୁଣି ପକ୍ଷୀମାନଙ୍କର ସୁମଧୁର ଭାବ ଭୂମିରୁ ଆକାଶ ପର୍ଯ୍ୟନ୍ତ ପୁଲକିତ କରିଦିଏ | ନଦୀକୂଳର ଶୀତଳ ସୁଲୁସୁଲିଆ ପବନ ପ୍ରତିଟି ମଣିଷର ମନକୁ ସତେଜ କରିଦିଏ |

ଏହି ମାଟିର କୃଷକ ହଳକରି ଉତ୍କଳ ଭୂମିର କ୍ଷେତକୁ ସୁଶୋଭିତ କରିଦିଏ | ପ୍ରାକୃତିକ ସମ୍ପଦରେ ପରିପୂର୍ଣ ଏଇ ଉତ୍କଳ ମାତାଙ୍କର ଚକ୍ଷୁ ଜ୍ଞାନ-ବିଜ୍ଞାନ ପ୍ରଦର୍ଶନରେ ମଧ୍ୟ ଝଲସି ଉଠେ | ମୁନିଋଷିମାନଙ୍କ କୁଟୀରକୁ ଉତ୍କଳମାତା ତା ବକ୍ଷରେ ସ୍ଥାନ ଦେଇ ନିଜର ପବିତ୍ରତାକୁ ବହନ କରିଅଛି |

ଇତିହାସରେ ଲିପିବଦ୍ଧ ଅନେକ ବୀର ଓ ବରପୁତ୍ରମାନଙ୍କୁ, ଏହି ଉତ୍କଳ ଜନନୀ ପ୍ରସବ ଦେଇଛି | ଯେଉଁମାନେ ନିଜ ସ୍ଵାର୍ଥକୁ ପରିତ୍ୟାଗ କରି ନିଜକୁ ଜଳାଞ୍ଜଳି ଦେଇଛନ୍ତି ଉତ୍କଳମାତା ପାଇଁ, ଏଇ ଉତ୍କଳ ବୀର ପୁତ୍ରମାନେ ଶତ୍ରୁମାନଙ୍କ ସହିତ ସଂଗ୍ରାମ କରି ନିଜ ରକ୍ତରେ ଉତ୍କଳ ଜନନ ଜନନୀକୁ ଗୌରବାନ୍ନିତ କରିଛନ୍ତି | ଉତ୍କଳର ଜ୍ଞାନୀ, ଗୁଣୀ , ବିଦ୍ଵାନମାନେ ତାଙ୍କର ପ୍ରତିଭା ବଳରେ ସମଗ୍ର ବିଶ୍ୱରେ ମଣ୍ଡିତ ହୋଇପାରିଛନ୍ତି |


୧୯. “ବନ୍ଦେ ଉତ୍କଳ ଜନନୀ” ଏକ ମାତୃଭୂମି ପ୍ରଶଂସାତ୍ମକ କବିତା-ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କର |

ଉତ୍କଳର ବରପୁତ୍ରମାନଙ୍କର ମଧ୍ୟରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ ଯିଏକି ନିଜର ତ୍ୟାଗ, ପ୍ରଚେଷ୍ଟାରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରିପାରିଥିଲେ | ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ ଜନ୍ମଲାଭ କରିଥିଲେ| ତାଙ୍କର ସାଶ୍ଵତଲିଖନୀ ମଧ୍ୟରେ ଉପନ୍ୟାସ “କଣାମାମୁ”, ଗଳ୍ପ “ବୁଢ଼ାଶଙ୍ଖାରି”, ଲାଳିକା 'ଚଟକ ଚନ୍ଦ୍ରହାସ ଚମ୍ପୂ' ପ୍ରଭୃତି ଅନେକ ମନ କଳ୍ପନାର ଝଲକ | ବନ୍ଦେ ଉତ୍କଳ ଜନନୀ’ କବିତାରେ ଉତ୍କଳ ଜନନୀଙ୍କ ମହତ୍ତ୍ଵକୁ ସେ ଅତି ନିଖୁଣ ଭାବରେ ଚିତ୍ରଣ କରିଛନ୍ତି। ଉତ୍କଳ ଭୂମିକୁ ଜନନୀ ଭାବରେ ବନ୍ଦନା କରିବା ସହିତ ତା’ର ସ୍ମରଣୀୟ ଗାଥାକୁ ବର୍ଣନା କରି ପ୍ରଶଂସା କରିଛନ୍ତି |

ଉତ୍କର୍ଷ କଳାର ପୀଠ ହେଉଛି ଆମର ଏହି ଉତ୍କଳ | କୀର୍ତି-କିରୀଟିନୀ, ଚିର-ହାସ୍ୟ ଲାସ୍ୟମୟୀ-ପଲ୍ଲୀମାଳିନୀ ବୀର-ପ୍ରସବିନୀ-ପ୍ରକୃତିଶାଳିନୀ ହେଉଛି ଉତ୍କଳ| ଏହି ପବିତ୍ର ଭୂମିକୁ ସମୁଦ୍ରର ପବିତ୍ର ଜଳରାଶି ଧୌତକରି ନିଜକୁ ଭାଗ୍ୟବାନ୍ ମନେ କରେ | ପୁନଶ୍ଚ ରାଶି ରାଶି ତାଳତମାଳ ବୃକ୍ଷରାଜି ସମୁଦ୍ର ତଟର ଶୋଭା ବର୍ଦ୍ଧନ କରେ | ସ୍ୱଚ୍ଛ ଜଳଧାରକୁ ବହନ କରିଥିବା ନଦୀର କୂଳରେ ବହୁଥିବା ଶୀତଳ ପବନ ମନକୁ ମୋହିତ କରେ | ଘନ ବନଭୂମିର ଆସ୍ତରଣ ଉତ୍କଳ ଜନନୀଙ୍କ ଶରୀରକୁ ଆଚ୍ଛାଦିତ କରେ | ନୀଳ ପର୍ବତମାଳା ତରଙ୍ଗ ସଦୃଶ ଉତ୍କଳ ଜନନୀର ଶୋଭାକୁ ବଢ଼ାଇଥାନ୍ତି | ପକ୍ଷୀମାନଙ୍କର କଳରବରେ ଆକାଶ ମୁଖରିତ | କେଦାରଗୁଡ଼ିକ ସବୁଜ ଧାନରେ ପରିପୂର୍ଣ୍ଣ | ପୁଣି ଚାରୁ ଚିତ୍ରକଳାରେ ନିର୍ମିତ ମନ୍ଦିରଗୁଡ଼ିକରେ ଉତ୍କଳ ଜନନୀ ବିମଣ୍ଡିତା | ଜ୍ଞାନ - ବିଜ୍ଞାନ ପ୍ରଦର୍ଶନ କ୍ଷେତ୍ରରେ ତାଙ୍କର ଚକ୍ଷୁ ଉଦ୍‌ଭାସିତ | ଯୋଗୀରଋଷିମାନଙ୍କ ପବିତ୍ର ବାସସ୍ଥାନକୁ ନିଜ ବକ୍ଷରେ ଧାରଣ କରି ଉତ୍କଳ ଜନନୀ ନିଜର ପବିତ୍ରତାର ପରିଚୟ ଦେଇଛନ୍ତି | କବିଙ୍କ ଭାଷାରେ,

ସୁନ୍ଦରଶାଳି–ସୁଶୋଭିତ-କ୍ଷେତ୍ରା,

ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,

ଯୋଗୀଋଷିଗଣ-ଊଟଜ-ପବିତ୍ରା

ଜନନୀ, ଜନନୀ, ଜନନୀ |

ବହୁ ବୀର ଯୋଦ୍ଧାମାନଙ୍କର ବାସଭୂମି ହେଉଛି ଏଇ ଉତ୍କଳ ମାଟି | ସେମାନଙ୍କ ଶରୀରରେ ବୀର ରକ୍ତ ପ୍ରବାହିତ | ଏଇ ଉତ୍କଳ ଭୂମିର ପାଣି, ପବନ, ଶାକ ତଣ୍ଡୁଳ ସେମାନଙ୍କ ଶରୀରକୁ କରିଛି ଶକ୍ତ ଯେଉଁଥିପାଇଁ ସେମାନେ ଶତ୍ରୁକୁ ଦମନ କରି ଶତ୍ରୁର ରକ୍ତରେ ଉତ୍କଳମାଟିକୁ କରିଥାନ୍ତି ଅନୁରଂଜିତ | ପୁନଶ୍ଚ ମହାନ୍ କବି ଏବଂ ସୁପୁତ୍ରମାନଙ୍କ ଦ୍ୱାରା ଉତ୍କଳ ଜନନୀ ବନ୍ଦନୀୟା, ପୂଜନୀୟା | ସେଥିପାଇଁ କୁହାଯାଏ,

ଉତ୍କଳ ମୋର ପୁଣ୍ୟଭୂମି

ଉତ୍କଳ ମୋର ମାଆ

ଇତିହାସ ଭରା ଇତିହାସ ଯା’ର

ତା' ପାଦରେ ଶିର ନୁଆଁ |

ପ୍ରକୃତରେ କହିବାକୁ ଗଲେ ଉତ୍କଳ ଜନନୀ ବିଶ୍ଵ ବନ୍ଦିତା | ସେ ଧନ୍ୟା, ସେ ଶରଣଦାତ୍ରୀ ଭାବରେ ଚିର ନମସ୍ୟା |

ଏଠାରେ କବିଙ୍କର କବିତାଟିରେ ଉତ୍କଳ ଜନନୀଙ୍କ ପ୍ରଶଂସା ବାସ୍ତବରେ ଗ୍ରହଣଯୋଗ୍ୟ |

୨୦.“ବନ୍ଦେ ଉତ୍କଳ ଜନନୀ”ଏକ ଜାତୀୟତାବାଦୀ କବିତା-ବିଚାର କର |

ଉତ୍କଳର ବରପୁତ୍ରମାନଙ୍କର ମଧ୍ଯରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ ଯିଏକି ନିଜର ତ୍ୟାଗ, ପ୍ରଚେଷ୍ଟାରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରିପାରିଥିଲେ | ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ ଜନ୍ମଲାଭ କରିଥିଲେ | ତାଙ୍କର ସାଶ୍ଵତ ଲିଖନୀ ମଧ୍ୟରେ ଉପନ୍ୟାସ ‘କଣାମାମୁ’, ଗଳ୍ପ ‘ବୁଢ଼ାଶଙ୍ଖାରି', ଲାଳିକା ‘ଚଟକ ଚନ୍ଦ୍ରହାସ ଚମ୍ପୂ’ ପ୍ରଭୃତି ଅନେକ ମନ କଳ୍ପନାର ଝଲକ |

ଆମ ଉତ୍କଳ ଜନନୀ ପ୍ରକୃତରେ ଶୋଭାମୟୀ, ସୌନ୍ଦର୍ଯ୍ୟମୟୀ ଏବଂ କିର୍ତ୍ତୀମୟୀ | ଅସରନ୍ତି ବନଭୂମି ଉତ୍କଳ ଜନନୀଙ୍କ ଶରୀରକୁ ଘୋଡାଇ ରଖିଛି | ଏହାର ବିରାଟ ପର୍ବତମାଳା ବନକାନନରେ ଶୋଭିତ | ଯେପରି ନୀଳ ଲହରୀମାଳା ସମୁଦ୍ରର | ସମୁଦ୍ରର ସୌନ୍ଦର୍ଯ୍ୟ ବଢାଇ ଦିଏ, ସେପରି ନୀଳ ଲହରୀ ମାଳା ଉତ୍କଳ ଜନନୀଙ୍କର ଶରୀର ଧୌତ କରିଦିଏ |ପୁଣି ପକ୍ଷୀମାନଙ୍କର ସୁମଧୁର ରାବ ଭୂମିରୁଆକାଶ ପର୍ଯ୍ୟନ୍ତ ପୁଲକିତ କରିଦିଏ | ନଦୀକୂଳର ଶୀତଳ ସୁଲୁସୁଲିଆ ପବନ ପ୍ରତିଟି ମଣିଷର ମନକୁ ସତେଜ କରିଦିଏ |

ଯୁଗେ ଯୁଗେ ଉତ୍କଳ ଜନନୀ ହେଉଛି ବୀର ମାନଙ୍କୁ ଜନ୍ମ ଦେଇଥିବା ଗର୍ଭା | ଇତିହାସରେ ଲିପିବଦ୍ଧ ଅନେକ ବୀର ଓ ବରପୁତ୍ରମାନଙ୍କୁ, ଏହି ଉତ୍କଳ ଜନନୀ ପ୍ରସବ ଦେଇଛି | ଯେଉଁମାନେ ନିଜ ସ୍ଵାର୍ଥକୁ ପରିତ୍ୟାଗ ନିଜକୁ ଜଳାଞ୍ଜଳି ଦେଇଛନ୍ତି ଉତ୍କଳମାତା ପାଇଁ | ଯେଉଁ ମାନଙ୍କୁ ନେଇ ଆମେ ଆଜି ଗର୍ବ ଅନୁଭବ କରୁଅଛୁ | ଏଇ ଉତ୍କଳ ବୀର ପୁତ୍ରମାନେ ଶତ୍ରୁମାନଙ୍କ ସହିତ ସଂଗ୍ରାମ କରି ନିଜ ରକ୍ତରେ ଉତ୍କଳ ଜନନୀକୁ ଗୌରନାନିତ କରିଛନ୍ତି | ଉତ୍କଳର ଜ୍ଞାନୀ, ଗୁଣୀ, ବିଦ୍ଵାନମାନେ ତାଙ୍କର ପ୍ରତିଭା ବଳରେ ସମଗ୍ର ବିଶ୍ୱରେ ମଣ୍ଡିତ ହୋଇପାରିଛନ୍ତି |


RATINGS

No reviews yet, be the first one to review the product


Other Chapters