Bhimanka Singhanada Radi ଭୀମଙ୍କ ସିଂହନାଦ ରଡି Class 10 Chapter 2 Question and Answer
Language: en
ଭୀମଙ୍କ ସିଂହନାଦ ରଡି
୧. ଏକପଦରେ ପ୍ରକାଶ କର
ଧୃତରାଷ୍ଟ୍ରଙ୍କ ପୁତ୍ର: ଧାର୍ତ୍ତରାଷ୍ଟ୍ର
ମରୁତଙ୍କ ପୁତ୍ର: ମାରୁତି
ପବନଙ୍କ ପୁତ୍ର: ପାବନି
ପଣ୍ଡୁଙ୍କ ପୁତ୍ର: ପାଣ୍ଡବ
ଅଦିତିଙ୍କ ପୁତ୍ର: ଆଦିତ୍ୟ
କୁନ୍ତୀଙ୍କ ପୁତ୍ର: କୌନ୍ତେୟ
୨. ନିମ୍ନଲିଖିତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ :
ଶୂଳଧର: ଶିବ, ମହାଦେବ
ସଂକଟ: ବିପଦ, ଅସୁବିଧା
ମର୍ତ୍ତ୍ୟ: ପୃଥିବୀ, ଧରଣୀ
ଅନ୍ତରୀକ୍ଷ: ଆକାଶ, ଗଗନ
ନଳିନୀ: ପଦ୍ମିନୀ, କମଳିନୀ
ଯମ: ଧର୍ମରାଜ, କୃତାନ୍ତ
କମଳା: ଲକ୍ଷ୍ମୀ, ଶ୍ରୀ, ବିଷ୍ଣୁପ୍ରିୟା
ଭର୍ସନା: ନିନ୍ଦା, ତିରସ୍କାର
୩. ବ୍ୟାସବାକ୍ୟ ସହ ସମାସର ନାମ ଲେଖା ତ୍ରିଲୋଚନ:
ତିନି ଲୋଚନ ଯାହାର – ବହୁବ୍ରୀହି ସମାସ
କାଳାନଳ: କାଳ ରୂପକ ଅନଳ – ରୂପକ କର୍ମଧାରୟ ସମାସ
ନବଦ୍ଵୀପ: ନଅ ଦ୍ଵୀପର ସମାହାର – ଦ୍ଵିଗୁ ସମାସ
ସପ୍ତସାଗର: ସାତ ସାଗରର ସମାହାର – ଦ୍ଵିଗୁ ସମାସ
ଭୂଜଦଣ୍ଡ: ଭୁଜ ରୂପକ ଦଣ୍ଡ – ରୂପକ କର୍ମଧାରୟ ସମାସ
ଅଳାମ୍ବର: ଅଳକା ଯାହାର ଅମ୍ବର – ବହୁବ୍ରୀହି ସମାସ
୪. ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ କର |
କ) ଈଶ୍ଵରଂକୁ ସିଂଘନାଦ ମାଗନ୍ତୁ ପବନର ସୁତ
ଖ) ଆସନ କଂପିଲା ଯେ ଦେବ ଶୂଳଧର
ଗ) ପାର୍ବତୀ ବୋଇଲେ ଭୀମସେନ ଆମ୍ଭ ଉପୁଗାରୀ
ଘ) ଚିରିକୂଟି କାଢ଼ିଦିଲେ ସେ ସିଂଘନାଦ ।
ଙ) ଅନ୍ତରିକ୍ଷେ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ ।
ଚ) ବଚ୍ଛସ୍ଥଳେ ମାରି ବାହାସ୍ଫୋଟ ଗର୍ଜିଣ ବେଗେ ଉଠି ।
ଛ) ବୋଇଲୁ ଯେ ଭୀମର ବୀରତ୍ୱ ସାତରଡି ସହିବୁ ।
ଜ) କଦଳୀ ପତ୍ର ପ୍ରାୟେ କମ୍ପଇମହାତମୀ ।
କ୍ଷୁଦ୍ର ଉତ୍ତରମୂଳକ
୫. ସିଂଘନାଦ କ’ଣ ?
ଉ – ମଇଁଷି ସିଂଘଗରୁ ତିଆରି ଏକ ପ୍ରକାର ବାଦ୍ୟ |ଶିବ ଭୈରବ ରୂପ ଧାରଣ କରି ସିଂଘନାଦ କଲେ ପୃଥିବୀ ପ୍ରଳୟ ହୁଏ |
୬. ସହଦେବ ଜଗନ୍ନାଥଙ୍କୁ କ'ଣ ବୋଇଲେ ?
ଉ : ତ୍ରିକାଳଦର୍ଶୀ ସର୍ବଜ୍ଞାତା ସହଦେବ ଜଗନ୍ନାଥଙ୍କୁ କହିଲେ ଯେ ଭୀମ ମହାଦେବଙ୍କୁ ସିଂଘନାଦ ମାଗନ୍ତୁ |
୭. ସିଂଘନାଦ ଦେବା ପାଇଁ ପାର୍ବତୀ ଶିବଙ୍କୁ କ'ଣ କହିଲେ ?
ଉ : ଭୀମକୁ ସିଂଘନାଦ ଦେବା ନଦେବା କଥା ମହାଦେବ ପାର୍ବତୀଙ୍କୁ ପଚାରିଲେ | ପାର୍ବତୀ କହିଲେ ଯେ ଭୀମ ତାଙ୍କର ଉପକାର କରିଥିଲେ | ବେଳେବେଳେ ପାଣ୍ଡବମାନେ ମଧ୍ୟ କୈଳାସ ପର୍ବତକୁ ରକ୍ଷା କରିଛନ୍ତି | ତେଣୁ କାଳବିଳମ୍ବ ନକରି ରାମକୁ ସିଂଘନାଦ ଦେବାକୁ ପାର୍ବତୀ ମହାଦେବଙ୍କୁ ଅନୁରୋଧ କଲେ |
୮. ପାଣ୍ଡବଙ୍କ ହେତୁ ତ୍ରିଲୋଚନ କିଭଳି ବରିଥିଲେ ?
ଉ :ଏକଦା ଅଶ୍ଳେଷା ନାମକ ରାକ୍ଷସ କୈଳାସ ପର୍ବତକୁ ଉପାଡ଼ି ନେଇ ଯାଉଥିଲା | ଶିବ ଭୟଭୀତ ହୋଇପଡ଼ିଲେ | ଋଷ୍ୟମୂକ ପର୍ବତରେ ଭୀମଙ୍କୁ ଦେଖି ତାଙ୍କର ସାହାଯ୍ୟ ମାଗିଲେ। ଭୀମ ଅଶ୍ଳେଷା ରାକ୍ଷସ ସହ ଯୁଦ୍ଧ କରି ତାଙ୍କୁ ବଧ କଲେ ଓ କୈଳାସ ପର୍ବତ ଓ ଶିବଙ୍କୁ ରକ୍ଷା କଲେ |
୯. ସିଂଘନାଦ କିପରି ଗତିକରି ଭୀମଙ୍କ ହସ୍ତକୁ ଆସିଲା ?
ଉ : ଭୀମଙ୍କ ନିକଟକୁ ପ୍ରେରଣ ନିମନ୍ତେ ମହେଶ୍ଵର ତାଙ୍କ ମୁଣିରୁ ସିଂଘନାଦକୁ ବାହାର କଲେ ଆକାଶ ମାର୍ଗରେ ସିଂହନାଥ ଗମନ କଲାବେଳେ ଏପରି ବେଗରେ ପବନ ବହିବାକୁ ଲାଗିଲା ଯେ ସମଗ୍ର ମର୍ତ୍ତ୍ୟମଣ୍ଡଳ ଥରିଉଠିଲା| ସୂର୍ଯ୍ୟଙ୍କ ବେଳଠାରୁ ତା’ର ତେଜ ଶହେଗୁଣ ପ୍ରକାଶିତ ହେଲା |
୧୦. ବ୍ୟାସ ସରୋବରର ମାହାତ୍ମ୍ୟ ଲେଖ |
ଉ : ବ୍ୟାସ ସରୋବରକୁ ଓଡ଼ପା ମହାତୀର୍ଥ କୁହାଯାଏ | ସେଠାରେ ବ୍ୟାସଦେବ ଗୁପ୍ତରେ ରହି ମହାଭାରତ ଓ ଅଷ୍ଟାଦଶ ପୁରାଣ ରଚନା କରିଥିଲେ | ମହାଦେବଙ୍କ ଅଭିଶାପ ଅନୁସାରେ ଯଦି କେହି ଶରଣାଗତ ଶତ କବଳରୁ ନିଜକୁ ରକ୍ଷା କରିବା ପାଇଁ ସେଠାରେ ଆଶ୍ରୟ ନିଏ ଏବଂ ଶତ୍ରୁ ଯଦି ବଳ ପୂର୍ବକ ପ୍ରବେଶ କରେ, ତେବେ ତା’ର ମୃତ୍ୟୁ ହେବ |
୧୧. ପ୍ରଥମଥର ସିଂଘନାଦରେ ପୃଥିବୀରେ କି କି ବିଲକ୍ଷଣ ଦେଖାଦେଲା ?
ଉ : ଭୀମସେନ ଯେତେବେଳେ ସିଂଘନାଦ କଲେ, ପଦ୍ମପତ୍ରରେ ପାଣି ଅସ୍ଥିର ହେଲା ପରି ପୃଥିବୀ ଥରି ଉଠିଲା | ସ୍ଥାନଚ୍ୟୁତ ହୋଇ ମନ୍ଦର ପର୍ବତ ଘୂରିବାକୁ ଲାଗିଲା| ନିଶ୍ଚିନ୍ତରେ ନିଦ୍ରାଗତ ଦୁର୍ଯ୍ୟୋଧନ ଦୁର୍ଯ୍ୟୋଧନର ନିଦ୍ରାଭଙ୍ଗ ହୋଇଗଲା |
୧୨. ଦ୍ଵିତୀୟଥର ସିଂଘନାଦ ରଡ଼ିରେ ସୌରଜଗତରେ କି କି ବିଲକ୍ଷଣ ଦେଖାଦେଲା ?
ଉ : ଦ୍ଵିତୀୟ ସିଂଘନାଦରେ ଛ’ଲକ୍ଷ ଯୋଜନ ପର୍ଯ୍ୟନ୍ତ ଆକାଶ ପ୍ରକମ୍ପିତ ହେଲା | ମୃତ୍ୟୁର ଦେବତା ଯମ ଥରିଉଠିଲେ | ସୌରମଣ୍ଡଳ, ଧ୍ରୁବମଣ୍ଡଳ, ସ୍ଵର୍ଗପୁର ମଧ୍ୟ ଥରିଉଠିଲା | ସିନ୍ଧୁ ଜଳ ଉଛୁଳି ଆକାଶକୁ ସ୍ପର୍ଷ କଲା |
୧୩. ନବଦୀପର ନାମ ଲେଖ |
ଉ : ସ୍କନ୍ଦ ପୁରାଣ ଅନୁସାରେ ନବଦୀପଗୁଡ଼ିକ ହେଲା – ଇନ୍ଦ୍ର ଦ୍ଵୀପ , ନାର ଦ୍ଵୀପ, ସୌମ୍ୟଦ୍ୱୀପ, ଗନ୍ଧର୍ବ ଦ୍ଵୀପ, ବରୁଣ ଦ୍ଵୀପ, କୁଶେରୁମାନ ଦ୍ଵୀପ, ଗଭସ୍ତିମାନ ଦ୍ଵୀପ, ତାମ୍ରପର୍ଣ୍ଣ ଦ୍ଵୀପ ଓ କୁମାରିକା ଦ୍ଵୀପ |
୧୪. ସପ୍ତ ସାଗରର ନାମ ଲେଖ |
ଉ : ଦଧି ସାଗର, ଦୁଗ୍ଧ ସାଗର, ଘୃତ ସାଗର, ଲବଣ ସାଗର, ଇକ୍ଷୁ ସାଗର, ସୁରା ସାଗର ଓ ଜଳ ସାଗର ଏଗୁଡ଼ିକ ସପ୍ତ ସାଗରର ନାମ |
୧୫. ଦ୍ଵିତୀୟ ଉଡ଼ିରେ ଦୁର୍ଯ୍ୟୋଧନ କିପରି ବାହାରକୁ ଆସିଲା ?
ଉ : ଦ୍ଵିତୀୟ ସିଂଘନାଦ ଶୁଣି ଦୁର୍ଯ୍ୟୋଧନ କ୍ଷୁବ୍ଧହୋଇ ପଡ଼ିଲେ | ଛାତିରେ ହାତ ବାଡ଼େଇ - ରେକାର କରି ଗର୍ଜନ କରି ଉଠିଲେ | ଲକ୍ଷ୍ମୀଙ୍କ ବାରଣ ନ ମାନି ତାଙ୍କ ହାତକୁ ଠେଳିଦେଲେ | ରାଗ ଓ ଅପମାନରେ ତାଙ୍କ ଶରୀର କଦଳୀ ପତ୍ର ପରି ଥରିବାକୁ ଲାଗିଲା | ଘନ ଘନ ନିଃଶ୍ୱାସ ତ୍ୟାଗ କରି ଚତୁର୍ଦ୍ଦିଗକୁ ଆଖି ବୁଲାଇ ସବୁରି ସତୁରି ଭାର ଗଦାକୁ କାନ୍ଧରେ ପକାଇ ବ୍ୟାସ ସରୋବଳରୁ ବାହାରି ଆସିଲେ |
୧୬. ମହାଲକ୍ଷ୍ମୀ କ'ଣ କ'ଣ କହି ଦୁର୍ଯ୍ୟୋଧନକୁ ବାରଣ କଲେ ?
ଉ : ଭୀମଙ୍କର ପ୍ରଥମ ସିଂଘନାଦରେ ଦୁର୍ଯ୍ୟୋଧନଙ୍କର ନିଦ୍ରାଭଙ୍ଗ ହେଲା | ଦ୍ଵିତୀୟ ରଡ଼ିରେ ଅହଂକାର ବଶତଃ ଭୀମଙ୍କ ସହ ଯୁଦ୍ଧ କରିବା ପାଇଁ ବ୍ୟାସ ସରୋବର ତ୍ୟାଗ କରିବାକୁ ଉଦ୍ୟତ ହେଲାବେଳେ ଲକ୍ଷ୍ମୀ ବାରଣ କଲେ| ଭୀମଙ୍କର ସାତଟା ରଡ଼ି ଦୁର୍ଯ୍ୟୋଧନ ସହିଯିବା କଥା ଲକ୍ଷ୍ମୀ ସ୍ମରଣ କରାଇ ଲୁକ ପ୍ରସାରଣ କରି ତାଙ୍କ ପଥ ଓଗାଳିଲେ | ଦୁର୍ଯ୍ୟୋଧନକୁ କହିଲେ ଯେ, ସେ ଯଦି ଭୀମର ତୃତୀୟ ରଡି ସହ୍ୟ କରିବେ, ତେବେ ଅଜ୍ରାମ୍ବରହେବେ | ଏକ କଥା କହି ଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ବ୍ୟାସ ସରୋବରରୁ ନ ଯିବାକୁ ବାରଣ କଲେ |
୧୭. ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କୁ କିପରି ଅବଜ୍ଞା କଲେ ?
ଉ : ବ୍ୟାସ ସରୋବରରୁ ନ ଯିବା ପାଇଁ ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଅନେକ କଥା ବୁଝେଇଲେ | ନିଜର ବାହୁ ପ୍ରସାରଣ କରି ସମ୍ମୁଖରେ ଠିଆ ହେଲେ | ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କ ହାତକୁ ଠେଲି ଦେଇ ତାଙ୍କ ସମ୍ମୁଖରୁ ଚାଲିଯିବାକୁ ଠୋର କଣ୍ଠରେ କହିଲେ |
୧୮. ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ ?
ଉ : ଦୁର୍ଯ୍ୟୋଧନ ଥିଲେ ପନ୍ନଗ ନାରାୟଣ | ତେଣୁ ମହାଲକ୍ଷ୍ମୀ ତାଙ୍କ କାନ୍ଧରେ ଅବସ୍ଥାନ କରିଥିଲେ | ପୂର୍ବ କଥାନୁସାରେ ଦୁର୍ଯ୍ୟୋଧନ ଯେତେବେଳେ ମହାଲକ୍ଷ୍ମୀଙ୍କୁ ଦୁର୍ବ୍ୟବହାର କରିବ ସେତେବେଳେ ମହାଲକ୍ଷ୍ମୀ ତାଙ୍କଠାରୁ ଦୂରେଇ ଯିବେ | ଦୁର୍ଯ୍ୟୋଧନ ଯେତେବେଳେ ମହାଲକ୍ଷ୍ମୀଙ୍କ ହାତକୁ ଠେଲି ଦେଇ ରୋଷବଶତଃ ତାଙ୍କୁ “ପଳା ପଳା” ବୋଲି କହିଲା ଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ ଛାଡି ପଳାଇଲେ |
୧୯. ଦୁର୍ଯ୍ୟୋଧନର ଗଦାଦ୍ୱୟର ଓଜନ କେତେ କେତେ ପରିମାଣର ?
ଉ : ଦୁର୍ଯ୍ୟୋଧନର ଗଦାର ମିଳନର ପରିମାଣ ଥିଲା ସବୁଠୁ ଅଧିକ । ତାଙ୍କ ଗଦା ଦ୍ୱୟର ଓଜନ ପରିମାଣ ଥିଲା ସତୁରି ଭାର ଲେଖାଏଁ |
ସପ୍ରସଙ୍ଗ ସରଳାର୍ଥ :
୨୦. ସଂକଟ କାଳେ ତୁମ୍ଭର ଉଦ୍ଧାରକ୍ତି ପୁଣ
ଦିଅସି ସିଂଘନାଦ ପ୍ରସନ୍ନ ବଦନେଣ |
ଉ : “ସଂକଟ ଜାଳେ .................... ପ୍ରସନ୍ନ ବଦନେଣ |”
ଶଂସିତ ପଦ୍ୟାଶଟି ସାରଳା ଦାସଙ୍କ କୃତ ମହାଭାରତ ମହାକାବ୍ୟର ଗଦାପର୍ବର ଅଂଶବିଶେଷ | ଭୀମଙ୍କ ସିଂଘନାଦ ପ୍ରଦାନ କରିବା ପାଇଁ ପାର୍ବତୀଙ୍କର ଶିବଙ୍କୁ ଅନୁରୋଧ ପ୍ରସଙ୍ଗ ଏଠାରେ ଆଲୋଚ୍ୟ |
ମହାଭାରତ ମହାଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ଦୁର୍ଯ୍ୟୋଧ ନିରାପଦରେ ବ୍ୟାସ ସରୋବରରେ ଆତ୍ମଗୋପନ କଲେ | ଦୁର୍ଯ୍ୟୋଧନ ବଧ ନହେବା ପର୍ଯ୍ୟନ୍ତ ପାଣ୍ଡବଙ୍କ ବିଜୟ ଘୋଷଣା ସୁଗିତ ରହିଲା | ସହଦେବଙ୍କ କହିବାନୁସାରେ ମହାଦେବଙ୍କ ଠାରୁ ସିଂଘନାଦ ପ୍ରାଦ୍ଧ କରି ଯଦି ଭୀମ ଗଢ଼ି ଜରତି, ଦୁର୍ଯ୍ୟୋଧନ ବ୍ୟାସ ସରୋବର ବାହାରିବା ସମ୍ଭବ ହେବ | ଭୀମସେନ ମହାଦେବଙ୍କୁ ଆରାଧନ କଲେ | ମହାଦେବ ଧ୍ୟାନ ବଦଳରେ ଜାଣିଲେ ଯେ ଭୀମ ସିଂଘନାଦ ପାଇଁ ତାଙ୍କୁ ସ୍ମରଣ କରୁଛି | ଭୀମଙ୍କୁ ସିଂଘନାଦ ଦେବା ଉଚିତ ହେବକି କି ନାହିଁ ବୋଲି ପାର୍ବତୀଙ୍କୁ ପଚାରିଲେ | ପାର୍ବତୀ କହିଲେ ସେ ପାଣ୍ଡବମାନେ ସେମାନଙ୍କର ଉପକାରୀ | ଅଶ୍ଳେଷା ଅସୁର କପିଳାସ ପର୍ବତକୁ ଉପାଡ଼ି ନେଇ ଯାଉଥିଲାବେଳେ ଭୀମ ତାଙ୍କୁ ବଧ କରି କପିଳାସ ଓ ଶିବଙ୍କୁ ରକ୍ଷା କରିଥିଲା | ତେଣୁ ବିନା ଦ୍ଵିଧାରେ ପ୍ରସନ୍ନ ମନରେ ଭୀମକୁ ସିଂଘନାଦ ଦେବାକୁ ପାର୍ବତୀ ମହାଦେବଙ୍କୁ କହିଥିଲେ |
୨୧. “କାଳାନଳ ଜାଣି ବିକାଶି ସିଂଘନାବ ଜ୍ୟୋତି
ଆଦିତ୍ୟହୁ ଶତେଗୁଣ ତେଜ ବିକାଶନ୍ତି |”
ଉ : “କାଳାନଳ ଜାଣି ...................... ତେଜ ବିକାଶନ୍ତି |”
ପ୍ରୋକ୍ତ ପଦ୍ୟାଂଶଟି ମହାକବି ସାରଳା ଦାସକୃତ ଓଡ଼ିଆ ମହାଭାରତର “ଗଦାପର୍ବ”ର ଅଂଶବିଶେଷ | କବି ଏଠାରେ ସିଂଘନାଦର ଭୟଙ୍କରିତା ବିଷୟରେ ଆଲୋକପାତ କରିଛନ୍ତି |
ବୀର ଭୀମସେନଙ୍କ ଆରାଧନା, ଦେବୀ ପାର୍ବତୀକ ଅନୁରୋଧରେ ଆଶୁତୋଷ ସିଂଘନାଦକୁ ଭୀମଙ୍କ ନିକଟକୁ ପ୍ରେରଣ କଲେ | ସେ ଆକାଶ ମାର୍ଗରେ ଭୟଙ୍କର ରୂପ ଧାରଣ କରି ଗମନ କଲାବେଳେ ତା'ର ପ୍ରଭାବରେ ଯେଉଁ ପବନ ସୃଷ୍ଟି ହେଲା, ସେଥିରେ ମର୍ତ୍ତ୍ୟଭୁବନ ପ୍ରକମ୍ପିତ ହେଲା | ସିଂଘନାଦଠାରୁ ଯେଉଁ ଜ୍ୟୋତି ନିର୍ଗତ ହେଲା ତାହା ସୂର୍ଯ୍ୟଙ୍କ ତେଜଠାରୁ ଶତଗୁଣ ଅଧିକ ଥିଲା | ପ୍ରତୀୟମାନ ହେଲା ଯେ, ସତେ ଯେମିତି କାଳାନଳ ସମ ମର୍ତ୍ତ୍ୟମଣ୍ଡଳକୁ ଦଗ୍ଧିଭୂତ କରିଦେବ | ଆକାଶ ମାର୍ଗରେ ଗମନ କରି ସିଂଘନାଦ ବ୍ୟାସ ସରୋବର ନିକଟରେ ଅପେକ୍ଷାରତ ଭୀମଙ୍କ ନିକଟରେ ପହଞ୍ଚିଲା |
୨୨. “ନଳିନୀ ପତ୍ରରେ ଯେହ୍ନେ ପଡ଼ନ୍ତେଣ ପାଣି
ପୃଥିବୀ ଦରଦଲିତ କମ୍ପଇ ମେଦିନୀ |”
ଉ : “ନଳିନୀ ପତ୍ରରେ ....................... କମ୍ପଇ ମେଦିନୀ |”
ଶଂସିତ ପଦ୍ୟାଂଶଟି ସାରଳାଦାସକୃତ ମହାକାବ୍ୟ “ମହାଭାରତ”ର ଗଦା ପର୍ବରୁ ଉଦ୍ଧୃତ | ଭୀମଙ୍କର ପ୍ରଥମ ସିଂଘନାଟ ରଡ଼ିରେ କିଭଳି ପ୍ରତିକ୍ରିୟା ହେଲା ତାହା ଏଠାରେ ବର୍ଣ୍ଣିତ |
ମହାଦେବଙ୍କ ବର ପ୍ରାପ୍ତ ହୋଇ ଭୀମସେନ ଉଲ୍ଲସିତ ହେଲେ | ସିଂଘନାଦକୁ ଧରି ବାଦନ କଲେ | ପ୍ରଥମଥର ବାଦନରେ ସମଗ୍ର ମହୀମଣ୍ଡଳ ଦୋହଲିଗଲା | କବି ଚଳନାରେ ପଦ୍ମ ପତ୍ରରେ ପାଣି ପଡ଼ିଲେ ଯେମିତି ସ୍ଥିର ନରହି ଜଳକୂଳ ହୁଏ ପୃଥିବୀ ବୀର ଅବସ୍ଥା ଅନୁରୂପ ହେଲା | ମନ୍ଦିର ପର୍ବତ ମଧ୍ୟ ସ୍ଥାନଚ୍ୟୁତ ହୋଇ ଘୂରିବୁଲିଲା। ରମ ରଡ଼ିରେ ନିଃଶଙ୍କ ଦୁର୍ଯ୍ୟୋଧନର ନିଦ୍ରାଭଙ୍ଗ ହୋଇଗଲା | ଅଭୂତପୂର୍ବ ଶବ୍ଦରେ ଭୟଭୀତ କୁରୁପତି ଶଯ୍ୟା ତ୍ୟାଗ ପୂର୍ବକ ଉଠି ବସିପଡ଼ିଲେ |
୨୩. ଭୀମସେନ ଦୁଇବାର ସିଂଘନାଦ କରିବା ବେଳେ କ'ଣ କ’ଣ ଘଟିଥିଲା ?
ଉ : ପଞ୍ଚଦଶ ଶତାବ୍ଦୀରେ ଉତ୍କଳ ଭୂଖଣ୍ଡରେ ଜନନୀ ଜଠରୁ ଜନ୍ମ ନେଇଥିବା ଚଷା ପୁଅ ସିଦ୍ଧେଶ୍ଵର ପରିଡ଼ା ଆଜିର ଭଦ୍ରମୁନି ସାରଳା ଦାସ | ମହାକାବ୍ୟ ମହାଭାରତ ତାଙ୍କୁ ପରିଚିତ କରାଇଛି ମାଟିର ମହାକବି, ଉତ୍କଳ ବ୍ୟାସ ଭାବରେ | ସାରଳା ସଙ୍କ ମହାଭାରତ ବ୍ୟାସକୃତ ସଂସ୍କୃତ ମହାଭାରତର ଅନୁବାଦ ବା ଅନୁକରଣ ନୁହେଁ | ସଂସ୍କୃତ ମହାଭାରତର ବୀଜ ସଂଗ୍ରହ କରି ସାରଳା ଦାସ ସୃଷ୍ଟି କରିଛନ୍ତି ଏକ ବିଶାଳ ଦ୍ରୁମ | କହିବା ବାହୁଲ୍ୟ ଯେ, ସଂସ୍କୃତ ମହାଭାରତକୁ ଓଲଟପାଲଟ କରି ଓଡ଼ିଶାର ପୃଷ୍ଠଭୂମିରେ ରଚନା କରିଛନ୍ତି ଓଡ଼ିଆ ମହାଭାରତ; ଯାହା ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠା କରିଛି |
ମହାଭାରତ ମହାଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ଦୁର୍ଯ୍ୟୋଧନ ପ୍ରାଣ ରକ୍ଷା ପାଇଁ ବ୍ୟାସ ସରୋବରରେ ଆତ୍ମଗୋପନ କଲେ| ଦୁର୍ଯ୍ୟୋଧନର ନିଧନ ନ ହେଲେ ପାଣ୍ଡବମାନେ ବିଜୟୀ ଘୋଷିତ ହୋଇପାରିବେ ନାହିଁ | ଶିବଙ୍କ ଅଭିଶାପ ଥିଲା ଯେ, ଶତ୍ରୁଭାବାପନ୍ନ ହୋଇ ଯିଏ ବ୍ୟାସ ସରୋବରରେ ପ୍ରବେଶ କରିବ ତା’ର ମୃତ୍ୟୁ ହେବ | ଏଭଳି ଏକ ଚିନ୍ତାତ୍ମକ ରିସ୍ଥିତିରେ ସଦାଶିବଙ୍କୁ ଭୀମସେନ ପ୍ରାର୍ଥନା କରି ସିଂଘନାଦ ପ୍ରାପ୍ତ ହୁଅନ୍ତୁ ବୋଲି ସହଦେବ ଶ୍ରୀକୃଷ୍ଣଙ୍କୁ ଜଣାଇଲେ | ସିଂହରଡ଼ି ଶୁଣି ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରି ଆସିବେ | ସହଦେବଙ୍କ ପରାମର୍ଶ କ୍ରମେ ଭୀମ ମହାଦେବଙ୍କୁ ପ୍ରାର୍ଥନା କରି ସିଂଘନାଦ ପ୍ରାପ୍ତ ହେଲେ |
ବୀର ଭୀମସେନ ସିଂହନାଦକୁ ଧରି ଖୁବ୍ ଜୋର୍ରେ ବାଦନ କଲେ | ଆବାଲ୍ୟ ଶତ୍ରୁ ଦୁର୍ଯ୍ୟୋଧନଙ୍କୁ ବଧ କରିବାର ଅଦମ୍ୟ ଇଚ୍ଛା ଭୀମସେନଙ୍କୁ ଆହୁରି ଶକ୍ତି ଯୋଗାଇ ଦେଲା | ମହାବଳୀ ଭୀମଙ୍କ ସିଂହରଡ଼ି ଏମିତି ଭୟଙ୍କର ଶବ୍ଦ ସୃଷ୍ଟି କଲା ଯେ ସମଗ୍ର ଭୂମଣ୍ଡଳ କମ୍ପିଉଠିଲା | କବି ଉପମା ଦେଇ କହିଛନ୍ତି ଯେ ପଦ୍ମପତ୍ରରେ ଜଳ ବିନ୍ଦୁ ଯେପରି ସ୍ଥିର ରହିପାରେ ନାହିଁ ପୃଥ୍ବୀ ସେହିପରି ଅସ୍ଥିର ହୋଇପଡ଼ିଲା | କବିଙ୍କ ଭାଷାରେ –
“ନଳିନୀ ପତ୍ରରେ ଯେହ୍ନେ ପଡ଼ନ୍ତେଣ ପାଣି
ପୃଥିବୀ ଦଲଦଲିତ କମ୍ପଇ ମେଦିନୀ |”
ଏପରିକି ମନ୍ଦରଗିରି ମଧ୍ୟ ସ୍ଥାନଚ୍ୟୁତ ହୋଇ ଘୂରିବାକୁ ଲାଗିଲା |
ବୀର ଭୀମସେନ ଦ୍ଵିତୀୟ ରଡ଼ି ଦେଲେ | ପ୍ରଥମ ରଡ଼ିଠାରୁ ଏହା ଆହୁରି ଭୀଷଣ ଶବ୍ଦ କଲା | ଶବ୍ଦର ପ୍ରକୋପରେ ଛ’ ଲକ୍ଷ ଯୋଜନ ପର୍ଯ୍ୟନ୍ତ ଆକାଶ ପ୍ରକମ୍ପିତ ହେଲା| ମୃତ୍ୟୁର ଦେବତା ଶମନ ମଧ୍ୟ ଥରିଉଠିଲେ | ପାତାଳ ନାଗରାଜ ବାସୁକୀ; ଯାହାଙ୍କ ଫଣା ପୃଥିବୀକୁ ଟେକିଧରିଛି | ତାଙ୍କ ଫଣା ମଧ୍ୟ ଥରିବାକୁ ଲାଗିଲା | ଇନ୍ଦ୍ରଦ୍ଵୀପ, ନାଗଦ୍ଵୀପ, ସୌମ୍ୟଦ୍ଵୀପ ଆଦି ନବଦ୍ଵୀପ ଥରିଲେ | ଦଧି ସାଗର, ଦୁଗ୍ଧ ସାଗର, ଘୃତ ସାଗର ଆଦି ସପ୍ତ ସାଗର ମଧ୍ୟ ସ୍ଥିର ରହିପାରିଲେ ନାହିଁ | କବି ଲେଖନୀରେ –
“ପାତାଳେ ଅନନ୍ତ ନାଗର କମ୍ପିଲାକ ଫେରୁ
ନବଦ୍ଵୀପ ସପତ ସାଗର କମ୍ପିଲା ଟଳମଳ ହୋଇଲାକ ମେରୁ|”
ପାତାଳରେ ଅନନ୍ତ ବାସୁକୀ, ମର୍ତ୍ତ୍ୟ ମଣ୍ଡଳରେ ଶବ୍ଦର ପ୍ରକୋପ କେବଳ ଅନୁଭୂତ ହୋଇ ନଥିଲା | ଦ୍ଵିତୀୟ ରଡ଼ିରେ ସୂର୍ଯ୍ୟମଣ୍ଡଳ, ଧ୍ରୁବ ମଣ୍ଡଳ, ଅମର ମଣ୍ଡଳରେ ମଧ୍ୟ ଅସ୍ଥିରତା ଦେଖାଦେଲା | ସପ୍ତ ସିନ୍ଧୁର ଜଳ ଏପରି ଆନ୍ଦୋଳିତ ହେଲା ଯେ ତାହା ଆକାଶକୁ ସ୍ପର୍ଶ କଲା | ମାନୀ ଦୁର୍ଯ୍ୟୋଧନଙ୍କ ପକ୍ଷେ ଭୀମଙ୍କର ରଡ଼ି ସହ୍ୟ କରିବା ଅସହ୍ୟ ଥିଲା | ଭୀମଙ୍କର ସିଂହରଡ଼ିକୁ ଆହ୍ଵାନ ଭାବରେ ଗ୍ରହଣ କଲେ | ଉକ୍ତ ରଡ଼ି ତାଙ୍କ ପୁରୁଷାକାର, ତାଙ୍କ ବୀରତ୍ଵକୁ ଯେପରି ଧିକ୍କାର କଲା | ବ୍ୟାସ ସରୋବରରେ ଆଶ୍ରିତ ଦୁର୍ଯ୍ୟୋଧନ ଭୀମଙ୍କ ଉଦ୍ଦେଶ୍ୟରେ ରେ ରେ କାର କରି ଗର୍ଜିଉଠିଲେ | ଛାତିରେ କରତାଳ ପ୍ରହାର କରି ମାରିଲେ | ନାସାରୁ ଘନଘନ ନିଃଶ୍ଵାସ ଛାଡ଼ିଲେ | ଆଖିଡୋଳା ବୁଲାଇ ଚତୁର୍ଦ୍ଦିଗକୁ ଭୀମଙ୍କ ସମ୍ମୁଖସ୍ଥ ହେବାକୁ ପ୍ରସ୍ତୁତ ହେଲେ | କବିଙ୍କ ଲେଖନୀରେ -
“ରେ ରେ କାର କରି ରାଜା ଧୃତରାଷ୍ଟି
ବଚ୍ଛସ୍ଥଳେ ମାରି ବାହାସ୍ଫୋଟ ଗର୍ଜିଣ ବେଗେ |”
ଦୁର୍ଯ୍ୟୋଧନର ଏଭଳି କ୍ରୋଧିତ ହେବାର ଦେଖୁ ତାଙ୍କ ପାଖରେ ଥବା ମା’ ଲକ୍ଷ୍ମୀ ଭାବିଲେ ଦୁର୍ଯ୍ୟୋଧନ ନିଶ୍ଚୟ ଭୀମ ସହ ଯୁଦ୍ଧ କରିବାପାଇଁ ବାହାରିଯିବେ | ତେଣୁ ସେ ଦୁର୍ଯ୍ୟୋଧନଙ୍କର ଦୁଇ ହାତକୁ ଭିଡ଼ିଧରି ବାହାରକୁ ଯିବାକୁ ବାରଣ କଲେ | ମାତ୍ର ଦୁର୍ଯ୍ୟୋଧନ ଲକ୍ଷ୍ମୀଙ୍କ କଥାକୁ ଗ୍ରହଣ ନ କରି ତାଙ୍କୁ ଧିକାର କରି ଗଦା ଧରି ଭୀମଙ୍କ ଆଡ଼କୁ ଅଗ୍ରସର ହେଲେ | ଭୀମଙ୍କର ଦ୍ଵିତୀୟ ରଡ଼ି ହିଁ ଦୁର୍ଯ୍ୟୋଧନଙ୍କୁ ବ୍ୟାସ ସରୋବରରୁ ବାହାରକୁ ଆଣିବାକୁ ସକ୍ଷମ ହୋଇପାରିଥିଲା |
୨୪. କେଉଁ ପରି ପରିସ୍ଥିତିରେ ଭୀମଙ୍କୁ ସିଂଘନାଦ ଦେବାକୁ ସଦାଶିବ ସମ୍ମତ ହେଲେ ?
ଉ : ଆତ୍ମଘୋଷିତ ଶୂଦ୍ରମୁନି କବି ସାରଳା ଦାସ ଏ ଜାତିର ଭାଷା ସାହିତ୍ୟର ଆଦିକବି ଭାବେ ଓଡ଼ିଆ ମହାଭାରତ ପାଇଁ ପରିଚିତ | ଓଡ଼ିଆ ଜାତିର ସାମାଜିକ, ସାଂସ୍କୃତିକ, ଐତିହାସିକ ଚିତ୍ରକୁ ଯେପରି ଜୀବନ୍ୟାସ ଦେଇଛନ୍ତି ତାହା ଅନନ୍ୟ | ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର କନକପୁର ଗ୍ରାମର ଏକ ଅନାମଧେୟ କୃଷକ ପରିବାରରେ ଜନ୍ମ ହୋଇ ଓଡ଼ିଆ ମହାଭାରତ ରଚନା ପରେ ସେ ହେଲେ ସମଗ୍ର ଓଡ଼ିଆ ଜାତିର ମହାକବି | ତାଙ୍କ ରଚିତ ମହାଭାରତ ମହାକାବ୍ୟର ଗଦାପର୍ବରୁ ଉଦ୍ଧୃତ ହୋଇଛି ଆଲୋଚ୍ୟ କବିତା “ଭୀମଙ୍କ ସିଂଘନାଦ ରଡ଼ି” |
ମହାଭାରତ ମହାସମରରେ କୁରୁପତିଙ୍କ ବ୍ୟତୀତ ସମସ୍ତେ ବୀରଗତି ପ୍ରାପ୍ତ ହୋଇଛନ୍ତି | ଆତ୍ମରକ୍ଷା ପାଇଁ ଦୁର୍ଯ୍ୟୋଧନ ଆତ୍ମଗୋପନ କଲେ ବ୍ୟାସ ସରୋବରରେ | ସେ ନିଧନ ନହେବା ପର୍ଯ୍ୟନ୍ତ ପାଣ୍ଡବଙ୍କ ବିଜୟ ଘୋଷଣା ହୋଇପାରିବ ନାହିଁ | ଏଭଳି ଏକ ଚିନ୍ତାକୂଳ ପରିସ୍ଥିତିରେ ସହଦେବ ଶ୍ରୀକୃଷ୍ଣଙ୍କୁ କହିଛନ୍ତି ଭୀମସେନ ଶିବଙ୍କୁ ସିଂଘନାଦ ମାଗନ୍ତୁ | ସିଂଘନାଦ ଦେଲେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ନିଶ୍ଚୟ ବାହାରି ଆସି ଯୁଦ୍ଧ କରିବେ ଓ ତାଙ୍କର ନିଧନ ସମ୍ଭବ ହେବ |
ସହଦେବଙ୍କ ପରାମର୍ଶ କ୍ରମେ ଭୀମସେନ ମହାଦେବଙ୍କୁ ଆରାଧନା କଲେ | ତାଙ୍କ ଆରାଧନାରେ ଶିବଙ୍କ ଆସ୍ଥାନ କମ୍ପି ଉଠିଲା | ମହାଯୋଗୀ ଶିବ ଧାନ ବଳରେ ଜାଣିଲେ ଯେ ଭୀମ ତାଙ୍କୁ ସିଂଘନାଦ ପାଇଁ ଆରାଧନା କରୁଛନ୍ତି | ଭୀମଙ୍କୁ ସିଂଘନାଦ ଦେବା ରଚିତ ହେବ କି ନା ପାର୍ବତୀଙ୍କ ପରାମର୍ଶ ଲୋଡ଼ିଲେ ମହାଦେବ | କବିଙ୍କ ଭାଷାରେ –
“ଆମନ୍ତ ସିଂଘନାଦ ମାଗୁଅଛି ବୀର ଭୀମା
ତୁମ୍ଭ ବିଚାରକୁ କିସ ଯୋଗାଇ ଗୋ ଉମା |”
ଭୋଳାନାଥଙ୍କୁ ପାର୍ବତୀ ଅତୀତ କଥାକୁ ସ୍ମରଣ କରାଇଦେଲେ | ଭୀମ ତାଙ୍କର ଉପକାର କରିଛନ୍ତି | ଏକଦା ଅଶ୍ଳେଷା ନାମନ ଏକ ରାକ୍ଷସ କ୍ରୋଧାନ୍ଧ ହୋଇ କପିଳାସ ପର୍ବତକୁ ଉପଡ଼ି ନେଇଯାଇଥିଲା | ହତୋତ୍ସାହିତ ମହାଦେବ ଅନନ୍ୟାପକ୍ଷ ହୋଇ ଋଷ୍ୟମୁକ ପର୍ବତରେ ଥିବା ଭୀମସେନଙ୍କୁ ସାହାଯ୍ୟ ମାଗିଥିଲେ | ମହାବଳୀ ଭୀମ ଅଶ୍ଲେଷା ଅସୁର ସହ ଯୁଦ୍ଧ କରି ତାକୁ ବଧ କରିଥିରେ ଓ କୈଳାସ ପର୍ବତକୁ ତା’ କବଳରୁ ରକ୍ଷା କରିଥିଲେ | ଏତଦ୍ବ୍ୟତୀତ ବିଭିନ୍ନ ସମୟରେ ପାଣ୍ଡବମାନେ ମହାଦେବଙ୍କର ଉପକାର କରିଛନ୍ତି | ଉପକାରୀ ଲୋକର ପ୍ରତ୍ୟୁପକାର କରିବା ରଚିତ ବୋଲି ଦେବୀ ପାର୍ବତୀ ମହାଦେବଙ୍କୁ କହିଲେ | କବିଙ୍କ ଭାଷାରେ –
“ପାର୍ବତୀ ବୋଇଲେ ଭୀମସେନ ଆମ ଉପୁଗାରି
ବେଳେବେଳେ ପାଣ୍ଡବେ ଆମ କପିଳାସ କଇଂ ଉଦ୍ଧରି |”
ଅଶ୍ଳେଷା ରାକ୍ଷସ କବଳରୁ କପିଳାସକୁ ଉଦ୍ଧାର କରିଥିବାରୁ ମହାଦେବ ଭୀମକୁ ବର ଦେବା ପାଇଁ ବଚନଳବଦ୍ଧ ହୋଇଥିଲେ | ସେତେବେଳେ ଭୀମସେନ ବର ନ ମାଗି ଆବଶ୍ୟକ ବେଳେ ମାଗିବେ ବୋଲି କହିଥିଲେ | ଭୀମକୁ ବରଦାନ କରିବା ପାଇଁ ମହାଦେବ ଯେଉଁ ସତ୍ୟ କରିଥିଲେ ସେ କଥା ମଧ୍ୟ ଦେବୀ ସ୍ମରଣ କରାଇଦେଲେ | ଭୀମର ଆବଶ୍ୟକ ପରିପ୍ରେକ୍ଷୀରେ ତାଙ୍କ ସିଂଘନାଦ ଅବିଳମ୍ବେ ଦେବାକୁ ପାର୍ବତୀ ମହାଦେବଙ୍କୁ ଅନୁରୋଧ କଲେ |
ଭୀମଙ୍କ ଆରାଧନାରେ ସଦାନନ୍ଦଙ୍କ ଆସନ କମ୍ପି ଉଠୁଥିଲା | କାଳ ବିଳମ୍ବ ନକରି ସେ ଚିରିକୁଟିରୁ ସିଂଘନାଦ କାଢିଲେ | କବିଙ୍କ ଭାଷାରେ –
“ଘନ ଘନ ଆସନ କମ୍ପର ସଦାନନ୍ଦ
ଚିରିକୂଟିରୁ କାଢି ଦେଲେ ଯେ ସିଂଘନାଦ |”
ମହାଦେବ ସିଂଘନାଦକୁ ନିର୍ଦ୍ଦେଶ ଦେଲେ ଯେ ମାତ୍ର ତିନିଥର ଭୀମ ତାକୁ ଫୁଙ୍କିବ ଓ ସେ ତାକୁ ସହ୍ୟ କରିବୁ ଏପରି କହି ମହାଦେବ ସିଂଘନାଦକୁ ଭୀମଙ୍କ ପାଖକୁ ପ୍ରେରଣ କଲେ |
ସିଂଘନାଦ ଭୟଙ୍କର ରୂପ ଧାରଣ କରି ଆକାଶ ମାର୍ଗରେ ଗମନ କରା | ତା' ବେଗର ପ୍ରଭାବରେ ପ୍ରଖର ବେଗରେ ପବନ ବହିଲା | ତା’ ଶବ୍ଦର ପ୍ରଭାବରେ ମର୍ତ୍ତ୍ୟମଣ୍ଡଳ କମ୍ପିଉଠିଲା | ଶତ ସୂର୍ଯ୍ୟର ତେଜରେ ଆକାଶ ମାର୍ଗରେ ଗମନ କରି ବ୍ୟାସ ସରୋବର ତୀରରେ ଭୀମଙ୍କ ନିକଟରେ ପହଞ୍ଚିଲା | କବିଙ୍କ ଭାଷାରେ –
“ଅନ୍ତରୀକ୍ଷେ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ
ପାଣ୍ଡବ ସୁନ୍ଦର ଭୀମ ଧଇଲା ତାହା କରେ |”
୨୫. ଲକ୍ଷ୍ମୀ ଓ ଦୁର୍ଯ୍ୟୋଧନଙ୍କ ବକଥୋପକଥନ ନିଜ ଭାଷାରେ ଲେଖ |
ଉ : ସେ ଦିନର ଚଷାପୁଅ ସିଦ୍ଧେଶ୍ଵର ପରିଡ଼ା ମହାଭାରତ ରଚନା କରି ପରିଚିତ ହେଲେ ଆଦିକବି ଶୂଦ୍ରମୁନି ଭାବରେ ସମଗ୍ର ଉତ୍କଳ ଭୂଖଣ୍ଡରେ | ଅପାଠୁଆ ସିଦ୍ଧେଶ୍ଵର ସାରଳା ଦେବୀଙ୍କ ଅନୁକମ୍ପାରୁ ହେଉ ବା ନିଜର ସାଧନା ବଳରେ ହେଇ ଓଡ଼ିଶାର ସାମାଜିକ ଚଳଣି, ସଂସ୍କୃତି, ଜୀବନଚିତ୍ର, ଚରିତ୍ର ଆଦିକୁ ମହାଭାରତରେ ଉତ୍କର୍ଷ କରି ଯଶସ୍ୱୀ ହୋଇଛନ୍ତି |
ଆଲୋଚ୍ୟ କବିତା “ଭୀମଙ୍କ ସିଂଘନାଦ ରଡି” ମହାଭାରତର “ଗଦାପର୍ବ”ର ଅଂଶବିଶେଷ | ଆଲୋଚ୍ୟ ପ୍ରସଙ୍ଗରେ ଲକ୍ଷ୍ମୀ ଓ ଦୁର୍ଯ୍ୟୋଧନଙ୍କ କଥୋପକଥନ ଆଲୋଚ୍ୟ |
ମହାଭାରତ ମହାଯୁଦ୍ଧରେ ଦୁର୍ଯ୍ୟୋଧନଙ୍କର ସମସ୍ତ ଅହଙ୍କାର ବୁଦ୍ବୁଦ ଭଳି ଉଭେଇଗଲା | ଜାତି, କୁଟୁମ୍ବ, ମହାନତ ଯୋଦ୍ଧା ବୀରଗତି ପ୍ରାପ୍ତ ହେଲା ପରେ ସେ ନିଃସଙ୍ଗ ହୋଇ ପଡ଼ିଲେ | ପ୍ରାଣରକ୍ଷା ପାଇଁ ବ୍ୟାସ ସରୋବରରେ ଆତ୍ମଗୋପନ କଲେ | ମହାଦେବଙ୍କ ଅଭିଶାପ ଥିଲା ଯେ ଶତ୍ରୁଭାବ ନେଇ ବ୍ୟାସ ସରୋବରକୁ ଯିଏ ପ୍ରବେଶ କରିବ, ତା’ର ମୃତ୍ୟୁ ହେବ | ତେଣୁ ଭୀମ ତା’ ଭିତରକୁ ପ୍ରବେଶ କରିପାରିଲେ ନାହିଁ | ଦୁର୍ଯ୍ୟୋଧନ ରେ ପନ୍ନଗ ନାରାୟଣ | ଲକ୍ଷ୍ମୀ ତାଙ୍କ କାନ୍ଧରେ ସର୍ବନ ବିରାଜିତା ଥା'ନ୍ତି | ଦୁର୍ଯ୍ୟୋଧନ ସାଗରଜା ଲକ୍ଷ୍ମୀଙ୍କ ନିକଟରେ ନିର୍ଭୟରେ ରହିଲେ | ଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ସତ୍ୟ କରାଇଥିଲେ ଯେ, ସେ ଭୀମଙ୍କର ସାତ ରଡ଼ି ସହିବେ |
ଅନ୍ୟପକ୍ଷରେ ପାଣ୍ଡବମାନେ ଚିନ୍ତାଗ୍ରସ୍ତ ହୋଇପଡ଼ିଲେ | ଦୁର୍ଯ୍ୟୋଧନକୁ ବଧ କରିବା ଅସମ୍ଭବ ହୋଇପଡ଼ିଲା | ସହଦେବେ ଜଣାଗଲେ ଯେ ଭୀମ ସଦାଶିବଙ୍କୁ ପ୍ରସନ୍ନ କରି ସିଂଘନାଦ ପ୍ରାପ୍ତ ହୁଅନ୍ତୁ | ସିଂଘନାଦ ରଡ଼ିରେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରିବା ସମ୍ଭବ ହେବ | ସହଦେବଙ୍କ ପରାମର୍ଶ ଅନୁସାରେ ଭୀମ ମହାଦେବଙ୍କୁ ସନ୍ତୁଷ୍ଟ କରି ସିଂଘନାଦ ପ୍ରାପ୍ତ ହେଲେ |
ଭୀମଙ୍କର ପ୍ରଥମ ରଡ଼ିରେ ଦୁର୍ଯ୍ୟୋଧନଙ୍କର ଅଚିନ୍ତା ନିଦ୍ରା ଭଙ୍ଗହେଲା | ସେ ଉଠି ବସି ପଢିଲେ | ଦ୍ଵିତୀୟ ରଢ଼ି ତାଙ୍କ ସୁପ୍ତ ଅହଙ୍କାରକୁ ଜାଗ୍ରତ କଲା | ବାହାସ୍ଫୋଟ ମାରି ଗର୍ଜନ କରି ଉଠିଲେ | ଘନଘନ ନିଃଶ୍ଵାସ ଛାଡ଼ି କ୍ରୋଧରେ ଆଖିଡୋଳା ଚତୁର୍ଦିଗକୁ ବୁଲାଇଲେ | ଲକ୍ଷ୍ମୀ ବିରାହରେ ଦୁର୍ଯ୍ୟୋଧନ ନିଶ୍ଚୟ ବ୍ୟାସ ସରୋବରରୁ ବାହାରିଯିବ ଓ ଯୁଦ୍ଧର ସମ୍ମୁଖୀଳ ହୋଇ ପ୍ରାଣ ଦେବ | ଏପରି ଭାବି ଲକ୍ଷ୍ମୀ ଦୁର ଭୁବ ପ୍ରସ୍ତରଣ କରି ଦୁର୍ଯ୍ୟୋଧନଙ୍କୁ ଅଟକାଇବାକୁ ଚେଷ୍ଟା କଲେ | କବିଙ୍କ ଭାଷାରେ –
“ମହାଗହନ ନିଶ୍ଵାସ ବୁଲାଇ ବେନି ଡୋଳା
ବେନି ଭୁଜେ ଆକ୍ରୋଷି ଧଇରେ କମଳା |”
ଭୀମର ସଚରଡ଼ି ସହିବେ ବୋଲି ଦୁର୍ଯ୍ୟୋଧନ ଯେଉଁ ପ୍ରତିଜ୍ଞା କରିଥିଲେ ତାହା ମଧ୍ୟ ଲକ୍ଷ୍ମୀ ତାଙ୍କୁ ସ୍ମରଣ କରାଇଦେଲେ | ଦୁର୍ଯ୍ୟୋଧନ କିନ୍ତୁ କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲେ | ଲକ୍ଷ୍ମୀଙ୍କର ଦୁଇ ହାତକୁ ଅବସ୍ଥା କରି ଠେଲିଦେଲେ | ଲକ୍ଷ୍ମୀ ଅପମାନିତା ହୋଇ ଦୁର୍ଯ୍ୟୋଧନ ମୁହଁକୁ ଆଉ ଚାହିଁଲେ ନାହିଁ | ପନ୍ନଗନାରାୟଣ ବୋଲି ଲକ୍ଷ୍ମୀ ତାଙ୍କ କାନ୍ଧରେ ଥରେ | ଯେଉଁଦିନ ଦୁର୍ଯ୍ୟୋଧନ ଲକ୍ଷ୍ମୀଙ୍କୁ ଭର୍ସନା କରିବେ ଲକ୍ଷ୍ମୀ ତାଙ୍କୁ ଛାଡ଼ି ଚାଲିଯିବେ ବୋଲି ସର୍ତ୍ତ ଥିଲା | ପୂର୍ବ ସର୍ତ୍ତ ଅନୁସାରେ ସେ ଦୁର୍ଯ୍ୟୋଧନକୁ ଛାଡ଼ି ଚାଲିଯିବାକୁ ପ୍ରସ୍ତୁତ ହେଲେ | କବି ଲକ୍ଷ୍ମୀଙ୍କ ତୁଣ୍ଡରେ କୁହାଇଛନ୍ତି –
“ମହାଲଛୀ ବୋଇରେ ଯେ ପଚାର ଅଛିନି ମୁହିଂ
ତୋହୋର ଗ୍ରନ୍ଥନା ବୋଲିବାକୁ ଅଛି ତ ବାଟ ନାହିଁ |”
ଭୀମର ଆଉ ଗୋଟାଏ ରଢ଼ି ଯଦି ଦୁର୍ଯ୍ୟୋଧନ ସହି ଯାଆନ୍ତା, ଅଜ୍ରାମ୍ବର ହୋଇଯାନ୍ତା ବୋଲି ଲକ୍ଷ୍ମୀ କହି ଦୁର୍ଯ୍ୟୋଧନକୁ ପରିତ୍ୟାଗ କଲେ |
RATINGS
No reviews yet, be the first one to review the product
