- SCHOOL BOARDS
- BSE/CHSE ODISHA
- CLASS 10
- GEOGRAPHY
- ତୃତୀୟ ଅଧ୍ୟାୟ : ଜଳ ସମ୍ବଳ
- Jala Sambala Water Resources (ଜଳ ସମ୍ବଳ) Class 9 Geography 3rd Chapter- Notes
Jala Sambala Water Resources (ଜଳ ସମ୍ବଳ) Class 9 Geography 3rd Chapter- Notes
Language : Odia
ତୃତୀୟ ଅଧ୍ୟାୟ - ଜଳ ସମ୍ବଳ
- ଜଳରେ ଜୀବନର ସୃଷ୍ଟି ହୋଇଥିଲା | ପ୍ରାଣୀ ଶରୀରରେ ୬୫ % ଓ ଉଦ୍ଭିଦରେ ପ୍ରାୟ ୬୫ % ରୁ ୯୯ % ପର୍ଯ୍ୟନ୍ତ ଜଳ ରହିଥାଏ |
- ୨୦୨୫ ମସିହା ସୁଦ୍ଧା ପୃଥିବୀର ପ୍ରାୟ ୨୦୦ କୋଟି ଲୋକ ଜଳ ସଙ୍କଟର ସମ୍ମୁଖୀନ ହେବେ |
ଜଳ : କେତେକେ ବାସ୍ତବତା ଓ କେତେକ ତଥ୍ୟ
- ପୃଥିବୀ ପୃଷ୍ଠରେ ଥିବା ସମୁଦାୟ ଜଳର ଶତକଡା ପ୍ରାୟ ୯୭ ଭାଗ ସାଗର ଓ ମହାସାଗରେ ଥିବାବେଳେ ୩ ପ୍ରତିଶତ ମଧୁର ଜଳ | ମଧୁର ଜଳର ଶତକଡା ୭୦ ଭାଗ ବରଫ ଓ ହିମବାହ ଆକାରରେ ଆଣ୍ଟାର୍କାଟିକା , ଗ୍ରୀନଲାଣ୍ଡ ଏବଂ ପର୍ବତ ଶିଖରଗୁଡିକରେ ଗଚ୍ଛିତ ଥିବାବେଳେ ଶତକଡା ୩୦ ଭାଗରୁ କମ୍ ଭୂଗର୍ଭ ଜଳ ରୂପେ ସଞ୍ଚିତ ହୋଇ ରହିଛି |
- ପୃଥିବୀ ପୃଷ୍ଠରେ ସମଗ୍ର ବୃଷ୍ଟିପାତ ପରିମାଣର ଶତକଡା ମାତ୍ର ୪ ଭାଗ ଭାରତ ପାଇଥାଏ | ବାର୍ଷିକ ମୁଣ୍ଡ ପିଛା ମିଳୁଥିବା ଜଳର ପରିମାଣ ଅନୁସାରେ ଭାରତର ସ୍ଥାନ ୧୩୩ |
- ଭାରତରେ ଉତ୍ପାଦିତ ହେଉଥିବା ସମୁଦାୟ ବିଦ୍ୟୁତଶକ୍ତିର ଶତକଡା 22 ଭାଗ ଜଳ ବିଦ୍ୟୁତଶକ୍ତିରୁ ହିଁ ମିଳିଥାଏ |
ନଦୀବନ୍ଧ କ’ଣ ଓ ଏହା କିପରି ଜଳ ସଂରକ୍ଷଣ ଓ ପରିଚାଳନାରେ ସାହାଯ୍ୟ କରିଥାଏ : -
- ନଦୀବନ୍ଧଗୁଡିକରେ ପାରମ୍ପାରିକଭାବେ ନଦୀ ଶଯ୍ୟାରେ ବନ୍ଧ ବାନ୍ଧି ଜଳ ପ୍ରବାହାକୁ ରୋକାଯାଇ ପରବର୍ତ୍ତୀ ସମୟରେ ଏହି ସଞ୍ଚିତ ଜଳକୁ ଚାଷ ଜମିରେ ଜଳସେଚନ ପାଇଁ ବ୍ୟବାହାର କରାଯାଇଥାଏ | ଆଜିକାଲି ଏହି ନଦୀବନ୍ଧ ନିର୍ମାଣ କରା ନା ଯାଇ ଜଳବିଦ୍ୟୁତ ଉତ୍ପାଦନ, ବନ୍ୟା ନିୟନ୍ତ୍ରଣ ,ନୌକାବିହାର , ପର୍ଯ୍ୟଟନ କେନ୍ଦ୍ର ପାଇଁ ବ୍ଯବହୃତ ହେଉଛି |
- ଆଜିକାଲି ଅଧିକାଂଶ ନଦୀବନ୍ଧଯୋଜନାକୁ ବହୁମୁଖୀ ନଦୀବନ୍ଧ ଯୋଜନା କୁହାଯାଉଛି | ଉଦାହରଣ ସ୍ଵରୁପ – ସତଲେଜ୍ ଏବଂ ବେୟାସ ନଦୀ ଅବବାହିକାରେ ନିର୍ମିତ ଭାକ୍ରାନଙ୍ଗଲ ଯୋଜନା ଜଳ ବିଦ୍ୟୁତ୍ ଉତ୍ପାଦନ ଏବଂ ଜଳସେଚନ ପାଇଁ ବ୍ୟବହୃତ ହେଉଛି |
- ପଣ୍ଡିତ ଜବାହାରଲାଲ ନେହେରୁ ନଦୀବନ୍ଧ ଯୋଜଣାଗୁଡିକୁ “ଆଧୁନିକ ଭାରତର ମନ୍ଦିର” ବୋଲି ଅଭିହିତ କରିଥିଲେ |
- ଖ୍ରୀ. ପୂ . ପ୍ରଥମ ଶତାବ୍ଦୀରେ ଆହ୍ଲାବାଦ ନିକଟସ୍ଥ ଶ୍ରୀଙ୍ଗାଭେରାପୁରଠାରେ ଗଙ୍ଗା ଓ ଯମୁନା ନଦୀର ଜଳପ୍ରବାହକୁ ନିୟନ୍ତ୍ରଣ କରାଯାଇ ଜଳ ଅମଳର ଏକ ସୁନିର୍ମିତ ବ୍ୟବସ୍ଥା କରାଯାଇଥିଲା |
- ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନ କାଳରେ ନଦୀବନ୍ଧ, ହ୍ରଦ ଏବଂ ଅନ୍ୟାନ୍ୟ ଜଳସେଚନ ବ୍ୟବସ୍ଥା ବିସ୍ତୃତଭାବେ ନିର୍ମିତ ହୋଇଥିଲା |
- ସୁଗଠିତ ଜଳସେଚନ ବ୍ୟବସ୍ଥା କଳିଙ୍ଗ (ଓଡ଼ିଶା), ନାଗାର୍ଜୁନ କୋଣ୍ଡା (ଆନ୍ଧ୍ର ପ୍ରଦେଶ) ବେନୁର (କର୍ଣ୍ଣାଟକ), କୋହ୍ଲାପୁର (ମହାରାଷ୍ଟ୍ର) ରେ ଦେଖିବାକୁ ମିଳେ |
- ଏକାଦଶ ଶତାବ୍ଦୀରେ ବିଖ୍ୟାତ “ଭୋପାଳ ହ୍ରଦ” ଖୋଳା ଯାଇଥିଲା |
- ଚତୁର୍ଦ୍ଦଶ ଶତାବ୍ଦୀରେ “ହଜଖାସ୍”(ଦିଲ୍ଲୀ)ସ୍ଥିତ ଜଳାଶୟ ଇଲତୁତମିସ୍ ଙ୍କ ସମୟରେ ଶିରିଫୋର୍ଟ ଅଞ୍ଚଳକୁ ଜଳଯୋଗାଣ ପାଇଁ ନିର୍ମାଣ କରାଯାଇଥିଲା |
- ବହୁମୂଖୀ ନଦୀବନ୍ଧ ଯୋଜନା ଏବଂ ବୃହତ୍ ନଦୀବନ୍ଧଗୁଡିକ ବିରୋଧରେ “ନର୍ମଦା ବଚାଅ ଆନ୍ଦୋଳନ” , “ତେହେରୀ ଡ୍ୟାମ୍ ଆନ୍ଦୋଳନ” ଆଦି ଅନେକ ସାମାଜିକ ଆନ୍ଦୋଳନ ହୋଇଛି |
ଭାରତର ମୁଖ୍ୟ ନଦୀବନ୍ଧ ଯୋଜନା
କ୍ର.ନ. ଯୋଜନାର ନାମ ନଦୀ ନିର୍ମିତ ନଦୀବନ୍ଧ / ଜଳଭଣ୍ଡାର ଉପକୃତ ରାଜ୍ୟ
1 ଦାମୋଦର ଉପତ୍ୟକା ଦାମୋଦର ନଦୀବନ୍ଧ – ର୍ତିଲେୟା , କୋନାର , ମେଥାନ, ପଞ୍ଚେଡ଼ ହିଲ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ
2 ଭାକ୍ରାନଙ୍ଗଲ ସତଲେଜ୍ ନଦୀବନ୍ଧ ଭାକ୍ରା,ନଙ୍ଗଲ ,ପୋଙ୍ଗ,ଜଳଭଣ୍ଡାର – ଗୋବିନ୍ଦ ସାଗର ପଞ୍ଜାବ,ହରିୟାଣା,ହିମାଚଳ ପ୍ରଦେଶ,ଦିଲ୍ଲୀ
3 ହୀରାକୁଦ ମହାନଦୀ ହୀରାକୁଦ ଓଡ଼ିଶା
4 ତୁଙ୍ଗଭଦ୍ରା ତୁଙ୍ଗଭଦ୍ରା ତୁଙ୍ଗଭଦ୍ରା ଡ୍ୟାମ୍ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ
5 ନାଗାର୍ଜୁନ ସାଗର କୃଷ୍ଣା ନାଗାର୍ଜୁନ ସାଗର ଡ୍ୟାମ୍ ଆନ୍ଧ୍ରପ୍ରଦେଶ
6 ନର୍ମଦା ଉପତ୍ୟକା ନର୍ମଦା ସର୍ଦ୍ଦାର ସରୋବର , ନର୍ମଦା ସାଗର ବର୍ଗୀ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ
7 କୋଶୀ କୋଶୀ କୋଶୀ ବ୍ୟାରେଜ୍ ବିହାର, ଝାଡ଼ଖଣ୍ଡ
8 ଚମ୍ବଲ ଉପତ୍ୟକା ଚମ୍ବଲ ଗାନ୍ଧୀ ସାଗର, ରାଣାପ୍ରତାପ ସାଗର ଜୱାହର ସାଗର ରାଜସ୍ଥାନ, ମଧ୍ୟପ୍ରଦେଶ
9 ଇନ୍ଦିରାଗାନ୍ଧୀ କେନାଲ ବେୟାସ,
ସତଲେଜ୍ , ରବି, ବେୟାସ ଓ ସତଲେଜ୍ ନଦୀର ବନ୍ଧ ରାଜସ୍ଥାନ
10 ମେଟୁର ଯୋଜନା କାବେରୀ ମେଟୁର ନଦୀବନ୍ଧ ତାମିଲନାଡୁ
11 କୋଏନା ଯୋଜନା କୃଷ୍ଣା କୋଏନା ନଦୀବନ୍ଧ ମହାରାଷ୍ଟ୍ର
- ନର୍ମଦା ନଦୀ ଶଯ୍ୟାରେ ନିର୍ମାଣଧୀନ ସର୍ଦ୍ଦାର ସରୋବର ଡ୍ୟାମ୍ ବିରୋଧରେ ଆଦିବାସୀ, ଚାଷିମୂଲିଆ , ପରିବେଶବିତ୍ ଏବଂ ମାନବାଧିକାର କର୍ମକର୍ତ୍ତାମାନଙ୍କୁ ଏକାଠି କରି ଏକ ବେସରକାରୀ ସଂସ୍ଥା ନେତୃତ୍ୱରେ ସଂଗଠିତ ଆନ୍ଦୋଳନ ହିଁ “ନର୍ମଦା ବଞ୍ଚାଅ ଆନ୍ଦୋଳନ” |
ନଦୀବନ୍ଧ ବିବାଦ :
- 1950 ରେ ଭାରତର ସମ୍ବିଧାନରେ ଜଳପ୍ରବାହକୁ ରାଜ୍ୟର ବିଷୟ ଭାବରେ ଗ୍ରହଣ କରାଯାଇଛି |
- କେନ୍ଦ୍ରସରକାରଙ୍କ କ୍ଷମତା ବଳରେ 1956 ଜଳ ବିବାଦ ଆଇନ ପ୍ରଣୀତ ହୋଇଥିଲା | ଯାହାକି 2002 ରେ ସଂଶୋଧନ କରାଯାଇଥିଲା | ଭାରତର ସର୍ବୋଚ୍ଚ ଅଦାଲତର 3 ଜଣ କାର୍ଯ୍ୟରତ ଜଜ୍ ଙ୍କୁ ନେଇ ଏକ ଟ୍ରିବୁନାଲ ଗଠନ କରି ଏହି ବ୍ୟବଦର ସମାଧାନ କରିବେ |
ଜଳ ବିବାଦ
କ୍ର. ନ. ଜଳ ବିବାଦ ରାଜ୍ୟ ମଧ୍ୟରେ
1 କାବେରୀ ନଦୀ କର୍ଣ୍ଣାଟକ, କେରଳ , ତାମିଲନାଡୁ
2 କୃଷ୍ଣା ନଦୀ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ
3 ତୁଙ୍ଗଭଦ୍ରା ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ
4 ଗୋଦାବରୀ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା
5 ନର୍ମଦା ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ
6 ଯମୁନା ଉତ୍ତରପ୍ରଦେଶ , ହରିୟାଣା , ରାଜସ୍ଥାନ ,
ହିମାଚଳ ପ୍ରଦେଶ , ପଞ୍ଜାବ,ମଧ୍ୟପ୍ରଦେଶ , ଦିଲ୍ଲୀ
7 ପେରିୟାର (ମୁଲ୍ଲା ପେରିୟାର ) କେରଳ, ତାମିଲନାଡୁ
8 ମହାନଦୀ ଓଡ଼ିଶା, ଛତିଶଗଡ଼
9 ରବି , ବେୟାସ , ସତଲେଜ୍ ପଞ୍ଜାବ,ହରିୟାଣା,ରାଜସ୍ଥାନ,ଦିଲ୍ଲୀ,ଜାମ୍ମୁଓକାଶ୍ମୀର
10 ପୋଲାଭରମ୍ (ଗୋଦାବରୀ) ଓଡ଼ିଶା, ଆନ୍ଧ୍ରପ୍ରଦେଶ
ବୃଷ୍ଟିଜଳ ଅମଳ
- ପାହାଡିଆ ଓ ପାର୍ବତ୍ୟ ଅଞ୍ଚଳରେ ବିଶେଷ କରି ପଶ୍ଚିମ ହିମାଳୟରେ ଜଳସେଚନ ସକାଶେ ଜଳର ଗତି ପରିବର୍ତ୍ତନ ପାଇଁ “ଗୁଲ୍” ଓ “କୁଲ୍” ଭଳି ପାଣିମାହାରା ଖୋଳି କୃଷିକ୍ଷେତ୍ରରେ ଜଳସେଚନ କରୁଥିଲେ |
- ଶୁଷ୍କ ଅଞ୍ଚଳମାନଙ୍କରେ କୃଷିକ୍ଷେତ୍ରରେ ବୃଷ୍ଟି ଜଳ ସଂଗ୍ରହ ପାଇଁ ଜୈସାଲମାର ଅଞ୍ଚଳରେ “ଖାଡିନ” ଏବଂ ରାଜସ୍ଥାନର ଅନ୍ୟାନ୍ୟ ସ୍ଥାନରେ “ଜୋହାଦ୍” ନାମକ ସଂରଚନା ନିର୍ମାଣ କରୁଥିଲେ |
- ରାଜସ୍ଥାନର ଶୁଷ୍କ ଏବଂ ଅର୍ଦ୍ଧ ଶୁଷ୍କ ଅଞ୍ଚଳରେ ମୁଖ୍ୟତଃ ବିକାନିର , ଫାଲୋଡି ଓ ବାରମାର ଜିଲ୍ଲାମାନଙ୍କରେ ପ୍ରାୟ ଘରେ ଘରେ ପାନୀୟ ଜଳ ଗଚ୍ଛିତ ରଖିବା ପାଇଁ ପାଇଁ ଭୂଗର୍ଭ ଜଳାଶୟ ଥାଏ | ଏହାକୁ ସ୍ଥାନୀୟ ଭାଷାରେ “ଟନକା” କୁହାଯାଏ | ଏହି ଜଳାଶୟଗୁଡିକ 6.1 ମିଟର ଗଭୀର , 4.25 ମିଟର ଦୈର୍ଘ୍ୟ ଓ 2.4 ମିଟର ପ୍ରସ୍ଥ ବିଶିଷ୍ଟ ହୋଇଥାଏ | ଟନକାଗୁଡିକ ଛାତ ଉପର ବୃଷ୍ଟିଜଳ ଅମଳ ବ୍ୟବସ୍ଥାର ଏକ ଅଂଶ | ଏହି ଜଳାଶୟଗୁଡିକ ଘରର ସବୁଠାରୁ ବଡ କୋଠରୀ ଭିତରେ କିମ୍ବା ଘର ଅଗଣାରେ ତିଆରି କରାଯାଉଥିଲା | ଗୋଟିଏ ପାଇପ ଯୋଗେ ଏଗୁଡିକ ଗଡାଣିଆ ଛାତ ସହ ସଂଯୋଗ ହୋଇଥାଏ | ଛାତରେ ବର୍ଷୁଥିବା ବର୍ଷାଜଳ ପାଇପ ଭିତର ଦେଇ ଭୂଗର୍ଭସ୍ଥ ଟନକାରେ ଗଚ୍ଛିତ ରହେ | ପ୍ରଥମ ଅସରା ବର୍ଷା ଜଳ ସାଧାରଣତଃ ସଂଗ୍ରହ କରାଯାଏ ନାହିଁ | କାରଣ ଏଥିରେ ଛାତ ଉପରେ ଓ ପାଇପ ଭିତରେ ଥିବା ମଇଳା ମିଶିଥାଏ | ପ୍ରଥମ ଅସରା ପରବର୍ତ୍ତୀ ବର୍ଷା ଜଳ ସଂଗ୍ରହ କରାଯାଏ | ଯେତେବେଳେ ଅନ୍ୟାନ୍ୟ ଜଳ ଉତ୍ସଗୁଡିକ ଶୁଖିଯାଏ ସେତେବେଳେ ଏହି ସଂଗୃହୀତ ଜଳ ସାଧାରଣତଃ ଗ୍ରୀଷ୍ମ ଋତୁରେ ବ୍ୟବହାର କରାଯାଏ | ଅନେକ ପରିବାରରେ ଟନକାକୁ ଲାଗି ଭୂତଳ କୋଠରୀ ନିର୍ମାଣ କରିଥା’ନ୍ତି ଯାହା ଗ୍ରୀଷ୍ମ ଋତୁରେ ଏହି କଠୋରୀଗୁଡିକ ଥଣ୍ଡା ରହେ | ସଂଗୃହୀତ ବୃଷ୍ଟି ଜଳକୁ ରାଜସ୍ଥାନରେ “ପଲାରପାନି” କୁହାଯାଏ |
- କର୍ଣ୍ଣାଟକ ରାଜ୍ୟ ମହୀଶୂରର ଗେଣ୍ଡାଥୁର ପରି ଏକ ଦୁର୍ଗମ ଓ ପଛୁଆ ପଲ୍ଲୀ ଗାଁର ଅଧିବାସୀ ସେମାନଙ୍କର ନିଜ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ଛାତଉପରେ ଜଳ ଅମଳ ବ୍ୟବସ୍ଥା କରିଛନ୍ତି | ଏହି ଗ୍ରାମରେ ପ୍ରାୟ 200 ପାଖାପାଖି ପରିବାର ଏପରି ବ୍ୟବସ୍ଥା ଗ୍ରହଣ କରିଥିବାରୁ ଉକ୍ତ ଗ୍ରାମଟି ବୃଷ୍ଟି ଜଳ ଅମଳ କ୍ଷେତ୍ରରେ ଏକ ସ୍ଵତନ୍ତ୍ର ସମ୍ମାନର ଅଧିକାରୀ ହୋଇପାରିଛି |
ଭାରତରେ ଭୂଗର୍ଭ ଜଳ ସମ୍ବଳ
ଭୂତଳ ଜଳର ପରିମାଣ ଅନୁସାରେ ଭାରତକୁ ଆଠ ଗୋଟି ଅଞ୍ଚଳରେ ବିଭକ୍ତ କରାଯାଇଛି |
1. ଉତ୍ତର ଭାରତର ଗଙ୍ଗା –ବ୍ରହ୍ମପୁତ୍ର ପଟୁ ପ୍ରଦେଶ
2. ହିମାଳୟ ଅଞ୍ଚଳ
3. ନର୍ମଦା ଓ ତାପ୍ତୀର ଗ୍ରସ୍ତ ଉପତ୍ୟକା ଅଞ୍ଚଳ
4. ଆନ୍ଧ୍ର ପ୍ରଦେଶ
5. ତାମିଲନାଡୁ
6. କେରଳ
7. ଗୁଜରାଟ
8. ଓଡ଼ିଶା
- କଠିନ ଶିଳାଯୁକ୍ତ ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳ କେନ୍ଦ୍ର ତଥା ଦକ୍ଷିଣ – ପଶ୍ଚିମ ଓଡ଼ିଶା, ମହାରାଷ୍ଟ୍ର, ଗୁଜରାଟ , ରାଜସ୍ଥାନ , ଝାଡ଼ଖଣ୍ଡ ଆଦି ରାଜ୍ୟରେ ଭୂତଳ ଜଳ ପରିମାଣ ସୀମିତ |
ବାଉଁଶ ନଳା ଦ୍ଵାରା ବୁନ୍ଦା ଜଳସେଚନ ବ୍ୟବସ୍ଥା
- ପାହାଡ ଉପରିସ୍ଥ ଝରଣାରୁ ନିମ୍ନସ୍ଥ ଜାଗାରେ ମାଧ୍ୟାକର୍ଷଣ ଶକ୍ତି ସାହାଯ୍ୟରେ ବାଉଁଶ ନଳା ସାହାଯ୍ୟରେ ପହଞ୍ଚିଥାଏ |
ମେଘାଳୟରେ ପ୍ରବାହିତ ସ୍ରୋତ ଏବଂ ଝରଣା ଜଳକୁ ବାଉଁଶ ନଳା ସାହାଯ୍ୟରେ ସଂଗ୍ରହ କରାଯାଇଥାଏ | ଏ ପ୍ରକାର ବ୍ୟବସ୍ଥା ପ୍ରାୟ 200 ବର୍ଷ ପୁରୁଣା | ପ୍ରାୟ 18 ରୁ 20 ଲିଟର ପାନି ବାଉଁଶ ନଳା ସାହାଯ୍ୟରେ ଶହ ଶହ ମିଟର ଦୂର ଗତିକଲାପରେ ଗଛ ମୂଳରେ ପ୍ରତି ମିନିଟ୍ ରେ 20 – 80 ବୁନ୍ଦା ହିସାବରେ ପଡେ |
ଛାତ ଉପର ଜଳଅମଳ ମେଘାଳୟ ରାଜ୍ୟର ରାଜଧାନୀ ଶିଲଂ ସହରରେ ଏକ ସାର୍ବଜନୀନ ବ୍ୟବସ୍ଥା | ଶିଲଂରୁ 55 କି. ମି. ଦୂରରେ ଅବସ୍ଥିତ ଚେରାପୁଞ୍ଜି ଏବଂ ମାଇସିନରାମ ପୃଥିବୀର ସର୍ବାଧିକ ବୃଷ୍ଟିପାତ ହୋଇଥାଏ | ଏହି ସହରର ପ୍ରାୟ ସବୁ ପରିବାରର ଘର ଛାତ ଉପରେ ଜଳ ଅମଳ ବ୍ୟବସ୍ଥା ଥାଏ | ଗୋଟିଏ ପରିବାର ବ୍ୟବହାର କରୁଥିବା ସମୁଦାୟ ଜଳ ପରିମାଣର ଶତକଡା 15 ରୁ 25 ଭାଗ ଏହି ଛାତ ଉପର ଜଳ ଅମଳରୁ ମିଳିଥାଏ |