- SCHOOL BOARDS
- BSE/CHSE ODISHA
- CLASS 10
- HISTORY
- ପ୍ରଥମ ଅଧ୍ୟାୟ : ପ୍ରଥମ ପାଠ - ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ
- Bharatiya Jatiya Andolonare Gandhijinka Aabirbhaba - ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ Class 10 History Unit 1- Chapter 1 - Notes
Bharatiya Jatiya Andolonare Gandhijinka Aabirbhaba - ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ Class 10 History Unit 1- Chapter 1 - Notes
Language : Odia
ପ୍ରଥମ ଅଧ୍ୟାୟ - ପ୍ରଥମ ପାଠ - ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ - Unit 1- Chapter 1 - Emergence of Gandhiji in Indian National Movement - Bharatiya Jatiya Andolonare Gandhijinka Aabirbhaba : Notes
ପ୍ରଥମ ଅଧ୍ୟାୟ
ଭାରତୀୟ ଜାତୀୟ ଆନ୍ଦୋଳନ - ଗାନ୍ଧୀଯୁଗ
ପ୍ରଥମ ପାଠ
ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ
ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ
- ମହାତ୍ମା ଗନ୍ଧିଜୀଙ୍କ ପୁରା ନାମ ମୋହନ ଦାସ କରମଚାନ୍ଦ ଗାନ୍ଧୀ | ସେ ୧୮୬୯ ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋରବନ୍ଦର ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ | ୧୮୮୨ ରେ ଗାନ୍ଧିଜୀ କସ୍ତୁରବାଙ୍କୁ ବିବାହ କରିଥିଲେ |
- ୧୮୮୮ ଅକ୍ଟୋବର ମାସରେ ଗାନ୍ଧିଜୀ ବାରିଷ୍ଟରୀ ପଢିବା ପାଇଁ ଇଂଲଣ୍ଡ ଯାତ୍ରାକଲେ|
- ୧୮୯୧ ଜୁନ ମାସରେ ଆଇନ ଶିକ୍ଷା ସମାପ୍ତି ପରେ ସେ ବାରିଷ୍ଟର ଭାବରେ ରାଜକୋଟ ଓ ବମ୍ବେରେ ଆଇନ ବ୍ୟବସାୟ କଲେ |
- ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ଓକିଲ ରୂପେ ମୋକଦ୍ଦମା ଲଢିବା ପାଇଁ ସେ ଦକ୍ଷିଣ ଆଫ୍ରିକାର ନାଟାଲ୍ ନାମକ ସ୍ଥାନକୁ ଯାଇଥିଲେ |
- ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ଜାଗ୍ରତ କରିବା ପାଇଁ ଗାନ୍ଧିଜୀ ୧୮୯୪ “ନାଟାଲ ଭାରତୀୟ କଂଗ୍ରେସ” ନାମକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ |
- ଶ୍ୱେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଗାନ୍ଧିଜୀ “ଇଣ୍ଡିଆନ୍ ଓପିନିଅନ” ନାମରେ ଏକ ସମ୍ବାଦ ପତ୍ରିକା ପ୍ରକାଶ କରିଥିଲେ |
- ୧୯୦୬ ରେ ଦକ୍ଷିଣ ଆଫ୍ରିକା ସରକାର ପ୍ରଣୟନ କରିଥିବା ଆଇନ ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଅଙ୍ଗୁଳିଛାପ ଥିବା ପଞ୍ଜିକୃତ ପ୍ରମାଣପତ୍ରକୁ ବାଧ୍ୟତାମୂଳକ ଥିବା ଯୋଗୁଁ, ଗାନ୍ଧିଜୀ ଉକ୍ତ ଆଇନ ବିରୋଧରେ ପ୍ରଥମ ଥର ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କଲେ |
- ୧୯୦୬ ସେପ୍ଟେମ୍ବର ୧୧ ଜୋହାନସ୍ବର୍ଗର ଏମ୍ପାୟାର ଥିଏଟରଠାରେ ଅନୁଷ୍ଟିତ ଏକ ସାଧାରଣ ସଭାରେ ଉପସ୍ଥିତ ଥିବା ଭାରତୀୟ ମାନେ ଏହି କଳା ଆଇନକୁ ଅମାନ୍ୟ କରିବା ପାଇଁ ଦୃଢ ସଂକଳ୍ପ ନେଲେ |
- ଭାରତୀୟ ମାନଙ୍କ ଉଦ୍ଦେଶ୍ୟରେ ପ୍ରଣୀତ ଦେଶାନ୍ତର ଗମନ ନିଷେଧ ଆଇନ ବିରୋଧରେ ଅନେକ ଭାଋତୀୟ ୧୯୦୮ ନାଟାଲ୍ ସୀମା ପାର ହୋଇ ଟ୍ରାନ୍ସଭାଲ ଗମନ କଲେ ଏବଂ ଗିରଫ ହେଲେ | ସେହି ବର୍ଷ ଅକ୍ଟୋବର ରେ ଗାନ୍ଧିଜୀଙ୍କୁ ଗିରଫ କରାଗଲା |
- ୧୯୧୩ ମାର୍ଚ୍ଚ ୧୪ ରେ ଦକ୍ଷିଣ ଆଫ୍ରିକା ଉଚ୍ଚତମ ନ୍ୟାୟାଳୟର ଏକ ନିଷ୍ପତ୍ତି କ୍ରମେ ଖ୍ରୀଷ୍ଟିୟାନ୍ ରୀତି ଅନୁସାରେ ସମ୍ପାଦିତ ହୋଇ ନ ଥିବା ଓ ପଞ୍ଜୀକରଣ ହୋଇ ନ ଥିବା ଭାରତୀୟମାନଙ୍କ ବିବାହର ସ୍ୱୀକୃତି ପ୍ରତ୍ୟାହାର କରାଗଲା |
- ଦକ୍ଷିଣ ଆଫ୍ରିକାର ଶାସନ ମୁଖ୍ୟ ଥିଲେ ଜେନେରାଲ୍ ସ୍ମଟସ୍ |
- ଗାନ୍ଧିଜୀ ୧୯୧୫ ଜାନୁୟାରୀ ୯ରେ ଭାରତକୁ ଫେରିଲେ |
- ଗାନ୍ଧିଜୀଙ୍କ ରାଜନୈତିକ ଗୁରୁ ଥିଲେ ଗୋପାଳ କୃଷ୍ଣ ଗୋଖଲେ ଏବଂ ଗୋଖଲେଙ୍କ ଉପଦେଶ ଅନୁଯାୟୀ ଏକ ବର୍ଷ ରାଜନୀତିରୁ ଦୂରେଇ ରହିଥିଲେ |
- ୧୯୧୬ ରେ ଅହମ୍ମଦାବାଦ ନିକଟରେ ସାବରମତୀ ନଦୀକୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରି ସେ ଦେଶବାସୀଙ୍କୁ ସତ୍ୟ, ଅହିଂସା, ନିଷ୍ଠା ଓ ନିର୍ଭିକତାର ପଥ ପରିଦର୍ଶନ କରିଥିଲେ |
- ୧୯୧୭ରେ ଇଂରେଜ ଉପନିବେଶଗୁଡିକ ପାଇଁ ଭାରତୀୟମାନଙ୍କ ନିଯୁକ୍ତିକୁ ବନ୍ଦ ନ କଲେ ସରକାର ବିରୋଧରେ ସତ୍ୟାଗ୍ରହ ଆରମ୍ଭ କରିବା ପାଇଁ ଧମକ ନିଯୁକ୍ତି ବନ୍ଦ କରିବାରେ ସଫଳ ହୋଇଥିଲେ |
- ଦକ୍ଷିଣ ଆଫ୍ରିକାରେ ତାଙ୍କର ମହାନ ନୀତି ଓ ସଫଳତା ପାଇଁ ବିଶ୍ୱକବି ରବୀନ୍ଦ୍ର ନାଥ ଠାକୁର “ମହାତ୍ମା” ଆଖ୍ୟା ପ୍ରଦାନ କରିଥିଲେ |
ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ଶ୍ୱେତାଙ୍ଗମାନଙ୍କଦ୍ୱାରା ଅତ୍ୟାଚାର : -
- ଶ୍ୱେତାଙ୍ଗ ଇଂରେଜମାନଙ୍କ ବର୍ଣ୍ଣବୈଷମ୍ୟ ନୀତି ଯୋଗୁ କୃଷ୍ଣାଙ୍ଗ ଆଫ୍ରିକୀୟଙ୍କ ସହ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଭାରତୀୟମାନେ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ |
- ସେଠାରେ ଭାରତୀୟମାନଙ୍କର ଭୋଟ ଦାନ ଅଧିକାର ନ ଥିଲା ଏବଂ ସେମାନଙ୍କୁ ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ପଡୁଥିଲା|
- ଭାରତୀୟମାନଙ୍କ ବସତି ସ୍ଥାପନ ପାଇଁ ଜନାକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ସ୍ଥାନ ଉଦ୍ଦିଷ୍ଟ କରାଯାଇଥିଲା | ସେମାନେ ରାତି ନʼ ଟା ପରେ ଘରୁ ବାହାରକୁ ଯାଇପାରୁ ନ ଥିଲେ ଓ ଜନସାଧାରଣଙ୍କ ପାଦଚଲା ରାସ୍ତାର ବ୍ୟବହାଋଅ କରି ପାରୁ ନଥିଲେ |
- ଭାରତୀୟମାନେ ରେଳଗାଡୀର ପ୍ରଥମ ବା ଦ୍ୱୀତିୟ ଶ୍ରେଣୀ କୋଠରୀରେ ଯାତ୍ରା କରିପାରୁ ନଥିଲେ | ସେଠାରେ ବାସ କରୁଥିବା ଭାରତୀୟ ବ୍ୟବସାୟୀ, ବଣିକ, ଜାହାଜ ମାଲିକ, ଶ୍ରମିକଙ୍କୁ ଶ୍ୱେତାଙ୍ଗମାନେ “କୁଲି” ବୋଲି ସମ୍ବୋଧନ କରୁଥିଲେ ଏବଂ ନୀଚ ଦୃଷ୍ଟିରେ ଦେଖୁଥିଲେ |
ଚମ୍ପାରନ୍ ଆନ୍ଦୋଳନ : -
- ଭାରତରେ ଗାନ୍ଧିଜୀଙ୍କ ଦ୍ୱାରା ସଂଗଠିତ ପ୍ରଥମ ଆନ୍ଦୋଳନ ଥିଲା “ ଚମ୍ପାରନ୍ ଆନ୍ଦୋଳନ” |
- ବିହାରର ଚମ୍ପାରନ୍ ଜିଲ୍ଲାରେ ଚାଷୀମାନଙ୍କୁ ଜମିର କୋଡିଏ ଭାଗରୁ ତିନିଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବା ପାଇଁ ଇଂରେଜ ବୃକ୍ଷରୋପଣକାରୀମାନଙ୍କ ଦ୍ୱାରା ବାଧ୍ୟ କରାଯାଇ ସେମାନଙ୍କ ଦ୍ୱାରା ବାଧ୍ୟ କରାଯାଇ ସେମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦରରେ ତାଙ୍କୁ ବିକ୍ରୟ କରିବାକୁ ପଡୁଥିଲା | ଏହାକୁ ତିନିକାଠିଆ ବ୍ୟବସ୍ଥା କୁହା ଯାଉଥିଲା |
- ରାଜକୁମାର ଶୁକ୍ଳ ନାମକ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତ୍ରଣ କ୍ରମେ ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ଗାନ୍ଧିଜୀ ୧୯୧୭ ଏପ୍ରିଲ୍ ରେ ଚମ୍ପାରନ୍ ଜିଲ୍ଲାର ସଦର ମହକୁମା ମୋତିହାରିରେ ପହଞ୍ଚିଲେ |
- ଜିଲ୍ଲା ଅଧିକାରୀ ଗାନ୍ଧିଜୀ ଓ ତାଙ୍କ ସହିତ ଯାଇଥିବା ରାଜେନ୍ଦ୍ର ପ୍ରସାଦ, ନରହରି ପାରିଖ୍, ମୁଜାହର ଉଲ ହକ୍, ମହାଦେବ ଦେଶାଇ ଓ ଜେ.ବି. କୃପାଳିନୀଙ୍କୁ ଜିଲ୍ଲା ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଲେ |
- ଗାନ୍ଧିଜୀ ଏହି ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କଲେ ଏବଂ ଅନ୍ୟାୟମୂଳକ ଆଇନ୍କୁ ଅମାନ୍ୟ କରିବା ପାଇଁ ଅହିଂସା ଉପାୟରେ ଆନ୍ଦୋଳନ ଆରମ୍ଭ କଲେ |
- ଶେଷରେ ସରକାର ଗାନ୍ଧିଜୀଙ୍କୁ ଚମ୍ପାରଣ ଚାଷୀମାନଙ୍କ ସମସ୍ୟାଗୁଡିକୁ ଅନୁଧ୍ୟାନ କରିବା ପାଇଁ ଅନୁମତି ଦେଇଥିଲେ ଏବଂ ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଗାନ୍ଧିଜୀଙ୍କୁ ଏକ ସଦସ୍ୟ ଭାବେ ଅନ୍ତର୍ଭୂକ୍ତ କଲେ |
- ଶେଷରେ ତିନିକାଠିଆ ବ୍ୟବସ୍ଥା ଉଚ୍ଛେଦ ହେଲା ଏବଂ ଇଂରେଜ ମାଲିକଙ୍କ ଦ୍ୱାରା ବେଆଇନ ଭାବେ ଆଦାୟ କରାଯାଇଥିବା ଅର୍ଥର ଶତକଡା ପଚିଶ ଭାଗ ଚାଷୀମାନଙ୍କୁ ଫେରାଇ ଦିଆଗଲା |
ଖେଡା ଆନ୍ଦୋଳନ : -
- ୧୯୧୮ ମସିହାରେ ଦୁର୍ଭିକ୍ଷ ଯୋଗୁଁ ଗୁଜୁରାଟ ସ୍ଥିତ ଖେଡା ଜିଲ୍ଲାରେ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେଲା |
- ରାଜସ୍ୱ ବିଭାଗର ଏକ ନିୟମ ଅନୁଯାୟୀ ଜମିର ସ୍ୱାଭାବିକ ଉତ୍ପାଦନ ପରିମାଣର ଏକ ଚତୁର୍ଥାଂଶ କମ୍ ପରିମାଣରେ ଶସ୍ୟ ଉତ୍ପାଦନ ହେଲେ ଚାଷୀମାନଙ୍କ ରାଜସ୍ୱ ଦେୟ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ଥିଲା |
- ଖେଡା ଚାଷୀମାନଙ୍କୁ ଇଂରେଜ କର୍ମଚାରୀମାନେ ସମ୍ପୂର୍ଣ୍ଣ ରାଜସ୍ୱ ଭରଣା କରିବାକୁ ବାଧ୍ୟ କରିବାରୁ ଗାନ୍ଧିଜୀ ଏହା ବିରୋଧରେ ସତ୍ୟାଗ୍ରହ କରିବାକୁ ଚାଷୀମାନଙ୍କୁ ସଂଗଠିତ କରିଥିଲେ |
- ଚାଷୀମାନେ ଖଜଣା ଦେୟକୁ ପ୍ରତ୍ୟାଖ୍ୟାନ କରିବାରୁ ଇଂରେଜ ସରକାର ବାଧ୍ୟତାମୂଳକ ଖଜଣା ଆଦାୟରୁ ନିବୃତ୍ତ ହୋଇଥିଲେ ଏବଂ କେବଳ ସାମର୍ଥ୍ୟ ଥିବା ଚାଷୀମାନଙ୍କଠାରୁ ଖଜଣା ଆଦାୟ କରିଥିଲେ |
- ଏହି ଆନ୍ଦୋଳନରେ ଇନ୍ଦୁଲାଲ୍ ଯାଜ୍ଞିକ୍ ଗାନ୍ଧିଜୀଙ୍କର ଜଣେ ମୁଖ୍ୟ ସହଯୋଗୀ ଥିଲେ ଏବଂ ଆନ୍ଦୋଳନର ସଫଳତାରେ ଗଭୀର ଭାବେ ପ୍ରଭାବିତ ହୋଇ ଖେଡା ଜିଲ୍ଲାର ଅଧିବାସୀ ତଥା ଅହମ୍ମଦାବାଦର ଆଇନଜୀବୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହୋଇଗଲେ |
ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନ : -
- ଗୁଜୁରାଟର ଅହମ୍ମଦାବାଦ୍ଠାରେ ଲୁଗାକଳଗୁଡିକର ମାଲିକମାନେ ପ୍ଲେଗ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥିବା ସ୍ୱତନ୍ତ୍ର ଭତ୍ତା “ପ୍ଲେଗ୍ ବୋନସ” ପ୍ରତ୍ୟାହାର କରିଦେବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହେଲା |
- ଇଂରେଜ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଗାନ୍ଧିଜୀ ଏହି କଳହରେ ହସ୍ତକ୍ଷେପ କଲେ ଏବଂ ଏଥିପାଇଁ ଏହାର ସମାଧାନ ପାଇଁ ଏକ ଟ୍ରିବ୍ୟୁନାଲ ନିଯୁକ୍ତ କରି ତାହାର ନିଷ୍ପତ୍ତିକୁ ଗ୍ରହଣ କରିବାକୁ ଉଭୟ ପକ୍ଷଙ୍କୁ ରାଜି କରାଇଥିଲେ |
- ମାତ୍ର ମାଲିକମାନେ ଏଥିରୁ ଓହରିଯାଇ ଶ୍ରମିକ ମଜୁରୀର କୋଡିଏ ଭାଗ ବୃଦ୍ଧି ଘୋଷଣା କଲେ | ଅହମ୍ମଦାବାଦ୍ କାରଖାନା ଶ୍ରମିକମାନଙ୍କ ଶତକଡା ପଇଁତିରିଶ ଭାଗ ମଜୁରୀ ବୃଦ୍ଧି ଦାବି ପ୍ରତ୍ୟାଖ୍ୟାନ କରିବାରୁ ମାଲିକ ମାନଙ୍କ ବିରୋଧରେ ଗାନ୍ଧିଜୀ ଶ୍ରମିକମାନଙ୍କୁ ଏକ ଅହିଂସା ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇ ନିଜେ ଏହାର ନେତୃତ୍ୱ ନେଇଥିଲେ |
- ଦାବି ପୂରଣ ପର୍ଯ୍ୟନ୍ତ ଅନଶନ ଚାଲୁ ରଖିବେ ବୋଲି ଘୋଷଣା କରି ଶ୍ରମିକମାନଙ୍କ ସପକ୍ଷରେ ଅନଶନ ଆରମ୍ଭ କଲେ | ଏଥିରେ ଭୟଭୀତ ହୋଇ ପରିଶେଷରେ କାରଖାନା ମାଲିକମାନେ ଶ୍ରମିକମାନଙ୍କ ମଜୁରୀ ପଇଁତିରିଶି ଭାଗ ବୃଦ୍ଧି କରିବା ପାଇଁ ସମ୍ମତି ପ୍ରଦାନ କଲେ |
ରାଓଲାତ୍ ଆଇନ ବିରୋଧରେ ଆନ୍ଦୋଳନ : -
- ୧୯୧୯ ମସିହାରେ ଇଂରେଜ ସରକାରଙ୍କ ଦ୍ୱାରା ପ୍ରଣୀତ ରାଓଲାତ ଆଇନ୍ ବିରୋଧୀ ଆନ୍ଦୋଳନ ଥିଲା ଗାନ୍ଧିଜୀଙ୍କ ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ |
- ଇଂରେଜ ସରକାର ଭାରତରେ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବିଚାରପତି ରାଓଲାତ୍ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ | ଏହି କମିଟିର ସୁପାରିସ ଅନୁସାରେ ଯେଉଁ ଆଇନ ପ୍ରଣୟନ ହୋଇଥିଲା ତାହା ରାଓଲାତ୍ ଆଇନ୍ ନାମରେ ପରିଚିତ |
- ଏହି ଆଇନ୍ ବଳରେ ଇଂରେଜ ସରକାର ଯେ କୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବାର ବ୍ୟବସ୍ଥା କରାଗଲା |ଏହାଦ୍ୱାରା ଜନସାଧାରଣଙ୍କ ସ୍ୱାଧୀନତା ଓ ଅଧିକାର କ୍ଷୁଣ୍ଣହେଲା |
- ୧୯୧୯ ଫେବୃଆରୀରେ ଗାନ୍ଧିଜୀ ଏକ ସତ୍ୟାଗ୍ରହ କମିଟି ଗଠନ କରି ଏହାର ସଭ୍ୟମାନଙ୍କୁ ଏହି ଆଇନକୁ ଅମାନ୍ୟ କରିବା ପାଇଁ ତଥା ଏହା ବିରୋଧରେ ସତ୍ୟ ଓ ଅହିଂସା ଭିତ୍ତିକ ଆନ୍ଦୋଳନ କରିବାପାଇଁ ଦେଶବାସୀଙ୍କୁ ପ୍ରବର୍ତ୍ତାଇ ଥିଲେ | ସମଗ୍ର ଦେଶରେ ଗୋଟିଏ ଦି “ହରତାଳ” ପାଳନ ପାଇଁ ଗାନ୍ଧିଜୀ ଦେଶବାସୀଙ୍କୁ ପରାମର୍ଶ ଦେଲେ |
- ସରକାରଙ୍କ ନୀତିର ପ୍ରତିବାଦ ସୂରୁପ ସବୁପ୍ରକାର କାର୍ଯ୍ୟ ବନ୍ଦକରି ଉପବାସ ଓ ପ୍ରାର୍ଥନା ଦ୍ୱାରା ୧୯୧୯ ଏପ୍ରିଲ୍ ୬ ରେ ଦେଶ ବ୍ୟାପି ହରତାଳ ପାଳନ କରାଗଲା |
- ୧୯୧୯ ଏପ୍ରିଲ୍ ୯ ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇ ଛାଡି ଦିଆଯାଇଥିଲା | ମାତ୍ର ଏହି ଖବର ଦେଶର ବିଭିନ୍ନ ସ୍ଥାନରେ ସାଧାରଣ ଜନତାଙ୍କୁ ଗଣ୍ଡଗୋଳ କରିବା ପାଇଁ ଉତ୍ତେଜିତ କରିଥିଲା | ଏହି ଆନ୍ଦୋଳନ ଥିଲା ଗାନ୍ଧିଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ |
- ୧୯୧୯ ମାର୍ଚ୍ଚ ୧୮ରେ ରାଓଲାତ୍ ଆଇନ୍ ଗୃହୀତ ହେଲା |
- ଏହି ଆନ୍ଦୋଳନକୁ ଶ୍ରୀମତୀ ଆନିବେସାନ୍ତ ବ୍ୟତୀତ ଏଦୁଲ୍ଜୀ ୱାଚା, ସୁରେନ୍ଦ୍ରନାଥ ବାନାର୍ଜୀ, ତେଜ୍ ବାହାଦୂର ସାପ୍ରୂ ଓ ଶ୍ରୀନିବାସ ଶାସ୍ତ୍ରୀଙ୍କ ଭଳି ନେତା ଗାନ୍ଧିଜୀଙ୍କ ସତ୍ୟାଗ୍ରହକୁ ବିରୋଧ କରିଥିଲେ |
ଜାଲିଆନାୱାଲାବାଗ ହତ୍ୟାକାଣ୍ଡ : -
- ୧୯୧୯ ଏପ୍ରିଲ୍ ୧୦ତାରିଖରେ ଅମୃତସରଠାରେ ଦୁଇ ସ୍ଥାନୀୟ ନେତା ଡ.ସତ୍ୟପାଲ୍ ଓ ଡ.ସଇଫୁଦ୍ଦିନ୍ କିଚଲୁଙ୍କ ଗିରଫ ଫଳରେ ଆନ୍ଦୋଳନ ଏକ ହିଂସାତ୍ମକ ରୂପ ଧାରଣ କଲା |
- ଜନପ୍ରିୟ ନେତାଦ୍ୱୟଙ୍କ ଗିରଫର ପ୍ରତିବାଦ କରିବାପାଇଁ ତଥା ବୈଶାଖୀ ଉତ୍ସବ ପାଳନ କରିବାପାଇଁ ଅମୃତସରର ଜାଲିଆନାୱାଲାବାଗଠାରେ ୧୯୧୯ ଏପ୍ରିଲ୍ ୧୩ରେ ବହୁ ସଂଖ୍ୟକ ଲୋକ ଏହ ସାଧାରଣ ସଭାରେ ଏକତ୍ର ହୋଇଥିଲେ |
- ସହରରେ ସଭାସମିତି କରାଯିବା ଉପରେ ସରକାରଙ୍କ ଦ୍ୱାରା ପୂର୍ବଦିନ ଘୋଷିତ ନିଷେଧାଜ୍ଞା ସମ୍ବନ୍ଧରେ ସାଧାରଣ ଜନତା ଅବଗତ ନ ଥିଲେ
- ଅମୃତସରର ସାମରିକ ମୁଖ୍ୟ ଜେନେରାଲ୍ ଡାୟାର ହଠାତ୍ ଦଳେ ସୈନ୍ୟଙ୍କ ସହିତ ସଭାସ୍ଥଳରେ ପହଞ୍ଚି ବିନା ସତର୍କ ସୂଚନାରେ ନିରସ୍ତ୍ର ଓ ନିରୀହ ଲୋକମାନଙ୍କ ଉପରକୁ ଗୁଳି ବର୍ଷଣ କଲେ | ଜାଲିଆନାୱାଲାବାଗର ଏକ ମାତ୍ର ପ୍ରବେଶ ତଥା ପ୍ରସ୍ଥାନ ପଥ ସୈନ୍ୟମାନଙ୍କ ଦ୍ୱାରା ଆବଦ୍ଧ ହୋଇଥିବାରୁ ଲୋକମାନେ ବାହାରକୁ ଯାଇପାରିଲେ ନାହିଁ ଫଳରେ ଅନେକ ଲୋକ ପ୍ରାଣ ହରାଇଲେ ଓ ଆହତ ହେଲେ |
- ସରକାରୀ ହିସାବ ଅନୁଯାୟୀ ମୃତକଙ୍କ ସଂଖ୍ୟା ଥିଲା ୩୭୯ ଓ ଆହତଙ୍କ ସଂଖ୍ୟା ଥିଲା ୧୨୦୦ ବେଳେ ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ହୋଇଥିବା ତଦନ୍ତ ଅନୁଯାୟୀ ଏହି ସଂଖ୍ୟା ଯଥାକ୍ରମେ ୧୨୦୦ ମୃତ୍ୟୁ ଓ ୩୬୦୦ ଆହତ ହୋଇଥିଲେ |
ସୂଚନା :-
- ଗାନ୍ଧିଜୀଙ୍କ ସଂପାଦନାରେ “ନବଜୀବନ” ଓ “ୟଙ୍ଗ ଇଣ୍ଡିଆ” ନାମକ ଦୁଇଟି ପତ୍ରିକା ପ୍ରକାସିତ ହୋଇଥିଲା |
- ଗାନ୍ଧିଜୀ ୧୯୧୯ ଏପ୍ରିଲ୍ ୧୮ରେ ରାଓଲାତ୍ ଆଇନ୍ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର କଲେ |
- ଇଂରେଜ ସରକାରଙ୍କ ବର୍ବରୋଚିତ କାର୍ଯ୍ୟର ପ୍ରତିବାଦ ସୂରୁପ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର “ନାଇଟ” ପଦ ଗାନ୍ଧିଜୀ “ କାଇଜର – ଇ – ହିନ୍ଦ୍” ଉପାଧି ତ୍ୟାଗ କରିଥିଲେ | (କାଇଜର – ଇ – ହିନ୍ଦ୍ ର ଅର୍ଥ “ହିନ୍ଦୁସ୍ଥାନର ସମ୍ରାଟ”)