- SCHOOL BOARDS
- BSE/CHSE ODISHA
- CLASS 10
- HISTORY
- ଚତୁର୍ଥ ଅଧ୍ୟାୟ : ଚତୁର୍ଥ ପାଠ - ଶିଳ୍ପର ବିକାଶ
- Shilpa Ra Bikasha ଶିଳ୍ପର ବିକାଶ - Class 10 History - Unit - 4 - Chapter - 4 Notes
Shilpa Ra Bikasha ଶିଳ୍ପର ବିକାଶ - Class 10 History - Unit - 4 - Chapter - 4 Notes
Language : Odia
ଚତୁର୍ଥ ଅଧ୍ୟାୟ : ସ୍ଵାଧୀନତୋତ୍ତର ଓଡ଼ିଶାର ବିକାଶ
ଚତୁର୍ଥ ପାଠ - ଶିଳ୍ପର ବିକାଶ
ଚତୁର୍ଥ ପାଠ
ଶିଳ୍ପର ବିକାଶ
- ସ୍ଵାଧିନତା ପ୍ରାପ୍ତି ବେଳକୁ ଓଡ଼ିଶାରେ ଗୋଟିଏ କାଗଜ କଳା, ଗୋଟିଏ କାଚ କାରଖାନା, ଗୋଟିଏ ସାବୁନ କାରଖାନା ଓ ୨ଟି ଚିନିକଳ ଥିଲା |୨ ଟି ମୁଖ୍ୟ କାରଣରୁ ଓଡ଼ିଶାରେ ଶିଳ୍ପାୟନ ସମ୍ଭବ ହୋଇନଥିଲା | ଯଥା – ଉଦ୍ୟୋଗ ପତିଙ୍କର ଅଭାବ ଓ ପୁଞ୍ଜିର ଅଭାବ |
- ୧୯୪୬ ରେ ହରେକୃଷ୍ଣ ମହତାବଙ୍କ ନେତୃତ୍ଵରେ ଦ୍ଵିତୀୟ କଂଗ୍ରେସ ମଣ୍ଡଳ ଦାୟିତ୍ଵ ନେବା ଦିନଠାରୁ ଓଡ଼ିଶାରେ ଶିଳ୍ପର ବିକାଶ ଆରମ୍ଭ ହୋଇଥିଲା | ଓଡ଼ିଶା ଶିଳ୍ପ ବିକାଶର ମୁଖ୍ୟ ପ୍ରତିବନ୍ଧକଗୁଡିକ ଥିଲା : -
- ଶିଳ୍ପ ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ
- ଓଡ଼ିଶାକୁ ଆସିବାକୁ ଭାରତୀୟ ଶିଳ୍ପପତିମାନଙ୍କ ଅନାଗ୍ରହ
- ଓଡ଼ିଆ ନିଜସ୍ଵ ଶିଳ୍ପୋଦ୍ୟୋଗୀଙ୍କ ଅନୁପସ୍ଥିତ
- ରେଳପଥର ଅନଗ୍ରସରତା ଓ ପୋତାଶ୍ରୟର ଅଭାବ
- ପ୍ରଶିକ୍ଷିତ ମାନବ ସମ୍ବଳର ଅଭାବ
- ୧୯୪୯ - ୫୦ ଆର୍ଥିକ ବର୍ଷରେ ଜଯପୁର ଓ ବିଶାଖାପାଟଣା ମଧ୍ୟରେ ସୁନକି ଓ ଜୟପୁର ରାସ୍ତାକୁ ଉନ୍ନତ କରିବାପାଇଁ ଓଡ଼ିଶା ସରକାର ଅର୍ଥବ୍ୟବସ୍ଥା କଲେ | ସେହି ଆର୍ଥିକ ବର୍ଷରେ ଓଡ଼ିଶାର ରେଳପଥର ବିକାଶ ନିମନ୍ତେ ଓଡ଼ିଶା ସରକାର ପ୍ରାୟ ୨୦ ଲକ୍ଷ ଟଙ୍କାର ବ୍ୟବସ୍ଥା କଲେ |
- ଭାରତ ସରକାରଙ୍କ ରେଳବିଭାଗ କେତୋଟି ସର୍ଭେ ଆରମ୍ଭ କଲେ | ସେଗୁଡିକ ହେଲା :- ସମ୍ବଲପୁର - ଟିଟିଲାଗଡ ଓ ଜଗଦଳପୁର ରେଳପଥ ଏବଂ ଖୋର୍ଦ୍ଧାରୁ ସୋନପୁର ଦେଇ ବଲାଙ୍ଗୀର ରେଳପଥ |
- ଓଡ଼ିଶାରେ ଅବସ୍ଥିତ ତିନୋଟି ପୋତାଶ୍ରୟର ଉନ୍ନତିକରଣ କରଗଲା | ଏହି ପୋତାଶ୍ରୟ ଗୁଡିକ ହେଲା ଚାନ୍ଦବାଲି, ଗୋପାଲପୁର ଓ ଧାମରା |
- ଶକ୍ତି ଯୋଗାଶ ପାଇଁ ଚୌଦ୍ଵାର ଓ ବ୍ରହ୍ମପୁରରେ ଦୁଇଟି ଛୋଟ ଛୋଟ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଗଲା | ହୀରାକୁଦ ନଦୀବନ୍ଧ ଯୋଜନା ୧୯୫୭ରୁ କାର୍ଯ୍ୟକାରୀ ହୋଇଛି |
- ସ୍ଵାଧୀନତା ପରେ କଟକ ଜିଲ୍ଲାର ଚୌଦ୍ଵାର ଠାରେ “ଓଡ଼ିଶା ଟେକ୍ସଟାଇଲ ମିଲ୍” ନାମକ ଏକ ଲୁଗାକଳ ପ୍ରତିଷ୍ଠା କରାଗଲା | ହୀରାକୁଦ ନଦୀବନ୍ଧ ଯୋଜନାର ଚାହିଦା ମେଣ୍ଟାଇବା ନିମନ୍ତେ ଡାଲମିଆ କମ୍ପାନୀକୁ ରାଜଗାଙ୍ଗପୁର ଠାରେ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା କରାଗଲା | ଏଥିପାଇଁ ସରକାର ୪୦ ଲକ୍ଷଟଙ୍କାର ଅଂଶଧନ କିଣିଲେ ଓ ଭବିଷ୍ୟତରେ ସିମେଣ୍ଟ କିଣିବା ପାଇଁ କମ୍ପାନୀକୁ ୫୦ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଦେଲେ |
- ୧୯୪୭ – ୧୯୪୮ ଆର୍ଥିକ ବର୍ଷରେ ଓଡିଶାରୁ ମିଳୁଥିବା ଲୁହାପଥର ଓ ମାଙ୍ଗାନିଜକୁ ବ୍ୟବହାର କରି ଏକ ଲୌହ ଓ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସର୍ବେକ୍ଷଣ ଆରମ୍ଭ ହେଲା |
- ଓଡ଼ିଶାରେ ଶିଳ୍ପବିକାଶର ସମ୍ଭାବନା ଓ ଯୋଜନା ତିଆରି କରିବା ପାଇଁ ଆମେରିକରୁ ଡେଭିଡ ଏଫ୍. ରୋଜେନ୍ ନାମକ ଜଣେ ବୈଷୟିକ ପରମର୍ଶଦାତାଙ୍କୁ ଓଡ଼ିଶା ଅଣାଗଲା ୧୯୪୭ – ୪୮ ସମବାୟ ସମିତିର ସଂଖ୍ୟା ଥିଲା ୧୩୩ | ଦିଲ୍ଲୀରେ ଥିବା କୁଟୀର ଶିଳ୍ପ ସଂଗ୍ରହାଳୟରେ ଏକ ଓଡ଼ିଶା ଅନୁଭାଗ ସଂଯୋଗ କରାଗଲା |୧୯୭୫ ମସିହାରେ ପାରଦ୍ୱୀପକୁ ରେଲଲାଇନ ଦ୍ଵାରା ସଂଯୁକ୍ତ କରାଗଲା | ୨୦୦୦ ମସିହା ବେଳକୁ ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଅନ୍ୟ ଏକ ବନ୍ଦର କାର୍ଯ୍ୟ ଆରମ୍ଭ କଲା |
- ଜର୍ମାନୀର ବୈଷୟିକ ସହୟତାକୁ ଆଧାର କରି ରାଉରକେଲାରେ ପ୍ରତିଷ୍ଠିତ ହେଲା ଇସ୍ପାତ କାରଖାନା | ଏହା ଭାରତୀୟ ଇସ୍ପାତ କର୍ତ୍ତୃପକ୍ଷ ଦ୍ଵାରା କାର୍ଯ୍ୟକ୍ଷମ ହୋଇଛି |
- କୋରାପୁଟ ଜିଲ୍ଲାର ପଞ୍ଚପତିମାଳିଠାରେ ବକ୍ସାଇଟ ଖଣିର ସନ୍ଧାନ ମିଳିବା ପରେ ଓଡ଼ିଶାରେ ଦୁଇଟି ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ହେଲା | ଗୋଟିଏ କୋରାପୁଟ ଜିଲ୍ଲାର ଦାମନୋଯୋଡି ଓ ଅନୁଗୁଳ ଜିଲ୍ଲାର ଅନୁଗୁଳ ଠାରେ | ଏହି କମ୍ପାନୀର ନାମ ହେଲା “ଜାତୀୟ ଆଲୁମିନିୟମ କମ୍ପାନୀ” (NALCO) | ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ୧୯୮୧ ମସିହାରୁ ଭାବନେଶ୍ଵରରେ କାମ କରୁଛି | ୧୯୭୧ ମସିହାରେ ଭାରତୀୟ ସାରଣ୍ୟଗମ ତାଳଚେର ଠାରେ ଏକ ସାରକାରଖାନା ପ୍ରତିଷ୍ଠା କରିଥିଲେ | ପାରାଦୀପ ଠାରେ ଏକ ସାର କାରଖାନା ୧୯୮୧ରେ ପାରାଦୀପ ଫସଫେଟ୍ସ ଲିମିଟେଡ ନାମରେ ଆତ୍ମପ୍ରକାଶ କଲା |
- ସୁନାବେଡ଼ାରେ ପ୍ରତିଷ୍ଠିତ ହୋଇଛି ମିଗ ବିମାନର ଇଞ୍ଜିନ ତିଆରି କାରଖାନା | ଏହା ସୋଭିଏତ ଋଷିଆର ସହଯୋଗରେ ନିର୍ମିତ ହୋଇଛି |
- ୧୯୭୮ ମସିହାରେ ଭାରତୀୟ ଆଣବିକ ଶକ୍ତି ଆୟୋଗ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଏକ ବିରଳ ମୂର୍ତ୍ତିକା କାରଖାନା ପ୍ରତିଷ୍ଠା କରିଛି ଏବଂ ତାଳଚେର ଠାରେ ଭାରି ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛି | ବଡମାଳଠାରେ ପ୍ରତିଷ୍ଠା ହୋଇଛି ଏକ ଗୋଲାବାରୁଦ କାରଖାନା |
- ବିଂଶ ଶତାବ୍ଦୀରେ ଓଡ଼ିଶାରେ ପ୍ରତିଷ୍ଠିତ କେତୋଟି ପ୍ରମୁଖ ଶିଳ୍ପ – ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ କୂଳରେ ଜୟଶ୍ରୀ ରସାୟନ କାରଖାନା
- ରାୟଗଡା ଜିଲ୍ଲାର ଥିରୁଭାଲି ଠାରେ ଫେରୋସିଲିକନ୍ କାରଖାନା
- କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ଠାରେ ଫେରୋ ମାଙ୍ଗାନିଜ କାରଖାନାସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଓ ବରଗଡ଼ ଜିଲ୍ଲାର ବରଗଡ଼ ଠାରେ ସିମେଣ୍ଟ କାରଖାନାବାଲେଶ୍ଵର ଠାରେ ଟାୟାର କାରଖାନା
- ଲାଞ୍ଜିଗଡ ଠାରେ ବେଦାନ୍ତ ଆଲୁମିନା ଲିମିଟେଡ଼୍ ର ଆଲୁମିନା କାରଖାନା
- କଳିଙ୍ଗନଗର ଠାରେ ନୀଳାଚଳ ଇସ୍ପାତ ନିଗମ ଦ୍ଵାରା ସ୍ଥାପିତ ଇସ୍ପାତ କାରଖାନା
- କୃଷିଭିତ୍ତିକ ଶିଳ୍ପକ୍ଷେତ୍ରରେ ପ୍ରଥମ ଶିଳ୍ପଟି ଥିଲା ୧୯୪୯ ମସିହାରେ ଚୌଦାରଠାରେ ପ୍ରତିଷ୍ଠିତ ଓଡ଼ିଶା ଲୁଗା କାରଖାନା | ପରେ ଓଡ଼ିଶାର ୬ ଟି ସ୍ଥାନରେ ସୂତକାରଖାନା ପ୍ରତିଷ୍ଠା କରାଯାଇଥିଲା ଯାଜପୁର ଜିଲ୍ଲାର ଧାନମଣ୍ଡଳରଠାରେ ଏକ ଝୋଟ କଳ ପ୍ରତିଷ୍ଠା କରାଯାଇଛି |
- କାଗଜକଳ ଗୁଡିକ ମଧ୍ୟରେ ପ୍ରମୁଖ ହେଲା ଚୌଦ୍ଵାର ଠାରେ ଥିବା ଟିଟାଗଡ ପେପର ମିଲ, ବ୍ରଜରାଜନଗରରେ କାଗଜ କଳ, ରାୟଗଡ଼ାଠାରେ ଜେ. କେ. କାଗଜ କଳ ଓ କୋରାପୁଟ ରେ ସେବା କାଗଜ କଳ |
ଏକବିଂଶ ଶତାବ୍ଦୀରେ ଓଡ଼ିଶାରେ ଶିଳ୍ପର ବିକାଶ
- ଓଡ଼ିଶାରେ ଗଚ୍ଛିତ ଥିବା ବିପୁଳ ଲୁହାପଥରକୁ ଆଧାର କରି ଲୌହ ଓ ଇସ୍ପାତ ଶିଳ୍ପକୁ ସମୃଦ୍ଧ କରିବା ପାଇଁ ବିଭିନ୍ନ କମ୍ପାନୀ ସହିତ ଓଡ଼ିଶା ସରକାର ରାଜିନାମା ପତ୍ର ସ୍ଵାକ୍ଷର କରିଛନ୍ତି | ସେଗୁଡିକ ହେଲା –
- ପୋସ୍କୋ ସହିତ ପାରାଦ୍ଵୀପ ନିକଟରେ ନିର୍ମାଣ ହେବାକୁ ଥିବା ବୃହତ ଲୌହ ଇସ୍ପାତ କାରଖାନା |
- ଟାଟା ଷ୍ଟିଲ ସହିତ ଡୁବୁରି ଠାରେ ହେବାକୁ ଏକ ଲୌହ ପ୍ରକଳ୍ପ |
- ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ ସହିତ ଯାଜପୁର ଜିଲ୍ଲାରେ ପ୍ରସ୍ତାବିତ କାରଖାନା |
- ଜିନ୍ଦଲ ଷ୍ଟିଲ ଓ ପାୱାର ତରଫରୁ କେନ୍ଦୁଝର ଓ ଅନୁଗୁଳ ଠାରେ ସ୍ଥାପିତ ହେବାକୁ ଲୌହ ପ୍ରକଳ୍ପ |
- ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବାଲାଗି ୨୦୦୭ ମସିହାରେ ଓଡ଼ିଶା ସରକାର ନୂତନ ଶିଳ୍ପନୀତି ଘୋଷଣା କଲେ |ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଗାମୀ ରାଜ୍ୟ | ଏଠାରେ ସୂଚନା ଶିଳ୍ପର ବଡବଡ କମ୍ପାନୀ ଯଥା : ଟାଟା କନସଲଟାନ୍ସି ସର୍ଭିସ, ଇନ୍ଫୋସିସ, ଉଇପ୍ରୋ ଓ ସତ୍ୟମ ମହିନ୍ଦ୍ରା କାର୍ଯ୍ୟରତ |